ISSN (Print) - 0012-9976 | ISSN (Online) - 2349-8846

ଉନ୍ମେଚିତ ହେଉଥିବା ଅର୍ଥନୈତିକ ମାନ୍ଦା ଅବସ୍ଥା

ଅର୍ଥନୀତିର ପୁନରୁତ୍ଥାନ ପାଇଁ ବର୍ତ୍ତମାନ ସମୟର ଆବଶ୍ୟକତା ହେଉଛି ବିସ୍ତାରବାଦୀ ଆବେଗ ।

 

The translations of EPW Editorials have been made possible by a generous grant from the H T Parekh Foundation, Mumbai. The translations of English-language Editorials into other languages spoken in India is an attempt to engage with a wider, more diverse audience. In case of any discrepancy in the translation, the English-language original will prevail.

 

ଚଳିତ ଆର୍ଥିକ ବର୍ଷର ପ୍ରଥମ ୩ ମାସରେ ପ୍ରକୃତ ସାମଗ୍ରିକ ଘରୋଇ ଉତ୍ପାଦନ (GDP) ର ଅଭିବୃଦ୍ଧି ହାର ୫ପ୍ରତିଶତକୁ ଖସିଆସିଛି । ନିକଟ ଅତୀତର ବର୍ଷ ମାନଙ୍କୁ ଯଦି ହିସାବକୁ ନିଆଯିବ ତେବେ ଏହା ହେଉଛି ସବୁଠାରୁ ନ୍ୟୁନତମ । ଉଭୟେ ଖାଉଟି ଏବଂ ପୁଞ୍ଜିନିବେଶ ଚାହିଦା ସମସ୍ୟା ଯୋଗୁଁ ଏଭଳି ନୈରାଶ୍ୟଜନକ ଅର୍ଥନୈତିକ ଅବସ୍ଥା ସୃଷ୍ଟି ହୋଇଛି । ଘରୋଇ ସର୍ବଶେଷ ଖାଉଟି ଖର୍ଚ୍ଚ (PFCE) ଯାହା ଗତବର୍ଷ ରୁ ୭.୩ ପ୍ରତିଶତ ଥିଲା ତାହା ଏ ବର୍ଷର ପ୍ରଥମ ୩ ମାସରେ ୩.୧ ପ୍ରତିଶତ ରହିଥିଲା । ପୂର୍ବରୁ PFCE ଅଭିବୃଦ୍ଧି ଏଇଭଳି ୨୦୧୬-୧୭ର ଚୁତର୍ଥ ତ୍ରୟମାସରେ ୪.୧ ପ୍ରତିଶତକୁ ଖସିଆସିଥିଲା, ଏବଂ ତାହା ବିମୁଦ୍ରାୟନ ଘୋଷଣାର ଠିକ୍ ପରବର୍ତ୍ତୀ ତ୍ରୟମାସିକରେ ଘଟିଥିଲା । ସାମଗ୍ରିକ ସ୍ଥାୟୀ ପୁଞ୍ଜି ଯୋଗଡ଼ରେ ମଧ୍ୟ ଅନୁରୂପ ଅଭିବୃଦ୍ଧିହାର ଦେଖାଦେଇଥିଲା ଯାହାକି ଚଳିତ ବର୍ଷର ପ୍ରଥମ ତ୍ରୟମାସିକରେ ୪ ପ୍ରତିଶତ ବଢ଼ିଥିଲା । ଏହି ଅଭିବୃଦ୍ଧି ଟି ବିଗତ ବର୍ଷ ୧୩.୩ ଥିଲା ବେଳେ ୨୦୧୬-୧୭ ମସିହାର ଶେଷ ତ୍ରୟମାସିକରେ ୨ ପ୍ରତିଶତ ଥିଲା ।

