ISSN (Print) - 0012-9976 | ISSN (Online) - 2349-8846

ଜାମ୍ମୁ କାଶ୍ମୀରରେ ଅଟକ ରାଜନୀତି

ଗଣତାନ୍ତ୍ରିକ ନେତାମାନଙ୍କୁ ଲଗାତର ଅଟକ କରି ରଖିବାଦ୍ୱାରା ସେମାନଙ୍କୁ ଜନସାଧାରଣଙ୍କ ସହ ମିଳାମିଶା କରିବା ଏବଂ ଶାନ୍ତି ଫେରାଇଆଣିବା ବାଟକୁ ରୋକା ଯାଉଛି

 

The translations of EPW Editorials have been made possible by a generous grant from the H T Parekh Foundation, Mumbai. The translations of English-language Editorials into other languages spoken in India is an attempt to engage with a wider, more diverse audience. In case of any discrepancy in the translation, the English-language original will prevail.

 

ଜାମ୍ମୁ ଏବଂ କାଶ୍ମୀରରେ ବରିଷ୍ଠ ରାଜନୈତିକ ନେତାମାନଙ୍କ ବିରୋଧରେ ପବ୍ଲିକ ସେଫ୍ଟି ଆକ୍ଟ(ପିଏସଏ) ଲଗାଯିବା ଘଟଣା ପୁଣି ଥରେ କେନ୍ଦ୍ର ସରକାରଙ୍କର କାଶ୍ମୀର ନେତାଙ୍କ ପ୍ରତି ଥିବା ଦ୍ୱେଷ ଓ କାଶ୍ମୀର ସମସ୍ୟାର ସମାଧାନପାଇଁ ଏକ  ଗଣତାନ୍ତ୍ରୀକ-ଅଲୋଚନାର ରାସ୍ତା ଗ୍ରହଣ କରିବା ଘଟଣାର ବିରୋଧ କରୁଛି ।  ଦେଖିବାର କଥା ଯେ ଅଗଷ୍ଟ ୨୦୧୯ ରେ ସମ୍ବିଧାନର ଧାରା ୩୭୦ ଲଗାଯିବା ପରେ ଅନେକ ରାଜନୈତିକ ନେତା, ବିଶେଷକରି ନ୍ୟାସନାଲ କନଫରେନ୍ସର ଓମର ଅବଦୁଲ୍ଲା ଜାମ୍ମୁ କାଶ୍ମୀର ପିପୁଲ୍ସ ଡେମୋକ୍ରାଟିକ ପାର୍ଟି(ପିଡିପି)ର ମେହବୁବା ମୁଫତି ପରି ଲୋକେ ବହୁଦିନ ଧରି ଅଟକ/ ଗୃହବନ୍ଦୀ କରି ରହିଛନ୍ତି । ସିଆରପିସିର ଧାରା ୧୭୦ ଅନୁଯାୟୀ ହେଉଥିବା ଏହି ଅଟକ ଛଅମାସ ପରେ ବୈଧ ରହିବ ନାହିଁ ଯେହେତୁ ଅଟକ ରଖାଯାଇଥିବା ନେତାଙ୍କୁ ଛଅ ମାସ ପରେ କୋର୍ଟରେ ଉପସ୍ଥାପନ କରିବାକୁ ହିଁ ପଡେ । ଏହି ଘଟଣାରେ ଜଣା ପଡୁଛି ଯେ ସରକାର ପିଏସଏ ଲଗାଇବା ସମୟରେ ସାଧାରଣ ଅପରାଧିକ ନ୍ୟାୟ ବ୍ୟବସ୍ଥାକୁ ଠିକ ଠିକ ଭାବରେ କାର୍ଯ୍ୟକାରୀ କରିବାର ଉଦ୍ୟମ କରି ନାହାନ୍ତି । ସେପ୍ଟେମ୍ବର ୨୦୧୯ ଠାରୁ ନ୍ୟାସନାଲ କନଫରେନ୍ସର ନେତା ତଥା ସାଂସଦ ଫାରୁକ ଅବଦୁଲ୍ଲା ମଧ୍ୟ ପିଏସଏ ଅଧିନରେ ଅଟକ ରହିଛନ୍ତି । ଯେଉଁ ମୁଖ୍ୟ ଗଣତାନ୍ତ୍ରିକ ନେତାମାନେ ରାଜ୍ୟରେ ସବୁ ସମୟରେ ନିର୍ବାଚନରେ ଅଂଶଗ୍ରହଣ କରିଥାଆନ୍ତି  ଏବଂ ସମ୍ବିଧାନ ନିର୍ଦ୍ଦେଶିତ ସମସ୍ତ ନିୟମକୁ ମାନି ଚଳି ଥାଆନ୍ତି ସେମାନଙ୍କୁ ଏଭଳି ଏକ କଳା ଆଇନ ବଳରେ ଅଟକ ରଖାଯିବାର କାରଣ କ’ଣ? ଏଥିପାଇଁ ଜାମ୍ମୁ କାଶ୍ମୀର ପୁଲିସ ପକ୍ଷରୁ ଯେଉଁ ଅପରାଧର ଡୋସିୟର ବା ନଥି ତିଆରି କରାଯାଇଛି ତାହା ଏହି ନେତାମାନଙ୍କ ବିରୁଦ୍ଧରେ ମୋକଦମା କରିବାପାଇଁ ପର୍ଯ୍ୟାପ୍ତ ନୁହେଁ । ସେମାନେ ସର୍ବସାଧାରଣଙ୍କ ସୁରକ୍ଷା ଓ ଆଇନକାନୁନ ବଜାୟ ରଖିବାରେ କୌଣସି ବିପଦ ସୃଷ୍ଟି କରି ନାହାନ୍ତି । ବରଂ ଏନସି ଓ ପିଡିପି ଦଳର କେତେଜଣ ନେତାଙ୍କ ବିରୋଧରେ ଯେଉଁ ଆରୋପ ଲଗାଯାଇଛି ତାହା ଅତି ହାସ୍ୟାସ୍ପଦ ।  କିଛି ଲୋକଙ୍କୁ ଲକ୍ଷ୍ୟରେ ରଖି ଏହା କରାଯାଇଛି ।

