ISSN (Print) - 0012-9976 | ISSN (Online) - 2349-8846

ଦିଲ୍ଲୀ ନିର୍ବାଚନରେ ସ୍ଥାନୀୟ ଓ ସାର୍ବଜନୀନ ସମସ୍ୟାର ସ୍ଥାନ

ରାଜନୀତିରେ ଅସ୍ପଷ୍ଟତା ଏକ ଆବଶ୍ୟକତା, କିନ୍ତୁ ଏକ ନୈତିକ ସୁସ୍ଥ ସମାଜ ଗଠନ ପାଇଁ ଏହା ଏକ ଆବଶ୍ୟକତା ନୁହେଁ

 

The translations of EPW Editorials have been made possible by a generous grant from the H T Parekh Foundation, Mumbai. The translations of English-language Editorials into other languages spoken in India is an attempt to engage with a wider, more diverse audience. In case of any discrepancy in the translation, the English-language original will prevail.

 

ସମ୍ପ୍ରତି ଶେଷ ହୋଇଥବା ଦିଲ୍ଲୀ ନିର୍ବାଚନରେ ଆମ୍ ଆଦମୀ ପାର୍ଟି(ଆପ)ର ସମାଲୋଚକମାନଙ୍କୁ ମଧ୍ୟ ଏହାର  ବିଜୟକୁ ନେଇ ଭିନ୍ନ ମତ ରଖୁଥବା କଥା ପରିଲକ୍ଷିତ ହେଲା । ଉଦାହରଣ ସ୍ୱରୂପ ଯେଉଁମାନେ ନିଜକୁ କଟ୍‌ଟର ଧର୍ମନିରପେକ୍ଷ ମନେ କରନ୍ତି ସେମାନେ ଅତି କଠୋର ମତପୋଷଣ କରିଥିଲେ ଯାହାକୁ କି ରାଜନୈତିକ ଦୃଷ୍ଟିରୁ ଅସହଜ ମନେ କରାଯାଉଥିଲା । ଯେଉଁ କଠୋର ମତପୋଷଣ କରାଯାଉଥିଲା ତାହା ଆପ ପକ୍ଷରୁ କେତେକ ଗୁରୁତ୍ୱପୂର୍ଣ୍ଣ ଘଟଣାରେ ନିଆ ଯାଇଥିବା ପଦକ୍ଷେପକୁ ନେଇ କରାଯାଉଥିଲା କାରଣ ଆପର ଏହି ପଦକ୍ଷେପ କେତେକ କ୍ଷେତ୍ରରେ ଧର୍ମନିରପେକ୍ଷତାକୁ ବିପଦରେ ପକାଉଥିଲା ।  ସମାଲୋଚକମାନେ ଶାହିନବାଗ ଘଟଣାରେ ଶାହିନବାଗର ପ୍ରଦର୍ଶନକାରୀଙ୍କ ପାଇଁ ଆପ ପକ୍ଷରୁ ନିଆଯାଇଥିବା ପଦକ୍ଷେପ ଗୁଡିକୁ ସମାଲୋଚନା କରିଥିଲେ । ସେମାନଙ୍କ ମତରେ ଆପ ଏହି ଘଟଣାରେ ଏକ ସ୍ପଷ୍ଟ ଭୁମିକା ନେଇ ପାରି ନାହିଁ । ଏହି ସମାଲୋଚକମାନେ ଆପଠାରୁ ଯେଉଁ ଏକ ସ୍ପଷ୍ଟ ରାଜନୈତିକ ଆଭିମୁଖ୍ୟ ଆଶା କରୁଛନ୍ତି ତାହାକୁ ସବୁ ରାଜନୈତିକ ଦଳ ଆପଣେଇବା ଆବଶ୍ୟକ ।

