କୃଷିଋଣ ଛାଡ଼କାରୀଙ୍କ ଦୂରଦୃଷ୍ଟିହୀନତା
କୃଷିକ୍ଷେତ୍ରରେ ଥିବା ଗଭୀର ସଂକଟର ମୂଳୋତ୍ପାଟନ ପାଇଁ ଏକ ଫଳପ୍ରଦ ଦୀର୍ଘକାଳୀକ ସମାଧାନର ଆବଶ୍ୟକତା ରହିଛି ।
The translations of EPW Editorials have been made possible by a generous grant from the H T Parekh Foundation, Mumbai. The translations of English-language Editorials into other languages spoken in India is an attempt to engage with a wider, more diverse audience. In case of any discrepancy in the translation, the English-language original will prevail.
ଏବେ କୌଣସି ଆଦର୍ଶଗତ ମାନକ ନଥାଇ କେବଳ ନିର୍ବାଚନ ଆଧାରିତ ଆବଶ୍ୟକତା ବା ଚାହିଦାକୁ ଚାହିଁ କୃଷି ସଂକଟର ରାଜନୀତିକରଣ କରାଯାଉଛି ଓ କୃଷି ସଂକଟର ସମାଧାନ ପାଇଁ କୃଷିୠଣ ଛାଡ କରିବା ବିଷୟକୁ ସରକାରମାନେ ଏକ ଉତ୍କୃଷ୍ଟ ନୀତି ବୋଲି ମନେ କରୁଛନ୍ତି । କୃଷକମାନେ ସେମାନଙ୍କ ଉପରେ ବଢି ଯାଉଥିବା କୃଷି ୠଣର ବୋଝକୁ ହାଲୁକା କରିବା ପାଇଁ କୃଷିୠଣ ଛାଡ କରିବା, ସେମାନଙ୍କ ଉତ୍ପାଦିତ ଦ୍ରବ୍ୟର ଉଚିତ୍ ତଥା ଲାଭଜନକ ମୂଲ୍ୟ ବ୍ୟବସ୍ଥା କରିବା ପାଇଁ ଦାବୀ ଉଠାଉଛନ୍ତି । ସେମାନେ ଏ ଦାବୀ କରିବାର କାରଣଟି ହେଉଛି ଯେ ସେମାନଙ୍କ ଭିତରେ ଉତ୍ପାଦନର ଉଚିତ୍ ଦାମ ନ ମିଳିବା ତଥା ସେମାନେ ୠଣଯନ୍ତାରେ ପଡିଯିବାର ପ୍ରବଳ ଭୟ ରହୁଛି । ଏହା ସହିତ ପାଣିପାଗର ଅନିଶ୍ଚିତତା ସେମାନଙ୍କ ସମସ୍ୟାକୁ ଅଧିକ ଗମ୍ଭୀର କରୁଛି ।
