ISSN (Print) - 0012-9976 | ISSN (Online) - 2349-8846

କାର୍ଯ୍ୟକାରୀତାରେ ସ୍ୱଚ୍ଛତାକୁ ଗୁରୁତ୍ୱ ଦେଉଛି କିଏ?

.

ଯେକୌଣସି ସମାଜ ଯାହା ବ୍ୟକ୍ତିବାଦର ଉଦାରୀନୀତି ଦ୍ୱାରା ବନ୍ଧା ଓ ଯଦ୍ୱାରାକି ବ୍ୟକ୍ତିଗତ ସ୍ୱାଧୀନତାକୁ ସୁରକ୍ଷା ଯୋଗାଇବା ପାଇଁ କିଛି ଅଧିକାର ମଧ୍ୟ ଥାଏ, ସେଠି କାର୍ଯ୍ୟକାରୀତାରେ ସ୍ୱଚ୍ଛତା ଅବଲମ୍ବନ କରିବାର ନୀତିଟି ସମ୍ପୂର୍ଣ୍ଣଭାବେ ଗୁରୁତ୍ୱପୂର୍ଣ୍ଣ । ଏହା କହିବା ଜରୁରୀ  ନୁହେଁ ଯେ କାର୍ଯ୍ୟକାରୀତାରେ ସ୍ୱଚ୍ଛତା ସୁନିଶ୍ଚିତ ହୁଏ ଯେତେବେଳେ ଉଭୟ ଅନୁସନ୍ଧାନକାରୀ ସଂସ୍ଥା (ପୁଲିସ) ଓ ଅନୁସନ୍ଧାନକୁ ସମର୍ଥନ କରୁଥିବା ସଂସ୍ଥା (ଭେଷଜ ବିଜ୍ଞାନୀ) ନିଜର ସ୍ୱଚ୍ଛ ଓ ଦକ୍ଷତା କାମ କରିବା ପ୍ରକ୍ରିୟା ଭିତରେ ସାବ୍ୟସ୍ତ କରିଥାନ୍ତି । ପୁଲିସ୍ କର୍ମଚାରୀ ଏବଂ ଭୋଷଜ ବିଜ୍ଞାନୀମାନଙ୍କ ଠାରୁ ଆଶା କରାଯାଏ ଯେ, ସେମାନେ ନିଜର ସ୍ୱତନ୍ତ୍ର ଜ୍ଞାନର ବ୍ୟବହାର କରି ତଥ୍ୟ ଉପସ୍ଥାପନ କରିବେ ଯାହା ଯେକୌଣସି ଯୁକ୍ତିଯୁକ୍ତ ସନ୍ଦେହର ଉଦ୍ଧ୍ୱର୍ରେ ରହିବ । ବିଶେଷ କରି ଅପରାଧିକ ଆଇନ ଭିତରେ ଯେଉଁ ପ୍ରଣାଳୀଗୁଡ଼ିକ ବ୍ୟବହାର କରାଯାଇଥାଏ, ଆଶା କରାଯାଏ ଯେ, ଜଣେ ବ୍ୟକ୍ତିକୁ ନ୍ୟାୟ ଦେବାରେ ତାହା ସକ୍ଷମ ହେବ । ଏହି ଅର୍ଥରେ ହିଁ ସ୍ୱଚ୍ଛତାକୁ ନିମ୍ନ କଥାଟି ସହ ଯୋଡ଼ାଯାଇଛି: “ନ୍ୟାୟ କେବଳ ଦିଆଯିବ ନାହିଁ ବରଂ ନ୍ୟାୟ ଦିଆଯାଉଛି ବୋଲି ଜଣାପଡ଼ୁଥିବ ମଧ୍ୟ” ।

