ISSN (Print) - 0012-9976 | ISSN (Online) - 2349-8846

Error message

  • Notice: Undefined variable: rendered_rows in include() (line 15 of /public_html/www.epw.in/public/sites/all/modules/views_slideshow/contrib/views_slideshow_cycle/theme/views-slideshow-cycle-main-frame.tpl.php).
  • Notice: Undefined variable: css_id in include() (line 16 of /public_html/www.epw.in/public/sites/all/modules/views_slideshow/theme/views-slideshow-pager-field-field.tpl.php).
  • Notice: Undefined variable: field_item in include() (line 17 of /public_html/www.epw.in/public/sites/all/modules/views_slideshow/theme/views-slideshow-pager-field-field.tpl.php).
  • Notice: Undefined variable: css_id in include() (line 22 of /public_html/www.epw.in/public/sites/all/modules/views_slideshow/theme/views-slideshow-pager-field-field.tpl.php).
  • Notice: Undefined variable: field_rendered in include() (line 23 of /public_html/www.epw.in/public/sites/all/modules/views_slideshow/theme/views-slideshow-pager-field-field.tpl.php).

ବିଦାୟ ଥୋମାସ କୁକ୍

ଗୋଟିଏ ପୁରୁଣା କାଳିଆ ବ୍ୟବସାୟୀକ ଢ଼ାଞ୍ଚା ଏବଂ ଅସୁବିଧାରେ ଥିବା ସରକାରଟି ଯୋଗୁଁ ଥୋମାସ୍ କୁକ୍ ବିପର୍ଯ୍ୟସ୍ତ ହୋଇଯାଇଛି ।

The translations of EPW Editorials have been made possible by a generous grant from the H T Parekh Foundation, Mumbai. The translations of English-language Editorials into other languages spoken in India is an attempt to engage with a wider, more diverse audience. In case of any discrepancy in the translation, the English-language original will prevail.

ଅଧିକାଂଶ ସମୟରେ ଆମେ ଯାହା ଦେଖିଥାଉ ତାକୁ ଆମର ଦୃଷ୍ଟିଭଙ୍ଗୀ ନିର୍ଦ୍ଧାରିତ କରିଥାଏ । ଆମ ଭିତରେ ଲୋକ ଅଛନ୍ତି ଯେଉଁମାନେ ୧୯୪୮ ମସିହାରେ ଥୋମାସ କୁକଙ୍କ ଦ୍ୱାରା ସଂଯୁକ୍ତ ରାଜ୍ୟର ମାର୍କେଟ ହାରବରୋଠାରେ ଏକଦା ପ୍ରତିଷ୍ଠିତ ହୋଇଥିବା ବିଶ୍ୱର ସବୁଠାରୁ ପୁରଣା ଯାତାୟତ ପାଇଁ ଉଦ୍ଦିଷ୍ଟ କମ୍ପାନୀର ବିଫଳତାକୁ ଦେଖି କହିଲେ ଯେ, ଆଧୁନିକ ବ୍ରିଟିଶ ପୁଞ୍ଜିବାଦର ଆଧିକ୍ୟ ଏବଂ ଲଜ୍ଜାହୀନତାର ଏହା ଅନ୍ୟ ଏକ ଉଦାହରଣ । ବିଟ୍ରିଶ ଘରୋଇ ଷ୍ଟୋରଗୁଡ଼ିକ, ସ୍କଟଲ୍ୟାଣ୍ଡର ରୟାଲ ବ୍ୟାଙ୍କ ଅବା ଗ୍ଲୋଭର କମ୍ପାନୀର ବିଫଳତାଗୁଡ଼ିକ ପଛରେ ଥିଲା ସେମାନଙ୍କର ଉଚ୍ଚ ବେତନହାରୀ ପରିଚାଳକ ଅବା ମାଲିକମାନଙ୍କର ସମ୍ପୃକ୍ତ କମ୍ପାନୀଗୁଡ଼ିକୁ ବନ୍ଦ କରିଦେବା ପୂର୍ବରୁ ସମ୍ପତ୍ତିଗୁଡ଼ିକୁ ବିକ୍ରି କରିଦେବା ଏବଂ ପେନ୍ସନ୍ ଯୋଜନାଗୁଡ଼ିକୁ ଲୁଣ୍ଠିତ କରିବାର ନିଷ୍ପତ୍ତି । ଥୋମାସ କୁକ୍ ତା ହେଲେ କ’ଣ ଦ୍ରୃତତ୍ତ ଏବଂ ହୁଗୁଳା ପୁଞ୍ଜିବାଦର ସଦ୍ୟତମ ଶିକାର?

