ରାଷ୍ଟ୍ରର ନୀରିକ୍ଷଣରେ ଗଣତନ୍ତ୍ର

ନାଗରୀକ ଏବଂ ମାନବିକ ଅଧିକାର ପ୍ରତି ରାଷ୍ଟ୍ରୀୟ ନୀରିକ୍ଷଣର ପ୍ରତ୍ୟକ୍ଷ ଭୟ ବିଶ୍ୱାବ୍ୟାପୀ ଉଦ୍‌ବେଗ ସୃଷ୍ଟି କରିଛି ।

ଆମ ଗଣତନ୍ତ୍ରଟି ଏବେ ରାଷ୍ଟ୍ରୀୟ ନୀରିକ୍ଷଣ / ଗୁଇନ୍ଦାଗିରି ଭିତରକୁ ଆସିଯାଇଛି । ନାଗରିକମାନେ ସମ୍ବିଧାନର ମାନଦଣ୍ଡ ଭିତରେ ରହି ମୁକ୍ତ ଅଭିବ୍ୟକ୍ତି କରିବାର ସ୍ୱାଧୀନତାକୁ ଯେଉଁଭଳି ଉପଭୋଗ କରୁଛନ୍ତି ତାକୁ ଜାତୀୟ ନିରାପତ୍ତା ପ୍ରତି ଏକ ବିପଦ ହିସାବରେ ବିଚାର କରାଯାଇପାରିବ ନାହିଁ । ନିକଟରେ ପ୍ରକାଶିତ ଖବରରୁ ଜଣାପଡ଼ୁଛି ଯେ, ଅନେକ ଭାରତୀୟଙ୍କୁ ରାଷ୍ଟ୍ରୀୟ ନିରୀକ୍ଷଣ ଭିତରେ ରଖାଯାଇଥିଲା ଏବଂ ଏଥିପାଇଁ ପିଗାସସ୍ ନାମରେ ଏକ ଗୁଇନ୍ଦା ସଫ୍ଟୱେରକୁ ବ୍ୟବହାର କରାଯାଇଥିଲା । ଏହା ଗୁଇନ୍ଦା ସଫ୍ଟୱେରଟି ମୂଳତଃ ହ୍ୱାଟସ୍‌ଆପରେ ବ୍ୟବହୃତ ତଥ୍ୟରୁ ଚୋରି କରି କାମ କରିଥାଏ । ଥରେ ଯଦି ପିଗାସସ୍‌କୁ ନିଜ ମୋବାଇଲ ଫୋନରେ ଇନଷ୍ଟଲ/ ସଂସ୍ଥାପିତ କରିଦିଆଯାଏ ତେବେ ତାହା ଯେତେ ସବୁ କଲ ଆସୁଥିବ ବା ଯାଉଥିବ ଯେତେ ବାର୍ତ୍ତା ଆସୁଥିବ, ଯାଉଥିବ, ଯାହାସବୁ ପାଶ୍‌ୱାର୍ଡ଼ ଥିବ ବା ଯେଉଁ ମାନଙ୍କର ଯୋଗାଯୋଗର ନମ୍ବର ଥିବ, ଏଭଳି ସମସ୍ତ ତଥ୍ୟକୁ ଚୋରିକରି ନେଇଯାଇପାରେ । କେବଳ ସେତିକି ନୁହଁ ଏହି ପିଗାସସ୍ ଆପେ ଆପେ ଫୋନ୍ କ୍ୟାମେରା ଓ ମାଇଗ୍ରୋଫୋନ୍‌କୁ ସକ୍ରିୟ କରାଇ ଫୋନ୍ ପାଖାପାଖି ଯାହାସବୁ ଘଟେ ସେ ସବୁକୁ ମଧ୍ୟ ରେକର୍ଡ଼ କରି ନେଇଯାଇପାରେ ।

