ISSN (Print) - 0012-9976 | ISSN (Online) - 2349-8846

ପ୍ରତିଶୃତିବଦ୍ଧ ସାମ୍ବିଧାନିକତା

.

The translations of EPW Editorials have been made possible by a generous grant from the H T Parekh Foundation, Mumbai. The translations of English-language Editorials into other languages spoken in India is an attempt to engage with a wider, more diverse audience. In case of any discrepancy in the translation, the English-language original will prevail.

 

ଏବେ ପର୍ଯ୍ୟନ୍ତ, ସାଧାରଣ ଭାବେ ବୁଝିବାକୁ ହେଉଥିଲା ଯେ ଭାରତୀୟ ସମ୍ବିଧାନ ଗୋଟିଏ ସାଧାରଣ ପୁସ୍ତକ ନୁହେଁ ଏହା ଏକ ଗୁରୁତ୍ୱପୂର୍ଣ୍ଣ ନିୟାମକ ନଥି ଓ ଏହାର ଗୁରୁତ୍ୱ ୧୯୫୦ ମସିହା ଜାନୁଆରୀ ୨୬ ତାରିଖରୁ ଅଧିକ ହେଲା । ଏକଥା ମଧ୍ୟ ସତ୍ୟ ଯେ ଏହି ଦିନ ଦିଲ୍ଲୀର ବିଜୟ ପଥରେ ପ୍ରଦର୍ଶିତ ହୋଇଥିବା ସୁଦୃଶ୍ୟ   ସାମରିକ ଶକ୍ତିର ପ୍ରଦର୍ଶନକୁ ଦେଖି ଦେଶର ନାଗରିକଙ୍କ ମନରେ ବିଶ୍ୱାସ ଆସିଥିଲା ଯେ ଭାରତର ସାମରିକ ଶକ୍ତି ସେମାନଙ୍କୁ ବାହ୍ୟ ଶତୃଙ୍କ ଆକ୍ରମଣରୁ ରକ୍ଷା କରି ପାରିବ ।  ତର୍କ ଅନୁଯାୟୀ ସାମ୍ବିଧାନିକ ନୀତି ବା ଦିଶା ନିର୍ଦ୍ଦେଶ ଗୁଡିକ ଆମମାନଙ୍କ ଭିତରୁ କେତେକଙ୍କୁ  ସୁନ୍ଦର ମନେ ହୁଏ ନାହିଁ । ଯଦିଓ ଏହାର ଅର୍ଥ ନୁହେଁ ଯେ ଆମର ସମ୍ବିଧାନ ସହିତ ଆଦୌ ସମ୍ପର୍କ ନାହିଁ । କହିବା ବାହୁଲ୍ୟ ଯେ ସମ୍ବିଧାନ ସହିତ ଆମର ସମ୍ପର୍କ ଏହା ଆମକୁ ଦେଉଥିବା ଶିକ୍ଷା ଯାହାକୁ କି ଆମ ସ୍କୁଲ, କଲେଜ ଏବଂ ବିଶ୍ୱବିଦ୍ୟାଳୟରେ ମଧ୍ୟ ପାଠ୍ୟକ୍ରମରେ ସାମିଲ କରାଯାଇଛି ରୁ ଦୃଶ୍ୟମାନ ହୋଇଥାଏ । ସେହିପରି କେନ୍ଦ୍ର ଓ ରାଜ୍ୟ ସ୍ତରରେ ଯେତେବେଳେ ମନ୍ତ୍ରୀମାନେ ମନ୍ତ୍ରୀମଣ୍ଡଳରେ ସାମିଲ ହେବା ପାଇଁ ଶପଥ ନେଇଥାଆନ୍ତି ସେହି ସବୁ ଉତ୍ସବରୁ ମଧ୍ୟ ଆମକୁ ଆମର ସମ୍ବିଧାନ ଦେଉଥିବା ଆହ୍ୱାନ ବିଷୟରେ ଆଭାସ ମିଳେ । ସେହିପରି ବିଭିନ୍ନ ସରକାରୀ କାର୍ଯ୍ୟାଳୟରେ କାର୍ଯ୍ୟରତ ଅଧିକାରୀମାନଙ୍କ ପାଇଁ ମଧ୍ୟ ଏହି ସବୁ ଶପଥ ଗ୍ରହଣ  ଉତ୍ସବ ଓ ସମ୍ବିଧାନର ଅନେକ ମହତ୍ୱ ରହିଛି । ଶପଥ କରାଇବା ଓ ଶପଥ ଗ୍ରହଣ କାର୍ଯ୍ୟକ୍ରମ ଯେତେବେଳେ ଆବଶ୍ୟକ ହୁଏ କରାଯାଇଥାଏ । କିନ୍ତୁ ଏହାର ନୈତିକ ନିଷ୍ଠା କଥାଟି ଯାହା ଏହି ସବୁ ଶପଥ ଗ୍ରହଣ ବେଳେ ଦେଖିବାକୁ ମିଳିଥାଏ, କେବଳ ବ୍ୟକ୍ତି କ୍ଷେତ୍ରରେ ଆଇନଗତ ସ୍ତରରେ ଘଟେ ।

