ISSN (Print) - 0012-9976 | ISSN (Online) - 2349-8846

ଜଳବାୟୁ ଡାକରା

ସଂକ୍ରାମକ ଦୟା ଅପେକ୍ଷା ସୂଚନା ଉପରେ ଆଧାରିତ ଅଧିକ ପଦକ୍ଷେପ ହିଁ ଜଳବାୟୁ ସଂରକ୍ଷଣ ପାଇଁ ଜରୁରୀ ।

 

The translations of EPW Editorials have been made possible by a generous grant from the H T Parekh Foundation, Mumbai. The translations of English-language Editorials into other languages spoken in India is an attempt to engage with a wider, more diverse audience. In case of any discrepancy in the translation, the English-language original will prevail.

 

ସେପ୍ଟେମ୍ବର ୨୦ ରୁ ୨୩, ୨୦୧୯ ପ୍ରାୟ ଏକ ସପ୍ତାହ ବ୍ୟାପୀ ଜଳବାୟୁ ପରିବର୍ତ୍ତନ ଧର୍ମଘଟ ଅନୁଷ୍ଠିତ ହୋଇଥିଲା ତାହା ଗୋଟିଏ ପୁରୁଣା କଥାକୁ ମନେପକାଇଦେଉଛି : “ଆମେ ଏ ଧରିତ୍ରୀକୁ ଆମ ପୂର୍ବଜମାନଙ୍କ ପାଖରୁ ପାଇନାହୁଁ ବରଂ ଆମେ ତାକୁ ଆମ ପିଲାମାନଙ୍କ ପାଖରୁ ଧାର ସୂତ୍ରରେ ଆଣିଛୁ ।” ଏଭଳି ଏକ କଥା ଏହାର ଜଳବାୟୁର ସୁରକ୍ଷା ପାଇଁ ଯୁବ ସମର୍ଥକମାନଙ୍କର ଆବଶ୍ୟକତାକୁ ବହୁତ ଭଲଭାବେ ପ୍ରତିପାଦନ କରୁଛି । କେବଳ ଗୋଟିଏ ନିର୍ଦ୍ଧିଷ୍ଟ ଦେଶ ଭିତରେ ନୁହଁ ବରଂ ସମଗ୍ର ବିଶ୍ୱରେ ଜଳବାୟୁ ସଂରକ୍ଷଣ ପ୍ରସଙ୍ଗକୁ ନେଇଥିବା ପିଢ଼ି ପିଢ଼ି ମଧ୍ୟରେ ଥିବା ଉତ୍ତରଦାୟୀତ୍ୱକୁ ବ୍ୟାପକଭାବେ ପ୍ରତିପାଦନ କରୁଛି । ଉଭୟ ଦୃଶ୍ୟପଟ୍ଟରେ ସାମୁହିକ ଏବଂ ସମନ୍ନିତ ପଦକ୍ଷେପ ଦ୍ୱାରା ଜଳବାୟୁର ସଂରକ୍ଷଣକୁ ଏକ ଜନହିତକର କାର୍ଯ୍ୟ ହିସାବରେ ଦେଖାଗଲାବେଳେ ପ୍ରତିବନ୍ଧକ ସାଜୁଛି ଜଳବାୟୁକୁ ଦୂଷିତ କରିଆସୁଥିବା ପକ୍ଷମାନଙ୍କର ଐତିହାସିକ ଦାୟୀତ୍ୱବୋଧ । ଯେଉଁ ଧାରଣା ରହି ଆସିଛି ଯେ, ଯେଉଁମାନେ ଜଳବାୟୁକୁ କମ ଦୂଷିତ କରୁଛନ୍ତି ସେମାନଙ୍କର ପ୍ରତିକାର କ୍ଷେତ୍ରରେ କମ ଦାୟୀତ୍ୱ ରହିବ କିନ୍ତୁ ଯାହା ଦେଖାଯାଇ ଆସୁଛି ତାହା ଏହି ଯେ, ଅଧିକ ଦୂଷିତ କରୁଥିବା ଦେଶମାନଙ୍କ ତୁଳନାରେ ଉତ୍ତରଦାୟୀ ରହିବା ପାଇଁ ଏମାନଙ୍କ ଉପରେ ଅଧିକ ଚାପ ରହୁଛି ।

