ISSN (Print) - 0012-9976 | ISSN (Online) - 2349-8846

ଯେତେବେଳେ ଏଫ୍‌ଆର୍‌ଡିଆଇ ବିଲ୍‌ଟି ଫେରିବ

ପୁନଃ ପେଶ୍ କଲାପରେ, ଏଫ୍‌ଆର୍‌ଡିଆଇ ବିଲ୍‌ଟି କଣ ଆର୍ଥିକ ଅସ୍ଥିରତାର ପ୍ରସଙ୍ଗଗୁଡ଼ିକର ସମାଧାନ କରିପାରିବ?

 

The translations of EPW Editorials have been made possible by a generous grant from the H T Parekh Foundation, Mumbai. The translations of English-language Editorials into other languages spoken in India is an attempt to engage with a wider, more diverse audience. In case of any discrepancy in the translation, the English-language original will prevail.

 

ନଭେମ୍ବର ୭, ୨୦୧୯ରେ ଅନୁଷ୍ଠିତ ହୋଇଥିବା ଫାଇନାନ୍‌ସିଆଲ ଷ୍ଟାବିଲିଟି ଏଣ୍ଡ ଡେଭେଲପମେଣ୍ଟ କାଉନସିଲ୍ (FSDC) ବୈଠକର କାର୍ଯ୍ୟସୂଚୀରେ ଦେଶର ଆର୍ଥିକ କ୍ଷେତ୍ରରେ ଢାଞ୍ଚାଟିକୁ ସୁଦୃଢ଼ କରିବାର ସଂକଳ୍ପ ନଥିବା ଯୋଗୁଁ ଗୋଟିଏ ପ୍ରକାର ଆଶଙ୍କା ବଢ଼ିଚାଲିଛି ଯେ ହୁଏତ ବର୍ତ୍ତମାନର ସରକାର କ’ଣ ସତରେ ଫାଇନାନ୍‌ସିଆଲ ରିଜୋଲ୍ୟୁସନ ଏଣ୍ଡ ଡିପୋଜିଟ୍ ଇନ୍ସ୍ୟୁରାନ୍ସ (FRDI) ବିଲ୍ ୨୦୧୭ଟିକୁ ପୁନଃ ଉପସ୍ଥାପିତ କରିବେ କି, ବିଶେଷକରି ବ୍ୟାଙ୍କ କ୍ଷେତ୍ରରେ! ଏଠି ସ୍ମରଣ କରାଇ ଦିଆଯାଇପାରେ ଯେ ଏହି ସରକାର ହିଁ ୨୦୧୭ରେ ବିଲ୍‌ଟି ଆଗତ ହେବାର ବର୍ଷକ ଭିତରେ ତାକୁ ପ୍ରତ୍ୟାହାର କରିନେଇଥିଲା । ଏଭଳି କରିବାର ମୁଖ୍ୟ କାରଣ ଥିଲା ଏହି ଚିଠାରେ ଥିବା ‘ଉଦ୍ଧାର କରାଇବା’ ବ୍ୟବସ୍ଥାକୁ ନେଇ ଯାହା ଜମାକାରୀମାନଙ୍କଠାରୁ ଆଶା ରଖେ ଯେ ବିଫଳ ହୋଇଥିବା ଆର୍ôଥକ ସଂସ୍ଥାଟିର ସଙ୍କଟମୋଚନ ପାଇଁ ଜମାକର୍ତ୍ତାମାନେ ନିଜେ ପୈଠ କରିଥିବା ଟଙ୍କାରୁ କିଛି ଭାଗ ଏଥିପାଇଁ ତ୍ୟାଗ କରିବେ । ସେଥିପାଇଁ ସନ୍ଦେହ  ବହୁଗୁଣ ବଢ଼ିଚାଲିଲା । ଗତ ଦୁଇଦଶନ୍ଧି ଭିତରେ ଭାରତର ପରିବାରଗୁଡ଼ିକ ବ୍ୟାଙ୍କଗୁଡ଼ିକର ଅର୍ଥ ସୂଚାଇ ରଖିବାର ପ୍ରବଣତା ସେମିତି ଦେଖାଯାଉନାହିଁ। ତେଣୁ ସଞ୍ଚୟ ଟଙ୍କାର ସୁରକ୍ଷା ଅତି ଗୁରୁତ୍ୱପୂର୍ଣ୍ଣ ।

