ଛାତ୍ରଙ୍କ ମୃତ୍ୟୁ ଏକ ଜାତୀୟ କ୍ଷତି

ନିଷ୍ପେସିତ ଏବଂ ସଂଖ୍ୟାଲଘୁ ବର୍ଗର ଯୁବଛାତ୍ରଙ୍କ ଆତ୍ମହତ୍ୟା ଆମର ଜାତୀୟ ବିଫଳତାକୁ ଇଙ୍ଗିତ କରୁଛି ।

 

The translations of EPW Editorials have been made possible by a generous grant from the H T Parekh Foundation, Mumbai. The translations of English-language Editorials into other languages spoken in India is an attempt to engage with a wider, more diverse audience. In case of any discrepancy in the translation, the English-language original will prevail.

 

ନିଜ ଜୀବନକୁ ନିଜେ ନିର୍ବାପିତ କରିଦେଉଥିବା ମୃତ ଛାତ୍ରମାନଙ୍କର ସଂଖ୍ୟା ବଢ଼ିଚାଲିଛି । ପ୍ରତିଟି ଆତ୍ମହତ୍ୟା ପଛର କାହାଣୀ ଭିନ୍ନ ଭିନ୍ନ ଥାଇପାରେ ଯଦି ସେସବୁକୁ ବିସ୍ତୃତଭାବେ ଦେଖାଯାଏ, କିନ୍ତୁ ସେହି ସବୁ ଭିତରୁ ଦୁଇଟି ଗୁରୁତ୍ୱପୂର୍ଣ୍ଣ କାରଣ ଅଧିକାଂଶରେ ଏକାପ୍ରକାର ଭଳି ଜଣାପଡ଼ୁଛି । ଉଚ୍ଚଶିକ୍ଷା ପ୍ରତିଷ୍ଠାନ ମାନଙ୍କରେ ଯୋଗ ଦେଇଥିବା ଏହି ମୃତ ଛାତ୍ରମାନଙ୍କ ଭିତରୁ ଅଧିକାଂଶ ହେଉଛନ୍ତି ନିଷ୍ପେସିତ ଜାତି ଏବଂ ଧାର୍ମିକ ସଂଖ୍ୟାଲଘୁ ବର୍ଗର । ଦ୍ୱିତୀୟରେ ସେମାନଙ୍କର ଅଭିଯୋଗ ଓ ଦୁସ୍ଥତାକୁ ସେମାନେ ଅଧ୍ୟୟନରତ ଥିବା ଅନୁଷ୍ଠାନର କର୍ତ୍ତୃପକ୍ଷ ଅବହେଳା କରି ଆସିଥିଲେ । ଆତ୍ମହତ୍ୟା କରିଥିବା ଛାତ୍ରମାନଙ୍କ ଭିତରୁ କେତେକ ଛାତ୍ର ଅତି ପରିଚିତ ମଧ୍ୟ ହୋଇଯାଇଛନ୍ତି : ଅନୀଲ ମୀନା, ରୋହିତ ଭେମୁଲା, ସେନ୍ଥିଲ କୁମାର, ପାୟଲ ତାଡବି, ନାଜି ଅହମ୍ମଦ ଏବଂ ନଭେମ୍ବର ୯ ତାରିଖ ଦିନ ଫତିମା ଲଥିଫ, କିନ୍ତୁ ଏହି ତାଲିକାରେ ହଜାରେ ରୁ ଅଧିକ ନାଁ ହୋଇଗଲାଣି । ସରକାରୀ ବକ୍ତବ୍ୟ ମୁତାବକ ୨୦୧୪ ଓ ୨୦୧୬ ମଧ୍ୟରେ ସମଗ୍ର ଦେଶରେ ୨୬,୫୦୦ ଛାତ୍ର ଆତ୍ମହତ୍ୟା କରିଛନ୍ତି । ପ୍ରତିଟି ଛାତ୍ର ନିଜ ବନ୍ଧୁ ଏବଂ ପରିବାର ବର୍ଗଙ୍କୁ ମର୍ମାହତ କରିଯାଇଛନ୍ତି । ହୁଏତ ସେ ଭିତରୁ ଅଧିକ ଛାତ୍ର ପରୀକ୍ଷା ଫଳରେ ଅଧିକ ପ୍ରତିଶତ ମାର୍କ ଆଣିବା ପାଇଁ ଯେଉଁ ଅମାନବୀୟ ପ୍ରତିଯୋଗୀତାର ଚାହିଦା ରହୁଛି ତାହାର ଚାପକୁ ମୁକାବିଲା କରିବା ପାଇଁ ନିରବଚ୍ଛିନ୍ନ ପ୍ରୟାସ କରି ଶେଷରେ ନିଜର ଅନ୍ତ ନିଜେ ଆଣିଛନ୍ତି । ସାହାଯ୍ୟ ପାଇଁ ହେଉଥିବା  ଆର୍ତ୍ତନାଦ ଅବା ଅଭିଯୋଗ ଗୁଡ଼ିକର ମୁକାବିଲା କରିବା ପାଇଁ ଏଯାଏଁ ଉପଯୁକ୍ତ ବ୍ୟବସ୍ଥା ବା ପଦକ୍ଷେପ ନେବାରେ ଏଇ ଜାତିଟି ଏବେ ବି ଅକ୍ଷମ ତାହାହିଁ ହେଉଛି ଲଜ୍ଜ୍ୟାଜନକ କଥା ।

