ISSN (Print) - 0012-9976 | ISSN (Online) - 2349-8846

ଅବମାନନା ରାଜନୀତି

ବିଜେପିର ସଦସ୍ୟମାନେ ଉଭୟ ୨୦୧୯ ନିର୍ବାଚନ ନିଜର ଭାଷା ଉପରେ ନିୟନ୍ତ୍ରଣ ହରାଉଛନ୍ତି

 

The translations of EPW Editorials have been made possible by a generous grant from the H T Parekh Foundation, Mumbai. The translations of English-language Editorials into other languages spoken in India is an attempt to engage with a wider, more diverse audience. In case of any discrepancy in the translation, the English-language original will prevail.

 

ସମ୍ପ୍ରତି ବହୁଜନ ସମାଜ ପାର୍ଟିର ମୁଖ୍ୟଙ୍କ ବିରୁଦ୍ଧରେ ଭାରତୀୟ ଜନତା ପାର୍ଟିର ଜଣେ ବିଧାୟକ ଯେପରି ଗାଳିବର୍ଷଣ କଲେ ତାହା ବୋଧେ ପୂର୍ବରୁ ଯେତେ ଅବମାନନା ମୂଳକ ଭାଷା ବ୍ୟବହାର କରାଯାଇଥିଲା ସେ ସବୁଠାରୁ  ଅଧିକ ଘୃଣ୍ୟ ଥିଲା । ଜଣେ ଜନପ୍ରତିନିଧି ଯେଉଁ କୂଭାଷା ବ୍ୟବହାର କରିଥିଲେ ତାହା ଅତୀତର ସମସ୍ତ ରେକର୍ଡକୁ ଭଙ୍ଗ କରି ଦେଇଥିଲା ଓ ଏହା ଏପରି ଅସାଧାରଣ ଭାଷା ଥିଲା ଯେ ଏଥିରେ ପୁରୁଷ, ନାରୀ ବା ତୃତୀୟଲିଙ୍ଗୀ ସମସ୍ତଙ୍କର ନିର୍ଦ୍ଧାରିତ ମାନବତାକୁ ଆଘାତ ପହଞ୍ôଚବା ସ୍ୱାଭାବିକ  ଥିଲା । ପରେ ବିଜେପିର ଏହି ବିଧାୟକ ଓ ତାଙ୍କ ପାର୍ଟିର ନେତାମାନେ ଏ ଘଟଣାରେ ଦୁଖ ପ୍ରକାଶ କରି ବିଏସପିନେତ୍ରୀଙ୍କୁ କ୍ଷମା ପ୍ରାର୍ଥନା କରିଥିଲେ କିନ୍ତୁ ଏହି ଦୁଃଖପ୍ରକାଶ ଘଟଣା ଏକ ଔପଚାରିକତା ମାତ୍ର  ଥିବା ପରି ଜଣା ପଡୁଥିଲା ଏଥିରେ ଆଦୌ ଆନ୍ତରିକତା ଥିବା ପରି ଜଣା ପଡୁ ନଥିଲା । ନୈତିକତାକୁ ମାଟିରେ ମିଶାଇ ଦେଉଥିବା ଏପରି ନୈତିକତାର ଅପରାଧୀମାନଙ୍କ ପକ୍ଷରୁ ବେଶ୍ ଭାବିଚିନ୍ତି  ଉଠାଯାଇଥିବା ଔପଚାରିକତା ସେ ବିଏସପିର ମୁଖ୍ୟ ହୁଅନ୍ତୁ ବା ଯେ କେହି ଆତ୍ମସମ୍ମାନ ଥିବା ବ୍ୟକ୍ତିଙ୍କ  ସମ୍ମାନରେ ଲାଗିଥିବା ଆଘାତକୁ ଫେରାଇଦେବା ପାଇଁ କେବେ ବି ଯଥେଷ୍ଟ ନୁହେଁ । ସର୍ବସାଧାରଣରେ ଏପରି ଅପଶବ୍ଦ ପ୍ରୟୋଗ କରାଯିବାର ଏକ ଦୀର୍ଘକାଳୀକ ପ୍ରଭାବ ଲୋକଙ୍କ ଉପରେ ପଡିଥାଏ । ଏପରି ଭାଷା ପ୍ରୟୋଗର ପ୍ରଭାବ, ଅପରାଧୀକ ଗୁଜବ ଭିତର ଦେଇ ଅନେକ ଦିନ ପର୍ଯ୍ୟନ୍ତ ଲୋକଙ୍କ ଭିତରେ ଗୁଞ୍ଜରିତ ହେଉଥାଏ । ଏହି ଗପକୁ ବେଶୀ ରସଦ ଯୋଗାଇଥାଏ ସମାଜରେ ବ୍ୟାପ୍ତ ପିତୃପ୍ରଧାନ ଓ ଜାତିଆଣ ଚିନ୍ତାଧାରା । ଏହାପରେ ଯେତେବି କ୍ଷମା ପ୍ରାର୍ଥନା କରାଯାଉ ତାହା ଏହି ଘଟଣାକୁ ଭର୍ତ୍ସନା କରିବା ସ୍ତର ପର୍ଯ୍ୟନ୍ତ ଯିବା ବ୍ୟତୀତ ଏହାର ପ୍ରଭାବକୁ ପୁରାପୁରି ପୋଛିଦେବା ପର୍ଯ୍ୟନ୍ତ ପହଞ୍ôଚ  ପାରି ନଥାଏ । ଏଠାରେ ଗୋଟିଏ ପ୍ରଶ୍ନ ଉଠୁଛି ଯେ କାହିଁକି ଜଣେ ବ୍ୟକ୍ତିଙ୍କ ବିରୁଦ୍ଧରେ ଏପରି ଅବମାନନାପୂର୍ଣ୍ଣ ଶବ୍ଦ ବା କୂଭାଷା ପ୍ରୟୋଗ କରାଯାଇଥାଏ? ଏହାର ଚରିତ୍ରଟି କ’ଣ? ଏଭଳି ଭାଷା ପ୍ରୟୋଗ କରୁଥିବା ବ୍ୟକ୍ତିଙ୍କ କ୍ଷେତ୍ରରେ ଥିବା ନୈତିକ ନିହିତାର୍ଥଟି କ’ଣ?