କେତେକ ସମାଲୋଚକ ଆଶଙ୍କା ପ୍ରକାଶ କରୁଛନ୍ତି ଯେ ଧର୍ମନିରପେକ୍ଷ ବିଷୟ ଗୁଡିକରେ ଆପ ଅଧିକ କିଛି କହିବାକୁ ଚାହୁଁନାହିଁ ବରଂ ଧର୍ମ ବିଷୟକୁ ନିର୍ବାଚନ ଅଭିଯାନରୁ ଦୁରେଇ ରଖିବା ମତଲବରେ ରହୁଛି । ଧର୍ମନିରପେକ୍ଷବାଦୀମାନଙ୍କର ଆଶଙ୍କା ଯେ ଭାରତୀୟ ଜନତା ପାର୍ଟିକୁ ହରାଇବା ଲକ୍ଷ୍ୟରେ ସେହି ଭାଷାର ବ୍ୟବହାର କରୁଛି  ଯଦିଓ ଏପରି ଭାଷା ବ୍ୟବହାର ପଛରେ ଆପ ପାଇଁ କମ ବିପଦ ମଧ୍ୟ ନାର୍ହି । ଆପର ନେତାମାନେ ସେମାନଙ୍କ ବିରୋଧୀଙ୍କର କେତେକ ଭାଷାକୁ ବ୍ୟବହାର କରିବା ମତଲବରେ ନଥିଲେ, କିନ୍ତୁ ଆପ ପକ୍ଷରୁ ଯେଉଁ ଭାଷା ବ୍ୟବହାର କରାଯାଉଥିଲା, ସେଥିରୁ ଲାଗୁଥିଲା ଯେ ଆପ ନିଜ ରଣନୀତିରେ ନିଜେ ଫସିଯିବା ପରି ସ୍ଥିତିକୁ ଆସି ଯାଇଛି । ଏହାକୁ କେତେକ ଧର୍ମନିରପେକ୍ଷବାଦୀ ହାଲକା ବା ସଫ୍ଟ ହିନ୍ଦୁତ୍ୱ ବୋଲି ମଧ୍ୟ ମତ ଦେଇଥିଲେ । ନିର୍ବାଚନ ପ୍ରଚାର ବେଳେ ଆପର ନେତାମାନଙ୍କ ପକ୍ଷରୁ ହିନ୍ଦୁ ଚିହ୍ନ ଗୁଡିକୁ ବ୍ୟବହାର କରାଯିବାର ରଣନୀତି ଏକଥା ପ୍ରମାଣିତ କରିଥିଲା ଯେ ଏହାର ନେତାମାନଙ୍କ ମଧ୍ୟରେ କିଛିଟା ଉଦବେଗ ସୃଷ୍ଟି ହୋଇଛି ।  ସେମାନେ ଭାବିଲେ ଯେ ଏବେବି ନିର୍ବାଚନ ପ୍ରକ୍ରିୟାରେ ସାମିଲ ହେଉଥିବା କିଛି ଭାରତୀୟ ଭୋଟର ସାମ୍ପ୍ରଦାୟିକ ଧାରାରେ ଭୋଟ୍ ର ଧ୍ରୁବୀକରଣ କରାଉଥିବା ନିର୍ବାଚନ ପ୍ରକ୍ରିୟା ଆଡକୁ ଢଳୁଛନ୍ତି । ଏହି ଚିନ୍ତା କିଛି ପରିମାଣରେ ସତ ହୋଇଥିବା ପରି ବୋଧ ହେଲା ଯେତେବେଳେ ସେମାନେ ଦେଖିଲେ ଯେ କେତେକ ସ୍ଥାନରେ ବିଜେପିର ଭୋଟ ସଂଖ୍ୟା ବୃଦ୍ଧି ପାଇଛି । କିନ୍ତୁ ସବୁ କଥା ସତ୍ତ୍ୱେ ଆପକୁ ଦିଲ୍ଲୀର ମତଦାତାମାନଙ୍କର ଏକ ବିଶାଳ ଅଂଶ ଭୋଟ ଦେଲେ ଓ ଯାହା ଫଳରେ ଏଠାରେ ଏଥର ଆପ ଅଧିକ ସ୍ଥାନରେ ବିଜୟ ପ୍ରାପ୍ତ ହୋଇଛି ଓ ବିଧାନସଭାରେ ସେମାନଙ୍କୁ ପୂର୍ବାପେକ୍ଷା ଅଧିକ ଆସନ ମିଳିଛି । କିନ୍ତୁ ଏହା ସତ୍ତ୍ୱେ ଏହି ନିର୍ବାଚନରେ ଆପର ବିଜୟ ସହିତ ଅନ୍ୟ କେତେକ ପରିଣାମ ମଧ୍ୟ ସାମନାକୁ ଆସିଛି । ବିଜେପିର କେତେକ ପ୍ରମୁଖ ନେତା ମଧ୍ୟ କହିଲେଣି ଯେ ସେମାନେ ଅତ୍ୟଧିକ ଉତ୍ତେଜନାପ୍ରବଣ ଭାଷର ଦେଇ ଭୁଲ କରି ବସିଲେ । ଯେପରିକି  ଆପନେତାମାନଙ୍କୁ ଟେରୋରିଷ୍ଟ କୁହାଯିବା, ବିରୋଧୀମାନଙ୍କୁ ଗୁଳିମାର କୁହାଯିବା ଆଦି ଘଟଣା ।  ଅନ୍ୟ ପକ୍ଷରେ ଆପର ସଂଯମପୂର୍ଣ୍ଣ ଆଚରଣ ଏହାକୁ ନିର୍ବାଚନୀ ସଫଳତା ଆଣିଦେଲା ।  ଏବଂ ଏହା ବିଜେପିକୁ ଗୋଟିଏ ଶିକ୍ଷାଦେଲା ଯେ ବିସ୍ଫୋରକ ଭାଷା ବ୍ୟବହାର ନିର୍ବାଚନରେ ବିପରୀତ ପରିଣାମ ଆଣି ଦେଇପାରେ । ତେବେ ଏଠାରେ ଗୋଟିଏ ପ୍ରଶ୍ନ ଉଠୁଛି ଯେ ଏହା ପରେ ବିଜେପି କ’ଣ ସଚେତନ ହେବ କି? ତେବେ ଏହାର ଉତ୍ତର କେବଳ ବିଜେପି ଦେଇ ପାରିବ ଯେ ଭବିଷ୍ୟତରେ ଏହାର ନିର୍ବାଚନୀ ଆଭିମୁଖ୍ୟ କ’ଣ ହେବ ।

