ISSN (Print) - 0012-9976 | ISSN (Online) - 2349-8846

ଉଦାରବାଦୀ ଆଦର୍ଶକୁ ଅସ୍ତ୍ରଭାବେ ବ୍ୟବହାର କରିବା

.

The translations of EPW Editorials have been made possible by a generous grant from the H T Parekh Foundation, Mumbai. The translations of English-language Editorials into other languages spoken in India is an attempt to engage with a wider, more diverse audience. In case of any discrepancy in the translation, the English-language original will prevail.

 

ସାମ୍ପ୍ରଦାୟିକ,ସଂକୀର୍ଣ୍ଣ ଆଦର୍ଶ ଓ ଉଦାରବାଦୀ ଆଦର୍ଶ ମଧ୍ୟରେ ଥିବା ବୌଦ୍ଧିକ ଏବଂ ନୈତିକ ସମ୍ପର୍କକୁ ଜଣେ କିପରି ଭାବେ ବୁଝିପାରିବ ତାହା ସ୍ୱାଭାବିକ ଭାବେ ଏକ ଦୁରୂହ ବ୍ୟାପାର । ଯୁକ୍ତି ଦୃଷ୍ଟିରୁ ଏଭଳି ଏକ ବିଚାରଧାରା, ଏବଂ ସୂଚିତ ଆଦର୍ଶ ଉଭୟ ଜ୍ଞାନତତ୍ତ୍ୱ ଏବଂ ନୈତିକ ପୃଷ୍ଠଭୂମୀରୁ ଦେଖିଲେ ପାରସ୍ପରିକ ଭାବେ ବା ଉଭୟ ଉଭୟଙ୍କ ଠାରୁ ଅନନ୍ୟ । ଯୁକ୍ତିଛଳରେ ଦେଖିଲେ ସାମ୍ରଦାୟିକ ଦୃଷ୍ଟିକୋଣରୁ ଜ୍ଞାନତତ୍ତ୍ୱ ବା ବୌଦ୍ଧିକ ଆଧାରରେ ସମାଜକୁ ସଠିକ୍ ଏବଂ ସାମାଜିକ ଦୃଷ୍ଟିରୁ ବୁଝି ହୁଏ ନାହିଁ । ଦକ୍ଷିଣପନ୍ଥୀ ଓ ସେମାନଙ୍କର ସାମ୍ପ୍ରଦାୟିକ ବିଚାରଧାରାରେ ଜ୍ଞାନତତ୍ତ୍ୱର ଅଭାବ ସେତିକିବେଳେ ବେଶ୍ ସ୍ପଷ୍ଟ  ଦେଖିବାକୁ ମିଳିଥାଏ ଯେତେବେଳେ ସେମାନେ ମୂଳ ବିଷୟ ବହିର୍ଭୁତ ହୋଇ ଅମନଯୋଗୀ ଭାବରେ ସମାଜକୁ ନୈତିକ ଆଭିମୁଖ୍ୟ ବିଷୟରେ ଦୀକ୍ଷା ଦେବାକୁ ଉଦ୍ୟମ କରନ୍ତି । ଯେହେତୁ ଏହି ଦୃଷ୍ଟିକୋଣରେ ସମାଜର ପ୍ରକୃତ ସ୍ଥିତି ଯେପରିକି ଜାତିର ଅସ୍ତିତ୍ୱକୁ  ବୁଝିବାର କୌଣସି ଆଗ୍ରହ ନଥାଏ ତେଣୁ ଏହି ଦକ୍ଷିଣପନ୍ଥୀ ସାମାଜିକମାନେ ଜାତିଗତ ଭେଦଭାବକୁ  ମଧ୍ୟ ବୁଝି ପାରନ୍ତି ନାହିଁ ।  ପରିଣାମ ସ୍ୱରୂପ ଏଭଳି ଏକ ଦୃଷ୍ଟିକୋଣ ବାସ୍ତବିକତାକୁ ବୁଝିବାରେ ସହାୟକ ହୋଇ ପାରେନାହିଁ ଯେହେତୁ ଏହା ପଛରେ ସମାଜକୁ ସମତାବାଦୀ ଧାରାରେ ନୂତନ ଦୃଷ୍ଟିଭଙ୍ଗୀ ପ୍ରଦାନ କରିବାର ଆଗ୍ରହଟି ନ ଥାଏ । ଏହି ପୃଷ୍ଠଭୂମୀରେ ସାମ୍ପ୍ରଦାୟିକ ଦୃଷ୍ଟିକୋଣ ଓ ଉଦାରବାଦୀ ଆଦର୍ଶ ଭିତରେ ଥôବା ସମ୍ଭାବ୍ୟ ସମ୍ପର୍କକୁ ଖୋଜି ବାହାର କରିବା ବେଶ୍ ରୋଚକ ହୋଇ ପାରିବ ।