୨୦୧୯-୨୦ର ପ୍ରଥମ ତ୍ରୟମାସିକରେ ଦେଖାଯାଇଛି ଯେ, କୃଷି, ଖଣିଜ କ୍ଷେତ୍ର, ଏବଂ ପଥରକଳ ଓ ନିର୍ମାଣ ଭଳି ଅଧିକାଂଶ ଉତ୍ପାଦନ କ୍ଷେତ୍ରରେ ଅଭିବୃଦ୍ଧିକୁ ନେଇ ଗୁରୁତର ସମସ୍ୟା ସୃଷ୍ଟି ହୋଇଛି । ଏସବୁ ଭିତରେ ଅଧିକ ଗୁରୁତ୍ୱପୂର୍ଣ୍ଣ ରହିଛି ନିର୍ମାଣ କ୍ଷେତ୍ର ଯାହାର ସାମଗ୍ରିକ ମୂଲ୍ୟ ଯୁକ୍ତ ହେବା ଦିଗଟି ୦.୬ ପ୍ରତିଶତ ରହିଛି, ଯାହା ବିଗତ ବର୍ଷ ଏହି ସମୟରେ ୧୨.୧ ପ୍ରତିଶତ ଥିଲା । ତ୍ରୟମାସିକରେ ବୃହତ୍ଶିଳ୍ପମାନଙ୍କୁ ନେଇ ଶିଳ୍ପ ଉତ୍ପାଦନ ସୂଚାଙ୍କର ବର୍ଷ ପରେ ବର୍ଷ ଅଭିବୃଦ୍ଧିର ହାରକୁ ଦେଖିଲେ ଜଣାଯାଏ ଯେ, ତାହା ଏବେ ନଗନ୍ୟ ବା ନକାରାତ୍ମକ ରହିଛି । ବୟନଶିଳ୍ପରେ ୦.୧ ପ୍ରତିଶତ, ଚମଡ଼ା ଦ୍ରବ୍ୟ ୦.୨ ପ୍ରତିଶତ, କାଗଜ ଓ କାଗଜ ଜାତୀୟ ଦ୍ରବ୍ୟ (-) ୧୪.୨ ପ୍ରତିଶତ ଓ ବିଶ୍ୱଜିତ ପେଟ୍ରୋଲିୟମ୍ (-) ୨.୨ ପ୍ରତିଶତ, ଅଣଧାତବ ଖଣିଜ ଦ୍ରବ୍ୟ (-) ୧୧ ପ୍ରତିଶତ, ମାର୍ଜିତ ଧାତବ ପଦାର୍ଥ (-) ୯.୮ ପ୍ରତିଶତ, ବୈଦୁତିକ ସରଞ୍ଜାମ (-) ୪୬ ପ୍ରତିଶତ, ରାସାୟନିକ ଦ୍ରବ୍ୟ ୦.୩ ପ୍ରତିଶତ, ରବର ଓ ପ୍ଲାଷ୍ଟିକ ଦ୍ରବ୍ୟ (-) ୪.୧ ପ୍ରତିଶତ ଅନ୍ୟାନ୍ୟ ଯାନ୍ତ୍ରୀକ ସରଞ୍ଜାମ (-) ୧.୬ ପ୍ରତିଶତ, ମୋଟରଯାନ (-) ୮.୪ ପ୍ରତିଶତ ଏବଂ ଅନ୍ୟ ପରିବହନ ସରଞ୍ଜାମ (-) ୧.୭ ପ୍ରତିଶତ ଇତ୍ୟାଦିରେ ଅଭିବୃଦ୍ଧିଟି ସୀମିତ ରହିଲା । ଏହି ସବୁ ବୃହତ୍ ଶିଳ୍ପମାନଙ୍କର ଅଭିବୃଦ୍ଧି କ୍ଷେତ୍ରରେ ଯେଉଁ ବ୍ୟାପକ ମାନ୍ଦା ଅବସ୍ଥା ଦେଖାଗଲା ତାହା ପରବର୍ତ୍ତୀ ମଧ୍ୟବର୍ତ୍ତୀକାଳୀନ ତ୍ରୟମାସିକରେ ମଧ୍ୟ ଜାରି ରହିବ ।

