ISSN (Print) - 0012-9976 | ISSN (Online) - 2349-8846

ମଇଳା ଉଠାଇବାର ଅଧିକାର

.

The translations of EPW Editorials have been made possible by a generous grant from the H T Parekh Foundation, Mumbai. The translations of English-language Editorials into other languages spoken in India is an attempt to engage with a wider, more diverse audience. In case of any discrepancy in the translation, the English-language original will prevail.

 

ସ୍ୱଚ୍ଛ ଭାରତ ଅଭିଯାନ, ଦୁଇଟି ଗୁରୁତ୍ୱପୂର୍ଣ୍ଣ ଘଟଣା ଉପରୁ ଆମର ଧ୍ୟାନ ହଟେଇବା ଉଚିତ୍ ହେବ ନାହିଁ । ପ୍ରଥମଟି ହେଉଛି, ମଇଳା ଉଠାଉଥିବା ଲୋକେ ଏବେ ଲୋକ ଲୋଚନକୁ ହଠାତ୍ ଆସିଛନ୍ତି । ଅତି ଉଚ୍ଚ ସ୍ତରରେ ଥିବା ରଜାନୀତିକ ବ୍ୟକ୍ତିତ୍ୱମାନେ ସେମାନଙ୍କ ସହ ସାଙ୍କେତିକ ଭାବେ ଯୋଡ଼ି ହେବାର ଯେଉଁ ସାମାଜିକ ବଦାନ୍ୟ ଦେଖାଇଛନ୍ତି ସେଥିପାଇଁ ତାହା ସମ୍ଭବ ହୋଇଛି । ଅନ୍ୟଟି, ଯାହାକି ଅଧିକ ମୂଲ୍ୟବାନ ଘଟଣା, ତାହା ହେଉଛି ମଇଳା ଉଠାଳିମାନଙ୍କର ଦାବୀ । ଯେତେବେଳେ ସେମାନେ ମଇଳା ଉଠାଇବାକୁ ଏକ ନିର୍ଦ୍ଧିଷ୍ଟ ପ୍ରକାର ଅଧିକାର ହିସାବରେ ସଜ୍ଞା ନିରୂପଣ କରୁଛନ୍ତି । କିନ୍ତୁ ମଇଳା ଉଠାଇବାକୁ ଏକ ଅଧିକାରରେ ରୂପାନ୍ତରିତ କରିବା ପାଇଁ ଯେଉଁ ନିର୍ଦ୍ଦିଷ୍ଟ ଦାବୀ ରହୁଛି ତାହା ହେଉଛି ଲୋକଦେଖାଣିଆ ଭାବେ ଏମାନଙ୍କ ସହ ଛିଡ଼ା ହେବାର ଯେଉଁ ପ୍ରସଙ୍ଗଟି ରହୁଛି ତାହାଠାରୁ ଭିନ୍ନ । ଏକଥା କହିବାର ଆବଶ୍ୟକତା ନାହିଁ ଯେ, ବଡ଼ ବଡ଼ ବ୍ୟକ୍ତିତ୍ୱଙ୍କ ପାଇଁ ମଇଳା ଉଠାଇବା ସାମାଜିକ ଏବଂ ବସ୍ତୁସ୍ଥିତି ଦୃଷ୍ଟିରୁ ଏକ ନିତିଦିନିଆ କାର୍ଯ୍ୟକଳାପର ଅଂଶ ନୁହେଁ । କିନ୍ତୁ ଅନ୍ୟପଟେ ମଇଳା ଉଠାଉଥିବା ଲୋକେ ଆବର୍ଜନା ସଂଗ୍ରହ କାର୍ଯ୍ୟକ୍ରମ ସହ ନିତିଦିନ ବନ୍ଧା । ଦ୍ୱିତୀୟ କଥାଟି ହେଉଛି ମଇଳା ଉଠାଉଥିବା ଲୋକେ ଏହି ‘କାରବାର’ଟିକୁ ନିଜ ପସନ୍ଦରେ ଆପଣେଇ ନାହାଁନ୍ତି । ସେମାନେ ଆବର୍ଜନା ସଂଗ୍ରହ ପାଇଁ ବାଧ୍ୟ ହୋଇଥାନ୍ତି । ଏହି ବାଧ୍ୟ ହେବା କଥାଟି ହିଁ ଗୋଟିଏ ପ୍ରଶ୍ନ ଉତ୍ଥାପନ କରେ, ଯଦି ବାଧ୍ୟବାଧକତା ଯୋଗୁଁ ମଇଳା ଉଠାଇବା କାମ କରାଯାଉଥାଏ ତେବେ ତାକୁ ଅଧିକାରର ମାନ୍ୟତା ମିଳିବ କେମିତି? ଏହି ଅଧିକାରର ଚରିତ୍ର କ’ଣ ରହିବ ତାକୁ ବୁଝିବା ଜରୁରୀ । ଉଦାହରଣ ସ୍ୱରୂପ ଜଣେ କେହି ପଚାରି ପାରେ ଯେ, ମଇଳା ଉଠାଇବା ସକାରତ୍ମକ ନା ନକାରତ୍ମକ ଅଧିକାର ।

