ISSN (Print) - 0012-9976 | ISSN (Online) - 2349-8846

କ୍ଷମତାର ଭାଷା ନା ଲୋକଙ୍କ ଭାଷା?

ଗୋଟିଏ ଭାଷାର ବର୍ଣ୍ଣକ୍ରମ ଦେଇ ଭାରତକୁ ଦେଖିବା ଓ ଚିହ୍ନିବା ବାଞ୍ଚାନୀୟ ନୁହେଁ ।

 

The translations of EPW Editorials have been made possible by a generous grant from the H T Parekh Foundation, Mumbai. The translations of English-language Editorials into other languages spoken in India is an attempt to engage with a wider, more diverse audience. In case of any discrepancy in the translation, the English-language original will prevail.

 

ହିନ୍ଦୀ ଦିବସରେ ଭାରତର ଗୃହମନ୍ତ୍ରୀ ମତ ରଖିଥିଲେ ଯେ, ହିନ୍ଦିକୁ ଭାରତର ପ୍ରମୁଖ ଭାଷା କରାଯାଉ, ଯାହା ଦେଶକୁ ଏକତ୍ରିତ କରାଇବ ଏବଂ ବିଶ୍ୱରେ ଏହାର ଏକ ପରିଚୟ ହୋଇରହିବ । ପୁଣି ଥରେ ଏକାପ୍ରକାର ପରିଚୟକୁ ଆଧାର କରି ଏକତା ଆଣିବାର ପ୍ରୟାସ କରାଯାଉଛି, ଯେତେବେଳେ କି ଗଭୀର ନୀତି ଆଧାରିତ ଏକ ପଥ ବାଛିବାପାଇଁ ଦେଶଟି ସଂକଳ୍ପ କରିଛି ଯଥା- ବିବିଧତା ଭିତ୍ତିରେ ଏକତା । ଯଦିଓ ମନ୍ତ୍ରୀ ଜଣକ ହିନ୍ଦୀ ଲଦିଦେବା ପାଇଁ କୌଣସି ଉଦ୍ୟମ ହେଉନାହିଁ ବୋଲି କହିଛନ୍ତି କିନ୍ତୁ ଅତୀତରେ ସେଭଳି କିଛି ଉଦ୍ୟମ ନିଆଯାଇଛି। ସେ ଭିତରେ ଅଛି ୨୦୧୯ର ଜାତୀୟ ଶିକ୍ଷାନୀତିର ଚିଠାରେ ହିନ୍ଦୀକୁ ଜବରଦସ୍ତ ଭତ୍ତି କରିବା ଯାହା ଅନେକଙ୍କ ମନରେ ଭୟ ସୃଷ୍ଟି କରିଛି ଯେ, “ଆମେ ହୁଏତ ଗୋଟିଏ ଦେଶ ଗୋଟିଏ ଭାଷା’ ଆଡ଼କୁ ଯାଉଛୁ ।

ଏଭଳି ଏକ ଡାକରା ଦ୍ୱାରା ଗୋଟିଏ ସତ୍ୟକୁ ଅଣଦେଖା କରାଯାଉଛି ଯେ, ସ୍ୱାଧୀନ ଭାରତରେ ରାଜ୍ୟଗୁଡ଼ିକର ପୁର୍ନଗଠନ ଭାଷା ଭିତ୍ତିକ ନୀତି ଦ୍ୱାରା କରାଯାଇଥିଲା । ଯାହା ଫଳରେ ଭାରତ ଏକ ‘ବିବିଧ ଭାଷାର ସଂଘ’ ଭିତ୍ତିରେ ଆତ୍ମପ୍ରକାଶ କରିଥିଲା । ଏଇ ଭିତରେ କିଛି ଦ୍ୱନ୍ଦ୍ୱ ନଥାଏ। ଯେହେତୁ ଜଣେ ନିଜକୁ ତାମିଲ କହିଲେ ବି ସେ ତଣେ ଭାରତୀୟ ସେ କଥାଟି ବୁଝାପଡ଼ୁଥାଏ । ‘ଗୋଟିଏ ଦେଶ’ ‘ଗୋଟିଏ ଭାଷା’ର ଆଳଙ୍କାରିକ ଉଚ୍ଚାରଣ ଦ୍ୱାରା ଭାଷା ଏବଂ ଆଞ୍ଚଳିକ ଭିନ୍ନତାକୁ ଅତିକ୍ରମ କରି ଏକ ଭାରତୀୟ ଜାତୀୟତାର ନିର୍ମାଣ ପଛରେ ଥିବା ବାସ୍ତବତାକୁ ଧୁମ୍ରାଭ କରିଦିଏ । ବର୍ତ୍ତମାନ ସୁଦ୍ଧା ବିବିଧତା ଆଧାରିତ ଢ଼ାଞ୍ଚାଟି କାମ କରିଆସିଛି । କିନ୍ତୁ ଜାତୀୟଭାଷା ହିସାବରେ କୌଣସି ଭାଷାକୁ ଲଦିଦେବାର ଯଦି ପ୍ରାୟସ କରାଯାଏ ତେବେ ତାହା ବିଭାଜନ, ସଂଘର୍ଷ ଏବଂ ଅନ୍ୟାନ୍ୟ ସମସ୍ୟା ସୃଷ୍ଟି କରିପାରେ ।

