ISSN (Print) - 0012-9976 | ISSN (Online) - 2349-8846

ଟ୍ରମ୍ପ ଓ ତେହେରାନ୍

ଯୁଦ୍ଧ ପାଇଁ ଯୁକ୍ତରାଷ୍ଟ୍ର ଆମେରିକାର ଅଶେଷ କ୍ଷୁଧା ଯୋଗୁଁ ପୁଣି ଥରେ ବିଶ୍ୱ ଶାନ୍ତି ପାଇଁ ଏକ ବିପଦ ହୋଇ ଠିଆ ହୋଇଛି ।

 

The translations of EPW Editorials have been made possible by a generous grant from the H T Parekh Foundation, Mumbai. The translations of English-language Editorials into other languages spoken in India is an attempt to engage with a wider, more diverse audience. In case of any discrepancy in the translation, the English-language original will prevail.

 

ଇରାନର ଇସଲାମିକ ରିଭୋଲ୍ୟୁସନାରୀ ଗାର୍ଡ କର୍ପ୍ସ-କୁଦ୍ସ ଫୋର୍ସର ମେଜର ଜେନେରାଲ କାଶିମ ସୁଲେମାନୀ ଓ ଇରାକର ପପୁଲାର ମୋବିଲାଇଜେସନ ଫୋର୍ସେସର ଡେପୁଟୀ କମାଣ୍ଡର ଆବୁ ମହଦୀ ଅଲ-ମୁହାନ୍ଦିସଙ୍କୁ ଯୁକ୍ତରାଷ୍ଟ୍ର ଆମେରିକା ପକ୍ଷରୁ ଜାନୁଆରୀ ୩ ତାରିଖ ଦିନ ଏକ ଡ୍ରୋନ ଆମ୍ରମଣରେ ହତ୍ୟା କରାଯିବା ପରେ ପଶ୍ଚିମ ଏସିଆରେ ପୁଣି ଥରେ ହିଂସାର ଏକ  ବାତାବରଣ ସୃଷ୍ଟି ହୋଇଛି । ଏପରି କରି ଡୋନାଲ୍ଡ ଟ୍ରମ୍ପ ପ୍ରଶାସନ ସ୍ପଷ୍ଟ ଭାବେ ଘୋଷଣା କରିଛି ଯେ ୨୦୨୦ ଏକ ହିଂସାର ବର୍ଷ ହେବ । ଆମେରିକାର ଅହଂକାରର ପ୍ରତିକ୍ରିୟାରେ ଇରାନ ଅନବର ଅଂଚଳରେ ଥିବା  ଆଇନ ଅଲ ଆସାଦ ଓ ଇରାକର ଏରବିଲଠାରେ ଥିବା ଆମେରିକାର ସାମରିକ-ଘାଟୀ ଉପରେ କ୍ଷେପଣାସ୍ତ୍ର ମାଡ଼ କରାଇଛି ।

ଆମେରିକାର ସବୁ ଶ୍ରେଣୀର ସମ୍ଭ୍ରାନ୍ତ ବର୍ଗ , ସେ ଉଦାରପନ୍ଥୀ ହୁଅନ୍ତୁ ବା ରକ୍ଷଣଶୀଳ ସେମାନେ ଆମେରିକାର ସାମରିକ ପ୍ରଭୁତ୍ୱକୁ ନେଇ ଅନ୍ଧ ଏବଂ ସେମାନେ ବିଶ୍ୱାସ କରନ୍ତି ଯେ ସାରା ବିଶ୍ୱ ସେମାନଙ୍କ ନିୟମରେ ଚାଲିବାକୁ ବାଧ୍ୟ । ତେଣୁ ଆମେରିକାଠାରୁ ସାମରିକ ସଂଯମତା ଆଶା କରିବା ବୃଥା,ଏକ ଭ୍ରମ । ଶୀତଳ ଯୁଦ୍ଧର ପରିସମାପ୍ତି ପରଠାରୁ ପେଂଟାଗନ ଏହାର ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଗୁଡିକର ପରୀକ୍ଷଣ ପାଇଁ ପଶ୍ଚିମ ଏସିଆକୁ ଏକ ଭଲ ପ୍ରୟୋଗଶାଳା ବୋଲି ଧରି ଆସିଛି । ବାର୍ଷିକ ୭୦୦ ବିଲିୟନ ଡଲାରର ସାମରିକ ବଜେଟ ସହିତ ଯୁକ୍ତରାଷ୍ଟ୍ର ଆମେରିକା ବିଶ୍ୱ-ଶାନ୍ତିକୁ ଏକ କାଳ୍ପନିକ ସ୍ୱପ୍ନରେ ପରିଣତ କରି ଦେବାକୁ ଚାହେଁ । ଆମେରିକା ପୁଣି ଥରେ ଆକ୍ରମଣ କରିବା ପାଇଁ ପ୍ରସ୍ତୁତି ଚଳାଇଥିବା ବେଳେ ପଶ୍ଚିମ ଏସିଆ ଘଟଣାର ସମାଧାନ କୁଟନୀତିଜ୍ଞ ସ୍ତରରେ ହୋଇ ପାରିବ ବୋଲି ଆଉ ଆଶା କରାଯାଉ ନାହିଁ ।

