ISSN (Print) - 0012-9976 | ISSN (Online) - 2349-8846

କୃଷି ବିବିଧୀକରଣ(ଡାଇଭର୍ସିଫିକେସନ)ର ଦ୍ୱନ୍ଦ

କୃଷି ବିବିଧୀକରଣ ଉପରେ ଏନଡିଏର ଦୃଷ୍ଟିକୋଣ  କୃଷକଙ୍କ ହୀତର ବିପରୀତ  

The translations of EPW Editorials have been made possible by a generous grant from the H T Parekh Foundation, Mumbai. The translations of English-language Editorials into other languages spoken in India is an attempt to engage with a wider, more diverse audience. In case of any discrepancy in the translation, the English-language original will prevail.

 

ନ୍ୟାସନାଲ ଡେମୋକ୍ରାଟିକ୍ ଆଲାଏନ୍ସ ବା ଏନଡିଏ ସରକାରଙ୍କ ଅନ୍ତରୀଣ ବଜେଟରେ କୃଷି ଓ କୃଷି ସମ୍ବନ୍ଧିତ କ୍ଷେତ୍ର ଯେପରିକି ମତ୍ସ୍ୟ ଓ ପଶୁସମ୍ପଦ ବିକାଶ ପାଇଁ କରାଯାଇଥିବା ବ୍ୟବସ୍ଥା ଦେଶରେ କୃଷିର ଅନ୍ତର୍ଭୁକ୍ତି ବିବିଧୀକରଣର ସୁଯୋଗକୁ ନଷ୍ଟ କରି ଦେଇଛି । ଦେଶରେ କୃଷିର ସକଳ ଘରୋଇ ଉତ୍ପାଦନ ବା ଜିଡିପିକୁ ପଶୁସମ୍ପଦ ୨୫ ପ୍ରତିଶତ ଓ ମତ୍ସ୍ୟ ସମ୍ପଦ ୬ %ର ଯୋଗଦାନ ଦେଇଥାଏ । ତେଣୁ ୨୦୨୨ ସୁଦ୍ଧା କୃଷକଙ୍କ ଆୟକୁ ଦ୍ୱିଗୁଣିତ କରିବାକୁ ଚାହୁଁଥିବା ଏନଡିଏର ଯଦି କେବଳ କଥାରେ ନକହି ଏଥିପ୍ରତି ପ୍ରକୃତ ରାଜନୈତିକ ଇଚ୍ଛା ରହିଥାନ୍ତା ତେବେ ସରକାର ପଶୁ ଓ ମତ୍ସ୍ୟ ସମ୍ପଦର ବିକାଶ ପ୍ରତି ଧ୍ୟାନ ଦେଇ ଏହାପାଇଁ କିଛି ଆର୍ଥିକ ବ୍ୟବସ୍ଥା କରିଥାଆନ୍ତେ  । କିନ୍ତୁ ଏକଥା କାହାକୁ ଅଛପା ନାହିଁ ଯେ ଏବେ କୃଷକ ବିଶେଷକରି ଛୋଟ ଓ ନାମମାତ୍ର କୃଷକମାନଙ୍କର ଅଭାବ ତଥା ଦୁଖର କାରଣ ଯେତିକି ପ୍ରକୃତିର ତାଣ୍ଡବ ସାଜିଛି ସେତିକି ଭୟଙ୍କର ହୋଇଛି ଦେଶର ଶାସନ କ୍ଷମତାରେ ଥିବା ରାଜନୈତିକ ଲୋକଙ୍କର ଫାଇଦା ।  ତେଣୁ ରାଷ୍ଟ୍ରୀୟ ଗୋକୁଳ ମିଶନ ବା ରାଷ୍ଟ୍ରୀୟ କାମଧେନୁ ଆୟୋଗ କରି ଗୋବଂଶର ବିକାଶ ପାଇଁ କୁହାଯାଉଥିବା କଥାଟି କେବଳ ଭାରତୀୟ ଜନତା ପାର୍ଟିର ହିନ୍ଦୀ ଭାଷୀ କ୍ଷେତ୍ରରେ ଚାଲିଥିବା ସଂକ୍ରାମକ ଗାଈ ରାଜନୀତିକୁ ନିର୍ଲ୍ଲଜ ପ୍ରୋତ୍ସାହନ ଯୋଗାଇବା ବ୍ୟତୀତ ଦେଶରେ ଗୋମହିଷାଦୀ ପଶୁ ସମ୍ପଦର ବାସ୍ତବ ବିକାଶ ପାଇଁ ଉଦ୍ଦିଷ୍ଟ ବୋଲି କୁହାଯାଇ ପାରିବ ନାହିଁ । ମତ୍ସ୍ୟସମ୍ପଦ ବିକାଶ ପାଇଁ ଏକ ସ୍ୱତନ୍ତ୍ର ବିଭାଗ ଗଠନ କରି କେବଳ ଆଗାମୀ ନିର୍ବାଚନରେ ଜିଣିବାର ରାଜନୈତିକ ନିଷ୍ଠା ପ୍ରଦର୍ଶନ କରିବା ବ୍ୟତୀତ ମତ୍ସ୍ୟଜୀବି ମାନଙ୍କୁ ସମସ୍ୟାରୁ ଉଦ୍ଧାର କରିବାପାଇଁ କିଛି କରାଯାଇଛି ବୋଲି କୁହାଯାଇ ନପାରେ ।

