ISSN (Print) - 0012-9976 | ISSN (Online) - 2349-8846

କୁଟନୀତି ହିଁ ରାସ୍ତା

ଭାରତ-ପାକିସ୍ଥାନ ସମ୍ପର୍କରେ ଥିବା ସମସ୍ୟାର ସମାଧାନ ପାଇଁ ବଳିଷ୍ଠ କୁଟନୈତିକ ପଦକ୍ଷେପ ଉଠାଯିବା ଜରୁରୀ

 

The translations of EPW Editorials have been made possible by a generous grant from the H T Parekh Foundation, Mumbai. The translations of English-language Editorials into other languages spoken in India is an attempt to engage with a wider, more diverse audience. In case of any discrepancy in the translation, the English-language original will prevail.

 

ଭାରତୀୟ ଲଢୁୁଆ ଯୁଦ୍ଧ ବିମାନଗୁଡିକ ସୋମବାର ରାତିରେ  ଭାରତର ସୀମାକୁ ଟପି ବାଲାକୋଟଠାରେ ଥିବା ଜୈସ-ଏ-ମହମ୍ମଦର ଆତଙ୍କବାଦୀ ଶିବିର ଗୁଡିକ ଉପରେ ଆକ୍ରମଣ କଲେ । ଏହାର ପନ୍ଦର ଦିନ ପୂର୍ବରୁ ପୁଲୱାମାଠାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ୪୦ ଜଣ ସିଆରପିଏଫ ଜବାନଙ୍କର ମୃତ୍ୟୁ ଘଟିବାକୁ ନେଇ ଭାରତୀୟଙ୍କ ମନରେ ଯେଉଁ କ୍ଷତ ସୃଷ୍ଟି ହୋଇଥିଲା ସେଥିରେ ବାଲକୋଟ ଉପରେ ବୋମା ନିକ୍ଷେପ ସୂଚନା ନିଶ୍ଚିତ ମଲମ ଲଗାଇବାର କାର୍ଯ୍ୟ କଲା । ଏହି ଘଟଣାକୁ ସାରା ଦେଶ ପରମାଣୁ ଶକ୍ତି ହାସଲ କରି ସାରିଥିବା ପାକିସ୍ଥାନକୁ ମଜା ଚଖା ଯାଇ ପାରିଛି ଓ  ଏହା ଭାରତର ଏକ ଦୃଢ ରଣନୀତି ବୋଲି ଅନୁଭବ କଲା । ଭାରତର ରଣନୀତିକୁ ନେଇ ଚିନ୍ତା କରୁଥିବା ଚିନ୍ତକମାନେ ଚଟାପଟ ଏହି ପରିଣାମରେ ଉପନିତ ହୋଇଗଲେ ଯେ ଏଭଳି ଅଣପାରମ୍ପରିକ ଯୁଦ୍ଧରେ ବାୟୁସେନାର ବୋମାମାଡ ହିଁ ସଠିକ ପଦକ୍ଷେପ । ଏହା ଫଳରେ ପାକିସ୍ଥାନର ଯେଉଁ ଭାବନା ରହିଛି ଯେ ଏହା ଉପରେ ପାରମାଣବିକ ଆକ୍ରମଣ ହେବ ନାହିଁ ତା’ର ସେ ସନ୍ତୁଷ୍ଟି ଦୂର ହୋଇ ଯାଇଛି । ଏହା ଧରି ନିଆଯାଇଥିଲା ଯେ ଅନ୍ତରାଷ୍ଟ୍ରୀୟ କ୍ଷେତ୍ରରେ ଏକଘରକିଆ ହୋଇ ଯାଇଥିବା ଓ   ରୁଣରେ ବୁଡି ରହିଥିବା ପାକିସ୍ଥାନ ଏହାର ବାୟୁସୀମା ଉପରେ ହେଉଥିବା ଅନୁପ୍ରବେଶକୁ ଚୁପଚାପ ସହିଯିବ ଓ ପାଲଟା ଆକ୍ରମଣ କରିବ ନାହିଁ ଏବଂ ଆଉ ଏହାକୁ ଆଗକୁ ଯିବାକୁ ଦେଇ ବିପଦକୁ ଡାକିବ ନାହିଁ । କିନ୍ତୁ ଭାରତୀୟମାନଙ୍କର ସବୁ ବିଜୟ ଉନ୍ମାଦନା  ପାଣିଚିଆ ହୋଇଗଲା ଯେତେବେଳେ ସେମାନେ ବୁଧବାର ଦିନ ସାମାଜିକ-ଗଣମାଧ୍ୟମରେ ଭାରତର ଜଣେ ଜବାନ ଅଭିନନ୍ଦନ ବର୍ଦ୍ଧମାନଙ୍କୁ ରକ୍ତାକ୍ତ ଅବସ୍ଥାରେ ପାକିସ୍ଥାନୀ ସୈନ୍ୟବାହିନୀଙ୍କ କବଳରେ ଦେଖିବାକୁ ପାଇଥିଲେ । ଏହି ଲେଖାଟି ପ୍ରେସକୁ ଯିବା ବେଳକୁ ଏହା ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ ହେଲାଣି ଯେ ଏହି ଓ୍ିଙ୍ଗ କମାଣ୍ଡରଙ୍କୁ ପାକିସ୍ଥାନ ମୁକ୍ତି ଦେଇଛି ଓ ତାଙ୍କୁ ୱାଘା ସୀମାନ୍ତରେ ଭାରତୀୟ ବାୟୁ ସେନା ହାତରେ ସମର୍ପଣ କରି  ଦିଆଯାଇଛି । ଏଥିରୁ ଗୋଟିଏ କଥା ସ୍ପଷ୍ଟ ହେଉଛି ଯେ ଉଭୟ ଦେଶ ଏବେ ନିଜନିଜର କୁଟନୈତିକ ରଣନୀତିକୁ ଅଧିକ ସକ୍ରୀୟ କରିବାକୁ ଚେଷ୍ଟିତ ହେବେ ।