ଏହାକୁ ବୁଝିବାକୁ ହେଲେ ପ୍ରଥମେ ଏହା ପଛରେ ଥିବା ରାଜନୀତିକୁ ବୁଝିବାକୁ ହେବ । ସମ୍ପ୍ରତି ଉତ୍ତର ପ୍ରଦେଶରେ ବିଏସପି ଓ ସମାଜବାଦୀ ପାର୍ଟି (ଏସପି) ମଧ୍ୟରେ ଯେଉଁ ରାଜନୈତିକ ବୁଝାମଣା ହୋଇଛି ସେଥିରେ ବିଜେପି ହୁଏତ ଭାବୁଛି ଯେ ଏହା ତାଙ୍କ ପାଇଁ ବିପଦଜନକ ହେବ । ବିପରୀତ ଭାବରେ ଅପଶବ୍ଦ ପ୍ରୟୋଗର ଅନ୍ୟ ଏକ ସୂଚନା ହେଉଛି ଯେ ଏସପି-ବିଏସପି ମେଣ୍ଟର ଏହି ଆହ୍ୱାନକୁ କିଛି ଲୋକଙ୍କ ଦ୍ୱାରା ସ୍ୱୀକାର କରାଯାଇ ସାରିଲାଣି । ଦେଖିବାର କଥା ଯେ କେବଳ ବିଏସପି ନେତ୍ରୀଙ୍କୁ ଏପରି ଅପଶବ୍ଦ ପ୍ରୟୋଗ କରାଯିବାର ଅର୍ଥ ହେଉଛି ବିରୋଧୀମାନେ ତାଙ୍କୁ ଅଧିକରୁ ଅଧିକ  ଭୟ କରିବା କଥାଟି ସ୍ପଷ୍ଟ ହେଉଛି । କାରଣ ବିରୋଧୀଦଳରେ ଯେତେ ନେତା ଅଛନ୍ତି ସେମାନଙ୍କ ମଧ୍ୟରେ ବିଏସପିର ମୁଖ୍ୟଙ୍କୁ ସବୁଠୁ ଅଧିକ ଗାଳି ପଡୁଥିବାର ଦେଖିବାକୁ ମିଳୁଛି । ଦୁଇଟି ଘଟଣାରୁ ଏହି କଥାଟି ସ୍ପଷ୍ଟ ହୋଇଯାଉଛି । ପ୍ରଥମଟି ହେଉଛି ବିଜେପି ବିଧାୟକମାନେ ସେଠାକାର ବିଜେପି ପାର୍ଟିର ଥିବା ସରକାରୀକଳ ପକ୍ଷରୁ ବିଏସପି ବିରୁଦ୍ଧରେ ଯେତେସବୁ ଆକ୍ରମଣ କରାଯାଇଥିଲା ତାହାକୁ ଖାତିର ନକରି ମାୟାବତୀ  ବିରୋଧୀଦଳ ମାନଙ୍କ  ସହ ସମ୍ପର୍କ ବାନ୍ଧିଛନ୍ତି । ଦ୍ୱିତୀୟରେ ଗୋଟିଏ ନିଚ୍ଚ ଜାତିରୁ ଆସିଥିବା ଜଣେ  ମହିଳାଙ୍କ ଦ୍ୱାରା ସେମାନଙ୍କୁ ଯେଉଁ ଆହ୍ୱାନ ଦିଆଯାଉଛି ତାହା ବିଜେପି ବିଧାୟକଙ୍କ ପକ୍ଷରେ ଆଦୌ ସହ୍ୟ ହେବା ଭଳି କଥା ନୁହେଁ । ତେଣୁ ଏପରି ମହିଳାଙ୍କ ଭୟ ହିଁ ବିଜେପି ମହିଳା ନେତ୍ରୀଙ୍କ ଦ୍ୱାରା ଅପଶବ୍ଦ ପ୍ରୟୋଗ କରାଯିବାର ମୁଖ୍ୟ କାରଣ ସାଜିଛି ।