ଅଭିବୃଦ୍ଧିର ଏହି ଅବସ୍ଥା କିଛି ସମୟ ହେବ ପରିଲକ୍ଷିତ ହୋଇଆସିଛି ବିଶେଷ କରି ଯେତେବେଳେ ନଭେମ୍ବର ୨୦୧୬ରେ ଏକ କୁପରାମର୍ଶର ପରିମାଣ ସ୍ୱରୂପ ବିମୁଦ୍ରାୟନର ଘୋଷଣା କରାଯାଇଥିଲା, ଏବଂ ଦ୍ରବ୍ୟ ଓ ଯେଉଁଦିନଠାରୁ ସେବା କର (GST)ର ତରବରିଆଭାବେ ରୂପାୟନ କରାଯାଇଥିଲା । ତେବେ ନିମ୍ନଗାମୀ ଧାରାଟି ଅଧିକ ବଢ଼ିପାରେ ଯଦି ସାଉଦି ଆରବର ସବୁଠାରୁ ବୃହତ୍ ତୈଳ ବିଶୋଧନ ସୁବିଧା ଥିବା ଆରାମକୋ ଉପରେ ଡ଼୍ରୋନ୍ ଆକ୍ରମଣ ଯୋଗୁଁ ପଶ୍ଚିମ ଏସିଆରେ ଅଶାନ୍ତି ସୃଷ୍ଟି ହୋଇ ଅନ୍ତଃରାଷ୍ଟ୍ରୀୟ ତୈଳଦରଟି ବକ୍ରିଳ ଗତିରେ ବଢ଼ିଚାଲିଛି ।

୨୦୧୭-୧୮ ମସିହାରେ ଯେଉଁ ସାମୟିକ ଶ୍ରମଶକ୍ତି ସର୍ବୋକ୍ଷଣ କରାଯାଇଥିଲା ତାର ଫଳାଫଳରେ ମଧ୍ୟ ଅର୍ଥନୈତିକ ମାନ୍ଦାବସ୍ଥାର ପ୍ରତିଫଳନ ଦେଖିବାକୁ ମିଳିଥିଲା । କାନ୍ଥରେ ଲେଖାଯାଇଥିବା କଥାଟି ସ୍ପଷ୍ଟ ଦିଶୁଛି । ଗ୍ରାମାଞ୍ଚଳର ୫.୮ ପ୍ରତିଶତ ପୁରୁଷ ଏବଂ ସହରାଞ୍ଚଳର ୭.୧% ପ୍ରତିଶତ ପୁରୁଷ ଓ ମହିଳାମାନଙ୍କ କ୍ଷେତ୍ରରେ  ୩.୮ ପ୍ରତିଶତ ଗ୍ରାମଞ୍ଚାଳରେ ଓ ୧୦.୮ ପ୍ରତିଶତ ସହରାଞ୍ଚଳରେ ବେରୋଜଗାର ରହିବାର ସୂଚନା ମିଳୁଛି । ଏଠି ମନେପକାଇ ଦିଆଯାଇପାରେ ଯେ, ୧୯୭୨-୭୩ ମସିହାରେ ଜାତୀୟ ନୁମନା ସର୍ବେକ୍ଷଣ ଆରମ୍ଭ ହେବା ଦିନଠାରୁ ଗତ ୪୫ ବର୍ଷ ଭିତରେ ଯେତେ ସର୍ବେକ୍ଷଣ କରାଯାଇଛି ସବୁଠାରୁ ଅଧିକ ବେରୋଜଗାର ହାର ଏହିଥର ଦେଖାଦେଇଛି ।