ଏଭଳି ଏକ ପୃଷ୍ଠଭୂମିରେ ଦେଖିଲେ ଖୁସି ଲାଗୁଛି ଯେ, ଦେଶସାରା ଭାରତର ସହରମାନଙ୍କରେ ଜଳବାୟୁ ସୁରକ୍ଷା ପାଇଁ ଯୁବକମାନେ ଅଣ୍ଟାଭିଡ଼ି ବାହାରକୁ ଆସୁଛନ୍ତି । କିନ୍ତୁ ଠିକ୍ ଏହି ସମୟରେ ଆଉ ଏକ ଉଦ୍ବେଗ ମଧ୍ୟ ବଢ଼ୁଛି ଯେ, ପ୍ରତିବାଦର କାର୍ଯ୍ୟସୂଚୀଟି ଜଳବାୟୁ ପ୍ରଶାସନ ପ୍ରସଙ୍ଗରେ ଓ ତାହାର ଆତ୍ମା ସହିତ ଜଡ଼ିତ ପ୍ରସଙ୍ଗ ଗୁଡ଼ିକରରେ ଲୁଚି ରହିଥିବା ରାଜନୀତିଟିକୁ ଉପଯୁକ୍ତ ଭାବେ ମୁକାବିଲା କରିପାରିବେନି । ଗତ ଦଶବର୍ଷରୁ ଅଧିକ ସମୟ ଭିତରେ ଜଳବାୟୁ ପରିବର୍ତ୍ତନ ପ୍ରସଙ୍ଗରେ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ଆବେଦନ କରୁଥିବା ଲୋକମାନେ ମାନବିକ ଅଧିକାର ଉଲ୍ଲଙ୍ଘନ ସମ୍ପର୍କୀତ ଆଇନଗୁଡ଼ିକ ବ୍ୟବହାର କରୁଛନ୍ତି । ଅଧିକାର ଭିତ୍ତିକ ଉପାୟର ସଫଳତାକୁ ନେଇ ଆବେଦନକାରୀମାନଙ୍କ ଏବଂ ଭାଗୀଦାରମାନଙ୍କର ବିଭିନ୍ନ କାରଣ ଯୋଗୁଁ ଯେଉଁ ଆଶାବାଦ ରହୁଛି ତାକୁ ସାବଧାନତାର ସହ ସମୀକ୍ଷା କରିବାକୁ ପଡ଼ିବ ।

