ISSN (Print) - 0012-9976 | ISSN (Online) - 2349-8846

ଆଜି ଗାନ୍ଧୀଙ୍କୁ ପଢ଼ିବା ସମ୍ପର୍କରେ

.

The translations of EPW Editorials have been made possible by a generous grant from the H T Parekh Foundation, Mumbai. The translations of English-language Editorials into other languages spoken in India is an attempt to engage with a wider, more diverse audience. In case of any discrepancy in the translation, the English-language original will prevail.

 

ଏକଥା କୁହାଯାଇପାରେ ଯେ, ଗାନ୍ଧିଜୀଙ୍କ ଉପରେ ଯେତେ ଅଧିକ ଲେଖାଯାଇଛି ଜଣେ ଚିନ୍ତକ ହିସାବରେ ତାଙ୍କୁ ସେତିକି ତୀବ୍ର ଘୃଣା ମଧ୍ୟ କରାଯାଇଛି । କେହି ତାଙ୍କୁ ଜଣେ ଜନଗଣଙ୍କ ନେତା କହିବା ବେଳେ ଆଉ କେହି ତାଙ୍କୁ ଆଦୌ ଗ୍ରହଣ କରିନ୍ତି ନାହିଁ ।  ତାଙ୍କର ବିଚାର ଏବଂ ଭାରତରେ ବିଦେଶୀ ଶାସନ ବିରୁଦ୍ଧରେ ଜାତୀୟତାବାଦୀ ଆନ୍ଦୋଳନ ସଂଗଠିତ କଲାବେଳେ ସେ ଯେଉଁ ରାଜନୈତିକ ପକ୍ଷ ରଖି ଆସିଥିଲେ ସେ ସବୁର ସମାଲୋଚନା ଏବେ ବି କିଛି ଲୋକ ଜାରି ରଖିଛନ୍ତି । ଯେଉଁମାନେ ତାଙ୍କୁ ଘୃଣା କରନ୍ତି ତାଙ୍କ ପାଇଁ ଯୁକ୍ତିର ଆବଶ୍ୟକତା ନ ଥାଏ । ଏଇଥି ପାଇଁ କି ଯେ, ଜ୍ଞାନ ମିମାଂସରେ ହିଂସ୍ର ଘୃଣାର କୌଣସି ସ୍ଥାନ ନଥାଏ । ଘୃଣା ଏବଂ ଅବମାନନା ଏଭଳି ଦୁଇଟି ଧ୍ୱଂସାତ୍ମକ ଉପାଦାନ ଯାହାର ଭିତ୍ତି ମାର୍ଜିତ ଯକ୍ତିରେ ନଥାଏ ବରଂ ଇତିହାସ କାଳରୁ ପୁଞ୍ଜିଭୁତ ହୋଇଚାଲିଥିବା ଘୃଣା ଭାବନାଗୁଡ଼ିକ ଭିତରେ ସେଇ ଲୋକମାନଙ୍କ ମନରେ ବସାବାନ୍ଧି ରହିଥାଏ । ସେମାନେ ଗାନ୍ଧୀଙ୍କ ସହ ବା ଗାନ୍ଧୀବାଦୀ ବିଦ୍ୱାନ, ବ୍ୟାଖ୍ୟାକାର ବା ତାଙ୍କୁ ନେଇ ମତ ରହୁଥିବା ଲୋକମାନଙ୍କ ସହ ଚର୍ଚ୍ଚା କରନ୍ତି ନାହିଁ । ତା ବଦଳରେ ସେମାନେ ଗାନ୍ଧୀଙ୍କ ସମର୍ଥନରେ ଦିଆଯାଉଥିବା ତୁରନ୍ତ ପ୍ରତିକ୍ରିୟା ଭିତରେ ନିଜର ଉଦ୍ଦେଶ୍ୟ ଏବଂ ସହଜ ଭାବନାଗୁଡ଼ିକୁ ପାଇଥାନ୍ତି ।

ଜ୍ଞାନ ଏବଂ ପଦ୍ଧତିର ସ୍ତରରେ ଜଣାପଡ଼େ ଯେ, ଗାନ୍ଧୀ ସେଇମାନଙ୍କୁ ଭିତରୁ ଜଣେ ଚିନ୍ତକ ଯେ, ନିଜ ଚିନ୍ତାର ନିର୍ଣ୍ଣାୟକ ତଥା କ୍ଷମତାଶୀଳ ଅନ୍ତଃ ଆଣିବାର ଜ୍ଞାନଗତ ଅଧିକାରଟିକୁ କୌଣସି ବିଦ୍ୱାନ ବା ବ୍ୟାଖ୍ୟାକାରମାନଙ୍କୁ ଦେଇନାହାନ୍ତି । କହିବାକୁ ଗଲେ ଗାନ୍ଧୀଙ୍କ ବିଚାରର ସମ୍ପୂର୍ଣ୍ଣ ଏବଂ ଶେଷ ବର୍ଣ୍ଣନାଟି ଉପସ୍ଥାପନ କରିବା ସମସ୍ତଙ୍କ ପାଇଁ ଏକ କଷ୍ଟକର ବ୍ୟାପର । ଗାନ୍ଧୀଙ୍କ ଲେଖାଗୁଡ଼ିକ ଏତେ ମୁକ୍ତ ଯେ, ତାହା ସ୍ପଷ୍ଟଭାବେ ଏବଂ ସେ ସବୁକୁ ଭାଗ ଭାଗ କରି ଚିତ୍ରଣ କରିବା ସହଜ ହୋଇ ନଥାଏ । ବିଚାରର ଏହି ମୁକ୍ତ ସ୍ୱଭାବ ଯୋଗୁଁ ଗାନ୍ଧୀ ବିଦ୍ୱାନମାନେ ବିଭିନ୍ନ ‘ଅବତାର’ର ଉପସ୍ଥାପନା କରିଥାନ୍ତି । ସେଇଥିପାଇଁ ଏକ ବ୍ୟାପକ ଦୃଶ୍ୟପଟ୍ଟରେ ଗାନ୍ଧୀ ଆମକୁ ଦେଖାଯାନ୍ତି ଏବଂ ତାଙ୍କୁ ଆମେ ଏଭଳି ଚିତ୍ରଣ ମଧ୍ୟ କରିଥାଉ ଯେମିତିକି ସେ ଜଣେ ଉତ୍ତର ଉପନିବେଶୀୟ ରାଷ୍ଟ୍ରବାଦୀ, ଅନ୍ତଃରାଷ୍ଟ୍ରୀୟବାଦୀ, ବିକଳ୍ପ ଆଧୁନିକତାବାଦୀ ଓ ଉତ୍ତର ଆଧୁନିକତାବାଦୀ, ଆଦର୍ଶବାଦୀ ଓ ବ୍ୟବହାରିକବାଦୀ, ନାରୀବାଦୀ ଏବଂ ନିମ୍ନ ସ୍ତରରେ ଥିବା ଲୋକଙ୍କ ସପକ୍ଷବାଦୀ ଏବଂ ଶେଷରେ ଜଣେ ଗୋଷ୍ଠୀରେ ରହିବା ତଥା ଉଦାରୀ ମଣିଷ । ବାସ୍ତବରେ ନିଜର ଚିନ୍ତାକୁ ଉନ୍ମୁକ୍ତ ରଖିବା ଦ୍ୱାରା