ISSN (Print) - 0012-9976 | ISSN (Online) - 2349-8846

ନାଗରିକତା (ସଂଶୋଧନ) ଆଇନ୍ ବିରୋଧରେ ରାଜ୍ୟଗୁଡ଼ିକର ବିଧାନସଭାରେ ଗୃହୀତ ପ୍ରସ୍ତାବ

(ଭାଲେରିଆନ ରୋଡରିଗ ହେଉଛନ୍ତି ନୂଆଦିଲ୍ଲୀ ସ୍ଥିତ ଇଣ୍ଡିଆନ କାଉନସିଲ ଅଫ ସୋସିଆଲ ସାଇନ୍ସ ରିସର୍ଚ୍ଚର ଜଣେ ପୂର୍ବତନ ନ୍ୟାସନାଲ ଫେଲୋ ।)

ରାଜ୍ୟଗୁଡିକରୁ ଆସୁଥିବା ବିରୋଧ ସାମ୍ବିଧାନିକ ମୂଲ୍ୟବୋଧର ସୁରକ୍ଷା ନିମନ୍ତେ ରାଷ୍ଟ୍ରର ସଂଘୀୟ ଚରିତ୍ରକୁ ପୁନଃ ସଂସ୍ଥାପନ କରିବାପାଇଁ ଉଦ୍ଦିଷ୍ଟ

 

The translations of EPW Editorials have been made possible by a generous grant from the H T Parekh Foundation, Mumbai. The translations of English-language Editorials into other languages spoken in India is an attempt to engage with a wider, more diverse audience. In case of any discrepancy in the translation, the English-language original will prevail.

 

ଭାଲେରିଆନ ରୋଡରିଗ ଲେଖିଛନ୍ତି:

ଏଡି ଲେଖାଟି ଛପା ହେବାବେଳକୁ ଭାରତର ଚାରୋଟି ରାଜ୍ୟ, କେରଳ, ପଞ୍ଜାବ, ରାଜସ୍ଥାନ ଓ ପଶ୍ଚିମ ବଙ୍ଗ ନାଗରିକତା(ସଂଶୋଧନ଼)ଆଇନ-୨୦୧୯ ବିରୋଧରେ ରାଜ୍ୟ ବିଧାନସଭାରେ ସଂକଳ୍ପ ମାନ ପାରିତ କରାଇ ଏହାକୁ ରଦ୍ଦ କରିବାପାଇଁ କେନ୍ଦ୍ର ନିକଟରେ ଦାବୀ ରଖି ସାରିଛନ୍ତି । ସେମାନେ ମଧ୍ୟ ଜାତୀୟ ଜନଗଣନା ପଞ୍ଜି(ଏନପିଆର)ରେ ମଗାଯିବାକୁ ଥିବା କୌଣସି ତଥ୍ୟ ଯଦି ଏହା ଜାତୀୟ ନାଗରିକତା ରେଜିଷ୍ଟର ବା ଏନଆରସି ସହିତ ସମ୍ବନ୍ଧିତ ହୋଇଥିବ ତେବେ ତାକୁ ଦେବାକୁ ଅନିଚ୍ଛୁକତା ପ୍ରକାଶ କରି ସାରିଛନ୍ତି । ଆଶା କରାଯାଉଛି ଯେ ଆହୁରି ଅନେକ ରାଜ୍ୟ ଏହି ଅସହମତି ସହିତ ଯୋଡି ହୋଇ ସ୍ୱର ଉଠାଇବେ । ଯଦିଓ ଏହି ସବୁ ସଂକଳ୍ପରେ ସମାନ ପ୍ରକାରର ଉଦବେଗ ପ୍ରକାଶ ପାଉଛି, ଭିନ୍ନ ଭିନ୍ନ ରାଜ୍ୟମାନେ ଏଥିପାଇଁ ଯେଉଁ ନିର୍ଦ୍ଦିଷ୍ଟ କାରଣମାନ ଦେଉଛନ୍ତି ସେଗୁଡିକ ନିହାତି ଧ୍ୟାନ ଆକର୍ଷଣକାରୀ ବିଷୟ । କେରଳର କହିବା କଥା ଯେ ସିଏଏ ସମାନତା, ସ୍ୱାଧିନତା ଏବଂ ଧର୍ମନିରପେକ୍ଷତାର ସବୁ ନିୟମକୁ ଉଲ୍ଲଂଘନ କରୁଛି । ପଂଜାବ ଚିନ୍ତା କରୁଛି ଯେ ଏହା ଜାତୀୟ ସୁରକ୍ଷା ପ୍ରତି ବିପଦ ଓ ଏହା ଫଳରେ ଅନୁପ୍ରବେଶ ପାଇଁ ସୁବିଧା ବଢିବ । ରାଜସ୍ଥାନ ଅନୁଭବ କରୁଛି ଯେ ଏହି ଆଇନରେ ଆରମ୍ଭରୁ ଭେଦଭାବ ରହିଛି; ଏବଂ ପଶ୍ଚିମବଙ୍ଗ ନିର୍ଦ୍ଦିଷ୍ଟ ଭାବରେ କହିଛି ଯେ ଏହି ଆଇନ ଫଳରେ ଅଶାନ୍ତି ବୃଦ୍ଧି ପାଇବ, ଏହା ବିରୋଧରେ ସାରା ଦେଶରେ ଲୋକମାନଙ୍କ ପକ୍ଷରୁ ପ୍ରତିବାଦର ସ୍ୱର ଉଠାଯିବ ଏବଂ ଏହା ଆଇନର ଶାସନକୁ ଭୂଲୁଣ୍ଠିତ କରିବ । ଏହାରି ଭିତରେ କେନ୍ଦ୍ର ସରକାର ସିଏଏକୁ ସାରାଦେଶରେ ଲାଗୁ କରିବାପାଇଁ ବିଭିନ୍ନ ନିୟମ ଓ ଦିଶାନିର୍ଦ୍ଦେଶମାନ ତିଆରି କରିବାରେ ଲାଗିଛନ୍ତି । ଏବେ ଏହାର ଯେଭଳି ବିରୋଧ ହେଉଛି ତାହାକୁ ଦେଖି କେନ୍ଦ୍ର ସରକାର ଏହାକୁ ଏନଆରସି ଏବଂ ଏନପିଆରରୁ ଅଲଗା ମଧ୍ୟ କରି ଦେଇ ପାରନ୍ତି ଓ କେବଳ ଆଇନରେ ଥିବା ପ୍ରାବଧାନ ଅନୁଯାୟୀ ନାଗରିକତା ପାଇଁ ଏକ ଫର୍ମ ମାତ୍ର ପୂରଣ କରିବାକୁ କହି ପାରନ୍ତି ।