କାର୍ଯ୍ୟପ୍ରଣାଳୀର ସ୍ୱଚ୍ଛତା ଉପରେ ହିଁ ନ୍ୟାୟ ପ୍ରଦାନ ଗୁରୁତ୍ପପୂର୍ଣ୍ଣ ଭାବେ ନିର୍ଭର କରିଥାଏ । ଅପରାଧିକ ନ୍ୟାୟବ୍ୟବସ୍ଥାରେ ଯେଉଁ ସ୍ୱଚ୍ଛତା କଥା କୁହାଯାଉଛି ତାହା ପକ୍ଷପାତିତା ବିହୀନ ଓ ବୈଜ୍ଞାନିକ ବସ୍ତୁନିଷ୍ଠତା ଦ୍ୱାରା ନିର୍ଦ୍ଧାରିତ ହୋଇଥାଏ ଯାହା ଅନୁସନ୍ଧାନକୁ ସମର୍ଥନ କରୁଥିବା ସଂସ୍ଥା ଯଥା : ଭେଷଜ ବିଜ୍ଞାନର ପରୀକ୍ଷାଗାର, ଦୃଢ଼ନିଷ୍ଠ କାର୍ଯ୍ୟପ୍ରଣାଳୀ ଓ ନିରପେକ୍ଷ ଅନୁସନ୍ଧାନ କରୁଥିବା ସଂସ୍ଥାମାନଙ୍କ ଠାରୁ ଆଶା କରାଯାଇ ଥାଏ । ଏହି ଅନୁଷ୍ଠାନମାନଙ୍କଠାରୁ ଆଶା କରାଯାଇଥାଏ ଯେ, ସେମାନେ ତାଳମେଳ ଥିବା ତଥ୍ୟ ଉପସ୍ଥାପନ କରିବେ ଯାହାକୁ ଏପଟ ସେପଟ କରିବେ ନାହିଁ । ଅନ୍ୟପକ୍ଷରେ କହିବାକୁ ଗଲେ ତଥ୍ୟକୁ ଏପଟ ସେପଟ କରିବା ବା ନଷ୍ଟ କରୁଛନ୍ତି ବୋଲି ଯେମିତି ସେମାନଙ୍କ ବିରୋଧରେ ଅଭିଯୋଗ ଆସିବ ନାହିଁ ।

ଅନୁସନ୍ଧାନ ଗୋଟିଏ ଯାନ୍ତ୍ରିକ ପ୍ରକ୍ରିୟା ନୁହଁ ଏହି ପ୍ରକ୍ରିୟାରେ ଥିବା ଲୋକମାନଙ୍କର ବ୍ୟକ୍ତିଗତ ସଂକୀର୍ଣ୍ଣତା ଥାଏ ଏବଂ ଆବଶ୍ୟକୀୟ ଆନୁଷ୍ଠାନିକ ତାଲିମ ପାଇବା ସତ୍ତେ୍ୱ ସେମାନେ ତାକୁ ଅତିକ୍ରମ କରିପାରନ୍ତି ନାହିଁ । ପୁଲିସର ନିରପେକ୍ଷତାକୁ ସନ୍ଦେହ କରିବା ଓ ଅପରାଧକୁ ରାଜନୈତିକ ସୁରକ୍ଷା ଯୋଗଇବା କେବଳ ଭାରତ କାହିଁକି ସାରା ବିଶ୍ୱ ପାଇଁ ଏକ ସମସ୍ୟା ହୋଇ ରହିଆସିଛି । କିନ୍ତୁ ଏସବୁ ନ୍ୟାୟର ଚେହେରାକୁ ମଳିନ କରିଦିଏ ଏବଂ ଏମିତିକି ଅପରାଧିକ ଆଇନର ଗୁଣାତ୍ମକ ମାନକୁ ହ୍ରାସ କରିଦିଏ । କାର୍ଯ୍ୟକାରୀ କରିବା ପ୍ରକ୍ରିୟା ଓ ଦଣ୍ଡବିଧାନ ପ୍ରକ୍ରିୟାରେ ପକ୍ଷପାତ କରିବା ଦ୍ୱାରା ତଥ୍ୟ ଗୁଡ଼ିକୁ ଏପଟସେପଟ କରିଦିଆଯାଏ, ଯଦ୍ୱାରା କି ଅନୁସନ୍ଧାନରେ ବିଳମ୍ବ ହୁଏ ପରିଶେଷରେ ଅଭିଯୋଗ ପତ୍ର ଦାଖଲ କରିବାରେ ମଧ୍ୟ ବିଳମ୍ବ ହୁଏ । ପୁଲିସ୍ ଏବଂ ଭେଷଜ ବିଶାରଦମାନେ କିଛି ନୀତି ଏବଂ ପ୍ରଣାଳୀ ଭିତରେ କାମ କରୁଛନ୍ତି ତଥାପି ଭିତରର ଲୋକ ହିସାବରେ ସେମାନଙ୍କ ପାଖରେ କ୍ଷମତା ଓ ଜ୍ଞାନର ଶକ୍ତି ଥାଏ ଯାହାକି କେତେକ କ୍ଷେତ୍ରରେ ବିଶେଷ କରି ଅପରାଧିକ ନ୍ୟାୟବ୍ୟବସ୍ଥାରେ ନ୍ୟାୟ ପ୍ରାପ୍ତିର ପ୍ରତିବନ୍ଧକ ରୂପେ ଠିଆ ହୋଇଥାଏ । ଅନୁସନ୍ଧାନରେ ତୃଟି ଯୋଗୁଁ ଅପରାଧର ଗୁରୁତ୍ୱଟି ହ୍ରାସ ପାଇଥାଏ, ଯାହା ଫଳରେ ଦଣ୍ଡର ପରିମାଣ ମଧ୍ୟ ହ୍ରାସ ହୋଇଯାଇଥାଏ ଓ କେତେକ କ୍ଷେତ୍ରରେ ଅପରାଧୀମାନେ ମଧ୍ୟ ଦୋଷମୁକ୍ତ ହୋଇଯାଆନ୍ତି । ଏଭଳି ଦୋଷମୁକ୍ତ ହେବା କଥାକୁ ନେଇ କୌଣସି ଆତ୍ମସମୀକ୍ଷା ହୁଏ ନାହିଁ ବରଂ କିଛି ତଥାକଥିôତ ଦୋଷମୁକ୍ତ ମାନେ ସର୍ବସାଧାରଣରେ ଉତ୍ସବ ମନାଇଥାନ୍ତି । ଗୋଟିଏ ପକ୍ଷପାତିତାପୂର୍ଣ୍ଣ ଅନୁସନ୍ଧାନକାରୀ ସଂସ୍ଥା ଓ ଏହାର ପ୍ରଭାବିତ ମାନସିକତା ଏବଂ ଅପରାଧିକ ଆଇନ ବ୍ୟବସ୍ଥାରେ ଅନୁସରଣ କରାଯାଇଥିବା ପ୍ରଣାଳୀଗୁଡ଼ିକ ମଧ୍ୟରେ ଯେଉଁ ଦ୍ୱନ୍ଦ ଥାଏ ତାହା  ନ୍ୟାୟ ପ୍ରାପ୍ତି ପାଇଁ ଏକ ପ୍ରାଚୀର ସଦୃଶ୍ୟ ପ୍ରତିବନ୍ଧକ ରୂପେ ଛିଡ଼ା ହୋଇଯାଏ । ପୁଲିସ୍ ତଥ୍ୟକୁ ପ୍ରମାଣିତ କରୁଥିବା ଭେଷଜ ବିଶାରଦ ଏବଂ ଆଇନ ପରିଚାଳନାକାରୀ ସଂସ୍ଥାମାନଙ୍କ ଦ୍ୱାରା ଯେଉଁ ଅବସ୍ଥା ସୃଷ୍ଟି କରାଯାଇଥାଏ ତାହାଦ୍ୱାରା ହିଁ ନ୍ୟାୟର ‘ଭାଗ୍ୟ’ ନିରୂପିତ ହୁଏ । ଏହି ଅବସ୍ଥାଗୁଡ଼ିକର ନ୍ୟାୟିକ ବ୍ୟବସ୍ଥାର ଦକ୍ଷତା ବିଷୟବସ୍ତୁ ଏବଂ ସାରମର୍ମ ଉପରେ ପ୍ରଭାବ ପଡ଼ିଥାଏ ।