ଗାନ୍ଧୀଙ୍କର ଶତ୍ରୁମାନେ ଆଜି ନୈତିକ ଶାଳୀନତା ନ ରଖିବା ଅବା ରାଜନୈତିକ ଦୃଷ୍ଟିରୁ ଛଳନାମୟ ହେବ, ବୌଦ୍ଧିକ ଦୃଷ୍ଟିରୁ ଅସହାୟ ମନେକରିବା, ହତୋତ୍ସାହିତ ହେବା ଏବଂ ଏମିତିକି ଆଶଙ୍କା ଭିତରେ ରହିବା ଇତ୍ୟାଦି ଦେଖିବାକୁ ମିଳୁଛି । ସେମାନଙ୍କର ଗାନ୍ଧୀଙ୍କୁ ନେଇ କିଛି ତର୍କ ନ ଥାଏ ବା ତର୍କ ପାଇଁ ଆଗ୍ରହ ନ ଥାଏ । କିଛି ହତୋତ୍ସାହିତ ଏଥିପାଇଁ ହୁଅନ୍ତି ଯେ, ବୌଦ୍ଧିକ ଦୃଷ୍ଟିକୋଣରୁ ଗାନ୍ଧୀଙ୍କୁ କିଭଳି ଆକ୍ରମଣ କରାଯିବ ତାହା ସେମାନେ ଜାଣନ୍ତି ନାହିଁ । ଯେଉଁମାନେ ଗାନ୍ଧୀଧାରାକୁ ସମ୍ପୂର୍ଣ୍ଣଭାବେ ସମାପ୍ତି କରିବା ପାଇଁ ଚାହାନ୍ତି, ସେମାନେ ନିଜ ଲକ୍ଷ୍ୟ ସାଧନରେ ଅସଫଳ ହେଉଥିବା ଯୋଗୁଁ ଅନ୍ତତଃ ଔପଚାରିକତା ବା ଉଚ୍ଚାରଣ ପାଇଁ ଗାନ୍ଧୀଙ୍କ ସହ ନିଜକୁ ଯୋଡ଼ିବା ପାଇଁ ବାଧ୍ୟ ହୁଅନ୍ତି । ଯେଉଁ ଉପାୟରେ ଗାନ୍ଧୀ କଥୋପକଥନ ମାଧ୍ୟମରେ ନିଜର ଚିନ୍ତାର ପରିପ୍ରକାଶ କରୁଥିଲେ ତାହା ଯେକୌଣସି ରକ୍ଷଣଶୀଳ ଉପାଦନମାନଙ୍କୁ ବିମର୍ଶ ପାଇଁ ବାଧ୍ୟ କରେ, ଯାହାର ବୌଦ୍ଧିକ ସମ୍ବଳ ଗାନ୍ଧୀଙ୍କ ବିଚାରରେ ଭାରତୀୟ ଜ୍ଞାନର ଧାରାରେ ଉପଲବ୍ଧ ରହିଛି । ଗାନ୍ଧୀଙ୍କ ବିଚାର ଅଧିକାଂଶରେ ଭିତରୁହିଁ ଆସିଛି । ବିଦ୍ୱାନମାନଙ୍କର ସଂଯନାତ୍ମକ ମାନଚିତ୍ରରେ ଗାନ୍ଧୀଙ୍କର ବିଚାର ସମାନ ପ୍ରକାର ପ୍ରତିଫଳନ ସୃଷ୍ଟି କରି ନଥାଏ । କିଛି ବିଦ୍ୱାନ ଯେଉଁଭଳି ସଠିକ୍ ଯୁକ୍ତି ରଖିଛନ୍ତି ଯେ, ପାଶ୍ଚତ୍ୟ ଜ୍ଞାନ ମିମାଂସାର ଭାରତୀୟମାନେ ସଂଯନାତ୍ମକ ଦାସତ୍ୱ ଗ୍ରହଣ କରିବା କଥାଟିକୁ ଗାନ୍ଧୀ ବିରୋଧ କରୁଥିଲେ । କୌତୁହଳର କଥାଯେ, ଗାନ୍ଧୀ ସେଭଳି ସଂଯନାତ୍ମକ ବର୍ଗ ଗୁଡ଼ିକୁ ଦୂରରେ ରଖିଥିଲେ, ଯେଉଁ ସବୁର