କିଛି ପରିମାଣରେ ସାମାଜିକ ମୂଲ୍ୟ ହାସଲ କରିବା ପାଇଁ ସକ୍ଷମ କରିବାର ଏକ ଆୟୁଧ ହିସାବରେ ସକାରାତ୍ମକ ଦୃଷ୍ଟିରୁ ବ୍ୟକ୍ତିଗତ ଅଧିକାର ଗୁଡ଼ିକ ଦେଖାଯାଇ ଆସିଛି । ଏହି ଅଧିକାର ଗୁଡ଼ିକୁ ସମ୍ବିଧାନ ଦ୍ୱାରା ସ୍ୱୀକୃତ ଏବଂ ସେସବୁର ସୁରକ୍ଷା ପାଇଁ ଅନୁଷ୍ଠାନଗୁଡ଼ିକ କାମ କରିଥାନ୍ତି । ଏକ ସକାରାତ୍ମକ ଅବଲମ୍ବନ ହିସାବରେ ଏଇ ଅଧିକାରଗୁଡ଼ିକ ଗୋଟିଏ ଲୋକକୁ ସକ୍ଷମ କରାନ୍ତି ଯେମିତିକି ସେ ମୁକ୍ତ ଭାବେ ନିଜର କାମଗୁଡ଼ିକୁ ବାଛିପାରିବ । କାମ ସମ୍ପର୍କିତ ଅଧିକାରର ସ୍ୱାଭବଟି ନିର୍ଭର କରେ ଗୋଟିଏ ଲୋକ କେଉଁ ପ୍ରକାର ଶାରୀରିକ ପରିଶ୍ରମ କରୁଛି ତାହାରି ଉପରେ । ଯଦି କାମଟି ଭଲ ଏବଂ ସ୍ୱଚ୍ଛ ଓ ସ୍ୱାସ୍ଥ୍ୟକର କାର୍ଯ୍ୟକାରିବା ଅବସ୍ଥାରେ କରାଯାଉଛି ତେବେ ତାହା ଶ୍ରମ କରୁଥିବା ମଣିଷଟିକୁ ସମାନ ମାନବିକ ମୂଲ୍ୟ ଦେଉଛି ବୋଲି କୁହାଯିବ । ପୁନଶ୍ଚ ଉତ୍ତମ ଓ ସ୍ୱଚ୍ଛକାମଟି ପ୍ରତିଯୋଗୀତା ମୂଳକଭାବେ କେତେ ଆକର୍ଷଣୀୟ ହୋଇପାରୁଛି ଏଭଳି ସତକୁ ନେଇ ମଧ୍ୟ ନିରୂପିତ କରାଯାଇପାରିବ । ଏଭଳି ଗୁଣାତ୍ମକ କାମ ବା ଚାକିରୀ ଉପଲବ୍ଧ ହେଉଥିଲେ ପ୍ରତିଯୋଗୀତା ଭିତରକୁ ଅନେକ ଆଶାୟୀ ମଣିଷ ଆକର୍ଷିତ ହୋଇଆସନ୍ତି । ପ୍ରତିଯୋଗୀତା ମାଧ୍ୟମରେ ଭଲ କାମ ପାଇବା ଦ୍ୱାରା ବ୍ୟକ୍ତିଗତ ଓଜନ ଓ ସାମାଜିକ ମୂଲ୍ୟ ବଢ଼ିଥାଏ ।  ସେଥିପାଇଁ ଭଲ ଚାକିରୀ ପାଇଁ ପ୍ରତିଯୋଗୀତା ସାମାଜିକ ମୂଲ୍ୟରେ ଗୋଟିଏ ଉପରୁ ତଳର ଢ଼ାଞ୍ଚାଟିଏ ଆଣିଦେଇଥାଏ, ଯାହା ଆନୁଷ୍ଠାନିକ ଚାକିରୀ ବଜାରରେ ଗୋଟିଏ ନିର୍ଦ୍ଧିଷ୍ଟ ଚାକିରୀ ବା କାମ କରିବାର ଧାରା ସହ ଯୋଡ଼ି ହୋଇଯାଏ । ସାମାଜିକ ମୂଲ୍ୟ ହିସାବରେ ସମ୍ମାନଟି ଗୋଟିଏ କାମର ତଳ ଉପର ଢ଼ାଞ୍ଚାଟିର ସମୀକ୍ଷାଟି ଉପରେ ନିର୍ଭର କରେ । ଆଜିକାଲି କର୍ପୋରେଟ ବା ସରକାରୀ କ୍ଷେତ୍ରରେ ଚାକିରୀଗୁଡ଼ିକର ଅପେକ୍ଷାକୃତ ଅଧିକ ସାମାଜିକ ଖ୍ୟାତି ଥାଏ । ଏହିସବୁ ଅବସ୍ଥାଗୁଡ଼ିକ ହିଁ କାମ ପାଇଁ ଅଧିକାରର ଏକ ସକାରାତ୍ମକ ସଜ୍ଞା ନିରୂପଣ ପାଇଁ କ୍ଷେତ୍ର ଯୋଗାଇଥାଏ । ତେବେ ମଇଳା ଉଠାଳିମାନେ ଏଠି ଆଲୋଚନା କରାଯାଇଥିବା ଅବସ୍ଥା ଭିତ୍ତିରେ କ’ଣ ନିଜର ମଇଳା ଉଠାଇବା ଅଧିକାରଟିର ସଜ୍ଞା ନିରୂପଣ କରୁଛନ୍ତି? ୩ଟି କାରଣ ପାଇଁ ଏହାର ଏକ ସକାରାତ୍ମକ ଉତ୍ତର ଦିଆଯାଇ ପାରିବ ନାହିଁ ।