କିନୁ ଯଦି ବେଆଇନ୍ ଅନୁପ୍ରବେଶକାରୀଙ୍କ ପଛରେ ହାତ ଧୋଇ ପଡିଯିବାଘଟଣାକୁ ଟାଳି ବି ଦିଆଯାଏ ତଥାପି ଦେଶାନ୍ତରୀ ଓ ବନ୍ଧନ ଶିବିର ଭିତରେ ରହିବାର ଆଶଙ୍କା ଭିତରେ ଜଣକୁ ନାଗରିକତା ସଂଶୋଧନ ଆଇନ ମୁତାବକ ନିଜକୁ ନାଗରୀକ କରାଇବା ପାଇଁ ମୁସଲିମ ସମ୍ପ୍ରଦାୟକୁ ବାଦଦେଇ ହିନ୍ଦୁ, ବୌଦ୍ଧ, ଶିଖ, ଜୈନ, ଖ୍ରୀଷ୍ଟିଆନ ଏବଂ ପାର୍ସିଙ୍କ ମଧ୍ୟରୁ ଗୋଟିଏ କୌଣସି ସମ୍ପ୍ରଦାୟର ହୋଇଥିବାର ପ୍ରମାଣ ଦେବାର ଆବଶ୍ୟକତା ଦେଖାଦେବ ।  ଏହି ପଦକ୍ଷେପଟି ୨୦୨୨ର ବିଧାନସଭା ନିର୍ବାଚନରେ ମତଦାତାମାନଙ୍କର ଧ୍ରୁବୀକରଣ ପାଇଁ କାର୍ଯ୍ୟରେ ଲାଗାଯାଇପାରେ ଏବଂ ଆସାମରେ ଏବେ ଯେଉଁ ବିଭାଜନ ଚାଲିଛି ତାହାକୁ ଆହୁରି ଦୃଢ କରିପାରେ ।  ସିଏଏକୁ ହୁଏତ ଦେଶର ସକଳ ଭାବାତ୍ମକ ଶକ୍ତିକୁ ହିନ୍ଦୁ ରାଷ୍ଟ୍ର ସହିତ ସହବିସ୍ତୃତକରି ଏକ କାଳ୍ପନିକ ଭାରତୀୟ ଜାତୀୟତା ହାସଲ ପାଇଁ ଏକଜୁଟ କରିବା ଉଦ୍ଦେଶ୍ୟରେ କାର୍ଯ୍ୟରେ ଲଗାଯାଇପାରେ ଓ ଏଥିପାଇଁ ଭାରତର ପଡୋଶୀ ରାଷ୍ଟ୍ରଗୁଡିକର ପରିସୀମାକୁ ଚିହି୍ନତ କରାଯାଇପାରେ ।

