ISSN (Print) - 0012-9976 | ISSN (Online) - 2349-8846

ରାଫେଲ ଦୁର୍ଗନ୍ଧକୁ ତଡିବା ପ୍ରୟାସ

ରାଫେଲକୁ ନେଇ ହେଉଥିବା ଗୋଟିକ ପରେ ଗୋଟିଏ ପର୍ଦ୍ଦାଫାଶ ଏଥିରେ ପ୍ରଧାନମନ୍ତ୍ରୀଙ୍କର ଥିବା ଭୂମିକାକୁ ନେଇ ସନ୍ଦେହ ସୃଷ୍ଟି କରୁଛି ଓ ସରକାରଙ୍କ ସମସ୍ତ ସଫେଇ ତଥା ଦାବୀକୁ ଭୂତଳଗାମୀ କରୁଛି ।

 

The translations of EPW Editorials have been made possible by a generous grant from the H T Parekh Foundation, Mumbai. The translations of English-language Editorials into other languages spoken in India is an attempt to engage with a wider, more diverse audience. In case of any discrepancy in the translation, the English-language original will prevail.

 

ଆଗାମୀ ୨୦୧୯ ଲୋକସଭା ନିର୍ବାଚନ ପ୍ରେକ୍ଷାପଟ୍ଟରେ ରାଫେଲ ବିମାନ କିଣା  ଘଟଣା ବିରୋଧୀ ଦଳମାନଙ୍କ ମଧ୍ୟରେ ତଡିତ ବେଗରେ ଉତ୍ସାହ ଖେଳେଇ ଦେଇଛି ଯେଉଁମାନେ ଚାହୁଁଛନ୍ତି କି  ଅନିଲ ଆମ୍ବାନୀ ଓ କେନ୍ଦ୍ର ସରକାର ଏହି ଡିଲ ସହିତ ସମ୍ପର୍କିତ ଦୁର୍ନୀତି ପାଇଁ ଉତ୍ତରଦାୟିତ୍ୱ ନିଅନ୍ତୁ ।  ଅନ୍ୟ ପକ୍ଷରେ ସରକାରଙ୍କ ମୁଖପାତ୍ରମାନେ ନିଜକୁ ଏହି ଅବ୍ୟବସ୍ଥାରୁ ଦୂରେଇ ରଖିବା ପାଇଁ ସମସ୍ତ ଉଦ୍ୟମ କରୁଛନ୍ତି । ସେ ଯାହାହେଉ, ସମ୍ପ୍ରତି ଦୁର୍ନୀତି ଓ ଦୁଷ୍କର୍ମର ଯେଉଁ ସୂଚନା ସବୁ ଉନ୍ମୋଚନ ହେବାରେ ଲାଗିଛି ସେଗୁଡିକ ସରକାରକୁ ଅଧିକରୁ ଅଧିକ ବିବାଦର ପଙ୍କ ଭିତରକୁ ଟାଣି ନେବାରେ ଲାଗିଛି ।