ଭାରତ ଓ ପାକିସ୍ଥାନରେ କୁଟନୀତିକ ପ୍ରକ୍ରିୟା ଉଭୟ ଦେଶଙ୍କ ପାଇଁ ସେମାନଙ୍କ ସମ୍ମୁଖରେ ଥିବା ଆନ୍ତର୍ଜତିକ ପ୍ରଶ୍ନଗୁଡିକର ଏକ ଆତ୍ମସମ୍ମାନ ରକ୍ଷାକାରୀ  ଉତ୍ତର ଖୋଜିବାକୁ ସୁଯୋଗ ଦେବ । ଉଦାହରଣ ସ୍ୱରୂପ ଭାରତ ସରକାରଙ୍କୁ ଏହା ଅନୁଭବ କରିବା କଥା ଯେ ବିମୁଦ୍ରୀକରଣ ସହାୟତାରେ ଆତଙ୍କବାଦ ଧ୍ୱଂସ କରିବା କଥାଟି ଅତୀତରେ ସାହାଯ୍ୟ କରିନାହିଁ କି ଆଗକୁ ମଧ୍ୟ ସାହଯ୍ୟ କରିବ ନାହିଁ ।  ଭାରତର ସୀମାରେ ଯେଉଁଭଳି ଆତଙ୍କୀ କାର୍ଯ୍ୟକଳାପ ଚାଲୁ ରହିଛି ତାହା ଏହି କଥାଟିକୁ ପ୍ରମାଣ କରିବାକୁ ଯଥେଷ୍ଟ । ଭାରତ ସରକାର ଏକଥାକୁ ଟିକେ ବୁଝିବା ଦରକାର ଯେ ଏହା ଦେଶ ଭିତରେ ଅର୍ଥନୀତି, ସାମାଜିକ ସମରସତା ଓ ଜାତୀୟ ଏକତାକୁ ବଜାୟ ରଖିବାରେ ବିଫଳ ହେଲାଣି । ପୁଲୱାମା ଆତଙ୍କୀ ହମଲାରେ ଗୁଇନ୍ଦା ବାହିନୀର ବିଫଳତା, କାଶ୍ମୀରର ଏକ ଅତି ସୁରକ୍ଷିତ ସ୍ଥାନରେ ଏତେ ପରିମାଣରେ ଆରଡିଏକ୍ସ ମିଳିବା ଘଟଣା ବାୟୁସେନା ଆକ୍ରମଣକୁ ନେଇ ଦେଖା ଦେଇଥିବା  ଉଗ୍ରଦେଶପ୍ରେମକୁ ବୁଡେଇ ଦେଉଚି । ସେନା ଆକ୍ରମଣ ତଥା ଯୁଦ୍ଧର ଆଶଙ୍କା ନିଶ୍ଚିତ ଭାବରେ ଦେଶର ଏହି ସବୁ ମୂଳ ବିଷୟଗୁଡିକୁରୁ ଜନସାଧାରଣଙ୍କର ଧ୍ୟାନକୁ ଅନ୍ୟ ଆଡକୁ ଟାଣି ନେବ ।

