ISSN (Print) - 0012-9976 | ISSN (Online) - 2349-8846

ଏକ ମୃତ୍ୟୁଜନ୍ତାର ଖନନ

ଖଣି ଗାଡ ମାନଙ୍କରେ ହେଉଥିବା ଗୋଟିକ ପରେ ଗୋଟିଏ ମୃତ୍ୟୁ ଅନ୍ତର୍ଭୁକ୍ତି ବିକାଶର ଦାବୀକୁ ଧୂମାଳ କରିବାରେ ଲାଗିଛି

 

The translations of EPW Editorials have been made possible by a generous grant from the H T Parekh Foundation, Mumbai. The translations of English-language Editorials into other languages spoken in India is an attempt to engage with a wider, more diverse audience. In case of any discrepancy in the translation, the English-language original will prevail.

 

ସମ୍ପ୍ରତି ମେଘାଳୟର ଖଣି ଖୋଳା ଯାଇ ସାରିଥିବା ଗାତରେ ପଡି ଖଣିଶ୍ରମିକମାନଙ୍କର ମୃତ୍ୟୁ ଘଟିବା ଘଟଣାରେ ସେହି ଲୋକମାନଙ୍କୁ  ଲଜ୍ଜା ଲାଗିବା କଥା ଯେଉଁମାନେ ଗଳା ଫଟାଇ  ସବକା ସାଥ ସବକା ବିକାଶର ନାରାବାଜୀ କରୁଛନ୍ତି  । ବିକାଶର ତେଢାମେଢା  ପ୍ରକ୍ରିୟାରେ କେତେକ ଶ୍ରେଣୀର ଲୋକ ଜୀବିକାର୍ଜନ ପାଇଁ ମୁଷାଗାତ ଭଳି ଖୋଳାଯାଇଥିବା ଅଣଓସାରିଆ ଗାତମାନଙ୍କରେ ପଶି ମାଟିତଳୁ ସମ୍ପଦର ଖନନ ବା ମ୍ୟାନହୋଲରେ ପଶି ଆମ ମଇଳା ସଫା କରିବା ଭଳି ଯେଉଁ କର୍ମ କରୁଛନ୍ତି ତାହା ଶେଷକୁ ସେମାନଙ୍କ ପାଇଁ ମୃତ୍ୟୁଯନ୍ତା ପାଲଟି ଯାଉଛି ।

                ମେଘାଳୟରେ ମୁଷାଗାତଭଳି ଗାତ ଖୋଳାଯାଇ ଖଣିରୁ କୋଇଲା ଖୋଳାଯିବା ଏକ ବେଆଇନ୍ ପ୍ରକ୍ରିୟା । ବିଶେଷକରି ପୂର୍ବ ଜୟନ୍ତିଆ ପର୍ବତମାଳାରେ ଏହାକୁ ଦେଖିବାକୁ ମିଳିଥାଏ । କଂଟାଦାର ବାଉଁଶର ଶିଢି ଦେଇ  ଦେଇ ୧୦୦ ମିଟର ତଳେ ଥିବା କୋଇଲା ଶଯ୍ୟା ପର୍ଯ୍ୟନ୍ତ ପହଞ୍ôଚବା ପାଇଁ କଡରେ ଖୋଳା ଯାଇଥିବା  ଗହିରିଆ ପତଳା ପ୍ରବେଶଦ୍ୱାର ଗୁଡିକ ଠିକ ମୁଷାଗାତ ପରି ହୋଇଥାଆନ୍ତି । ଏଠାରେ କାମ କରୁଥିବା ଶ୍ରମିକମାନେ ଅଧିକାଂଶତଃ ନେପାଳ, ବାଂଲାଦେଶ, ଆସାମ କିମ୍ବା ସ୍ଥାନୀୟ ଆର୍ଥିକ ଦୁର୍ବଳ ଶ୍ରେଣୀର ଶ୍ରମିକ ହୋଇଥାଆନ୍ତି ଯେଉଁମାନେକି ନିରନ୍ତର ପାଣି ଝରିଝରିି ସନ୍ତସନ୍ତିଆ  ଓ ଖସଡା ଖାତ ଏବଂ  ବାଉଁଶ ଶିଢି ଦେଇ ଖଣି ଭିତରକୁ ପଶି ଥାଆନ୍ତି । ପୁଣି ନଅ ବର୍ଷରୁ କମ ଶିଶୁମାନଙ୍କୁ, ଗେଡା ଗେଡା ଲୋକମାନଙ୍କୁ ଏହି ଭୂତଳ ଖାତରେ  କାର୍ଯ୍ୟ କରିବା ପାଇଁ ସର୍ବୋତ୍ତମ ମନେ କରାଯାଇଥାଏ । ସେମାନଙ୍କ ଦେହରେ ବେଲଚା ଓ ଟର୍ଚ୍ଚ ବନ୍ଧା ଯାଇଥାଏ ଯାହା ସାହଯ୍ୟରେ ସେମାନେ କୋଇଲା ଖୋଲି ବାହାର କରନ୍ତି, ତାକୁ ଟୋକେଇ ବା ଚକା ଲାଗିଥିବା ଟ୍ରଲୀରେ ରଖି ଉପରକୁ ପଠାନ୍ତି । ଏହି ଅବସ୍ଥାରେ ସେମାନଙ୍କୁ ଦୀର୍ଘ ସମୟ ଧରି କାମ କରିବାକୁ ହୋଇଥାଏ ।

