ରକ୍ଷଣଶୀଳ ସମୟରେ ଉଗ୍ର ରାଜନୀତି
.
The translations of EPW Editorials have been made possible by a generous grant from the H T Parekh Foundation, Mumbai. The translations of English-language Editorials into other languages spoken in India is an attempt to engage with a wider, more diverse audience. In case of any discrepancy in the translation, the English-language original will prevail.
ଭାରତର ସମସାମୟୀକ ରାଜନୈତିକ ଦୃଶ୍ୟପଟ୍ଟରେ ‘ଉଗ୍ର’ ଉପାଦାନମାନଙ୍କର ରାଜନୀତିର ଯଥାର୍ଥତା ଏହାର ପରିବର୍ତ୍ତନ କାମୀ ସାମର୍ଥ୍ୟ ଭିତରେ ରହିବା ଜରୁରୀ ନୁହେଁ, ବରଂ ଜନଗଣଙ୍କର ଭୋଟ ଦେବାର କ୍ଷମତାକୁ ନୈତିକ କ୍ଷମତା ସହ ଯୋଡ଼ିବାରେ ଯେଉଁ ବିଫଳତା ରହିଛି ତାହା ଉପରେ ଆଧାରିତ । ଉଦାହରଣ ସ୍ୱରୂପ ଗୋଟିଏ ଭୋଟଦାତାର କ୍ଷମତା ତାର ସେଇ କ୍ଷମତା ଉପରେ ନିର୍ଭର କରୁଛି, ଯହାଦ୍ୱାରା ସେ ସବୁପ୍ରକାର ହିଂସାକୁ ପ୍ରତ୍ୟାକ୍ଷାନ କରିବ; ଯେଉଁସବୁ କଥା ଆଇନ ବ୍ୟବସ୍ଥାକୁ ନିର୍ଦ୍ଦିଷ୍ଟ ଭାବେ ଅପଦସ୍ଥ କରେଇବା ସହ ମାନବିକତାକୁ ଲଜ୍ଜିତ କରାଉଛି । ସଠିକ୍ ରହିବାର ଶକ୍ତିଟି ନୈତିକ କ୍ଷମତା ସହ ଯୋଡ଼ି ହୋଇଛି । ଯାହାର ପ୍ରମାଣ ହିଂସାକୁ ପ୍ରତ୍ୟାଖ୍ୟାନ କରିବା ସମୟରେ ପ୍ରଦର୍ଶିତ ହୁଅନ୍ତା । ଯୁକ୍ତି କରାଯାଇପାରେ ଯେ, ଭିଡ଼ ହିଂସା ଏହି ଦୈତ ‘ଖ୍ୟାତି’ ଟି ପାଇଛି । ଗୋଟିଏ ଅଞ୍ଚଳରେ ହିଂସାତ୍ମକ ଘଟଣା ଘଟିବା ଓ ଗୋଟିଏ ବ୍ୟକ୍ତି ବା ରାଷ୍ଟ୍ରର ଅନୁଷ୍ଠାନମାନଙ୍କ ଦ୍ୱାରା ଘଟିବା, ଅନ୍ୟ ଗୋଟିଏ ଅଞ୍ଚଳର ଲୋକମାନଙ୍କୁ ପ୍ରତ୍ୟକ୍ଷ ବା ପରୋକ୍ଷରେ ପ୍ରଭାବିତ କରିଥାଏ । କିନ୍ତୁ ଗୋଟିଏ କ୍ଷେତ୍ରରେ ହିଂସା ଅବା ସ୍ୱାଧୀନତାର ଦମନ କେବଳ ସଂପୃକ୍ତ ଅଞ୍ଚଳରେ ସୀମିତ ନରହି ଅନ୍ୟାନ୍ୟ ଅଞ୍ଚଳର ଲୋକମାନଙ୍କୁ ମଧ୍ୟ ନୈତିକ ଆତଙ୍କ ଭିତରକୁ ଠେଲି ଦେଇଥାଏ । ସେମାନଙ୍କ ପ୍ରକୃତରେ ସ୍ୱାଧୀନତା ଦିଆଯାଇଛି କି ନାହିଁ, ଏଭଳି ଏକ ଆଶଙ୍କା ଏବଂ ଅଶାନ୍ତି ଭିତରେ ଲୋକେ ଗତି କରିଥାନ୍ତି । ପରବର୍ତ୍ତୀ ପଦକ୍ଷେପ ବର୍ତ୍ତମାନର ସରକାର ଓ ରକ୍ଷଣଶୀଳ ଲୋକମାନେ କ’ଣ ନେବେ ଯଦ୍ୱାରା ସ୍ୱାଧୀନତାର ସାମାଜିକ କ୍ଷେତ୍ରଟି ସଙ୍କୁଚିତ ହୋଇଯିବ, ଏଇ ସବୁ ଭାବନା ସେମାନଙ୍କୁ ଆଶଙ୍କା ଭିତରେ ରଖିଦିଏ । ନୈତିକ ଆତଙ୍କ ଜନିତ ଅବସ୍ଥାଗୁଡ଼ିକୁ ନିର୍ବାପିତ କରିବା କ୍ଷେତ୍ରରେ ସରକାରୀ ଅନୁଷ୍ଠାନମାନଙ୍କର ବିଫଳତା, କେବଳ ଭୋଟ ଦେବାର କ୍ଷମତାଟି କେତେ ସୀମିତ ସେଇ କଥାଟିକୁ ପ୍ରାମଣିତ କରୁଛି ମାତ୍ର । ଭୋଟ ଦେବାର କ୍ଷମତା ଗୋଟିଏ ସଠିକ କ୍ଷମତା ତାହା ନିଶ୍ଚିତ ହୋଇପାରୁ ନାହିଁ ।
ଭୋଟ ଦେବାର କ୍ଷମତା ଯଥେଷ୍ଟ ନୁହଁ, ପ୍ରକୃତରେ ଏଭଳି କ୍ଷମତା ରକ୍ଷଣଶୀଳ ଉପାଦାନମାନଙ୍କୁ ସହାୟକ ହୋଇଥାଏ । ଗୋଟିଏ ଜନରାଜ୍ୟର ଢ଼ାଞ୍ଚାରେ ନୈତିକ କ୍ଷମତାର ଶକ୍ତି ଦ୍ୱାରା ଜନଗଣଙ୍କ କ୍ଷମତା ସୀମିତ ବା ସଚେତ ହେବାକଥା । ସେଥିପାଇଁ ହିଂସାକୁ ପ୍ରତ୍ୟାଖ୍ୟାନ କରିବା ପାଇଁ ଭୋଟଦାତାମାନଙ୍କ ଭିତରେ ଦକ୍ଷତା ସୃଷ୍ଟି କରିବା ପାଇଁ ନୈତିକ କ୍ଷମତାର ଏକ ନିର୍ଣ୍ଣାୟକ ଭୂମିକା ରହିଛି । ସଠିକ୍ ରହିବାର ଢ଼ାଞ୍ଚା ଭିତରକୁ ଭୋଟ ଦେବାର କ୍ଷମତାକୁ ଆଣିବା ପାଇଁ ନୈତିକ କ୍ଷମତା କାମ କରେ । ଏହି ଢ଼ାଞ୍ଚାଟିର ଦୁଇଟି ପ୍ରମୁଖ ବିନ୍ଦୁ ହେଉଛି ମୌଳିକ ସ୍ୱାଧୀନତା ଏବଂ ଅହିଂସା । ଏଠି ଜଣେ ପ୍ରଶ୍ନ କରିବା କଥା ଯେ : ଜନଗଣଙ୍କର ଭୋଟ ଦେବାର ବି•ର ଉପରେ ନୈତିକ କ୍ଷମତାର କିଭଳି ନିର୍ଣ୍ଣାୟକ ଭୂମିକା ରହିଛି? ଦୁର୍ଭାଗ୍ୟର କଥା ଯେ, ଏହି ପ୍ରଶ୍ନର ଉତ୍ତର ଆସ୍ଥା ସୃଷ୍ଟିକାରୀ ହେବ ନାହିଁ । କାହିଁକି ନା ଏଇ ଲୋକମାନେ ଦେଖଣାହାରି ସାଜିଥିବାବେଳେ ସେମାନଙ୍କ ମଧ୍ୟରେ ବ୍ୟାପକ ଭାବେ ଏବଂ ଅନବରତ ହିଂସାତ୍ମକ ଘଟଣା ଘଟି ଚାଲିଛି। ଲୋକେ ଯଦି ନିଜର ନୈତିକ କ୍ଷମତା ପ୍ରୟୋଗ କରିବା କ୍ଷେତ୍ରରେ ବିଫଳ ହୋଇଛନ୍ତି ତେବେ ସେତିକିବେଳେ ଆଉ କାହାକୁ କ୍ଷମତା ସମ୍ପର୍ଣ୍ଣ କରିବାକୁ ହେବ, ଯଦ୍ୱାରାକି ନିଜ ନିଜର ନୈତିକ ଏବଂ ସାମ୍ବିଧାନିକ ସୀମାଟିକୁ ଅତିକ୍ରମ କରି କିଛି ଲୋକ ଅବା ରାଷ୍ଟ୍ର ପ୍ରତ୍ୟକ୍ଷ ବା ପରୋକ୍ଷରେ ହିଂସାରେ ଲିପ୍ତ ରହୁନ୍ତି ତେବେ ସେମାନଙ୍କ ଉପରେ ପଦକ୍ଷେପ ନିଆଯାଇପାରିବ । ଏ କଥାଟିକୁ ସ୍ୱୀକାର କରିବା ଗରୁତ୍ୱପୂର୍ଣ୍ଣ ଯେ, ସଠିକ କଥାଟି କ’ଣ ଜାଣିବାପାଇଁ ଉଗ୍ର ବ୍ୟକ୍ତିବିଶେଷ ତଥ୍ୟ ଅନୁସନ୍ଧାନ ପ୍ରକ୍ରିୟାରେ ନିଜ ଉଦ୍ୟମକୁ ଅବ୍ୟାହତ ରଖିଥାନ୍ତି ।
କୌତୁହଳର କଥା ଯେ, ଏଭଳି ପରିସ୍ଥିତିରେ ‘ଉଗ୍ର’ ଉପାଦାନମାନେ ପ୍ରବେଶ କରିଥାନ୍ତି କିନ୍ତୁ ସେମାନେ ଲୋକଙ୍କ ପାଖରେ ପହଞ୍ôଚବା ପରିବର୍ତ୍ତେ ସରକାରଙ୍କର ମୁକାବିଲା କରିବା ପାଇଁ ଅଧିକ ଆଗ୍ରହ ଦେଖାଇଥାନ୍ତି । ସେମାନଙ୍କ ଭିତରୁ କିଛି ଲୋକଙ୍କ ସହିତ ଆଲୋଚନା କରିଥାନ୍ତି । ହିଂସାକୁ ପ୍ରତ୍ୟାଖାନ କରିବା ପଛରେ ସମାଜର କିଛି ନିର୍ଦ୍ଦିଷ୍ଟ ବର୍ଗ ନିଜର ନୈତିକ କ୍ଷମତାକୁ ପ୍ରୟୋଗ କରିବାରେ ଅନବରତ ବିଫଳ ହୋଉଥିବା ଯୋଗୁଁ, ଉଗ୍ର ବ୍ୟକ୍ତିତ୍ୱମାନେ ପ୍ରବେଶ କରିବା ପାଇଁ ବାଧ୍ୟ ହୋଇଥାନ୍ତି । ଏଇ ପ୍ରସଙ୍ଗଗୁଡ଼ିକ ସେମାନେ ସରକାରଙ୍କ ପାଖରେ ତୁାହାକୁ ତୁହା ରଖିଥାନ୍ତି ଓ ସରକାର ସେ ସବୁକୁ ତୁହାକୁ ତୁହା ଅଗ୍ରାହ୍ୟ କରିଥାନ୍ତି । ସମଗ୍ର ପ୍ରକ୍ରିୟାଟି ଉଗ୍ର ବ୍ୟକ୍ତିତ୍ୱ ଏବଂ ସମାଜିକ ରକ୍ଷଣଶୀଳଙ୍କ ଭିତରେ ‘ଦେଖିନେବା’ ଭଳି ଏକ ଖେଳ ଆଡ଼କୁ ସଂକୁଚିତ ହୋଇଯାଇଥାଏ । ଏହା ଫଳରେ ମଧ୍ୟ ଉଗ୍ର ବ୍ୟକ୍ତିତ୍ୱମାନଙ୍କର ପ୍ରତିକ୍ରିୟା କରିବାର ପଦ୍ଧତିଟି ରକ୍ଷଣଶୀଳମାନଙ୍କ ପରିକଳ୍ପନା ପାଖରେ ନ୍ୟୁନ ହୋଇଯାଇଥାଏ ଏବଂ ଏହି ରକ୍ଷଣାଶୀଳମାନେ ସମୟ ନଷ୍ଟ ନ କରି ଏହାର ବିରୋଧି ଓ ତାହାର ବିରୋଧି କହି ଉଗ୍ରମାନଙ୍କୁ ନନ୍ଦିତ କରିଥାନ୍ତି ।