ଜଣେ ବିଦେଶୀ ନେତା ଯିଏକି କୁଟନୈତିକ ଶକ୍ତି ଦ୍ୱାରା ସୁରକ୍ଷିତ ତାଙ୍କ ବିରୁଦ୍ଧରେ ସାମରିକ କାର୍ଯ୍ୟାନୁଷ୍ଠାନ ନିଶ୍ଚିତ ଭାବରେ ପେଶାଦାର ସାମରିକ ନୈତିକତାର ଉପହାସ ଓ ଏହା ଯୁଦ୍ଧକୁ ପ୍ରୋତ୍ସାହନ ଦିଆଯିବା କାର୍ଯ୍ୟ ସହିତ ସମାନ । ଏକ ରାଷ୍ଟ୍ର-କୈନ୍ଦ୍ରିକ ଅନ୍ତରାଷ୍ଟ୍ରୀୟ ବ୍ୟବସ୍ଥା ହିଁ ବିଦେଶୀ ନେତାଙ୍କର ଏଭଳି ହତ୍ୟା କରିବାପାଇଁ ସୁପାରୀଶ କରିପାରେ । କିନ୍ତୁ ୧୯୦୭ରେ ହୋଇଥିବା ହେଗ୍ ସମ୍ମେଳନର ସୁପାରୀଶ ଅନୁସାରେ ଏଭଳି ହତ୍ୟାକାଣ୍ଡକୁ କପଟପୂର୍ଣ୍ଣ ବା ବିଶ୍ୱାସଘାତୀ ହତ୍ୟାକାଣ୍ଡ କୁହାଯିବ । ଟ୍ରମ୍ପ ପ୍ରଶାସନର ଏଭଳି କାର୍ଯ୍ୟକଳାପ ନିୟମ ଆଧାରିତ ଆର୍ନ୍ତଜାତିକ ବ୍ୟବସ୍ଥାର ସିଧା ଉଲ୍ଲଂଘନ କରୁଛି ଏବଂ ଏହାକୁ ସିଧା ମଧ୍ୟଯୁଗୀୟ ବର୍ବରତା ଆଡକୁ ମୁଁହାଇ ଦେବାରେ ଲାଗିଛି ଯେଉଁଠାରେ ଏଭଳି ଜଘନ୍ୟ ହତ୍ୟାକାଣ୍ଡକୁ ରାଷ୍ଟ୍ରର ଶାସନ ବ୍ୟବସ୍ଥାର ଏକ ଅଙ୍ଗ ଭାବରେ ନିଆଯାଉଥିଲା । ତେଣୁ ଏହାକୁ ଅବୈଧ ମନେ କରାଯାଉ ନ ଥିଲା ।

ସୁଲେମାନୀଙ୍କୁ ହତ୍ୟା କରାଯିବା ପଛରେ ଯେଉଁ କାରଣ ଥିବା କଥା ରାଷ୍ଟ୍ରପତି ଟ୍ରମ୍ପ କହୁଛନ୍ତି ତାହା ହେଉଛି ସୁଲେମାନୀ ହଜାର ହଜାର ଆମେରିକୀୟଙ୍କୁ ହତ୍ୟା କରିବା ଓ ଆହତ କରିବାପାଇଁ ଦାୟୀ ଥିଲେ ଓ ଭବିଷ୍ୟତରେ ଆହୁରି ଅନେକଙ୍କୁ ହତ୍ୟା କରିବାପାଇଁ ଯୋଜନା କରୁଥିଲେ । କିନ୍ତୁ ତା ପୂର୍ବରୁ ସିଏ ଧରାପଡିଗଲେ । ଫ୍ଲୋରିଡାର ପାମବିଚ୍ ରିସେ।।ର୍ଟରୁ ଟ୍ରମ୍ପ କହିଛନ୍ତି ଯେ ଏହି ଆକ୍ରମଣ ଏକ ସମ୍ଭାବ୍ୟ ଯୁଦ୍ଧକୁ ରୋକିବା ପାଇଁ କରାଯାଇଥିଲା । ଟ୍ରମ୍ପଙ୍କ ଭାଷାରେ ଆମେ ଯୁଦ୍ଧ କରିବାପାଇଁ କାର୍ଯ୍ୟାନୁଷ୍ଠାନ କରୁନା । କିନ୍ତୁ ମୂଳ କଥା ହେଉଛି ଟ୍ରମ୍ପ ପ୍ରଶାସନ କୁଟନୈତିକ ନିପୁଣତାକୁ ନିଚା ଦେଖାଇବା ପାଇଁ ଓ ସାର୍ବଭୌମ ସୁରକ୍ଷା  ବ୍ୟବସ୍ଥାକୁ ପ୍ରତିହତ କରାଇବା ପାଇଁ ସାମରିକ ଆବଶ୍ୟକତାକୁ ଅସ୍ତ୍ର ରୂପରେ ଉପଯୋଗ କରୁଛନ୍ତି ।

