ସଂରକ୍ଷଣକୁ ନେଇ ସୁପ୍ରିମ କୋର୍ଟଙ୍କ ନିଷ୍ପତ୍ତି

ସଂରକ୍ଷଣର କ୍ରିୟାନ୍ୱୟନ ସାମ୍ବିଧାନିକ ଦୃଷ୍ଟିରୁ ବାଧ୍ୟତାମୂଳକ ଏହାକୁ ରାଜ୍ୟର ଇଚ୍ଛାଧିନ ବିଷୟ କହି ଏଡାଇ ଦେଇ ହେବ ନାହିଁ

The translations of EPW Editorials have been made possible by a generous grant from the H T Parekh Foundation, Mumbai. The translations of English-language Editorials into other languages spoken in India is an attempt to engage with a wider, more diverse audience. In case of any discrepancy in the translation, the English-language original will prevail.

 

ସମ୍ପ୍ରତି ସୁପ୍ରିମ କୋର୍ଟ ସଂରକ୍ଷଣ ଉପରେ ଏକ ନିଷ୍ପତ୍ତି ଦେଇ ପୁଣି ଥରେ ଜନ ସମୀକ୍ଷାର କେନ୍ଦ୍ରବିନ୍ଦୁକୁ ଆସି ଯାଇଛନ୍ତି । ମୁକେଶ କୁମାର ବନାମ ଉତ୍ତରାଖଣ୍ଡ ରାଜ୍ୟ (୨୦୨୦) ମୋକଦମ୍ମାରେ କୋର୍ଟ ପକ୍ଷରୁ ବିବାଦାସ୍ୱଦ ଭାବରେ କୁହାଯାଇଛି ଯେ “ଏପରି କୌଣସି ମୌଳିକ ଅଧିକାର ନାହିଁ ଯାହାକୁ ନେଇ ଜଣେ ବ୍ୟକ୍ତି ପଦୋନ୍ନତିରେ ସଂରକ୍ଷଣ ଦିଆଇବା ପାଇଁ ଦାବୀ କରି ପାରିବ ।” ଏହା ଫଳରେ ସୃଷ୍ଟି ହୋଇଥିବା ବିବାଦ ଶେଷରେ ସଂସଦରେ ପହଞ୍ଚିଥିଲା ଓ ସୁପ୍ରିମକୋର୍ଟଙ୍କ ଏହି ନିଷ୍ପତ୍ତିକୁ ସମ୍ବିଧାନ ସଂଶୋଧନ ମାଧ୍ୟମରେ ବଦଳାଇବା ପାଇଁ ଦାବୀ କରାଯାଇଥିଲା । କିନ୍ତୁ ଏହାକୁ ଏବେ ଏକ ଅତିଉତ୍ସାହୀ ପ୍ରତିକ୍ରିୟା ଭାବରେ ଦେଖାଯାଉଛି କାରଣ ସୁପ୍ରିମକୋର୍ଟ ଏହି ଘଟଣାରେ ଯାହା ନ୍ୟାୟୋଚିତ ଭାବରେ କହିଛନ୍ତି ତାହା ହେଉଛି ଯେ ନ୍ୟାୟାଳୟ କୌଣସି ସରକାରଙ୍କୁ ଏକ ନିର୍ଦ୍ଦିଷ୍ଟ ବର୍ଗ ବା ସମ୍ପ୍ରଦାୟ ପାଇଁ ଏକ ନିର୍ଦ୍ଦିଷ୍ଟ ପରିମାଣର ସଂରକ୍ଷଣ ବ୍ୟବସ୍ଥା ରଖିବା ପାଇଁ କହି ପାରିବେନି । ଏହି ପରିପ୍ରେକ୍ଷୀରେ ସୁପ୍ରିମକୋର୍ଟ ଯେଉଁ ରାୟ ଦେଇଛନ୍ତି ତାହା ହେଉଛି –

ଏହି ନ୍ୟାୟାଳୟ ପକ୍ଷରୁ ଦିଆଯାଇଥିବା ନିର୍ଦ୍ଦେଶ ଅନୁଯାୟୀ ରାଜ୍ୟ ସରକାର ସଂରକ୍ଷଣ ଦେବାପାଇଁ ବାଧ୍ୟ ନୁହେଁ । ଏଭଳି କୌଣସି ମୌଳିକ ଅଧିକାର ନାହିଁ ଯାହାକି ପଦୋନ୍ନତିରେ ସଂରକ୍ଷଣ ଦାବି କରିବା କଥା କହିଥାଏ । ନ୍ୟାୟାଳୟ ପକ୍ଷରୁ ପଦୋନ୍ନତିରେ ସଂରକ୍ଷଣ ଦେବାକୁ କୌଣସି ଚରମାଦେଶ ବା ମାଣ୍ଡାମସ କୌଣସି ସରକାରକୁ ଦିଆଯାଇ ପାରିବ ନାହିଁ ।

