ISSN (Print) - 0012-9976 | ISSN (Online) - 2349-8846

ସୀମାରେଖାକୁ ଅଧିକ ଉପଯୋଗୀ କରିବାର ସମ୍ଭାବନା

.

The translations of EPW Editorials have been made possible by a generous grant from the H T Parekh Foundation, Mumbai. The translations of English-language Editorials into other languages spoken in India is an attempt to engage with a wider, more diverse audience. In case of any discrepancy in the translation, the English-language original will prevail.

 

ରାଜନୈତିକ ସୀମାରେଖାକୁ ନେଇ ଚର୍ଚ୍ଚା ନିର୍ଦ୍ଦିଷ୍ଟ ଭାବରେ ନିର୍ବାଚନୀ ଗଣତନ୍ତ୍ର ପରିପ୍ରେକ୍ଷୀରେ ଏକ ବିରୋଧାଭାଷ ଭଳି ଲାଗିବ । ସଂସଦୀୟ ଗଣତନ୍ତ୍ର ସପକ୍ଷରେ ରୀତିମତ କରାଯାଉଥିବା ତାତ୍ତ୍ୱିକ ବିଷୟ ଦୃଷ୍ଟିରୁ ସୀମାରେଖା ପାଇଁ ମତ ରଖିବା ତାଳମେଳ ବିହୀନ କଥାଟିଏ ଭଳି ଲାଗିବ । ସଂସଦୀୟ ଗଣତନ୍ତ୍ରର ମୂଳରେ ଥିବା ସ୍ଥାନ ପରିବର୍ତ୍ତନ ନୀତିଟି ଆନୁଷ୍ଠାନିକ କ୍ଷମତାରେ ରହୁଥିବା ନେତାମାନଙ୍କୁ ବାରମ୍ବାର ବଦଳାଇବାର ପ୍ରକ୍ରିୟା ଭିତରେ କାର୍ଯ୍ୟକାରୀ ହୋଇଥାଏ । ଏହିଭଳି ଏକ କ୍ରୀୟାଶୀଳତାର ପରିଣାମ ସ୍ୱରୂପ ଯେଉଁମାନ ଆନୁଷ୍ଠାନିକ ଅର୍ଥରେ ସୀମାରେଖାରେ ଥାନ୍ତି କ୍ଷମତାର କେନ୍ଦ୍ରକୁ ଆସିପାରିବେ ଏବଂ ଯେଉଁମାନେ ଶୀର୍ଷରେ ଥାନ୍ତି ସେମାନେ ଖସଡ଼ାର ତଳକୁ ଖସିଯାଇପାରିବେ । ଗଣତନ୍ତ୍ରର ନିର୍ବାଚନ ଦିଗଟି ଏଭଳି ଏକ ସ୍ଥାନ ପରିବର୍ତ୍ତନର ଲକ୍ଷ୍ୟ ହାସଲ କରିବ ବୋଲି ମନେକରାଯାଏ । ଅନ୍ୟ ପ୍ରକାରେ କହିବାକୁ ଗଲେ ଗୋଟିଏ ଗଣତନ୍ତ୍ରର ଜୀବନରେ ସୀମାରେଖାଗୁଡ଼ିକ କେବେବି ସ୍ଥିର ବା ବରଫ ଭଳି ଘନୀଭୂତ ନୁହେଁ; ସେମାନଙ୍କର କେନ୍ଦ୍ରକୁ ଯିବାର ନମନୀୟତା ଥାଏ । ଭାରତୀୟ ଗଣତନ୍ତ୍ର ନିଜର କିଛି ସୀମାରେଖା ରଖିବାର ଗୌରବ ହାସଲ କରିପାରିଛି, ଯେଉଁ ସୀମାରେଖାଗୁଡ଼ିକ କେନ୍ଦ୍ର ସହ ବିଷମ ସମ୍ପର୍କ ରଖିଆସିଛନ୍ତି ସେସବୁ ବଳିଷ୍ଠ ହୋଇଛନ୍ତି ଏବଂ କ୍ଷମତାରେ ସ୍ଥିର ରହିବା ପାଇଁ ବା କିଛିବର୍ଷ ଅଧିଷ୍ଠିତ ରହିବା ପାଇଁ ଆଙ୍କାକ୍ଷା ରଖିଛନ୍ତି ।