 ଭାରତରେ ଯେତେବେଳେ ଭିନ୍ନ ଭିନ୍ନ ସମ୍ପ୍ରଦାୟରୁ ଆସିବା ଘଟଣା ନାଗରିକ ସମାନତାର ରାସ୍ତାରେ କଣ୍ଟା ସାଜେ ନାହିଁ , ବରଂ ସମସ୍ତ ନାଗରିକଙ୍କୁ ସମାନତା ପ୍ରଦାନ କରିଥାଏ ସେତେବେଳେ ସିଏଏ ଏହାକୁ ସମ୍ପୂର୍ଣର୍ ବଦଳାଇ ଦେଇ କହିବ ଯେ ନାଗରିକତା ଅନ୍ତତଃ ଗୋଟିଏ ଗୁରୁତ୍ୱପୂର୍ଣର୍ ଦୃଷ୍ଟିକୋଣରୁ ଏହା ସ୍ଥାନୀୟ ସମ୍ପ୍ରଦାୟ ପାଇଁ ଉଦ୍ଦିଷ୍ଟ । ଗୋଟିଏ ପକ୍ଷରେ ଯେତେବେଳେ ଏହା କେବଳ ସୀମୀତ ଦୃଷ୍ଟିସମ୍ପନ୍ନ ଶକ୍ତିଗୁଡିକୁ ବାଦଦେଇ ସମସ୍ତ ବଂଚିତ ସମ୍ପ୍ରଦାୟ ବା ସମ୍ପ୍ରଦାୟ ଗୁଡିକୁ ଉପେକ୍ଷା ଏବଂ ତିରସ୍କାରର ଶିକାର କରାଇବ, ସେତିକିବେଳେ ଏହା କେତେକ ସମ୍ପ୍ରଦାୟ ବା ସମ୍ପ୍ରଦାୟ ଗୁଡିକୁ ଅପରିହାର୍ଯ୍ୟ କରାଇ ସେମାନଙ୍କୁ ଏକ ଭିନ୍ନ ପରିଚୟ ଦେଇ ସାମାଜିକ ବନ୍ଧନଗୁଡିକୁ ମଧ୍ୟ ଛିନ୍ନ କରାଇବ । ତେଣୁ ରାଜ୍ୟମାନଙ୍କର ଏହି ସଂକଳ୍ପ ମାମଲାରେ ଅନେକ ସିଦ୍ଧାନ୍ତବାଦୀ ପ୍ରମାଣ ରହିଛି ।