ଗତ ନିର୍ବାଚନରେ ଯଦିଓ ଆପର ନେତୃବୃନ୍ଦଙ୍କ ଅଭିମତ ସେପରି ସ୍ପଷ୍ଟ ନଥିଲା ତଥାପି ମନେ ହେଲା ଯେ ସେମାନେ ଜାଣିଶୁଣି ପ୍ରଚାର ବେଳେ କେତେକ ବିଷୟକୁ ଏପରି ଅସ୍ପଷ୍ଟ ଢଙ୍ଗରେ ବ୍ୟବହାର କରୁଥିଲେ କାରଣ ସେମାନେ ବିକାଶ ବିଷୟକୁ ସେମାନଙ୍କର ରାଜନୈତିକ ପ୍ରଚାରର ମେରୀଖୁଣ୍ଟ କରିବାକୁ ଚାହୁଁଥିଲେ । ଏହା ନିଶ୍ଚିତ ଭାବରେ ଏକ ଉତ୍ତମ ରଣନୀତି ଥିଲା କିନ୍ତୁ ଏକଥା ମଧ୍ୟ ଦେଖା ଯାଇଥିଲା ଯେ ଆପର ପ୍ରାର୍ଥୀମାନେ କେବଳ ଗୋଟିଏ ନିର୍ଦ୍ଦିଷ୍ଟ ଧର୍ମର ଚିହ୍ନକୁ ବ୍ୟବହାର କରୁଥିଲେ ଅନ୍ୟ ଧର୍ମର ଚିହ୍ନକୁ ସେମାନେ ବ୍ୟବହାର କରୁନଥିଲେ । ଏଥିରୁ ଗୋଟିଏ କଥା ସ୍ପଷ୍ଟ ହୋଇଛି ଯେ ଆପ ପକ୍ଷରୁ ଏକ ନିର୍ବାଚନ ରଣନୀତି ପ୍ରସ୍ତୁତ କରାଯିବା ପୂର୍ବରୁ ଏ ବିଷୟରେ ନିଶ୍ଚିତ ଭାବରେ ଅଧ୍ୟୟନ କରି ଏପରି ଏକ ରଣନୀତି ପ୍ରସ୍ତୁତ କରାଯାଇଥିଲା । ଆପ ନେତୃତ୍ୱ ହିନ୍ଦୁତ୍ୱ ମାମଲାରେ ଚୁପ ରହିବାକୁ ନିଷ୍ପତ୍ତି କରିବା ଫଳରେ ବିଜେପି ପକ୍ଷରୁ ଏହାକୁ ନିର୍ବାଚନର ଏକ ମୁଦ୍ଦା ବନାଇବାର ସମସ୍ତ ଉଦ୍ୟମ ବ୍ୟର୍ଥ ପ୍ରମାଣିତ ହୋଇଥିଲା ।