ସମ୍ପ୍ରତି ଆମେ ଆମ ନିଜ ଗଢା ଦ୍ୱନ୍ଦ ଭିତରେ  ପଡି ଯାଇଛୁ । ଏହି ଦ୍ୱନ୍ଦଟି ଭାରତ କାଶ୍ମୀରରେ ଚାହୁଁଥିବା  ରାଜନୈତିକ ଲକ୍ଷ୍ୟ ପ୍ରାପ୍ତି ଓ  ପାକିସ୍ଥାନର ଏହାକୁ ନେଇ ଏକ ଦୀର୍ଘକାଳିକ ଦୃଷ୍ଟିଭଙ୍ଗୀ ନରହିବା କଥାକୁ ନେଇ ଛିଡା ହୋଇଛି ।

 ସମାଲୋଚକମାନେ ଅନୁଭବ କରୁଛନ୍ତି ଯେ ଏଠାରେ ପରେ ପରେ ଆସୁଥିବା  ସରକାରମାନେ ନିଜ ଦେଶ ଭିତରେ ହେଉ ବା ସୀମାରେ ସୃଷ୍ଟ ଉତ୍ତେଜନା ଯୋଗୁଁ ହିଁ ତିଷ୍ଠି ରହୁଛନ୍ତି । କିନ୍ତୁ ଏହାକୁ ନେଇ ସବୁ କୁଟନୈତିକ ବିକଳ୍ପ ଶେଷ ନହେବା ପୂର୍ବରୁ ଯୁଦ୍ଧ ବିଷୟରେ ଚିନ୍ତା କରିବାଟା ପ୍ରମାଦପୂର୍ଣ୍ଣ କାର୍ଯ୍ୟ । ଗୋଟିଏ ଦଳର ନିଜ ଦେଶରେ ଥିବା ରାଜନୈତିକ କାର୍ଯ୍ୟସୂଚୀ ଦେଶର ବୈଦେଶିକ ନୀତିକୁ ପ୍ରଭାବିତ କରିବା ଅନୁଚିତ୍ । ତରବରିଆଭାବେ କେବଳ ପାକିସ୍ଥାନକୁ ପାନେ ଦେବାପାଇଁ ନିଆଯାଉଥିବା କୌଣସି ନିଷ୍ପତ୍ତି ହେଉଛି ଅକୁଟନୈତିକ କାର୍ଯ୍ୟ ।  ଦକ୍ଷିଣ ଏସିଆରେ ସମ୍ଭାବ୍ୟ ଆଣବିକ ଯୁଦ୍ଧର ପରିଣାମ ଏହାର ଅନ୍ତଃରାଷ୍ଟ୍ରୀୟ ପ୍ରଭାବକୁ ଅଣଦେଖା କରିବାଟା ଉଚିତ୍ ନୁହେଁ । ଟିକିନିଖି ଚିନ୍ତା ନକରି କୌଣସି ବିପଦ ମୁଣ୍ଡାଇବାଟା ଆଦୌ ବୁଦ୍ଧିମାନୀ  ନୁହେଁ । ଦେଶର ଏଭଳି  କୌଣସି ଲବି ନାହିଁ ଯିଏକି ଦେଶର ପ୍ରତିରକ୍ଷା ଖର୍ଚ୍ଚକୁ ଆଉ ଅଧିକ ବୃଦ୍ଧି କରିବାକୁ ସରକାର ଉପରେ ଅଧିକ ଚାପ ସୃଷ୍ଟି କରି ପାରିବ । ଗଣତନ୍ତ୍ର ଓ ଯୁଦ୍ଧ ଉପରେ ହୋଇଥିବା ଅଧ୍ୟୟନରୁ ଜଣାପଡିଛି ଯେ ଗଣତାନ୍ତ୍ରିକ ନେତାମାନେ ଯୁଦ୍ଧ ପାଇଁ ଇଚ୍ଛୁକ ଜନମତକୁ ଅନ୍ୟ ଆଡକୁ ନେଇ ନିର୍ବାଚନ ଚାପରେ ଯୁଦ୍ଧକୁ ଯିବା ବିଷୟରେ ଟିକେ ସଂଯମ ରକ୍ଷା କରିଥାଆନ୍ତି  । କାରଣ ଯୁଦ୍ଧଖୋର ହେବାଟା ଏକ ବୁଦ୍ଧିମାନ ରାଜନୈତିକ ନୀତି ନୁହେଁ ।