ଏହି ଅନାବଶ୍ୟକ ଜୀବନହାନୀର ପ୍ରତିରୋଧ କରିବାରେ ଏକ ଅର୍ଥପୂର୍ଣ୍ଣ ଭୂମିକା ନିଭେଇବା କ୍ଷେତ୍ରରେ ଯେଉଁସବୁ ଅନୁଷ୍ଠାନମାନେ  ବିଫଳ ହୋଇଛନ୍ତି ସେ ଭିତରେ ଗଣମାଧ୍ୟମ ହେଉଛି ଅନ୍ୟତମ । ଉଦାହରଣ ସ୍ୱରୂପ ଜାନୁଆରୀ ୨୦୧୬ରେ ତାମିଲନାଡ଼ୁରେ ହୋମିଓପାଥି ପାଠ ପଢ଼ୁଥିବା ୩ଜଣ ଦଳିତ ଛାତ୍ରୀଙ୍କର ଆତ୍ମହତ୍ୟ କଥାଟିକୁ ନିଆଯାଉ । ୩ ଜଣଯାକ କେବଳ କଲେଜ ଅଧ୍ୟକ୍ଷଙ୍କୁ କହି ନଥିଲେ ବରଂ ସେମାନେ ରାଜ୍ୟ ଶାସନର କର୍ତ୍ତୃପକ୍ଷଙ୍କୁ ମଧ୍ୟ ଅବଗତ କରାଇଥିଲେ ଯେ, ମାତ୍ରାଧିକ ଫିସ୍‌, ନିମ୍ନମାନର ରହଣି ଓ ଅଧ୍ୟୟନର ସୁବିଧା ନଥିବା ଯୋଗୁଁ କିଭଳି ନିର୍ଯ୍ୟାତିତ ହେଉଛନ୍ତି । ଶେଷରେ ଅତି ଗରିବ ପରିବାରରୁ ଆସିଥିବା ଏହି ୩ଜଣ ତରୁଣୀ କେବଳ ଆତ୍ମହତ୍ୟା କରି, ନିଜର ଏବଂ ଅନ୍ୟ ଛାତ୍ରଛାତ୍ରୀମାନଙ୍କର କଥାଟିକୁ କର୍ତ୍ତୃପକ୍ଷଙ୍କ ନିକଟରେ ପହଞ୍ଚାଇଯାଇପାରିବ ଏଭଳି ସେମାନେ ବିଚାର କରିଥିଲେ ।