ମହାରାଷ୍ଟ୍ରର ନବଗଠିତ ‘ମହା ବିକାଶ ଅଘାଡି’ ସରକାରଙ୍କର ‘ମହାତ୍ମା ଜ୍ୟୋତିରାଓ ଫୁଲେ କୃଷି ୠଣ ଛାଡ ଯୋଜନା’ ହେଉଛି ସବୁଠାରୁ ତାଜା କୃଷିୠଣ ଛାଡ଼ ଯୋଜନା ଯେଉଁଠାରେ ୧ ମାର୍ଚ୍ଚ ୨୦୧୫ ଠାରୁ ୩୦ ସେପ୍ଟେମ୍ବର ୨୦୧୯ ପର୍ଯ୍ୟନ୍ତ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ କରାଯାଇଥିବା କୃଷିୠଣକୁ ଛାଡ କରାଯାଇଛି । ସରକାର ଏହି ଯୋଜନାକୁ ୩ ରୁ ୬ ମାସ ମଧ୍ୟରେ ଲାଗୁ କରିଦେଇ ପାରିବେ ବୋଲି ଆଶା କରୁଛନ୍ତି । ନିର୍ବାଚନ ପୂର୍ବରୁ ସାରାରାଜ୍ୟରେ ହୋଇଥିôବା କୃଷକ ଆନ୍ଦୋଳନକୁ ଲକ୍ଷ୍ୟ କରି ମହାରାଷ୍ଟର ପୂର୍ବତନ ସରକାର ଜୁନ୍ ୨୦୧୭ ମସିହାରେ ରାଜ୍ୟର ୮୯ ଲକ୍ଷ କୃଷକଙ୍କୁ ୩୪୦୪୪ କୋଟି ଟଙ୍କାର କୃଷିୠଣ ଛାଡ଼ କରିବା ଭଳି ଏକ ଯୋଜନା ଘୋଷଣା କରିଥିଲେ । କିନ୍ତୁ କୃଷିୠଣ ଛାଡ କରିବା ପାଇଁ ଯୋଗ୍ୟ କୃଷକ ଚୟନ ନେଇ ଦ୍ୱନ୍ଦ ଉପୁଜିବା, କଷ୍ଟକର ଅନଲାଇନ୍ ପ୍ରକ୍ରିୟା ଏବଂ ଏଥିପାଇଁ ସମୟୋପଯୋଗୀ ନ ହୋଇ ଇତସ୍ତତ ଭାବରେ ରାଜ୍ୟ ସରକାରଙ୍କଠାରୁ ବ୍ୟାଙ୍କରେ ଟଙ୍କା ପହଂଚିବା ହେତୁ ଏହି ଯୋଜନା ଠିକ ସମୟରେ କାର୍ଯ୍ୟକାରୀ ହୋଇ ପାରିଲା ନାହିଁ । ଏହି ସମସ୍ୟା ୠଣଛାଡ ପାଇଁ ଯୋଗ୍ୟ ହେବାର ଯେଉଁ ବ୍ୟବସ୍ଥା ରହିଥିଲା ତାକୁ ଜଟିଳ କରିଦେଲା ।
କୃଷକ ମାନଙ୍କର ୠଣର ପରିମାଣକୁ ଦେଖି ୠଣଛାଡ ନୀତି କୃଷକମାନଙ୍କ ପାଇଁ ଗୋଟିଏ ସ୍ୱଳ୍ପକାଳୀନ ଆଶ୍ୱସ୍ତି ଭଳି କାମ କରିଥାଏ, କିନ୍ତୁ ବାସ୍ତବ ଅଧ୍ୟୟନରୁ ଜଣାପଡେ ଯେ ୠଣଗ୍ରହିତାମାନଙ୍କ ଉପରେ ଏହାର କୌଣସି ଲାଭଜନକ ପ୍ରଭାବ ପଡି ନ ଥାଏ ବା ସିଧା କଥାରେ କହିଲେ ସେଥିରେ ସେମାନଙ୍କର ସେଭଳି ବିରାଟ ଲାଭ ହୋଇ ନଥାଏ । ସେଥିପାଇଁ ଏହି ଯୋଜନାକୁ ଲକ୍ଷ୍ୟରେ ରଖି କୃଷକମାନଙ୍କ ପାଇଁ ଏକ ଉତ୍ତମ ନୀତିବିଷୟରେ ଚିନ୍ତା କରାଯିବା ଆବଶ୍ୟକ । ଏଥିପାଇଁ ଏକ ସଠିକ ଏବଂ ଉପଯୋଗୀ ୠଣଛାଡ ଯୋଜନା ହେବା ଜରୁରୀ ଯାହାକି ସାର୍ବଜନୀନଭାବେ ଅତି