ବାସ୍ତବ କଥା ହେଉଛି ସରକାରଙ୍କ ପକ୍ଷରୁ ମତ୍ସ୍ୟ ସମ୍ପଦ କ୍ଷେତ୍ର୍ରେ ଦିଆଯାଇଥିବା ରିହାତି  ଯେ ମିଛ ଏହା ସରକାର ସମୁଦ୍ରକୂଳରେ ମତ୍ସ୍ୟଜୀବିମାନଙ୍କର ଜୀବନଜୀବିକାକୁ ବିପଦରେ ପକାଇ କରୁଥିବା ନିର୍ମାଣ କାର୍ଯ୍ୟରୁ ଜଣାପଡି ଯାଉଛି । ଏକ ମତ୍ସ୍ୟଜୀବି ବିରୋଧୀ ନୀତି ଦ୍ୱାରା  କିପରି ମତ୍ସ୍ୟଜୀବିମାନଙ୍କର ଉନ୍ନତି କରାଯାଇ ପାରିବ? କୃଷକଙ୍କୁ କିଷାନ କ୍ରେଡିଟ କାର୍ଡ (କେସିସି) ଓ ୨ % ସୁଧରେ ରୁଣ ଦିଆଯିବା କଥା କହି କି ଲାଭ ଯେତେବେଳେ ଏହାର ଲାଭାର୍ଥୀ ଅର୍ଥାତ୍ କୃଷକମାନଙ୍କୁ ସେମାନଙ୍କ ଆଜୀବିକାରୁ ବଂଚିତ କରାଯାଉଛି । ଗଣମାଧ୍ୟମ ରିପୋର୍ଟ ଅନୁସାରେ ଏହି ନୀତିର ସବୁଠାରୁ ଅଧିକ ସୁବିଧା କେବଳ ସେହିପରି କ୍ଷମତାଶାଳୀ ଲୋକମାନଙ୍କ ପାଖକୁ ଯାଉଛି ଯେପରିକି ସାମୁଦ୍ରିକ ଖାଦ୍ୟ ରପ୍ତାନୀ ଉଦ୍ୟୋଗ କରିଥିବା ଉଦ୍ୟାଗପତିମାନେ । ୨୦୦୦ ମସିହା ପରେ ଗୋଟିଏ କଥା ଲକ୍ଷ୍ୟ କରାଯାଉଛି ଯେ ଏକ କୋଟି ଟଙ୍କା ପାଖାପାଖି ରୁଣ ପାଇଁ ଆବେଦନ କରିଥିବା ବଡ ବଡ କୃଷି-ଉଦ୍ୟୋଗ କରିଥିବା ଲୋକମାନଙ୍କୁ ସହଜରେ ରୁଣ ମିଳୁଛି । ଉତ୍ପାଦନ ପାଇଁ କମ ସୁଧରେ ରୁଣ ଦିଆଯିବାର ଗୋଟିଏ ବଡ ସୁବିଧା ହେଉଛି ଯେ ଏହା ଫଳରେ ଏହି ବଡ ଓ ସାମୁଦ୍ରିକ ଖାଦ୍ୟ ରପ୍ତାନୀକାରୀମାନଙ୍କୁ ଇକ୍ୱେଡର, ଭିଏତନାମ, ଇଣ୍ଡୋନେସିଆ ପରି ଦେଶମାନଙ୍କରେ ବସିଥିବା ସେମାନଙ୍କ ବିଶ୍ୱବଜାରସ୍ତରୀୟ  ପ୍ରତିଯୋଗୀ ମାନଙ୍କ ସହିତ ବ୍ୟବସାୟୀକ ପ୍ରତିଯୋଗିତା କରିବାକୁ ସହଜ ହେଉଛି । ସେହିପରି ଯେ କୌଣସି ପ୍ରଶାସନିକ ବା ସାଂଗଠନିକ ପରିବର୍ତ୍ତନ କେବଳ ଏହି ଲୋକମାନଙ୍କ ପାଇଁ ଗୁରୁତ୍ୱ ବହନ କରେ ଯେଉଁମାନେ କି ନୀତି ନିର୍ଦ୍ଧାରଣ କାର୍ଯ୍ୟକୁ ପ୍ରଭାବିତ କରି ପାରନ୍ତି ।