ରାଜନୀତିରେ କେନ୍ଦ୍ରଟି ଏବେ ଭାରତୀୟ ଜନତାପାର୍ଟିର ଚାରିପଟେ ବୁଲୁଛି ଯେଉଁ ପାର୍ଟିଟି ଭାରତରେ ରାଜନୈତିକ ବିମର୍ଷ କ’ଣ ରହିବ ତାହାକୁ ନିରୂପିତ କରୁଛି । ସମସାମୟିକ ଦୃଶ୍ୟପଟରୁ ଏହି କଥା ଜଣାପଡ଼ୁଛି ଯେ, ବିରୋଧୀ ପକ୍ଷଟି କେବଳ ଏକ ପ୍ରତିକ୍ରିୟାଶୀଳ ଶକ୍ତି ଭିତରେ ସୀମିତ ରହିଯାଉଛି । ଏଭଳି ଦୃଶ୍ୟପଟରେ ଦେଖାଯାଉଛି ଯେ, କ୍ଷୁଦ୍ର ଦଳମାନେ ବା ସୀମାରେଖାରେ ଥିବା ଦଳମାନେ ଦୁଇଟି ପ୍ରକ୍ରିୟାରେ କାମ କରୁଛନ୍ତି । ଏଇ ପ୍ରକ୍ରିୟାଗୁଡ଼ିକ ଭିନ୍ନ ଭିନ୍ନ ଦେଖାଯାଉଥିଲେ ବି ସେମାନେ ଏକ ଏବଂ ସମାନ । ଯେଉଁ କ୍ଷୁଦ୍ର ରାଜନୈତିକ ଦଳଗୁଡ଼ିକ ଭାଜପା ନେତୃତ୍ୱାଧୀନ ଜାତୀୟ ଗଣତାନ୍ତ୍ରିକ ସାମ୍ମୁଖ୍ୟର ଅଂଶୀଦାର ରହିଛନ୍ତି, ସେମାନେ ଅଧିକାଂଶରେ ସୀମାରେଖାରେ ଥିବା ଲୋକେ ବା ଦେଶ ଭୋଗୁଥିବା କଠିନ ସମସ୍ୟାଗୁଡ଼ିକ ଉପରେ ସ୍ୱାଧୀନ ପକ୍ଷ ରଖିବା ପାଇଁ କେନ୍ଦ୍ରକୁ ଯିବାର ଆବଶ୍ୟକତାଟିକୁ ପରିତ୍ୟାଗ କରିଛନ୍ତି । ଯେଉଁ ଦଳଗୁଡ଼ିକ ସୀମାରେଖାରେ ଥିବା ଲୋକଙ୍କର ପ୍ରତିନିଧି ବୋଲି ନିଜକୁ ଦାବୀ କରନ୍ତି ସେମାନେ ପ୍ରାଦେଶିକ ରାଜନୀତିରେ ନିଜକୁ ସୀମିତ ରଖି ନିଜର ନିର୍ଦ୍ଦିଷ୍ଟ ସ୍ୱାର୍ଥଗୁଡ଼ିକ ଦୃଷ୍ଟିରୁ ଅଧିକ ସାବଧାନ ମୂଳକ ପକ୍ଷ ରଖୁଛନ୍ତି । ଚାଲନ୍ତୁ ଆମେ ଆରପଟକୁ ଯାଇ ସେମାନଙ୍କୁ ପ୍ରଶ୍ନ କରିବା, ସେମାନେ କ’ଣ ସତରେ ସୀମାରେଖାରେ ଅଛନ୍ତି? ନିର୍ବାଚନୀ ରାଜନୀତି ଦୃଷ୍ଟିରୁ ଏହି ଦଳମାନେ ସୀମାରେ ଥାଇପାରନ୍ତି କିନ୍ତୁ ଗୁଣାତ୍ମକ ରାଜନୀତି ଦୃଷ୍ଟିରୁ ସେମାନେ କେନ୍ଦ୍ରରେ ରହିବା ଉଚିତ । ଏହି ଦଳମାନଙ୍କ ପଛରେ ଜ୍ୟୋତିରାଓ ଫୁଲେ ଓ ବି.ଆର୍.