ଏଠାରେ ମୂଳ ପ୍ରଶ୍ନଟି ହେଉଛି, ସାମ୍ପ୍ରଦାୟିକ/ସଂକୀର୍ଣ୍ଣ ଦୃଷ୍ଟିକୋଣ ସହିତ ଉଦାରବାଦୀ ଆଦର୍ଶର କୌଣସି ସ୍ଥାୟୀ ଶତୃତା ରହିଛି କି? ଏହି ପ୍ରଶ୍ନର ଉତ୍ତର ସୁଦିପ୍ତ କବିରାଜ ତାଙ୍କ ପ୍ରବନ୍ଧ “ଲାଙ୍ଗୁଏଜେସ୍ ଅଫ ସିକ୍ୟୁଲାରିଟିଜ୍‌”(ଇକନମିକ ଆଣ୍ଡ ପଲିଟିକାଲ ଉଇକ୍ଲୀ, ୧୪ ଡିସେମ୍ବର ୨୦୧୩ ସଂଖ୍ୟା)ରେ ଦେଇ ସାରିଛନ୍ତି, ଯେଉଁ ଲେଖାରେ ଅନ୍ତଦୃଷ୍ଟି ସମ୍ପନ୍ନ ଘୁଢତଥ୍ୟ ସବୁ ସ୍ଥାନିତ ହୋଇଛି । କବିରାଜଙ୍କ ଯୁକ୍ତି ହେଉଛି “ଭାରତୀୟ ରାଜନୀତିର ଦୁଇଟି ଉଦାରବାଦ- ବିରୋଧୀ ଧାରା ଯଥା ବାମପନ୍ଥୀ ଓ ହିନ୍ଦୁ ଜାତୀୟତାବାଦୀ  ସେମାନଙ୍କର ଶତୃତାକୁ କମ କରି ଏହି ଉଦାରବାଦୀ ଆଦର୍ଶକୁ ଧରି ଏହାକୁ ଏକ ବିଚାର୍ଯ୍ୟ ବିଷୟ ଭାବରେ ନେଇଛନ୍ତି । ଏଇ କେତେ ଦଶନ୍ଧୀ ଧରି ଲକ୍ଷ୍ୟ କରାଯାଉଛି ଯେ ବାମପନ୍ଥୀମାନେ ଅଧିକରୁ ଅଧିକ ସମ୍ବିଧାନ ପ୍ରଦତ୍ତ ଉଦାରବାଦୀ ଆଦର୍ଶ ଆଡକୁ ଢଳିବାରେ ଲାଗିଛନ୍ତି । କିନ୍ତୁ ଏହା ହୁଏତ କିଛି ଲୋକଙ୍କ ପାଇଁ  କମ ଉତ୍ସାହପ୍ରଦ ମନେ ହେଉଛି କାରଣ ଏହାକୁ ବାମପନ୍ଥୀ ରଣନୀତିର ଦୁଇପାଦ ପଛକୁ ରଣନୀତି ଭାବରେ ଦେଖାଯାଉଛି ।