                ଏହି ଅନିୟନ୍ତ୍ରିତ ଓ ବିପଦପୂର୍ଣ୍ଣ ଉଦ୍ୟୋଗକୁ ମେଘାଳୟରେ କୁଟୀର ଶିଳ୍ପ(କଟେଜ ଇଣ୍ଡଷ୍ଟ୍ରୀଜ)ର ନାମ ଦିଆଯାଇଛି । ୨୦୧୪ରେ ଜାତୀୟ ହରିତ ପ୍ରାଧିକରଣ (ଏନଜିଟି) ଏହା ଉପରେ ନିଷେଧାଜ୍ଞା ଜାରୀ କରିବା ସତ୍ତେ୍ୱ ଏହି ବାରଣକୁ ଲାଗୁ କରିବାର କୌଣସି ବ୍ୟବସ୍ଥା ହୋଇ ନଥିଲା । ବରଂ ଏହି ନିଷେଧାଜ୍ଞାକୁ ଉଠାଇ ନେବାର ପ୍ରତିଶୃତି ଦେଇ ରାଜ୍ୟର ଗୋଟିଏ ଦଳ ଶାସନକୁ ଆସିଗଲା । ରାଜ୍ୟରେ ଖଣି ହେଉଛି ନିର୍ବାଚନ ଚାନ୍ଦା ସଂଗ୍ରହର ସବୁଠାରୁ ବଡ ସୂତ୍ର । କାରଣ ଆଜିର ବହୁ ମନ୍ତ୍ରୀ ଓ ବିଧାୟକ ହେଉଛନ୍ତି ଖଣି ମାଲିକ । ୨୦୧୮ରେ ନିର୍ବାଚନରେ ପ୍ରାର୍ଥୀ ହୋଇଥିବା ଅନେକଙ୍କର ଖଣି କିମ୍ବା ପରିବହନ ବ୍ୟବସାୟରେ ସମ୍ପୃକ୍ତି ରହିଛି । ମେଘାଳୟରେ ଖଣି କାରବାର ନିୟନ୍ତ୍ରଣ ପାଇଁ କେନ୍ଦ୍ରୀୟ ଆଇନର ଅଭାବ ନାହିଁ ଯଦିଓ ଏବେ ସରକାର “ବେଆଇନ” କଥାଟିକୁ ପୁରା ଫାଙ୍କି ଉଡାଇ ଦେବାର ଉଦ୍ୟମରେ ଅଛନ୍ତି ।