ଉଦାହରଣ ସ୍ୱରୂପ ନିରାପଦ ଜଳବାୟୁର ‘ସମ୍ବନ୍ଧିତ ଲାଭ’ ଗୁଡ଼ିକୁ ନେଇ ଭୁଲ ଧାରଣା ରହି ଆସିଛି । ଏଭଳି ଏକ ପଦ୍ଧତିର ଭାରତୀୟ ପରିପ୍ରେକ୍ଷୀରେ କମ୍ ଉପଯୋଗୀତା ରହିବ । କୋଇଲା ଭିତ୍ତିକ ଶକ୍ତି ପ୍ରକଳ୍ପ ବଦଳରେ ସୌର ଏବଂ ବାୟୁ ଭଳି ଅକ୍ଷୟ ଶକ୍ତିର ବ୍ୟବହାର ମାଧ୍ୟମରେ ନିସନ୍ଦେହ ବାୟୁମଣ୍ଡଳକୁ ଅଙ୍ଗାରକାମ୍ଳ ଗ୍ୟାସ ଛାଡ଼ିବାର ପରିମାଣକୁ ହ୍ରାସ କରାଯାଇ ପାରିବ । ତେବେ ଏହାଦ୍ୱାରା ନିଯୁକ୍ତି ସୃଷ୍ଟି ହେଲା ଭଳି “ସମ୍ବନ୍ଧିତ ଲାଭ” ମିଳିପାରିବ କି ନାହିଁ ତାହା ଏକ ପ୍ରଶ୍ନବାଚୀ । ଇଣ୍ଟିଗ୍ରେଟେଡ଼ ରିସର୍ଚ୍ଚ ଏଣ୍ଡ୍ ଆକସନ୍ ଫର ଡେଭଲପମେଣ୍ଟର ପ୍ରତିଷ୍ଠିତ ବିଦ୍ୱାନମାନଙ୍କ ଦ୍ୱାରା ୨୦୧୬ରେ ପ୍ରକାଶିତ ଏକ ଆଲେଖ୍ୟରେ କୋଲ ଇଣ୍ଡାଆର ଉତ୍ପାଦନଶୀଳତାକୁ ଆକଳନ କରି ୨୦୧୪-୧୫ ମସିହାରେ ପରିସଂଖ୍ୟାନକୁ ଆଧାର କରି କୁହାଯାଇ ଥିଲା ଯେ, ପ୍ରତିଟି କର୍ମଚାରୀ କାର୍ଯ୍ୟ ଘଣ୍ଟା ପିଛା ୦.୭୫ ଟନ କୋଇଲା ଉତ୍ପାଦନ ହୋଇପାରିବ । ଏଇ ହାରରେ ଅକ୍ଷୟ ଉର୍ଜା  ତୁଳନାରେ ଗୋଟିଏ ତାପଜ ବିଦ୍ୟୁତ ପ୍ରକଳ୍ପରେ ଅଧିକ ନିଯୁକ୍ତି ମିଳିଥାଏ । ଉଦାହରଣ ସ୍ୱରୂପ ଗୋଟିଏ ମେଗାୱାଟ ଫୋଟୋ ଭୋଲଟାଇକ୍ ସୌରଶକ୍ତି ପ୍ରକଳ୍ପ ପାଇଁ ୪ ମାସ ପାଇଁ ୨୦ଟି ଲୋକର ଆବଶ୍ୟକତା ଥାଏ । ଏମିତିକି ଯୁକ୍ତରାଷ୍ଟ୍ର ଆମେରିକାରେ ଏକ ହାରାହାରି କୋଇଲା ପ୍ରକଳ୍ପରେ କାମ କରୁଥିବା ଲୋକମାନଙ୍କ ତୁଳନାରେ ଭାରତର ତାପଜ ପ୍ରକଳ୍ପରେ ଅଧିକ ଲୋକ କାମ କରିଥାନ୍ତି । ଆମେରିକାରେ ୨୦୧୧ ମସିହାରେ ଗୋଟିଏ କର୍ମଚାରୀ କାର୍ଯ୍ୟଘଣ୍ଟା ପିଛା ୫.୨୨ କ୍ଷୁଦ୍ରଟନର ଉତ୍ପାଦନଶୀଳତା ଅଛି ବୋଲି ଆକଳନ କରାଯାଇଛି । ତାହେଲେ କ’ଣ ନିଯୁକ୍ତି ସୃଷ୍ଟି ପାଇଁ ଜଳବାୟୁ ସଂରକ୍ଷଣ ସହ ସାଲିସ କରାଯାଇ ପାରିବ କି?