ଯାହା ଗୁରୁତ୍ୱପୂର୍ଣ୍ଣ ତାହା ହେଉଛି ଯେ, ନୈତିକ କ୍ଷମତାର ସଠିକତାର ମହତ୍ୱକୁ ପାରସ୍ପାରିକ ବୁଝାମଣା ଭିତରେ ପ୍ରତିଷ୍ଠିତ କରାଇବା ଯାହା ଫଳରେ ବିବେକକୁ ପ୍ରୟୋଗ କରି ଭିଡ଼ ହିଂସାକୁ ପ୍ରତ୍ୟାଖାନ କରାଯାଇପାରିବ । କିନ୍ତୁ ଯାହା ଦେଖାଯାଉଛି, ବିଭିନ୍ନ ରକ୍ଷଣଶୀଳ ବର୍ଗର୍ ଏବଂ ଉଗ୍ର ବ୍ୟକ୍ତି ବିଶେଷଙ୍କ ମଧ୍ୟରେ ପାରସ୍ପାରିକ ବିରୋଧ ଭାବନା ରହିଆସିଛି । ବର୍ତ୍ତମାନ ସୁଦ୍ଧା ଏହା ଭଲଭାବେ ଜଣାଗଲାଣି ଯେ, ସମାଜରେ ଦୁର୍ବଳ ଶ୍ରେଣୀମାନଙ୍କ ବିରୁଦ୍ଧରେ ଚାଲିଥିବା ହିଂସାର ଖିଲାପରେ ପାରସ୍ପାରିକ ବୁଝାମଣା ସୃଷ୍ଟି କରିବାର ପ୍ରକ୍ରିୟା, ଅବା ଭିଡ଼ ହିଂସାକୁ ସର୍ବସାଧାରଣରେ ପ୍ରତ୍ୟାଖ୍ୟାନ କରିବାର ଆବଶ୍ୟକତାର ସ୍ଥାନ, ପରସ୍ପରକୁ ଦୂରରେ ରଖିବାର ଭାବନାଟି ନେଇସାରିଛି । ହିଂସାର ପ୍ରତ୍ୟାଖ୍ୟାନ ତୁରନ୍ତ ହେବା ଦରକାର ଓ ପ୍ରତିଦିନ ଘଟିବା ଦରକାର ଏବଂ ତାହା କେବଳ ଭୋଟ ଦେବା ସମୟ ଯାଏଁ ଅପେକ୍ଷା କରିବା ଉଚିତ୍ ନୁହଁ । ଯଦି ଏଭଳି ପ୍ରତ୍ୟାଖ୍ୟାନକୁ ଦୀର୍ଘଦିନ ପାଇଁ ସ୍ଥଗିତ ରଖାଯାଏ, ତେବେ ସେଇ ସ୍ଥାନଟିକୁ ସମ୍ପୂର୍ଣ୍ଣ ଭାବେ ଦଖଲ କରିବା ପାଇଁ ରକ୍ଷଣାଶୀଳମାନଙ୍କୁ ସୁଯୋଗ ମିଳିବ । କଳ୍ପନାଜଳ୍ପନା ପାଇଁ ବିସ୍ତିର୍ଣ୍ଣଭାବେ ଉନ୍ମୁକ୍ତ ଏକ ପରିସରରେ ସତ୍ୟର କାହାଣୀ ଗୁଡ଼ିକ “ଚିନ୍ତା କରୁଥିବା ପୁଲିସ”ମାନଙ୍କ ଦ୍ୱାରା ଚାପି ହୋଇଯିବାର ଆଶଙ୍କା ଥାଏ । ଯେହେତୁ ଏମାନେ ସତ୍ୟକୁ ନିରବ କରାଇ ଦେବା ପାଇଁ ଅହରହ ଟ୍ରୋଲିଂ କରିଥାନ୍ତି । ପରସ୍ପର ଭିତରେ ବୁଝାମଣା ସୃଷ୍ଟି କରିବା ପାଇଁ ବାସ୍ତବତାର ଏକ ଚିନ୍ତାଶୀଳ ବିବରଣୀ ଦେବା ଜରୁରୀ। ଏଭଳି ଏକ ବିବରଣୀଟିଏ ନିର୍ଦ୍ଦିଷ୍ଟ ହିଂସାର ପରିଣତି ଭିତରୁ ପ୍ରସ୍ତୁତ ହେବା କଥା ଯାହାର ପ୍ରଭାବ ଅହିଂସା ଭଳି ଜନହିତ ପ୍ରତି ରହିବ । ବିଶ୍ୱରେ କୌଣସି ବି ସମାଜ କିଛି ସାମାଜିକ ପ୍ରଗତି ଆଣିପାରି ନାହିଁ, ଯିଏ ଏଭଳି ଏକ ରାଜନୈତିକ କ୍ଷମତା ପାଇଛି ଯାହାର ପ୍ରୟୋଗ ହିଂସାକୁ ବଳବତ୍ତର ରଖିବା ପାଇଁ କରାଯାଇଛି ।