ପ୍ରଥମେ ଉଭୟେ ମଇଳା ଉଠାଳି ନିଜେ ଏବଂ ସାଧାରଣ ଭାବେ ସମାଜ ବିଚାର କରିଥାଏ ଯେ, ମଇଳା ଉଠାଇବା କାମଟି ଏକ ସାମାଜିକ ନିନ୍ଦନୀୟ କାର୍ଯ୍ୟ ଓ ନୈତିକ ଦୃଷ୍ଟିକୋଣରୁ ବଳପୂର୍ବକ ଏଭଳି କାର୍ଯ୍ୟଟି କରାଯାଇଥାଏ । ନାଗରିକ ସମାଜର ଲୋକେ, ଯାହାର ଆବର୍ଜନା ଏଇ ମଇଳା ଉଠାଳିମାନେ ସଂଗ୍ରହ କରିନ୍ତି ସେମାନଙ୍କୁ ସନ୍ଦେହ ଦୃଷ୍ଟିରେ ଦେଖଥାନ୍ତି । ଯଦି ଆମେ ଗୁରୁତ୍ୱର ସହିତ କହିବା ତେବେ ମଇଳା ଉଠାଇବା କାମଟି ନୈତିକ ଦୃଷ୍ଟିରୁ ଏକ ବାଧ୍ୟ କରି ହାସଲ କରାଯାଉଥିବା କାର୍ଯ୍ୟ । ଏହି କାମର ସ୍ୱଭାବ ଏମିତି ଯେ, ଆବର୍ଜନା କ୍ଷେତ୍ରକୁ ପ୍ରବେଶ କଲାବେଳେ ମଇଳା ଉଠାଳି ନିଜକୁ ଅନ୍ୟମଣିଷଙ୍କ ଠାରୁ ଭିନ୍ନ ବୋଲି ଭାବିଥାଏ । ଆବର୍ଜନା ବା ବର୍ଜ୍ୟବସ୍ତୁ ସଂଗ୍ରହ କରୁଥିବା ଲୋକଟିର ମାନବିକ ଓଜନଟିକୁ ବଢ଼ାଇବା କ୍ଷେତ୍ରରେ କୌଣସି ଦୃଷ୍ଟିରୁ ବି ମଇଳା ଉଠାଇବା କାମଟି ସାହାଯ୍ୟ କରିନଥାଏ । ଏଥିରୁ ତାକୁ ‘ସମ୍ମାନ’ ମଧ୍ୟ ମିଳେନି । ଏହି କାମର କୌଣସି ସାମାଜିକ ମୂଲ୍ୟ ମଧ୍ୟ ନଥାଏ । ଦ୍ୱିତୀୟଟିରେ ମଇଳା ଉଠାଇବା ବା ଆବର୍ଜନା ସଂଗ୍ରହ କରିବାର ଅଧିକାରଟି ଗୋଟିଏ ଚିନ୍ତା କରିବାର ପ୍ରତିବନ୍ଧକ ଆଡ଼କୁ ନେଇଯାଏ ଯେଉଁଥିରୁ ଜଣାପଡ଼େ ଯେ, ଜୀବନର ଅନ୍ୟ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ଥିବା ବୈଷମ୍ୟକୁ ବୁଝିବାରେ ଗୋଟିଏ ଲୋକ ତାହାର ନୈତିକ ଦକ୍ଷତା ହରେଇ ବସିଛି । ଯେଉଁମାନେ ମଇଳା ଉଠାଇବାକୁ ଏକ ଅଧିକାର ରୂପେ ବିଚାର କରନ୍ତି ସେମାନେ ଅନ୍ୟାନ୍ୟ କ୍ଷେତ୍ରରେ ଥିବା ବୈଷମ୍ୟଗୁଡ଼ିକୁ ଅଧିକ ସ୍ୱାଦିଷ୍ଟ ଭାବିବା ସହ ଅମାନବିକ ଜୀବନଯାପନର ଅବସ୍ଥାଗୁଡ଼ିକୁ ଅଧିକ ଯୁକ୍ତିସଙ୍ଗତ ଭାବନ୍ତି । ଏଇ କଥାର ଗୁରୁତ୍ୱ ଦେବାର ଆବଶ୍ୟକତା ନାହିଁ ଯେ, ମଇଳା ଉଠାଳିମାନେ ଗୋଠଛଡ଼ା ସ୍ଥାନମାନଙ୍କରେ ବାସ କରନ୍ତି, ଅଧିକାଂଶରେ ବସ୍ତିରେ ଏବଂ ନିଜ ଚେତନା ଭିତରେ ସେମାନେ ଅଲଗା ରହୁଥିବାର ଚିନ୍ତାଟିକୁ ନିଜ କାର୍ଯ୍ୟକାରିବା କ୍ଷେତ୍ରକୁ ନେଇଯାଆନ୍ତି ଯେଉଁଠି ଏହି ଚେତନାଟି ସୂକ୍ଷ୍ମ ଆବର୍ଜନାରୁ ଆର୍ଦ୍ର ଆବର୍ଜନାକୁ ପୃଥକ କରିବାର ଶ୍ରମ ସହ ମିଶିଯାଇଥାଏ।

