ISSN (Print) - 0012-9976 | ISSN (Online) - 2349-8846

ନ୍ୟାୟପାଳିକାର ଶୂନ୍ୟତା

ନ୍ୟାୟପାଳିକା ସ୍ୱେଚ୍ଛାଚାରିତା ଉତ୍ତରଦାୟୀତ୍ୱ ବିହିନତାରୁ ବାହାରି ପାରୁ ନାହିଁ

 

The translations of EPW Editorials have been made possible by a generous grant from the H T Parekh Foundation, Mumbai. The translations of English-language Editorials into other languages spoken in India is an attempt to engage with a wider, more diverse audience. In case of any discrepancy in the translation, the English-language original will prevail.

 

ସୁପ୍ରିମକୋର୍ଟ ପାଇଁ ଏହାଥିଲା ଆଉ ଏକ ବର୍ଷ ଓ ଆଉ ଏକ ବର୍ଷର ଆଉ ଏକ ଜାନୁଆରୀ ମାସ ।  ୨୦୧୮ରେ ସୁପ୍ରିମକୋର୍ଟର ଚାରିଜଣ ବିଚାରପତି ସୁପ୍ରିମକୋର୍ଟର ତତକାଳୀନ ମୁଖ୍ୟ ବିଚାରପତିଙ୍କ ବିରୁଦ୍ଧରେ  ବିଦ୍ରୋହୀ ଭୂମିକାରେ ଅବତୀର୍ଣ୍ଣ ହେବା ପରେ ଏବେ ସେହି ଚାରିଜଣଙ୍କ ମଧ୍ୟରୁ ଜଣେ ରଞ୍ଜନ ଗୋଗୋଇ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ନିଯୁକ୍ତ ହୋଇଛନ୍ତି । କିନ୍ତୁ ତାଙ୍କ କାର୍ଯ୍ୟକଳାପ ମଧ୍ୟ ଏବେ ବହୁ ଲୋକଙ୍କର ଦୃଷ୍ଟିକଟୁ ହେବାରେ ଲାଗିଛି । ଦେଶର ସର୍ବୋଚ୍ଚ ଅଦାଲତରେ ସମ୍ପ୍ରତି ଦେଖାଦେଇଥିବା ବିବାଦ କେବଳ ମୁଖ୍ୟ ନ୍ୟାୟାଧୀଶଙ୍କର ସୁନାମ ଓ ବିଶ୍ୱସନୀୟତାକୁ ଆଞ୍ଚ ପହଂଚାଇଛିି ବୋଲି ନୁହେଁ, ବରଂ ନ୍ୟାୟପାଳିକାର ଏହି ସର୍ବୋଚ୍ଚ ଅନୁଷ୍ଠାନକୁ ପ୍ରଭାବିତ କରିଛି ।