ଏକଥା ସତ୍ୟ ଯେ ଯେହେତୁ ଆଇନ ଓ ସମ୍ବିଧାନ କେତେକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟକୁ ସଂରକ୍ଷଣ ଦେବାର ପ୍ରାବଧାନ ରଖିଛନ୍ତି ତେଣୁ ନ୍ୟାୟାଳୟ ଏହି ସମ୍ପ୍ରଦାୟର ସଦସ୍ୟମାନଙ୍କର ସଂରକ୍ଷଣ ପାଇବାର ଅଧିକାରକୁ ସୁନିଶ୍ଚିତ କରାଇ ପାରିବ । କିନ୍ତୁ ଏକ ନିର୍ଦ୍ଦିଷ୍ଟ କାରଣ ପାଇଁ ଏକ ନିଦ୍ଦିଷ୍ଟ ସମ୍ପ୍ରଦାୟକୁ ସଂରକ୍ଷଣ ଦେବାକୁ କହିବାଟା ଏକ ବିପଦଜନକ ପଦକ୍ଷେପ । ସବର୍ଣ୍ଣ ଉଚ୍ଚବର୍ଗର ଲୋକଙ୍କ ଯୋଗୁଁ ନ୍ୟାୟପାଳିକା ସମ୍ଭ୍ରାନ୍ତବର୍ଗର ନିୟନ୍ତ୍ରଣରେ ରହିଥିବା ବିଷୟକୁ ଦୃଷ୍ଟିରେ ରଖି ଯଦି କୋର୍ଟ ସଂରକ୍ଷଣ ପାଇବାକୁ ଥିବା ବର୍ଗ ବାବଦରେ ସଠିକ୍ ନିୟମ କରିବାକୁ ଯାଏ ତେବେ ନ୍ୟାୟାଳୟର ପରିଣାମ କ’ଣ ହେବ ତାକୁ ଭାବି ଜଣେ ଭୟ କରିିବାକୁ ବାଧ୍ୟ ହେବ । 

ସେହିଦୃଷ୍ଟିରୁ ଦେଖିଲେ, ମୁକେଶ କୁମାର ମୋକଦମାରେ ନ୍ୟାୟାଳୟ ଯେଉଁ ରାୟ ଦେଇଛନ୍ତି ତାହା ଆଦୌ ସମସ୍ୟା ବିହୀନ ହୋଇ ନାହିଁ । ଏହି ମୋକଦମାଟି ୨୦୧୨ରେ ଉତ୍ତରାଖଣ୍ଡର ହରିଶ ରାୱତ ନେତୃତ୍ୱାଧୀନ କଂଗ୍ରେସ ସରକାରର ବିବାଦାସ୍ପଦ ଫୈସଲାକୁ ନେଇ ହୋଇଥିଲା ଯେଉଁଥିରେ ସରକାର ଅନୁସୂଚିତ ଜାତି ଏବଂ ଜନଜାତିର ଲୋକମାନଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥା ନକରି ସରକାରୀ କର୍ମଚାରୀମାନଙ୍କର ପଦୋନ୍ନତି କରାଇ ଦେଇଥିଲେ । ଏହି ଘଟଣାର କିଛି ଦିନ ପୂର୍ବରୁ ଉତ୍ତରାଖଣ୍ଡ ହାଇ କୋର୍ଟ ପକ୍ଷରୁ ପଦୋନ୍ନତିରେ ସଂରକ୍ଷଣ ନ ଦେବାକୁ ରାୟ ଦିଆଯାଇଥିଲା ।   ହାଇକୋର୍ଟ ଏଭଳି ରାୟ ଦେବାର କାରଣ ଥିଲା ଯେ ସୁପ୍ରିମକୋର୍ଟ ପକ୍ଷରୁ ଏମ ନଗରାଜ ଏବଂ ଅନ୍ୟ ବନାମ ଭାରତ ସରକାର ଏବଂ ଅନ୍ୟ ମାମଲା(୨୦୦୬)ରେ ଯେଉଁ ନିଷ୍ପତ୍ତି ଦିଆଯାଇଥିଲା ତାହାକୁ ରାଜ୍ୟ ସରକାର ପାଳନ କରି ନ ଥିଲେ । ଯଦିଓ ସରକାରୀ ଚାକିରୀରେ ଅନୁସୂଚିତ ଜାତି ଓ ଜନଜାତିଙ୍କର ପ୍ରତିନିଧିତ୍ୱ ବହୁତ କମ୍ ତଥାପି ରାଜ୍ୟ ସରକାର ସରକାରୀ କର୍ମଚାରୀମାନଙ୍କୁ ପଦୋନ୍ନତି ଦେଲା ସମୟରେ ଏହି ସମ୍ପ୍ରଦାୟ ପାଇଁ ସଂରକ୍ଷଣ ଦିଆଯିବା କଥାକୁ ଧ୍ୟାନ ଦେଇ ନ ଥିଲେ ।