ଯେଉଁ ବ୍ୟକ୍ତିଟି ସାମାଜିକ ଅବା ଲିଙ୍ଗଗତ ପୃଷ୍ଠଭୂମି ନିର୍ବିଶେଷରେ ଆଇନ ପ୍ରଣାଳୀର କ୍ୱଚିତ୍ ସୁବିଧା ପାଇବାର ହକ୍ଦାର ତାହାର ସ୍ୱାଧୀନତାକୁ ନିଶ୍ଚିତ କରିବା କ୍ଷେତ୍ରରେ କାର୍ଯ୍ୟକାରୀ ପ୍ରଣାଳୀର ସ୍ୱଚ୍ଛତା ଗୁରୁତ୍ୱପୂର୍ଣ୍ଣ । ଏହି ସ୍ୱଚ୍ଛତା ସେମାନଙ୍କ ପାଇଁ ଅଧିକ ଗୁରୁତ୍ୱପୂର୍ଣ୍ଣ ଯେଉଁମାନେ ‘ନାଗରିକ ସମାଜ’ର ନୈତିକ ସ୍ୱଚ୍ଛତା ଉପରେ ଭରଷା କରିପାରିବେ ନାହିଁ । ଏଭଳି ସ୍ୱଚ୍ଛତା ସେମାନଙ୍କ ପାଇଁ ମଧ୍ୟ ଦରକାର ଯେଉଁମାନେ ରାଜନୀତିକୁ ସମୁଦାୟର ସଦସ୍ୟମାନଙ୍କ ଭିତରେ ସବୁଠାରୁ କମ୍ ଭାଗ୍ୟବାନ । ଏମାନେ ସମସ୍ତେ କାର୍ଯ୍ୟକାରୀତାର ସ୍ୱଚ୍ଛତାରେ ହକଦାର । କିନ୍ତୁ ସ୍ୱଚ୍ଛତାର ନୀତିଟା ସେଇ ଲୋକମାନଙ୍କ ପାଇଁ ଅତି ଗୁରୁତ୍ୱପୂର୍ଣ୍ଣ ଯେଉଁମାନେ ଆଧିପତ୍ୟ ଜାହିର କରୁଥିବା ଗୋଷ୍ଠୀମାନଙ୍କର ହିଂସା ଶିକାର ହେଉଛନ୍ତି । ଏଭଳି ସ୍ୱଚ୍ଛତା ସେମାନଙ୍କ ପାଇଁ ଅଧିକ ଗୁରୁତ୍ତ୍ୱ ବହନ କରିଥାଏ ଯେଉଁମାନେ ଅନୁଷ୍ଠାନ ଗୁଡ଼ିକ ଦ୍ୱାରା କ୍ଷତିଗ୍ରସ୍ତ ଓ ନିସ୍ପେଶିତ ଗୋଷ୍ଠୀମାନଙ୍କର ସଦସ୍ୟ । ଅନୁସନ୍ଧାନରେ ଅହେତୁକ ବିଳମ୍ବ ଯୋଗୁଁ ଅଭିଯୋଗପତ୍ର ଦାଖଲ ପ୍ରକ୍ରିୟାରେ ଯେଉଁ ବିଳମ୍ବହୁଏ ତାହା ଏଇ ସଂଘର୍ଷରତ ଲୋକମାନଙ୍କ ଭିତରେ ହତୋତ୍ସାହ ସୃଷ୍ଟି କରିଥାଏ । ତଥାପି ଏ ଅନୁଷ୍ଠାନମାନଙ୍କ ଉପରେ ସେମାନଙ୍କ ଭରଷାକୁ ଦୋହଲାଇ ହେବନାହିଁ । ଏଇ ଅନୁଷ୍ଠାନଗୁଡ଼ିକ ଉପରେ ଏଭଳି ବିଶ୍ୱାସ ରଖିବା ଅନୁସନ୍ଧାନ କରୁଥିବା ସଂସ୍ଥାମାନଙ୍କ ପ୍ରତି ଏକ ଆବେଦନ ସୃଷ୍ଟି କରିଦିଏ ଯେ ସେମାନେ ଯେମିତି ପକ୍ଷପାତ ରାଜନୀତି ଓ ରକ୍ଷଣଶୀଳ ମାନସିକତାକୁ ପ୍ରାଥମିକତା ଦେଇ ବୈଜ୍ଞାନିକ ତଥା ବସ୍ତୁନିଷ୍ଠ ପ୍ରକ୍ରିୟା ଗୁଡ଼ିକରେ ହସ୍ତକ୍ଷେପ କରିବେ ନାହିଁ ।