ପ୍ରଥମେ, ଯେଉଁ କମିଟି ସିବିଆଇ ନିର୍ଦ୍ଦେଶକ ଆଲୋକ ବର୍ମାଙ୍କୁ ୨-୧ ଭୋଟରେ ନିଲମ୍ବିତ କରିଥିଲା ସେହି  କମିଟିରେ ବିଚାରପତି ଏ କେ ସିକ୍ରୀଙ୍କର ସାମିଲ ହେବା ଘଟଣା ଓ ସିକ୍ରୀ ଏକଥାରେ ରାଜି ହୋଇଯିବା  ଘଟଣା ଯେ ସରକାର କହିଲେ ପ୍ରଧାନମନ୍ତ୍ରୀଙ୍କୁ ବୁଝାଏ ଓ ପ୍ରଧାନମନ୍ତ୍ରୀ ସରକାରଙ୍କ ପ୍ରତିନିଧିତ୍ୱ କରିପାରିବେ ଏକ ବଡ ବିବାଦକୁ ଜନ୍ମ ଦେଇଥିଲା । ଧରି ନିଆଯାଉ ଯେ ସିକ୍ରୀଙ୍କୁ କମନୱେଲ୍ଥ ସେକ୍ରେଟାରୀଏଟ ଆର୍ବିଟ୍ରାଲ ଟ୍ରିବ୍ୟୁନାଲକୁ ମନୋନିତ କରିବା ଘଟଣା ସିକ୍ରୀଙ୍କର ଏହି କାର୍ଯକଳାପ ଯୋଗୁ ପ୍ରଭାବିତ ହୋଇ ନାହିଁ, ତଥାପି ଏହା ନ୍ୟାୟ ପାଳିକାର ଗୋଟିଏ କଥା ପ୍ରତି ନଜର ରଖିବା ପରି ମନେ ହେଉ ନାହିଁ ଯେ ନ୍ୟାୟପାଳିକା କେବଳ ନ୍ୟାୟ ଦେବା ପାଇଁ  ନାହିଁ, ଏହା ଦେଖିବ ଯେ ବ୍ୟକ୍ତିକୁ ଯେପରି ଠିକଠିକ ଭାବରେ ନ୍ୟାୟ ମିଳି ପାରିବ । ହାଇପାୱାର କମିଟିରେ ଭାରତର ମୁଖ୍ୟ ବିଚାରପତି ବା ତାଙ୍କ ପ୍ରତିନିଧିଙ୍କୁ ରଖାଯିବାର କାରଣ ହେଉଛି କମିଟିରେ ଚାଲିଥିବା ପ୍ରକ୍ରିୟାରେ କିଛି ପରିମାଣରେ ନିରପେକ୍ଷତା ଆସି ପାରିବ । ଏହା ଅଯୌକ୍ତିକର ଶୁଣାଯାଇ ପାରୁଥାଏ, କିନ୍ତୁ ନ୍ୟାୟପାଳିକାର ନିରପେକ୍ଷତାରେ ସାମାନ୍ୟ ଟିକିଏ ଆଞ୍ଚ ଆସିଲେ ତାହା ନ୍ୟାୟପାଳିକାକୁ ଅନେକ କ୍ଷତି ପହୁଞ୍ଚାଇ ଥାଏ । ଗୋଗୋଇଙ୍କ ନିଷ୍ପତ୍ତି ନ୍ୟାୟପାଳିକାର ଗମ୍ଭୀର କ୍ଷତି ପହୁଞ୍ଚାଇ ସାରିଛି ।

ଏହାର ପରେ ପରେ ବିଚାରପତି ରାଜେନ୍ଦ୍ର ମେନନ ଓ ପ୍ରଦୀପ ନନ୍ଦ୍ରାଯୋଗଙ୍କର ମନୋନୟନର ପୁନର୍ବିଚାର ପାଇଁ ଆସିଥିବା ବିବାଦିତ ବିଷୟବସ୍ତୁ ନ୍ୟାୟପାଳିକାର ନିରପେକ୍ଷତାକୁ ସମର୍ଥନ କରୁଥିବା ବ୍ୟକ୍ତିକୁ ଭାଷାହୀନ କରି ଦେଇଛି । ବିଚାରପତି ସଂଜିବ ଖାନ୍ନା ଓ ଦିନେଶ ମାହେଶ୍ୱରୀଙ୍କୁ ପୁନଃମନୋନୟନ କରିବାର ପ୍ରସ୍ତାବରେ ଏକଥାର ସାମାନ୍ୟ  ଆଭାସ ମିଳିଲା ନାହିଁ ଯେ ସେମାନଙ୍କ ବିଷୟରେ କାହିଁକି ପୁନଃବିଚାର କରାଗଲା ।  ଯେଉଁ ସଫେଇ ଦିଆଗଲା ଯେ କଲୋଜିୟମର ପୁନର୍ଗଠନ ହୋଇଥିବା କାରଣରୁ ପୁନରାଲୋଚନାର ଆବଶ୍ୟକତା ଥିଲା ତାହା ଆଦୌ ସଠିକ୍ ଲାଗୁନାହିଁ । ଏହା ବିଭିନ୍ନ ପ୍ରକାରର କଳ୍ପନାଜଳ୍ପନା ପାଇଁ ମାର୍ଗ ପ୍ରଶସ୍ତ କରିଦେଲା ଓ କେହି ଏକଥାର ସଠିକ ଉତ୍ତର ପାଇ ପାରିଲେ ନାହିଁ ଯେ କଲୋଜିୟମ ମାସକ ଭିତରେ ଏହାର ମନ ପରିବର୍ତ୍ତନ କରି ଦେବାର ସଠିକ କାରଣ କ’ଣ ହୋଇପାରେ ।