ଆମେରିକା ନେତୃତ୍ୱାଧୀନ ମଧ୍ୟ-ପ୍ରାଚ୍ୟ ବ୍ୟବସ୍ଥା ଯାହାକୁ କି ୧୯୭୦ ଦଶକର ମଧ୍ୟଭାଗରେ ହେନେରୀ କିସିଙ୍ଗର ତୈଳ ସଂକଟକୁ ଏଡାଇବା ପାଇଁ ଓ ତୃତୀୟ ବିଶ୍ୱର ଦେଶମାନଙ୍କ ପାଇଁ ଏକ ନୂତନ ଅନ୍ତ୍ରରାଷ୍ଟ୍ରୀୟ ଅର୍ଥନୈତିକ ବ୍ୟବସ୍ଥା ରଚନା କରିଥିଲେ ତାହାକୁ ଏବେ ଧ୍ୱଂସ କରାଯାଉଛି । ଟ୍ରମ୍ପ ଯିଏ କି ତାଙ୍କ ନିର୍ବାଚନ ପ୍ରଚାର ସମୟରେ ପଶ୍ଚିମ ଏସିଆରେ ଯୁଦ୍ଧରେ ମାତିବା ବିରୁଦ୍ଧରେ ମତ ଦେଉଥିଲେ, ୨୦୧୭ ଆସୁ ଆସୁ ସ୍ୱର ବଦଳାଇ ଦେଲେ ଓ ସୁବ୍ୟବସ୍ଥିତ ଭାବରେ ଶାନ୍ତି ଓ ବ୍ୟବସ୍ଥାର ଧ୍ୱଂସ ପାଇଁ ଉଦ୍ୟମ କରି ଚାଲିଲେ ।

 ଇରାନ ପରମାଣୁ ଚୁକ୍ତିରୁ ଏକତରଫା ଭାବେ ଓହରିଯିବା, ଜେରୁଜେଲମକୁ ଇଜ୍ରାଏଲର ରାଜଧାନୀ ଭାବେ ସ୍ୱୀକୃତି ଦେବା, ଆମେରିକୀୟ ଦୁତାବାସକୁ ଜେରୁଜେଲମକୁ ନେବା, ଇରାନୀ ଜନତାଙ୍କ ଉପରେ ମେରୁଦଣ୍ଡ ଭାଙ୍ଗିଦେବାପରି ଅର୍ଥନୈତିକ ପ୍ରତିବନ୍ଧ ଲଗାଇବା, ଇରାନର ରିଭୋଲ୍ୟୁସନାରୀ ଗାର୍ଡଙ୍କୁ ଆତଙ୍କବାଦୀ ସଙ୍ଗଠନ ଭାବେ ଘୋଷଣା କରିବା ଆଦି ସମସ୍ତ କଥା ଇରାନ ରଣନୀତିର ଧୈର୍ଯ୍ୟବନ୍ଧ ତୁଟାଇବା ପାଇଁ ଇରାନ ଉପରେ ଅତ୍ୟଧିକ ଚାପ ପ୍ରୟୋଗ ବ୍ୟତୀତ ଆଉ କିଛି ନ ଥିଲା । 