ଡୋସିୟରରେ ଯାହା କୁହାଯାଇଛି ତାହା ମୁତାବକ ଦେଖିଲେ ଯଦି ଏହି ନେତାମାନେ ରାଜ୍ୟର ସୁରକ୍ଷା ଓ ଆଇନ କାନୁନ ପ୍ରତି  ଏତେ ବେଶୀ ବିପଦ ସୃଷ୍ଟି କରୁଥିଲେ ତେବେ ସେମାନେଙ୍କୁ ପ୍ରଥମରୁ କାହିଁକି ପିଏସଏ ରେ ଗିରଫ କରାଯାଇ ନ ଥିଲା? ଯେହେତୁ ସେମାନଙ୍କର ପୂର୍ବ କାର୍ଯ୍ୟଗୁଡିକୁ ପ୍ରମାଣ ଭାବରେ ପେଶ କରାଯାଉଛି  ତାହାହେଲେ  ସେକଥା ଜାଣି ମଧ୍ୟ କେନ୍ଦ୍ରର ଶାସକ ଦଳ ଓ ସରକାର ସେମାନଙ୍କ ସହିତ କଥାବାର୍ତ୍ତା କରିବା, ସେମାନଙ୍କ ସହିତ ମିଶି କାଶ୍ମୀରରେ ସରକାର କରିବା ଆଦି ସବୁ କାର୍ଯ୍ୟ କରୁଥିଲେ କିପରି? ସରକାରଙ୍କ ପକ୍ଷରୁ ଏହି ପ୍ରଶ୍ନର କୌଣସି ସ୍ୱିକାର୍ଯ୍ୟ ଉତ୍ତର ମିଳି ନାହିଁ । ଓଲଟା ଦେଖାଯାଇଛି ଯେ ଏହି ନେତୃବୃନ୍ଦଙ୍କ ନାଁ’ରେ ଯେଉଁ ସବୁ ଅଭିଯୋଗ କରାଯାଇ ସେମାନଙ୍କୁ ଗିରଫ କରାଯାଇଛି ତାର କେହି କେଉଁଦିନ  ବିଧିବଦ୍ଧ ତଦନ୍ତ କରିଥିବାର ପ୍ରମାଣ ନାହିଁ । ବରଂ ଏହା ସର୍ବସ୍ୱୀକାର୍ଯ୍ୟ ହୋଇ ସାରିଲାଣି ଯେ ଏହି ନେତାମାନଙ୍କର ବକ୍ତବ୍ୟ କେନ୍ଦ୍ରୀୟ ନେତୃତ୍ୱ ପ୍ରତି ଅସହ୍ୟ ହେଉଥିବାରୁ କାଶ୍ମୀରରୁ ଉଠୁଥିବା ମୁଖ୍ୟଧାରାର ଗଣତାନ୍ତ୍ରିକ ସ୍ୱରକୁ ଚପାଇ ଦେବାପାଇଁ ଏପରି କରାଯାଇଛି । ବାସ୍ତବ କଥାଟି ହେଉଛି, ପ୍ରଧାନମନ୍ତ୍ରୀ ନିଜେ କାଶ୍ମୀର ନେତାମାନଙ୍କୁ ଅଟକ ରଖାଯିବା କଥାକୁ ନ୍ୟ୍ରାୟସଙ୍ଗତ ବୋଲି ପ୍ରତିପାଦିତ କରିବାର ଉଦ୍ୟମ କରି ଯୁକ୍ତି କରୁଛନ୍ତି ଯେ ସେମାନଙ୍କର ବୟାନ ଗ୍ରହଣୀୟ ନୁହେଁ । ବାସ୍ତବତାକୁ ଦେଖିଲେ ଏହି ଗ୍ରହଣୀୟତାର ସଂଜ୍ଞା ଏବଂ ତଦଜନିତ  ତର୍କଟି ଏକ ଦ୍ୱନ୍ଦ ଭିତରେ ରହିଛି । ଯଦି ସରକାରୀ ପ୍ରାୟୋଜିତ ଆଖ୍ୟାନର ଧାରାବହିକତାର ଗ୍ରହଣୀୟତାର ରକ୍ଷା କରାଯିବାଟା ମାପଦଣ୍ଡ, ତାହାହେଲେ ରାଜନୈତିକ ବିରୋଧୀ ରହିବା କଥାଟି ପୁରାପୁରି ଅଦରକାରୀ ବୋଲି କୁହାଯିବ ।