ବିଡ଼ମ୍ବନାର କଥା ଯେ, ଗଣମାଧ୍ୟମ ସେମାନଙ୍କର ଆତ୍ମହତ୍ୟା ସମ୍ପର୍କିତ ନିଜର ବୟାନଗୁଡ଼ିକ ପ୍ରକାଶିତ କଲାବେଳେ ସେମାନେ ନିଜ ମୃତ୍ୟୁପରେ ବି ଅଧିକ ନିର୍ଯ୍ୟାତିତ ହେଲାଭଳି ପରିସ୍ଥିତି ସୃଷ୍ଟି ହୋଇଛି । କିଛି ଦିନ ଏବଂ କିଛି ସପ୍ତାହ ଧରି ସାମାଜିକ ଗଣମାଧ୍ୟମରେ ଏହି ଆତ୍ମହତ୍ୟା ସମ୍ପର୍କିତ ନୋଟଗୁଡ଼ିକ ବଣ୍ଟା ଚାଲିଥିଲା ଏବଂ ତା ଉପରେ ମନ୍ତବ୍ୟ ସବୁ ଦିଆଚାଲିଥିଲା । ତା’ ପରେ ସବୁକଥା ସ୍ୱାଭାବିକ୍ ହୋଇଯାଇଥିଲା । କେତୋଟି ସମ୍ମାନଜନକ ବ୍ୟତିକ୍ରମ ବ୍ୟତୀତ ସେଭଳି କୌଣସି ଉଦ୍ୟମ ଦେଖାଯାଉନଥିଲା ଯଦ୍ୱାରାକି ପୁଲିସ ଅନୁସନ୍ଧାନ ପ୍ରକ୍ରିୟାଟିକୁ ରୀତିମତ ଅନୁଧ୍ୟାନ କରାଯାଇପାରିବ ବା ଏହି ଆତ୍ମହତ୍ୟାର ନିଜ ଆଡ଼ୁ ଅନୁସନ୍ଧାନ କରାଯାଇ ପାରିବ ଓ କର୍ତ୍ତୃପକ୍ଷଙ୍କ ଉପରେ ଚାପ ପକାଇ ଅପରାଧିମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇପାରିବ । ଅଧିକାଂଶ ମାମଲାରେ ପ୍ରଥମେ ଉତ୍ତେଜନାମୂଳକ ଖବର ପ୍ରସାରିତ କରିବା ବ୍ୟତିରେକ ପରବର୍ତ୍ତୀ ପର୍ଯ୍ୟାୟରେ ମାମଲାର ସ୍ଥିତିକୁ ନେଇ କୌଣସି ସୂଚନା ଦିଆଯାଇନଥାଏ ।