ଯୁକ୍ତରାଷ୍ଟ୍ର ଆମେରିକା ଓ ଏହାର କ୍ଷେତ୍ରୀୟ ସହଯୋଗୀ ସିରିଆ ଘଟଣାରେ ଇରାନର ମୁଣ୍ଡ ଖେଳାଇବା ଏବଂ ଇସଲାମିକ ଷ୍ଟେଟ ଅଫ ଇରାକ ଏବଂ ସିରିଆ(ଆଇଏସଆଇଏସ) ପରି ଖୁଂଖାର ଆତଙ୍କୀ ସଂଗଠନକୁ ବିରୋଧ କରିବା କଥାକୁ ପସନ୍ଦ କରି ପାରୁ ନାହାନ୍ତି । କାରଣ କ୍ଷେତ୍ରୀୟ ଯୋଗାଯୋଗରେ ବୃଦ୍ଧି ଘଟିଲେ ଏହା ସାମ୍ପ୍ରଦାୟିକ ବିଚ୍ଛିନ୍ନତାବାଦୀ ରାଜନୈତିକ ଶାସନ ବ୍ୟବସ୍ଥାକୁ କ୍ଷତି ପହୁଂଚାଇବ ଯାହାକି ସାମ୍ରାଜ୍ୟବାଦୀ ବ୍ୟବସ୍ଥାର ବିକାଶ ପାଇଁ ଆବଶ୍ୟକ । ଇରାକରେ ଏବେ ଯେଉଁ ଜାତୀୟତାବାଦୀ  ଉତ୍ଥାନ  ଦେଖାଦେଇଛି ଓ ଇରାକରୁ ତୁରନ୍ତ ଆମେରିକା ଏହାର ସୈନ୍ୟବାହିନୀ ହଟାଉ ବୋଲି ଯେଉଁ ଦାବୀ ଜୋର ଧରିବାରେ ଲାଗିଛି ଯୁକ୍ତରାଷ୍ଟ୍ର ଆମେରିକା ଏବେ ତାହାକୁ ନେଇ ବିଚଳିତ ।

ସବୁଠାରୁ ଆଶ୍ଚର୍ଯ୍ୟକର କଥା ହେଉଛି ୟେମେନ, ଯାହା ହେଉଛି ଏହି କ୍ଷେତ୍ରର ସବୁଠାରୁ ଗରୀବ ଦେଶ, ସେଠାରେ ତୁଳନାତ୍ମକ ଭାବରେ ଗୋଟିଏ ଛୋଟିଆ  ଗୋଷ୍ଠୀ ହାଉଥିସ ସହିତ ସେଠାକାର ଦୁର୍ବଳ ସରକାର ମଧ୍ୟରେ ଲାଗି ରହିଥିବା ରାଜନୈତିକ ସଂଘର୍ଷ ହେଉଛି ଇରାନ ଏବଂ ସାଉଦୀ ଆରବ ଝଗଡାର ମୂଳ କାରଣ । ଯୁକ୍ତରାଷ୍ଟ୍ର ଆମେରିକାର ରଣନୀତିକୁ କ୍ଷେତ୍ରୀୟ ଶକ୍ତିମାନଙ୍କର ଏକତ୍ରୀକରଣ ଆଦୌ ସୁହାଏ ନାହିଁ । ବିଶ୍ୱର ସର୍ବାଧିକ ତୈଳ ରପ୍ତାନୀକାରୀ ଦେଶ ହୋଇଯିବା ହେଉଛି ଏହାର ମୂଳବିନ୍ଦୁ । ଏହା ସହିତ ସିହା-ସୁନୀ ଏକତା ସହିତ ଗୋଟିଏ ଧର୍ମନିରପେକ୍ଷ ପଶ୍ଚିମ-ଏସିଆ ଇସ୍ରାଏଲର ପାଗଳପଣକୁ ବଢାଇଦେଉଛି । ୧୯୭୦ ଦଶକରେ ଯୁକ୍ତରାଷ୍ଟ୍ର ଆମେରିକା ବିକାଶଶୀଳ ଏବଂ ଗରୀବ ଦେଶମାନଙ୍କ ସହିତ ପଶ୍ଚିମ ଏସିଆକୁ ଏହି ଗୋଷ୍ଠୀରୁ ଅଲଗା କରି ସେମାନଙ୍କର ଏକତାକୁ ଭାଙ୍ଗି ଦେବାର ବ୍ୟବସ୍ଥା କରିଥିଲା । ନିଜର ବଡଭାଇପଣିଆକୁ ପ୍ରତିଷ୍ଠା କରିବାପାଇଁ ଏହି କ୍ଷେତ୍ରକୁ ଉପଯୋଗ କରିନେବା ପରେ ଆମେରିକା ଏବେ ଏହାକୁ ଗରୀବ ଦେଶର ତାଲିକାଭୁକ୍ତ କରାଇବା ଉଦ୍ୟମରେ ରହିଛି ।