ଆମ୍ବଦକରଙ୍କ ଭଳି ଯୁଗାନ୍ତକାରୀ ଚିନ୍ତକମାନଙ୍କର ବ୍ୟାଖ୍ୟାତ୍ମକ ପୃଷ୍ଠଭୂମି ଥିବା ଦୃଷ୍ଟିରୁ ଏମାନେ କେନ୍ଦ୍ରରେ ରହିବା କଥା । ଦ୍ୱିତୀୟରେ ଏମାନେ ମଧ୍ୟ ନିଷ୍ପେଷିତ ବର୍ଗରେ ଥିବା ଜନଗଣଙ୍କର ଶକ୍ତିକୁ ପୁନଃ ସଙ୍ଗଠିତ କରିବା ପାଇଁ ଏହି ଚିନ୍ତାନାୟକମାନଙ୍କର କାମରୁ ବୌଦ୍ଧିକ ସମର୍ଥନ ଯୋଗାଡ଼ କରିପାରିବା ଭଳି ଭଲ ସ୍ଥିତିରେ ଅଛନ୍ତି । ଅନ୍ୟ ପ୍ରକାରେ କହିଲେ ସମାଜର ଧନୀକ ବର୍ଗ ଫୁଲେ ଏବଂ ଆମ୍ବେଦକରଙ୍କର ବିଚାରରେ ଥିବା ପରିବର୍ତ୍ତନକାରୀ ମୂଲ୍ୟବୋଧ ପ୍ରତି କୌଣସି ଆଗ୍ରହ ରଖିବେ ନାହିଁ । ତେଣୁକରି ଏମାନଙ୍କର ରାଜନୈତିକ ସଙ୍ଗଠନର ମୂଳଟି ଧନଶୀଳ ହୋଇଥିଲେ ବି ତାହା ଏବେବି ପରସ୍ପର ସହିତ ଆଦାନପ୍ରଦାନ ହେତୁ ଯେଭଳି ଫଳପ୍ରଦ ହେବା କଥା ତାହା ଏବେବି ପ୍ରତିରକ୍ଷାରେ । ଏହିସବୁ ବାଧ୍ୟବାଧକତା ଯୋଗୁଁ ଏମିତିକି ନିର୍ବାଚନୀ ପରିପ୍ରେକ୍ଷୀରେ ମଧ୍ୟ ଏମାନେ ସୀମାରେଖାରୁ ରାଜନୀତିକ କେନ୍ଦ୍ର ଆଡ଼କୁ ଯିବା କଥା । ତେବେ ଚିନ୍ତାଧାରାରେ ସବୁଠାରୁ ଅଧିକ ସୃଜନଶୀଳ ଏବଂ ରାଜନୀତିରେ ପରିବର୍ତ୍ତନଶୀଳ କ୍ଷମତା ରଖୁଥିବା ଏହି ଦଳମାନେ ସୀମାରେଖାର ଉପଯାଗ କରାଇବା କ୍ଷେତ୍ରରେ ବିଫଳ ହେଉଛନ୍ତି । ଏକଥା ସତ ଯେ, ପତିଆରା ସମ୍ପର୍ଣ୍ଣ ଶକ୍ତିମାନେ ସବୁପ୍ରକାର ଚତୁରତାପୂର୍ଣ୍ଣ ଏବଂ ବଳ ପ୍ରୟୋଗକାରୀ ଉପାୟ ଅବଲମ୍ବନ କରି ପତିଆରାକୁ ପ୍ରତିହତ କରିବା ପାଇଁ ଉଦ୍ଦିଷ୍ଟ ସବୁପ୍ରକାର ଉଦ୍ୟମକୁ ଭଣ୍ଡୁର କରାଉଛନ୍ତି, କିନ୍ତୁ ଏହା ମଧ୍ୟ ସମାନ ଭାବରେ ସତ ଯେ, ଏହି ଦଳଗୁଡ଼ିକ ପ୍ରାଦେଶିକ ସ୍ତରରେ ପ୍ରାସଙ୍ଗିକ ରହିବା ପାଇଁ କିଛି ଗୋଟିଏ ଉଦ୍ଦେଶ୍ୟ ଦେଖିପାରିଛନ୍ତି ।

