ISSN (Print) - 0012-9976 | ISSN (Online) - 2349-8846

ସ୍ୱୟଂସମ୍ପର୍ଣ୍ଣ ରାଜନୀତିକୁ ବୁଝିବା

.

The translations of EPW Editorials have been made possible by a generous grant from the H T Parekh Foundation, Mumbai. The translations of English-language Editorials into other languages spoken in India is an attempt to engage with a wider, more diverse audience. In case of any discrepancy in the translation, the English-language original will prevail.

 

ନିର୍ବାଚନୀ ରାଜନୀତିର ସମସାମୟିକ ଚର୍ଚ୍ଚାରେ ଆମେ ଦୁଇଟି ଅସ୍ୱାଭାବିକ ଧାରା ଦେଖିବାକୁ ପାଉ: ସମିଶ୍ରଣ ଓ ସ୍ୱାୟତ୍ତତା । ନିଜ ଭିତରେ ଅନ୍ୟମାନଙ୍କୁ ହଜେଇ ଦେବାର ଧାରାଟି ଭାରତୀୟ ଜନତା ପାର୍ଟି ସହ ଛନ୍ଦି ହୋଇଅଛି, ଯେଉଁ ଦଳ ନିଜ ଦଳ ଭିତରେ ଅନ୍ୟ ଦଳର ନେତା ମାନଙ୍କୁ ସାମିଲ କରାଇବାକୁ ନେଇ ଗର୍ବ ଅନୁଭବ କରନ୍ତି । ଏଥିଦ୍ୱାରା ଭାଜପା ନିଜର ସଂସଦୀୟ ଚରୀତ୍ରକୁ  ସୁନିଶ୍ଚିତ କରେ ଯେଉଁଥିରେ ନାମୀ ଦାମୀ ସୁବିଧାବାଦୀ ସମ୍ଭ୍ରାନ୍ତ ମାନଙ୍କର ଗୋଟିଏ ଦଳର ଉଚ୍ଚ ସ୍ତରରୁ ଆଉ ଗୋଟିଏ ଦଳର ଉଚ୍ଚ ସ୍ତରକୁ ସ୍ତାନାନ୍ତରୀତ ହେବାର ରାଜନୈତିକ ଘଟଣା ଦେଖାବାକୁ ମିଳେ । ଏହି ଅନୁପ୍ରସ୍ତିୟ ଚଳାଚଳ ଗଣତନ୍ତ୍ରର ସଜ୍ଞାକୁ ‘ରାଜକୀୟ’ ଶୈଳୀରେ ନୀରୂପିତ କରିଥାଏ। ଦୃଶ୍ୟପଟର ଅନ୍ୟପାଶ୍ୱର୍ରେ ଦେଖାଯାଏ ଯେ, ଯେଉଁ ନେତାମାନେ ସମାଜର ତଳ ସ୍ତରରେ ଥିବା ବଞ୍ଚିତ ବର୍ଗର ନେତୃତ୍ୱ ନେଉଛନ୍ତି ବୋଲି ଦାବୀ କରନ୍ତି ସେମାନେ ଏହି ବର୍ଗର ନିର୍ବାଚନୀ ଉପଯୋଗ ପାଇଁ ନିଜର ରାଜନୈତିକ ସ୍ୱାୟତ୍ତତାକୁ ବ୍ୟବହାର କରନ୍ତି । ଏହି ନେତାମାନେ ‘ସ୍ୱୟଂସମ୍ପନ୍ନ’ ରାଜନୈତିକ ବ୍ୟକ୍ତିତ୍ୱ ହିସାବରେ ସ୍ୱାଧିନଭାବେ ନିର୍ବାଚନ ଲଢ଼ିବାପାଇଁ ନିଜ ନିସ୍ପତ୍ତି ଅତି ସ୍ୱାଭାବିକ ଢ଼ାଞ୍ଚାରେ ନେଇଥାନ୍ତି । କିନ୍ତୁ ସ୍ୱୟଂସମ୍ପନ୍ନ ରାଜନୀତି କରିବାର ଦାବୀ ଯେତେବେଳେ କରାଯାଏ ସେଠି ଅସଲ ସନ୍ଦେହ ସୃଷ୍ଟି ହୋଇଥାଏ । ଜଣେ ଚିନ୍ତା କରିବାପାଇଁ ବାଧ୍ୟ ହୁଏ ଯେ ଏହିଭଳି ସ୍ୱାୟତ୍ତତାର ଦାବୀ ଆଢ଼ୁଆଳରେ କ’ଣ ସବୁ ଲୁଚିଛି ଆଉ କ’ଣ ସବୁ ଦେଖାଯାଉଛି ।

