ରାଜନୀତିର ସ୍ଥିତି
.
The translations of EPW Editorials have been made possible by a generous grant from the H T Parekh Foundation, Mumbai. The translations of English-language Editorials into other languages spoken in India is an attempt to engage with a wider, more diverse audience. In case of any discrepancy in the translation, the English-language original will prevail.
ମହାରାଷ୍ଟ୍ରରେ ରାଜନୀତିର ସ୍ଥିତି ଦୁଇଟି ସଂକଳ୍ପ ଚାରିପଟେ ଘୁରିବୁଲୁଛି ଯାହାକି ନିଜର ତାର୍କିକ ପ୍ରକ୍ରିୟାରେ ତିନୋଟି ଦଳକୁ ଛନ୍ଦି ଦେଇଛି: କଂଗ୍ରେସ, ଜାତୀୟତା ବାଦୀ କଂଗ୍ରେସ ପାର୍ଟି (ଏନସିପି) ଓ ଶିବସେନା । ଗୋଟିଏ ସଂକଳ୍ପ ମୁତାବକ ଏଇ ତିନୋଟି ଦଳ ନିଶ୍ଚିତଭାବେ ସରକାର ଗଢ଼ିବା କଥା, ଯେତେବେଳେ କି ଅନ୍ୟ ସଂକଳ୍ପଟି ପରାମର୍ଶ ଦେଉଛି ଯେ ଏହି ୩ଟି ଦଳ ସରକାର ଗଢ଼ିବା ଉଚିତ୍ । ‘ନିଶ୍ଚୟ’ ବା ନିଶ୍ଚିତ ଭାବେ କଥାଟି ଆବଶ୍ୟକତାଟାକୁ ଇଙ୍ଗିତ କରୁଥିବାବେଳେ ‘ଉଚିତ୍’ ଶବ୍ଦଟି ବାଞ୍ଛନୀୟତା ପ୍ରତି ଇଙ୍ଗିତ କରୁଛି । ଏହି ଦଳଗୁଡ଼ିକ ଏଇ ଦୁଇଟି ସଂକଳ୍ପ ଭିତରେ ଏପଟେ ସେପଟେ ଘୁରୁଥିବା ବେଳେ, ରାଜନୀତି ଦୃଷ୍ଟିରୁ ସଠିକ୍ ରହିବାର ଆଚରଣ ପ୍ରଦର୍ଶନ କରିଆସିଥିବା ‘ରାଜନୈତିକ ବହୁରୂପୀ’ ମାନେ ଉଭୟ କଂଗ୍ରେସ୍ ଏବଂ ଏନସିପିକୁ ଶିବସେନା ସହ ସରକାର ‘ନିଶ୍ଚିତ’ ଭାବେ ନ ଗଢ଼ିବା ପାଇଁ ପରାମର୍ଶ ଦିଅନ୍ତି । ଏହି ‘ନିଶ୍ଚିତ’ ଶବ୍ଦଟି ନିର୍ବାଚନୀ ରାଜନୀତିକୁ ଏକ ସ୍ଥାୟୀ ନିର୍ଦ୍ଦେଶନା ଦେବାର ଉପକ୍ରମ କରିଥାଏ ଏବଂ ଏଥିରେ ବିମର୍ଶ ପାଇଁ ସ୍ଥାନ ନଥାଏ । କେତେକ ରାଜନୈତିକ ବ୍ୟାକ୍ଷାକାରଙ୍କର ନୈତିକତା ଅଧାରିତ ଏକ ‘ଶୁଦ୍ଧ” ଦୃଷ୍ଟି ରଜାନୀତି ସମ୍ପର୍କରେ ରଖିଥାନ୍ତି, ଯେଉଁମାନଙ୍କ ମତରେ ୩ଟିଯାକ ଦଳ ସରକାର ଗଢ଼ିବା ପାଇଁ ଯୋଗ୍ୟ ନୁହଁନ୍ତି । ଏହି ଦୃଷ୍ଟିକୋଣ ଅନୁସାରେ କଂଗ୍ରେସ୍ ଏବଂ ଏନ୍ସିପି ଉଭୟ ଦଳର ‘ଧର୍ମନିରପେକ୍ଷତା’ ପ୍ରତି ଦୋଦୁଲ୍ୟମାନ ପ୍ରତୀୟମାନ ରହିଛି । କିନ୍ତୁ ଏଭଳି ସଂଶୟ ଭିତରେ ବିଚାର ବିମର୍ଶ ଚାଲିଛି ଏବଂ ଗଣମଧ୍ୟାମର ଖବରରୁ ଜଣାପଡ଼ୁଛି ଯେ ସେମାନେ ସରକାର ଗଠନ ଆଡ଼କୁ ଯାଉଛନ୍ତି ।
ଯଦିଓ ସେମାନଙ୍କ ଭିତରେ ଆଲୋଚନାଟି ପରୀକ୍ଷା ମୂଳକ ଢ଼ାଞ୍ଚାରେ ଚାଳିଛି ତେବେ ସେମାନେ ସେ ଆଲୋଚନାର ଅନ୍ତ ଆଣିପାରି ନାହାନ୍ତି, ଯାହାକି ସରକାର ଗଠନ ଆଡ଼କୁ ଦିଶା ଦେଖାଇଥାନ୍ତା । ଅତି ଅସ୍ପଷ୍ଟ ଜଣାପଡ଼ୁଥିବା ଏହି ଆଲୋଚନା ଗୁଡ଼ିକରୁ ଏହି କଥାଟିର ସୂଚନା ମିଳୁଛି ଯେ, ସରକାର ଗଠନ କରିବାର ଆବଶ୍ୟକତାଟିକୁ ସେମାନେ ନିଜ ନିଜ ବିଚାରରେ ରଖିଛନ୍ତି । କଂଗ୍ରେସ ଏବଂ ଏନ୍ସିପି ଠାରୁ ଆସୁଥିବା ବିଚାର ଭିତରେ କିଛି ଅସ୍ପଷ୍ଟତା ରହିଛି, ଯାହା ସେମାନଙ୍କର ରାଜନୈତିକ ଗୋଟିଚାଳନାକୁ ସାବଧାନତା ଏବଂ ଯତ୍ନର ସହିତ ପରିଚାଳନା କଲାଭଳି ସ୍ପଷ୍ଟ ଦେଖାଯାଉଛି । ଏହି ‘ଯତ୍ନ’ ଏବଂ ‘ସାବଧନତା’ ଏମାନଙ୍କ ଆଲୋଚନା ଭିତରେ ‘ଅସମ୍ଭବ’ ଧାରଣାଟିକୁ ଦୂରରେ ରଖିବା ଭଳି ଜଣାପଡ଼ୁଛି ।
ଏହିକଥା ମଧ୍ୟ ସତ୍ୟ ଯେ, ଏହି ଆଲୋଚନା ଭିତରେ ଏଭଳି ଏକ ବିଚାର ରହିଛି ଯେଉଁଥିରେ ଏମାନେ ଶିବସେନା ପାଖରୁ ଏକ ପ୍ରତିବଦ୍ଧତା ଆଶା କରୁଛନ୍ତି ଯଦ୍ୱାରାକି ଏହିଦଳ ନିଜର କଠୋର ପନ୍ଥୀ ହିନ୍ଦୁତ୍ୱକୁ ଯେମିତି ନରମ କରିପାରିବ । ଏଭଳି ଏକ ପରାମର୍ଶର ଅନ୍ୟ ଅର୍ଥଟି ହେଉଛି ଯେ, ଯଦିଓ ବିବିଧତା ଏବଂ ସାମ୍ପ୍ରଦାୟିକ ସଦ୍ଭାବନା ଭଳି ମୂଲ୍ୟଗୁଡ଼ିକ ଉପରେ ସାଲିସ କରାଯାଇ ପାରିବ ନାହିଁ ତେବେ ଅସମାନ ପରିସ୍ଥିତିରେ ତାକୁ ଏକ ସଂକେତ ହିସାବରେ ବ୍ୟବହାର କରାଯିବାର ଆବଶ୍ୟକତା ରହିଛି । ଏଇ ପରିପ୍ରେକ୍ଷୀରେ କୌତୁହଳର ବିଷୟ ହେଉଛି ଯେ, ଶିବସେନା