ସୀମାରେଖାକୁ ଆଗକୁ ନେବାପାଇଁ ଅନେକ ଉଗ୍ର ପଦକ୍ଷେପର ଆବଶ୍ୟକତା ରହିଛି ଯାହାର ପ୍ରୟୋଗ କରି ନିଷ୍ପେଷିତ ବର୍ଗର ଜନଗଣଙ୍କୁ ଦେଶବ୍ୟାପୀ ତଥା ସର୍ବଭାରତୀୟ ସ୍ତରରେ ସଙ୍ଗଠିତ କରାଯାଇପାରିବ । ଏହି ନିଷ୍ପେଷିତ ସାମାଜିକ ବର୍ଗଗୁଡ଼ିକୁ ଭିନ୍ନ ଭିନ୍ନ ଭାବେ ଏଇ ନେତାମାନେ ସଙ୍ଗଠିତ କରୁଥିବା ଦୃଷ୍ଟିରୁ ତାହା ସର୍ବଭାରତୀୟ ସ୍ତରକୁ ଯାଇପାରୁ ନାହିଁ । ଫଳରେ ଏଇ ନେତାମାନଙ୍କର ଉଦ୍ୟମ ଯୋଗୁଁ କେବଳ ଗୋଟିଏ ସୀମାରେଖାରୁ ଆଉ ଗୋଟିଏ ସୀମାରେଖାକୁ ଯିବାଟି ହିଁ ସମ୍ଭବ ହେଉଛି । ଦଳିତ ଏବଂ ଅନ୍ୟାନ୍ୟ ପଛୁଆ ଶ୍ରେଣୀକୁ ନେଇ ଚାଲିଥିବା ଆମ ଦେଶର ରାଜନୀତିରେ ଏହି ଗୋଷ୍ଠୀଗୁଡ଼ିକ ନିଜ ଭିତରେ ଏବଂ ପରସ୍ପର ମଧ୍ୟରେ ଯେଉଁଭଳି ଭାବେ ବହୁଧା ବିଭାଜିତ ହୋଇଚାଲିଛନ୍ତି, ସେଥିରେ ଏଇ ସଂକୀର୍ଣ୍ଣ ଦୃଷ୍ଟିକୋଣଟି ସାମ୍ନାକୁ ଆସୁଛି । ଯାହା ଜଣାପଡ଼ୁଛି ଯେ, ସୀମାରେଖାରେ ସୀମିତ ରହିବାର ଅସମ୍ଭବ କଥାଟିକୁ ବାହାରୁ ଅନୁପ୍ରାଣିତ କରାଯାଉଛି ଏବଂ ଭିତରୁ ଦୀର୍ଘସ୍ଥାୟୀ କରାଯାଉଛି । ନିଜର ପତିଆରାପୂର୍ଣ୍ଣ ରାଜନୀତିକୁ ଫଳପ୍ରଦ ଭାବେ କାର୍ଯ୍ୟକାରୀ କରିବା ପାଇଁ ବାହାରୁ ସମ୍ପୃକ୍ତ ରାଜନୈତିକ ଦଳମାନେ ଅନୁପ୍ରାଣିତ କରିଥାନ୍ତି । ଶାସକ ଦଳମାନଙ୍କର ଅତୀତରେ ହେଉ ବା ଏବେ ନିଜର ପତିଆରାକୁ ପ୍ରତିଷ୍ଠିତ କରିବା ପାଇଁ ସୀମାରେଖାରେ ଥିବା ଦଳଗୁଡ଼ିକ ନିଜର ପତିଆରାର ପ୍ରକଳ୍ପକୁ ସଫଳ କରିବା ପାଇଁ ଇନ୍ଧନ ଯୋଗାଇ ଆସିଛନ୍ତି । ସେଇଭଳି ଏଇ ଦଳଗୁଡ଼ିକର ନେତାମାନେ ନିଜର ନିର୍ଦ୍ଦିଷ୍ଟ ପରିଚୟକୁ ପାଥେୟ କରି