ବିଗିଡ଼ି ଚାଲିଥିବା ରୋଜଗାର ବା ନିଯୁକ୍ତି ଏବଂ ତତ୍ଜନିତ ଚାହିଦାର ସଙ୍କଟ ଯାହା ଅଧିକାଂଶରେ ଗ୍ରାମାଞ୍ଚଳରେ ଦେଖାଯାଉଛି ଏବେ ନିର୍ମାଣ କ୍ଷେତ୍ରରେ ବୃହତ୍ କରାବାରଗୁଡ଼ିକୁ ପ୍ରଭାବିତ କରିଛି । କିନ୍ତୁ ଯାହା ଅଧିକ ଚିନ୍ତାଜନକ ତାହା ହେଉଛି ଏହାର ପରିବର୍ତ୍ତଶୀଳ ପ୍ରଭାବ । ଯାନବାହାନ କ୍ଷେତ୍ରର ବିକ୍ରିର ଅଭିବୃଦ୍ଧିଟି ଗତ କିଛି ମାସ ଧରି ନିଷ୍କ୍ରିୟ ରହିଛି । ବୃହତ୍ ଅଟୋ କମ୍ପାନୀମାନେ ଯେମିତିକି ମାରୁତି ସୁଜୁକି, ଅଶୋକ ଲିଲେଣ୍ଡ ଏବଂ ଟାଟା ମୋଟରସ୍ ସେମାନଙ୍କର ‘ଅଣକାର୍ଯ୍ୟ’ ଦିବସ ଗୁଡ଼ିକୁ ବୃଦ୍ଧି କରି ଚାଲିଛନ୍ତି । ଯାହାର ଅନ୍ୟ ଅର୍ଥ ହେଉଛି ବିନା ଦରମାରେ ଛୁଟି । ସେମାନେ ଠିକାରେ ଦିଆଯାଉଥିବା କାର୍ଯ୍ୟ ଗୁଡ଼ିକୁ ହ୍ରାସ କରି ଚାଲିଛନ୍ତି । ଆନୁଷ୍ଠାନିକ କ୍ଷେତ୍ରର ଦଶା ଯଦି ଏଭଳି ଲାଗିରୁହେ ତେବେ ଅଣଆନୁଷ୍ଠାନିକ କ୍ଷେତ୍ରରେ କାହାଣୀ କେଉଁ ଭଳି ଥିବ ଭାବିଲେ ଚକିତ ଲାଗିବ ।

ଅଗ୍ରୀମ ଟିକସ ସଂଗ୍ରହ କ୍ଷେତ୍ରରେ ମଧ୍ୟ ଦେଖାଯାଇଥିବା ମାନ୍ଦାବସ୍ଥାର ତୀବ୍ରତା ପରିଦର୍ଶିତ । ନିକଟରେ ସାମ୍ନାକୁ ଆସିଥିବା ତଥ୍ୟରୁ ଜଣାପଡ଼ୁଛି ଯେ, ଚଳିତ ଆର୍ଥିକ ବର୍ଷରେ ସେପ୍ଟେମ୍ବର ମାସର ମଧ୍ୟବର୍ତ୍ତୀ ସମୟ ଯାଏ ଅଗ୍ରୀମ ଟିକସ ସଂଗ୍ରହର ଅଭିବୃଦ୍ଧି ୬ ପ୍ରତିଶତ ଥିଲା ଯାହା ଗତ ବର୍ଷ ଏହି ସମୟର ଅଭିବୃଦ୍ଧି ହାର ୧୮ ପ୍ରତିଶତ ଓ ୨୦୧୬-୧୭ର ଅଭିବୃଦ୍ଧି ହାର ୧୪ ପ୍ରତିଶତ ତୁଳନାରେ ଉଲ୍ଲେଖନୀୟ ଭାବେ ହ୍ରାସ ଘଟିଥିବା ସୂଚିତ କରୁଛି । ଯେହେତୁ ଏହି ଟିକସ୍ଗୁଡ଼ିକ ଯେତେବେଳେ ବି ଆୟରୁ ସଂଗ୍ରହ କରାହେଉଛି, ଏଥିରୁ ଜଣାପଡ଼ୁଛି ଯେ ସଂଗଠିତ କ୍ଷେତ୍ରରେ ଆୟର ଅଭିବୃଦ୍ଧି ଭୀଷଣ ଭାବେ ପ୍ରଭାବିତ ହୋଇଛି । ତେଣୁ କରି ଜଣାପଡ଼ୁଛି ଯେ, ଆର୍ଥିକ ବର୍ଷର ଦ୍ୱିତୀୟ ତ୍ରୟମାସିକଟି ପ୍ରଥମଠାରୁ ଅଧିକ ଭଲହେବ ନାହିଁ ।