ପିଗାସସ୍‌ର ମାଲିକ ହେଉଛନ୍ତି ଇସ୍ରାଇଲ ଜାତୀୟ ନିରାପତ୍ତା ସଂଗଠନ ଗ୍ରୁପ ଟେକ୍‌ନୋଲୋଜିଜ୍‌; ସାଉଦି ଆରବ ର ସରକାର ଏହାର ବ୍ୟବହାର କରି ନିଜ ଲୋକଙ୍କ ଉପରେ ଗୁଇନ୍ଦାଗିରି କରିବା, ସେମାନଙ୍କୁ ଭୟଭୀତ କରିବା ଓ ସେମାନଙ୍କର ଗତିବିଧି ପ୍ରତି ଲକ୍ଷ୍ୟ ରଖିବା ଇତ୍ୟାଦି କାମ କରୁଥିଲେ । ଏହି ପ୍ରକ୍ରିୟାରେ ସେମାନେ ଜାମାଲ ଖାସୋଗୀ ନାମକ ଜଣେ ଅସନ୍ତୁଷ୍ଟ ଏବଂ ୱାସିଂଟନ ପୋଷ୍ଟର ସ୍ତମ୍ଭକାରଙ୍କୁ ୨୦୧୮ ମସିହାରେ ଇସ୍ତାନବୁଲ ସ୍ଥିତ ସାଉଦି ଆରବର ବାଣିଜ୍ୟ ଦୂତାବାସ ଭିତରେ ହତ୍ୟା କରିଥିଲେ । ସଂସଦରେ ଭାରତ ସରକାର ଏଇ ପିଗାସସ୍ ମାଧ୍ୟମରେ ଗୁଇନ୍ଦାଗିରିକୁ ନେଇ କିଛି ପ୍ରତିକ୍ରିୟା ରଖିବା କାମକୁ ଏଡ଼େଇ ଯାଇଥିଲେ । ସରକାର କେବଳ ଜାତୀୟ ନିରାପତ୍ତା ଉପରେ ନିଜର ସମଗ୍ର ପ୍ରତିକ୍ରିୟାଟି ରଖିଥିଲେ । ବର୍ତ୍ତମାନ ପ୍ରଚଳିତ ଆଇନ ମୁତାବକ, ସରକାରଙ୍କର କ୍ଷମତା ଅଛି ଯେ, ସେ ଜାତୀୟ ନିରାପତ୍ତାକୁ କ୍ଷତି ପହଞ୍ଚାଇବା ବା ଜନଗଣଙ୍କ ପ୍ରତି କ୍ଷତି ପହଞ୍ଚାଇବା ଭଳି ବିରଳ ଜରୁରୀକାଳୀନ ପରିସ୍ଥିତିରେ ନିର୍ଦ୍ଦିଷ୍ଟ କଥୋପକଥନ ଗୁଡ଼ିକୁ ହସ୍ତକ୍ଷେପ କରି ଦେଖିପାରିବେ । କିନ୍ତୁ ସବୁକାମରେ ମନମୁତାବକ ଜାତୀୟ ନିରାପତ୍ତାର କଥା ଉତ୍ଥାପନ କରିହେବ ନାହିଁ । ଯାହା ନିଜେ ଉଚ୍ଚତମ ନ୍ୟାୟାଳୟ ୨୦୧୮ ମସିହାରେ କେ.ଏସ୍‌. ପୁଟ୍ଟାସ୍ୱାମୀ ବନାମ ଭାରତ ସରକାର ମାମଲାରେ କହିସାରିଛନ୍ତି ।