ଗଣମାଧ୍ୟମର ରିପୋର୍ଟ ମୁତାବକ, ୨୦୧୭ର ଏଫ୍‌.ଆର୍‌.ଡି.ଆଇ ବିଲ୍‌ରେ ସଂଶୋଧନ କରାଯାଇ ତାକୁ ଫାଇନାନ୍‌ସିଆଲ ସେକ୍ଟର ଡେଭେଲପ୍‌ମେଣ୍ଟ ଏଣ୍ଡ ରେଗୁଲେସନ (ରିଜୋଲ୍ୟୁସନ), ୨୦୧୯ ନାମିତ କରାଯାଇଛି । ତିନୋଟି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଏଠି କାମ କରାଯାଉଛି; ପ୍ରଥମଟି ହେଉଛି ଜମାକର୍ତ୍ତାମାନଙ୍କର ଜମାର ବୀମାର ସୁରକ୍ଷାଟିରେ ବୃଦ୍ଧି ଆଣିବା, ଦ୍ୱିତୀୟଟି ହେଉଛି, ଉଦ୍ଧାର କରିବା ପାଇଁ ଥିବା ପ୍ରବନ୍ଧ ସହିତ ଯୋଡ଼ିହୋଇ ରହିଥିବା ବିବାଦୀୟ ପ୍ରସଙ୍ଗଗୁଡ଼ିକର ସମାଧାନ କରାଇବା ଏବଂ ତୃତୀୟଟି ହେଉଛି ଯେ ଏହି ସଂକଳ୍ପର ଢାଞ୍ଚାଟି ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକ କ୍ଷେତ୍ରରେ ପ୍ରୟୋଗ କରାଯାଇ ପାରିବ କି ନାହିଁ ନିଷ୍ପତ୍ତି ନେବା । ଯେତେବେଳେ ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକ ଅନେଦେୟ ଋଚ୍ଚର ଚାପ ଦେଇ ଗତି କରୁଛନ୍ତି, ସେତେବେଳେ ଜମାକାରୀଙ୍କ ବ୍ୟାଙ୍କ ବ୍ୟବସ୍ଥା ଉପରେ ଆସ୍ଥା ଫେରାଇ ଆଣିବା ପାଇଁ ଜମାର ଇନ୍ସ୍ୟୁରାନ୍ସ ସୀମାଟିକୁ ବୃଦ୍ଧି କରିବା କାମଟି ସହାୟକ ହେବ ନିଶ୍ଚୟ । ବିଶେଷକରି ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକ ଉପରେ ଜମାକାରୀମାନଙ୍କ ଆସ୍ଥା ଫେରିଆସିବ । ଏହି ଇନ୍ସ୍ୟୁରାନସ୍ ଯୋଜନା ଭିତରେ କେତେ ଜମାକର୍ତ୍ତା ଅନ୍ତର୍ଭୁକ୍ତ ହୋଇପାରୁଛନ୍ତି ଯୁକ୍ତି ଆସିପାରେ । ତେବେ ଏହି ସଂଶୋଧନଗୁଡ଼ିକର ପ୍ରାସଙ୍ଗିକତାକୁ ଦେଖିବାକୁ ହେଲେ ଏବଂ ସଂକଳ୍ପ ଢାଞ୍ଚାଟି ଉପରେ ସାମଗ୍ରିକ ଭାବେ କହିବାକୁ ହେଲେ ଆମକୁ ବ୍ୟବସ୍ଥାର ସ୍ଥିରତା ଭଳି ଯବକାଚକୁ ନେଇ ପରଖିବାକୁ ପଡ଼ିବ ବିଶେଷକରି ଆମେ ଯଦି ସମ୍ପ୍ରତି ଭାରତୀୟ ବ୍ୟାଙ୍କିଙ୍ଗ କ୍ଷେତ୍ରରେ ଲାଗି ରହିଥିବା ଦୃଶ୍ୟପଟକୁ ହିସାବକୁ ନେଉ ।