ଏହି ସ୍ୱାୟତ୍ତତାର ଦାବୀ ଯାହା ଦେଖାଇଥାଏ ତାହା ହେଉଛି ନିର୍ବାଚନ ସମୟରେ ତତକ୍ଷଣାତ୍ ପ୍ରସ୍ତୁତ କରାଯାଇଥିବା ରାଜନୈତିକ ମଞ୍ଚ ଯାହା କ୍ଷମତା ଦଖଲପାଇଁ ବିଶ୍ୱାସର ସହ ଦାବୀ ଉପସ୍ଥାପନ କରିଥାଏ । ଏହି ନେତାମାନଙ୍କ ପ୍ରତି ନ୍ୟାୟପୂର୍ଣ୍ଣ ହେବାକୁ ହେଲେ ଆମକୁ ଧରିନେବାକୁ ହେବ ଯେ ନିସ୍ପେଷିତଙ୍କ ପକ୍ଷରେ ରହି ଏ ଲୋକମାନେ ନିଜର ଅନ୍ତରାତ୍ମା ଦ୍ୱାରା ପରିଚାଳିତ ହେଉଛନ୍ତି । ତେଣୁକରି ସେମାନଙ୍କର ନିସ୍ପତ୍ତି ଗୁଡ଼ିକ ସେମାନେ ପ୍ରତିନିଧିତ୍ୱ କରୁଥିବା ଲୋକଙ୍କ ଦୃଷ୍ଟିରୁ ସଠିକ୍ । ତେବେ ଶାସକ ଦଳକୁ ବିରୋଧ କରୁଥିବା ମହା ଗଠବନ୍ଧନର ବାହାରେ ରହି ନିର୍ବାଚନ ଲଢ଼ିବା ଏବଂ ଗୋଟିକରୁ ଅଧିକ ନିର୍ବାଚନ ମଣ୍ଡଳୀରୁ ପ୍ରତିଦ୍ୱନ୍ଦିତା କରିବା ତିନୋଟି ଦୃଷ୍ଟିରୁ ସମୀକ୍ଷା ଯୋଗ୍ୟ । ପ୍ରଥମଟି ହେଉଛି ବ୍ୟବହାରିକ କାରଣରୁ ଏକରୁ ଅଧିକ ନିର୍ବାଚନ ମଣ୍ଡଳୀରେ ପ୍ରତିଦ୍ୱନ୍ଦିତା କରିବା ସେହି ଦଳର ନିର୍ବାଚନୀ ସାମର୍ଥ୍ୟର ଉପଯୁକ୍ତ ମୂଲ୍ୟାୟନକୁ ଅବମାନନା କରିଥାଏ । ଏହି ନେତାମାନଙ୍କ ଦ୍ୱାରା ନିର୍ବାଚନର ସମୟରେ ଯେଉଁ ପୁରୁଣା ଏବଂ ନୂଆ ରାଜନୈତିକ ମଞ୍ଚ ନିର୍ମାଣ କରାଯାଇଥାଏ ସେସବୁର ବିବିଧ ନିର୍ବାଚନ ମଣ୍ଡଳୀ ଭିତରେ ସମାନଭାବରେ ବିସ୍ତୃତ ଥିଲାଭଳି ନିର୍ଣ୍ଣାୟକ ନିର୍ବାଚନୀ ସାମର୍ଥ୍ୟ ନଥାଏ । ଏହି ପ୍ରତିନୀଧିମାନେ ବିବିଧ ସ୍ତାନରୁ ନିର୍ବାଚନ ଲଢ଼ିବାଟା ଏକ ଦୁର୍ବଳ ଭିତ୍ତି ଉପରେ ଆଧାରିତ ହୋଇଥାଏ; ନିଜର ପାରମ୍ପାରିକ ଭୋଟ ଦାତାମାନଙ୍କର ଭିତରେ ନିଜର ସଂକୀର୍ଣ୍ଣ ନିର୍ବାଚନୀ ଭିତ୍ତିଟିକୁ ନିଜ ହାତରେ ରଖିବାର ଅଭିପ୍ସା ।         

