ISSN (Print) - 0012-9976 | ISSN (Online) - 2349-8846

ନାଗରିକମାନଙ୍କ ଜାତୀୟ ପଞ୍ଜିକରଣକୁ ନେଇ ଆଶଙ୍କା

ମାନବିକତା ପ୍ରତି ଥିବା ବୃହତ୍ତର ଉଦବେଗ ବାହାରେ ନାଗରିକତା ରହିପାରିବ ନାହିଁ ।

 

The translations of EPW Editorials have been made possible by a generous grant from the H T Parekh Foundation, Mumbai. The translations of English-language Editorials into other languages spoken in India is an attempt to engage with a wider, more diverse audience. In case of any discrepancy in the translation, the English-language original will prevail.

 

ଆସାମକୁ ନେଇ ପ୍ରକାଶିତ ହୋଇଥିବା ନାଗରିକମାନଙ୍କର ଜାତୀୟ ପଞ୍ଜିକରଣ ସୂଚନା (ଏନ.ଆର.ସି) ସମ୍ପ୍ରତ୍ତି ଏହାର ଫଳାଫଳକୁ ନେଇ ରାଜ୍ୟ ଭିତରେ ସକ୍ରିୟଥିବା ଭିନ୍ନଭିନ୍ନ ସାମାଜିକ ଶକ୍ତିମାନେ ଅନେକ ପ୍ରତିକ୍ରିୟା ରଖିଆସିଛନ୍ତି । ଏହି ଏନ.ଆର.ସି ସପକ୍ଷରେ ଥିବା ଶାସକ ଦଳ ଏବଂ ଅନ୍ୟମାନେ ଅସନ୍ତୁଷ୍ଟ ରହିଛନ୍ତି ଏଇଥିପାଇଁ କି ଯେ, ତାଲିକାରୁ ବାଦ ପଡ଼ିଥିବା ଲୋକଙ୍କ ସଂଖ୍ୟା ସେମାନେ ଦାବୀ କରୁଥିବା ସଂଖ୍ୟାଠାରୁ ବହୁତ କମ୍ । ପୁନଶ୍ଚ ଭାରତୀୟ ଜନତା ପାର୍ଟିପାଇଁ ଅସନ୍ତୋଷର ଅନ୍ୟ ଏକ କାରଣ ହେଉଛି ଯେ, ଦଳଟିର ସାମାଜିକ ଏବଂ ନିର୍ବାଚନୀ ଭିତ୍ତି ଯୋଗାଉଥିବା ଲୋକମାନଙ୍କ ଭିତରୁ ଅନେକ ଏହି ତାଲିକାରୁ ବାଦ ପଡ଼ିଛନ୍ତି । ଆଦର୍ଶଗତ ଭାବେ କିଛି ଆଶ୍ୱସ୍ତି ମିଳିବା କଥା ଯେ, ବାଦ ପଡ଼ିଥିବା ସଂଖ୍ୟାଟି ବହୁତ କ୍ଷୁଦ୍ର (ଯଦି କିଛି ସମୟ ପାଇଁ ଆମେ ବାଦ କରିବାର ପ୍ରକ୍ରିୟାଟିରେ ଥିବା ସ୍ୱେଚ୍ଛାଚାରୀତା ଓ ଅସ୍ୱଚ୍ଛତାକୁ ଦୃଷ୍ଟି ଦେବାନାହିଁ) । ଯଦି ଆମେ ବାଦ ପଡ଼ୁଥିବା ଲୋକମାନଙ୍କର ଯାତନା ଏବଂ ଯେଉଁ ବିରାଟ ମାନବିକ ମୂଲ୍ୟ ଏଥିରେ ସଂଶ୍ଳିଷ୍ଟ ତାକୁ ଯଦି ବିଚାରକୁ ନେବା, ଲକ୍ଷ ଲକ୍ଷ ଲୋକଙ୍କୁ ବିଦେଶୀମାନଙ୍କ ପାଇଁ ଉଦ୍ଦିଷ୍ଟ ଟ୍ରାଇବୁନାଲ ଏବଂ ନ୍ୟାୟାଳୟ ଗୁଡ଼ିକୁ ଦୌଡ଼ିଦୌଡ଼ି ଅକ୍ଳାନ୍ତ ପରିଶ୍ରମ କରିବା ପାଇଁ ଠେଲିଦେଇ ବା ଅଟକ କେନ୍ଦ୍ରଗୁଡ଼ିକର ଭୟଙ୍କର ଅବସ୍ଥା  ଭିତରକୁ ସେମାନଙ୍କୁ ଫୋପାଡ଼ି ଦେଇ ଏବଂ ସେମାନଙ୍କୁ ଦ୍ୱିତୀୟ ଶ୍ରେଣୀ ନାଗରିକ ଅବା ରାଷ୍ଟ୍ରବିହୀନ ବ୍ୟକ୍ତିରେ ପରିଣତ କରି ଆମେ ସେମାନଙ୍କର ପାଇଁ ଚରମ ଯନ୍ତ୍ରଣା ହିଁ ନେଇ ଆସିବା । ଏମିତିରେ ବି ସେମାନଙ୍କ ଭିତରୁ ସଂଖ୍ୟାଧିକ ଲୋକେ ନିଷ୍ପେସିତ ଅବସ୍ଥାରେ ଜୀବନ ବିତାଉଛନ୍ତି ।