କିନ୍ତୁ ଗଣମାଧ୍ୟମ ଅପେକ୍ଷା ଉଚ୍ଚଶିକ୍ଷା ପ୍ରତିଷ୍ଠାନଗୁଡ଼ିକ ଯେଉଁମାନେ ନିଜର ଜାତୀୟ ଓ ଅନ୍ତଃରାଷ୍ଟ୍ରୀୟ ମାନ୍ୟତା ପାଇଁ ଗର୍ବ ଅନୁଭବ କରନ୍ତି, ଅଧିକ ଉତ୍ତରଦାୟୀ ହେବା କଥା । ତେବେ ସେମାନେ ନିଜ ଛାତ୍ରମାନଙ୍କର ଦୁରବସ୍ଥାଗୁଡ଼ିକ କେବଳ ଅଣଦେଖା କରିଚାଲିଥିଲେ । ଅଧିକାଂଶ ଦଳିତ ଓ ଆଦିବାସୀ ଛାତ୍ର ଓ ସଂଖ୍ୟାଲଘୁ ସମ୍ପ୍ରଦାୟର ଛାତ୍ରମାନେ,  ଯେଉଁମାନେ ଏକ ବୃହତ୍ତ ସାମାଜିକ ଏବଂ ଅର୍ଥନୈତିକ ମୂଲ୍ୟଦେଇ ଏଇ ଅନୁଷ୍ଠାନମାନଙ୍କରେ ପ୍ରବେଶ କରିଥାନ୍ତି, ସେମାନଙ୍କୁ ଏକ ଅପରିଚିତ ପରିବେଶ ଭିତରେ ତିଷ୍ଠି ରହିବା ପାଇଁ ସଂଘର୍ଷ କରିବାକୁ ପଡ଼ିଥାଏ । ସାଧାରଣତଃ ସେମାନେ ଅଧିକାଂଶରେ ଅଣ ଇଂରାଜୀ ମାଧ୍ୟମ ଶିକ୍ଷାନୁଷ୍ଠାନରୁ ପାଠପଢ଼ି ଆସିଥାନ୍ତି ଯାହା ଫଳରେ ଇଂରାଜୀ ମାଧ୍ୟମରେ ହେଉଥିବା ଶିକ୍ଷାଦାନ ଏବଂ ସହପାଠୀଙ୍କ ସହ ଇଂରାଜୀରେ କଥୋପକଥନ ବୁଝିବା ସେମାନଙ୍କ ପକ୍ଷରେ କଷ୍ଟକର ହୋଇଥାଏ । ସେମାନଙ୍କୁ ସହଯୋଗ କରିବା ପାଇଁ କୌଣସି ଫଳପ୍ରଦ ଢ଼ାଞ୍ଚା ନ ଥାଏ । ଯଦିବି ଥାଏ ତେବେ ସେମାନେ କେତେ ସମ୍ବେଦନଶୀଳ? ବଡ଼ ବଡ଼ ମେଡ଼ିକାଲ କଲେଜ ଏବଂ ଅନ୍ୟ ଶିକ୍ଷାନୁଷ୍ଠାନମାନଙ୍କରେ ଅନୁସୂଚିତ ଜାତି, ଜନଜାତି ଏବଂ ଅନ୍ୟ ନିସ୍ପେଷିତ ବର୍ଗର ଛାତ୍ରଛାତ୍ରୀମାନଙ୍କୁ ଭେଦଭାବଭରା ବ୍ୟବହାର କରାଯାଉଛି ବୋଲି ରିପୋର୍ଟ ଆସୁଛି । ଏଇ ରିପୋର୍ଟ ଗୁଡ଼ିକୁ ନେଇ କ’ଣ କରାଯାଉଛି ଏବଂ ସେମାନେ ସେଥିରେ ଦିଆଯାଉଥିବା ପରାମର୍ଶଗୁଡ଼ିକୁ କିଭଳି କାର୍ଯ୍ୟକାରୀ କରାଯାଉଛି ତାହା ଅସ୍ପଷ୍ଟ । ପରାମର୍ଶ ଦିଆଯାଇଥିବା ଭିତରେ ରହିଛି, ବାହ୍ୟ ଏବଂ ଆଭ୍ୟନ୍ତରୀଣ ସମୀକ୍ଷା ଏବଂ ମୂଲ୍ୟାୟନ, ଏଇ ଛାତ୍ରମାନଙ୍କ ପ୍ରତି ଅଧ୍ୟାପକମାନଙ୍କର ମନୋବୃତ୍ତି ଏବଂ ବ୍ୟବହାରର ସମୀକ୍ଷା, ଶ୍ରେଣୀ ପ୍ରତିନିଧି ନିର୍ବାଚନ ଇତ୍ୟାଦି । ଏଇ କଥା ତୁହାକୁତୁହା କହିବାର ଆବଶ୍ୟକତା ନାହିଁ ଯେ, ଛାତ୍ରବାସର କ୍ୟାଣ୍ଟିନ/ମେସ, ଏବଂ ଶ୍ରେଣୀ ଗୃହରେ ସାମଗ୍ରୀକ ଭାବେ ଭେଦଭାବର ସାମ୍ନା କରୁଥିବା ଏଇ ଛାତ୍ରମାନଙ୍କ ପ୍ରତି ସ୍ୱତନ୍ତ୍ର ଭାବେ ଧ୍ୟାନ ଦେବାର ଆବଶ୍ୟକତା ଅଛି । ଏଇ କ୍ଷେତ୍ରର ସେଭଳି କୌଣସି ଧ୍ୟାନ ଦେବାର ଦେଖାଯାଉନାହିଁ ।