ଏଠାରେ ଭୌଗଳିକ ବାସ୍ତବତାଟି ହେଉଛି ଇରାନ୍ ବାଗଦାଦଠାରୁ ବିରୁଟ ପର୍ଯ୍ୟନ୍ତ ଏକ ସେତୂ ନିର୍ମାଣ କରିବାକୁ ଚାହୁଁଛି ଯାହାକି ଇରାକ, ଲେବାନନ, ସିରିଆ ଆଦିର ବିଭିନ୍ନ ବନ୍ଦର ମାନଙ୍କୁ ଛୁଇଁ ମଧ୍ୟପ୍ରାଚ୍ୟକୁ ସଂଯୋଗ କରିବ । ଏହାକୁ ଯୁକ୍ତରାଷ୍ଟ୍ର ଆମେରିକା, ଇଜରାଏଲ ଏବଂ ସାଉଦୀ ଆରବ ବିରୋଧ କରୁଛନ୍ତି । କାରଣ ଏହା ହୋଇଗଲେ ଏବେ ଯୁକ୍ତରାଷ୍ଟ୍ର ଆମେରିକାର ନୌବାହିନୀ ନିୟନ୍ତ୍ରଣରେ ଥିବା ଆଂଚଳିକ ବାଣିଜ୍ୟିକ ସମୁଦ୍ରପଥ ଉନ୍ମୁକ୍ତ ହୋଇଯିବ । ଏଠାରେ ମନେ ପକାଇ ଦିଆଯାଇ ପାରେ ଯେ ଅଂଗ୍ଲୋ-ଆମେରିକାନ ମାନଙ୍କ ଦ୍ୱାରା ପ୍ରଥମ ବିଶ୍ୱଯୁଦ୍ଧ ସୃଷ୍ଟି କରାଇବାର ମୂଳ କାରଣ ମଧ୍ୟ ଜର୍ମାନର ବର୍ଲିନ-ବାଗଦାଦ ମଧ୍ୟରେ ନିର୍ମାଣ ହେବାକୁ ଥିବା ରେଳଲାଇନକୁ ବନ୍ଦ କରାଇବା ଥିଲା । କାରଣ ଏହି ରେଳଲାଇନ ଦ୍ୱାରା ସୁଏଜ କେନାଲର ଗୁରୁତ୍ୱ କମ ହୋଇ ଯାଉଥିଲା ।

ଇରାନ ଏବଂ ଯୁକ୍ତରାଷ୍ଟ୍ର ଆମେରିକା ମଧ୍ୟରେ ଚାଲିଥିବା ଏହି ଉତ୍ତେଜନାମୂଳକ ସ୍ଥିତି ହରମୁଜ ପ୍ରଣାଳୀର ନିର୍ମାଣକୁ ପ୍ରଭାବିତ କରିବ । ଯାହା ମଧ୍ୟ ଦେଇ ବିଶ୍ୱର ୨୦ ପ୍ରତିଶତ ତୈଳ ପରିବହନ ଜଳପଥରେ ହୋଇଥାଏ । ଯଦି ତୈଳ ପରିବହନରେ ସମସ୍ୟା କରାଯାଏ ତେବେ ସାରା ବିଶ୍ୱରେ ତୈଳଦରରେ ବୃଦ୍ଧି ଘଟିବ । ଯାହାଫଳରେ ବିଶ୍ୱର ଅର୍ଥନୀତି ପ୍ରଭାବିତ ହେବ । ଭାରତ ଭଳି ଦେଶ ଯିଏକି ଗତ କେତେବର୍ଷ ଧରି ଅର୍ଥନୈତିକ ମାନ୍ଦାବସ୍ଥାକୁ ନେଇ ସନ୍ତୁଳିତ ହେବାରେ ଲାଗିଛି ଏଥିରୁ ପାରିହେବା ପାଇଁ କଷ୍ଟ ଅନୁଭବ କରିବ । ଭାରତର ବୈଦେଶିକ ବିଭାଗ ଯାହାର ସମ୍ପର୍କ ଟ୍ରମ୍ପ ପ୍ରଶାସନ ସହିତ ବେଶ ଭଲ ସେ ଏବେ ବିଶ୍ୱରେ ଶାନ୍ତିରକ୍ଷା ପାଇଁ ଉଦ୍ୟମ କରିବା ଆବଶ୍ୟକ । ଅବଶ୍ୟ ଟ୍ରମ୍ପ ପ୍ରଶାସନ ଏହା ଚାହିଁଲେ ହେଲା ।

 

Comments

(-) Hide

EPW looks forward to your comments. Please note that comments are moderated as per our comments policy. They may take some time to appear. A comment, if suitable, may be selected for publication in the Letters pages of EPW.

Back to Top