ନିଜ ଆୟବ୍ୟୟର ହିସାବ ଖାତାଟି ଅସୁବିଧାଜନକ ସ୍ଥିତିରେ ଥିବା ସତ୍ତେ୍ୱ ଥୋମାସ କୁକ କମ୍ପାନୀର ପରିଚାଳନା ପରିଷଦ ସେଥିରେ ଅଂଶଧନ ରଖିଥିବା ସବୁ ଲୋକଙ୍କୁ ପ୍ରାପ୍ୟ ପଇଠ କରିଥିଲେ ଏବଂ ମୂଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ପିଟର ଫ୍ରାଙ୍କହାଉଜରଙ୍କ ବେତନ ଏବଂ ଅନ୍ୟାନ୍ୟ ସୁବିଧାକୁ ବଢ଼ାଇ ଗତ ଚାରିବର୍ଷ ଭିତରେ ୮.୪ ନିୟୁତ ପାଉଣ୍ଡରେ ପହଁଞ୍ଚାଇଥିଲେ । ଅନୁସନ୍ଧାନ ହେବ ଯେ ପ୍ରକୃତରେ ପେନସନ ପାଣ୍ଠିକୁ ସୁରକ୍ଷିତ ରଖାଯାଇଥିଲା ନା ଅଡ଼ିଟରମାନେ କମ୍ପାନୀର ହିସାବ ବାହାରେ ଥିବା ବିଶେଷ ଜିନିଷଗୁଡ଼ିକର ମାତ୍ରାଧିକ ବ୍ୟବହାର କରିବା ଭଳି ବଡ଼ କାମଟିଏ କରିଥିଲେ? ଚାକିରୀ ହରାଇବା, ଛୁଟି ଦିବସ କମିଯିବା ଇତ୍ୟାଦି ବିଘଟନ ଭିତରେ ଜନ ଅସନ୍ତୋଷଟି ବଢ଼ିବ ଏଇଥିପାଇଁ କି ଯେ, ଯେଉଁ ଆର୍ଥିକ ସଂସ୍ଥାଗୁଡ଼ିକ ଏହି ସଂସ୍କାରର ବିଫଳତା ଲାଗି ଋଣ ବଜାରରେ ବାଜି ଲଗାଇଲେ ସେମାନେ ଦସ୍ୟୁ ଭଳି ଫାଇଦା ନେଇ ଚାଲିଯିବେ । ମାତ୍ରାଧିକ କାର୍ଯ୍ୟକଳାପ ଦ୍ୱାରା କମ୍ପାନୀର ଦୁଃଖ ବଢ଼ିଛି ନିଶ୍ଚୟ । କିନ୍ତୁ ଥମାସ କୁକ୍ କାହାଣୀଟି ଲାଭଖୋର ବ୍ୟବସାୟକୁ ନେଇ ଯେଉଁ ନୀତି ନୈତିକତାର କାହାଣୀ କୁହାଯାଇଥାଏ ତାହା ସହ ତାଳ ଖାଉ ନାହିଁ । ପେନ୍ସନ୍ ପାଣ୍ଠିର ଟ୍ରଷ୍ଟିମାନେ ଏମିତିକି ଉଦ୍ଧାର କରିବାର ପାଇଁ କର୍ତ୍ତୃପକ୍ଷଙ୍କ ପ୍ରସ୍ତାବଟି ଦୃଢ଼ଭାବେ ମନା କରି ଦେଇଥିଲେ ।

