ISSN (Print) - 0012-9976 | ISSN (Online) - 2349-8846

ଗଣମାଧ୍ୟମ କାହା ପ୍ରତି ଦାୟୀତ୍ୱବାନ?

ଭାରତର ପ୍ରେସ୍ କାଉନସିଲ, ତାଙ୍କୁ ଦିଆଯାଇଥିବା ଶାସନାଦେଶ ଏବଂ ଲକ୍ଷ ଗୁଡ଼ିକୁ ପରୀକ୍ଷା କରିବା ଉଚିତ୍।

 

The translations of EPW Editorials have been made possible by a generous grant from the H T Parekh Foundation, Mumbai. The translations of English-language Editorials into other languages spoken in India is an attempt to engage with a wider, more diverse audience. In case of any discrepancy in the translation, the English-language original will prevail.

 

ଭାରତର ଗଣମାଧ୍ୟମକୁ ନେଇ ନିକଟରେ ଘଟିଥିବା ଦୁଇଟି ଉପାଖ୍ୟାନ ଆମ ମନ ଭିତରେ କିଛି ପ୍ରଶ୍ନ ସୃଷ୍ଟ କରିଛି; ଗଣମାଧ୍ୟମ କେବଳ ନିଜ କାନ ଦୁଇଟିକୁ ଉନ୍ମୁକ୍ତ ନରଖି, କ୍ଷେତ୍ରରେ ଥିବା ଜନଗଣଙ୍କ ସହ ନିବିଡ ସମ୍ପର୍କ ମଧ୍ୟ ଜାରି ରଖିବାର ଗୁରୁତ୍ୱ ରହିଛି । ସର୍ବପରେ ଜନଗଣଙ୍କର ମତ (କେବଳ ନିର୍ବାଚନ ମାଧ୍ୟମରେ ନୁହେଁ ଯାହା ଅନ୍ୟାନ୍ୟ ମଞ୍ଚ ମାଧ୍ୟମରେ ମଧ୍ୟ ଅଭିବ୍ୟକ୍ତ ହେଇଥାଏ ।) ଗୋଟିଏ ଗଣତନ୍ତ୍ରର ସରକାର ଚଳାଇବା ପାଇଁ ଭିତ୍ତି ଯୋଗାଇଥାଏ । ଏମିତିରେ ବି ସରକାରୀ କର୍ତ୍ତୁପକ୍ଷ ଏବଂ ସରକାରୀ ନିୟନ୍ତ୍ରଣ ଠାରୁ ଗୁରୁତ୍ୱପୂର୍ଣ୍ଣ ଦୂରତା ଗଣମାଧ୍ୟମ ବଜାୟ ରଖିବା ଜରୁରୀ, ଯଦ୍ୱାରାକି ସେମାନେ ଯାହା କହୁଛନ୍ତି କୌଣସି ବିନା ଅସୁବିଧାରେ କର୍ତ୍ତୁପକ୍ଷ ଶୁଣିପାରିବେ । ଗତ ସପ୍ତାହରେ ଉତ୍ତରପ୍ରଦେଶର ମିର୍ଜାପୁରରେ ପୁଲିସ ଅପରାଧିକ ଷଡଯନ୍ତ୍ର ଆରୋପ ଆଣି ଜଣେ ସାମ୍ବାଦିକଙ୍କ ବିରୋଧରେ ମାମଲାରୁଜୁ କରିଥିଲେ । ସାମ୍ବାଦିକଙ୍କ ଅପରାଧ ଥିଲା ଯେ, ସେ ଗୋଟିଏ ପ୍ରାଥମିକ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ବେଳେ ପିଲାମାନଙ୍କୁ କିଭଳି କେବଳ ମାତ୍ର ରୁଟି ଏବଂ ଲୁଣ ଖାଇବାକୁ ଦିଆଯାଉଥିଲା ତାହାର ଦୃଶ୍ୟ ଦେଖାଇଥିଲୋ ତା ପୂର୍ବରୁ ଭାରତର ପ୍ରେସ୍ କାଉନସିଲର ଅଧ୍ୟକ୍ଷ ଯେ କି ନିଜେ ଜଣେ ଅବସରପ୍ରାପ୍ତ ବିଚାରପତି ଚର୍ଚ୍ଚାକୁ ଆସିଥିଲେ । ଉଚ୍ଚତମ ନ୍ୟାୟାଳୟରେ ରୁଜୁ କରାଯାଇଥିବା ଏକ ଆବେଦନ ଯାହାକି ଜମ୍ମୁ ଓ କାଶ୍ମୀରରେ ଯୋଗାଯୋଗ ଉପରେ ଚାଲିଥିବା କଟକଣା ଉଠାଇବା ପାଇଁ ଜଣେ କାଶ୍ମୀରି ସାମ୍ବାଦିକ କହିଥିଲେ, କଟକଣା ସପକ୍ଷରେ ପକ୍ଷ ରଖିବା ପାଇଁ ପ୍ରେସ୍ କାଉନସିଲର ଅଧ୍ୟକ୍ଷ ଆଉ ଏକ ହସ୍ତକ୍ଷେପ ଆବେଦନ କରିଥିଲେ ।