ମହିଳାମାନଙ୍କୁ ମାନସିକ ଭାବେ ଦୁର୍ବଳ କରିବାପାଇଁ ସେମାନଙ୍କ ବିରୁଦ୍ଧରେ ଅପଶବ୍ଦ ପ୍ରୟୋଗ କରିବାଟାକୁ ପିତୃ କୈନ୍ଦ୍ରିକ ସମାଜରେ ଏକ ଗୋଷ୍ଠୀ ସେମାନଙ୍କର ଜନ୍ମସିଦ୍ଧ ଅଧିକାର ବୋଲି ଧରି ନେଇ ଏହାକୁ ସେମାନଙ୍କ ବିଶେଷାଧିକାର ଭାବି ନେଇ ଥାଆନ୍ତି । କିନ୍ତୁ ଯେତେବେଳେ ଜଣେ ମହିଳା ଆଉ ଜଣେ ମହିଳାଙ୍କ ବିପକ୍ଷରେ ସେପରି ଶବ୍ଦ ବ୍ୟବହାର କରନ୍ତି, ସେତେବେଳେ ଏହାର କାରଣ ଆମକୁ କେବଳ ପିତୃକୈନ୍ଦ୍ରିକ ନୁହେଁ ବରଂ ଜାତି ଆଧାରିତ ବୋଲି ଧରି ନେବାକୁ ବାଧ୍ୟ କରିଥାଏ । ଏହି ନିର୍ଦ୍ଦିଷ୍ଟ ଘଟଣାରେ ମଧ୍ୟ ଜଣାପଡିଲା ଯେ ଜାତି କଥାଟି ରାଜନୀତିରେ ବ୍ୟବହାର ହେଉଥିବା ଅପଶବ୍ଦର ବ୍ୟବହାରର ପଛରେ ଥିôବା ମୂଳ ପ୍ରେରକ ହୋଇଛି ।

ମହିଳା ବିଧାୟକଙ୍କର ଏହି କଥା ଆମ ମାନଙ୍କୁ ଆଉ ଏକ ପ୍ରଶ୍ନ ଉଠାଇବା ପାଇଁ ପ୍ରେରିତ କରୁଛି । ଜଣେ ମହିଳା ଯିଏ କି ପୁରୁଷ ପ୍ରଧାନ ସମାଜରେ ଉତ୍ପୀଡନ ପାଇଁ ପ୍ରୟୋଗ ହେଉଥିବା ଭାଷାର ଶିକାର ହୋଇଥାଆନ୍ତି ସିଏ ସେକଥାକୁ ଭୁଲିଯାଇ ଥାଆନ୍ତି । ଜଣେ ମହିଳା ଯାହାଙ୍କର ଦଳୀୟ ରାଜନୀତି ତାଙ୍କୁ ଏପରି କୂଭାଷା ପ୍ରୟୋଗ କରିବାକୁ ବାଧ୍ୟ କରିଥାଏ, ସେ ବୋଧେ ଏକଥା ଅନୁଭବ କରିବାକୁ ଭୁଲିଯାଇଥାଆନ୍ତି ଯେ ଏପରି ଏକ କାର୍ଯ୍ୟ ପୁରୁଷ, ମହିଳା ବା ତୃତୀୟ ଲିଂଗି କାହାରି ପାଇଁ ସମାନ ମର୍ଯ୍ୟାଦା ଦେଇପାରେ ନାହିଁ  ।