 କଲୋଜିୟମର ଏହି ନିଷ୍ପତ୍ତି ଏହାର ପ୍ରତ୍ୟେକଟି ବିଫଳତାକୁ ପଦାରେ ପକାଇବାରେ ଲାଗିଛି । ଖାନ୍ନା ଏବଂ ମାହେଶ୍ୱରୀଙ୍କୁ ଉନ୍ନିତ କରାଯିବା ଭଳି  କୌଣସି ମାନଦଣ୍ଡ କଲୋଜିୟମ ପକ୍ଷରୁ ନିର୍ଣ୍ଣିତ ହୋଇ ନାହିଁ । ସେମାନଙ୍କ ଯୋଗ୍ୟତାକୁ ପରୋକ୍ଷରେ ପ୍ରମାଣ କରିବା ପାଇଁ କେବଳ ଗୋଟିଏ ଦୁର୍ବଳ ବିବୃତିର ହିଁ ସାହାଯ୍ୟ ନିଆଯାଇଛି । ମେନନ ଏବଂ ନନ୍ଦ୍ରାଯୋଗଙ୍କୁ କାହିଁକି ପରିତ୍ୟାଗ କରାଗଲା ସେ ବିଷୟରେ କିଛି ବି ଉଲ୍ଲେଖ କରାଯାଇ ନାହିଁ । ପ୍ରାଥମିକ ସ୍ତରରେ ମେନନ ଓ ନନ୍ଦ୍ରାଯୋଗଙ୍କ ପାଇଁ କରାଯାଇଥିବା ସୁପାରୀଶକୁ କୌଣସି ସ୍ଥାନରେ ରେକର୍ଡଭୁକ୍ତ ବା ଅପଲୋଡ ମଧ୍ୟ କରାଯାଇ ନାହିଁ । ଯେଉଁ ବିଷୟରେ ପୁନର୍ବିଚାର କରାଗଲା ସେକଥାର କେଉଁଠାରେ ହେଲେ ଉଲ୍ଲେଖ କରାଯାଇ ନାହିଁ । ସୁପ୍ରିମକୋର୍ଟର ଏବେର ଜଣେ ବିଚାରପତିଙ୍କ ପକ୍ଷରୁ ଚିନ୍ତା ପ୍ରକଟ କରାଯିବା ପରେ ଅନେକ ସେବାନିବୃତ୍ତ ବିଚାରପତି, ଓକିଲ ଏବଂ ନାଗରିକମାନଙ୍କ ପକ୍ଷରୁ ଚିନ୍ତା ପ୍ରକଟ କରାଯିବା ପରେ ବି ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତିଙ୍କ ପକ୍ଷରୁ ସାମାନ୍ୟତମ ପ୍ରତିକ୍ରିୟା ଆସି ନଥିଲା ।

ଏ ସମସ୍ତ ପ୍ରକ୍ରିୟାରୁ ଗୋଟିଏ କଥା ନିଶ୍ଚିତ ହୋଇଯାଇଛି ଯେ ନିଯୁକ୍ତି ପ୍ରକ୍ରିୟା ପୁରାପୁରି ମନମାନୀ, ଅସ୍ୱଚ୍ଛ ଢଙ୍ଗରେ କୌଣସି ଉତ୍ତରଦାୟୀ ବ୍ୟବସ୍ଥା ବିନା କରାଯାଇଥିଲା । ସେହି ଏକା ପ୍ରକାରର ଅଭିଯୋଗ ତତ୍କାଳୀନ ମୁଖ୍ୟ ବିଚାରପତି ଦୀପକ ମିଶ୍ରଙ୍କ ବିରୁଦ୍ଧରେ ୧୨ ଜାନୁଆରୀ ୨୦୧୮ରେ ଆହୁତ ସାମ୍ବାଦିକ ସମ୍ମିଳନୀରେ ଲଗା ଯାଇଥିଲା । ଯଦିଓ ଏହା ଏକ ଭିନ୍ନ ପରିପ୍ରେକ୍ଷୀରେ ଲଗା ଯାଇଥିଲା ।

