ISSN (Print) - 0012-9976 | ISSN (Online) - 2349-8846

ଏଲଆଇସିର ଅଂଶ ବିକ୍ରୀ

ସର୍ବସାଧାରଣରେ ଏଲଆଇସିର ପ୍ରସ୍ତାବିତ ଅଂଶ ବିକ୍ରୀ ଏକ ରାଜନୈତିକ ପଦକ୍ଷେପ ନୁହେଁ କି ?

 

The translations of EPW Editorials have been made possible by a generous grant from the H T Parekh Foundation, Mumbai. The translations of English-language Editorials into other languages spoken in India is an attempt to engage with a wider, more diverse audience. In case of any discrepancy in the translation, the English-language original will prevail.

 

ସମ୍ପ୍ରତି ଦିଆଯାଇଥିବା ବର୍ଷ ୨୦୨୦ର ବଜେଟରେ କେନ୍ଦ୍ର ସରକାର ଭାରତର ସର୍ବବୃହତ ବୀମା କମ୍ପାନୀ ଲାଇଫ ଇନ୍ସୁରାନ୍ସ କରପୋରେସନ ଅଫ ଇଣ୍ଡିଆ(ଏଲଆଇସି)ର ୧୦ ପ୍ରତିଶତ ମାଲିକାନାର ବିନେବେଶ  କରିବା ପ୍ରସ୍ତାବ ଦେଇଛନ୍ତି ଯାହାର ପ୍ରାଥମିକ ସାର୍ବଜନୀନ  ପ୍ରସ୍ତାବ ବା ଆଇପିଓକୁ ଆସନ୍ତା ଆର୍ଥିକ ବର୍ଷରେ ବଜାରକୁ ଛଡାଯିବ । ଏଥିରୁ ବୁଝା ପଡୁଛି ଯେ ସରକାରଙ୍କ ବିନିବେଶ ଏବଂ ସମ୍ପଦ ମୌଦ୍ରୀକରଣ ନୀତି ଏବଂ ଗଣମାଧ୍ୟମର ରିପୋର୍ଟ ଅନୁସାରେ ୨୦୨୧ ସୁଦ୍ଧା କେନ୍ଦ୍ର ସରକାର ଯେଉଁ ୨.୧ ଟ୍ରିଲିଅନ ଟଙ୍କାର ବିନିବେଶ ଲକ୍ଷ୍ୟ ରଖିଛନ୍ତି ତାହାର ଏକତୃତୀୟାଂଶ ଅର୍ଥର୍ ଏହି ପ୍ରସ୍ତାବ ବା ଆଇପିଓରେ ଘୋଷଣା କରାଯିବ । ଏହି ସୂଚୀରେ ଏଲଆଇସିକୁ ରଖିବା ଏହି ସରକାରର ମସ୍ତିଷ୍କ ପ୍ରସୂତ କାର୍ଯ୍ୟ ନୁହେଁ । ଏହା ପୂର୍ବରୁ ଥିବା ସରକାରମାନେ ମଧ୍ୟ ଏହି ଧାରଣା ସହିତ ଖେଳି ସାରିଛନ୍ତି, କିନ୍ତୁ ସେମାନେ ଏହାକୁ ବାସ୍ତବ ରୂପ ଦେଇ କାର୍ଯ୍ୟକାରୀ କରିବାରେ ସଂଯମ ଆଚରଣ କରିଥିଲେ । ଏଲଆଇସିର ଗଠନ ଏବଂ ନିବେଶର ଜଟିଳତା ସତ୍ତ୍ୱେ ଏପରି ସହନଶୀଳତା ପ୍ରଦର୍ଶନର କାରଣ ହେଉଛି ୧୦୦ ପ୍ରତିଶତ ସରକାରୀ କର୍ତ୍ତୃତ୍ୱରେ ରହି ଏଲଆଇସି ସବୁଦିନେ କ୍ଷତିରେ ଚାଲୁଥିବା ରାଷ୍ଟ୍ରାୟତ୍ତ ଉଦ୍ୟୋଗଗୁଡିକୁ ବଂଚାଇବାପାଇଁ ସରକାରଙ୍କର ଦୁଧିଆଳୀ ଗାଇଟିଏ ହୋଇ ରହି ଆସିଛି । ବାସ୍ତବରେ ଦେଖିଲେ, ସାଧାରଣ ବୟାନବାଜୀକୁ ବାଦ ଦେଲେ, ପୂର୍ବ ସରକାରମାନଙ୍କର ଏହି ଚିନ୍ତାଧାରାଠାରୁ ସାମ୍ପ୍ରତିକ ସରକାରର ଚିନ୍ତାଧାରାରେ ସେପରି ଅଧିକ କିଛି ଫରକ ଥିବାଭଳି ବୋଧ ହେଉନାହିଁ ।