୨୦୧୮ରେ ହୋଇଥିବା ଜର୍ଣ୍ଣେଲ ସିଂହ ବନାମ ଲକ୍ଷ୍ମୀନାରାୟଣ ଗୁପ୍ତା ମୋକଦମାରେ କୁହା ଯାଇଥିଲା ଯେ ଅନୁସୂଚିତ ଜାତି ଓ ଜନଜାତିଙ୍କ ପାଇଁ ଯଦି ସରକାରୀ ଚାକିରୀରେ ଉପଯୁକ୍ତ ପ୍ରତିନିଧିତ୍ୱ ହୋଇ ନ ଥିବ ତେବେ ସରକାର ପଦୋନ୍ନତିରେ ସଂରକ୍ଷଣ ରଖି ପାରିବେ । କିନ୍ତୁ ଯେତେବେଳେ ତଥ୍ୟ ଦର୍ଶାଉଥିବ ଯେ ଏହି ସମ୍ପ୍ରଦାୟ ଗୁଡିକର ପ୍ରତିନିଧିତ୍ୱ ବହୁତ କମ ହୋଇଛି ସେତେବେଳେ ସରକାର ସଂରକ୍ଷଣ ଦେବାକୁ ମନା କରି ପାରିବେକି? କୋର୍ଟ ସମୁଖରେ ଏହି ପ୍ରଶ୍ନଟିକୁ ହିଁ ରଖାଯାଇଥିଲା । ଯାହାକି ଏହି ଘଟଣାରେ ଥିବା ସୁକ୍ଷ୍ମ ଫରକଟିକୁ ଛାଡି ଦେଇଥିଲା ।