ଏହି ପୃଷ୍ଠଭୂମିରେ, ବିଭିନ୍ନ ସ୍ଥାନରେ, ବିଭିନ୍ନ ଉତ୍ସବ, ପ୍ରତିବାଦ ସଭାମାନଙ୍କରେ  ଆୟୋଜିତ ଗଣ-ଶପଥ କାର୍ଯ୍ୟକ୍ରମରେ କରାଯାଉଥିବା ଶପଥଗ୍ରହଣ ଉତ୍ସବ ଉପରେ ଆମେ ଧ୍ୟାନ ଦେବା ଉଚିତ୍ ।  ନାଗରିକମାନେ ମଧ୍ୟ ସମ୍ବିଧାନରେ ଦିଆ ଯାଇଥିବା ସାର୍ବଜନୀନ ନୀତିଗୁଡିକ ପ୍ରତି ନିଜର ନିଷ୍ଠା ପ୍ରଦର୍ଶନପୂର୍ବକ ଶପଥ ଗ୍ରହଣର ଏହି ପବିତ୍ର ମାର୍ଗଟିକୁ ନିଜର କରିବାକୁ ଉଦ୍ୟମ କରୁଛନ୍ତି । ଦେଶର ସେହି ସବୁ ସରକାରୀ ଅନୁଷ୍ଠାନ  ଯେଉଁମାନେ ଦେଶର ଗଣତାନ୍ତ୍ରିକ ପରମ୍ପରାଗୁଡିକୁ ସୁଦୃଢ କରିବାପାଇଁ ଥିବା ସେମାନଙ୍କର କର୍ତ୍ତବ୍ୟ କରୁ ନାହାନ୍ତି ସେମାନଙ୍କ ପାଇଁ ଶପଥଗ୍ରହଣ ପ୍ରତି ଧ୍ୟାନ ଦେବାର ଅନେକ ଆବଶ୍ୟକତା ରହିଛି । ସରକାରଙ୍କ ମୁଖପାତ୍ରମାନଙ୍କୁ ଯଦି ସିଧାସଳଖ ପଚରାଯାଏ ଯେ ସେମାନେ ସେମାନଙ୍କ ସାମ୍ବିଧାନିକ  କର୍ତ୍ତବ୍ୟ  କରୁଛନ୍ତି କି ନାହିଁ, ସେମାନେ ସକାରାତ୍ମକ ଉତ୍ତର ଦେଇଥାଆନ୍ତି । ସେମାନେ କହିଥାଆନ୍ତି ଯେ ଶାସନରେ ଥିବା ସରକାର ନିଷ୍ଠାର ସହିତ  ସମ୍ବିଧାନକୁ ପାଳନ କରିବାପାଇଁ ପ୍ରସ୍ତୁତ । ସେମାନେ ଏକଥା ମଧ୍ୟ କହିବେ ଯେ ସେମାନେ ସମ୍ବିଧାନ ପ୍ରତି ନିଷ୍ଠାବାନ ରହିବାପାଇଁ ଶପଥ ନେଇଛନ୍ତି ।