ଏମିତିରେ ବି ଭାଷା ଏକ ଗଣତାନ୍ତ୍ରିକ ବ୍ୟବସ୍ଥା ଯେଉଁଥିରେ ‘ଅନ୍ତଃର୍ନିହିତ ଭାବେ ବିବିଧତା’ ରହିଥାଏ ଏବଂ ଯେଉଁ ଲୋକମାନେ ତାକୁ ନିଜ କାମ ଏବଂ ଜୀବନରେ ବ୍ୟବହାର କରିଥାନ୍ତି ଓ ଶାଣିତ କରିଥାନ୍ତି, ସେମାନଙ୍କ ସହ ଗଭୀର ସଂଯୋଗ ସ୍ଥାପନ କରିଥାଏ । ଭାଷା ବଞ୍ôଚ ରହେ ଓ ତିଷ୍ଠିରହେ ଯଦି ଲୋକେ ନିଜେ ତିଷ୍ଠି ରୁହନ୍ତି । ଅନ୍ୟ ଅର୍ଥରେ କହିଲେ ଯଦି ସେମାନଙ୍କର ନିଜ ଅଞ୍ଚଳରେ ଜୀବିକା ଅର୍ଜନର ସୁବିଧା ସୁଯୋଗ ଥାଏ । ୨୦୧୦ର ଜନଭାଷା ସର୍ଭେକ୍ଷଣ ୭୮୦ଟି ଜୀବନ୍ତ ଭାଷାକୁ ଚିହ୍ନିଟ କରିଛି । କିନ୍ତୁ ସର୍ଭେରୁ ଜଣାପଡ଼ିଛି ଯେ, ଗତ ପାଞ୍ଚଟି ଦଶନ୍ଧି ଭିତରେ ପ୍ରାୟ ୨୨୦ଟି ଭାଷା ମୃତ୍ୟୁ ବରଣ କରିଛନ୍ତି । ଏହି ମୃତ୍ୟୁର କାରଣଟି ଭିତରେ ଯେଉଁ ସବୁ କଥା ଚିହ୍ନଟ କରାଯାଇଛି ସେ ଭିତରେ ରହିଛି ଅପ୍ରତ୍ୟାଶିତ ଦେଶାନ୍ତର ଏବଂ ବିସ୍ଥାପନ । ଆମର ଏହି ବ୍ୟାପକ ଭାଷାଗତ ବିବିଧତାକୁ ସ୍ୱୀକାର କରିବା ଓ ତାକୁ ନେଇ ମହୋତ୍ସବ ମନାଇବା ଭିତରେ, ଏତେ ସଂଖ୍ୟକ ଭାଷାର ଯେଉଁ ମୃତ୍ୟୁ ଘଟିଛି ସେ କଥାଟି ମଧ୍ୟ ମନେ ରଖିବାକୁ ପଡ଼ିବ ।