କେତେକ ସମାଲୋଚକ ଏଭଳି ମଧ୍ୟ ମନ୍ତବ୍ୟ ଦେଇଛନ୍ତି ଯେ ଗତ ନିର୍ବାଚନରେ ଆପ କେବଳ ସ୍ଥାନୀୟ ବିଷୟ ଗୁଡିକୁ ନିର୍ବାଚନରେ ଉଠାଇଥିଲା ଯାହା ଫଳରେ ଏହା ଏକ ସର୍ବ ଭାରତୀୟ ଦଳ ପରି ବୋଧ ହେଉ ନ ଥିଲା । ତେଣୁ ଏହାର ବିଜୟକୁ ଏକ ସ୍ଥାନୀୟ ଘଟଣା ଭାବରେ ଦେଖାଯିବା ଉଚିତ୍ ଏହାକୁ ଏକ ସର୍ବଭାରତୀୟ ଦୃଶ୍ୟପଟ ଭାବରେ ନିଆଯାଇ ପାରିବ ନାହିଁ । କିନ୍ତୁ ଏଠାରେ ଗୋଟିଏ ଗୁରୁତ୍ୱପୂର୍ଣର୍ କଥା ନିଶ୍ଚିତ ଘଟିଚି ଯେ ଦିଲ୍ଲୀ ନିର୍ବାଚନରେ ଆପ ୭୦ ରୁ ୬୨ଟି ବିଧାନସଭା ଆସନରେ ବିଜୟୀ ହେବା ପରେ ଏହା କେବଳ ବିଜେପିକୁ ହରାଇ ଦେଇଛି ବୋଲି ନୁହେଁ ବିଜେପିର ରାଜନୈତିକ ଦମ୍ଭକୁ ବହୁ ପରିମାଣରେ ପ୍ରତିହତ କରି ଦେଇଛି । ବିଜେପି ଦଲ୍ଲୀ ନିର୍ବାଚନରେ ମତଦାତା ବିଘଟନ ଜରିଆରେ ସାରା ଦେଶରେ ହିନ୍ଦୁତ୍ୱବାଦ ସପକ୍ଷରେ ଯେଉଁ ସାମ୍ପ୍ରଦାୟିକ ରାଜନୈତିକ ବିଘଟନ କରାଇବାର ରାଷ୍ଟ୍ରୀୟ ଯୋଜନା ପ୍ରସ୍ତୁତ କରିଥିଲା ତାହା ଅନେକାଂଶରେ ଅଟକି ଯାଇଛି ।

