ISSN (Print) - 0012-9976 | ISSN (Online) - 2349-8846

ଇଷ୍ଟରନେଟ୍ ସେବା ବନ୍ଦ କରାଯିବା ଉପରେ ପ୍ରଭାବହୀନ ରାୟ

ଜାମ୍ମୁ ଓ କାଶ୍ମୀରରେ ତୁହାକୁ ତୁହା ଇଷ୍ଟୁରନେଟ୍ ସେବା  ବନ୍ଦ କରାଯିବା କଥାଟିକୁ ପରଖିବା ପାଇଁ ଉଚ୍ଚତମ ନ୍ୟାୟଳୟ କୌଣସି ପଦକ୍ଷେପ ନେଇ ନାହାଁନ୍ତି ।

The translations of EPW Editorials have been made possible by a generous grant from the H T Parekh Foundation, Mumbai. The translations of English-language Editorials into other languages spoken in India is an attempt to engage with a wider, more diverse audience. In case of any discrepancy in the translation, the English-language original will prevail.

 

ଧାରା ୩୭୦ର ଉଚ୍ଛେଦ ପରେ ପୂର୍ବତନ ଜାମ୍ମୁ ଓ କାଶ୍ମୀର ରାଜ୍ୟରେ ଇଷ୍ଟରନେଟ୍ ସେବା ଯେଭଳି ବନ୍ଦ କରି ଦିଆଯାଇଥିଲା । ତାକୁ ପ୍ରତ୍ୟାହାର କରିବା ପାଇଁ ଅନୁରାଧା ବାସିନ୍ ଉଚ୍ଚତମ ନ୍ୟାୟାଳୟର ଦ୍ୱାରସ୍ତ ହୋଇଥିଲେ । ଅନୁରାଧା ବାସିନ ବନାମ ଭାରତ ସରକାର ମାମଲାଟିରେ ଉଚ୍ଚତମ ନ୍ୟାୟଳୟ ଏବେ ଯେଉଁ ରାୟ ଦେଇଛନ୍ତି ତାହା ନୈରାଶ୍ୟଜନକ । ଅଦାଳତ ମୁକ୍ତ ଅଭିବ୍ୟକ୍ତି, ଗଣମାଧ୍ୟମ, ଇଣ୍ଟରନେଟ୍ ସେବାକୁ ଅଭିବ୍ୟକ୍ତିର ଏକ ଆୟୂଧ ହିସାବରେ ଉଲ୍ଲେଖ କରି ଯୁକ୍ତି ସଂଗତ ଅବେକ ଓ କାର୍ଯ୍ୟଧାରା ଉପରେ ଗୁରୁତ୍ୱ ଆରୋପ କରି ଦୀର୍ଘ ଓ ବିସ୍ତୃତ ବକ୍ତବ୍ୟ ରଖିଥିଲେ । ତଥାପି ଅଦାଲତ ଯେଉଁ ‘ସିଦ୍ଧାନ୍ତ’ରେ ପହଞ୍ଚଥିଲେ ତାହା କେବଳ ନିଜ ବକ୍ତବ୍ୟର ବିରୁଦ୍ଧାଚରଣ କରୁ ନଥିଲା ବରଂ ଅଦାଳତଙ୍କ ନିଜର ରାୟ ତାଙ୍କ ନିଜ ବୁଝାମଣାଟିକୁ ପ୍ରଭାବହୀନ କରିଦେଇଥିଲା ।