ଯେଉଁ ବୈଚାରିକ ଢ଼ାଞ୍ଚାରେ ବିକାଶକୁ ନେଇ ଦକ୍ଷତାର ‘ପଦ୍ଧତି’ ରହିଛି ସେଠି ସ୍ୱଚ୍ଛ ପରିବେଶ/ନିରାପଦ ଜଳବାୟୁର ଉପଲବ୍ଧି ଓ ନିଯୁକ୍ତି ଉଭୟ ଏକ ଗୁଣାତ୍ମକ ଜୀବନର ନିର୍ଣ୍ଣାୟକ ଭାବେ କାମ କରିପାରନ୍ତି, ସୁତରାଂ ଗୋଟିଏ ଅନ୍ୟ ଗୋଟିକର ପରିପୂରକ ହୋଇପାରିବ ନାହିଁ । କିନ୍ତୁ ଯେଉଁ ଗୋଟିଏ ଦୃଶ୍ୟପଟ୍ଟରେ ମଣିଷମାନେ ସଂକୀର୍ଣ୍ଣ ଦକ୍ଷତାର ଢ଼ାଞ୍ଚା ଦ୍ୱାରା ଛନ୍ଦି ହୋଇ ଯାଇଛନ୍ତି, ସେଠି ଭବିଷ୍ୟତ ଅପେକ୍ଷା ବତ୍ତମାନକୁ ଏବଂ ଅଣ ସମ୍ପୃକ୍ତି କରିବା ଅପେକ୍ଷା ପ୍ରାଥମିକତା ପ୍ରଦାନ କରିବାକୁ ଅଧିକ ପ୍ରାଧାନ୍ୟ ଦିଆଯାଇଥାଏ । ତାହା ଉପରେ କ’ଣ ସବୁ ବିପଦ ଯୋଡ଼ା ହୋଇ ରହିଛି ତାହାର ନିର୍ବିଶେଷରେ ଜୀବିକାଟି ପ୍ରାଧାନ୍ୟ ପାଇଥାଏ । ଏଭଳି ଏକ ମୂହୁର୍ତ୍ତରେ ସବୁଠାରୁ ଅଧିକ ଆବଶ୍ୟକୀୟ କାର୍ଯ୍ୟସୂଚୀ ହେବ ଯେ, ଯେମିତିକି ରାଷ୍ଟ୍ରକୁ ଉତ୍ତରଦାୟୀ କରାଯାଇପାରିବ ଯାହା ଫଳରେ ଲୋକମାନଙ୍କ ପାଇଁ ବିନିଯୋଗ ଏମିତି ବଢ଼ିବ ଯଦ୍ୱାରାକି ସେମାନେ ନିରାପଦ ଜଳବାୟୁ ସମେତ ଅନ୍ୟାନ୍ୟ ଅଧିକାରଗୁଡ଼ିକ ପାଇଁ ଦାବୀ ଉପସ୍ଥାପନ କରିବା, ହାସଲ କରିବା ଓ ସୁନିଶ୍ଚିତ କରିବା ପାଇଁ ସକ୍ଷମ ହୋଇପାରିବେ ।