ସରକାର ଏକଥା ମାନିବାକୁ ରାଜି ନୁହେଁ ଯେ ସମସ୍ୟା ସମାଧାନ ପାଇଁ କେବଳ ବଳ ପ୍ରୟୋଗ କରିବା ବ୍ୟତୀତ ଅନ୍ୟାନ୍ୟ ବହୁ ରଣନୀତି ମଧ୍ୟ ଅଛି ।  ପାକିସ୍ଥାନ ସହିତ ଚାଲିଥିବା ଖେଳକୁ ବଦଳେଇଦେବାପାଇଁ କେବଳ ଦାଦାଗିରି ଏକମାତ୍ର ବିକଳ୍ପ ନୁହେଁ । ଯୁଦ୍ଧ କେବେହେଲେ କୌଣସି ସମସ୍ୟାର ସମାଧାନ ହୋଇ ନ ପାରେ । ବର୍ଷ ବର୍ଷ ଧରି ସାମରିକ ଉପାୟରେ କାଶ୍ମୀର ସମସ୍ୟାର ସମାଧାନ କରିବା ପାଇଁ ହୋଇଥିବା ଉଦ୍ୟମ ଏହି ସମସ୍ୟାକୁ ଅଧିକ ଗମ୍ଭୀର କରିଛି ଓ କାଶ୍ମୀରୀ ଜନତାକୁ ଅଧିକ ଦୂରେଇ ନେଇଛି । ଆମର ରଣନୀତିପୁର୍ଣ୍ଣ ଚେତନା ଏ ଯାବତ୍ ଭାରତ-ପାକିସ୍ଥାନ ମଧ୍ୟରେ ଉଦଭାବିତ ହୋଇ ନ ଥିବା ଭୋ÷ଗାଳିକ-ଅର୍ଥନୈତିକ ସଂଯୋଗକୁ ଉଦ୍ଭାବନ କରିବା ଉଚିତ୍ । ଏବେ ଯେଉଁ ଅଚଳାବସ୍ଥା ଦେଖାଦେଇଛି ତାହାକୁ ଅଧିକ ସାମରିକ କାର୍ଯ୍ୟାନୁଷ୍ଠାନ ବଳରେ ସମାଧାନ କରାଯାଇ ପାରିବ ନାହିଁ । ଏହା ଶାସକଦଳର ନିର୍ବାଚନୀ ବିକାଶକୁ କିପରି ପ୍ରଭାବିତ କରିବ ତାକୁ ଦୁରରେ ରଖି ଦେଶର କୁଟନୀତିଜ୍ଞମାନେ ଏହି ସମସ୍ୟାର ସମାଧାନ କରିବାପାଇଁ ଆଗଭର ହେବା ଉଚିତ୍ ।

ବାରମ୍ବାର ଉତ୍ତେଜନା ଓ ସଂଘର୍ଷ କେବଳ ଅସନ୍ତୋଷକୁ ବୃଦ୍ଧି କରିବ ଓ ଏହା ଫଳରେ ଶାନ୍ତିପୂର୍ଣ୍ଣ ସହାବସ୍ଥାନ ସମ୍ଭବ ହୋଇ ପାରିବ ନାହିଁ । କୁଟନୀତି ଶାନ୍ତି ପ୍ରତିଷ୍ଠା ଓ ପାରସ୍ପରିକ ସ୍ୱାର୍ଥ ସମ୍ବଳିତ ହେବା ଉଚିତ୍ ଏକଥାକୁ ଅଧିକ ଫେଣେଇ କହିବାର ଆଉ ଆବଶ୍ୟକତା ନାହିଁ ।

Back to Top