ଏହି ଗୁଇନ୍ଦାଗିରି ଭିତରେ ଯେଉଁ ୧୨୧ ଜଣଙ୍କୁ ସାମିଲ କରାଯାଇଥିଲା ସେମାନଙ୍କ ଭିତରୁ ଅଧିକାଂଶ ହେଉଛନ୍ତି ସାମାଜିକ କର୍ମୀ, ଅଧ୍ୟାପକ ଏବଂ ସାମ୍ବାଦିକ । ବିରୋଧ କରୁଥିବା ଏହି ବ୍ୟକ୍ତିମାନଙ୍କର ଜ୍ଞାନ ଏବଂ ମତାମତକୁ ଜାତୀୟ ନିରପତ୍ତା ପ୍ରତି ଉଦ୍‌ବେଗ ସୃଷ୍ଟି କରିଛି କହିବା କୁହାଯାଇଛି । କିନ୍ତୁ ସେମାନେ ଉଠାଇଥିବା ଦାୟୀତ୍ୱବୋଧତା ପ୍ରତି ପ୍ରଶ୍ନ ଏବଂ ରାଷ୍ଟ୍ର ଦ୍ୱାରା ମାନବିକ ଅଧିକାର ଉଲ୍ଲଘଂନକୁ ନେଇ ପ୍ରଶ୍ନ, ଉଭୟ ସରକାର ଏବଂ ଅମଲାତନ୍ତ୍ର ପ୍ରତି ବିପଦ ସୃଷ୍ଟି କରିଛି । ଆମେ ସରକାରଙ୍କ ଅଭିପ୍ରାୟ ଏବଂ ଏଭଳି ମାତ୍ରାଧିକ କାର୍ଯ୍ୟକଳାପ ଦ୍ୱାରା ଜନମତ ସୃଷ୍ଟକାରୀମାନଙ୍କ ଉପରେ ଗୋଇନ୍ଦାଗିରି କରିବା କାମଟିକୁ ପ୍ରଶ୍ନ କରିବା ଉଚିତ୍ ।