ଭାରତର ରିଜର୍ଭବ୍ୟାଙ୍କ ଅନବରତ ରେପୋରେଟ୍ରେ ହ୍ରାସ କରି ଚାଲିଛନ୍ତି । ସଦ୍ୟତମ ହ୍ରାସଟି ୦.୩୫ ପ୍ରତିଶତ ପଏଣ୍ଟ ଥିଲା । ତହାର ଘୋଷଣା ଅଗଷ୍ଟ ମାସ ପ୍ରଥମ ସପ୍ତାହରେ କରାଯାଇଥିଲା । ଏପରି କରି ଆଶା କରାଯାଉଛି ଯେ, ବ୍ୟାଙ୍କ ଗୁଡ଼ିକ ତାଙ୍କୁ ମିଳୁଥିବା ଲାଭଟି ସେମାନଙ୍କର ଗ୍ରାହକ ମାନଙ୍କୁ ଦେବେ ଯାହାଫଳରେ ଶିଳ୍ପପତିମାନେ ନିବେଶ ପାଇଁ ଏବଂ ଖାଉଟିମାନେ ଖର୍ଚ୍ଚ କରିବା ପାଇଁ ଋଣର ଚାହିଦା ବଢ଼ାଇବେ । ସର୍ବଶେଷରେ ଗ୍ରାହକମାନେ ସାମ୍ନା କରୁଥିବା ସୁଧ ହାରରେ ହ୍ରାସ ଆଣିବା ସହ ହ୍ରାସ ପାଇଁ ଦିଆଯାଉଥିବା ନୀତି କ୍ଷେତ୍ରରେ ସ୍ପଷ୍ଟତା ନରହୁଥିବା ଯୋଗୁଁ ରିଜର୍ଭ ବ୍ୟାଙ୍କ, ବ୍ୟାଙ୍କମାନଙ୍କୁ ପରାମର୍ଶ ଦେଇଛନ୍ତି ଯେ, ସେମାନେ ଯେମିତି ଋଣ  ପ୍ରଦାନର ହାର ସହ ରେପୋରେଟକୁ ସଂକ୍ଳିଷ୍ଟ କରାଇବେ । ବ୍ୟାଙ୍କିଙ୍ଗ ଶିଳ୍ପଟି କିନ୍ତୁ ଅବାଗିଆ ପରିସ୍ଥିତି ଦେଇ ଗତି କରୁଛି ଯେହେତୁ ଅନ୍ୟାନ୍ୟ ସଞ୍ଚୟ ମାଧ୍ୟମଗୁଡ଼ିକ ପ୍ରତିଯୋଗୀତାମୂଳକ ଭାବେ କାମ କରୁଥିବା ଯୋଗୁ ବ୍ୟାଙ୍କରେ ସଞ୍ଚୟ ଅଭିବୃଦ୍ଧିର ହ୍ରାସ ଘଟୁଛି ।

ଅନ୍ୟପଟେ ସରକାର ମଧ୍ୟ ଅଗଷ୍ଟମାସ ଶେଷ ସପ୍ତାହଠାରୁ ଆରମ୍ଭ କରି କିଛି ଅର୍ଥନୈତିକ ପୁନରୁତ୍ଥାନ କାର୍ଯ୍ୟାକଳାପର ଘୋଷଣା କରିଛନ୍ତି ଯେଉଁଥିରେ ରହିଛି ପଚାଶ ହଜାର କୋଟି ଟଙ୍କାର ପୁଞ୍ଜି ପୁନଃ ଲଗାଣର ଦକ୍ଷତାଥିବା ଦଶଟି ରାଷ୍ଟ୍ରାୟତ ବ୍ୟାଙ୍କର ମିଶ୍ରଣ, ବିଦେଶୀ ପୋର୍ଟଫୋଲିଓ ନିବେଶକାରୀଙ୍କର ଉପରେ ଲାଗୁ ହୋଇଥିବା ଟିକସ୍ ବାହାରେ ଦାବୀ କରାଯାଉଥିବା ସରଚାର୍ଜକୁ ପ୍ରତ୍ୟାହାର କରିବା, ଯାନବାହାନ କ୍ଷେତ୍ର ପାଇଁ ସ୍ୱତନ୍ତ୍ର ପଦକ୍ଷେପ (୨୦୨୦ ମାର୍ଚ୍ଚ ଶେଷ ଯାଏଁ କ୍ରୟ କରାଯାଉଥିବା ବାଣିଜ୍ୟ ପରିବହନ ଯାନଗୁଡ଼ିକ ପାଇଁ ୧୫ ପଏଣ୍ଟର ଅତିରିକ୍ତ ଅବମୂଲ୍ୟାୟନ ହାର), ଗୃହ ନିର୍ମାଣ ଓ ରପ୍ତାନୀ କ୍ଷେତ୍ରପାଇଁ ରିହାତି ଓ ୪୦୦ ଜିଲ୍ଲାରେ ଲୋନ୍ ମେଳା ଏବଂ ମୂଳ କର୍ପୋରେଟ୍ ଟିକସ ହାରଟିକୁ ଯାହା ୩୦ ଥିଲା ତାକୁ ୨୨ ପ୍ରତିଶତକୁ ଆଣିବା ଇତ୍ୟାଦି ଯଦିଓ ଆହୁରି ଅଧିକ କିଛି ସରକାରଙ୍କ ଠାରୁ ଆଶା କରାଯାଏ ।