ଭାରତରେ ୧୯୮୦ ପରେ ପରେ କ୍ଷମତାରେ ଏକ ଦଳୀୟ ପ୍ରଭାବ ହ୍ରାସ ପାଇବାରେ ଲାଗିଲା । ଭାରତର ସଂଘୀୟ ବ୍ୟବସ୍ଥାରେ ଏକ ନୂତନ ସନ୍ତୁଳନ ଦେଖିବାକୁ ମିଳିଲା । ଯେତେବେଳେ ଏହା ପ୍ରାରମ୍ଭିକ ଭାବରେ କେନ୍ଦ୍ର  ରାଜ୍ୟ ସମ୍ପର୍କ ମଧ୍ୟରେ ଏକ ନୂତନ ପରିକଳ୍ପନାକୁ ଜନ୍ମ ଦେଲା, ସେତେବେଳେ ଅନ୍ୟାନ୍ୟ ପଦକ୍ଷେପମାନ ଅତିରିକ୍ତ ଭାବେ ଉଭା ହେଲେ । ଯେପରିକି  ପଞ୍ଚାୟତିରାଜ ସଂସ୍ଥା ଓ  ସହରୀ ନିକାୟ ଗୁଡିକୁ ସ୍ୱଳ୍ପ କ୍ଷମତା, ଧନ ଏବଂ ଦାୟିତ୍ୱ  ପ୍ରଦାନ କରାଯିବା, ସିଡୁଲ ୬ରେ ଥିବା ରାଜ୍ୟ ଗୁଡିକର ଜିଲ୍ଲା ପରିଷଦ ତଥା ଦେଶର ଅନ୍ୟାନ୍ୟ ଅନୁସୂଚିତ ଅଞ୍ଚଳ ଗୁଡିକ ଆଦିବାସୀମାନଙ୍କର ମିଳନ ସ୍ଥଳୀ ହେବା, ମଧ୍ୟମ ଧରଣର  ରାଜ୍ୟ ମାନଙ୍କର ଉଦୟ ହେବା, ଉତ୍ତର ପ୍ରଦେଶ ପରି କିଛି ବଡ ରାଜ୍ୟଙ୍କର ବିଭାଜନ ହୋଇ ଛୋଟ ଛୋଟ ରାଜ୍ୟ ମଧ୍ୟ ସୃଷ୍ଟି ହେବା । ଏହି ସବୁ ମିଶି କ୍ଷମତା ଓ ଦାୟିତ୍ୱ ହସ୍ତାନ୍ତରଣ, ବିଶେଷକରି ଏଥିରେ ଜନସାଧାରଣଙ୍କର ଭାଗିଦାରୀ, ପ୍ରଶାସନକୁ ଦାୟିତ୍ୱବାନ କରାଇବା ସହିତ ଜନସାଧାରଣ ତଥା ପ୍ରଶାସନ ମଧ୍ୟରେ ସମ୍ପର୍କ ସୃଷ୍ଟିର ବ୍ୟବସ୍ଥା ହେବ ।

୨୦୧୪ ପରଠାରୁ ପ୍ରଧାନମନ୍ତ୍ରୀ ପ୍ରଥମରୁ ଯେଉଁ ସହଭାଗୀ ସଂଘୀୟ ବ୍ୟବସ୍ଥାର କଥା କହୁଥିଲେ ସେଥିରେ ବିପରୀତ ଧର୍ମୀ ପରିବର୍ତ୍ତନ ଦେଖାଦେଲା । ପ୍ରଥମେ ଏହା ଧୀର ଗତିରେ ଚାଲୁ ଥିଲା, କିନ୍ତୁ ପରେ ୨୦୧୯ ମଇ ମାସ ପରେ ଏନଡିଏ ଅଧୀନରେ ଏଥିରେ ତୀବ୍ରତା ଆସିଥିଲା । ଭାରତୀୟ ଜନତା ପାର୍ଟିର ବିଭିନ୍ନ ରାଜ୍ୟରେ ଜିତାପଟ ପରେ ବିଜେପି ଏକ ମହାଦ୍ରୁମରେ ପରିଣତ ହେବା ସହିତ କେନ୍ଦ୍ରୀୟ ଶକ୍ତି ପ୍ରତି ବିନମ୍ରତା ତଥା ଆନୁଗତ୍ୟ ପ୍ରକାଶ ଉପରେ ଅଧିକ ଗୁରୁତ୍ୱ ପ୍ରଦାନ କରାଯାଇ ଏହାକୁ ସର୍ବସାଧାରଣ ସଂସ୍କୃତିରେ ପ୍ରବର୍ତ୍ତିତ କରାଗଲା ।  ସମ୍ବିଧାନର ଔପଚାରିକ ପ୍ରାବଧାନ ଗୁଡିକ ଠିକଠାକ ରହିଥିଲେ ମଧ୍ୟ କେନ୍ଦ୍ର ପକ୍ଷରୁ ଏହାକୁ ନିଜ ଇଚ୍ଛାଅନୁସାରେ ବ୍ୟବସ୍ଥିତ କରାଯିବାର ଉଦ୍ୟମ ଚାଲିଛି । ତେଣୁ ରାଜ୍ୟ ଗୁଡିକର ପାରିତ ସଂକଳ୍ପ ଗୁଡିକୁ କେବଳ ରାଜ୍ୟମାନଙ୍କର ଏଥିରେ ଥିବା ପ୍ରାବଧାନ ଗୁଡିକ ପ୍ରତି ବିରୋଧ ହିସାବରେ ଦେଖିଲେ ହେବ ନାହିଁ, ବରଂ ଏହାକୁ ରାଜ୍ୟମାନଙ୍କର ସଂଘୀୟ ବ୍ୟବସ୍ଥାର ପୁନଃସ୍ଥାପନ ପାଇଁ ଏକ ଉଦ୍ୟମ ବୋଲି ଧରି ନେବାକୁ ହେବ ।