ଏହି ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀଙ୍କ ଗଳାଫଟା ଦାବୀ ଯେ କେନ୍ଦ୍ର ସରକାରଙ୍କ ନୀତିନିର୍ଦ୍ଧାରଣ  ଜାତୀୟ ଉତ୍ପାଦକତାକୁ ନେଇ ନୁହେଁ କୃଷିକ୍ଷେତ୍ର ସ୍ତରୀୟ ଉତ୍ପାଦକତାକୁ ନେଇ ହେବାଫଳରେ ଏହା କୃଷିକ୍ଷେତ୍ରର ଉତ୍ପାଦନ ବଢାଇବ ସମସ୍ତଙ୍କୁ କେବଳ ଆମୋଦିତ ହିଁ କରୁଛି । ଏଠାରେ ଗୋଟିଏ ଗୋଳମାଳିଆ ପ୍ରଶ୍ନ ଉଠୁଛି ଯେ ଜଣେ କୃଷକ, ବିଶେଷକରି କମ ଜମି ଥିବା ଛୋଟ-କୃଷକମାନଙ୍କ ପାଇଁ ଉତ୍ପାଦନ ବୃଦ୍ଧି କରିବା ନିମିତ୍ତ କି ପ୍ରୋତ୍ସାହନ ମିଳୁଛି? କୃଷିଉତ୍ପାଦନର ଦର ବୃଦ୍ଧି ନୀତି ଶସ୍ୟ କ୍ଷେତ୍ରରେ ଜନପ୍ରିୟ ନ୍ୟୁନତମ ସମର୍ଥନ ମୂଲ୍ୟ (ଏମଏସପି)ପାଖରେ ଅଟକି ଯାଉଛି । ଏବେର ସରକାର ତାକୁ ଲଗାତର ଭାବରେ କିଛି କିଛି ବୃଦ୍ଧି କରିବାର ଅଭ୍ୟାସ ଜାରୀ ରଖିଛନ୍ତି ।  ଏବେ ଯେଉଁ ଅଧିକ ସରକାରୀ ମୂଲ୍ୟ ଧାର୍ଯ୍ୟ କରାଯାଇଛି ତାହାକୁ ଚାଷୀ ପାଇବା ସମ୍ଭବ ହେବନାହିଁ ଯଦି ସରକାର ଚାଷୀମାନଙ୍କର ଉତ୍ପାଦିତ ସାମଗ୍ରୀକୁ  ନ କିଣନ୍ତି । ଏନଡିଏ ସରକାରର ଖାଦ୍ୟ ମନ୍ତ୍ରାଳୟର ୧୨ ଜୁନ ୨୦୧୪ର ନିର୍ଦ୍ଦେଶ ମୁତାବକ କେନ୍ଦ୍ରୀୟ ପୁଲରେ ଶସ୍ୟ ସଂଗ୍ରହର ଦର କମ କରାଯାଇ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ (ଏନଏଫଏସଏ) ଅଧୀନରେ ଯେତିକି ଶସ୍ୟ ଜନ ବିତରଣ ପ୍ରଣାଳୀରେ ଆବଶ୍ୟକ  ସେତିକି କିଣିବା ପାଇଁ ନିର୍ଦ୍ଦେଶ ଦିଆଯାଇ ସାରିଛି ।   ଅନ୍ୟ ପକ୍ଷରେ, ଅଣ ଶସ୍ୟ କ୍ଷେତ୍ରରେ ଏହା ବଜାରର ଅକ୍ଷମତା ଏବଂ ଏହା ସହିତ ଯୋଡା ଯାଇଥିବା ଦରର ରିସ୍କ ଯୋଗୁଁ ସଂକ୍ରମିତ ହେବାରେ ଲାଗିଛି । ଏହାର  ସଦ୍ୟତମ ଉଦାହରଣ ହେଉଛି, କୃଷକ ମାନଙ୍କର ବିଶେଷ କରି ମହାରାଷ୍ଟ୍ରର କୃଷକମାନଙ୍କର ସମସ୍ୟା ଯେଉଁମାନେ କି ଯୋଗାଣ ବ୍ୟବସ୍ଥାରେ ଦେଖାଦେଇଥିବା ସମସ୍ୟା ଯୋଗୁଁ ଶସ୍ୟର ଦର କମି ଯିବାର ସମସ୍ୟା ଭୋଗିବାକୁ ବାଧ୍ୟ ହେଲେ ।