ଅଲଗା ଅଲଗା ହୋଇ ରହିବାର ବିସ୍ତାରିତ ଦିଗଟିକୁ ମଇଳା ଉଠାଇବା ଅଧିକାର ବୁଝି ନଥାଏ । ଏହି ଗୋଷ୍ଠୀ ବାହାରେ ରହିବା ସ୍ଥିତିଟି ହିଁ ମଇଳା ଉଠାଳି ଭିତରେ ସାମାଜିକ ମୂଲ୍ୟର ଭାବନାଟିକୁ ଅଧିକ ତୀବ୍ର କରିଦେଇଥାଏ । ତୃତୀୟରେ ମଇଳା ଉଠାଇବା ଅଧିକାରଟି ଅଧିକ ଉତ୍ତମ ବିକଳ୍ପର ରାସ୍ତାଟିକୁ ବନ୍ଦ କରିଦେଇଥାଏ । ଏଇ କଥା ମଧ୍ୟ ସତ ଯେ, ଆଜିର ଦିନରେ ସ୍ୱଚ୍ଛ ଚାକିରୀର ବିକଳ୍ପ ମଧ୍ୟ ନଥିବା ଯୋଗୁଁ ମଇଳା ଉଠଳିମାନେ ଆବର୍ଜନା ଉଠାଇବାକୁ ବାଧ୍ୟ ହୋଇଥାନ୍ତି । ପ୍ରକୃତରେ ମଇଳା ଉଠାଇବା ଅଧିକାରଟିର ଉତ୍ପତ୍ତି ଏଭଳି ଏକ ସମ୍ପୂର୍ଣ୍ଣ ଦୁସ୍ଥସ୍ଥିତିରୁ ଆସିଛି, ଯେଉଁଠି ମଇଳା ଉଠାଇବା ଲୋକମାନେ ଏଭଳି ଏକ ଭୟ ଦ୍ୱାରା ଆତଙ୍କିତ ହୋଇଯାଇଛନ୍ତି ଯେ, ତାଙ୍କର ଏହି ମଇଳା ଉଠାଇବା କାମଟିକୁ ବି ବଡ଼ ବଡ଼ ଖେଳାଳୀମାନେ ନେଇଯାଇପାରନ୍ତି । ତେବେ ଏଭଳି ଏକ ଦାବୀ ଉପସ୍ଥାପନ କରିବାର ବାଧ୍ୟବାଧକତା ଯାହା ରହୁନା କାହିଁକି, ଯଦ୍ୱାରାକି ସେମାନେ ଏଭଳି ଏକ ଅଧିକାର ପାଇଁ ଦାବୀ ରଖୁଛନ୍ତି; ସେମାନଙ୍କୁ ଏକ ସକାରାତ୍ମକ ଦାବୀ ଉପସ୍ଥାପନ କରିବାକୁ ହେବ ଯାହା ସେମାନଙ୍କୁ ଏମିତି କାର୍ଯ୍ୟ ଉପଲବ୍ଧ କରାଇପାରୁଥିବ ଯାହା ସ୍ୱଚ୍ଛ ପ୍ରତିଯୋଗୀତା ମୂଳକ ଏବଂ ଆକର୍ଷଣୀୟ ଥିବ । - ଗୋପାଳ ଗୁରୁ

 

Comments

(-) Hide

EPW looks forward to your comments. Please note that comments are moderated as per our comments policy. They may take some time to appear. A comment, if suitable, may be selected for publication in the Letters pages of EPW.

Back to Top