କିଛି ଲୋକ ଯୁକ୍ତି କରିପାରନ୍ତି ଯେ, ବ୍ରିଟେନ ଏବଂ ଇଉରୋପରେ ଥିବା ତ୍ରୁଟିପୂର୍ଣ୍ଣ ସମ୍ପର୍କର ସ୍ଥିତି ଯୋଗୁଁ କମ୍ପାନୀର ପତନ ହୋଇଛି । ଯେତେବେଳେ କମ୍ପାନୀ କର୍ତ୍ତୃପକ୍ଷ ବ୍ରିଟେନରେ ୯୦୦୦ ଚାକିରୀକୁ ବଞ୍ଚାଇବା ପାଇଁ ଏବଂ କମ୍ପାନୀକୁ ଉଦ୍ଧାର କରିବା ପାଇଁ ଜୀବନ ରେଖା ସଦୃଶ୍ୟ ୧୫୦ ନିୟୁତ ପାଉଣ୍ଡର ସରକାରୀ ସହଯୋଗ ପାଇଁ ଆବେଦନ କଲେ, ଅଡ଼ୁଆରେ ଥିବା ବିଟ୍ରେନର ବୋରିସ୍ ଜନସନ୍ ସରକାର ତାକୁ ପ୍ରତ୍ୟାଖ୍ୟାନ କରିଥିଲେ । ତାହା ବଦଳରେ ବ୍ରିଟିଶ ସରକାର ବିଭିନ୍ନ ଯାଗାରେ ଅଟକି ରହିଥିବା ଲକ୍ଷେ ପଚାଶ ହଜାର ଫିରିଙ୍ଗି ଛୁଟି କଟାଳିଙ୍କୁ ତୁରନ୍ତ ଘରକୁ ଫେରେଇ ଆଣିବା ପାଇଁ ଏକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ । ଏତିକି ବେଳେ ଜର୍ମାନୀର ହେସେନରେ ସଙ୍ଘୀୟ ସରକାର ଏବଂ ରାଜ୍ୟ ସରକାରମାନେ ଥୋମାସ କୁକ୍ ସଂସ୍କାର କମ୍ପାନୀର ଜର୍ମାନୀ ସଂସ୍ଥା କଣ୍ଡୋରକୁ ସହଯୋଗ କରିବା ପାଇଁ ଏକାଠି ହୋଇଥିଲେ ଏବଂ ମୂଳ ସଂସ୍ଥାଠାରୁ ପୃଥକ କରି ତିଷ୍ଠି ରହିବା ପାଇଁ ୩୮୦ ନିୟୁତର ଜର୍ମାନୀମୁଦ୍ରା ପ୍ରଦାନ କରିଥିଲେ । ଏହାଫଳରେ ବାହାରେ ଛୁଟି ମନାଉଥିବା ଜର୍ମାନୀ ନାଗରିକମାନେ ବିନା ଅସୁବିଧାରେ ନିଜ ଛୁଟିଟିକୁ ଉପଭୋଗ କରିଥିଲେ ଏବଂ ଯେଉଁ ବିମାନ ଗୁଡ଼ିକରେ ଫେରସ୍ତ ଟିକଟ କରିଥିଲେ ସେଥିରେ ହିଁ ଘରକୁ ଫେରିଥିଲେ ।