କିନ୍ତୁ ଶାସକଦଳର ସଂକୀର୍ଣ୍ଣ ଗଣନା ଓ କାର୍ଯ୍ୟସୂଚୀ ଯୋଗୁଁ ଏଇ ଯନ୍ତ୍ରଣା ଜର୍ଜରିତ ଲୋକମାନଙ୍କ ପାଇଁ ସମବେଦନା ଆସିବାର ସମ୍ଭାବନା କମ୍। ବାସ୍ତବରେ ବିଭାଜନ ସୃଷ୍ଟିକାରୀ ଓ କୋଳାହଳ ପ୍ରିୟ ଶକ୍ତିମାନେ ଯେତେବେଳେ କ୍ଷମତା ଆରୋହଣ କରୁଛନ୍ତି ସେଇ ସମୟରେ ଏନ.ଆର.ସି ଭଳି ଏକ ବିଚାରର ତର୍କଟି ମୂଳରୁ ହିଁ ମାନବିକତାର ବିଚାରଟିକୁ ବାଦ୍ ଦେଇ ଦେଉଛି । ସୁତରାଂ ଏହାର ଆସାମ ବାହାରେ ବି ସମାଜ ଓ ରାଜନୀତି ଉପରେ ଭୟଙ୍କର ପ୍ରଭାବ ପଡ଼ିବ ।