ଜଳବାୟୁ ସଂରକ୍ଷଣ ପ୍ରତିଟି ଦେଶ ପାଇଁ ଏକ ଭିନ୍ନ ପ୍ରସଙ୍ଗ । ସ୍ଥାନୀୟ ଏବଂ ବିଶ୍ୱସ୍ତରର ବାସ୍ତବତା ଗୁଡ଼ିକୁ ଗୋଟିଏ ଦେଶ କିଭଳି ସାମ୍ନା କରୁଛି ତାକୁ ଭଲଭାବେ ନ ବୁଝି କେବଳ ସଂରକ୍ଷଣ ପାଇଁ ବିସ୍ତୃତ କାର୍ଯ୍ୟସୂଚୀଟିଏ ପ୍ରସ୍ତୁତ କରିବାର କୌଣସି ମୂଲ୍ୟ ନଥାଏ । ସେହି ଦୃଷ୍ଟିରୁ ଦେଖିଲେ ଭାରତରେ ଜଳବାୟୁ ଧର୍ମଘଟ ଗୋଟିଏ ହାତଛଡ଼ା କରାଯାଇଥିବା ସୁଯୋଗ ଥିଲା । ଜଳବାୟୁ ସୁରକ୍ଷାକୁ ନେଇ ରାଷ୍ଟ୍ରୀୟ ନିଷ୍କ୍ରିୟତା ଉପରେ ଗୁରୁତ୍ୱ ଦେଲାବେଳେ ଏହି ଧର୍ମଘଟ କିଛି ଜଳବାୟୁ ଶାସନ ବ୍ୟବସ୍ଥାକୁ ନେଇ ଥିବା ମୌଳିକ ଦ୍ୱନ୍ଦାତ୍ମକ ପ୍ରସଙ୍ଗଗୁଡ଼ିକୁ ଅଣଦେଖା କରିଥିଲେ । ସେ ଭିତରୁ ଗୋଟିଏ ପ୍ରସଙ୍ଗ ଥିଲା ସଂଯୁକ୍ତ ରାଷ୍ଟ୍ରର ଜଳବାୟୁ ସର୍ମ୍ପକୀତ ଏକ ବୁଝାମଣା । ଜଳବାୟୁ ପରିବର୍ତ୍ତନର ମୁକାବିଲା ପାଇଁ ଦେଶମାନଙ୍କର ଭିନ୍ନ ଭିନ୍ନ ଦକ୍ଷତା ଓ ଭିନ୍ନ ଭିନ୍ନ ଦାୟୀତ୍ୱ ଗୁଡ଼ିକୁ ସ୍ୱୀକାର କରିବା ସତ୍ତେ୍ୱ, ଲାଗୁଛି ଯେ, ଯେମିତିକି ଭିନ୍ନ ଭିନ୍ନ ଦେଶର ପ୍ରଦୂଷଣ ସୃଷ୍ଟି କରିବା ଓ ତୁଟାଇବାର ଐତିହାସିକ ଦାୟୀତ୍ୱଗୁଡ଼ିକରେ ଥିବା ଭିନ୍ନତାକୁ ହିସାବୁ ନିଆଯାଇ ନାହିଁ । କମ୍ ପ୍ରଦୂଷଣକାରୀ ଦେଶମାନଙ୍କଠାରୁ ଅଧିକ ପ୍ରଦୂଷଣକାରୀ ଦେଶମାନଙ୍କୁ ପ୍ରଦୂଷଣ ତୁଟାଇବାର ବଳକା ଦକ୍ଷତା ଗୁଡ଼ିକ ସ୍ଥାନାନ୍ତରିତ କରିବାର ସୁଯୋଗ ଥିଲେ ବି ଜାତୀୟ ସ୍ତରରେ ବିଭିନ୍ନ ଦେଶମାନଙ୍କ ପାଇଁ ନିରୂପିତ ପ୍ରଦୂଷଣର ବାଞ୍ଛନୀୟ ଆକଳନ ଯାହା ସବୁ ପ୍ରସ୍ତୁତ କରାଯାଇଛି, ସେ ସବୁର ସମୀକ୍ଷା ଆବଶ୍ୟକ ।