ଏଇ ଲୋକମାନଙ୍କ ମନରେ ଯୁକ୍ତିଯୁକ୍ତ ସନ୍ଦେହ ଓ ଦୁର୍ବଳ ତଥ୍ୟକୁ ନେଇ ସଂଶୟ ଥାଏ ଯେ, କାଳେ ତାହା ମାମଲାଟିକୁ ନ୍ୟୁନ କରିଦେବ । ଅନୁସନ୍ଧାନକାରୀ କର୍ମଚାରୀମାନଙ୍କ ଠାରୁ କେହି ବଦାନ୍ୟ ବ୍ୟବହାର ଆଶା କରୁନାହିଁ ଯଦିଓ ତାହା ସେମାନଙ୍କଠୁ ଆଶା କରାଯିବା କଥା । ପ୍ରକୃତରେ କିଛି ପୁଲିସ କର୍ମଚାରୀ ବିଭିନ୍ନ ସମୟରେ ଏଭଳି ମାନସିକତା ଦେଖାଇବାର ନିଦର୍ଶନ ରହିଛି । କିନ୍ତୁ ସର୍ବନିମ୍ନ ଏମାନଙ୍କଠୁ ଆଶା କରାଯାଏ ଯେ, ଅନୁସନ୍ଧାନ ପ୍ରକ୍ରିୟାରେ ସ୍ୱଚ୍ଛତାକୁ ସୁନିଶ୍ଚିତ କରିବା ପାଇଁ ସେମାନଙ୍କର କିଛି ଉଦବେଗ ରହିବ ।

Comments

(-) Hide

EPW looks forward to your comments. Please note that comments are moderated as per our comments policy. They may take some time to appear. A comment, if suitable, may be selected for publication in the Letters pages of EPW.

Back to Top