 ଏହି ପରିପ୍ରେକ୍ଷୀରେ ସମ୍ପ୍ରତି ଉତ୍ତରପ୍ରଦେଶ ହେଉ ବା ଜାତୀୟ ସ୍ତରରେ  ରାଜନୈତିକ କ୍ଷେତ୍ରରେ ଯାହାସବୁ ଘଟୁଛି ତାର ତର୍ଜମା କରାଯାଇ ଏକ ସୁସ୍ଥ ସମାଲୋଚନାର ବ୍ୟବସ୍ଥା କରାଯିବା ଉଚିତ୍ । ଏହି ସମାଲୋଚନା ଏକ ବାଂଛିତ ସୀମା ଭିତରେ ରହି ହେବା ଉଚିତ୍ । ଯେଉଁଥିରେ ବିରୋଧି ଦଳ, ବିଭିନ୍ନ ରାଜନୈତିକ ତଥା ସାମାଜିକ ଗୋଷ୍ଠୀଗୁଡିକ ମଧ୍ୟରେ ଗଣତାନ୍ତ୍ରିକ ମୂଲ୍ୟବୋଧ ଓ ପରସ୍ପର ପ୍ରତି ସମ୍ମାନ ରହି ପାରିିବ । ଯୁକ୍ତିତର୍କ ଦୁର୍ବଳ ହୋଇପାରେ ବା ବଳିଷ୍ଠ ହୋଇପାରେ କିନ୍ତୁ ତାହା ଏଭଳି ଅବସ୍ଥାକୁ ଆସିଯିବା ଅନୁଚିତ୍ ଯେଉଁଥିରେ ସବୁକିଛି ଏକ ନିମ୍ନସ୍ତରକୁ ଚାଲି ଆସିବ ।  କାରଣ ଗଣତନ୍ତ୍ର ପୂର୍ବାଗ୍ରହକୁ ଟପି ଅଧିକ ସୁସ୍ଥ ଓ ବଳିଷ୍ଠ ଯୁକ୍ତିତର୍କ ପାଇଁ  ସୁଯୋଗ ସୃଷ୍ଟି କରିଥାଏ । ଜଣଙ୍କର ପୂର୍ବାଗ୍ରହ  ହିଁ ଏଥିରେ ବାଧା ସୃଷ୍ଟି କରିଥାଏ । ଦୁର୍ବଳ ଯୁକ୍ତି ମଧ୍ୟ ସହ୍ୟ ହୋଇପାରେ କାରଣ ତାହା(ଦୁର୍ବଳ ଯୁକ୍ତି) ଗଣତାନ୍ତ୍ରିକ ବ୍ୟବସ୍ଥା ଯାହାକି ଶାଳୀନତା, ପରସ୍ପର ପ୍ରତି ସମ୍ମାନବୋଧ ଓ ମର୍ଯ୍ୟାଦା ଉପରେ ପରିବେସିତ ହୋଇଥାଏ ତାକୁ କ୍ଷତିଗ୍ରସ୍ତ କରି ଦେଇ ନଥାଏ । କାହାରି କଥା ବା ଯୁକ୍ତିତର୍କକୁ ନଶୁଣି ସବୁବେଳେ କ୍ଷମତାରେ ତିଷ୍ଠି ରହିବାର ମୋହ ହିଁ ରାଜନେତାମାନଙ୍କର ଭାଷାପ୍ରୟୋଗକୁ ନିମ୍ନସ୍ତରକୁ ନେଇ ଆସିଥାଏ । କିନ୍ତୁ ବିଶ୍ୱର ସବୁଠାରୁ ବଡ ଗଣତନ୍ତ୍ରକୁ  ବଞ୍ଚାଇ ରଖିବା ପାଇଁ ଆମକୁ କ’ଣ ଆମ ଭାଷା ଉପରେ ସଂଯମ ରକ୍ଷା କରିବାର ଆବଶ୍ୟକତା ନାହିଁ କି?

 

Comments

(-) Hide

EPW looks forward to your comments. Please note that comments are moderated as per our comments policy. They may take some time to appear. A comment, if suitable, may be selected for publication in the Letters pages of EPW.

Back to Top