କ୍ଷୁଦ୍ର, କ୍ଷୁଦ୍ର ଓ ମଧ୍ୟମ ଧରଣର କୃଷକମାନଙ୍କର ଆକାଂକ୍ଷା ପୂର୍ତ୍ତି କରାଇ ପାରିବ । ଏହା ଏପରି ହେବା ଦରକାର ଯେପରିକି ଏହା ଆନୁଷ୍ଠାନିକ ଓ ଅଣଆନୁଷ୍ଠାନିକ ଉଭୟ ପ୍ରକାରର ୠଣକୁ ଧ୍ୟାନରେ ରଖି କରାଯାଇଥିବ । କେରଳରେ ୨୦୦୬ ମସିହାରୁ ସକ୍ରୀୟ ଥିବା ରାଜ୍ୟ କୃଷକ ୠଣ ରିଲିଫ ଆୟୋଗ ଏକ ଢାଞ୍ଚା ଗଢିଛନ୍ତି ଯାହାକୁ ନେଇ ଏକ ବ୍ୟାପକ ଏବଂ ଅନ୍ତର୍ଭୁକ୍ତି ୠଣ ଛାଡ ଯୋଜନା କରାଯାଇପାରେ । ଏହି ସ୍ଥାୟୀ ସଂସ୍ଥା ଯେଉଁଥିରେ କୃଷି ବିଶେଷଜ୍ଞ, କୃଷକ ପ୍ରତିନିଧି, ପୂର୍ବତନ ବିଚାରପତି ମାନେ ରହି ଗୋଟି ଗୋଟି କରି ଆବେଦନ ପତ୍ରଗୁଡିକୁ ଦେଖି ୠଣ ଦାତା ଓ ୠଣ ଗ୍ରହିତାଙ୍କ ମଧ୍ୟରେ ୠଣକୁ କିପରି ବ୍ୟବସ୍ଥିତ କରାଯିବ ସେ ବିଷୟରେ ଉପାୟ କରିଥାଆନ୍ତି । ଏଥିରେ ଗୋଟିଏ ସୁନ୍ଦର କଥା ହେଉଛି ଏଠାରେ ୠଣ ଛାଡ ବିଷୟଟି ନିର୍ବାଚନ ଆଧାରିତ ହୋଇ ନ ଥାଏ ।
ସେ ଯାହାହେଉ ଏଥିରେ ଏକ ନିରନ୍ତର ତଥା ଦୀର୍ଘକାଳୀକ ହସ୍ତକ୍ଷେପର ଆବଶ୍ୟକତା ରହିଛି, କାରଣ କୃଷି ଉତ୍ପାଦନ ପାଇଁ ଆବଶ୍ୟକ ସାମଗ୍ରୀର ଦର ବୃଦ୍ଧି ସାଙ୍ଗକୁ ଉତ୍ପାଦିତ ସାମଗ୍ରୀରୁ ହ୍ରାସ ପାଉଥିବା ଫାଇଦା ହିଁ କୃଷି ସଂକଟ ଗମ୍ଭୀର ହେବାର ପ୍ରାଥମିକ କାରଣ ହେଉଛି । ଆହୁରି ମଧ୍ୟ ଅନୁଭବରୁ ମିଳିଥିବା ଉଦାହରଣରୁ ଦେଖାଯାଇଛି ଯେ କୃଷି ୠଣ ଛାଡ ହେବା ଫଳରେ ଏହା କେବଳ ଆନୁଷ୍ଠାନିକ ୠଣୀମାନଙ୍କୁ ଫାଇଦା ପହୁଂଚାଇଥାଏ ବୋଲି ନୁହେଁ ଏହା ମୁଖ୍ୟତଃ ବଡ ବଡ କୃଷକମାନଙ୍କୁ ଫାଇଦା ପହୁଁଚାଇଥାଏ । ପରିଣାମ ସ୍ୱରୂପ ଏହା ଯୋଗ୍ୟ କୃଷକଙ୍କର ମନୋବଳକୁ ଭାଙ୍ଗିଦେଇ ସେମାନଙ୍କୁ କେବଳ ବାରବାର କିଭଳି ୠଣଛାଡ ହୋଇ ପାରିବ ସେହି ବ୍ୟବସ୍ଥା ଉପରେ ନିର୍ଭର କରାଇ ରଖିଥାଏ । ଏହା ଦ୍ୱାରା ଗ୍ରାମୀଣ ୠଣ ବ୍ୟବସ୍ଥା ଭୁଷୁଡି