କବିରାଜ ତାଙ୍କର ଏହି ଲେଖାରେ ଆଉ ଗୋଟିଏ ମହତ୍ତ୍ୱପୂର୍ଣ୍ଣ ବିଷୟ ଆଡକୁ ଲୋକଙ୍କ ଦୃଷ୍ଟି ଆକର୍ଷିତ କରିଛନ୍ତି । ସେ କହିଛନ୍ତି-“ ହିନ୍ଦୁ ଜାତୀୟତାବାଦ ଏହି ନୂତନ ଅସମ୍ବନ୍ଧିତ ବିଶ୍ୱରେ ନିଜକୁ ପୁନଃସ୍ଥାପିତ କରିବା ପାଇଁ ଏକ ମାର୍ଗ ସନ୍ଧାନରେ ରହିଛି । ଏହା ନୂଆ ନୂଆ ଚିନ୍ତାଧାରା ଖୋଜିବାରେ ରହିଛି ଯାହାକି ଜାତି ଏବଂ କ୍ଷେତ୍ରିୟ ସମନ୍ୱୟ, ଯେଉଁ ଦୁଇଟି ବିଷୟ ଭେଦଭାବ ବିରୋଧରେ ଚିରଦିନ ସଂଘର୍ଷ କରି ଆସିଛି  ସହିତ ପ୍ରତିଦ୍ୱନ୍ଦିତା କରିବା ପାଇଁ ସକ୍ଷମ ହେବ । ହିନ୍ଦୁ ଜାତୀୟତାବାଦୀ ସେମାନଙ୍କର ଭେଦଭାବ ଦାବୀକୁ  ପରିଭାଷିତ ଓ  ସୁରକ୍ଷିତ କରିବା ପାଇଁ ଦୁଇ ପ୍ରକାରର ରାସ୍ତା ଆପଣେଇବାରେ ଲାଗିଛନ୍ତି । ପ୍ରଥମେ ସେମାନେ ଏହାକୁ ମୁସଲିମଙ୍କ ଆଡୁ ବିପଦ ଭାବରେ ପରିଭାଷିତ କରୁଛନ୍ତି, ଯାହାକି କବିରାଜଙ୍କ ଭାଷାରେ ଅତି ରହସ୍ୟମୟ ବୋଧ ହୋଇଥାଏ, କାରଣ ସମସ୍ତେ ଜାଣନ୍ତି ଯେ ମୁସଲିମ ସମ୍ପ୍ରଦାୟର ଲୋକମାନେ ଶିକ୍ଷା ଓ ଆର୍ଥିକ ଦୃଷ୍ଟିରୁ ଅନେକ ପଛୁଆ । ଦ୍ୱିତୀୟରେ ହିନ୍ଦୁ ଜାତୀୟତାବାଦୀମାନେ ସେମାନଙ୍କ ପ୍ରତି ହେଉଥିବା ଭେଦଭାବକୁ  ନିଚ୍ଚ ଜାତି ବିଶେଷକରି ଦଳିତ ମାନଙ୍କ ପ୍ରତି  ହେଉଥିବା ଭେଦଭାବ ସହିତ ତୁଳନୀୟ କରିବାରେ ଲାଗିଛନ୍ତି । କବିରାଜ ଏହାକୁ ଆହୁରି ସରଳ କରିବାକୁ ଯାଇ ଲେଖିଛନ୍ତି ଯେ ହିନ୍ଦୁ ଜାତୀୟତାବାଦୀମାନେ ପ୍ରମାଣ କରିବାରେ ଲାଗିଛନ୍ତି ଯେ  ଯଦି ଦଳିତ ମାନଙ୍କ ପ୍ରତି ଭେଦଭାବ ସୃଷ୍ଟି କରାଯାଉଥିବା କଥା ସତ୍ୟ ତେବେ ସେମାନଙ୍କ(ହିନ୍ଦୁତ୍ୱବାଦୀ) ପ୍ରତି ହେଉଥିବା ଭେଦଭାବ ମଧ୍ୟ ସତ୍ୟ ।  ଏହି ସମାନତା ପ୍ରଦର୍ଶନ ହିନ୍ଦୁ ଜାତୀୟତାବାଦୀମାନଙ୍କ ଦ୍ୱାରା ସେମାନଙ୍କର ଅଣଉଦାରବାଦୀ ପରିଯୋଜନାଗୁଡିକୁ ଉଦାରବାଦୀ ଆଦର୍ଶର ଶକ୍ତିରେ ବଳିୟାନ କରିବା ପାଇଁ କରାଯାଉଥିବା ଓକିଲାତି ବ୍ୟତୀତ ଆଉ କିଛି ନୁହେଁ ।