ଗୋଟିଏ ଉଦାହରଣ ନିଆଯାଉ । ଅଦାଲତ ଆଲୋଚନା କରୁଛନ୍ତି ଯେ, ଜାମୁ ଓ କାଶ୍ମୀରରେଣ୍ଟଇଣ୍ଟରନେଟ ସେବା କେଉଁ ଆଦେଶ ବଳରେ ବନ୍ଦ କରାଗଲା ତାହାର ନକଲ ଦେବା ପାଇଁ ସରକାର ମନା କରିପାରିବେ ନାହିଁ । କିନ୍ତୁ ଶୁଣାଣୀ ଚାଲିଥିବା  ବେଳେ ଭାରତର ସୋଲିସିଟର ଜେନେରାଲ, ସରକାରଙ୍କ ତରଫରୁ ଯୁକ୍ତି ରଖି କହିଲେ ଯେ, ଆଦେଶର ନକଲ ଯୋଗାଇବାଟା ‘ବିଶେଷ ଅଧିକାର’ର ଉଲ୍ଲଘଂନ କରିବ, ଯଦିଓ କେଉଁ ଆଇନରେ ଏହା ଉଲ୍ଲେଖ ଅଛି ସେ କହିପାରି ନଥିଲେ । ଘଟଣାକ୍ରମେ, ‘ବିଶେଷ ଅଧିକାର’ ଦାବୀଟିକୁ ନାକଚ କରାଯିବା ପରେ କିଛି ‘ଆଦେଶର ନମୁନା’ ପୈଠ କରାଗଲା ।

ଏହି ଅବମାନନାକୁ ଦେଖି ମଧ୍ୟ ଅଦାଳତ କିଛି କହିନାହାନ୍ତି । ତଥ୍ୟ ପୈଠ କରିବାର ମୂଳ ନିୟମଗୁଡ଼ିକ କହୁଛି ଯେ, ଯାହା ପାଖରେ ତଥ୍ୟ ବା ପ୍ରମାଣ ଅଛି ତାହା ସେ ଅଦାଲତରେ ପୈଠ କରିବେ । ସେପରି ନ କଲେ ଅଦାଲତ ସଂପୃକ୍ତ ପକ୍ଷ ବିଶୁଦ୍ଧରେ ପ୍ରତିକୂଳ ମତ ରଖିବେ ।  ଇଣ୍ଟରନେଟ୍ ସେବା ବନ୍ଦ କରାଯିବା କଥାକୁ ନେଇ ଯେତେବେଳେ ସରକାର କୌଣସି ଆଦେଶର ନକଲ ପୈଠ କରିପାରିଲେ ନାହିଁ, ଅଦାଲତ ମାନିନେବା କଥା ଯେ ଏଭଳି କୌଣସି ଆଦେଶ ଦିଆଯାଇ ନଥିଲା । ଏବଂ ସୁତରାଂ ଇଣ୍ଟରନେଟ ସେବା ବନ୍ଦ କରିବା ବେଆଇନ ଥିଲା ଓ ତାକୁ ତୁରନ୍ତ ପ୍ରତ୍ୟାହାର କରାଯିବାର ଥିଲା । ଅଦାଲତ ସେପରି କିଛି କଲେ ନାହିଁ । କିନ୍ତୁ ନିଜ ରାୟରେ ସରକାରଙ୍କୁ ନିର୍ଦ୍ଦେଶ ଦେଲେ ଯେ, ଇଣ୍ଟରନେଟ୍ ସେବା ବନ୍ଦ କରିବା କଥାକୁ ନେଇ ଥିବା ଆଦେଶର ପ୍ରକାଶନ କରନ୍ତୁ ଯାହାଫଳରେ ଭବିଷ୍ୟତରେ କେହି ତାକୁ ଅଦାଲତରେ ଚୁନୋତି ଦେଇପାରିବ ।