ଯାଏ ଓ ଅନୁତ୍ପାଦକ ଖର୍ଚ୍ଚର ବୋଝକୁ ନେଇ ଚିନ୍ତିତ ବ୍ୟାଙ୍କଗୁଡିକ ଅଧିକ ବୋଝଗ୍ରସ୍ତ ହୋଇ ପଡିଥାଆନ୍ତି । ୠଣଛାଡ ବ୍ୟବସ୍ଥା ସରକାରୀ ଆର୍ଥିକ ସମ୍ପଦକୁ ହ୍ରାସ କରାଇ କୃଷିରେ ହେଉଥିବା ସରକାରୀ ଖର୍ଚ୍ଚକୁ ପ୍ରଭାବିତ କରିଥାଏ ଓ ଦୀର୍ଘକାଳୀକ ଭାବରେ ଏହା ଉପଯୋଗୀ ପ୍ରମାଣିତ ହୋଇ ନଥାଏ କି ହେବ ନାହିଁ ।
ପ୍ରାସଙ୍ଗିକ ଭାବେ ଏଠାରେ ପ୍ରଶ୍ନ ଉଠିବା ସ୍ୱାଭାବିକ ଯେ କୃଷି ୠଣ ଛାଡ ବ୍ୟବସ୍ଥା ମରୁଡି, ଉତ୍ପାଦନ ର ବର୍ଦ୍ଧିତ ଖର୍ଚ୍ଚ, ଉତ୍ପାଦିତ ସାମଗ୍ରୀର ମୂଲ୍ୟ ହ୍ରାସ, ଦିନକୁ ଦିନ ହ୍ରାସ ପାଉଥିବା କୃଷକର ଆୟରେ ବୃଦ୍ଧି କରାଇ ପାରିବ କି? ଏହି ସଙ୍କଟକୁ ଆହୁରି ଅଧିକ ଘନିଭୁତ କରୂଛି ମୁଦ୍ରାସ୍ଫିତି ଯାହାକି ଉତ୍ପାଦକ ପ୍ରତି କମ୍ ଉପଭୋକ୍ତା ପ୍ରତି ଅଧିକ ଧ୍ୟାନ ଦିଆଯିବା କାରଣରୁ ଘଟୁଛି । ଏହା ସାଙ୍ଗକୁ କୃଷି ପ୍ରଣାଳୀରେ ମଧ୍ୟ ଏକ ପରିବର୍ତ୍ତନ ଘଟୁଛି । କୃଷି ପାଇଁ ଏବେ ଅଧିକରୁ ଅଧିକ ବ୍ୟୟସାପେକ୍ଷ ହେବା ଓ ଯାନ୍ତ୍ରୀକୀକରଣର ବ୍ୟବହାର, କୃଷିକାର୍ଯ୍ୟରେ ପରିବର୍ତ୍ତନ, ବିଶେଷକରି ଅଧିକରୁ ଅଧିକ ଆୟକାରୀ ଫସଲ ତଥା ଉଦ୍ୟାନକୃଷି ଉପରେ ଧ୍ୟାନ ଦିଆଯିବା ଫଳରେ ଏହା ବଜାର ବ୍ୟବସ୍ଥାପାଇଁ ଅଧିକ ପୁଂଜି ନିବେଶ ସହିତ ଅଧିକ ଭଣ୍ଡାରଣ ବ୍ୟବସ୍ଥା ଆବଶ୍ୟକ କରୁଛି । ଯାହା ଫଳରେ କୃଷକକୁ ଅଧିକ ଅର୍ଥର ଆବଶ୍ୟକତା ଦେଖାଯାଉଛି ଓ କୃଷକ ଦିନକୁ ଦିନ ଅଧିକରୁ ଅଧିକ ୠଣଯନ୍ତା ଆଡକୁ ଆଗେଇବାରେ ଲାଗିଛି । ଗୋଟିଏ ପଟେ କୃଷି ସାମଗ୍ରୀର ଦର ହ୍ରାସ ଓ ଅନ୍ୟ ପକ୍ଷରେ କୃଷି ଉତ୍ପାଦନ ପାଇଁ ଅଧିକ ପୁଂଜି ନିବେଶକୁ ନେଇ କୃଷକର ଦୁର୍ଗତି ବଢୁଛି ।