ଏଭଳି ଏକ ଘଟଣାପ୍ରବାହ କାଶ୍ମୀରର ସାଧାରଣ ଗଣତାନ୍ତ୍ରିକ ଜୀବନକୁ ନିରବ କରାଇଦେବା ସହିତ   ସେମାନଙ୍କ ଜୀବନଯାତ୍ରାକୁ ସଂକୁଚିତ କରାଇବ । ଏହା ଫଳରେ କାଶ୍ମୀର ଜନଗଣଙ୍କର ସମସ୍ତ ଗଣତାନ୍ତ୍ରିକ କାର୍ଯ୍ୟକଳାପ ଏବଂ ଅଭିବ୍ୟକ୍ତିର ସବୁ ମାର୍ଗକୁ ବନ୍ଦ କରାଇ ଦିଆଯିବ ଓ ସେମାନଙ୍କ ପାଇଁ ରାଜନୈତିକ ବିକଳ୍ପ ଅପହଞ୍ଚ ହୋଇଯିବ । ଏଭଳି ଏକ ରାସ୍ତା ଆପଣେଇବାର ଔଚିତ୍ୟ କ’ଣ ଯାହାକି ଏକ ରାଜନୈତିକ ଶୂନ୍ୟତାକୁ ଜନ୍ମ ଦେବ ଏବଂ ଯେଉଁ ଶୂନ୍ୟତାକୁ ସେହି ଶକ୍ତିମାନେ ପୂରଣ କରିବେ ଯେଉଁମାନେ କେବେ ଗଣତାନ୍ତ୍ରିକ ଧାରାରେ ବିଶ୍ୱାସ କରନ୍ତି ନାହିଁ । ପରିଣାମ ସ୍ୱରୂପ ଏହା ମାନବିକ ଏବଂ ନ୍ୟାୟ ତଥା ଅଧିକାର ପାଇଁ ସାମାନ୍ୟ ଦରଦ ଥିବା ଉପରେ  ପର୍ଯ୍ୟବେଷିତ ହେବାର ତ ସୁଯୋଗ ନାହିଁ ଅତି ସଂକୀର୍ଣ୍ଣ ଆଇନ କାନୁନ ଦୃଷ୍ଟିରୁ ମଧ୍ୟ ଅବାଂଛନୀୟ ହେବ ।