ଆର୍ଥିକ ସ୍ଥିରତା କ୍ଷେତ୍ରରେ ବ୍ୟାଙ୍କଗୁଡ଼ିକର ‘ମାଲିକାନା’ର ଭୂମିକା ଆମ ଦେଶରେ ଏକ ବିତର୍କିତ ପ୍ରସଙ୍ଗ ହୋଇ ରହିଆସିଛି । ଯେତେବେଳେ ଭାରତର ରିଜର୍ଭ ବ୍ୟାଙ୍କ ଆର୍ଥିକ ସ୍ଥିରତା ଆଣିବା କ୍ଷେତ୍ରରେ ବ୍ୟାଙ୍କଗୁଡ଼ିକର ସରକାରୀ ମାଲିକାନାକୁ ସକାରାତ୍ମକ ଦୃଷ୍ଟିରେ ଦେଖିନ୍ତି, କିନ୍ତୁ ଯେଉଁ କମିଟି ଆର୍ଥିକ ସଂସ୍ଥାମାନଙ୍କର ସଂକଳ୍ପକୁ ନେଇ ଚିଠା କୋଡ଼୍ ପ୍ରସ୍ତୁତ କରିବା ପାଇଁ କାମ କଲା ସେମାନେ ଏଥିରେ ଏକମତ ନୁହନ୍ତି । ସେମାନଙ୍କ ମତରେ ସରକାରୀ ମାଲିକାନାଯୋଗୁଁ ଆର୍ଥିକ କ୍ଷେତ୍ରରେ ‘ପ୍ରତିଯୋଗିତା ମୂଳକ ନିରପେକ୍ଷତା’ ରଖି ହେଉନାହିଁ । ସମସ୍ତଙ୍କ ପାଇଁ ପ୍ରତିଯୋଗିତାର କ୍ଷେତ୍ରଟି ସମାନ ସ୍ତରରେ ରଖିବା ପାଇଁ କମିଟି ଦାବୀ କରିବା ପରେ ଯାହାକି ରାଷ୍ଟ୍ରାୟତ ଏବଂ ଘରୋଇ ବ୍ୟାଙ୍କ କ୍ଷେତ୍ର ପାଇଁ ସମାନ ଭାବେ ପ୍ରଯୁଜ୍ୟ ହେବ ଏବଂ ପ୍ରତିଯୋଗୀତାମୂଳକ ନିରପେକ୍ଷତା ଅବଲମ୍ବନ କରିହେବ, ସବୁ ଆର୍ଥିକ ସଂସ୍ଥାକୁ ଗୋଟିଏ ବୃହତ୍ତର ସମାଧାନର ଢାଞ୍ଚାଟିଏ ପ୍ରଣୟନ କରିବା କଥାଟି ଗତୀଶୀଳ ହେଲା ।

ଏହି ଦୃଷ୍ଟିକୋଣରୁ ଏଫ୍‌.ଆର୍‌.ଡି.ଆଇ ବିଲ୍ ୨୦୧୭ ଦେଶରେ ଥିବା ବିବିଧ ଆର୍ଥିକ କ୍ଷେତ୍ରର ୨୦ଟି ଆଇନକୁ ସଂଶୋଧନ କରିବା ପାଇଁ ଚାହିଁଲା । ଏହି ବିବିଧ ଆର୍ଥିକ କ୍ଷେତ୍ରରେ ଅଛନ୍ତି ଭାରତର ରିଜର୍ଭ ବ୍ୟାଙ୍କ ଯିଏକି ବ୍ୟାଙ୍କ ଏବଂ ଅଣବ୍ୟାଙ୍କିଙ୍ଗ ଆର୍ଥିକ ନିଗମଗୁନିକର ନିୟନ୍ତ୍ରଣ କରନ୍ତି, ବୀମା ନିୟମାଙ୍କ ଓ ବିକାଶ କର୍ତ୍ତୃପକ୍ଷ ଯିଏ କି ବୀମା ବଜାରକୁ ନିୟନ୍ତ୍ରଣ କରନ୍ତି, ପୁଞ୍ଜି ବଜାର ଓ ମ୍ୟୁଚୁଆଲ ଫଣ୍ଡକୁ ସୁରକ୍ଷା ଯୋଗାଉଥିବା ସେବି (SEBI) ଏବଂ ପେନ୍‌ସନ୍ ପାଣ୍ଠିକୁ ତଦାରଖ କରୁଥିବା ପେନ୍‌ସନ୍ ପାଣ୍ଠି ନିୟମାଙ୍କ ଓ ବିକାଶ କର୍ତ୍ତୃପକ୍ଷ । ଯେକୌଣସି ବିଫଳ ହେଉଥିବା ଆର୍ଥିକ ସଂସ୍ଥାର ସୁଧାର କାର୍ଯ୍ୟଟିକୁ ଗୋଟିଏ ସୁଧାର ଆଣିବା ପାଇଁ ଉଦ୍ଦିଷ୍ଟ ନିଗମର ଛତ୍ର ତଳକୁ ଆଣିବା ପାଇଁ ଏହା ଏକ ବିଚାର । ସମ୍ଭାବ୍ୟ ସଂଶୋଧନଗୁଡ଼ିକ ଅପେକ୍ଷା ଯେଉଁ ପ୍ରଶ୍ନ ଅଧିକ ଆଶଙ୍କା ସୃଷ୍ଟି କରୁଛି ତାହା ହେଲା ଯେ, କେମିତି ଏପ୍‌.ଆର୍‌.ଡି.ଆଇ ଚିଠାକୁ ପୁଣିଥରେ ଆଗତ କରି ସବୁ କଥାକୁ ଦେଖିପାରିବା ଭଳି ସୁଧାର ନିଗମଟିଏ ପ୍ରତିଷ୍ଠା କରିବା ସହ ବହୁଚର୍ଚ୍ଚିତ ଦେଶର ଆର୍ଥିକ ବ୍ୟବସ୍ଥାରେ ସ୍ଥିରତା ଆଣାଯାଇପାରିବ ।