ଅପ୍ରେଲ ୨୦୧୫ରେ ଫ୍ରାନ୍ସର ଡାସଲ୍ଟ ଆଭିଏସନଠାରୁ ଭାରତୀୟ ବାୟୁ ସେନା ଗୁଡିଏ ରାଫେଲ ଜେଟ କିଣିବା ପାଇଁ କରିଥିବା ଚୁକ୍ତିରୁ ନିଜର ମୁନାଫାର ଅଂଶ ସ୍ୱରୂପ କିଛି ଅର୍ଥ ହାତେଇବାରେ ଅମ୍ବାନୀଙ୍କର ରିଲାଏନ୍ସ ଡିଫେନ୍ସ କମ୍ପାନୀ ସକ୍ଷମ ହୋଇଥିଲେ । ଏହି ଚୁକ୍ତିନାମାର ମାତ୍ର ଦୁଇମାସ ପୂର୍ବରୁ ପଂଜିକୃତ ହୋଇଥିବା ଅମ୍ବାନୀଙ୍କ ଫାର୍ମ ପାଇଁ ଏହା ଥିଲା ଏକ ତତକ୍ଷଣାତ୍ ମିଳି ଯାଇଥିବା ପାଉଣା । ଏହି ଚୁକ୍ତିନାମା ସାଧାରଣ ଲୋକଙ୍କ ସମ୍ମୁଖରେ ପୁରା ଜାଦୁମନ୍ତ୍ରରୁ ସୃଷ୍ଟ ତାମସା ପରି ଉଭା ହୋଇଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ଶାସନକାଳର ପ୍ରଥମ ବର୍ଷରେ ବିଶ୍ୱର ବଡ ବଡ ଶକ୍ତିମାନଙ୍କ ସହିତ ସାକ୍ଷାତ କରିବା କାର୍ଯ୍ୟକ୍ରମରେ  ଫ୍ରାନସ ଗସ୍ତରେ ଯାଆନ୍ତି । କୁହାଗଲା ଯେ ଭାରତର ବୈଦେଶିକ ନୀତି ସମ୍ବନ୍ଧରେ ବିଚାର ଆଲୋଚନା କରିବା ପାଇଁ ଏହା ଥିଲା ଭାରତୀୟ ପ୍ରଧାନମନ୍ତ୍ରୀଙ୍କର ଏକ ଗସ୍ତ ।  ଭାରତର ବୈଦେଶିକ  ସଚିବ ଭାବରେ ଏସ ଜୟଶଙ୍କର, ପ୍ରଧାନମନ୍ତ୍ରୀଙ୍କ ଯାତ୍ରାର ଅବ୍ୟବହିତ ପୂର୍ବରୁ ବୁଝାଇ ଦେଇଥିଲେ ଯେ ଏହା ନେତୃସ୍ତରୀୟ ଏକ ଗସ୍ତ, ଏଥିରେ କାହାର ସାମରିକ ଅସ୍ତ୍ରଶସ୍ତ୍ର ଖରିଦବିକ୍ରୀକୁ ନେଇ ଥିବା ପଙ୍କରେ ପଶିବାର ନାହିଁ ।

ପୂର୍ବ ସରକାରଙ୍କ ବେଳେ ୨୦୦୭ରେ ଫ୍ରାନ୍ସର ଡାସଲ୍ଟ ଆଭିଏସନ କମ୍ପାନୀ ସହିତ ଏ ବିଷୟରେ ଯେଉଁ ‘ରିକ୍ୱେଷ୍ଟ ଫର ପ୍ରପୋଜାଲ’ ଆଲୋଚନା ହୋଇଥିଲା ସେଥିରେ କୁହାଯାଇଥିଲା ଯେ ଏହି ବିମାନରେ  ବ୍ୟବହୃତ ହେବାକୁ ଥିବା ସମସ୍ତ ଅସ୍ତ୍ରଶସ୍ତ୍ର ସହିତ ୧୮ଟି ଫାଇଟର ଜେଟ କିଣାଯିବ ଓ ଭାରତର ସରକାରୀ ଉଦ୍ୟୋଗ ହିନ୍ଦୁସ୍ଥାନ ଏରୋନାଓଟିକ୍ସ ଲିମିଟେଡ(ଏଚଏଏଲ) ସହିତ ମିଶି ଭାରତରେ ଏହିପରି ୧୦୮ଟି ଜେଟ୍ ତିଆରି କରାଯିବ । ପ୍ରଥମେ ରାଫେଲର ଦରକୁ ନେଇ କିଛି ସମସ୍ୟା ଦେଖା ଦେଇଥିଲା ଓ ଏତେବଡ ଖରିଦାରୀ ଚୁକ୍ତିରେ ଏହା ହେବା ମଧ୍ୟ ସ୍ୱାଭାବିକ । ଏଥିରେ ଗୋଟିଏ କଥା ଦେଖା ଯାଇଥିଲା ଯେ ହାଲ ନିଜ ସଂସ୍ଥାରେ ୭୦ ପ୍ରତିଶତ ପୁଞ୍ଜି ଖଟାଇ ଏହିପରି ୬ ଗୁଣ ଅଧିକ ବିମାନ ଉତ୍ପାଦନ କରାଇ ପାରିବ ।