ନ୍ୟାସନାଲ କନଫରେନ୍ସ ଓ ପିଡିପି ପରି ରାଜନୈତିକ ଦଳମାନେ ଭାରତୀୟ ସମ୍ବିଧାନ ପ୍ରଦର୍ଶିତ ନୀତି ଓ କାଶ୍ମୀରର ଜନତାଙ୍କ ମଧ୍ୟରେ ଏକ ସେତୂ ଭଳି କାର୍ଯ୍ୟ କରୁଥିଲେ । ଯେତେବେଳେ କାଶ୍ମୀରରୁ ଧାରା ୩୭୦କୁ ଉଚ୍ଛେଦ କରାଯାଇ, ଏହାର ରାଜ୍ୟ ମାନତାକୁ ନଷ୍ଟ କରାଯାଇ, ଏହାକୁ ଦୁଇଟି କେନ୍ଦ୍ର ଶାସିତ ଅଂଚଳ କରାଯାଇ ସାରିଛି ଓ କଶ୍ମୀର ଜନତାଙ୍କ ହାତରୁ ଧାରା ୩୫ ଏକୁ କାଢି ନିଆଯାଇ କାଶ୍ମୀରର ଜନତାଙ୍କ ମନରେ ଅବିଶ୍ୱାସ, ଉଦବେଗ ଭରି ଦିଆଯାଇଛି ଏବଂ ସେମାନେ ବିଶ୍ୱାସଘାତର ଶିକାର ହୋଇଥିବା କଥା ଅନୁଭବ କରୁଛନ୍ତି ସେତେବେଳେ  ଏହି ସଂଯୋଗ ସେତୂଟିକୁ ନଷ୍ଟ କରିଦେବାଟା ଏକ ବିବେକପୂର୍ଣ୍ଣ କାର୍ଯ୍ୟ ନୁହେଁ । ଏହାକୁ ଦୁର କରିବାପାଇଁ ହେଉଥିବା ଯେ କୌଣସି ଉଦ୍ୟମରେ ମୁଖ୍ୟଧାରାର ରାଜନୈତିକ ଦଳଗୁଡିକୁ ସାମିଲ କରାଯିବା ଆବଶ୍ୟକ ଯାହା ଫଳରେ ଲୋକମାନଙ୍କର ଗଣତାନ୍ତ୍ରିକ ଅଭିବ୍ୟକ୍ତି ପ୍ରକାଶିତ ହୋଇ ପାରିବ ଓ ଏହା ଫଳରେ କିଛି ପରିମାଣରେ ପ୍ରଜା ତୋଷଣ ପାଇଁ ରାସ୍ତା ଖୋଲିବ । କିନ୍ତୁ ସାଧାରଣ ଲୋକମାନଙ୍କର ଏପରି ଗଣତାନ୍ତ୍ରିକ ଅଭିବ୍ୟକ୍ତି ଓ ଅସନ୍ତୋଷ ସରକାରଙ୍କ ପକ୍ଷରୁ ଘାଟୀରେ ସବୁକିଛି ସ୍ୱାଭାବିକ ଅଛି ବୋଲି ଯେଉଁ ବାରମ୍ବାର ପ୍ରଚାର କରାଯାଉଛି ତାହାର ସତ୍ୟତାକୁ ପଦାକୁ ଆଣିବ । ସରକାରଙ୍କର ପ୍ରାଥମିକ କର୍ତ୍ତବ୍ୟ ହୋଇଛି କାଶ୍ମୀରରେ ସବୁକିଛି ସତରେ  ଠିକଠାକ ଚାଲିଛି ବୋଲି ବିଶ୍ୱକୁ ଦେଖେଇବା । କିନ୍ତୁ ତାହା ନକରି ସରକାର ତରବରିଆଭାବେ ଯେଉଁ କାର୍ଯ୍ୟକ୍ରମ କଲେ ତାହା ଦ୍ୱାରା ସାଧାରଣ ଜନତାକୁ ପହଞ୍ôଚଥିବା ସମସ୍ୟାକୁ ସ୍ୱଚ୍ଛଭାବରେ ସମାଧାନ କରିବାକୁ ଉଦ୍ୟମ କରାଯାଇ ନାହିଁ, ଯାହା କରାଯିବା ଆବଶ୍ୟକ ।