ଏଇ ଭଳି ଦେଶାନ୍ତର ପରିପ୍ରେକ୍ଷୀରେ ସବୁଗୁଡ଼ିକ ଅସ୍ଥିତ୍ୱ ହରାଇ ଏକ ହୋଇଯିବା ନୁହଁ ବରଂ ସହବସ୍ଥାନକୁ ପାଥେୟ କରି ଭାଷା ସମ୍ପର୍କୀତ ସମସ୍ୟା ଗୁଡ଼ିକ ସମାଧାନ କରାଯାଇପାରିବ । ବିବିଧ ଭାଷା କୁହାଯାଉଥିବା ସହରଗୁଡ଼ିକରେ ଗୋଟିଏ ପତିଆର ସମ୍ପର୍ଣ୍ଣ ଭାଷାର ଅସ୍ମିତାକୁ ଜାହିର କରିବା ଏବଂ ରାଷ୍ଟ୍ରର ନୀତି ଏବଂ ରାଜନୀତିରେ ଗୋଟିଏ ଭାଷାକୁ ଅଧିକ ମାନ୍ୟତା ଦେବା ଦ୍ୱାରା ସ୍ୱାଭାବିକ ସଂସ୍କୃତିକ ଅଦାନପ୍ରଦାନର ପ୍ରତିବନ୍ଧକ ଭାବେ ତାହା ଛଡ଼ା ହୋଇପାରେ । ଏଥି ସହିତ ବିବିଧ ଭାଷା ସଂସ୍କୃତିରୁ ପାରସ୍ପରିକ ଭାବେ ଶିକ୍ଷା ଗ୍ରହଣ କରିବା ବାଧା ପ୍ରାପ୍ତ ହୁଏ ଓ ପ୍ରତିରୋଧ ମଧ୍ୟ ସୃଷ୍ଟି ହୋଇପାରେ । ଏହା ବଦଳରେ ଆମେ ଜଣକର ମାତୃଭାଷା ଏବଂ ଭିନ୍ନ ଭିନ୍ନ ଅଞ୍ଚଳରେ ଥିବା ବିବିଧ ଭାଷାଗୁଡ଼ିକ ସହ କାହିଁକି ଦେବାନେବାର ପାରସ୍ପରିକ ସମ୍ପର୍କଟିଏ ସହଜରେ ପ୍ରତିଷ୍ଠା କରିପାରିବା ନାହିଁ? ଗୋଟିଏ ଭାଷାର ବୃଦ୍ଧି ସାଂସ୍କୃତିକ ଦେବାନେବା ଓ ଅଦଳବଦଳର ଭାବନା ଦ୍ୱାରା ସୁନିଶ୍ଚିତ କରାଯାଇ ପାରିବ କି? ନା ବିଭେଦ ସୃଷ୍ଟିକାରୀ ଗୋଟିଏ ଭାଷାକୁ ସମାନ୍ତରଳ ସ୍ଥିତିରେ ଥିବା ଅନ୍ୟ ସଂସ୍କୃତି ଏବଂ ବିଶ୍ୱଦର୍ଶନ ଗୁଡ଼ିକ ଉପରେ ଲଦିଦେଇ ଆମେ ଏହା କରିପାରିବା ?