 ସିଏଏର କେତେକ ରାଜ୍ୟରେ ଜବରଦସ୍ତ ସାମାଜିକ ତଥା ରାଜନୈତିକ ନିହିତାର୍ଥ ରହିଛି । ଯଦିଓ ଏହି ଆଇନକୁ ପାସ କରିବାର ଶକ୍ତି ଏମାନଙ୍କର ନାହିଁ । ପୁଣି ଯଦି ଏହି ରାଜ୍ୟ ଗୁଡିକ ନୀତିଗତ ବିଭେଦ ରହିଥିବା ଦଳମାନଙ୍କ ଦ୍ୱାରା ଶାସିତ  ତେବେ ଆମେ କିଭଳି ଆଶା କରିବା ଯେ ସେମାନଙ୍କର ସ୍ୱର ଓ ବିଶ୍ୱାସକୁ ସମ୍ମାନ ଦିଆଯାଉ ନ ଥିବା ଆଇନ ଯାହାକି ନାଗରିକମାନଙ୍କୁ ବିଭାଜିତ କରିବା ପାଇଁ ଉଦ୍ଦିଷ୍ଟ ଓ  ସୌହାର୍ଦ୍ଦ୍ୟ ନଷ୍ଟକରିବ, ତଥା ଯାହାକୁ ସେମାନେ ସାମାନ୍ୟ ସାମ୍ବିଧାନିକ ବ୍ୟବସ୍ଥା ବୋଲି ମାନୁଛନ୍ତି ତାହାକୁ ନଷ୍ଟ କରିବକୁ ଏହି ରାଜ୍ୟମାନେ ଏପରି ଏକ ଆଇନକୁ ଲାଗୁ କରିବେ । ଏକଥାକୁ ମନେ ରଖିବାକୁ ହେବ ଯେ ସିଏଏ ବିଷୟରେ ସେପରି ବିସ୍ତାରରେ ଆଲୋଚନା ମଧ୍ୟ ହୋଇନାହିଁ । ଏହାକୁ ସଂସଦର ଏକ ସ୍ଥାୟୀ କମିଟିକୁ ପଠାଯିବା ବିଷୟକୁ ମଧ୍ୟ ଟାଳି ଦିଆଯାଇ ସାରିଛି । ଯେତେବେଳେ ନାଗରିକତା କେନ୍ଦ୍ରୀୟ ସୂଚୀର ବିଷୟଭାବରେ ଧରି ନିଆଯିବ, ସେତେବେଳେ ସିଏଏ ସମ୍ବିଧାନର କେତୋଟି ମୌଳିକ ନୀତିକୁ ନେଇ ବିଚାର୍ଯ୍ୟ ହେବ । ତେଣୁ ଆମେ କ’ଣ କହିବା ଯେ,  ରାଜ୍ୟ ଗୁଡିକ ପକ୍ଷରୁ ସିଏଏ ବିରୁଦ୍ଧରେ ପ୍ରଦର୍ଶନ କରାଯାଉଥିବା ଅସହମତି ହେଉଛି ସମ୍ବିଧାନର ସୁରକ୍ଷା ପାଇଁ ଉଦ୍ୟମ କରାଯିବାର ଏକମାତ୍ର ବାଟ ହୋଇ ରହି ଯାଇଛି ।

 

 

Comments

(-) Hide

EPW looks forward to your comments. Please note that comments are moderated as per our comments policy. They may take some time to appear. A comment, if suitable, may be selected for publication in the Letters pages of EPW.

Back to Top