ଏବେ ଏହି ସମସ୍ୟାର ସମାଧାନ ପାଇଁ ତତକ୍ଷଣାତ୍ ସମାଧାନର ଯେଉଁ ବ୍ୟବସ୍ଥା କରାଯାଉଛି ତାହା କୃଷକକୁ କ୍ଷଣସ୍ଥାୟୀ ଉପଶମ ଦେଇପାରେ କିନ୍ତୁ ଏହା ସମସ୍ୟାର ମୂଳ କାରଣକୁ ଯାଇ ଏହାର ମୂଳୋତ୍ପାଟନ କରି ପାରୁ ନାହିଁ କି ପାରିବ ନାହିଁ । ରୋଜଗାରରେ ସ୍ଥାଣୁ ଅବସ୍ଥା ଓ ହ୍ରାସ ପାଇ ଚାଲିଥିବା କୃଷି ଉତ୍ପାଦନ ଯୋଗୁ ଗ୍ରାମାଞ୍ଚଳରେ ଚାପ ବୃଦ୍ଧି ପାଉଛି । ଯାହା ଫଳରେ କୃଷିର ଚାହିଦା ହ୍ରାସ ପାଇ ଅଣ-କୃଷି କ୍ଷେତ୍ର ସହିତ ସମ୍ପୂର୍ଣର୍ ଗ୍ରାମୀଣ ଅର୍ଥନୀତି ଅଧିକ ରୁ ଅଧିକ ଚାପଗ୍ରସ୍ତ ହୋଇ ଯାଉଛି । ଅଣସଂଗଠିତ କ୍ଷେତ୍ରରେ ଦେଖା ଦେଇଥିବା ଏହି ଅବନତି ନିଯୁକ୍ତି ଓ ଗ୍ରାମୀଣ ଚାହିଦାକୁ ବିପଦଗ୍ରସ୍ତ କରାଇଲାଣି ।
ଏହି ସଂକଟକୁ କମ୍ କରିବା ପାଇଁ କୃଷିରେ ଉତ୍ପାଦକତାର ବୃଦ୍ଧି, କୃଷିର ଉତ୍ପାଦନରେ ଖର୍ଚ୍ଚହ୍ରାସ, ସ୍ୱାମୀନାଥନ କମିଶନଙ୍କ ସୁପାରୀଶ ମୁତାବକ କୃଷି ଉତ୍ପାଦନର ଉଚିତ ଦର ନିର୍ଦ୍ଧାରଣ,ଜମିର ଚକବନ୍ଦୀ, ଆନୁଷ୍ଠାନିକ ୠଣ ବ୍ୟବସ୍ଥା, ଢାଞ୍ଚାଗତ ସୁଧାର ପାଇଁ ଆବଶ୍ୟକ ସରକାରୀ ପାଣ୍ଠି ଯୋଗାଣ, ସଠିକ୍ ସଂସ୍ଥାଗତ କୃଷିବୀମା ପ୍ରଦାନ ଏବଂ କୃଷି ଆଧାରିତ ଶିଳ୍ପ ବିକାଣର ଆବଶ୍ୟକତା ରହିଛି । ଦେଶର ପ୍ରତ୍ୟେକ ସରକାର ଢାଂଚାଗତ ବ୍ୟବସ୍ଥାଗୁଡିକ ପ୍ରତି ବିମୁଖ । ଏହା ପ୍ରତି ନଜର ଦିଆଯିବା ସହିତ ଉତ୍ତମ ପ୍ରଯୁକ୍ତିର ବ୍ୟବହାର ପାଇଁ ପୁଂଜି ବ୍ୟବସ୍ଥା, ଗବେଷଣା ଏବଂ ସଂପ୍ରସାରଣ କାର୍ଯ୍ୟକ୍ରମ, ଗୋଦାମ ଓ ଭଣ୍ଡାରଣ ବ୍ୟବସ୍ଥାର ଭିତ୍ତି ସଂରଚନା ଉପରେ ଗୁରୁତ୍ୱ ଦିଆଯିବାର ଆବଶ୍ୟକତା ରହିଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି କୃଷି ଉତ୍ପାଦନର ବଜାର ବ୍ୟବସ୍ଥାରେ ମଧ୍ୟସ୍ଥି ବା ଦଲାଲୀ, ଠକେଇ ବା ଦୂରଭିସନ୍ଧିକୁ ଦୂର କରାଯାଇ ଏକ ନିରନ୍ତର ରପ୍ତାନୀ-ଆମଦାନୀ ବ୍ୟବସ୍ଥା ସୃଷ୍ଟି କରାଯିବାର ଆବଶ୍ୟକତା ରହିଛି ।