କିନ୍ତୁ ବୈଦେଶିକ ସଚିବଙ୍କର ଏଭଳି ଜଟିଳ ବିଷୟକୁ ପଦାରେ ଖୁଲାସା କରିବାକୁ ମନା କରିବାର ଦୁଇଦିନ ମଧ୍ୟରେ ଭାରତର ପ୍ରଧାନମନ୍ତ୍ରୀ ଫ୍ରାନ୍ସ ସରକାର ସହିତ ଏପରି ୩୬ଟି ହେଲିକାପ୍ଟର କିଣିବା ପାଇଁ ଏକ ଡିଲ ବା ଇଣ୍ଟର ଗଭର୍ଣ୍ଣମେଣ୍ଟାଲ ଆଗ୍ରୀମେଣ୍ଟ (ଆଇଜିଏ)କରିବା କଥା ଘୋଷଣା କଲେ । ସେଥିରେ କିନ୍ତୁ ପୂର୍ବଭଳି ଭାରତରେ ଏହି ବିମାନ ତିଆରି କରାଯିବା ସର୍ତ୍ତ ନରଖାଯାଇ ସିଧାସଳଖ ଉଡନ୍ତା ଅବସ୍ଥାରେ ଥିବା ଜେଟ୍ ବିମାନ କିଣିବା ପାଇଁ ରାଜିନାମା ହୋଇଗଲା । ଭାରତ ଏବଂ ଫ୍ରାନ୍ସ ପକ୍ଷରୁ ଦିଆଯାଇଥିବା ଏକ ମିଳିତ ବିବୃତିରେ କୁହାଗଲା ଯେ ଏଥିପାଇଁ ଚାଲିଥିବା ଏକ ‘ଭିନ୍ନ ପ୍ରକ୍ରିୟା’ରେ ଫ୍ରାନ୍ସର ଡାସଲ୍ଟ ଆଭିଏସନ ଏହାକୁ ନେଇ ଯେତିକି କହୁଛନ୍ତି ତା ଠାରୁ ଭଲ ବ୍ୟବସ୍ଥାଚିଣିଲା ବାଲା ଦେଶ ଭାରତ ପାଇଁ ହେବ  ।

କହିବା ବାହୁଲ୍ୟ ଯେ ଏଥିରେ ଜେଟ୍ର ସଂଖ୍ୟା ବଢିବାର କୌଣସି ବ୍ୟବସ୍ଥା ନ ଥିଲା । କଥିତ ‘ଭିନ୍ନ ପ୍ରକ୍ରିୟା’ରେ ବହୁ ପ୍ରକାରର ପ୍ରତିଶୃତି ରହିଥିଲେ ମଧ୍ୟ ପ୍ରକୃତରେ ଯେଉଁ ଆନ୍ତଃ ସରକାରୀ ଚୁକ୍ତିନାମା ହୋଇଥିଲା ତାହା ସିଧାସଳଖ ବିମାନ କିଣାଯିବା ବ୍ୟତୀତ ଆଉ କିଛି ନ ଥିଲା । ଏଥିପାଇଁ ୨୦୦୭ରେ ଭାରତ ପକ୍ଷରୁ ଯେଉଁ ରିକୁଏଷ୍ଟ ଫର ପ୍ରପୋଜାଲ (ଆରଏଫପି) ଦିଆ ଯାଇଥିଲା ସେଥିରେ ମୋଟ ୧୨୬ଟି ବିମାନର ମୋଟ ମୂଲ୍ୟ ୪୨୦୦୦ କୋଟି ଟଙ୍କା ହେବ ବୋଲି କୁହାଯାଇଥିଲା । ଅର୍ଥାତ୍ ଗୋଟିଏ ବିମାନର ମୂଲ୍ୟ ୩୫୦ କୋଟି ଟଙ୍କା ହେବ । ୨୦୧୫ରେ ତତକାଳୀନ କେନ୍ଦ୍ର ଗୃହ ରାଜ୍ୟ ମନ୍ତ୍ରୀ ମନୋହର ପାରିକର କହିଲେ ଯେ ସେତେବେଳେ ଯେଉଁ  ଆନ୍ତଃ-ସରକାର-ଚୁକ୍ତିନାମା ହୋଇଥିଲା ସେଥିରେ ଗୋଟିଏ ବିମାନଙ୍କୁ କାଳେ ୭୧୫ କୋଟି ଟଙ୍କା ଦିଆଯିବାକୁ କୁହାଯାଇଥିଲା । ଯଦିଓ ଦେଶର ପ୍ରତିରକ୍ଷା ବିଷୟ ସମ୍ବନ୍ଧିତ ହୋଇଥିବା କାରଣରୁ ରାଫେଲ ଡିଲ ବିଷୟରେ ବେଶି କିଛି କୁହାଯାଇ ପାରିବ ନାହିଁ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇ ଆସୁଥିଲା ତଥାପି ପ୍ରତିରକ୍ଷା ରାଷ୍ଟ୍ରମନ୍ତ୍ରୀ ସୁଭାଷ ଭାମାରେ ୨୦୧୬ରେ ସଂସଦରେ କହୁ କହୁ କହି ଦେଇଥିଲେ ଯେ  ପ୍ରତି ବିମାନର ଦାମ ୬୭୦ କୋଟି ଟଙ୍କା ପଡିଛି । କିନ୍ତୁ ଫ୍ରାନ୍ସର ଡାସଲ୍ଟ ଆଭିଏସନ ଏବଂ ରିଲାଏନ୍ସ ଡିଫେନ୍ସ ପକ୍ଷରୁ ଫେବୃଆରୀ ୨୦୧୭ରେ ଏକ ପ୍ରେସ ବିବୃତ୍ତିରେ କୁହାଗଲା ଯେ ଏହି ହେଲିକାପ୍ଟରର ମୂଲ୍ୟ ଭାରତକୁ ଗୋଟିକୁ ୧,୬୬୦ କୋଟି ଟଙ୍କାରେ କିଣା ପଡିଛି ।

 ଏ ଯାବତ୍ ଏହି ବିମାନର ପ୍ରଥମ କିସ୍ତି ଆସି ପହଞ୍ôଚ ନାହିଁ । ଏବେ ଏହି ବିମାନର ସଠିକ ସମୟରେ ପହଞ୍ଚବାକୁ ନେଇ ଅନେକ ସନ୍ଦେହ ପ୍ରକାଶ ପାଇଲାଣି । ତା ସହିତ ଏବେ ଏହାକୁ ନେଇ ଅନେକ ବ୍ୟକ୍ତି ଓ ସଙ୍ଗଠନଙ୍କ ପକ୍ଷରୁ ବିଭିନ୍ନ ସନ୍ଦେହ ମାନ ପ୍ରକାଶ ପାଇଲାଣି ଓ ଏଥିରେ ହୋଇଥିବା ବିଭିନ୍ନ ସନ୍ଦେହ ଜନକ କାରବାରକୁ ଲୁଚାଇବା ପାଇଁ ବହୁ ସଂସ୍ଥା ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ମଧ୍ୟ ନିଆଗଲାଣି । ଅଗଷ୍ଟ ୨୦୧୮ରେ ମାନବାଧିକାରବାଦୀ ବରିଷ୍ଠ ଓକିଲ ପ୍ରଶାନ୍ତ ଭୂଷଣ ,ପୂର୍ବତନ ମନ୍ତ୍ରୀ ଅରୁଣ ସୌରୀ ଓ ଯଶବନ୍ତ ସିହ୍ନା,ଦୁଇଜଣ ଏପରି ନେତା ଯିଏକି ମୋଦୀ ସରକାରଙ୍କୁ ସୁରକ୍ଷା ଦେବାପରି ବେକାର କାର୍ଯ୍ୟରୁ ଇତି ମଧ୍ୟରେ ବିରତ ହୋଇ ସାରିଛନ୍ତିଙ୍କ ସହିତ ମିଶି ରାଫେଲ ଚୁକ୍ତି ବିଷୟରେ ଟିକିନିଖି ସୂଚନା ପ୍ରକାଶ କରିଛନ୍ତି । ଯେଉଁଥିରୁ ଅନେକ ସନ୍ଦେହର ଗନ୍ଧ ବାରି ହେଉଛି ।

ଏ ବିଷୟରେ ସିବିଆଇ ତଦନ୍ତ କରାଇବା ପାଇଁ ସୁପ୍ରିମ କୋର୍ଟରେ ଏକ ଯାଚିକା ଦାୟର କରାଯାଇଥିଲା । ଏହାର ଯାଂଚ କାମ ଆରମ୍ଭ କରିବା ଯୋଗୁ  ସିବିଆଇରେ ଅନେକ ଅଧିକାରୀଙ୍କର ପକ୍ଷଚ୍ଛେଦ, ବଦଳୀ, ବହିସ୍କାର ଓ ଅନ୍ୟାନ୍ୟ ଘଟଣା ଘଟିଯିବା ସହିତ ସିବିଆଇର ବଡ ଅଧିକାରୀଙ୍କ ମଧ୍ୟରେ ଏକ ରୀତିମତ ଶୀତଳ ସଂଘର୍ଷ ଦେଖିବାକୁ ମିଳିଲା । ଜଣେ ବରିଷ୍ଠ ଅଧିକାରୀ ଏହି ଘଟଣାର ଯାଂଚଞ୍ଚ କରିବାପାଇଁ ଆଗଭର ହେବା ଫଳରେ ତାଙ୍କୁ ବହିସ୍କାର କରାଗଲା, ସୁପ୍ରିମକୋର୍ଟର ଜଣେ ବରିଷ୍ଠ ବିଚାରପତି ଖୁଲାସା କରି କହିଲେ କିପରି ତାଙ୍କୁ ସେବାନିବୃତ୍ତ ହେଲା ପରେ ୃାଉ ଏକ ବଡ ପଦବୀ ଦିଆଯିବା ପାଇଁ ଯଚାଯାଇଥିଲା । ତା ବଦଳରେ ତାଙ୍କୁ ଏତିକି କରିବାକୁ କୁହାଯାଇଥିଲା ଯେ ସେ ରାଫେଲ ଦୂର୍ନୀତିର ସିବିଆଇ ଯାଂଚ କରିବାକୁ ନିର୍ଦ୍ଦେଶ ଦେବେ ନାହିଁ । ସେଇଆ ମଧ୍ୟ ହୋଇଥିଲା ଓ କୋର୍ଟ ଏହି ଘଟଣାର ସିଏଜି ଯାଂଚ ପାଇଁ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ସେହି ଯାଂଚ ସରିବା ତ ଦୂରର କଥା ଆରମ୍ଭ ମଧ୍ୟ ହେଲା ନାହିଁ ।