୨୬/୧୧ ମୁମ୍ବାଇ ଆକ୍ରମଣର ଗୁଇନ୍ଦା ବିଫଳତା ପରେ ଭାରତ ଏକ ବିସ୍ତୃତ ତଥ୍ୟ ଭିତ୍ତିଭୂମି ନିର୍ମାଣ କରିବା ପାଇଁ ପ୍ରଚେଷ୍ଟା କରି ଆସିଛି । ଏକ ବୃହତ୍ତ ଜନ ସଂଖ୍ୟାର କାର୍ଯ୍ୟକଳାପକୁ ଆନୁଧ୍ୟାନ କରିବା ପାଇଁ ଗୁଇନ୍ଦାଗିରି ନିମନ୍ତେ ତଥ୍ୟଭିତ୍ତି ଏବଂ ଆବଶ୍ୟକୀୟ ତଥ୍ୟ ଠୁଳ ଓ ପରିଚାଳନା କରିବା କେନ୍ଦ୍ର ପ୍ରତିଷ୍ଠା ନିମନ୍ତେ ସରକାର ବିପୁଳ ପରିମାଣର ଅର୍ଥ ଅଧିକରୁ ଅଧିକ ଖର୍ଚ୍ଚକରି ଚାଲିଛନ୍ତି । ନ୍ୟାସନାଲ ଇଣ୍ଟେଲିଜେନସ୍ ଗ୍ରିଡ଼ ବା ନାଟ ଗ୍ରିଡ଼, ସେଣ୍ଟ୍ରାଲ ମନିଟଂରି ସିଷ୍ଟମ (ସି.ଏମ.ଏସ୍‌) ଏବଂ ନ୍ୟାସନାଲ ଅଟୋମେଟେଡ଼ ଫେସିଆଲ ରିକଗ୍‌ନାଇଜେସନ୍ ସିଷ୍ଟମ ଅଫ କ୍ରାଇମ୍ ଏଣ୍ଡ କ୍ରିମିନାଲ ଟ୍ରାକିଂ ନେଟୱାର୍କ ଏଣ୍ଡ ସିଷ୍ଟମସ (ସିସିଟିଏନ୍‌ଏସ୍‌) ଭଳି ପ୍ରକଳ୍ପଗୁଡ଼ିକୁ ଗୋଟିଏ ଗୋଟିଏ ବ୍ୟବସ୍ଥା ଯାହାକି ଏକ ପୁଲିସ୍ ରାଷ୍ଟ୍ରନିର୍ମାଣରେ ସାହାଯ୍ୟ କରୁଛି ଏବଂ ଯାହାର ଗୁଇନ୍ଦା ନିରୀକ୍ଷଣ ଭଳି କାର୍ଯ୍ୟ କଲାବେଳେ  ଦୁରୁପଯୋଗ ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ କୌଣସି ଆଇନଗତ ସୁରକ୍ଷା ସର୍ତ୍ତ ନଥାଏ । ପର୍ଯ୍ୟାୟକ୍ରମେ ନିର୍ମାଣ କରାଯାଇଥିବା ଏହି ବ୍ୟବସ୍ଥାଗୁଡ଼ିକ ଦ୍ୱାରା ଜଣାପଡ଼ୁଛି ଯେ, ରାଷ୍ଟ୍ର ଯେମିତି ଆସ୍ତେ ଆସ୍ତେ ସେଇ କ୍ଷମତାଗୁଡ଼ିକ ଅକ୍ତିଆର କରୁଛି ଯଦ୍ୱାରାକି ଯେକୌଣସି ଲୋକ ଉପରେ ଏବଂ ଯେକୌଣସି ସମୟରେ ଗୁଇନ୍ଦା ନିରୀକ୍ଷଣ କରାଯାଇପାରିବ । ଯେହେତୁ ଏହି ତଥ୍ୟଭିତ୍ତିଗୁଡ଼ିକ ଏକ ବାସ୍ତବତା ହୋଇଯାଇଛି ଆମକୁ ଏହିକଥା ସ୍ୱୀକାର କରିବାକୁ ପଡ଼ିବ ଯେ, ଭାରତରେ ଗୁଇନ୍ଦାଗିରିର ନିୟନ୍ତ୍ରଣ କରିବା କ୍ଷେତ୍ରରେ ଆମେ ଗୋଟିଏ ଦଶନ୍ଧି ବିଳମ୍ବ କରି ସାରିଛନ୍ତି । ଏମିତି ଆଇନ୍‌ର ବିନା ଅନୁମୋଦନରେ ସୂଚନା ସଂଗ୍ରହ ଅଭ୍ୟାସ, ଯାହାକି କେବଳ ମାତ୍ର କାର୍ଯ୍ୟ ନିର୍ବାହୀ ନିର୍ଦ୍ଦେଶରେ କରାଯାଉଛି ତାହା ନିଶ୍ଚିତ ଭାବେ ଗମ୍ଭୀର ସମସ୍ୟା । ଉଦାହରଣ ସ୍ୱରୂପ କାର୍ଯ୍ୟପାଳିକା ଆଧାର ସମସ୍ତଙ୍କ ପାଇଁ ବାଧ୍ୟତାମୂଳକ ହେବାଯାଏଁ ଏଇ ପ୍ରକଳ୍ପଟିକୁ ଆଗକୁ ନେଇଚାଲିଥିଲେ । ଯାହାର କୌଣସି ମୁଲ୍ୟାୟନ କରାଯାଇ ନଥିଲା ଏବଂ ଯାହାକି ଆବଶ୍ୟକୀୟ ଆଇନଗତ ଢ଼ାଞ୍ଚା ବିନା ବା ତଥ୍ୟର ସୁରକ୍ଷା ପାଇଁ ଢ଼ାଞ୍ଚାର ନିର୍ମାଣ ବିନା କରାଯାଇଥିଲା । ଏଇ ଆଧାର ପ୍ରକଳ୍ପ ଏବେ ଅନେକ ନିରାପତ୍ତା ପ୍ରସଙ୍ଗଗୁଡ଼ିକ ଦ୍ୱାରା ଜର୍ଜରିତ ଏବଂ ସେଥିରେ କ୍ଷତିଗ୍ରସ୍ତଙ୍କ ପାଇଁ ଉପଶମର କୌଣସି ଉପାୟ ନାହିଁ ।