ଖଣିରୁ  ସବୁ ସ୍ଥାନୀୟ ଲୋକେ ଫାଇଦା ପାଆନ୍ତି ନାହିଁ । ଏହା ସାଧାରଣ ଲୋକଙ୍କ ପାଇଁ ଘରୋଇକରଣ ଓ କିଛି ଲୋକଙ୍କର ଜମି ହାତେଇନେବାର ଏକ ମାଧ୍ୟମ ମାତ୍ର । ଖଣିଜ ଜିଲାମାନଙ୍କରେ ଜମିର ଅଭାବ ବଢୁଛି । ମୋଟାମୋଟି ଭାବରେ ଦେଖିଲେ ଜୟନ୍ତିଆ ପର୍ବତମାଳାରେ ପ୍ରତି ବର୍ଗ କିଲୋମିଟର ଅଞ୍ଚଳରେ ୫୦ଟି ଖଣି ଦେଖିବାକୁ ମିଳିଥାଏ । ଦୁଖର କଥା ହେଉଛି ଖଣିକାର୍ଯ୍ୟ ଯୋଗୁ ସ୍ଥାନୀୟ ଅଞ୍ଚଳରେ ଅନ୍ୟ ସବୁ କାର୍ଯ୍ୟ ବନ୍ଦ ହୋଇଯାଇ କୋଇଲା ହିଁ ଏଠାକାର ମୁଖ୍ୟ ଅର୍ଥନୀତି ହୋଇଯାଇଛି । ଏହି  ସମ୍ପଦକୁ ଯିଏ ଯେତେ ଅଧିକ ହାତେଇବାରେ ସକ୍ଷମ ହୋଇ ପାରିଛି ସିଏ ସେତେ ଅଧିକ ମୁନାଫା କମାଉଛି ଅଥଚ ଯେଉଁ ସ୍ଥାନୀୟ ଲୋକଙ୍କ ନାମରେ ଖଣିଖନନ ଚାଲିଛି ସେମାନେ ବିଚରା ସେହି କୋଇଲା ମାଫିଆଙ୍କ କବଳିତ ହୋଇ ରହିଛନ୍ତି ।

ସମ୍ପ୍ରତି ୧୩ ଡିସେମ୍ବର ୨୦୧୮ ତାରିଖରେ ୧୫ରୁ ଅଧିକ ଶ୍ରମିକ ଏହିପରି ଏକ କଳା ଗହ୍ୱର ଭିତରେ ଫସି ରହିଗଲେ । ଗୋଟିଏ ସ୍ଥାନରେ ଘଳିଆ ପଡିଯିବା କାରଣରୁ ଲିଟେନ ନଦୀର ପାଣି ଖଣିରେ ପଶି ଯାଇଥିଲା । ଉଦ୍ଧାର କାର୍ଯ୍ୟ କରାଯାଉଛି ବୋଲି କୁହାଯାଉଥିଲେ ମଧ୍ୟ ପ୍ରଥମରୁ ଏଥିପାଇଁ ଯେଉଁ ପଦକ୍ଷେପ ସବୁ ନେବାର ଆବଶ୍ୟକତା ଥିଲା ତାହାକୁ ଅବହେଳା କରାଯାଇ ସମୟ ନଷ୍ଟ କରାଗଲା । ଖଣିରୁ ପାଣି ବାହାର କରିବା ପାଇଁ ଲଗା ଯାଇଥିବା ପମ୍ପଗୁଡିକ ଦୁଇ ସପ୍ତାହ ପରେ ଏହି ସ୍ଥାନରେ ପହଞ୍ôଚଥିଲା । ଏହି ଖଣିଗୁଡିକର କୌଣସି ନକ୍ସା ନ ଥିଲା । ଜରୁରୀ ସ୍ଥିତିରେ ଏହି ଗର୍ତ୍ତଭିତରୁ ଶ୍ରମିକଙ୍କୁ କିପରି ଉଦ୍ଧାର କାର୍ଯ୍ୟ କରାଯିବ ସେ ବିଷୟରେ କୌଣସି ଯୋଜନା ନ ଥିଲା । ତେଣୁ ଖଣି ଭିତରେ ଫସି ରହିଥିବା ଲୋକମାନଙ୍କୁ କିପରି ଉଦ୍ଧାର କରାଯିବ ତାର କୌଣସି ଯୋଜନା ହୋଇ ପାରି ନ ଥିଲା । ଯଦିଓ ନୌସେନାକୁ ଉଦ୍ଧାର କାର୍ଯ୍ୟରେ ଲଗାଯାଇ ଥିଲା ତଥାପି ଖଣିଶ୍ରମିକମାନଙ୍କର ଶରୀରଗୁଡିକ ଗୋଟିଏ ସ୍ଥାନରେ ନ ଥିବାରୁ ସେମାନେ ମଧ୍ୟ କିଛି କରି ପାରି ନଥିଲେ । ୬ ଜାନୁଆରୀ ୨୦୧୯ରେ ସେହି ଜିଲ୍ଲ୍ଲାରେ ୨ ଜଣ ଶ୍ରମିକ ମୃତ୍ୟୁମୁଖରେ ପଡିଥିଲେ । ପ୍ରଥମେ ଗାରୋ ପର୍ବତମାଳାରେ ଏପରି ଏକ ଘଟଣା ଘଟିବା ପରେ ସେହି ସ୍ଥାନରେ ଏନଜିଟି ପକ୍ଷରୁ ନିଷେଧାଜ୍ଞା ଜାରୀ କରାଯାଇଥିଲା । ୨୦୦୨ରେ ୪୦ ଜଣ ସୈନିକ ଅନୁରୂପ ଭାବରେ ମୃତ୍ୟୁମୁଖରେ ପଡିଥିଲେ, ୨୦୧୩ରେ ୫ ଜଣ ଶ୍ରମିକଙ୍କର ମୃତ୍ୟୁ ଘଟିଥିଲା । ଖଣି ଅଞ୍ଚଳରେ ମାଟି ଧସିବା, ଖଣିରେ ଜଳପୂର୍ଣ୍ଣ ହୋଇଯିବା କାରଣରୁ ଶ୍ରମିକଙ୍କର ମୃତ୍ୟୁ ଘଟିବା ଏଠାରେ ଏକ ନିତିଦିନିଆ ଘଟଣା ହୋଇ ସାରିଛି କିନ୍ତୁ ଏଥିପାଇଁ କାହାରିକୁ ଉତ୍ତରଦାୟୀ କରାଯାଇ ନାହିଁ ।

ମୁଷାଗାତ ଭଳି ଖୋଳାଯାଇଥିବା ର‌୍ୟାଟହୋଲ ମାଇନିଙ୍ଗ ପରିବେଶ ପାଇଁ ମଧ୍ୟ ଅତି ଭୟଙ୍କର । ଏଇଥିପାଇଁ ଜୟନ୍ତିଆ ହିଲ୍ସକୁ ମୃତନଦୀର ଦେଶ ବୋଲି ମଧ୍ୟ କୁହାଯାଉଛି । ଏଠାରେ ଜମା ହେଉଥିବା ବହୁ ପରିମାଣର ଗନ୍ଧକ ଓ ଧାତବ କଚରା ପାଇଁ ନଦୀଗୁଡିକ ବହୁ ପରିମାଣରେ ବିଷାକ୍ତ ଓ ଅମ୍ଳଯୁକ୍ତ ହୋଇ ପଡିଛନ୍ତି । ଯେଉଁଥିପାଇଁ ନଦୀର ମାଛ ଓ ଅନ୍ୟାନ୍ୟ ଜଳଜୀବମାନେ ମରିଯିବାରେ ଲାଗିଛନ୍ତି । ଏହା ସହିତ ମାଟିର ଗୁଣବତ୍ତା ମଧ୍ୟ ନଷ୍ଟ ହେବାରେ ଲାଗିଛି । କୋଇଲା ଉତ୍ତୋଳନ ଏବଂ ଜମାକରି ରଖିବା ପାଇଁ ହଜାର ହଜାର ଏକର ଜଙ୍ଗଲ ଧ୍ୱଂସ ହେବାରେ ଲାଗିଛି । ଏଠାକାର ସମସ୍ତ ପ୍ରାକୃତିକ ସୁଷମା ନଷ୍ଟ ହେବା ସହ ଖଣି ଖୋଳିବା ପରେ ପୋତା ହେଉ ନଥିବା ଗାତଗୁଡିକ ବହୂୁ ଲୋକଙ୍କପାଇଁ ମୃତ୍ୟୁଜନ୍ତା  ପାଲଟିବାରେ ଲାଗିଛି । ଏହା ସହିତ ଏହି ଅଞ୍ଚଳରେ ପରିବେଶର ଧ୍ୱଂସ, ଖଣିମାଫିଆଙ୍କ ଉତ୍ପାତ,ଶିଶୁ ଶ୍ରମିକ ସଂଖ୍ୟାରେ ବୃଦ୍ଧି(୨୦୧୦ ବେଳକୁ ଏହି ସଂଖ୍ୟା ୭୦ ହଜାରରେ ପହଞ୍ôଚଥିଲା), ମଣିଷ ଚାଲାଣ, ଶ୍ରମିକମାନଙ୍କର ଜୀବନ ଓ ସୁରକ୍ଷା ପ୍ରତି ଉଦାସୀନତାକୁ ଦେଖିବା ପରେ ସରକାରଙ୍କ ପକ୍ଷରୁ ଏବେ ଯେଉଁ ନିୟନ୍ତ୍ରଣର କଥା କୁହାଯାଉଛି ତାହା ବିଶ୍ୱାସଯୋଗ୍ୟ ହେଉନାହିଁ । କିଛି ଲୋକ ଯେଉଁ ବିଜ୍ଞାନସମ୍ମତ ଖଣିଖନନର କଥା ଉଠାଉଛନ୍ତି ତାହା ମଧ୍ୟ ଏହି ସମସ୍ୟାର ଏକ ସମାଧାନ ବୋଲି କୁହାଯାଇ ପାରିବ ନାହିଁ କାରଣ କୋଇଲା ଭୂମୀତଳେ ବିସ୍ତାରିତ ଅବସ୍ଥାରେ ଅଛି ତେଣୁ ଏକ ବିସ୍ତୀର୍ଣ୍ଣ ଅଞ୍ଚଳରେ ଖଣିଖନନ କରିବାକୁ ହେବ । ଏହା ସହିତ ଏଠାରେ ଥିବା କୋଇଲାର ମାନ ଏତେ ଉନ୍ନତ ନୁହେଁ ତେଣୁ ଏହାକୁ ବିଜ୍ଞାନସମ୍ମତ ଉପାୟରେ ଖନନ କରିବା ଆର୍ଥିକ ଦୃଷ୍ଟିରୁ ମଧ୍ୟ ସଠିକ ଲାଗେ ନାହିଁ ।