ଏଠାରେ ଲକ୍ଷ୍ୟ କରାଯିବାର କଥା ଏବଂ ମନେ ରଖିବାକୁ ହେବ ଯେ ସ୍ଥାନୀୟ ଶକ୍ତି ସେମାନଙ୍କର ନିଷ୍କ୍ରୀୟୀୟକାରୀ ଭୂମିକା ବଳରେ ସାରାଭାରତକୁ ସଂକୀର୍ଣ୍ଣତା ଭିତରକୁ ଠେଲି ଦେବାର ବ୍ୟାପକ ଉଦ୍ୟମକୁ ନିଷ୍କ୍ରୀୟ କରି ଦେଇ ପାରିଛନ୍ତି । ଆପର ନିର୍ବାଚନ ପ୍ରମାଣ କରିଛି ଯେ ସ୍ଥାନୀୟ ସତ୍ୟ ଗୁଡିକ  ଦକ୍ଷିଣପନ୍ଥୀ ରାଜନୈତିକ ଦଳଗୁଡିକର ମିଥ୍ୟା ପ୍ରଚାରକୁ ହରାଇ ଦେଇପାରେ । ତେଣୁ ଆପକୁ ସ୍ଥାନୀୟ ବା ଅଂଚଳିକ ରାଜନୈତିକ ଦଳ ଭାବରେ ଛୋଟ କରି ଦେଖାଇବା ବିଷୟଟି ଏବେ  ମୂଲ୍ୟହୀନ ହୋଇ ଯାଇଛି ।

ସେ ଯାହାହେଉ ଏବେ ଆଶା କରାଯାଉ ଯେ  ଆପ ଆଗକୁ ଅଧିକ ଅସ୍ପଷ୍ଟତାର ବ୍ୟବହାର କରିବେ ନାହିଁ । ଅସ୍ପଷ୍ଟତା ଆଦର୍ଶବାଦକୁ  ଛୁଟିରେ ପଠାଇ ଦେଇଥିôବା ପରି ବୋଧ ହୋଇଥାଏ ।  ଆପକୁ ସତ୍ୟର ପାଖାପାଖି ରହିବାକୁ ହେବ, ସେ ସତ୍ୟଟି ଲୋକଙ୍କୁ କେବଳ ବିକାଶ ମାଧ୍ୟମରେ ଗୋଟିଏ ସୁସ୍ଥ, ଭଲ ଜୀବନର ଗ୍ୟାରେଣ୍ଟି ଦେବା ନୁହେଁ, ଲୋକଙ୍କ ମଧ୍ୟରେ ଶାନ୍ତିରେ ବସବାସ କରିବାର ସୁଯୋଗ ସୃଷ୍ଟି କରିବା । ଏ କଥାଟି କେବଳ ଦିଲ୍ଲୀ ଲୋକଙ୍କର ବୋଲି ନୁହେଁ, ଏ କଥାଟିରେ ଧର୍ମନିରପେକ୍ଷତାବାଦ ଓ ସାର୍ବଜନୀନବାଦର ସର୍ବବ୍ୟାପୀ ନିହିତାର୍ଥ ମଧ୍ୟ ରହିଛି । ସ୍ଥାନୀୟ ନିର୍ବାଚନୀ ବିଷୟ ଏକ ବିଶ୍ୱବ୍ୟାପୀ ନିୟମର କେନ୍ଦ୍ର ହେବା ସହିତ ସାମ୍ପ୍ରଦାୟିକ ଆଦର୍ଶବାଦକୁ ଦୁରେଇ ଦେଇପାରିଛି ।

Comments

(-) Hide

EPW looks forward to your comments. Please note that comments are moderated as per our comments policy. They may take some time to appear. A comment, if suitable, may be selected for publication in the Letters pages of EPW.

Back to Top