ଯେଉଁଭଳି ପ୍ରାକୃତିକ ଦୁର୍ବିପାକରେ ଶିକାର ହୋଇଥିବା କୃଷକମାନଙ୍କୁ ଉଦ୍ଧାର କରିବାପାଇଁ ନିଜର ବିବେକର ଯେଉଁ ପ୍ରୟୋଗ କରିଛି ତାହା ଆଶା କରାଯାଉଛି ଯେ, ଏଇ ଦଳର ହିନ୍ଦୁତ୍ୱ ପ୍ରତି ପ୍ରତିବଦ୍ଧତାକୁ କୋହଳ କରିଦେବ । ତେବେ ଯେଉଁ ପ୍ରଶ୍ନଟି ଉତ୍ଥାପନ କରିବା କଥା ତାହା ହେଉଛି ଯେ: ଶିବସେନା ତାହାଲେ କ’ଣ ବୁଝାମଣା ସହିତ ଦାୟୀତ୍ୱ ନିର୍ବାହ ଆଡ଼କୁ ପର୍ଯ୍ୟାୟକ୍ରମେ ଗତି କରିବ ନା ନିଜର ରକ୍ଷଣଶୀଳ ବିଶ୍ୱାସ ଆଡ଼କୁ ଫେରିଯିବ; ରକ୍ଷଣଶୀଳ ଏଥିପାଇଁ କି ଯେ ଏଇ ଦଳଟି ନିଜର ପ୍ରତିକ୍ରିୟାଶୀଳ ଅତୀତ ଉପରେ ଗଭୀର ବିଶ୍ୱାସ ରଖିଥିବାବେଳେ ଉପରୁ ତଳହୋଇ ଗଢିଆସିଥିବା ସାମାଜିକ ପ୍ରଥାଗୁଡ଼ିକୁ ସମାଲୋଚନା କରିବା କ୍ଷେତ୍ରରେ ସମ୍ପୂର୍ଣ୍ଣ ନିରବତା ଅବଲମ୍ବନ କରିଆସିଛି । କଂଗ୍ରେସ ଏବଂ ଏନସିପି ସମ୍ପର୍କରେ ମଧ୍ୟ ପ୍ରଶ୍ନଟିଏ ପଚରାଯାଇପାରେ: ସେମାନେ କ’ଣ ଦାୟୀତ୍ୱ ସମ୍ପନ୍ନ ବୁଝାମଣାକୁ ଆଧାର କରି ନିଜ ରାଜନୀତିକୁ ସଂଗଠିତ କରିବା କ୍ଷେତ୍ରରେ ପ୍ରତିବଦ୍ଧତା ଦେଖାଇପାରିବେ କି? ଏଇ ଦଳଗୁଡ଼ିକ ପକ୍ଷରୁ ଜଣେ କେହି ସ୍ପଷ୍ଟ ଉତ୍ତର ଆଶା କରିପାରିବ ନାହିଁ । ତେବେ ଅନବରତ ଆଲୋଚନା ଭିତରେ ନିଜ ବିଚାରର ପରିସର ଭିତରୁ କ୍ଷତିକାରକ ଦାବୀଗୁଡ଼ିକୁ ବାଦଦେଇ ଏକ ଭାବାତିତ ସ୍ତରକୁ ଯିବାଦ୍ୱାରା ହିଁ ଏଭଳି ଏକ ସ୍ଥିତି ଆସିପାରିବ ।
ଆଲୋଚନା ଭି୍ତ୍ତିକ ରଜନୈତିକ ପରିସରଟି ଦାୟୀତ୍ୱବାନ ବୁଝାମଣା ଭିତ୍ତିକ ବିଚାର ପାଇଁ ପଥ ପ୍ରସସ୍ଥ କରିଥାଏ । ଏଭଳି ଏକ ବୁଝାମଣା ବାଧ୍ୟବାଧକତାର ଭାଷାକୁ ପ୍ରୟୋଗ କରିବା ପାଇଁ ଅବସର ଦେଇ ନଥାଏ । ଏଭଳି ଏକ ଭାଷା ପରସ୍ପରର ଲାଭପାଇଁ କ୍ଷମତାର ବଣ୍ଟନ ସମ୍ପର୍କିତ ଭବ୍ୟ ବିଚାର ଉପରେ ଆଧାରିତ ଥାଏ ଯେଉଁଥିରେ ତିନୋଟିଯାକ ଦଳ ଆଲୋଚନା ପ୍ରକ୍ରିୟାରେ ସଂମ୍ପୃକ୍ତ ଥାନ୍ତି । ଦାୟୀତ୍ୱବାନ ବୁଝାମଣା ଯେକୌଣସି ନୈତିକତା ଦୃଷ୍ଟିରୁ ସଜାଗ ବିଚାର ବିମର୍ଶର ଏକ ଅର୍ନ୍ତଃନିହିତ ଅଂଶ ହୋଇଥାଏ ଯାହା ସାଧାରଣ ଲୋକଙ୍କ ଭିତରେ ଉଚ୍ଚାରଣ ଦୃଷ୍ଟିରୁ ନୁହଁ ବରଂ ନିଷ୍ଠାପର ଭାବେ ଦେଖିଲେ କେଉଁକଥା ଗୁଡ଼ିକ ପ୍ରାଥମିକତା ପାଇବା ଉଚିତ୍ ତାକୁ ସ୍ୱୀକାର କରିଥାଏ ।