ଏହି ଶପଥପାଠରେ ସମ୍ବିିଧାନ ପ୍ରଦତ୍ତ ନିର୍ଦ୍ଦେଶ ପାଳନ କରିବାର ଶପଥ ନିଆଯାଇ ସେହି ଅନୁଯାୟୀ କାର୍ଯ୍ୟ  କରିବାକୁ ହୋଇଥାଏ ।  କିନ୍ତୁ ସମ୍ପ୍ରତି ଶପଥପାଠ ବିଷୟଟି ଏକ ପବିତ୍ର କାର୍ଯ୍ୟ ହିସାବରେ ସଂଗଠିତ ସଂସ୍ଥାଗତ ପରିସରରୁ ବାହାରିଯାଇ ଏବେ ଅନେକ ଭାରତୀୟ ସହରର ସଡକ ଉପରକୁ ଆସି ଗଲାଣି । ଏହି ପବିତ୍ର କାର୍ଯ୍ୟଟି ସମ୍ପ୍ରତି  ସାମୂହିକ କାର୍ଯ୍ୟକ୍ରମର ରୂପରେଖ ଧାରଣ କଲାଣି । ଏହି ସାମୂହିକ ଶପଥ ଗ୍ରହଣ ତିନୋଟି ନୈତିକ କାରଣରୁ ଗୁରୁତ୍ୱପୂର୍ଣ୍ଣ । ପ୍ରଥମତଃ ଏହାକୁ ଏକ ନୈତିକ ବୟାନ ଭାବରେ  ବା ନୈତିକ ନିଷେଧାଦେଶ ରୁପରେ ଆପଣାଯାଇ ସାମ୍ବିଧାନିକ ନୀତିଗୁଡିକୁ ସମ୍ପୂର୍ଣ୍ଣ ନିଷ୍ଠାପରତାର ସହିତ ପାଳନ କରିବାର ନୈତିକନାକୁ ପ୍ରଦର୍ଶନ କରିଥାଏ । ତେଣୁ ଶପଥ ଗ୍ରହଣ କରିବା ସମ୍ପୃକ୍ତ ଅଧିକାରୀ ମାନଙ୍କ ପାଇଁ ଏକ ସ୍ମରଣପତ୍ର ସାଜିଥାଏ । ଦ୍ୱିତୀୟରେ କୌଣସି ଅତିରିକ୍ତ ଧାର୍ମିକ ଦଫା ନଥାଇ ଅନ୍ତର୍ଭୁକ୍ତି ନାଗରିକତା ପାଇଁ ଚାଲିଥିବା ନୈତିକ ପ୍ରତିବାଦ କାହାରି ବାହ୍ୟପ୍ରୋତ୍ସାହନର ଆବଶ୍ୟକତାକୁ ପ୍ରତିକ୍ଷା ନକରି ଚାଲିଛି ।  ଏହି ଦୃଷ୍ଟିରୁ ଦେଖିଲେ, ଏହି ପବିତ୍ର କାର୍ଯ୍ୟଟି ଆତ୍ମ-ସମ୍ମାନର ନୈତିକ ଶକ୍ତି ଉପରେ ପର୍ଯ୍ୟବେସିତ ହୋଇଥାଏ । ତୃତୀୟରେ ନୈତିକ ଝଟକାରୂପେ ନିଆଯାଉଥିବା ସାମୂହିକ ଶପଥ ଏକ ସାମ୍ବିଧାନିକ ସମ୍ପ୍ରଦାୟର ସୃଜନ ବିଷୟରେ ସୂଚନା ଦେଉଛି । ସମ୍ବିଧାନ ପ୍ରତି ନିଷ୍ଠାପର ରହିବାର ଶପଥ ମଣିଷମାନଙ୍କ ମଧ୍ୟରେ ଗଣତାନ୍ତ୍ରିକ ସଚେତନତାକୁ ସୁଦୃଢ କରିବା ପ୍ରକ୍ରିୟାକୁ ଅଧିକ ମଜବୁତ କରିଥାଏ ।