ବାସ୍ତବରେ ନିଜର କାରବାର ପ୍ରତି ଥିବା ବିପଦକୁ ଭ୍ରୁକ୍ଷେପ ନ କରି ୨୦୧୮-୧୯ରେ ସଂର୍ଘଷରତ ଇଣ୍ଡଷ୍ଟ୍ରିଆଲ ଡେଭେଲପମେଣ୍ଟ ବ୍ୟାଙ୍କ ଅଫ ଇଣ୍ଡିଆରୁ ଏଲଆଇସି ୫୧ ପ୍ରତିଶତ ଅଂଶଧନ ହାତେଇବା ପରେ ବିଭିନ୍ନ ରାଜନୈତିକ ଦଳର ସରକାରମାନଙ୍କର ନିଗମ ପ୍ରତି ଏହାହିଁ ସର୍ବଶେଷ ଆଚରଣ ହୋଇଥାଏ । ଏବେ ଯେଉଁ ଆଂଶିକ ବିନିବେଶ କଥା କୁହାଯାଉଛି ତାହା ଏହି ସମସ୍ୟାକୁ ଦୁର କରିପାରିବ କି ନା ତାକୁ ନେଇ ଅନେକଙ୍କର ସନ୍ଦେହ ରହିଛି, କାରଣ ୧୦ ପ୍ରତିଶତ ବିନିବେଶ କରାଯିବା ପରେ ଏଲଆଇସିରେ ସରକାରଙ୍କର ୯୦ ପ୍ରତିଶତ ପୁଂଜି ରହିବ । ଯଦିଓ ଜାତୀୟ ସମ୍ପତ୍ତିର ମୌଦ୍ରୀକରଣ ବା ବିକ୍ରୀ କିଛି ନୂଆ କଥା ନୁହେଁ, କିନ୍ତୁ ଦେଶର ସଂକଟଗ୍ରସ୍ତ ଅର୍ଥନୀତିର ସାମ୍ପ୍ରତିକ ଅବସ୍ଥାକୁ ନିର୍ଲଜଙ୍କ ପରି ସ୍ୱୀକାର ନକରିବା ଯୋଗୁ ସାମ୍ପ୍ରତିକ ସରକାରରେ ବିପଦ ସୃଷ୍ଟି ହେଉଛି । ସରକାର କେବଳ ଆତ୍ମନିର୍ଭରଶୀଳ ତଥା ଲାଭରେ ଚାଲୁଥିବା ରାଷ୍ଟ୍ରାୟତ୍ତକମ୍ପାନୀଗୁଡିକର ଦୋହନ ଏବଂ ରାଷ୍ଟ୍ରାୟତ୍ତ ଉଦ୍ୟୋଗଗୁଡିକୁ ଅଧିକ ଅଣନିଶ୍ୱାସୀ କରିବା ଅବସ୍ଥାରେ ରହିଛି। ନିଜ ଅସାବଧାନତା ପାଇଁ ଦେଶର ଅର୍ଥନୀତିର ଜବରଦସ୍ତ କୂପରିଚାଳନାରୁ ବଞ୍ଚିବାକୁ ଜାତୀୟ ସମ୍ପତ୍ତିର ମୌଦ୍ରୀକରଣ କରାଯାଉଛି ।