ବୀପରିତ ଭାବରେ ନୀତି ନିର୍ଦ୍ଧାରକମାନେ  ଅଣଶସ୍ୟ ଫସଲ ବା ଉଚ୍ଚମୂଲ୍ୟର କ୍ୟାସକ୍ରପକୁ  କୃଷିକ୍ଷେତ୍ରରେ ଦେଖାଦେଉଥିବା କ୍ଷତି ପରିଚାଳନା ପାଇଁ ଏକ ସଂକଟମୋଚନ ବ୍ୟବସ୍ଥା ଭଳି ଭାବିବାରେ ଲାଗିଛନ୍ତି । କିନ୍ତୁ ଅଧିକ ଲାଭ କଥାଟି ସବୁବେଳେ ଅଧିକ ବିପଦ ବା କ୍ଷତି(ରିସ୍କ) ସହ ମଧ୍ୟ ଜଡିତ ହୋଇଥାଏ । ଏହା ସତ୍ତେ୍ୱ ଦେଶର ୮୫ ପ୍ରତିଶତ କୃଷକଙ୍କ ପାଇଁ ଏହି ବିପଦ ବା କ୍ଷତିକୁ ସାମ୍ନା କରିବାକୁ କୌଣସି ବ୍ୟବସ୍ଥା ନାହିଁ । ଏହାର ପରିଣାମ ଏଇଆ ହୁଏ ଯେ ଯେଉଁ ମାନେ ଏହି ପ୍ରକାରର ଫସଲ କରନ୍ତି ବିପଦ ବେଳେ ସେମାନେ କେବଳ ଏକ ପଂଚମାଂଶ ବିପଦକୁ ନିଜ ମୁଣ୍ଡରେ ମୁଣ୍ଡେଇ ପାରନ୍ତି ବାକି ଚାରି ପଞ୍ଚମାଂଶ ବିପଦକୁ ସେହି ମାନେ ମୁଣ୍ଡାଇବାକୁ ସକ୍ଷମ ହୁଅନ୍ତି ଯେଉଁମାନଙ୍କ ପାଖରେ ଅଧିକ ସମ୍ବଳ ଥାଏ ତେଣୁ ସେମାନେ ସାଧାରଣ କୃଷକ ସହିତ ମୂଳଚାଲ କରିବାର ସୁଯୋଗ ପାଆନ୍ତି । ଏହାର ଗୋଟିଏ ବଡ ଉଦାହରଣ ହେଉଛି ସମ୍ପ୍ରତି ଗୋଦୁଗ୍ଧ ଉତ୍ପାଦକମାନେଙ୍କର ଦୁଗ୍ଧ ଆଉ ବିକ୍ରୟ ହେଲା ନାହିଁ କାରଣ ଦୁଗ୍ଧ ପ୍ରୋସେସିଙ୍ଗ କରି ବିଭିନ୍ନ ଦୁଗ୍ଧଜାତ ଦ୍ରବ୍ୟ ତିଆରି କରି ବିକ୍ରୟ ପାଇଁ  ବଜାରକୁ ଛାଡୁଥିବା ବଡ ବଡ ଡାଏରୀ ଫାର୍ମମାନେ ମିଳିତ ଭାବରେ ସାଧାରଣ ଚାଷୀଙ୍କଠାର ଦୁଗ୍ଧ କିଣିଲେ ନାହିଁ କାରଣ ସେମାନଙ୍କ ଡାଏରୀ ଫାର୍ମରେ ପ୍ରବଳ ମାତ୍ରାରେ ସ୍କିମ୍ଡ ଦୁଧ ପାଉଡର ବିଶ୍ୱ ବଜାରର ସମସ୍ୟା କାରଣରୁ  ଅବିକ୍ରୀ ଅବସ୍ଥାରେ ରହି ଯାଇଥିଲା ଓ ସେଗୁଡିକୁ ସେମାନେ ପ୍ରଥମେ ବିକ୍ରୟ କରିବାକୁ ଚାହୁଁଥିଲେ । ତେଣୁ ଗୋଦୁଗ୍ଧ ଉତ୍ପାଦକ ଚାଷୀମାନେ ଅସୁବିଧାରେ ପଡିଯାଇଥିଲେ । ଅନେକ ଛୋଟଛୋଟ ଦୁଗ୍ଧ ଉତ୍ପାଦକ ସଂସ୍ଥା ମଧ୍ୟ ଦୁଗ୍ଧ ଉତ୍ପାଦନ ସ୍ଥଗିତ ରଖିବାକୁ ବାଧ୍ୟ ହୋଇଯାଇଥିଲେ କାରଣ ସେମାନଙ୍କର ବ୍ୟବସାୟ ବନ୍ଦ ହୋଇଯାଇଥିଲା । ତେଣୁ ଏହି ସବୁ କୃଷକଙ୍କ ପାଇଁ ବଜାର ସୁବିଧା ନକରି  କେବଳ ଉତ୍ପାଦନ ବଢିଲେ ସେମାନଙ୍କୁ କି ଫାଇଦା ମିଳିିବ ?