ପ୍ରୟୋଗ କରି ଉପନିବେଶବାଦର ଶକ୍ତି ଓ ବ୍ରାହ୍ମଣମାନଙ୍କର ପତିଆରା ଥିବା ସ୍ଥାନୀୟ ସମାଜ ବିରୁଦ୍ଧରେ ଶକ୍ତି ଠୁଳ କରିବା ପାଇଁ ଜନଗଣଙ୍କୁ ଏକାଠି କରିବା କାମଟି କରିବା ଉପଯୁକ୍ତ ହେବନାହିଁ ବୋଲି ସେ ଭାବୁଥିଲେ । ସୁତରାଂ ତାଙ୍କର ସହନଶୀଳତା, ଅହିଂସା ଏବଂ ଅସହଯୋଗର ଭାଷା ବିଦେଶୀ ଶାସନ ବିରୁଦ୍ଧରେ ଫଳପ୍ରଦ ସାବ୍ୟସ୍ତ ହୋଇଥିଲା । ଯେତେବେଳେ କି ତାଙ୍କର ସେବା, ସମବେଦନା ଏବଂ ବିଶ୍ୱାସ ଭିତ୍ତିକ ସଂଘୋଷ୍ଠି ଯାହାକି ଅସଂଯନାତ୍ମକ ତଥା ଆବେଗ ଆଧାରିତ ହେଇଛି ସେତେବେଳେ ତାହା ଜନଗଣଙ୍କ ଦ୍ୱାରା ବିଶେଷ ଭାବରେ ଆଦୃତ ହୋଇଛି । ଜନଗଣ ଶତ୍ରୁପକ୍ଷ ବିରୁଦ୍ଧରେ ଭାଗଭାଗ ହେଲାଭଳି ସ୍ପଷ୍ଟ ପକ୍ଷରଖିବାର ଆବଶ୍ୟକତା ନଥାଏ । ଏଭଳି ଭାଷା ଭିତରେ ଯେଉଁ ଆବେଗତ୍ମାକ ଉପାଦାନଟି ଅନ୍ତନିର୍ହିତ ରହିଛି ତାହା ସଂଯନାତ୍ମକ ଭିତ୍ତି ଯୋଗଉଥିବା ତର୍କର ଶକ୍ତିଟିକୁ ଉଦାର କରିଦେଇଥାଏ । ‘ହରିଜନ’ ଶବ୍ଦଟି ସେଭଳି ଏକ ପ୍ରମୁଖ ଅସଂଯନାତ୍ମକ ବର୍ଗ ଯାହାକି ମୁଖ୍ୟତଃ ନିମ୍ନ ଜାତିର ଲୋକମାନଙ୍କ ସହ ସବର୍ଣ୍ଣମାନଙ୍କର ଥିବା ସାମାଜିକ ସ୍ଥିତିଟିକୁ ମୂଲ୍ୟହୀନା କରାଇବା ଏବଂ ଶେଷରେ ସେମାନଙ୍କୁ ସମାନ ସ୍ତରକୁ ନେଇ ଆସିବାର ଉଦ୍ଦେଶ୍ୟ ରଖିଥାଏ । ଏଭଳି ଏକ ପଦ୍ଧତିଗତ ପଦକ୍ଷେପ ଯୋଗୁଁ ବିଟ୍ରିଶ ସାମ୍ରାଜ୍ୟବାଦ ବିରୁଦ୍ଧରେ ବିଭିନ୍ନ ବର୍ଗର ଲୋକମାନଙ୍କୁ ସଂଗଠିତ କରିବା କ୍ଷେତ୍ରରେ ଗାନ୍ଧୀ ସବୁଠାରୁ ଅଧିକ ସଫଳ ନେତା ହିସାବରେ ଆବିର୍ଭାବ ହୋଇଥିଲେ । ଶ୍ରତୁମାନଙ୍କ ବିରୁଦ୍ଧରେ ତତ୍‌କାଳିକ ଆକ୍ରୋଶ ସୃଷ୍ଟି କରୁ ନଥିବା ଦୃଷ୍ଟିରୁ ଏଇ ଗାନ୍ଧୀଙ୍କ ଭାଷା ଭିତରେ ଜନଗଣ ନିରାପଦ ଏବଂ ଆଶ୍ୱସ୍ତ ଅନୁଭବ କରୁଥିଲେ । ସେଇ ଦୃଷ୍ଟିରୁ ଗାନ୍ଧୀଙ୍କ ବିଚାରରେ ସାମାଜିକ ଭିତ୍ତିଟି ମୁକ୍ତ ରହିଥିଲା ମୂଳତଃ ଏଇଥିପାଇଁ କି ଯେ, ସେ ଅସଂଜନାତ୍ମକ ବର୍ଗଗୁଡ଼ିକର ସଫଳ ବ୍ୟବହାର କରି ଭାରତୀୟ ଜନଗଣଙ୍କର ସମର୍ଥନ ହାସଲ କରିପାରିଥିଲେ ।

ଗାନ୍ଧୀଙ୍କ ବିଚାରର ମୁକ୍ତତା ଏତେ ବ୍ୟାପକ ଯେ, ଉଭୟ ଏହାର ମର୍ମ ଅବା ଭାଷାରେ କୌଣସି ପ୍ରକାର କଟକଣା ଲଦି ଦିଆଯ୍ଧବ ନଥାଏ । ତାଙ୍କ ବିଚାରଗୁଡ଼ିକ ବ୍ୟାପକ ବ୍ୟାଖ୍ୟାୟନ ଏବଂ ସୁସ୍ଥ ସମାଲୋଚନା ପାଇଁ ସହଜରେ ଉପଲବ୍ଧ । କୌଣସି ନିୟମ ଅବା ବିଧିବ୍ୟବସ୍ଥା ଦ୍ୱାରା ତାଙ୍କର ବିଚାରକୁ ନିୟନ୍ତ୍ରିତ କରି ଅନ୍ୟ କୌଣସି ବିଚାର ବା ଚିନ୍ତାର ପରିପ୍ରକାଶକୁ ଶୃଙ୍ଖଳିତ କରିବାର ଅନୁମତି ନଥାଏ । ତେବେ ଗାନ୍ଧୀଙ୍କର ମୁକ୍ତ ଚିନ୍ତାର ଏହା ଅର୍ଥ ନୁହେଁ ଯେ, ସେଥିରେ ଏକଚାଟିଆ ଭାବନା ରହିଛି । ବାସ୍ତବରେ ତାଙ୍କ ଚିନ୍ତାର କେନ୍ଦ୍ରୀୟ ଆବେଗ ରହିଆସିଛି ଯେ, ମାନବିକତା ଉପରେ ଆଧାରିତ ଏକ ନୈତିକ ସମୂହ/ଗୋଷ୍ଠୀ ନିର୍ମାଣ କରିବା । ଗାନ୍ଧୀଙ୍କ ବିଚାର ଏକ ନୈତିକ ସମୂହ ଓ ମାନବିକତା ସୃଷ୍ଟି କରିବାର ଉଦ୍ଦେଶ୍ୟ ଏବଂ ଦାୟିତ୍ୱବୋଧକତା ଠାରୁ ପୃଥକ ନଥାଏ । ଏଇ ବିଚାରର ସମସାମୟିକ ପ୍ରାସଙ୍ଗିକତା ଜନଗଣଙ୍କୁ ସଂଗଠିତ କରେଇବାରେ ରହିଛି ଯାହାକୁ ପ୍ରୟୋଗ  କରି ଏଭଳି ଏକ ସାମାଜିକ ଆଶା ପାଖରେ ପହଞ୍ôଚ ଯାଇହେବ ଯେଉଁଥିରେ ଭାରତ ଯେ, କେବଳ ଖୋଲାରେ ମଳତ୍ୟାଗ କରିବାର ପରମ୍ପରାରୁ ମୁକ୍ତ ହେବାର ଦୃଷ୍ଟି ନଥିବ ବରଂ ଅଧିକ ମୌଳିକ ଭାବେ କହିବାକୁ ଗଲେ ଆମ ଜାତିଭିତ୍ତିତ ମାନସିକତା ଭିତରେ ବାନ୍ଧିହୋଇ ରହିଥିବା ଅସ୍ପୃଶ୍ୟତାରୁ ମୁକ୍ତ ହେବାର ଦର୍ଶନ ଥିବ ।

Back to Top