ଏହାସବୁ ହେଉଛି କ୍ଷୁଦ୍ର କ୍ଷୁଦ୍ର ଉଦ୍ୟମ । ଯେହେତୁ ଅର୍ଥନୀତିଟି ଅସ୍ୱଭାବିକଭାବେ ମାନ୍ଦା ଅବସ୍ଥା ଦେଇ ଗତି କରୁଛି ଯାହା ପଛରେ ଉଭୟ ଢ଼ାଞ୍ଚାଗତ ଓ ଗୋଟିଏ ସହ ଗୋଟିଏ ଯୋଡ଼ି ହୋଇଥିବା କାରଣମାନ ରହିଆସିଛି । ଯାହା ଆଜିର ସମୟରେ ଆବଶ୍ୟକ କରେ ତାହା ହେଉଛି ଏକ ବିସ୍ତାରବାଦୀ ଆବେଗର ସପକ୍ଷରେ ଗଲାଭଳି ଉଭୟ ମୁଦ୍ରା ଏବଂ ଆର୍ଥିକ ଅବସ୍ଥାକୁ ନେଇ ବୃହତ୍ତର ସ୍ତରରେ ନୀତିନିର୍ଦ୍ଧାରଣ କ୍ଷେତ୍ରରେ ଉଗ୍ର ପରିବର୍ତ୍ତନ ଆଣିବାକୁ ହେବ । ବିସ୍ତାରବାଦୀ ଆର୍ଥିକ ନୀତି ଗ୍ରାମାଞ୍ଚଳରେ ଉଭୟ ଖର୍ଚ୍ଚ  ଏବଂ ଅର୍ଥଲଗାଣ ପାଇଁ ପ୍ରୋତ୍ସାହନ ଯୋଗାଇବ, ଯାହା ହେଉଛି ଆଜିର ସମୟର ବଡ଼ ଆବଶ୍ୟକତା । ଟିକସ ଓ ରାଜସ୍ୱ ବୃଦ୍ଧିହାନୀ ଘଟିବାର ସମ୍ଭାବନା ଥିବା ଯୋଗୁଁ ସରକାରୀ ଖର୍ଚ୍ଚ ବଢ଼ାଇ ଅର୍ଥନୀତିର ପୁନଃରୁଦ୍ଧାର କରିବା ଏକ ବିରାଟ ଆହ୍ୱାନ ହୋଇଯାଇଛି। ତେବେ ଆର୍ଥିକ ଏକତ୍ରିକରଣର ନୀତିଟିକୁ ପୁଣି ଥରେ ପରଖି ନେବାକୁ ପଡ଼ିବ ।

Comments

(-) Hide

EPW looks forward to your comments. Please note that comments are moderated as per our comments policy. They may take some time to appear. A comment, if suitable, may be selected for publication in the Letters pages of EPW.

Back to Top