ଯେତେବେଳେ ସିଏଜିଙ୍କ ଚୁଡାନ୍ତ ରିପୋର୍ଟ ଆସିଲା ସେତେବେଳେ ତାହା ରାଫେଲ ଜେଟ ସଉଦା ଆର୍ଥିକ ତଥା ମୂଲ୍ୟ ଦୃଷ୍ଟିରୁ ସଠିକ ପଦକ୍ଷେପ ବୋଲି କୁହାଗଲା । କିନ୍ତୁ ପ୍ରତିରକ୍ଷା ବଭାଗ ସୂତ୍ରକୁ ଉଦ୍ଧାର କରି ଗଣମାଧ୍ୟମରେ ଏହା ପୂର୍ବରୁ ପ୍ରକାଶିତ ହୋଇ ସାରିଥିଲା ଯେ ଆଇଜିଏ ଚୁକ୍ତି ପରେ ଏହି ବିମାନକୁ କିଣିବା ପାଇଁ ୪୧ % ଅଧିକ ଦାମ ଦିଆଯାଇଛି । ପ୍ରତିରକ୍ଷା ବିଭାଗ ଅଧିକାରୀମାନଙ୍କ ଦ୍ୱାରା ଯେଉଁ ସ୍ମାରିକା ପ୍ରସ୍ତୁତ କରାଯାଇଥିଲା ସେଥିରେ ସ୍ପଷ୍ଟ କରାଯାଇଥିଲା ଯେ  ପ୍ରଧାନମନ୍ତ୍ରୀ ଦପ୍ତରରୁ ନାକ ଗଳାଯିବା କାରଣରୁ ଏ ସମ୍ବନ୍ଧରେ ଦର ନିର୍ଦ୍ଧାରଣ କଥାବାର୍ତ୍ତାରେ ଭାରତର ସ୍ଥିତି ବହୁତ ଦୁର୍ବଳ ହୋଇଯାଇଥିଲା ।

ଏବେ ସରକାର ଚାଲାକୀ କରି ଜାତୀୟ ସୁରକ୍ଷା କଥାଟି ଉପରେ ଯୋର ଦେବାରେ ଲାଗିଛନ୍ତି ଏବଂ ଦେଖାଇବାର ଉଦ୍ୟମ କରୁଛନ୍ତି ଯେ ଜାତୀୟ ସୁରକ୍ଷା କେବଳ ବିଜେପିର ଏକାଧିକାର ବିଷୟ । ଏବେ ପୂର୍ବର ରାଷ୍ଟ୍ରବିରୋଧୀ କାର୍ଯ୍ୟକଳାପ ଗୁଡିକୁ ବିରୋଧୀମାନଙ୍କୁ ସାବାଡ କରିବା ପାଇଁ ଲଗାଇ ଦିଆଯାଇଛି । କିନ୍ତୁ ଏ ସବୁ ସତ୍ତେ୍ୱ ଏହି କାରବାରରେ ହୋଇଥିବା ଦୁର୍ନୀତିର ଦୁର୍ଗନ୍ଧ ଯିବାର ନାଁ ଧରୁନାହିଁ ।

Comments

(-) Hide

EPW looks forward to your comments. Please note that comments are moderated as per our comments policy. They may take some time to appear. A comment, if suitable, may be selected for publication in the Letters pages of EPW.

Back to Top