ଏନ.ଆର.ସି ଭଳି ଏକ କାର୍ଯ୍ୟ ଯାହାର ମୌଳିକ ଧାରଣାମୂଳରେ ରହିଛି କିଏ ଦେଶୀ କିଏ ବିଦେଶୀ, ନିର୍ଣ୍ଣାୟକ ବା କଟଅଫ ତାରିଖ ଏବଂ ଜମି ଉପରେ ଆଦିମ ଦାବୀଟି କାହାର ଇତ୍ୟାଦି, ସେଠି ଚାଲିଥିବା ସାମାଜିକ ଆତଙ୍କଗୁଡ଼ିକୁ ଅଧିକ ତୀବ୍ର କରିବାର ଭୟ ସୃଷ୍ଟି କରୁଛି । କଥାଟି ଏଠି ରହିଛି ଯଦ୍ୟପି ଏଭଳି ଏକ କାମ ପଛରେ ଥିବା ଉଦ୍ଦେଶ୍ୟଟି ଥିଲା ଯେ, ଗୋଷ୍ଠୀମାନଙ୍କ ଭିତରେ ଥିବା ସଂଘର୍ଷ ଓ ପରସ୍ପର ପ୍ରତି ଥିବା ସନ୍ଦେହର ବାତାବରଣଟିକୁ ସମାପ୍ତ କରିବାର ଅଭିପ୍ରାୟ । ଏଭଳି ଅଭିପ୍ରାୟକୁ ଯଦି ସାର୍ଥକ କରେଇବାରେ ଅଛି ତେବେ ଗୋଷ୍ଠୀ ଗୋଷ୍ଠୀ ଏବଂ ସାମାଜିକ ବର୍ଗଗୁଡ଼ିକ ମଧ୍ୟରେ ଆପୋଷ ବୁଝାମଣାର ପ୍ରକ୍ରିୟାଟି ଆରମ୍ଭ କରିବାର ଆବଶ୍ୟକତା ଥିଲା । ଏଥିସହିତ ଇତିହାସର ବୋଝଟିକୁ ବୁଝି ସହମତ ଭିତ୍ତିରେ ସମସ୍ତଙ୍କ ପାଇଁ ଏକ ପ୍ରକାର ଭବିଷ୍ୟତର ପରିକଳ୍ପନା କରିବାର ଆବଶ୍ୟକତା ଥିଲା । ତେବେ ସେଥିପାଇଁ ଅନେକ ଯନ୍ତ୍ରଣାଦାୟକ ଉଦ୍ୟମ କରିବାର ଆବଶ୍ୟକତା ରହିବ, ଯେଉଁଠି ଏକ ସୁନ୍ଦର ସମାଜର ପ୍ରସ୍ତୁତି ପାଇଁ ଗୁଣାତ୍ମକ ଦୃଷ୍ଟିକୋଣ ଥିବ । ଶାସକ ଦଳର ରାଜନୈତିକ କାର୍ଯ୍ୟସୂଚୀରେ ଏଭଳି କୌଣସି ଦୃଷ୍ଟିଭଙ୍ଗୀ ନଥିବା ଯୋଗୁଁ ଓ ନିଜର ନିର୍ବାଚନୀ ଲାଭଟିକୁ ଅଧିକ ସଂସ୍ଥାପିତ କରିବାର ଆଖିଦୃଷ୍ଟିଆ ଉଦ୍ୟମ କାରିବା ଯୋଗୁଁ ଆସାମର ଯେଉଁ ପ୍ରଗତିଶୀଳ ଗୋଷ୍ଠୀମାନେ ଆପୋଷ ବୁଝାମଣା ପାଇଁ ଆଶାଟିଏ ରଖିଥିଲେ ତାହା ପରାଜିତ ହୋଇଛି । ଏନ.ଆର.ସି ପରିପ୍ରେକ୍ଷୀରେ ନେତାମାନେ ଯେଉଁ ବୟାନବାଜି କରୁଛନ୍ତି ସେଥିରେ ‘ଘୁଷପେଠିଏ’ (ଅନୁପ୍ରବେଶକାରୀ ଓ ‘ଉଇ’ ଭଳି ଶବ୍ଦର ବ୍ୟବହାର ବହୁବାର କରାଯାଇଛି । ସେଥିରେ ମଧ୍ୟ ଗୋଟିଏ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟମାନଙ୍କଠୁ ଅସ୍ୱଚ୍ଛ ଉପାୟରେ ଅଧିକ ସଂଖ୍ୟକ ଲୋକଙ୍କୁ ସାମିଲ କରାଯାଉଛି ବୋଲି କୁହାଯାଉଛି । ସାମାଜିକ ବିଭେଦୀକରଣକୁ ଜାହିର ରଖିବା ଏବଂ ଦୀର୍ଘସ୍ଥାୟୀ କରିବା ପାଇଁ ହେଉଥିବା ଉଦ୍ୟମଗୁଡ଼ିକର ଏହା ନିଶ୍ଚତଭାବରେ ଏକ ଲକ୍ଷଣ । ଅପୋଷ ବୁଝାମଣା ତଥା ପରସ୍ପରର ନିକଟତର ହେବା କେବେବି ଅନ୍ୟମାନଙ୍କ ପ୍ରତି ଅନବରତ ଭୟସୃଷ୍ଟି କରୁଥିବା ରାଜନୀତି ସହ ତାଳ ଦେଇ ଚାଲିପାରେ ନାହିଁ ।