ଏନଡିଏ ସରକାର ପକ୍ଷରୁ ଯେଉଁ ଏଗ୍ରିକଲଚର ପ୍ରଡ୍ୟୁସ୍ ଆଣ୍ଡ ଲାଇଭଷ୍ଟକ ମାର୍କେଟିଙ୍ଗ (ପ୍ରୋମୋଶନ ଆଣ୍ଡ ଫାସିଲିଟେସନ) ଆକ୍ଟ, ୨୦୧୭ ଅଣା ଯାଇଥିଲା ତାହା କୃଷକଙ୍କର ସ୍ୱାର୍ଥରକ୍ଷା ପାଇଁ ଅନେକ ମାତ୍ରାରେ ଅସଙ୍ଗତ ହେଉଥିଲା । ଉଦାହରଣ ସ୍ୱରୂପ, ବିଭିନ୍ନ ରାଜ୍ୟରେ ଶୋଷଣକାରୀ ଆର୍ଥିୟା(ମଧ୍ୟସ୍ଥି)ମାନେ ସଦାସର୍ବଦା ବଜାର, ପରିବାଗଦି ଗୁଡିକରେ ସେମାନଙ୍କର ପ୍ରତିପତ୍ତି ବଜାୟ ରଖିଥାଆନ୍ତି । ସରକାରଙ୍କ ପକ୍ଷରୁ କରାଯାଇଥିବା ଉପରୋକ୍ତ ନିୟମରେ ଚାଷୀଙ୍କଠାରୁ ସିଧାସଳଖ ଉତ୍ପାଦନଦ୍ରବ୍ୟ କ୍ରୟ କରି ନେବାର କୌଣସି ବ୍ୟବସ୍ଥା ନାହିଁ । ଏହି ନିୟମରେ ଘରୋଇ ବେପାରୀମାନେ କିପରି ଚାଷୀଙ୍କଠାରୁ ଉତ୍ପାଦିତ ସାମଗ୍ରୀ ଗୁଡିକ କିଣିଲା ବେଳେ ସରକାରୀ ଧାର୍ଯ୍ୟ ମୂଲ୍ୟରେ ଜିନିଷ କିଣିବେ ତାର କୌଣସି ବ୍ୟବସ୍ଥା ନାହିଁ । ତେଣୁ ପରିବା ହେଉ ବା ମାଛ,କୁକୁଡା ପରି ପଶୁଧନ ବା ଲାଇଭଷ୍ଟକ ବଜାର ପାଇଁ ଗୋଟିଏ ପ୍ରକାରର କୌଣସି ଆଇନ ବ୍ୟବସ୍ଥା ନାହିଁ । ଆଗକୁ ନିର୍ବାଚନ ଥିବା ବେଳେ ଏହା ଉତ୍ତେଜିତ ଗ୍ରାମୀଣ ମତଦାତାଙ୍କ ଉପରେ ନିଶ୍ଚିତ ଏକ ପ୍ରଭାବ ପକାଇବ । ତେଣୁ ରାଜନୈତିକ ଦଳ ଓ ଦଳର ଲୋକମାନେ ସେମାନଙ୍କ ପାଖରେ କୌଣସି ନୀତି ନ ଥିବାରୁ ଲୋକମାନଙ୍କୁ କେବଳ ଭାବପ୍ରବଣତାରେ ଭସାଇବାର ଉଦ୍ୟମ କରିବେ । ସମ୍ବିଧାନର ଡିରେକ୍ଟିଭ ପ୍ରିନ୍ସିପଲ୍ସ ଅଫ ଷ୍ଟେଟ ପଲିସୀର ଧାରା ୪୮କୁ ଧନ୍ୟବାଦ ଯେ  ପଶୁଧନର ପରୀରକ୍ଷଣ ବା ପ୍ରିଜରଭେସନ ପାଇଁ କୌଣସି ବ୍ୟବସ୍ଥା ହୋଇନାହିଁ । ଏବେ ଅନ୍ତତଃ ଏହି ଅପ୍ରିତିକର ଅବସ୍ଥାରୁ ଫାଇଦା ଉଠାଇ ଏହାକୁ ଲୋକଙ୍କ ଅର୍ଥନୀତି ବା ଆଜୀବିକା ର ଏକ ଅଙ୍ଗ ଭାବେ ବ୍ୟବହାର ନକରାଇ ପାରି ଏଥିରେ ଜଡିତ ଲୋକଙ୍କ  ସାମାଜିକ-ଧାର୍ମିକ  ମନୋଭାବକୁ ଉପରକୁ ଉଠାଇ ଏଥିପାଇଁ ଶାସକ ଦଳକୁ ଉତ୍ତରଦାୟୀ କରାଇବାର ଏକ ସୁଯୋଗ ସୃଷ୍ଟି କରିପାରିବ । 

               

Comments

(-) Hide

EPW looks forward to your comments. Please note that comments are moderated as per our comments policy. They may take some time to appear. A comment, if suitable, may be selected for publication in the Letters pages of EPW.

Back to Top