ନିଷ୍ପେଷିତମାନଙ୍କୁ ଏବଂ ନିଜକୁ ସାମିଲ କରିବା ପାଇଁ ଅବସର ଯୋଗାଇଥାନ୍ତି । ଏହି ଦଳଗୁଡ଼ିକ ନିର୍ଦ୍ଦିଷ୍ଟ ସାମାଜିକ ଅସ୍ମିତାଗୁଡ଼ିକ ଯେଉଁମାନଙ୍କର ନାମକୁ ମାତ୍ର ଉପସ୍ଥିତି ଥାଏ କିନ୍ତୁ ପ୍ରକୃତରେ ନଥାଏ, ତାକୁ ଦୀର୍ଘସ୍ଥାୟୀ କରିବା ପାଇଁ ଯୁକ୍ତି ବି ଯୋଗାଡ଼ କରିପାରନ୍ତି । ଛୋଟ ଗୋଷ୍ଠୀକୁ ନିଜ ତର୍କ ଭିତରେ ସମ୍ପୃକ୍ତ କରିବା ପାଇଁ ସେମାନଙ୍କର ପତିଆରାର କ୍ଷମତା ନାହିଁ ତାହା ଏଥିରୁ ଜଣାପଡ଼େ । ଉଚ୍ଚାରଣ ଦୃଷ୍ଟିରୁ ହେଉ ବା ଆଂଶିକ ଭାବେ ହେଉ ଏଇସବୁ ଦଳର ସଦସ୍ୟମାନଙ୍କୁ ସ୍ଥାନ ଦେବାପାଇଁ ପତିଆରା ସାବ୍ୟସ୍ତ କରିବାର ଦକ୍ଷତା ଆବଶ୍ୟକ ହେଇଥାଏ । ଅଧିକିନ୍ତୁ ନିର୍ବାଚନୀ ଗଣତନ୍ତ୍ର ମାଧ୍ୟମରେ ମଧ୍ୟସ୍ଥିତ ହେଉଥିବା ରାଜନୀତିକ ପତିଆରା ପର୍ବଟି ସୀମାରେଖାରୁ ଉତ୍ଥାପନ ହେଉଥିବା ସ୍ୱରଟିକୁ ଶାନ୍ତ କରିବାର ତତ୍ତ୍ୱରେ ରୂପାନ୍ତରିତ ହୋଇଥାଏ । ଏହା ଏକ ବିଡ଼ମ୍ବନାର କଥା ଯେ, ଚିନ୍ତାଧାରା ଏବଂ ନିଷ୍ପେଷିତଙ୍କ ସଂଖ୍ୟା ଦୃଷ୍ଟିରୁ ଯଥେଷ୍ଟ ସାମର୍ଥ୍ୟ ଥିବା କ୍ଷୁଦ୍ର ଦଳଗୁଡ଼ିକ କେନ୍ଦ୍ର ଆଡ଼କୁ ଯିବା ଅବସ୍ଥାରେ ନାହାନ୍ତି ।                                  

Comments

(-) Hide

EPW looks forward to your comments. Please note that comments are moderated as per our comments policy. They may take some time to appear. A comment, if suitable, may be selected for publication in the Letters pages of EPW.

Back to Top