ଅବଶିଷ୍ଟ ପ୍ରସଂଗ ଗୁଡ଼ିକରେ ମଧ୍ୟ ଅଦାଲତ ଅନୁରୂପ ପ୍ରକ୍ରିୟାରେ ମାମଲା ଶୁଣାଣି କରିଥିଲେ । ଜାତୀୟ ସୁରକ୍ଷା ଅଧିକାର, ମୌଳିକ ସ୍ୱାଧୀନତା ଇତ୍ୟାଦି ଉପରେ ସୁନ୍ଦର ଉଚ୍ଚରଣ ମାଧ୍ୟମରେ ଅଦାଲତ ସରକରଙ୍କର ଦାବୀଗୁଡ଼ିକୁ କହୁଛନ୍ତି କିନ୍ତୁ ଆବେଦନକାରୀଙ୍କୁ କୌଣସି ଅର୍ଥପୂର୍ଣ୍ଣ ସହାୟତା ଦେଉନାହାନ୍ତି । ସରକାରଙ୍କୁ ଦୁଇଟି ‘ନିଦ୍ଦେର୍ଶାନାମା’ ଦିଆଯାଇଛି କିନ୍ତୁ କେବେ ସୁଧା ତାହା ସରକାର ‘ପାଳନ’ କରିବେ କୌଣସି ସୀମା ନାହିଁ । ନିର୍ଦ୍ଦେଶନାମା ଗୁଡ଼ିକ ଏତେ ଦୁର୍ବୋଦ୍ଧ୍ୟ ଯେ ସରକାର ପାଳନ କରିବା କଥାଟିକୁ ଫାଙ୍କି ଦେଇପାରିବେ । ଏମିତିରେ ଜାମ୍ମୁ ଓ କାଶ୍ମୀରରେ ଇଣ୍ଟରନେଟ ସେବା ବନ୍ଦ କରିବା ପାଇଁ ଦିଆଯାଇଥିବା ସଦ୍ୟତମ ଆଦେଶ, କେତୋଟି ସ୍ଥାନରେ କିଛି ୱେବସାଇଟର କିଛି ଆଂଶିକଭାବରେ ସେବା ଉପଲବ୍ଧ କରାଇବା କିନ୍ତୁ ଅନ୍ୟତ୍ର ଇଣ୍ଟରନେଟ ସେବା ବନ୍ଦ ରହିବା କଥାଟିକୁ ନେଇ ସରକାର ଅଦାଲତର ଆଦେଶ ‘ପାଳନ’ କରୁଛନ୍ତି କହିପାରିବେ କିନ୍ତୁ ତାହା ଅଦାଲତ ରାୟକୁ ନିଷ୍ଫଳ କରିଦେଇଥାଏ ।

ଯଦି ଦୟାଶୀଳ ନହୋଇ ଦେଖାଯାଏ ତେବେ ଅଦାଲତର ଆଦେଶକୁ ଇଣ୍ଟରନେଟ ସେବା ବନ୍ଦ କରିବା ଭଳି ବିସ୍ତୃତ ବିଷୟ ଉପରେ ଏକ ଲିଖିତ ପତ୍ର ହିସାବରେ ବିଚାର କରାଯିବା କଥା ଯେଉଁଠି ସରକାର କାମରେ ଲାଗଇବା ଭଳି ସାହାଯ୍ୟପୂର୍ଣ୍ଣ ପରାମର୍ଶ ଓ ସୁପାରିଶ ଥିବାକଥା । ତାକୁ ଏକ ସାମ୍ବିଧାନିକ ଅଦାଲତର ରିଟ୍ ପିଟିସନ୍ ଶୁଣାଣୀ ବେଳେ ସରକାର କିଭଳି କାମ କରିଛନ୍ତି ତାକୁ ଦେଖିବା ପାଇଁ ଏକ ନିର୍ଦ୍ଦେଶ ହିସାବରେ ଦେଖାଯିବା ଉଚିତ ନୁହେଁ । ଏଭଳି ଏକ ବ୍ୟାପକ ପ୍ରସଙ୍ଗ ଉପରେ ଅଦାଲତ ରାୟଟି ଇଂଗିତ କରୁଛି ଯେ ରାୟରେ ସରକାରୀ ପକ୍ଷର ସଂପୃକ୍ତ ରହିଛି ବା ରାୟଟି ଗୋଟିଏ ଭିରୁ ରାୟ- ପାଠକେ ନିଜେ ନିଜର ସିଦ୍ଧାନ୍ତ ବାହାର କରନ୍ତୁ ।