ଏହି ମୂଳ ପ୍ରଶ୍ନଟିରତ୍ତଉତ୍ତର ରଖିବାକୁ ଯାଇ ପଦୋନ୍ନତିରେ ସଂରକ୍ଷଣ ନଦେବା ପାଇଁ ନିଷ୍ପତ୍ତି କରିଥିବା ଉତ୍ତରାଖଣ୍ଡ ସରକାରଙ୍କୁ ଦାୟୀ କରିବାକୁ ନ୍ୟାୟାଳୟ ଏକ ରକମ ନିର୍ଭରଶୀଳ ବା ବାଧ୍ୟ ହୋଇ ଯାଇଥିଲେ । ଉତ୍ତରାଖଣ୍ଡ ସରକାରଙ୍କୁ ଏହି ସରଳ ପ୍ରଶ୍ନଟି ପଚାରି ଏହି ସମସ୍ୟାର ସମାଧାନ କରାଯାଇ ପାରିଥାଆନ୍ତା ଯେ ସରକାରୀ ଚାକିରୀରେ ଏସସି/ଏସଟିଙ୍କର ଏତେ କମ ପ୍ରତିନିଧିତ୍ୱ ଥିବା ସତ୍ତ୍ୱେ ସେ ଚାକିରୀରେ ସଂରକ୍ଷଣ ପାଇଁ ଚିନ୍ତା କରି ନ ଥିଲେ କାହିଁକି? ଏହା ଅଯୌକ୍ତିକ ଲାଗେ ଯେ ଯେତେବେଳେ ତଥ୍ୟ ନ ଥିବା କାରଣରୁ ସଂରକ୍ଷଣକୁ ମନା କରାଯାଇଥାଏ, ସେତେବେଳେ ପର୍ଯ୍ୟାପ୍ତ ତଥ୍ୟ ଥିବା ବିଷୟ  ସଂରକ୍ଷଣ ଦେବାପାଇଁ ପର୍ଯ୍ୟାପ୍ତ ହୁଏ ନାହିଁ ।  ଏହି ମୋକଦମାଟି  ଯେତେବେଳେ କୋର୍ଟରେ କାହାରି ଜଣକର ମୋକଦମା ହୋଇ ରହି ନ ଥିଲା  ସେତେବେଳେ କୋର୍ଟ ଉତ୍ତରାଖଣ୍ଡ ସରକାରକୁ ନିର୍ଦ୍ଦେଶ ଦେବାର ଥିଲା ଯେ ସରକାର ନିର୍ଦ୍ଦିଷ୍ଟ ସମ୍ପ୍ରଦାୟକୁ ନିର୍ଦ୍ଦିଷ୍ଟ ପରିମାଣର ସଂରକ୍ଷଣ ଦିଅନ୍ତୁ, ଯଦି ପଦୋନ୍ନତି ନ ଦିଆଯିବା ବିଷୟକୁ ଏକ ନିଦାନ ଭାବେ ଗ୍ରହଣ କରାଯାଇଥିଲା ତେବେ ଯେତିକି ତଥ୍ୟ ଥିଲା ସେତିକିରେ ଏହା କରାଯାଇ ପାରିଥାଆନ୍ତା । ତେଣୁ କୋର୍ଟ ପକ୍ଷରୁ ଉତ୍ତରାଖଣ୍ଡ ସରକାରକୁ ଏହାର ୨୦୧୨ର  ନିଷ୍ପତ୍ତିର ଔଚିତ୍ୟ ପ୍ରମାଣ କରିବାକୁ ନିର୍ଦ୍ଦେଶ ଦିଆଯିବା ଉଚିତ୍ । ଉତ୍ତରାଖଣ୍ଡ ସରକାରକୁ କହିବା ଉଚିତ୍ ଯେ ଏହା ପଦୋନ୍ନତିରେ ସଂରକ୍ଷଣ ଦେବାକୁ ମନା କରିବାର କାରଣଟି କ’ଣ । ଯଦି ସରକାର ଏହା କରି ନପାରିବେ ତେବେ ଏହାକୁ ପୁନର୍ବିଚାର ପାଇଁ ପଠାଯିବା ଆବଶ୍ୟକ ।

ଦୁର୍ଭାଗ୍ୟର କଥା ହେଉଛି ଯେ ଏ ବିଷୟରେ କୋର୍ଟ ପକ୍ଷରୁ କୌଣସି ପ୍ରଶ୍ନ ପଚରା ଯାଇନାହିଁ କି ଉତ୍ତରାଖଣ୍ଡ ସରକାର କୌଣସି ଉତ୍ତର ରଖି ନାହାନ୍ତି । ଏଠାରେ ଯେଉଁ ବିଷୟଟି ଅକୁହା ହୋଇ ରହିଯାଉଛି ତାହା ହେଉଛି ଯେ ପଦୋନ୍ନତିରେ ସଂରକ୍ଷଣ ଦିଆ ନ ଯିବାଟା ଏକ ଅଘୋଷିତ ମାନଦଣ୍ଡ ଭାବେ ସ୍ୱୀକାର୍ଯ୍ୟ ହୋଇ ସାରିଛି ତେଣୁ ଏବେ ଅନୁସୂଚିତ ଜାତି/ଜନଜାତିର ଲୋକମାନଙ୍କୁ ପ୍ରମାଣ କରିବାକୁ ହେବ ଯେ ସେମାନେ କାହିଁକି ଏହି ପଦୋନ୍ନତି ପାଇବାକୁ ହକଦାର୍ । ସମ୍ଭ୍ରାନ୍ତ/ବ୍ରାହ୍ମଣବାଦୀ ‘ମେଧା’ ଆଧାରିତ ଏହି ଧାରଣା ସମ୍ବିଧାନ ପ୍ରଦତ୍ତ ‘ସମାନତା’ କୁ ନ୍ୟୁନ କରିଥାଏ ।