କଲୋଜିୟମ ଓ ଜାନୁଆରୀ ୨୦୧୯ରେ ହୋଇଥିବା ନିଯୁକ୍ତିକୁ  ବିବାଦିତ କରିବାରେ କେବଳ ଖାନ୍ନା ଏବଂ ମାହେଶ୍ୱରୀଙ୍କ ପଦୋନ୍ନତିର ପ୍ରମୁଖ ଭୂମିକା ନ ଥିଲା । ଏହି ବିବାଦିତ ପଦୋନ୍ନତିର ଗୋଟିଏ ସପ୍ତାହ ପରେ ଯେପରି ତରବରିଆଭାବେ ବିଭିନ୍ନ ହାଇକୋର୍ଟର ବିଚାରପତିମାନଙ୍କର ପଦୋନ୍ନତି କରାଗଲା ତାହା କଲୋଜିୟମର ସ୍ୱାଧିନତାଉପରେ ଏକାଧିକ ପ୍ରଶ୍ନ ଚିହ୍ନ ଠିଆ ଲଗାଇ ଦେଇଛି । ସବୁଠୁ ବଡ ଦେଖିବାର କଥା ଥିଲା ଯେ ଆଇନ ବିଭାଗ ଏହିପରି ଏକାଧିକ ଘଟଣାରେ ପୁନଃବିଚାର ପାଇଁ କହିଥିଲା । ନିଯୁକ୍ତି ପାଇଁ ଥିବା  ନିୟମ କାନୁନକୁ ମାନିବା ସ୍ଥାନରେ ଓ କାହା ବିଷୟରେ ପୁନଃବିଚାର କରାଯିବାର କାରଣ ବିଷୟରେ କିଛି କୁହା ନଯାଇ କେନ୍ଦ୍ରର ନିର୍ଦ୍ଦେଶାନୁଯାୟୀ ୧୧ରୁ ୧୦ଟି ନାମର ନିଯୁକ୍ତିକୁ ପ୍ରତ୍ୟାକ୍ଷାନ କରି ଦିଆଗଲା ।