ଯଦି ଜାମ୍ମୁ ଓ କାଶ୍ମୀରରେ ସବୁ କିଛି ସ୍ୱାଭାବିକ ଅଛି ଏବଂ ଯଦି କାଶ୍ମୀରକୁ ମିଳିଥିବା ବିଶେଷ ମାନ୍ୟତା ତଥା ରାଜ୍ୟ ପାହ୍ୟାକୁ କାଢିନେବା ବିଷୟକୁ ସାଧାରଣ ଖୁସି ଖୁସି ଗ୍ରହଣ କରି ନେଇଛନ୍ତି ତେବେ ସେଠାରେ ବିରୋଧୀ ରାଜନୈତିକ ଦଳଗୁଡିକୁ କାର୍ଯ୍ୟ କରିବାକୁ ଦିଆଯାଉ ନାହିଁ କାହିଁକି ? ଯଦି ସରକାରଙ୍କ କଥା ଠିକ୍  ତେବେ ଏହି ବିରୋଧୀ ଦଳଗୁଡିକର ବୟାନକୁ ତ ଲୋକେ ଗ୍ରହଣ କରିବେ ନାହିଁ, ବରଂ ସେମାନେ କେନ୍ଦ୍ରରେ ସରକାରରେ ଥିବା ଶାସକ ଦଳ ପ୍ରତି ଢଳିବେ । ଯଦି ଏପରି ଏକ ଦୃଶ୍ୟପଟ୍ଟ ରହିଛି ତେବେ ସରକାରଙ୍କର ମୋଟେ ଭୟ କରିବା ଉଚିତ୍ ନୁହେଁ ଯେ ଅଟକ ଥିବା ନେତାମାନଙ୍କ ପାଖରେ ସେଠାକାର ମତଦାତାମାନଙ୍କୁ ସେମାନଙ୍କ ପକ୍ଷରେ ଭୋଟ ଦେବାପାଇଁ ରାଜି କରାଇ ପାରିବାର ସାମର୍ଥ୍ୟ ଅଛି । ସେମାନେ ନୂତନ ଭାରତରେ ନୂଆ କାଶ୍ମୀର ଗଠନ ପାଇଁ ଉଦ୍ୟମରତ ଶକ୍ତିକୁ ଭୋଟ ଦେବାପାଇଁ ଲୋକମାନଙ୍କୁ ରାଜି କରାଇ ପାରିବେ ।

କାଶ୍ମୀରରେ ସ୍ୱାଭାବିକତାର ବାସ୍ତବିକତାଟି କ’ଣ ସେକଥା ସରକାରକୁ ବେଶ ଜଣା ଅଛି । ଏହା କେବଳ ବାହାସ୍ଫୋଟ ମାରି  ଭୁଲକୁ ଠିକରେ ପରିଣତ କରିବାର ଉଦ୍ୟମ କରା ଯାଉଛି ବୋଲି ନୁାହେଁ, ନିଜ ନିଷ୍ପତ୍ତିରୁ ଇଞ୍ଚଟିଏ ନ ଘୁଞ୍ଚିବାର ଅହଂକାର ସରକାରର ମନୋବୃତ୍ତ୍ରି ଏବଂ ଶାସକଦଳ ଓ ସରକାରର ସ୍ୱାଭାବିକ ଚରିତ୍ରକୁ ପ୍ରଦର୍ଶନ କରୁଛି । ସେଇଥିପାଇଁ ଜନସାଧାରଣଙ୍କ ଉପରେ ଏପରି ଅତିସାଧାରଣ ପଦକ୍ଷେପମାନ ଥୋପିଦେବା, ଅସାଧାରଣ ଆଇନମାନ ତିଆରି କରିବା ଏହା ନିକଟରେ ଏକମାତ୍ର ରାସ୍ତା ହୋଇ ରହି ଯାଇଛି । ଏହା ମଧ୍ୟ ସତ୍ୟ ଯେ କାଶ୍ମୀରରେ ଏବେ ସବୁ କିଛି ସ୍ୱାଭାବିକ ଅଛି ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ ଯାହା କିଛି କୁହାଯାଇଛି ତାହା ହେଉଛି ତାଙ୍କର କଳ୍ପନା ମାତ୍ର । ସେଇଥିପାଇଁ କାଶ୍ମୀରର ଜଣେ ନେତା ଯେଉଁକହିଥିଲେ ଯେ ସାରା କାଶ୍ମୀରକୁ ଜେଲ ଘୋଷଣା କରି ଦିଆଯାଉ ସେଥିରେ କିଛି ଅତ୍ୟୁକ୍ତି ଥିଲା ପରି ବୋଧ ହେଉ ନାହିଁ ।

Comments

(-) Hide

EPW looks forward to your comments. Please note that comments are moderated as per our comments policy. They may take some time to appear. A comment, if suitable, may be selected for publication in the Letters pages of EPW.

Back to Top