ପାତରଅନ୍ତର କରୁଥିବା ପ୍ରଣାଳୀ, ଯୋଗ୍ୟତାର ମାପକାଠି ଓ ଆବଶ୍ୟକତାଗୁଡ଼ିକୁ ଯେଉଁଭଳି ପଞ୍ଜିକରଣ ପ୍ରକ୍ରିୟାରେ ବ୍ୟବହାର କରାଯାଇଥିଲା, ତାହା ମଧ୍ୟ ଅନେକଙ୍କୁ ବାଦଦେବା ପାଇଁ ଭିନ୍ନ ଭିନ୍ନ ଦସ୍ତାବିଜର ଆବଶ୍ୟକତା ଉପୁଯାଇ ସମଗ୍ର ପ୍ରକ୍ରିୟା ଭିତରେ ଥିବା ପକ୍ଷପାତିତାକୁ ପ୍ରଦର୍ଶିତ କରିଥିଲା । ବଂଶାବଳୀ ସଂପର୍କିତ ଦସ୍ତାବିଜ ଦାବୀ କରିବା ଯୋଗୁଁ ଓ ସେଠି ଜନ୍ମ ହୋଇଥିବା ଯୋଗୁଁ ଯେଉଁ ନାଗରିକତା ପ୍ରାପ୍ତିର ନୀତିଟିଏ ଥିଲା ତାକୁ ଦୂରେଇ ଦିଆଗଲା । ଏଭଳି ବ୍ୟତିକ୍ରମ ହିଁ କିଛି ନାଗରିକଙ୍କୁ ବାଦ ଦେବାର ପ୍ରକ୍ରିୟାଟିର ଅନୁଷ୍ଠାନିକରଣ କରିଥାଏ ଏବଂ ଏନ.ଆର.ସି କୁ ଆୟୁଧକରି ତା ପଛରେ ଥିବା ଏଭଳି ଏକ ଉଦ୍ଦେଶ୍ୟକୁ ଯେମିତି ଶାସକଦଳ ହାସଲ କରେଇବା ପାଇଁ ଉଦ୍ୟମରତ । ଯେତେବେଳେ ଅନ୍ୟାନ୍ୟ ରାଜ୍ୟରେ ଏବଂ ସର୍ବଭାରତୀୟ ସ୍ତରରେ ଏନ.ଆର.ସି ଭଳି ଏକ ସର୍ବେକ୍ଷଣ କରାଯିବା ପାଇଁ ଦାବୀ କରାଯାଉଛି ଏହି ଉଦ୍ଦେଶ୍ୟଟି ସାମ୍ନାକୁ ଆସିଯାଉଛି । ଅନ୍ତତଃ ଆସାମର ଐତିହାସିକ ସ୍ୱତନ୍ତ୍ରତାକୁ ବିଚାରକୁ ନେଇ ନୈତିକ ଦଷ୍ଟିକୋଣରୁ କେତେ ସମସ୍ୟାବହୁଳ ଥିଲେ ବି ଏକ ଯୁକ୍ତିଯୁକ୍ତ ପକ୍ଷ ପ୍ରସ୍ତୁତ କରାଯାଇପାରିବ । ତେବେ ଦିଲ୍ଲୀ, ତେଲେଙ୍ଗନା ଅବା ମହାରଷ୍ଟ୍ରକୁ ନେଇ କ’ଣ ସେଇଭଳି ତର୍କଶୀଳ ମାମଲା ପ୍ରସ୍ତୁତ କରାଯାଇପାରିବ କି? ଏଠି କେବଳ ଜାଣିଶୁଣି ସନ୍ଦେହର କୁହୁଡ଼ି ଭିତରକୁ ନିର୍ଦ୍ଦିର୍ଷ୍ଟ ଗୋଷ୍ଠୀମାନଙ୍କୁ ଠେଲିଦେବାର ସଂକୀର୍ଣ୍ଣ ଲକ୍ଷ୍ୟରଖି ତର୍କ ପ୍ରସ୍ତୁତ କରିବାର ସମ୍ଭାବନାଟିଏ ହିଁ ରହିଥାଏ । ଏମିତିରେ ବି ଏନ.ଆର.ସି କୁ ଦେଶବ୍ୟାପୀ ଲାଗୁକରିବା ପାଇଁ ଗୁଜବ ଏବଂ ଅନୁମାନ କରାଯାଉଥିବା ଘଟଣା ବଢ଼ିଚାଲିଛି । ଅଟକ ରଖିବା କେନ୍ଦ୍ରଗୁଡ଼ିକର ପ୍ରତିଷ୍ଠା, ଭୟ ଏବଂ ଅସୁରକ୍ଷା ମନୋଭାବଟିକୁ ବଢ଼ାଇ ଦେଇଛି । ମୂଲ୍ୟହୀନ ଦ୍ୱିତୀୟଶ୍ରେଣୀ ନାଗରିକ ହେବାର ଭୟ, ଯଦିଓ ପ୍ରକୃତରେ ବି ଏଭଳି ହେବାର ଘଟଣାଘଟୁଛି, ସେ ଭଳି ଭୟକୁ ଦୂରେଇବା ପାଇଁ ସମ୍ବେଦନଶୀଳ ପ୍ରତିଶ୍ରୁତିର ଆବଶ୍ୟକତା ରହିଛି । ଯେତେବେଳେ ଶାସକଦଳଟି ନିଜ ଲକ୍ଷ୍ୟ ହାସଲ ପାଇଁ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟଗୁଡ଼ିକ ନିଶାନା କରିବ ତେବେ ସେମାନଙ୍କ ସେହିଭଳି ଦାବୀର ଯୁକ୍ତିଟି ବିଭିନ୍ନ ପ୍ରକାରେ ବ୍ୟାପୀଯିବ ଯାହା ଫଳରେ ଭାରତ ଭଳି ଅସମାନତା ଏବଂ ବିଭିଧତାରେ ଭରା ଦେଶଟିରେ ଅଶାନ୍ତିର ଧାରାଟି ଅନବରତ ଲାଗିରହିବ ।