ସୁପ୍ରିମକୋର୍ଟ ପକ୍ଷରୁ କୋଲେଜିୟମ ଦ୍ୱାରା ବିଚାରପତିଙ୍କ ନିଯୁକ୍ତି କରାଯିବା ଯୋଗୁଁ ଏହି ପ୍ରକ୍ରିୟାରେ କେବଳ ନିଯୁକ୍ତି ପ୍ରକ୍ରିୟା ନିରପେକ୍ଷ ହେବ ବୋଲି ଯେତେ କଥା କୁହା ଯାଇଥିଲା  ଗୋଗୋଇଙ୍କ ନେତୃତ୍ୱରେ ଚାଲିଥିବା କଲୋଜିୟମର କାର୍ଯ୍ୟକଳାପ ସେସବୁକୁ ଭୁଲ ପ୍ରମାଣିତ କରିଦେଲା ।  ୨୦୧୫ରେ ହୋଇଥିବା ଚତୁର୍ଥ ବିଚାରପତି ନିଯୁକ୍ତି ଘଟଣାରେ ଆଉ ଗୋଟିଏ କଥା ଦେଖା ଦେଇଥିଲା ଯେ ସମ୍ବିଧାନ ସଂଶୋଧନ କରାଯାଇ ଯେଉଁ ଜାତୀୟ ଜୁଡିସିଆଲ ଆପଏଣ୍ଟମେଣ୍ଟ କମିଶନ ଗଠନ କରିବା କଥା କୁହାଯାଇଥିଲା ତାହାକୁ ଗୋଟିଏ ପାଖରେ ରଖି ବହୁ ବିଚାରପତି ବହୁ କଷ୍ଟକରି କଲୋଜିୟମ ପ୍ରକ୍ରିୟାରେ ନିଯୁକ୍ତି ହେଲେ କ’ଣ କ’ଣ ସବୁ ଭଲ ହେବ ସେ ବିଷୟରେ ବଖାଣିଥିଲେ । ବିଚାରପତି ମଦନ ଲୋକୁରଙ୍କ ପକ୍ଷରୁ ବାରମ୍ବାର ଯେଉଁ ମତ ଦିଆଯାଇଥିଲା ସେଥିରୁ ଅନୁଭବ ହେଉଥିଲା ଯେ ବିଚାରପତି ନିଯୁକ୍ତି ପ୍ରକ୍ରିୟାରେ କଲୋଜିୟମ ବ୍ୟବସ୍ଥା ହେଉଛି ଏକମାତ୍ର ସମ୍ବିଧାନ ସ୍ୱୀକୃତ ତଥା ଅନୁମତିପ୍ରାପ୍ତ ବ୍ୟବସ୍ଥା । ବାକି ଏଥିରେ ଯଦି କିଛି ପରିବର୍ତ୍ତନ କରାଯିବ ତାହେଲେ ତାହା ତାହା ଗୌଣ ଓ ସହାୟକ ଭାବେ କରାଯାଇ ପାରିବ । ଗତ ଦୁଇ ବର୍ଷ ମଧ୍ୟରେ ଦେଶର ବିଚାରପତିମାନଙ୍କ ନିଯୁକ୍ତି ଓ ବଦଳୀକୁ ନେଇ ଯେତିକି ବିବାଦ ଆସିଛି ତାହା ଯଦି ଏହି ବ୍ୟବସ୍ଥାକୁ ବିବାଦିତ କରିବାରେ ପର୍ଯ୍ୟାପ୍ତ ଭୂମିକା ତୁଲାଇ ପାରି ନାହିଁ ତେବେ ଗୋଗୋଇଙ୍କ ନେତୃତ୍ୱାଧୀନ କଲୋଜିୟମ ବ୍ୟବସ୍ଥା ଦେଶରେ କଲୋଜିୟମ ବ୍ୟବସ୍ଥାକୁ ରଖାଯିବାର ସମସ୍ତ ଯଥାର୍ଥତାକୁ ଶେଷ କରି ଦେଇଛି ।

ସାଧାରଣ ଜନତାର ଆଖି ଆଗରେ ଏବଂ ସରକାରୀ ଚାପରେ ସୃଷ୍ଟି ହୋଇଥିବବା ନ୍ୟାୟପାଳିକାର ସଂସ୍ଥାଗତ ଦୁର୍ବଳତା ଜଳଜଳ ହୋଇ ଦେଖାଯାଉଛି । ଏହା କେବଳ ଜଣେ ବ୍ୟକ୍ତିର ନୈତିକ ବିଫଳତା ବା କିଛି ଲୋକଙ୍କର ଭୁଲ ବିଚାରର ପରିଣାମ ନୁହେଁ । ଏହା ହେଉଛି ଗୋଟିଏ ସଂସ୍ଥାର ନିଜସ୍ୱ ଆଭ୍ୟନ୍ତରୀଣ ଶକ୍ତିହୀନତାକୁ ଗ୍ରହଣ କରିବାର ଅସମର୍ଥତା ମାତ୍ର । ଏହି ପରିପ୍ରେକ୍ଷୀରେ ନିରାଶାର ଆଉ ଏକ ଅତିରିକ୍ତ ସୂତ୍ର ହେଉଛି ଯେ  ଏହି ସଂସ୍ଥା ବା ଅନୁଷ୍ଠାନ ଏବେ ଏପରି ଜଣେ ବ୍ୟକ୍ତିଙ୍କ ନେତୃତ୍ୱରେ ପରିଚାଳିତ ହେଉଛି ଯିଏ କି ଏହି ଆଭ୍ୟନ୍ତରୀଣ ଦୁର୍ବଳତାକୁ ଭଲ ଭାବେ ଜାଣିଛନ୍ତି ଓ ଏହାକୁ ସୁଧାରିବା ପାଇଁ ଶପଥ ନେଇଛନ୍ତି ।

Comments

(-) Hide

EPW looks forward to your comments. Please note that comments are moderated as per our comments policy. They may take some time to appear. A comment, if suitable, may be selected for publication in the Letters pages of EPW.

Back to Top