ଖଣିଖାତ ଓ ସ୍ୱିରେଜଖାତ (ମ୍ୟାନହୋଲ୍ସ) ଗୁଡିକରେ ବାରବାର ଘଟୁଥିବା ମୃତ୍ୟୁର ଦାୟିତ୍ୱ କିଏ ନେବ ? ନବ୍ୟ-ଉଦାରବାଦୀ ଯୁଗରେ ଏଭଳି ପ୍ରଶ୍ନର ଉତ୍ତର ପାଇବା କଷ୍ଟକର । ବିଶେଷ କରି ମେଘାଳୟ ଘଟଣାରେ ଜାରୀ କରାଯାଇଥିବା ନିଷେଧାଦେଶ ଓ ଏହାକୁ ଭଙ୍ଗ କରାଯିବାର ବହୁ ଉଦାହରଣ ଭିତରେ ଖଣି ବ୍ୟବସାୟ ତା ରାସ୍ତାରେ ବେରୋକଟୋକଭାବେ ଚାଲୁ ରହିଛି । ଏହା ଏକଥା ଜାଣି ମଧ୍ୟ ଚାଲିଛି ଯେ ଖଣି ଭିତରେ ପ୍ରବେଶ କଲାବେଳେ ଶ୍ରମିକମାନେ ମୁଷାଙ୍କ ପରି ଚାରିଗୋଡରେ ସିନା ଯାଆନ୍ତି କୌଣସି ଦୁର୍ଘଟଣା ଘଟିଗଲେ ଆଉ ସେହି ଚାରିଗୋଡରେ ମୂଷାଙ୍କ ପରି ଆଉ ଫେରି ପାରନ୍ତି ନାହିଁ ।

Updated On : 15th Feb, 2019

Comments

(-) Hide

EPW looks forward to your comments. Please note that comments are moderated as per our comments policy. They may take some time to appear. A comment, if suitable, may be selected for publication in the Letters pages of EPW.

Back to Top