ଉଦାହରଣ ସ୍ୱରୂପ ୧୯୯୧ ଠାରୁ ୨୦୧୨ ମଧ୍ୟରେ ବାୟୁମଣ୍ଡଳରେ ଥିବା ଗ୍ରୀନହାଉସ ଗ୍ୟାସ ଭଣ୍ଡାରକୁ ଭାରତର ଅବଦାନ ମାତ୍ର ୦% । ଏହି ପୃଷ୍ଠଭୂମିରେ ଦେଖିଲେ ଗ୍ରୀନହାଉସ୍ ଗ୍ୟାସ ନିର୍ଗତଟି ଯାହା ୨୦୩୦ ସୁଦ୍ଧା ୩୦% ରୁ ୩୫% ଭିତରେ ରଖିବାପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି, ତାହା ଏକ ଉଚ୍ଚ ଆକାଂକ୍ଷା ଭଳି ଲାଗୁଛି । ଜଳବାୟୁକୁ ନେଇ ପ୍ରତିବାଦ କରୁଥିବା ଲୋକମାନେ ଏହି ଲକ୍ଷ୍ୟଧାର୍ଯ୍ୟର ଯଥାର୍ଥତାକୁ ନେଇ ଉଚିତ ପ୍ରଶ୍ନ ଉଠାଇ ପାରିଥାନ୍ତେ, ବିଶେଷ କରି ଯେତେବେଳେ ଭାରତର ଜାତୀୟ ଆୟ ହ୍ରାସ ପାଇଚାଲିଛି । ଏହି ସମ୍ବନ୍ଧରେ ପ୍ୟାରିସ୍ ବୁଝାମଣା ସ୍ୱାକ୍ଷରିତ ହେବା ଦିନଠାରୁ ଯେଉଁ ଲକ୍ଷ୍ୟଧାର୍ଯ୍ୟ କରାଯାଇଛି ସେଥିପାଇଁ ଆବଶ୍ୟକ ହେଉଥିବା ଅର୍ଥ ଓ ପ୍ରଯୁକ୍ତି ବିଦ୍ୟାପ୍ରତି ପ୍ରତିବଦ୍ଧତା ରହୁନଥିବା ବିଷୟକୁ ନେଇ ଉଦବେଗ ପ୍ରକାଶ କରାଯାଇପାରିଥାନ୍ତା । ଅଧିକ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯେ, ଏଇ ଧର୍ମଘଟକୁ ଏକ ସୁଯୋଗ ହିସାବରେ ନେଇ ଗ୍ରୀନ ହାଉସ ଗ୍ୟାସ ନିର୍ଗତ ହ୍ରାସ କରିବା କ୍ଷେତ୍ରରେ ଯେଉଁ ବୈଷମ୍ୟପୂର୍ଣ୍ଣ ନୀତି କାର୍ଯ୍ୟକାରୀ କରାଯାଉଛି ତାହା ବିରୁଦ୍ଧରେ ପ୍ରତିବାଦ କରାଯାଇ ପାରିଥାନ୍ତା ।

ଯୁବପିଢ଼ୀ ଭିତରେ ଜଳବାୟୁକୁ ନେଇ ସଚେତନତା ସୃଷ୍ଟି କରିବା ଆଜିର ସମୟରେ ନିଃସନ୍ଦେହ ଭାବେ ଏକ ବଡ଼ ଆବଶ୍ୟକତା । କିନ୍ତୁ ଏପରି କଲାବେଳେ ଗୋଟିଏ କଥା ମନେ ରଖିବାକୁ ହେବ ଯେ, ପରିବେଶ / ଜଳବାୟୁ ବାଦ୍ ଦେଲା ଭଳି ଏକ ସମ୍ବଳ ନୁହଁ ଏବଂ ଏହାର ସଂରକ୍ଷଣ କରିବାକୁ ହେଲେ ଏହାର ବ୍ୟବହାରର ବିଭିନ୍ନ ଦିଗଗୁଡ଼ିକୁ ବୁଝିବାକୁ ପଡ଼ିବ । ପ୍ରତିବାଦ ମାଧ୍ୟମରେ ଏକ ବିଶ୍ୱସ୍ତରର ‘ବନ୍ଧନ’ର ପ୍ରଦର୍ଶନ କରି କିଛି ଉତ୍ସାହ ସୃଷ୍ଟି କରାଯାଇପାରେ । କିନ୍ତୁ ଜଳବାୟୁ, ଶାସନକୁ ନେଇ ଥିବା ବାସ୍ତବ ସଂକଟ ଏହାଦ୍ୱାରା କେବେବି ସମାଧାନ ହୋଇପାରିବ ନାହିଁ ।

Comments

(-) Hide

EPW looks forward to your comments. Please note that comments are moderated as per our comments policy. They may take some time to appear. A comment, if suitable, may be selected for publication in the Letters pages of EPW.

Back to Top