ଆଉ କିଛି ଲୋକ ତୁରନ୍ତ ଏହି ନିଷ୍କର୍ସରେ ପହଞ୍ôଚବେ ଯେ ଥମାସ କୁକ୍ ହେଉଛି ବ୍ରେଗଜିଟର ପ୍ରଥମ ଶିକାର । ବର୍ଷକ ତଳେ ଏହି କମ୍ପାନୀର ବାର୍ଷିକ ବିକ୍ରିର ମୂଲ୍ୟ ଥିଲା ୯ ବିଲିୟନ ପାଉଣ୍ଡ, ଗରାଖ ଥିଲେ ୧୯ ନିୟୁତ ଓ ସାରା ବିଶ୍ୱରେ ୨୨,୦୦୦ କର୍ମଚାରୀ । ସେପ୍ଟେମ୍ବର ୨୩, ୨୦୧୯ ଦିନ ଏହି କମ୍ପାନୀର ସବୁ ଦ୍ୱାର ବନ୍ଦ ହୋଇଗଲା । ଯେତେବେଳେ କି କମ୍ପାନୀର ହିସାବ ଖାତାରେ ୩୦୦ କୋଟି ପାଉଣ୍ଡର ଛିଦ୍ରଟିଏ ଦେଖିବାକୁ ମିଳିଥିଲା । ଗୋଟିଏ ଦୁର୍ବଳ ପାଉଣ୍ଡ, ବ୍ରେଗଜିଟ ଓ ଗରମ ପାଣିପାଗ ଯୋଗୁଁ ୨୦୧୯ରେ ବ୍ରିଟେନବାସୀ ବାହାରକୁ  ନଯାଇ ଘରେ ରହିଥିଲେ । ବ୍ରିଟେନରେ ଯୁଦ୍ଧକାଳୀନ ଗ୍ରୀଷ୍ମ ଋତୁ ଯୋଗୁଁ ଫଟକା ବାଜରରେ ପର୍ଯ୍ୟଟନ କ୍ଷେତ୍ରର ୫୦% ଅର୍ଥାତ୍ ୧୬୦୦ କୋଟି ପାଉଣ୍ଡ ପାଣିରେ ପଡ଼ିଯାଇଥିଲା । ଥମାସ କୁକଙ୍କ ସହ ଟୁଇ, ର‌୍ୟାନାୟାର ଏବଂ ଇଜିଜେଟ୍ ଭଳି କମ୍ପାନୀମାନେ ଅସୁବିଧାରେ ପଡ଼ିଥିଲେ । କିନ୍ତୁ ବ୍ରେଗଜିଟର ପୂର୍ବରୁ କମ୍ପାନୀର ସମସ୍ୟାଗୁଡ଼ିକ ଆରମ୍ଭ ହୋଇ ସାରିଥିଲା । ମାତ୍ର ଆଠ ବର୍ଷ ତଳେ କମ୍ପାନୀକୁ ୨୦୧୧ରେ ଜରୁରୀକାଳୀନ ବ୍ୟାଙ୍କ ଲୋନ ସହାୟତାରେ ଓ ୨୦୧୩ରେ ଅଂଶଧନ ଧରିଥିବା ଲୋକମାନଙ୍କ ଠାରୁ ୪୨୫ ନିୟୁତ ଟନର ପାଣ୍ଠି ସଂଗଠିତ କରି ଦେବାଳିଆ ହେବା ଅବସ୍ଥାରୁ ନିସ୍ତାର ପାଇଥିଲା ।