ନାଗରିକମାନଙ୍କ ମୌଳିକ ଅଧିକାର ଯେଉଁଥିରେ ଗୋପନୀୟତାର ଅଧିକାର ଅନ୍ୟତମ, ସେସବୁର ସୁରକ୍ଷା ପାଇଁ ରାଷ୍ଟ୍ର ବାଧ୍ୟ । ଏନ୍ ଏସ୍ ଓ ଗ୍ରୁପ୍ ଭଳି ଟେକନୋଲୋଜି ସଂସ୍ଥାମାନଙ୍କୁ ଏହି ଅଧିକାର ଉଲ୍ଲଘଂନ କରିବା ପାଇଁ ସୁଯୋଗଦେଇ ଏକ ଗଭୀର ସଙ୍କଟ ସୃଷ୍ଟି କରାଯାଇଛି । କୌଣସି ବ୍ୟକ୍ତିଙ୍କଠାରୁ ଆଇନ ଅନୁମୋଦିତ ପ୍ରକ୍ରିୟା ବାହାରେ ଗୋପନୀୟତାର ଅଧିକାରକୁ କୌଣସି ନିରାପତ୍ତା ସଂସ୍ଥା ନେଇପାରିବେ ନାହିଁ, ତାହାବି ଏଭଳି ଦାୟୀତ୍ୱ ହୀନଭାବେ । ଅସାଧାରଣ ପରିସ୍ଥିତିରେ ନଥାଇ ଏହି ଅଧିକାର ମଧ୍ୟ ଉଲ୍ଲଘଂନ କରାଯାଇ ପାରିବ ନାହିଁ । ନିକଟରେ ବମ୍ବେ ଉଚ୍ଚନ୍ୟାୟାଳୟ ନିଜର ଏକ ରାୟରେ ଆଗକୁ କେମିତି ଯାଇପାରିବା ପଥ ଦେଖାଇଥିଲେ, ଯେତେବେଳେ ସେ ଗୋଟିଏ ଦୁର୍ନୀତି ମାମଲାରେ ସିବିଆଇ ଦ୍ୱାରା ଅବୈଧ ଗୁଇନ୍ଦାଗିରି ମାଧ୍ୟମରେ ତଥ୍ୟ ସଂଗ୍ରହ କରିବାକୁ ପ୍ରଶ୍ନ କରିଥିଲେ । ଅଦାଲତ କେବଳ ତଥ୍ୟକୁ ଅଣଦେଖା କଲେ, ତାହା ନୁହଁ ବରଂ ଦାବୀ କଲେ ଯେ, ଅନ୍ୟ ସବୁ ସୂଚନା ଗୁଡ଼ିକ ମଧ୍ୟ ବାଦ୍ ଦିଆଯାଉ । ଅଦାଲତ ଏହି ଦୁର୍ନୀତି ମାମଲାରେ ଗୁଇଁନ୍ଦାଗିରି ପାଇଁ କୌଣସି ଜରୁରୀକାଳିନ ଆବଶ୍ୟକତା ନଥିଲା ବୋଲି କହିଥିଲେ । ଯେହେତୁ ଜନସାଧାରଣଙ୍କ ନିରାପତ୍ତା ବିପନ୍ନ ହେବାର ପ୍ରସଙ୍ଗ ନଥିଲା ।