ଏକ ସାମ୍ବିଧାନିକ ସମ୍ପ୍ରଦାୟ ସୃଷ୍ଟିର ସମ୍ଭାବନା ସମ୍ବିଧାନିକ ମଣିଷ ବା ସମ୍ବିଧାନ ପ୍ରତି ବିଶ୍ୱସ୍ତ ମଣିଷମାନଙ୍କୁ ଅଧିକ ସଂକଳ୍ପିତ ଭାବରେ ବାନ୍ଧି ରଖିବାର ସମ୍ଭାବନାକୁ ଜନ୍ମ ଦେଇଥାଏ । ଏହା ମଧ୍ୟ ଛଳନାର ଉପାଦାନ ଯେଉଁଗୁଡିକ ଶପଥର ପବିତ୍ରତା ଓ ମର୍ମକୁ ଅଲଗା କରିବା କାର୍ଯ୍ୟ କରିଥାଆନ୍ତି ସେଗୁଡିକୁ ଅଲଗା କରି ଦେଇଥାଏ । ଏହା କହିବା ଅନାବଶ୍ୟକ ଯେ ଛଳନା ହେଉଛି ଶପଥଗ୍ରହଣ କାର୍ଯ୍ୟକ୍ରମଟି ପାଇଁ ଏକ ଦୁର୍ବଳ କଡି ଓ ଏହା ଏହାର ମର୍ମ ତଥା ପବିତ୍ରତାକୁ ବିପଦରେ ପହୁଁଚାଇଥାଏ ।  ସମ୍ବିଧାନ ପାଇଁ ଶପଥ ନେବା ଗଣତନ୍ତ୍ର ତଥା ସାମ୍ବିଧାନିକ ସମ୍ପ୍ରଦାୟ ପାଇଁ ଏକ ପ୍ରତିଜ୍ଞା ସ୍ୱରୂପ କାର୍ଯ୍ୟ କରିଥାଏ । ଏକଥା ଦେଖିବା ପାଇଁ ହୁଏତ ଆଉ ବିଳମ୍ବ ନାହିଁ ଯେ  ଖୁବ ଶୀଘ୍ର ନିଆଯିବାକୁ ଥିବା ଗଣଶପଥ କାର୍ଯ୍ୟକ୍ରମରେ ସାମ୍ବିଧାନିକ ଆକାଂକ୍ଷା ଦେଶର ପ୍ରତିବାଦକାରୀମାନଙ୍କ ପାଇଁ ଏକ ଗ୍ୟାରେଣ୍ଟି ହୋଇ ଛିଡା ହେବ ।  ସମ୍ବିଧାନ ପାଇଁ ଶପଥ ସାମ୍ବିଧାନିକ ସଚେତନଶୀଳତାକୁ ସର୍ବାଗ୍ରେ ରଖିôବା ପାଇଁ ସୃଷ୍ଟ ଏକ ସମ୍ଭାବନା ରୂପେ ଦେଖା ଦେଇଥାଏ ।   ବାସ୍ତବରେ ଏହି ନୂତନ କାର୍ଯ୍ୟକ୍ରମର ସୂତ୍ରପାତ ହେଉଛି ପ୍ରତିଶୃତିବଦ୍ଧ ସାମ୍ବିଧାନିକତାର ଏକ ଅଂଶ । ସମ୍ବିଧାନକୁ ନେଇ ଚାଲୁଥିôବା ସାଧାରଣ ଆଲୋଚନା, ଶପଥଗ୍ରହଣ ମାଧ୍ୟମରେ ଏକ ଉତ୍ତମ ଭବିଷ୍ୟତ ଉପରେ ନୂତନ ଗୁରୁତ୍ୱ ପ୍ରଦାନ କରିିବା ସହିତ  ପ୍ରଚଳିତ  ବୈଧ ଆଳାପର ବହୁ ଉର୍ଦ୍ଧ୍ୱରେ  ଥାଏ ।

Back to Top