ହିନ୍ଦୀକୁ ଗୋଟିଏ ଏକତ୍ରିକରଣ କରିବାର ଭାଷାରୂପେ ଉପସ୍ଥାପିତ କରାଯାଉଛି ଯାହା ଅଧିକାଂଶ ଲୋକେ କୁହନ୍ତି । ସେମାନଙ୍କର ଭାଷା ଅଧିକ ପୁରୁଣା ଏବଂ ଅଧିକ ସମ୍ବଳପୂର୍ଣ୍ଣ  କହିବା ସହ ଦକ୍ଷିଣ ଭାରତର ରାଜ୍ୟ ଗୁଡ଼ିକ ଯେଉଁ ଆପତ୍ତି ଉଠାଇଛନ୍ତି ତାହା ସହ ଆମେ ଏଇ କଥା ମଧ୍ୟ ପଚାରିପାରିବା ଯେ, ଆଜିର ହିନ୍ଦିକୁ କ’ଣ ଆମେ ଏକ ସର୍ବଭାରତୀୟ ଭାଷା କହିପାରିବା କି? ତାକୁ ଲଦିଦେବା ପରିବର୍ତ୍ତେ ହିନ୍ଦୀର ଜୈବିକ ଅଭିବୃଦ୍ଧି ପାଇଁ ଉଦ୍ୟମ କରାଯାଇପାରିବ କି? ନା ବନ୍ଧୁତ୍ୱପୂର୍ଣ୍ଣ ଜଣା ପଡ଼ୁନଥିବା ସଂସ୍କୃତିକରଣ ହେଇଥିବା ହିନ୍ଦୀ ଯାହା ନିଜର ପ୍ରଭୁତ୍ୱକୁ ଯାହିର କଲା ଭଳି ଦେଖାଯାଉଛି ତାକୁ କେବଳ ଅନ୍ୟମାନଙ୍କ ଉପରେ ଥୋପାଯାଇପାରିବ? ସାଧାରଣ ଲୋକେ ଯେଉଁ ମିଶ୍ରିତ ଏବଂ ଆପଣାର କରିବା ଭଳି ଭାଷା ବ୍ୟବହାର କରନ୍ତି ସେଠି ସରକାରୀ ହିନ୍ଦୀଟି ଦୂରେଇ ରଖିବା ଭଳି ଜଣାପଡ଼େ ଏବଂ ପରିହାସର ବିଷୟ ବସ୍ତୁ ହୋଇଥାଏ । ସାହିତ୍ୟ ଓ ହିନ୍ଦୀରେ ଥିବା ଲୋକପ୍ରିୟ ସିନେମାରୁ ଜଣାପଡ଼େ ଯେ, ଏଇ ଭାଷାକୁ ଜଟିଳ କରିବା ଓ ଏକ ମାର୍ଜିତ ସମ୍ପୂର୍ଣ୍ଣ ସ୍ଥିତିରେ ଏହାକୁ ରଖିବା ଦ୍ୱାରା ଏଇ ଭାଷାର ସମ୍ମାନ ବଢ଼ିନଥାଏ । ଏକ ବିଶୁଦ୍ଧ ହିନ୍ଦୀ ଯାହା ପଛରେ ଶ୍ରେଣୀ ଓ ଜାତିର ବୋଝଟିଏ ଥାଏ ଓ ଯାହାକୁ କ୍ଷମତାର ଭାଷା ରୂପେ ଦେଖାଯାଇଥାଏ ତାହା ଲୋକଙ୍କର ଭାଷା ହୋଇପାରିବ ନାହିଁ । ଏହାକୁ ସୀମିତ କରିବା ଓ ଅନ୍ୟମାନଙ୍କ ଉପରେ ଲଦିଦେବାର ଅନ୍ୟ ଅର୍ଥଟି ହେଉଛି ଯେ, ଅନେକ ‘ଭଗ୍ନୀ’ ଭାଷା ପାଇଁ ମୃତ୍ୟୁ ଘଣ୍ଟି ବଜାଇବା; ସେ ଉଦ୍ଧ୍ୱର୍ ହେଉ ଅବା ଏହାର ‘ଉପଭାଷା’ କୁହାଯାଉଥିବା ଅନ୍ୟ କିଛି ଉଦରସ୍ଥ କରାଯାଇଥିବା ଭାଷା ହେଉ, ଦ୍ରୃତଗତିରେ ପ୍ରସାରିତ ହେଉଥିବା ଭୋଜପୁରି ଭାଷା ହେଉ ଅବା ହଜି ହଜି ଯାଉଥିବା କୁମାୟନି ଭାଷା ହେଉ ।

ହିନ୍ଦୀ ଭାଷାଭାଷୀ ଅଞ୍ଚଳର ଅଧିକାଂଶ ହିନ୍ଦୀକୁ ପରିତ୍ୟାଗ କରିବା ପାଇଁ ଏବଂ ଇଂରାଜୀ କହୁଥିବା ଲୋକ ହିସାବରେ ଚିହ୍ନିତ ହେବା ପାଇଁ ଚାହାନ୍ତି । ଅଧିକାଂଶ ଲୋକେ ହିନ୍ଦୀ ଭାଷାଭାଷୀ ଲୋକ ହିସାବରେ ଥିବା ନିଜ ପରିଚୟଟିକୁ ବୋଝ ହିସାବରେ ଦେଖନ୍ତି ଯାହାଫଳରେ ଅନ୍ୟମାନଙ୍କଠୁ ସେମାନେ ନ୍ୟୁନ ଏଭଳି ଏକ ଜଟିଳତା ସେମାନଙ୍କ ମନ ଭିତରେ ଥାଏ । ଅଧିକାଂଶ ଯୁବକ ନିଜ ଜୀବନର କାର୍ଯ୍ୟକାରୀ ବର୍ଷଗୁଡ଼ିକ ଏଭଳି ଏକ ଜଟିଳତା ସହ ସଂଘର୍ଷ କରିବାରେ ବିତାଇଥାନ୍ତି । ସେମାନଙ୍କ ଜୀବନଟି ଚାପ ଭିତର ଦେଇ ଗତି କରିଥାଏ ଯେହେତୁ ଇଂରାଜୀ ଦ୍ୱାରା ହିଁ ସେମାନଙ୍କର ଜୀବିକା ଉପାର୍ଜନର ଦ୍ୱାର ଗୁଡ଼ିକ ଉନୁ୍ମକ୍ତ ହେବ ଓ ସେମାନେ ଉପରକୁ ଉଠିବା ସମ୍ଭବ ପର ବୋଲି ଭାବିଥାନ୍ତି । ତେଣୁ ଆଉ ଏକ ପ୍ରଶ୍ନ ପଚରା ଯାଇପାରେ ଯେ, ହିନ୍ଦୀ ଭାଷାଭାଷୀ ଲୋକଙ୍କ ଭିତରେ କାହିଁକି ଏହି ଭାଷାଠି ଯୋଗ୍ୟ ସମ୍ମାନ ପାଇପାରୁ ନାହିଁ । କାହିଁକି ସେମାନେ ନିଜ ଘରମାନଙ୍କରେ ହିନ୍ଦୀ ବଦଳରେ ଇଂରାଜୀକୁ ସ୍ଥାନ ଦେବାକୁ ଚାହୁଁଛନ୍ତି? ଗୋଟିଏ ଭାଷାକୁ ଲଦିଦେବା ଦ୍ୱରା ଅନ୍ୟ ଏକ ଭାଷାକୁ ନିଶ୍ଚିହ୍ନ କରାଯିବ ନାହିଁ ତ?