ଇତ୍ୟବସରରେ ଯୁକ୍ତିଛଳରେ ଏକଥା କୁହାଯାଇପାରେ ଯେ ଏଲଆଇସିର ଆଇପିଓ ଜାରୀ କରିବାଟା ୧୯୫୬ ମସିହାରେ ଯେଉଁ ଭାରତୀୟ ଜୀବନବୀମା ଆଇନ କରାଯାଇଥିଲା ତାର ଏକ ଆକସ୍ମିକ ସଂଶୋଧନ କିନ୍ତୁ ଏହାକୁ ନେଇ ଏବେ ବିଭିନ୍ନ ସ୍ତରରେ ଯେଉଁ ଚିନ୍ତା ପ୍ରକଟ କରାଯାଉଛି ତାହାକୁ କେତେକ କାରଣରୁ ଏତେ ସହଜରେ ଏଡାଇ ଦେଇ ହେବ ନାହିଁ । ପ୍ରଥମ କଥାଟି ହେଉଛି, କେତେକ ରାଜନୈତିକ ଦଳ ଯଦିଓ ବିଶ୍ୱାସ କରୁଛନ୍ତି ଯେ ଏଲଆଇସି ହେଉଛି ସାଧାରଣ ଲୋକଙ୍କର ପଇସା ଜମା ରଖିବାର ଏକ ସହଜ ବ୍ୟବସ୍ଥା ତଥାପି ସେମାନେ ଏହି ସଂଶୋଧନକୁ ବିରୋଧ କରିବେ କି ନାହିଁ ତାହାକୁ ନେଇ ଚିନ୍ତା ବୃଦ୍ଧି ପାଉଛି । ବିଶେଷକରି ଯେତେବେଳେ ଦେଶର ଅର୍ଥନୀତିରେ ସମସ୍ୟା ସୃଷ୍ଟି ହୋଇଥାଏ ସେତେବେଳେ ଦେଶର ସରକାରମାନେ ସାଧାରଣତଃ ଏଲଆଇସି ଉପରେ ଆଖି ପକାଇବାର ଇତିହାସ ରହିଛି । ଆହୁରି ମଧ୍ୟ ଚଳିତ ସରକାରର ଇତିହାସକୁ ଦେଖିଲେ ଏହା ସଂସଦରେ ଏଲଆଇସି ସଂଶୋଧନ ବିଲକୁ ପାରିତ କରାଇବାରେ ସେପରି ସମସ୍ୟାର ସମ୍ମୁଖୀନ ହେବେ ବୋଲି ଆଶା କରାଯାଉନାହିଁ । ପୁଣି ଏହା ଏକ ବିତ୍ତ ବିଧେୟକ ମଧ୍ୟ ନୁହେଁ । କିନ୍ତୁ ଯାହା ଏବେ ଚିନ୍ତାର ବିଷୟ ପାଲଟିଛି ତାହା ହେଉଛି ଏହି ସଂଶୋଧନ ସଂସଦରେ ପାରିତ ହୋଇଯିବା ପରେ ଯେଉଁମାନେ ଏଲଆଇସିରେ ଅର୍ଥ ଜମା କରିଛନ୍ତି ସେହି ବୀମାଧାରକ ମାନଙ୍କର କ’ଣ ହେବ?

ସାଙ୍ଗଠନିକ ଦୃଷ୍ଟିରୁ ଦେଖିଲେ, ଏହି ଆଇପିଓରୁ ଯେତିକି ଆଶାଜନକ ଲାଭ ମିଳିବ ବୋଲି ଆଶା କରାଯାଉଛି,  ସେଥିରେ ଅନ୍ୟାନ୍ୟ ବିଷୟ ମାନଙ୍କ ବ୍ୟତୀତ ଏଲଆଇସିର ବାସ୍ତବିକ ମୂଲ୍ୟାୟନ ( ୧୦୦ କୋଟି ଟଙ୍କାର ପୁଂଜି ଓ ୩୨ ଲକ୍ଷ କୋଟି ଟଙ୍କାର ମୂଳ ସମ୍ପତ୍ତି) ମୂଳ ବିଷୟବସ୍ତୁ ହେବ ।  ଯେତେବେଳେ ସରକାରଙ୍କ ପକ୍ଷରୁ ଏହାର ପୁଂଜିର ପୁର୍ନବିନ୍ୟାସ କରାଯାଇ ନାହିଁ, ସେତେବେଳେ ଏହାର ମୂଲ୍ୟାୟନ କିପରି କରାଯାଉଛି ଓ ଯେଉଁମାନେ ଏଥିରେ ଅର୍ଥ ଜମା ରଖିଛନ୍ତି ସେମାନଙ୍କ ବିଷୟରେ କ’ଣ ନିଷ୍ପତ୍ତି ହେଉଛି ତଥା ନୂତନ ଅଂଶଧାରକ(ଇନସିଓରର/ବୀମାକର୍ତ୍ତା)ଙ୍କର ଆର୍ଥିକ ସ୍ଥିତି କିପରି ଅଛି ଏ ସବୁକଥା ପ୍ରତି ଦୃଷ୍ଟି ରଖିବାକୁ ହେବ ଯାହାକି ଗୋଟିଏ ଆଇପିଓ ପାଇଁ ଅନେକଟା ଆବଶ୍ୟକ । ଦ୍ୱିତୀୟରେ ଆଇପିଓରେ ଏକଥା ପ୍ରତି ମଧ୍ୟ ଧ୍ୟାନ ରଖିବାକୁ ହେବ ଯେ ଏକ ନିଗମ ଭାବରେ ଏଲଆଇସିର ବର୍ତ୍ତମାନ ସ୍ଥିତିରେ ପରିବର୍ତ୍ତନ ଆଣିବାକୁ ହେବ, ଯା ଫଳରେ ଅତିରିକ୍ତ ବିସ୍ତାର ଓ ସଂପ୍ରଭୁତାର ଗ୍ୟାରେଣ୍ଟି ସହିତ ଏଲଆଇସିର ବୀମାଧାରକମାନେ ନୂତନ ବୀମାକର୍ତ୍ତା ବା ଅଂଶଧାରକଙ୍କ ଉପରେ ବିଶ୍ୱାସ ରଖି ପାରିବେ ।