ଗୋଟିଏ ମୌଳିକ ସ୍ତରରେ, ଏଭଳି ପ୍ରସଙ୍ଗଗୁଡ଼ିକର ମୁକାବିଲା କରିବାବେଳେ, ଯଥା ନାଗରିକତା ପ୍ରଶ୍ନ ଯାହାର ଏକ ବିରାଟ ଜନ ସମୁଦାୟର ଜୀବନ ଓ ଜୀବିକାକୁ ପ୍ରଭାବିତ କରିବାର ସାମର୍ଥ୍ୟ ଅଛି, ସେଠି ଆମେ କ’ଣ ସାମ୍ବିଧାନିକତାକୁ ବାଦଦେଇ ଆଦିମ ଅସ୍ମିତା ଉପରେ ପ୍ରାଧାନ୍ୟ ଦେଇପାରିବା କି? ଏବଂ ଏଥିସହିତ ମାନବିକତାକୁ କେନ୍ଦ୍ରରେ ରଖିଥିବା ସାମ୍ବିଧାନିକତାର ଗୁଣାତ୍ମକ ସାର୍ବଜନୀନ ବୁଝାମଣାଟିକୁ ବାଦ ଦେଇ ଆମେ କ’ଣ ଏହାର କେବଳ କାର୍ଯ୍ୟକାରୀ ବୁଝାମଣାଟିକୁ ପ୍ରାଧାନ୍ୟ ଦେଇପାରିବା କି? ଯେହେତୁ ମଣିଷ ସଭ୍ୟତାରେ ଦେଶାନ୍ତର ଏକ ଐତିହାସିକ ସତ୍ୟ ଏବଂ ସମସାମୟୀକ ସମୟରେ ଏହାର ପ୍ରଚଳନ ବିଭିନ୍ନ କାରଣ ଯୋଗୁଁ ବହୁଗୁଣ ବଢ଼ିଯାଇଛି, ସେଥିପାଇଁ ନାଗରିକତା ଓ ଏହାର ଆନୁସଙ୍ଗିକ ଅଧିକାରଗୁଡ଼ିକ ରାଷ୍ଟ୍ରକୈନ୍ଦ୍ରିକ ନୁହଁ ବରଂ ମାନବିକତା କୈନ୍ଦ୍ରିକ ହେବା ବିଧେୟ । ମାନବ ସମାଜର ଗୋଟିଏ ଭାଗକୁ ସମସ୍ତ ଅଧିକାରରୁ ବଞ୍ଚିତ କରି ଯାହାକି କେଳବ ମାତ୍ର ଅସ୍ମିତାକୁ ନେଇ କିଛି ଆଦିମ ବିଚାର କରାଯାଇଥାଏ, ତାହା ଅତିବଡ଼ ହେଲେ ଭାରତକୁ ଏକ ସଂଜାତୀୟ ଗଣତନ୍ତ୍ରର ଏବଂ ଅତି ଖରାପରୁୁ ଖରାପ ହେଲେ ଧର୍ମରାଜ୍ୟରେ ପରିଣତ କରିପାରେ । ଯାହା ପ୍ରକୃତରେ ଆବଶ୍ୟକ ହେଉଛି ତାହା ହେଉଛି ଯେ, ସମ୍ବିଧାନର ଜନରାଜ୍ୟ ଆଦର୍ଶ ସହ ତାଳଦେଇ ଯେମିତି ଏକ ନାଗରିକ ଅସ୍ମିତାର ନିର୍ମାଣ କରାଯାଇପାରିବ ।

Comments

(-) Hide

EPW looks forward to your comments. Please note that comments are moderated as per our comments policy. They may take some time to appear. A comment, if suitable, may be selected for publication in the Letters pages of EPW.

Back to Top