ମାଡ଼୍ରାସସ୍ଥିତ ଆଇଆଇଟିରେ ‘ମାନବ ବିଜ୍ଞାନ’ ଅଧ୍ୟୟନ କରୁଥିବା ଫତିମା ଲଥିଫ କ୍ଷେତ୍ରରେ ତାଙ୍କ ବାପା ମା ମାନେ ଅଭିଯୋଗ କରିଛନ୍ତି ଯେ, କେତେକ ଅଧ୍ୟାପକ ତାଙ୍କ ଝିଅକୁ ନିର୍ଯ୍ୟାତନା ଦେଉଥିଲେ ଏବଂ ସେଥିପାଇଁ ସେ ଏଭଳି ଚରମ ପଦକ୍ଷେପ ନେଲେ । ଗଣମାଧ୍ୟମର ରିପୋର୍ଟରୁ ଜଣାଯାଏ ଯେ, ଏହି ଅନୁଷ୍ଠାନରେ କେବଳ ମାତ୍ର ଗତ ବର୍ଷକ ଭିତରେ ୫ଜଣ ଛାତ୍ର ଆତ୍ମହତ୍ୟା କରିଛନ୍ତି ।

ଅନୁଷ୍ଠାନର କର୍ତ୍ତୃପକ୍ଷ ଏହି କଥା କହୁଥିବା ଉଲ୍ଲେଖ କରାଯାଇଛି ଯେ, ଏମାନଙ୍କୁ ବୁଝାଶୁଝା କରିବାପାଇଁ ଏବଂ ସ୍ୱାସ୍ଥ୍ୟର ଯତ୍ନ ନେବାପାଇଁ କେନ୍ଦ୍ରଟିଏ ଅଛି, କିଛି ମୁରବି ଅଧ୍ୟାପକ ରହିଛନ୍ତି ଏବଂ ଯେଉଁମାନଙ୍କର ସାହାଯ୍ୟ ଦରକାର ତାଙ୍କୁ ସହଯୋଗ କରିବା ପାଇଁ ଅନେକ ପଦକ୍ଷେପ ମଧ୍ୟ ନିଆଯାଉଛି । ଗଣମାଧ୍ୟମରୁ ବି ଜଣାଯାଉଛି ଯେ, ଉଚ୍ଚତର ଶିକ୍ଷାନୁଷ୍ଠାନମାନଙ୍କରେ ପରାମର୍ଶ ଦେବା ଏବଂ ସ୍ୱାସ୍ଥ୍ୟର ଯତ୍ନ ନେବା ପାଇଁ କେନ୍ଦ୍ର ପ୍ରତିଷ୍ଠା କରିବା ପାଇଁ କେନ୍ଦ୍ର ସରକାର ମଧ୍ୟ ପରାମର୍ଶ ଦେଇଛନ୍ତି । ନିଶ୍ଚିତ ଭାବେ ଏହି ଗତାନୁଗତିକ ପଦକ୍ଷେପଗୁଡ଼ିକର ବାହାରକୁ ଯିବାପାଇଁ ଜରୁରୀ ଆବଶ୍ୟକତା ରହିଛି । ସ୍ପଷ୍ଟଭାବେ ଏତିକି ଯଥେଷ୍ଟ ନୁହଁ ଯଦ୍ୱାରା ସଂରକ୍ଷଣ ବ୍ୟବସ୍ଥା ବା ପରାମର୍ଶଦାତାମାନଙ୍କୁ ବିନିଯୋଗ କରିବା କଥାଟିକୁ ସୁନିଶ୍ଚିତ କରାଯାଇପାରିବ । ଆମକୁ ଏଇ କଥା ଉପରେ ଧ୍ୟାନ ଦେବାପାଇଁ ପଡ଼ିବା ଯେ କାହିଁକି ଉଚ୍ଚତର ଶିକ୍ଷା, ହେତୁବାଦୀ ଓ ବୈଜ୍ଞାନିକ ଚିନ୍ତନ ଏବଂ ମେଧା ସୃଷ୍ଟି କରିବା ପାଇଁ ପ୍ରେରଣା ଯୋଗାଇବା ଉଦ୍ଦେଶ୍ୟରେ ସୃଷ୍ଟି ହୋଇଥିବା ଶିକ୍ଷାନୁଷ୍ଠାନ ଗୁଡ଼ିକ ତୁହାକୁତୁହା ନିର୍ଦ୍ଦିଷ୍ଟ ପୃଷ୍ଠଭୂମିର ଛାତ୍ରଛାତ୍ରୀମାନଙ୍କୁ ବିଫଳ କରାଉଛନ୍ତି । କାହିଁକି ଏହି ଯୁବଛାତ୍ରମାନେ ଯେଉଁମାନେ ନିଜ ସମୁଦାୟ ପାଇଁ ଗୋଟିଏ ଗୋଟିଏ ଆଦର୍ଶ ହୋଇପାରିଥାନ୍ତେ ଅନେକ ଅସୁିଧା ଏବଂ ପ୍ରତିକୂଳ ପରିସ୍ଥିତି ସହ ସଂଘର୍ଷ କଲାପରେ ଏଇକଥା କାହିଁକି ଭାବୁଛନ୍ତି ଯେ, ନିଜ ଜୀବନର ଅନ୍ତ ଆଣିବାଟାହିଁ ଏକମାତ୍ର ବାଟ?