ପୁନଶ୍ଚ ଗୋଟିଏ ‘ଜୀବନର ଭାଷା’ ଓ ଗୋଟିଏ ‘ଶିକ୍ଷା ଆହରଣର ଭାଷା’ ମଧ୍ୟରେ ସେତୁ ସ୍ଥାପନ କରିବା ପାଇଁ ସେଭଳି କିଛି ଉଦ୍ୟମ ହେଉଛି କି? ମାତୃଭାଷାରେ ଶିକ୍ଷଣୀୟ ସମ୍ବଳ ତଥା ଜ୍ଞାନ ସୃଷ୍ଟି କରିବା ପାଇଁ କିଛି ଉଦ୍ୟମ ହେଉଛି କି? ନିଜ ଭାଷାରେ ଲେଖିବା  ଦ୍ୱାରା ବିଦ୍ୱାନ ଏବଂ ପଣ୍ଡିତମାନେ କିଛି ତୃପ୍ତି ଏବଂ ପ୍ରଶଂସା ପାଉଛନ୍ତି କି? ସାମାଜିକ ଅର୍ଥନୈତିକ ବିଭାଜନ ନିର୍ବିଶେଷରେ ଜନଗଣଙ୍କ ଭିତରେ ସଚେତନତା ସୃଷ୍ଟି କରିବା ପାଇଁ ନିଜ ସାହିତ୍ୟକୁ ରୁଦ୍ଧିମନ୍ତ୍ର କରିବା କ୍ଷେତ୍ରରେ କିଛି ଉଦ୍ୟମ ହେଉଛି କି? ଏଇ ଭାଷାର ପ୍ରୟୋଗ ଦ୍ୱାରା ନିଜକୁ ସକ୍ଷମ ମନେ କରୁଛନ୍ତି କି? ସମ୍ଭତଃ ଯାହା ଦରକାର ପଡ଼ୁଛି ତାହା ସମନ୍ୱୟ ପାଇଁ ଏକକ ଭାଷାକୁ ଅନ୍ୟମାନଙ୍କ ଉପରେ ଲଦି ଦେବା ନୁହଁ, ବରଂ ଏଭଳି ଏକ କ୍ଷେତ୍ର ପ୍ରସ୍ତୁତ କରିବା ଯଦ୍ୱାରା କି ସମନ୍ୱୟ ପାଇଁ ଲୋକେ ନିଜେ ଦିଗଦର୍ଶୀ କାରଣଗୁଡ଼ିକ ପାଇବେ । ଗୋଟିଏ ଭାଷା ନୁହଁ, ବହୁବିଧ ଭାଷା ହିଁ ଭାରତର ପରିଚୟ ହୋଇପାରିବ ।

 

Comments

(-) Hide

EPW looks forward to your comments. Please note that comments are moderated as per our comments policy. They may take some time to appear. A comment, if suitable, may be selected for publication in the Letters pages of EPW.

Back to Top