ଏଭଳି ପ୍ରୟୋଗର ଉଦ୍ଦେଶ୍ୟ ନୁହଁ ଯେ, ବିନା ବାଧ୍ୟବାଧକତାରେ ମଧ୍ୟ ବୁଝାମଣା ସୃଷ୍ଟି ହୋଇପାରିବ । ରାଜନୈତିକ ଦଳମାନେ ବାସ୍ତବରେ ଦାୟୀତ୍ୱ ସମ୍ପନ୍ନ ବୁଝାମଣା ସୃଷ୍ଟି କରିବା ପାଇଁ ବାଧ୍ୟ ହୋଇଥାନ୍ତି; ଯେଉଁ ବୁଝାମଣା ଶାନ୍ତି ଓ ସଦ୍ଭାବନାକୁ ସୁନିଶ୍ଚିତ କରିବା ବା ସମାଜରେ ବନ୍ଧୁତ୍ୱ ସୃଷ୍ଟି କରିବା କେବଳ ନୁହେଁ, ବରଂ କ୍ଷିପ୍ରତାର ସହ କାମକରି ଦୁଃସ୍ଥ ଅବସ୍ଥାରେ ଥିବା ଲୋକମାନଙ୍କ ପାଇଁ ଯେଭଳି କାମ କରାଯାଇପାରିବ । ମହାରାଷ୍ଟ୍ରର ନିର୍ବାଚନ ଫଳାଫଳ ପରେ ସମସାମୟିକ ସମୟରେ ରାଜନୀତି ଯେଉଁ ଅନିଶ୍ଚିତତା ଭିତରକୁ ପଶିଆସିଛି ତାହା ମଧ୍ୟ ଏକ ଦାୟୀତ୍ୱ ସମ୍ପନ୍ନ ବୁଝାମଣା ସୃଷ୍ଟି କରିବା ପାଇଁ କ୍ଷେତ୍ରଟିଏ ଯୋଗାଇଛି । ଏହା ନୈତିକ ବୁଝାମଣା ପାଇଁ ପ୍ରୋତ୍ସାହନ ସୃଷ୍ଟି କରି ପାରେ ଯଦ୍ୱାରା କି କୌଣସି ଧାର୍ମିକ ସଂକେତକୁ ଆଧାର କରି ସାମ୍ପ୍ରଦାୟିକ ଜାଗରଣ ସୃଷ୍ଟି କରିବା ପାଇଁ ଜନଗଣଙ୍କୁ ବିଭ୍ରାନ୍ତ କରିବା କ୍ଷେତ୍ରରେ ତାହା ରାଜନୈତିକ ଦଳଗୁଡ଼ିକ ଉପରେ ଅଙ୍କୁଶ ଲଗାଇପାରେ । ଦାୟିତ୍ୱ ସମ୍ପନ୍ନ ବୁଝାମଣା, ନୈତିକ ପ୍ରତିବଦ୍ଧତା କ୍ଷେତ୍ରରେ ଗୋଟିଏ ଏକକାଳୀନ ଉପଲବ୍ଧି ନୁହଁ ଯାହା ସମ୍ପ୍ରଦାୟିକ ସଦ୍ଭାବନା ଉପରେ ପର୍ଯ୍ୟବେସିତ ହୋଇପାରିବ । ଏଭଳି ଦାୟୀତ୍ୱ ସମ୍ପନ୍ନ ବୁଝାମଣାଟିକୁ ଯତ୍ନର ସହିତ ଏବଂ ଅନବରତ ବିମର୍ଷ ଓ ଆଲୋଚନା ଭିତରେ ହାସଲ କରାଯାଇପାରିବ ଯାହାକି କେବଳ ଦଳୀୟ କର୍ମୀମାନଙ୍କ ଭିତରେ ସୀମିତ ରହିବ ନାହିଁ ବରଂ ଅଧିକ ଗୁରତ୍ୱପୂର୍ଣ୍ଣ ଭାବେ ସାଧାରଣ ଜନଗଣଙ୍କ ଯାଏଁ ବ୍ୟାପ୍ତ ରହିବ ।