ଏହି ପୃଷ୍ଠଭୂମିରେ ଅନେକ ମୌଳିକ ପ୍ରସଙ୍ଗ ସାମ୍ନାକୁ ଆସୁଛି । ପ୍ରଥମଟି ହେଉଛି ମାଲିକାନାର ‘ନିରପେକ୍ଷତା’କୁ ଲଦିଦେବା ପାଇଁ ବ୍ୟବସ୍ଥିତ ଉଦ୍ୟମର ବୈଧତା ଯାହାକି ରାଷ୍ଟ୍ରାୟତ ଓ ଘରୋଇ ଆର୍ଥିକ ସଂସ୍ଥାଗୁଡ଼ିକୁ ଗୋଟିଏ ସୁଧାର ଯୋଜନାରେ ଆଣି ପ୍ରତିଯୋଗିତା କରାଇବ । ଏଠି ସେମାନଙ୍କର ଲକ୍ଷ୍ୟ, ଉଦ୍ଦେଶ୍ୟ ଓ କାର୍ଯ୍ୟଧାରା ଭିତରେ ଥିବା ବିବିଧତା କୁ ଅଣଦେଖା କରିହେବନାହିଁ । ଯେତେବେଳେ କି ଘରୋଇ ଆର୍ଥିକ ସଂସ୍ଥାମାନଙ୍କର ମୂଳ ଲକ୍ଷ୍ୟ ରହୁଛି ଲାଭ, ରାଷ୍ଟ୍ରାୟତ ସଂସ୍ଥାମାନଙ୍କ ‘ସାମାଜିକ ଦାୟିତ୍ୱ’ ରହୁଛି ଯେମିତି ସେମାନେ ସବୁ ଆର୍ଥିକ ଶ୍ରେଣୀକୁ ନ୍ଖକ୍ସ ସେବାରେ ସାମିଲ କରାଇାଟିକୁ ପ୍ରାଥମିକତା ଦେଇଥାନ୍ତି । ପରିଣାମସ୍ୱରୂପ, ଏକଥାକୁ ଏଡ଼େଇ ଦିଆଯାଇପାରିବ ନାହିଁ ଯେ ସରକାରୀ ସଂସ୍ଥା ବିଶେଷକରି ବ୍ୟାଙ୍କମାନଙ୍କର ସରକାରୀ ମାଲିକାନା ରହିଥିବା ଯୋଗୁଁ ଜମାକାରୀମାନେ ଅର୍ଥ ଜମା ରଖିବାର ପ୍ରଥାଟି ରହିଆସିଛି । ମାଲିକାନାକୁ ‘ନିରପେକ୍ଷ’ କରିବା ପାଇଁ ଉଦ୍ୟମ କରିବା ଦ୍ୱାରା ଯଦି ସାର୍ବଭୌମ ସୁରକ୍ଷା ଓ ସୁଧାର ଆଣିବା କ୍ଷମତାଟି ସରକାରୀ କ୍ଷେତ୍ରରୁ ଅପସରି ନିଆଯାଇ କୌଣସି ଏକ ନିଗମ ହାତରେ ସମର୍ପି ଦିଆଯାଏ ତେବେ ତାହା ଆର୍ଥିକ ବ୍ୟବସ୍ଥାକୁ ଅସ୍ଥିର କରିଦେବ ।