ଥମାସ୍ କୁକ୍ ଏମିତି କଥାର ପ୍ରଥମ ଶିକାର ହୋଇନଥିଲା । ଇଣ୍ଟରନେଟ୍ର ଶିକାରମାନଙ୍କ ମଧ୍ୟରେ କମ୍ପାନୀଟି ଶେଷ ବର୍ଗର ଶିକାର ଥିଲା । ଆଉ ଜଣେ ସେଭଳି ଇଣ୍ଟରନେଟର ଶିକାର ହୋଇଥିବା ମୋନାର୍କ ଏୟାରଲାଇନ୍ସର ପୂର୍ବତନ ପରିଚାଳନା ନିର୍ଦ୍ଦେଶକ ଟିମ୍ ଜିନ୍ସଙ୍କ ମତରେ, ‘ବୈଦ୍ୟୁତିକ ଦୁନିଆରେ ଏହି କମ୍ପାନୀଟି ଏକ ପୁରୁଣା କାଳିଆ ବ୍ୟବସାୟୀକ ଢ଼ାଞ୍ଚାକୁ’ ଧରି ବସିଥିଲା । ଅନେକ ଛୁଟି କଟାଳି କୌଣସି ଟ୍ରାଭେଲ ଏଜେଣ୍ଟକୁ ବ୍ୟବହାର ନ କରି ଛୁଟି ବିତାଇବାର ଯୋଜନାଟି, ଇଣ୍ଟରନେଟ ମାଧ୍ୟମରେ ସ୍ଥିର କରୁଛନ୍ତି । ଯାତ୍ରା ପରାମର୍ଶଦାତା ଏୟାର ବ୍ମବ୍ ଭଳି ସଂସ୍ଥାମାନେ ସ୍ୱାଧୀନ ଭାବେ ଯାତ୍ରୀ କରିବାଟିକୁ ବୈପ୍ଲବାତ୍ମକ ରୂପ ଦେଇପାରିଛନ୍ତି । ୫୦୦ଟି ଉଚ୍ଚସ୍ତରର ଶାଖା ଥାଇ ଏହି କମ୍ପାନୀର ସଂଗଠନଟି ବଜାରରେ ଉକ୍ରୃଷ୍ଟ ଧରଣର ଅର୍ଥନୀତି ସୃଷ୍ଟିକରିବା ଏବଂ ଉପରୋକ୍ତାମାନଙ୍କୁ ସହଜରେ ସେବା ଯୋଗାଇ ଦେଇଥିବା ଯୋଗୁଁ ନାଁ କରିଥିଲା । କିନ୍ତୁ ଅନ୍ଲାଇନ୍ ଟ୍ରାଭେଲ ଏଜେଣ୍ଟ ମାନଙ୍କଠାରୁ ତୀବ୍ର ପ୍ରତିଯୋଗୀତାର ସମ୍ମୁଖୀନ ହେବା ଯୋଗୁଁ କମ୍ପାନୀଗୁଡ଼ିକର ଶାଖାଗୁଡ଼ିକ ସମ୍ବଳ ଯୋଗାଇବା ପରିବର୍ତ୍ତେ ନିଜେ ଗୋଟିଏ ଗୋଟିଏ ବୋଝ ହୋଇଗଲେ । ଧମାସ୍ କୁକ୍ କିନ୍ତୁ ସେଇ ପୁରୁଣା କାଳିଆ ଢ଼ାଞ୍ଚା ଭିତରେ ରହିଲା  । ଗୋଟିଏ ଗ୍ରୀଷ୍ମକାଳୀନ ଅବକାଶ ପାଇଁ ପ୍ରକୋଷ୍ଠ ଗୁଡ଼ିକୁ ଆଗରୁ ନିଶ୍ଚିତ କରିବା ପାଇଁ ଅନେକ ମାସ ପୂର୍ବରୁ ଅଗ୍ରୀମ ପୈଠକରି ସୁନିଶ୍ଚିତ କରିବାର ଢାଞ୍ଚାଟିକୁ ପାଳି ଆସିଥିଲା । ନିମ୍ବଲର ଅନଲାଇନ ପ୍ରତିଯୋଗୀମାନେ ଅଧିକ ସୁବିଧାରେ ଏହି କାମଗୁଡ଼ିକ କରିପାରିଲେ ଏବଂ ଉପଭୋକ୍ତାମାନଙ୍କର ଚାହିଦା ଦେଇ ଠିକ୍ ବୁଝାମଣା ମଧ୍ୟ କରିପାରିଲେ ।

୧୮୪୧ ମସିହାରେ ଜଣେ ବାପଟିଷ୍ଟ ଧର୍ମପ୍ରଚାରକ ଥମାସ କୁକ୍ ଗୋଟିଏ ଏକ ସଂଯମତା ଉପରେ ଆୟୋଜିତ ସଭାରେ ଯୋଗଦେବା ପାଇଁ ୫୦୦ ଜୋକଙ୍କୁ ଯୋଗାଡ଼ କରି ଲିସେଷ୍ଟର ଠାରୁ ଲଫ୍ବୋରୋ ସହର ଯାଏଁ ଏକ ଦିନିକିଆ ଯାତ୍ରାରେ ଯାଇଥିଲେ । ଗୋଟିଏ ବିଟ୍ରିଶ ମୁଦ୍ରା ବିନିମୟରେ ଯାତ୍ରୀମାନେ ଟ୍ରେନ ଟିକେଟ୍, ଚା ଏବଂ ସଙ୍ଗୀତ ସୁବିଧା ପାଇପାରିଥିଲେ । ଥମାସ୍ କୁକ୍ ବ୍ରିଟେନରେ ପର୍ଯ୍ୟଟନ ଶିଳ୍ପର ପ୍ରତିଷ୍ଠା କରିଥିଲେ । କିନ୍ତୁ ବେଳେ ବେଳେ ପ୍ରଥମ ଉଦ୍ଦ୍ୟୋକ୍ତା ହେବା ଏବଂ ନିଜର ସମ୍ମାନ ଓ ପରମ୍ପରାର ସୁରକ୍ଷା କରିବା ବେଳେ ସମୟ ସହ ତାଳ ଦେଇ ଗତି କରିବା କଷ୍ଟକର ହୋଇଥାଏ । ପର୍ଯ୍ୟଟନରେ ମଧ୍ୟସ୍ଥତା କରୁଥିବା ଟ୍ରାଭେଲ ଏଜେନ୍ସିମାନେ ଯନ୍ତ୍ରଣାଦାୟକ ଅଧୋଗତି ଦେଇ ଗତି କରିଛନ୍ତି  । ଯେଉଁମାନେ ଥମାସ୍ କୁକଙ୍କ ଅପେକ୍ଷା କିଛି ଅଧିକ ଉନ୍ନତି କରିଛନ୍ତି, ସେମାନେ ଗୋଟିଏ ବିମାନବାହିନୀ ଏବଂ ହୋଟେଲ କମ୍ପାନୀ ସହ ଅଧିକ ଅନୁବନ୍ଧି , ଏବଂ ଟ୍ରାଭେଲ ଏଜେନ୍ସି ହିସାବରେ କମ ଜଣାପଡ଼ନ୍ତି : ଯେମିତିକି ଟୁଇ ଏବଂ ଘରୋଇ ମାଲିକାନାରେ ଚାଲିଥିବା ସନଉଇଙ୍ଗ । ଥମାସ୍ କୁକ୍ ବିମାନସେବା ବ୍ୟବସାୟରେ ପ୍ରବେଶ କରିଥିଲେ ଏବଂ ସେମାନଙ୍କର ୯୦ଟି ବିମାନ ଥିଲା କିନ୍ତୁ ସବୁ ସେବାଗୁଡ଼ିକୁ ଯୋଡ଼ି ଗୋଟିଏ ଢ଼ାଞ୍ଚା କାର୍ଯ୍ୟକାରୀ କରିବା କ୍ଷେତ୍ରରେ ସେମାନେ ଅସଫଳ ରହିଥିଲେ ।