ଏଇସବୁ ସମ୍ବେଦନଶୀଳ ପ୍ରସଙ୍ଗଗୁଡ଼ିକର କିଭଳି ମୁକାବିଲା କରାଯାଇପାରିବ ସେ ସମ୍ପର୍କରେ ଜନସାଧାରଣରେ ଚର୍ଚ୍ଚା ନ ହୋଇ ବରଂ ‘ମେରିଟ’ ଏବଂ ‘କୋଟା’ ଇତ୍ୟାଦି ଉପରେ ଅଧିକ ଆଗ୍ରହ ପ୍ରଦର୍ଶିତ ହେଉଛି । ନିଷ୍ପେସିତ ବର୍ଗ ଏବଂ ସଂଖ୍ୟାଲଘୁମାନଙ୍କ ପ୍ରତିନିଧିତ୍ୱ କରୁଥିବା ରାଜନୈତିକ ଦଳ ମଧ୍ୟ ଦୀର୍ଘକାଳୀନ ପଦକ୍ଷେପ ଦାବୀ କରି ଆଲୋଚନାକୁ ନେତୃତ୍ୱ ଦେବାର ଘଟଣା ମଧ୍ୟ ଦେଖିବାକୁ ମିଳେନି ।

ଏଇ ଉଜ୍ଜ୍ୱଳ ଯୁବମାନସ ଗୁଡ଼ିକର ଏବଂ ସେମାନଙ୍କର ଜୀବନର ଅନ୍ତ ଆସିବାଟା ଏକ ଜାତୀୟ କ୍ଷତି । ଆମେ କେବେ ଏଇଭଳି ଏକ କ୍ଷତିକୁ ଗୁରୁତ୍ୱର ସହ ନେଇ ବିଚାର କରିବା ଏବଂ ଏହାର ଅନ୍ତ ପାଇଁ ଆଶୁ ପଦକ୍ଷେପ ନେବା?

 

 

 

 

 

 

 

 

 

Comments

(-) Hide

EPW looks forward to your comments. Please note that comments are moderated as per our comments policy. They may take some time to appear. A comment, if suitable, may be selected for publication in the Letters pages of EPW.

Using ordinance to protect freedom of expression from foul speech may result in damaging decent communication.

Only an empowered regulator can help boost production and cut coal imports.

Biden’s policy of the “return to the normal” would be inadequate to decisively defeat Trumpism.

*/ */

Only a generous award by the Fifteenth Finance Commission can restore fiscal balance.

*/ */

The assessment of the new military alliance should be informed by its implications for Indian armed forces.

The fiscal stimulus is too little to have any major impact on the economy.

The new alliance is reconfigured around the prospect of democratic politics, but its realisation may face challenges.

A damning critique does not allow India to remain self-complacent on the economic and health fronts.

 

The dignity of public institutions depends on the practice of constitutional ideals.

The NDA government’s record in controlling hunger is dismal despite rising stocks of cereal.

 

Back to Top