ଦ୍ୱିତୀୟରେ, ସ୍ୱାୟତ୍ତତା ଧର୍ମନୀରପେକ୍ଷ ପ୍ରଗତିଶୀଳ ଶକ୍ତିମାନଙ୍କର ସମୁହ ନିର୍ମାଣର ପରିପନ୍ଥୀରୂପେ କାମ କରିଥାଏ ଯେହେତୁ ସ୍ୱାଧିନଭାବେ ନିର୍ବାଚନ ଲଢ଼ିବାଟା ନିର୍ବାଚୀନୀ ମଇଦାନରେ ଦକ୍ଷିଣପନ୍ଥୀ ଦଳମାନଙ୍କୁ ପରୋକ୍ଷରେ ସହାୟକ ହେଇଥାଏ । ଶେଷରେ ଏହିସବୁ ନିସ୍ପତ୍ତିର ଭୟଙ୍କର ପରିଣତି ଦେଖାଯାଏ ସେହି ନିସ୍ପେଷିତ ବର୍ଗର ବୃହତ୍ତର ସ୍ୱାର୍ଥକୁ ଗୁଣାତ୍ମକଭାବେ ଆଗକୁ ନେବା କ୍ଷେତ୍ରରେ । ଏହି ଲୋକମାନଙ୍କୁ ଭିନ୍ନ ଭିନ୍ନ ଭାବେ ଚିତ୍ରିତ କରାଯାଇଥାଏ ଯେଉଁଠି ସେମାନଙ୍କର ଅସ୍ମୀତାକୁ ନେଇ ନିନ୍ଦିତ କଲାଭଳି ଅର୍ଥ ଯୋଡ଼ାଯାଇଥାଏ । ଏହି ନେତାମାନେ ନିର୍ବାଚନୀ ଦୃଷ୍ଟିରୁ ସ୍ୱାୟତ୍ତତାକୁ ବ୍ୟବହାର କରିପାରିବେ ନାହିଁ କିନ୍ତୁ ଠିକ୍ ସେହି ସମୟରେ ସେମାନେ ଯେଉଁମାନେଙ୍କୁ ପ୍ରତିନିଧିତ୍ୱ କରନ୍ତି ତାଙ୍କ ମଥାରେ ଲଗାଯାଇଥିବା ସାଂସ୍କୃତିକ କଳଙ୍କ ଗୁଡ଼ିକୁ ଲିଭାଇ ଦେବା କ୍ଷେତ୍ରରେ ସମ୍ପୁର୍ଣ୍ଣଭାବେ ଶକ୍ତିହୀନ ଅନୁଭବ କରିବେ । ଏହା ଏକ ବିଡ଼ମ୍ବନାର କଥା ଯେ ଏମାନଙ୍କର ନେତୃତ୍ୱ ନେବାର ଟୋପିଟିଏ ପିନ୍ଧିବେ ଏବଂ ଠିକ୍ ସେହିସମୟରେ ସେହି ଲୋକମାନଙ୍କ ସହିତ ଯୋଡ଼ି ହୋଇଥିବା ନିନ୍ଦିତ ପରିଚୟ ଗୁଡ଼ିକ ପୋଛି ଦେବାପାଇଁ ଦାବୀ କରିବେ ।