ଏହା ମଧ୍ୟ ହୋଇପାରେ ଯେ, ଲିଲେଣ୍ଡ୍ ଟ୍ରକ୍ ଏବଂ ରାୟାଲ ଏନ୍ଫିଲ୍ଡ ମୋଟର ସାଇକେଲ ଭଳି ଥମାସ କୁକ୍ ଭାରତରେ ପୁନର୍ଜନ୍ମ ନେଇପାରେ । ଆର୍ଥିକ ସମସ୍ୟା ଭିତରେ କମ୍ପାନୀଟି ନିଜର ଭାରତୀୟ ବ୍ୟବସାୟକୁ ଭାରତରେ ଥିବା କମ୍ପାନୀଟିକୁ ୨୦୧୨ ମସହାରେ ବିକ୍ରି  କରିଦେଇଥିଲେ। ରାଜିନାମା ମୁତାବକ ଏହାର ଭାରତୀୟ ଶାଖାଟି କିଛି ବାର୍ଷିକ ପାଉଣା ବିନିମୟରେ ଏହି କମ୍ପାନୀର ନାଁଟିକୁ ୨୦୨୪ ଯାଏଁ ବ୍ୟବହାର କରିବା ପାଇଁ ଅନୁମତି ଥିଲା । ଥମାସ କୁକ୍ ଇଣ୍ଡିଆ ବର୍ତ୍ତମାନ ଭରତର ସବୁଠୁ ବଡ଼ ପର୍ଯ୍ୟଟନ କମ୍ପାନୀ । ୨୦୨୦ ମସିହାରୁ ଏହି କମ୍ପାନୀଟିର ନାକରଣରେ ପରିବର୍ତ୍ତନ ଆଣିବା ପାଇଁ ଏମାନେ ଯୋଜନା କରୁଥିଲେ । ଏବେ କିନ୍ତୁ ଏମାନେ ଅନିର୍ଦ୍ଦିଷ୍ଟ ସମୟ ପାଇଁ ଥମାସ କୁକ୍ ନାମର ବ୍ୟବହାର ପାଇଁ ସତ୍ତ୍ୱ ହାସଲ କରିବା ନିମାନ୍ତେ ବିଚାର କରିପାରନ୍ତି ଯଦ୍ୱାରା କି ବ୍ୟବସାୟୀକ ଢ଼ାଞ୍ଚାଟି ନହେଲେ ବି ନାଁଟିକକ ରହିବ ।

Comments

(-) Hide

EPW looks forward to your comments. Please note that comments are moderated as per our comments policy. They may take some time to appear. A comment, if suitable, may be selected for publication in the Letters pages of EPW.

Back to Top