ରାଜନୈତିକ ଲାଭପାଇଁ ମଧ୍ୟ ଗୁଇନ୍ଦାଗରିର ଖେଳ କରାଯାଇ ଆସିଛି । ହକିଂ ଟିମ୍ ଦ୍ୱାରା ପଦାରେ ପକାଇ ଦିଆଯାଇଥିବା କେତୋଟି ଇମେଲ (ଏହି ଇଟାଲୀୟ ଟିମଟି ଗୁଇନ୍ଦାଗିରି କାମରେ ସମ୍ପୃକ୍ତ) ଯାହା ୨୦୧୫ ମସିହାରେ କରାଯାଇଥିଲା ଦର୍ଶାଇ ଦେଇଛି ଯେ, ଆନ୍ଧ୍ରପ୍ରଦେଶ ପୁଲିସ ଅନ୍ୟମାନଙ୍କର ଫୋନ ଗୁଡ଼ିକରେ ପ୍ରବେଶ କରିବା ପାଇଁ ବୈଷୟିକ ଉପାୟ ଅକ୍ତିଆର କରିବାପାଇଁ ଆଗ୍ରହୀ ଥିଲା । ଏହି ଆଗ୍ରହଟି ସେହି ସମୟରେ ଆସିଥିଲା ଯେତେବେଳେ ତତକାଳୀନ ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ, କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହଙ୍କ ପାଖରେ ଅଭିଯୋଗ କରିଥିଲେ ଯେ, ତେଲେଙ୍ଗାନାରେ ତାଙ୍କର ରାଜନୈତିକ ପ୍ରତିଦ୍ୱନ୍ଦି ତଥା ମୁଖ୍ୟମନ୍ତ୍ରୀ ତାଙ୍କର ଫୋନଟିକୁ ଟ୍ୟାପ କରୁଛନ୍ତି । ଆଉ ଏକ ଦୃଷ୍ଟାନ୍ତ ମଧ୍ୟ ମିଳିଛି ଯେତେବେଳେ ଛତିଶଗଡ଼ ରାଜ୍ୟର ପୁଲିସ ଏନଏସଓ ଟ୍ରେକ୍ନଲୋଜି ଗ୍ରୃପ ପ୍ରତିନିଧି ମାନଙ୍କ ସହ ଭେଟ ହୋଇଥିବାର ଖବର ପ୍ରଘଟ ହୋଇଛି । ତେବେ ଏଭଳି ଉଲଙ୍ଘନକୁ ନେଇ ସରକାର ହ୍ୱାଟସଆପ ପକ୍ଷରୁ ଅଧିକ ତଥ୍ୟ ମାଗୁଥିବା ବେଳେ ତାଙ୍କର ନିଜର ସଂସ୍ଥା ଗୁଡ଼ିକ ଏହିସବୁ ତଥ୍ୟରୁ କ’ଣସବୁ କରୁଛନ୍ତି ଏହି ପ୍ରଶ୍ନଟି ପଚାରିପାରି ନାହାଁନ୍ତି ।