ମୁକେଶ କୁମାରଙ୍କ ଘଟଣା ଆଦିବାସୀ ଓ ଦଳିତଙ୍କ ମାମଲାରେ ନ୍ୟାୟାଳୟର ଅସମ୍ବେଦନଶୀଳତାର ପ୍ରଦର୍ଶନ କରୁଛି । ରାଜ୍ୟ ସରକାର ଅତି ସହଜ ଭାବରେ କହିଦେଲେ ଯେ ସେ ପଦୋନ୍ନତିରେ ସଂରକ୍ଷଣ ଦେବାକୁ ଚାହିଁଲେ ନାହିଁ । କିନ୍ତୁ ଯେତେବେଳେ ମିଳିଥିବା ତଥ୍ୟରୁ ଏହା ସ୍ପଷ୍ଟ ହୋଇ ସାରିଛି ଯେ ରାଜ୍ୟରେ ଏସସି/ଏସଟି ମାନଙ୍କର ସଠିକ୍ ପ୍ରତିନିଧିତ୍ୱ ହୋଇନାହିଁ, ସେତେବେଳେ କୋର୍ଟ ପକ୍ଷରୁ ପଚରାଗଲା ନାହିଁ ଯେ କାହିଁକି ରାଜ୍ୟ ସରକାରଙ୍କ ପକ୍ଷରୁ ଏପରି କରାଗଲା ।  ଏଥିରୁ ବୋଧ ହେଉଛି ଯେ ସଂରକ୍ଷଣ ଦିଆଯିବା ବିଷୟକୁ ସାମାଜିକ ସମାନତା ରକ୍ଷା କରିବା ପାଇଁ ରାଷ୍ଟ୍ରର ଏକ ସାମ୍ବିଧାନିକ କର୍ତ୍ତବ୍ୟ ଭାବେ ନୁହେଁ ଏହାକୁ  ରାଜ୍ୟମାନଙ୍କ ପକ୍ଷରୁ ପ୍ରଦର୍ଶନ କରାଯାଉଥିବା ଏକ ଅନୁକମ୍ପା ମାତ୍ର ଭାବରେ ଦେଖାଯାଉଛି ।

ମୁକେଶ କୁମାରଙ୍କ କ୍ଷେତ୍ରରେ ମିଳିଥିବା କୋର୍ଟ-ନିଷ୍ପତ୍ତିକୁ ରବିଦାସ ମନ୍ଦିରର ଧ୍ୱଂସ, ଜଙ୍ଗଲ ଜମିରୁ ଆଦିବାସୀଙ୍କ ବିତାଡନ, ଅନୁସୂଚିତ ଜାତି/ଜନଜାତି ଅତ୍ୟାଚାର ବିରୋଧି ଆଇନକୁ ଦୁର୍ବଳ କରାଯିବା ସହିତ ଲୋକେ ମିଶାଇ ଦେବାକୁ ବାଧ୍ୟ ।

ଯଦିଓ କୋର୍ଟଙ୍କର ଏହି ନିଷ୍ପତ୍ତି ଓ ସରକାରୀ ନିର୍ଦ୍ଦେଶକୁ ଲୋକମତର ଚାପରେ ରଦ୍ଦ କରାଯାଇ ସାରିଛି, ତଥାପି ତାହାକୁ ନ୍ୟାୟାଳୟରେ ସବର୍ଣ୍ଣମାନଙ୍କ ଆଧିପତ୍ୟ ଭାବରେ ଦେଖା ଯାଉଛି । ନ୍ୟାୟାଳୟରେ ଆଦିବାସୀ, ଦଳିତ ଓ ସଂଖ୍ୟାଲଘୁମାନଙ୍କର ଯାହାବି ପ୍ରତିନିଧିତ୍ୱ ଅଛି ତାହା ନଗଣ୍ୟ । ତେଣୁ ଏଭଳି ସଂସ୍ଥାମାନେ ସମ୍ବିଧାନ ପ୍ରଦତ୍ତ ସମାନତା ଓ ସାମାଜିକ ନ୍ୟାୟ ବ୍ୟବସ୍ଥା ପ୍ରତି ନିଷ୍ଠା ପ୍ରଦର୍ଶନ କରିବେ ବୋଲି ଆଶା କରିବାଟା ବୃଥା ବୋଲି କୁହାଯାଇପାରେ ।

Comments

(-) Hide

EPW looks forward to your comments. Please note that comments are moderated as per our comments policy. They may take some time to appear. A comment, if suitable, may be selected for publication in the Letters pages of EPW.

Biden’s policy of the “return to the normal” would be inadequate to decisively defeat Trumpism.