ପାଖାପାଖି ଗତ ସତୁରୀ ବର୍ଷ ଧରି ଏଲଆଇସି ମୂଳତଃ ଏକ ଭାଗିଦାରୀ ବ୍ୟବସ୍ଥା ଭିତରେ ଚାଲିଆସିଛି । ପୂର୍ବରୁ ବୀମା ଆଇନ୍‌-୨୦୧୧ରେ କରାଯାଇଥିବା ସଂଶୋଧନରେ ବ୍ୟବସ୍ଥା ରଖାଯାଇଥିଲା ଯେ ଅଂଶଧାରକଙ୍କର ଅଂଶରେ ବୀମାକର୍ତ୍ତାଙ୍କ ଫାଇଦା ୧୦ ପ୍ରତିଶତରୁ ଅଧିକ ହେବ ନାହିଁ,  ସରକାର ଏଲଆଇସିର ଅତିରିକ୍ତ ଧନର ୧୦ ପ୍ରତିଶତ ହିଁ ନେଇ ପାରିବେ । ଏହା ସତ୍ତ୍ୱେ ୨୦୧୩ରୁ ଏଲଆଇସି ଏହାର ଅତିରିକ୍ତ ଧନର ୫ ପ୍ରତିଶତ ଏହାର ଅଂଶଧାରକ ବା କେନ୍ଦ୍ର ସରକାରକୁ ଦେଇ ଆସୁଥିଲା । ବାକି ୯୫ ପ୍ରତିଶତ ନିଗମ ଏହାର ବୀମାଧାରକମାନଙ୍କୁ ବୋନସ ଆକାରରେ ଦେଇ ଆସୁଥିଲା । ଆଇପିଓରେ ଅଂଶଧାରକଙ୍କ ସାମର୍ଥ୍ୟରେ ପରିବର୍ତ୍ତନ ଆସିବା ସହିତ ବୀମାଧାରକମାନଙ୍କ ବୋନସ ଅର୍ଥରେ ଅଂଶଧାରକମାନଙ୍କର ମୁନାଫା ବଢାଯିବାର ଆଶଂକାକୁ ଏଡାଇ ଦିଆଯାଇ ନ ପାରେ । ସର୍ବୋପରି ସାର୍ବଭୌମ ନିଶ୍ଚିତତାରେ ଯେ କୌଣସି ହସ୍ତକ୍ଷେପ ଏଲଆଇସି ସଂସ୍ଥା ପ୍ରତି ବୀମାଧାରକମାନଙ୍କର ଥିବା ବିଶ୍ୱାସକୁ କ୍ଷତିଗ୍ରସ୍ତ କରିବ ।

ଗତ ପାଞ୍ଚବର୍ଷ ମଧ୍ୟରେ ଏଲଆଇସିର ଆୟବ୍ୟୟ  ହିସାବରୁ ଜଣାପଡିଛି ଯେ ଏହାର ମୋଟ ଆୟର ୬୦ ପ୍ରତିଶତ ଅର୍ଥ ପ୍ରିମିୟମ ଆୟରୁ ଆସିଛି ଏବଂ ଏହାର ଆୟର ୯୦ ପ୍ରତିଶତ ଅର୍ଥ ବୀମା ଅର୍ଥ ପ୍ରଦାନ କରିବାରେ ଖର୍ଚ୍ଚ କରାଯାଇଛି ।  ଯାହା ଫଳରେ ସଂସ୍ଥାର ମୁନାଫା ସେତେ ଅଧିକ ହେଉ ନ ଥିଲା । ଏହି ପରିପ୍ରେକ୍ଷୀରେ ବ୍ୟବସାୟ ପରିଚାଳନାରେ ବୁଦ୍ଧିମାନୀ ପ୍ରଦର୍ଶନ ନକଲେ ବୀମାଧାରକମାନେ ହିଁ ସବୁଠାରୁ ଅଧିକ ଅସୁବିଧାରେ ପଡିବେ । ଗତ ୫ ବର୍ଷ  ମଧ୍ୟରେ ଯେତେବେଳେ ଏହାର ପ୍ରିମିୟମ ଆୟକୁ ମୂଳ ଆୟରେ ସୀମିତ କରି ଦିଆଯାଏ ସେତେବେଳେ ଷ୍ଟକ ବଜାରରେ ଏହାର ମୂଲ୍ୟ କମିଥାଏ । ଏହା ଯଦି ରାଜନୀତି ପ୍ରେରିତ ହୁଏ ଯାହାକି ବୀମାକର୍ତ୍ତାଙ୍କ ନିବେଶ ନୀତିରେ ଦେଖାଯାଇ ସାରିଛି ତାହାହେଲେ ଆମକୁ ପ୍ରସ୍ତାବିତ ଆଇପିଓ ପ୍ରତି ସତର୍କ ରହିବାକୁ ହେବ ।

 

 

 

Back to Top