ସୂଚନାର ଅଧିକାର ଆଇନ୍ ସମେତ କୌଣସି ଆଇନରେ ଅଣଦେଖା କରିବା ବା ରିହାତି ଦେବାର କୌଣସି ପ୍ରତିବନ୍ଧକ ନଥିବା ବେଳେ ଜାତୀୟ ନୀରାପତ୍ତା ସଂସ୍ଥା ଗୁଡ଼ିକ ଆମର ଗଣତନ୍ତ୍ର ପାଇଁ ଗୋଟିଏ ବୋଝ ହୋଇଯାଇଛନ୍ତି ଯେହେତୁ ସେମାନେ ଦୁର୍ବଳ ମାନଙ୍କର ସୁରକ୍ଷା ପରିବର୍ତ୍ତେ କ୍ଷମତାଶୀଳଙ୍କ ସୁରକ୍ଷାପାଇଁ କାମ କରୁଛନ୍ତି । ଭାରତରେ ଗୁଇନ୍ଦାଗିରିର ସଂସ୍କାର ଆଣିବା ପାଇଁ ଏକ ଜରୁରୀ ଆବଶ୍ୟକତା ରହିଛି । ସଂସଦରେ ଆଗକୁ ଥିବା ଆଲୋଚନା ଯାହାକି ବ୍ୟକ୍ତିଗତ ତଥ୍ୟ ସୁରକ୍ଷା ଚିଠା ୨୦୧୯ ଉପରେ ଆଧାରିତ ହେବ, ତାକୁ ଧ୍ୟାନର ସହିତ ପରୀକ୍ଷା କରିବାକୁ ପଡ଼ିବ ଏବଂ ସେ ସମ୍ପର୍କରେ ସୂଚନା ମଧ୍ୟ ପ୍ରଘଟ କରିବାକୁ ପଡ଼ିବ । ଜନପ୍ରତିନିଧିମାନେ ସ୍ୱଚ୍ଛତା ଦାବୀ କରିବାକୁ ପଡ଼ିବ ଏବଂ ପ୍ରଚଳିତ ଗୁଇନ୍ଦାଗିରିର କାର୍ଯ୍ୟକଳାପଗୁଡ଼ିକୁ ପରୀକ୍ଷା କରି ଅସମ୍ବାଧାନିକ ଉପାୟରେ କାମ କରୁଥିବା ବ୍ୟକ୍ତିମାନଙ୍କୁ ଉତ୍ତରାଦାୟୀ କରିବାକୁ ପଡ଼ିବ । ପିଗାସସ୍ ପ୍ରସଙ୍ଗରେ ଅନୁସନ୍ଧାନ କରୁଥିବା ସଂସଦର ସୂଚନା ଓ ପ୍ରଯୁକ୍ତି ବିଦ୍ୟା କମିଟି ନିଜ କାମଟିକୁ ଅଧିକ ତ୍ୱରାନ୍ୱିତ କରିବାକୁ ପଡ଼ିବ ଏବଂ ସେମାନଙ୍କୁ ଏକ ବିସ୍ତୃତ ତଥା ଦୂରଦୃଷ୍ଟି ସମ୍ପନ୍ନ ରିପୋର୍ଟ ଯଥାଶିଘ୍ର ପ୍ରସ୍ତୁତ କରିବାକୁ ପଡ଼ିବ । ଏଭଳି ମୂହୂର୍ତ୍ତଗୁଡ଼ିକ ହିଁ ଆମର ଗଣତାନ୍ତ୍ରିକ ଢ଼ାଂଚାଟିକୁ ପରୀକ୍ଷଣ କରିବା ପାଇଁ ସୁଯୋଗ ଦେଇଥାଏ । ଭାରତର ଅନୁଷ୍ଠାନଗୁଡ଼ିକ ମୌଳିକ ଅଧିକାର ହାସଲ କରିବା କ୍ଷେତ୍ରରେ ମଧ୍ୟ ଆଗକୁ ପାଦ ବଢ଼ାଇବାକୁ ପଡ଼ିବ ।

 

 

 

 

Comments

(-) Hide

EPW looks forward to your comments. Please note that comments are moderated as per our comments policy. They may take some time to appear. A comment, if suitable, may be selected for publication in the Letters pages of EPW.

Using ordinance to protect freedom of expression from foul speech may result in damaging decent communication.

Only an empowered regulator can help boost production and cut coal imports.

Biden’s policy of the “return to the normal” would be inadequate to decisively defeat Trumpism.

*/ */

Only a generous award by the Fifteenth Finance Commission can restore fiscal balance.

*/ */

The assessment of the new military alliance should be informed by its implications for Indian armed forces.

The fiscal stimulus is too little to have any major impact on the economy.

The new alliance is reconfigured around the prospect of democratic politics, but its realisation may face challenges.

A damning critique does not allow India to remain self-complacent on the economic and health fronts.

 

The dignity of public institutions depends on the practice of constitutional ideals.

The NDA government’s record in controlling hunger is dismal despite rising stocks of cereal.

 

Back to Top