ବିଶ୍ୱରେ ଅନ୍ୟକୌଣସି ଦେଶ ନାହିଁ ଯେ କି ଭାରତ ଭଳି ଇଣ୍ଟରନେଟ ସେବା ଉପରେ ଏତେଥର ଲଗାମା ଲାଗାଉଥିବ । ନିକଟରେ ଜାମ୍ମୁ ଓ କାଶ୍ମୀରରେ ଇଣ୍ଟନେଟ ସେବା ବନ୍ଦ କରିବା ୫ ମାସ ବିତିଗଲାଣି ଏବଂ କେବଳ କିସ୍ତି କିସ୍ତି କରି ଅତି ସୀମିତ ଅଞ୍ଚଳରେ ତାକୁ ପ୍ରଚଳନ କରାଯାଉଛି । ଏଭଳି ଏକ ହସ୍ତକ୍ଷେପ ପାଇଁ ଆଇନ ଗତ ଆଇନଗତ କ୍ଷମତା ଆସୁଛି ୧୯୭୪ର କୋଡ଼ ଅଫ୍ କ୍ରିମିନାଲ ପ୍ରୋସେଡ଼୍ୟୁର’ର ଧାରା ୧୪୪ ରୁ (ଯେଉଁ ବ୍ୟବସ୍ଥାଟି ବିଟିଶ ଅମଳରୁ ଅପରିବର୍ତ୍ତିତ ରହିଛି) ଏବଂ ଟେଲିକମ ସେବା ସାମୟିକ ସ୍ଥଗିତ ରଖିବା କ୍ଷମତାଟି ୧୮୮୫ ମସିହାର ଟେଲିଗ୍ରାଫ ଆକ୍ଟର ଧାରା ୭ ମୁତାବକ ୨୦୧୭ରେ ପ୍ରସ୍ତୁତ ହୋଇଥିବା ଟେଲିକମ ସେବା  (ସାଧାରଣ ଜରୁରୀକାଳୀନ ସ୍ଥିତି ବା ସାଧାରଣ ସୁରକ୍ଷା) ନୀୟମ ମୁତାବକ କରାଯାଇଛି । ଉଭୟ ଆଇନ ଉପନିବେଶ ସମୟରେ ହେଇଥିବା ଯୋଗୁଁ ଇଣ୍ଟରନେଟ ସେବା ବନ୍ଦକରାଯିବା କଥାଟି ଏକ ଗଭୀର କଥା ଆଡ଼କୁ ଆମ ଧ୍ୟନ ଆର୍କଷଣ କରୁଛି ।

ଭାରତର ଜନ ସଂଖ୍ୟାର ଏକ ବିରାଟ ଭାଗ  ଲୋକଙ୍କ ଜୀବନରେ ଇଣ୍ଟନେଟ୍‌ର ଗୁରୁତ୍ୱ ପୁର୍ଣ୍ଣ ଭୂମିକା ଅଛି । ସହରାରଞ୍ଚଳର ଲୋକେ ହିଁ ଇଣ୍ଟରନେଟ ସେବାର ଏକଚାଟିଆ ବ୍ୟବହାର କରୁଛନ୍ତି ବା ନିର୍ଭରଶୀଳ ଏପରି ଭାବିବା ଉଚିତ୍ ନୁହେଁ । ସୁଲଭ ସଂଯୋଗର ସୁବିଧା ଓ ବହୁଭାଗୀ ବିଷୟ ବସ୍ତୁ ଯୋଗୁ ଭାରତରେ ଇଣ୍ଟନେଟ୍ ସେବା ପ୍ରାୟ ୫୦ କୋଟି ଲୋକଙ୍କ ପାଖରେ ପହଞ୍ôଚଛି । ଚୀନ ପରେ ଭାରତର ସ୍ଥାନ ଦ୍ୱିତୀୟ ।