ଦ୍ୱିତୀୟରେ, ପ୍ରଥମ ପ୍ରସଙ୍ଗ ସହ ମିଶିକି ଅଛି, ବିବାଦୀୟ ‘ଉଦ୍ଧାର କରିବା’ ବ୍ୟବସ୍ଥା । ଏକଥା ନୀରୂପିତ କରିଦିଆଯାଇଛି ଯେ, ଜମା ପିଛା ଇନ୍ସ୍ୟୁରାନ୍ସ ସୁରକ୍ଷା ସୀମା ନିର୍ଦ୍ଧାରିତ ହୋଇଥିବା ଜମା ପରିମାଣ ବାହାରେ ଯେଉଁମାନେ ଜମା ରଖିଛନ୍ତି ଯଦି ଆର୍ଥିକ ସଂସ୍ଥାଟି ବିଫଳ ହୁଏ ତେବେ କେବଳ ସେହି ଜମାକର୍ତ୍ତାଙ୍କ ଜମାକୁ ‘ଉଦ୍ଧାର’ କରିବା କାର୍ଯ୍ୟକ୍ରମରେ ସାମିଲ କରାଯିବ । ଏହି କଥାଟି ୨୦୧୭ର ଏଫ୍‌.ଆର୍‌.ଡି.ଆଇ ଚିଠାରେ ଉଲ୍ଲେଖ ଅଛି । ଏବେ ଜମାର ବୀମା ସୁରକ୍ଷା କେବଳ ଏକଲକ୍ଷ ଟଙ୍କାର ଜମା ଯାଏଁ ସ୍ଥିର କରାଯାଇଛି । ଏହି ଚିଠା ଟିରେ ତାକୁ ସାମିଲ କରାଯାଉଛି । ପୁନଶ୍ଚ ରିଜର୍ଭ ବ୍ୟାଙ୍କର ଆର୍ଥିକ ଅସ୍ଥିରତାକୁ ନେଇ ଦିଆଯାଇଥିବା ତାଗିଦ୍ ବଦଳରେ, କ୍ଷ୍ୟୁଦ୍ର ମିଆଦୀ ଋଷ ଓ ପର୍ଯ୍ୟାୟଭୁକ୍ତ ହୋଇନଥିବା ଗ୍ରାହକମାନଙ୍କର ସମ୍ପତ୍ତିକୁ ମଧ୍ୟ ଏହିଭଳି ଢାଞ୍ଚା ଭିତରକୁ ଅଣାଯାଇଛି । ବିଡ଼ମ୍ବନାର କଥା ଯେ, ଏହି ପ୍ରବନ୍ଧ ଓ ଏମିିତି ଚିଠା ଆଇନଟି ୨୦୧୭ର ଆର୍ଥିକ ସ୍ଥିରତା ରିପୋର୍ଟର ପୃଷ୍ଠଭୂମିରେ ଆସିଛି । ଏହି ରିପୋର୍ଟରେ କୁହାଯାଇଛି ଯେ ବର୍ଷ ପରେ ବର୍ଷ ଜମାର ଅଭିବୃଦ୍ଧି ହାର ଶତକଡ଼ା ୩.୩ ଭାଗ ହ୍ରାସ ହୋଇଚାଲିଛି । ଏହା ଦେଶର ସମସ୍ତ ସେଡ଼୍ୟୁଲଭୁକ୍ତ ବ୍ୟାଙ୍କମାନଙ୍କ କ୍ଷେତ୍ରରେ ଦେଖାଦେଇଛି ।

ଏଠି ଅନେକ ମୌଳିକ ପ୍ରଶ୍ନ ଉତ୍‌ଥାପନ ହୁଏ । ଆର୍ଥିକ ସ୍ଥିରତାର ଅଧୋଗତି ଚାଲିଥିବା ବେଳେ, ସରକାର କାହିଁକି ସୁଧାର ଆଣିବା ପାଇଁ ସଂସ୍କାର କାର୍ଯ୍ୟକ୍ରମ ଗ୍ରହଣ କରୁଛନ୍ତି । ଏଭଳି ଏକ ସଂସ୍କାର ଜମାକର୍ତ୍ତାରେ ଦେଶୀୟ ଆର୍ଥିକ ଅନୁଷ୍ଠାନ ଉପରେ ଥିବା ବିଶ୍ୱାସକୁ ଅଧିକ ଅଧୋଗତି ଆଡ଼କୁ ନେଇଯିବନିତ? ବ୍ୟବସ୍ଥାର ସ୍ଥିରତା ଆଣିବା କ୍ଷେତ୍ରରେ ଜମାକର୍ତ୍ତାଙ୍କ ବିଶ୍ୱାସ ଗୁରୁତ୍ୱପୂର୍ଣ୍ଣ । ଏଭଳି ଏକ ପରିସ୍ଥିତିରେ ପୁନଃ ଆଗତ ହେଉଥିବା ଚିଠା ଆଇନଟିରେ ସମ୍ଭାବ୍ୟ ସଂଶୋଧନଗୁଡ଼ିକୁ ନେଇ ଆମେ କିପରି ଆଶାବାଦୀ ହେଇପାରିବା?

Back to Top