ସ୍ୱାୟତ୍ତାତାକୁ ଯଦି ଏକ ପୂର୍ଣ୍ଣ୍ୟ ହିସାବରେ ଦେଖାଯାଏ ତାହା ଦାୟିତ୍ୱର ସହ ଆସିଥାଏ । ଏହି ଦାୟିତ୍ୱ ଏକ ନୈତିକ ନୀତି ହିସାବରେ ସ୍ୱାୟତ୍ତତା ଦାବୀ କରୁଥିବା ଲୋକମାନଙ୍କୁ ଏହାର ସୀମାଟିକୁ ହୃଦୟଙ୍ଗମ କରିବାପାଇଁ ପ୍ରବର୍ତ୍ତାଇଥାଏ ଯେ କେବଳ ସ୍ୱାୟତ୍ତତାର ଦାବୀକରି ନିନ୍ଦିତ ହେଉଥିବା ଜନଗଣଙ୍କର ସମାନତା, ସ୍ୱାଧିନତା ଏବଂ ସମ୍ମାନର ପ୍ରଶ୍ନ ଗୁଡ଼ିକର ସମାଧାନ କରାଯାଇ ପାରିବ ନାହିଁ । ସ୍ୱାୟତ୍ତତାର ଭାଷାଟି ପ୍ରଭାବଶାଳୀବର୍ଗର ଲୋକମାନେ ଏହି ନେତାମାନଙ୍କୁ ଗୁରୁତ୍ତ୍ୱର ସହ ନେବାପାଇଁ ସହାୟକ ହୋଇପାରେ ଯେଉଁମାନେ ନିର୍ବାଚନୀ ରାଜନୀତିରେ ସେମାନଙ୍କର ରାଜନୈତିକ ଉପସ୍ଥିତିକୁ ବେଳେ ବେଳେ ଧ୍ୟାନ ଦେଇଥାନ୍ତି । ଏଭଳି କରିବା ଦ୍ୱାରା ସେମାନଙ୍କର ମୂଲଚାଲର କ୍ଷମତାଟି ବଢ଼ିପାରେ କିନ୍ତୁ ସାମାଜିକ ପ୍ରସଙ୍ଗ ଗୁଡ଼ିକରେ ହସ୍ତକ୍ଷେପ କରିବାପାଇଁ ଏହା ସେମାନଙ୍କର କ୍ଷମତା ବୃଦ୍ଧି କରିନପାରେ । ସେମାନେ ହୃଦୟଙ୍ଗମ କରିବା ଜରୁରୀ ଯେ, ସ୍ୱାୟତ୍ତତାର ନୀତିଟି ନିସ୍ପତ୍ତି ନେବା କ୍ଷେତ୍ରରେ ଭୂଲ କରିବାପାଇଁ ଅନୁମତି ଦେଇଥାଏ କିନ୍ତୁ ଏହାମଧ୍ୟ ଆଶା କରିଥାଏ ଯେ, ନିଜର ଭୂଲ ନସ୍ପତ୍ତି ଗୁଡ଼ିକ ଯୋଗୁଁ ଯେଉଁ ପରିଣାମ ଉପୁଯିବ ତାହାର ପ୍ରଭାବକୁ ନୀୟନ୍ତ୍ରଣ କରିବା ମଧ୍ୟ ସେମାନଙ୍କର ଦାୟିତ୍ୱ । ଏହି ପ୍ରତିନିଧୀମାନେ ସ୍ୱୟଂସମ୍ପର୍ଣ୍ଣ ରାଜନୀତିର ବିକଳ୍ପ ଢ଼ାଞ୍ଚା ଗୁଡ଼ିକରେ ସମ୍ମାନ ରହିଛି ବୋଲି ଦାବୀ କରିପାରନ୍ତି । କିନ୍ତୁ ଏହିଭଳି ଦାବୀର ନୈତିକ ମୂଲ୍ୟକୁ ଦାବୀଦାର ମାନଙ୍କ କ୍ଷମତାର ଭିତ୍ତିଟିକୁ ମୂଲ୍ୟାୟନ ନକରି ଗ୍ରହଣ କରାଯାଇପାରିବ ନାହିଁ ଯେଉଁଠି ଜଣାପଡ଼ିବ ଯେ ସେମାନେ ନିଜର ସମ୍ଭାବ୍ୟ ଭୂଲ ନିସ୍ପତ୍ତି ଅବା ରାଜନୈତିକ ନିସ୍ପତ୍ତିର ଅଭାବ ଗୁଡ଼ିକୁ ସ୍ୱୀକାର କରିବାରେ ସମର୍ଥ ଥିବେ ।

ତେବେ ଯେଉଁ ସ୍ୱାୟତ୍ତତାର ନୀତିକୁ ଆଧାରକରି ଏଭଳି ନିସ୍ପତ୍ତି ନିଆଯାଇଥାଏ ତାହାର ପରିଣାମ କେବଳ ଜଣେ ବ୍ୟକ୍ତିଙ୍କ ପାଇଁ ନୁହଁ ବରଂ ସମଗ୍ର ନିସ୍ପେଷିତ ବର୍ଗଟି ପାଇଁ ପଡ଼ିଥାଏ ତାକୁ ଦେଖାଯିବା ଦରକାର । ବଞ୍ଚିତ ବର୍ଗର ନେତୃତ୍ୱପାଇଁ ସ୍ୱାୟତ୍ତତା ଆଶାନୁରୂପକ ପରିଣାମ ଆଣିଥାଇପାରେ କିନ୍ତୁ ସମୁଦାୟଟି ପାଇଁ ଏହାର ପରିଣାମ ଅବାଞ୍ଛିତ ହୋଇପାରେ । ସୁବିଧାବାଦୀ ଦୃଷ୍ଟିକୋଣରୁ ଯଦି ସ୍ୱାୟତ୍ତତାକୁ ଦେଖାଯାଏ ତେବେ ବ୍ୟକ୍ତି ଗୁଡ଼ିକୁ ନିଜ ଅସ୍ତ୍ର ଚାଳନା ପାଇଁ ତାହା କିଛି ଅଧିକ ମୂଲ୍ୟ ଦେଇପାରେ । କିନ୍ତୁ ଯେଉଁମାନଙ୍କୁ ଏକ ନିନ୍ଦିତ ଜୀବନ ବିତାଇବାପାଇଁ ବାଧ୍ୟ କରାଯାଛି ସେମାନଙ୍କର ନୈତିକ ମୂଲ୍ୟବୃଦ୍ଧିରେ ଏହା ସହାୟକ ହେଇନଥାଏ । ସେଥିପାଇଁ ବଞ୍ଚିତବର୍ଗର ନେତୃତ୍ୱ ନେଉଥିବା ନେତାମାନଙ୍କୁ ଖେଳ ଖେଳିବାପାଇଁ ସ୍ୱାୟତ୍ତତା ବିନିଯୋଗ କରିବାପାଇଁ ଅନୁମତି ଦିଆଯିବା କଥା ନୁହଁ । ସ୍ୱାୟତ୍ତତାକୁ ଅପବ୍ୟବହାର କରିବା ଦ୍ୱାରା ଏହି ନେତାମାନେ ଏଭଳି ଏକ ମିଛ ଧାରଣା ସୃଷ୍ଟି କରିବାରେ ଅନୁପ୍ରାଣିତ ହୁଅନ୍ତି ଯେ, ଅନ୍ୟ ରାଜନୈତିକ ସାଥିମାନଙ୍କ ସହ ଗଠବନ୍ଧନ ଦିନ ମଧ୍ୟ ଏକ ରାଜନୈତିକ ବିକଳ୍ପ ତିଆରିକରିବା କ୍ଷେତ୍ରରେ ସେମାନଙ୍କର ଅଧିକ କ୍ଷମତା ରହିଛି । ସ୍ୱାୟତ୍ତତା ମୂଲଚାଲ ପାଇଁ କିଛି ସ୍ଥାନ ସୃଷ୍ଟି କରିଥାଏ ଏବଂ ନକାରାତ୍ମକ ରାଜନୀତିର ବିକଳ୍ପ ନିର୍ମାଣପାଇଁ ସାମୁହିକ ଉଦ୍ୟମର ଆବଶ୍ୟକତାକୁ ସବୁଦିନପାଇଁ ବନ୍ଦ କରିବା କ୍ଷେତ୍ରରେ ତାହାର ପ୍ରୟୋଗ କରିବା ଉଚିତ୍ ନୁହଁ ।  ଏଠି ସ୍ମରଣ କରାଯାଇପାରେ ଯେ, ବି.ଆର.ଆମ୍ବେଦକର ସ୍ୱାୟତ୍ତତାର ନୀତିଟିକୁ ଅତି ସୃଜନଶୀଳଭାବେ ବ୍ୟବହାର କରିଥିଲେ ।

Back to Top