ହିନ୍ଦୁ ଜାତୀୟତାବାଦୀମାନେ ଯୁକ୍ତି ଦେବାକୁ ଆରମ୍ଭ କରିଥିଲେ ଯେ ଦଳିତ ମାନଙ୍କ ଉପରେ ଯେପରି ଅତୀତରେ ଅତ୍ୟାଚାର କରାଯାଉଥିଲା, ଇତିହାସରେ ସେମାନଙ୍କ ଉପରେ ମୁସଲିମ ଶାସକମାନେ ମଧ୍ୟ ସେହିପରି ଅତ୍ୟାଚାର କରି ଆସିଥିଲେ । କବିରାଜଙ୍କ ଅନ୍ତଦୃଷ୍ଟିକୁ ଲକ୍ଷ୍ୟ ରଖି ଆମକୁ ଐତିହାସିକ ଅବିଚାରର ଧାରଣାକୁ ଖୋଲି ଦେଖିବାକୁ ହେବ । ଐତିହାସିକ ଅନ୍ୟାୟ ଧାରଣାଟିକୁ ଇତିହାସର ବିଷୟ କରିବାକୁ ହେବ ଯାହାର ଅର୍ଥ ହେଉଛି କେବଳ କିଛି ମୁସଲିମ ଶାସକ ଏ କାର୍ଯ୍ୟଟି କରିଥିଲେ ବୋଲି ନୁହେଁ, କିଛି ଉଚ୍ଚଜାତିର ଶାସକ ମଧ୍ୟ ସମାନ ଭାବରେ ନିଚ୍ଚ ଜାତିର ଶୁଦ ଓ ଅତିଶୁଦ୍ର୍ରଙ୍କ ବିରୁଦ୍ଧରେ ଭୟଙ୍କର ଅନ୍ୟାୟ କରିଥିଲେ । ଏହି ଶୁଦ୍ରମାନଙ୍କୁ ଏବେ ପଛୁଆ ବର୍ଗ ଓ ଅତିଶୁଦ୍ରମାନଙ୍କୁ ଦଳିତ କୁହାଯାଉଛି । ଏହି ଅନ୍ୟାୟକୁ ପରିଭାଷିତ କରିବା ସମୟରେ ଉକ୍ତ ଐତିହାସିକ ଅନ୍ୟାୟ ଉପରେ ମିଳୁଥିବା  ସମସ୍ତ ପ୍ରାସଙ୍ଗିକ ବିନ୍ଦୁ ଗୁଡିକ ପ୍ରତି ଧ୍ୟାନ ରଖି ଏହାକୁ ନିୟନ୍ତ୍ରିତ କରିବାକୁ ହେବ । ଆହୁରି ମଧ୍ୟ ଏହି ଐତିହାସିକ ଅନ୍ୟାୟକୁ ଗଭୀରତାର ସହିତ ପାଠକଲେ ଦେଖିବାକୁ ମିଳିବ ଯେ କୌଣସି ନୀତିଗତ ଭାବେ ଉଠାଯାଉଥିବା ପଦକ୍ଷେପ ହିଁ ଏହି ଅନ୍ୟାୟକୁ ଦୁର କରି ପାରିବ । କିନ୍ତୁ ଜଣେ କ’ଣ କହିପାରିବ ଯେ ଦଳିତ ମାନଙ୍କ ପ୍ରତି କରାଯାଇଥିବା ଐତିହାସିକ ଅନ୍ୟାୟର ପୃଷ୍ଠଭୁମୀରେ ଭାରତୀୟ ରାଷ୍ଟ୍ରବ୍ୟବସ୍ଥାରେ ଆପଣା ଯାଇଥିବା ବିଭିନ୍ନ ନୀତି ଯୋଗୁଁ ଦଳିତ ମାନଙ୍କ ଉପରେ ହେଉଥିବା ଅନ୍ୟାୟ ଓ ଅତ୍ୟାଚାର ତଥା ଭେଦଭାବର ମାତ୍ରା କମି ଯାଇଛି! ତେଣୁ ହିନ୍ଦୁମାନେ ଯେଉଁ ଭେଦଭାବ ଓ ଐତିହାସିକ ଅନ୍ୟାୟ କଥା କହୁଛନ୍ତି ସେଗୁଡିକ କେବଳ ତେଢା କଥା । ଦେଖିବା କଥା ଯେ ବର୍ତ୍ତମାନ ସମୟରେ ହିନ୍ଦୁତ୍ୱବାଦୀ ଶକ୍ତିମାନଙ୍କ ପାଇଁ ଉଦାରବାଦୀ ଭାଷାର ଆବଶ୍ୟକତା ନାହିଁ। ବରଂ ସେମାନଙ୍କ ମଧ୍ୟରୁ ଅନେକଙ୍କର ଉଦାରବାଦୀ ନୀତି ଓ ଭାଷା ପ୍ରତି ଏକ ବିରୋଧାଭାଷ ପରିଲକ୍ଷିତ ହୋଇଥାଏ । ଏଭଳି ଲୋକମାନଙ୍କ ପାଇଁ ଉଦାରବାଦୀ ଆଦର୍ଶ ଏବେ ଏକ ହତିଆରର ରୂପ ନେଲାଣି ଯାହା ଦ୍ୱାରା ସେମାନେ ଏହି ସବୁ ଆଦର୍ଶର ଗଣତାନ୍ତ୍ରିକ ସ୍ୱରକୁ ଚପାଇ ଦେଇ ପାରିବେ ।

ଏଥିରୁ ଗୋଟିଏ କଥା ସ୍ପଷ୍ଟ ହେବାରେ ଲାଗିଛି ଯେ ହିନ୍ଦୁତ୍ୱ ପାଇଁ ଏହି ଉଦାରବାଦୀ ଆଦର୍ଶ ଏକ ଅସ୍ତ୍ର ରୂପରେ ମଧ୍ୟ ବ୍ୟବହାର ଯୋଗ୍ୟ ହୋଇ ରହି ନାହିଁ ।

Updated On : 11th Mar, 2020
Back to Top