ଭାରତରେ ଇଣ୍ଟରନେଟ ସେବାର ସଂପ୍ରସାରଣ ରାଷ୍ଟ୍ରର କ୍ଷମତାକୁ ଏକ ବିଡ଼ମ୍ବିତ ସ୍ଥିତିରେ ପହଞ୍ଚିଛି: ସରକାର ଅଧିକ ଲୋକେ ଇଣ୍ଟନେଟ୍ ବ୍ୟବହାର କରୁନ୍ତୁ ଚାହୁଛନ୍ତି କିନ୍ତୁ ସେମାନେ ତାର ଦୁରୁପୋଯୋଗ କରିବାଟିକୁ ବନ୍ଦ କଟେଇବା ବା ଦୁରୁପୋଯୋଗ କଲେ ବନ୍ଦ କରିବା ପାଇଁ ନିଜର ଦକ୍ଷିତାର ବିକାଶ କରିପାରିନାହି । ସାରା ଭାରତରେ ବାରମ୍ବାର ଇଣ୍ଟନେଟ୍ ସେବା ବନ୍ଦ କରିବା, କୌଣସି  ଦଣ୍ଡ ପାଇବାର ଆଶଙ୍କା ନଥାଇ- ତାହାର ଦୁଇଟି କାରଣ ଅଛି । ପୁଲିସ ଏବଂ ରାଷ୍ଟ ଯନ୍ତ୍ର ଇଣ୍ଟରନେଟ ସେବାକୁ ବନ୍ଦ କରିଦେବା କାମଟି ସିଧାସଳଖ କରିଦିଅନ୍ତି ଯେହେତୁ ଗମ୍ଭୀର ସ୍ଥିତିରେ ଆଉ କଣ କରାଯାଇପାରେ ସେମାନଙ୍କୁ ଶିଖାଯାଇ ନାହିଁ । ଦ୍ୱିତୀୟରେ ଅବୈଧଭାବେ ସର୍ବସାଧାରଣଙ୍କ ପାଇଁ ଇଣ୍ଟରନେଟ ସେବା ବନ୍ଦ କଲେବି କିଛି କାର୍ଯ୍ୟନୁଷ୍ଠାନ ନିଆଯାଏ ନାହିଁ । ଇଣ୍ଟରନେଟ ବନ୍ଦ ହେବା ଯୋଗୁଁ ଯେଉଁ କ୍ଷତି ଜଣେ ସାମ୍ନାକରେ ତାହାର ଉପସମ ପାଇଁ କୌଣସି ବ୍ୟବସ୍ଥା ନାହିଁ ।

ଏହି କଥାଟିକୁ ବୁଝିବା ପାଇଁ ଅନ୍ତତଃ ଅନୁରାଧା ଭାସିନ୍ ମାମଲାରେ ଉଚ୍ଚତମ ନ୍ୟାୟଳୟଙ୍କୁ ସୁଯୋଗ ମିଳିଥିଲା । ଇଣ୍ଟନେଟ୍ ସେବା ବନ୍ଦ କରିବା ପଛରେ ଜାତୀୟ ନିରାପତ୍ତା ବା ଆଇନ ଶୁଙ୍ଖଳା ପରିସ୍ଥିତିର ଉପଚାର ଅପେକ୍ଷା ଅସହମତ ହେଉଥିବା ଗୋଟିଏ ଜନସଂଖ୍ୟାକୁ ଶାସ୍ତି ଦେବାପାଇଁ ଏହା ଉଦ୍ଦିଷ୍ଟ ଥିବା ଯୋଗୁଁ ସରକାରଙ୍କୁ ଏଥିପାଇଁ ଉତ୍ତରାଦାୟୀ କରାଯିବାର ଆବଶ୍ୟକତା ଥିଲା । କିନ୍ତୁ ଜର୍ଜ ବଣ୍ଣାର୍ଡ଼ ସ’ଙ୍କ ଭାଷାରେ କହିବାକୁଗଲେ ଅଦାଲତ ଗୋଟିଏ ସୁଯୋଗକୁ ହାତଛଡ଼ା କରିବା ପାଇଁ ସୁଯୋଗଟିଏ ନେଇଛନ୍ତି ଯାହା ତାଙ୍କର ବିଶ୍ୱସନୀୟତା ଓ ନିଜ ଅଧିକାରର ପରିପନ୍ଥୀ ସାବ୍ୟସ୍ତ ହେଇଛି ।

Comments

(-) Hide

EPW looks forward to your comments. Please note that comments are moderated as per our comments policy. They may take some time to appear. A comment, if suitable, may be selected for publication in the Letters pages of EPW.

Back to Top