ଉଭୟ ମାମଲା ଏକ ବିଡମ୍ବନା ଥିଲା ଏବଂ ବିଭ୍ରାଟିଆ ବି ଲାଗୁଥିଲା । ପ୍ରଥମ ମାମଲାଟିରେ ଯିଏ ଖବରଟି ଦେଇଥିଲା ତାକୁ ଧ୍ୟାନରେ ରଖାଯାଇ ଥିଲା କିନ୍ତୁ ସେ ଯେଉଁ ସମସ୍ୟାଟିକୁ ସାମ୍ନାକୁ ଆଣିଥିଲେ ତାହାର ସମାଧାନ ପାଇଁ କିଛି କରାଗଲା ନାହିଁ । ଦ୍ୱିତୀୟଟିରେ ଗଣମାଧ୍ୟମର ସ୍ୱାଧୀନତା ପାଇଁ ନିର୍ମିତ ଏକ ସଂସ୍ଥା ନିଜେ ସେ ସ୍ୱାଧୀନତାର ହନନ ସପକ୍ଷରେ ମତ ରଖିବା ପାଇଁ ଆଗକୁ ଆସିଥିଲା । ଯାହାଦ୍ୱାରାକି ସଂସ୍ଥାଟି ତାକୁ ଦିଆଯାଇଥିବା ଶାସନାଦେଶ ବିରୁଦ୍ଧରେ ଯାଇଥିଲା ଏବଂ ନିଜର ସ୍ଥିତିର ଉଦ୍ଦେଶ୍ୟଟିକୁ ମଧ୍ୟ ବିପନ୍ନ କରୁଥିଲା ।

ଏକ ଗଣତାନ୍ତ୍ରିକ ସମାଜର ବିଚାର ଉପରେ ପ୍ରେସ୍ କାଉନ୍ସିଲ ପ୍ରତିଷ୍ଠିତ ଯେଉଁଠି ଗଣମାଧ୍ୟମ ମୁକ୍ତ ରହିବା ସଙ୍ଗେ ସଙ୍ଗେ ଦାୟୀତ୍ୱବାନ ମଧ୍ୟ ରହିବ ବୋଲି ଆଶା କରାଯାଏ । ଏଥିରେ କୌଣସି ସନ୍ଦେହ ନାହିଁ ଯେ, ସ୍ୱାଧୀନତାକୁ ଦାୟୀତ୍ୱର ସହ ତୁଲାଇବାକୁ ପଡିବ । କିନ୍ତୁ ଏଠି ଯେଉଁ ପ୍ରଶ୍ନ ଉଠୁଛି ତାହା ହେଲା ଯେ; ଗଣମାଧ୍ୟମ କାହା ପାଖରେ ଦାୟୀତ୍ୱବାନ ରହିବ? ସ୍ପଷ୍ଟ ଉତ୍ତରଟି ହେଉଛି ଯେ, ଏ ଦେଶ ଜନଗଣଙ୍କ ପ୍ରତି ଦାୟୀତ୍ୱବାନ ରହିବ । କୌତୁହଳର କଥା ଯେ, ପ୍ରେସ୍ କାଉନ୍ସିଲର ପ୍ରତିଷ୍ଠା ପାଇଁ ଯେଉଁ କାରଣ ଗୁଡ଼ିକ ଦର୍ଶାଯାଇଥିଲା ସେ ଭିତରୁ ଗୋଟିଏ କାରଣ ଥିଲା ଯେ, ଗଣମାଧ୍ୟମର ସ୍ୱାଧୀନତା ପାଇଁ “ସରକାର ବା ସରକାରୀ କତ୍ତୃପକ୍ଷଙ୍କ ଦ୍ୱାରା ନିୟନ୍ତ୍ରଣ କ୍ଷତିକାରକ ବୋଲି ପ୍ରମାଣିତ ହୋଇପାରେ” । ସେଥିପାଇଁ ଏହା ଉଚିତ୍ ମନେକରାଯାଇଥିଲା ଯେ, ଏହି ବୃତ୍ତିରେ କାମ କରୁଥିବା ଲୋକଙ୍କୁ ସୁସଂଗଠିତ ଢାଞ୍ଚା, ପ୍ରତିନିଧିତ୍ୱ ଏବଂ ନିରପେକ୍ଷ ମାଧ୍ୟମରେ ସାଧାରଣ ଲୋକଙ୍କ ସହାୟତାରେ ନିୟନ୍ତ୍ରଣ କରାଯିବ । ପ୍ରେସ୍ କାଉନସିଲକୁ ବିଗତ ଦଶନ୍ଧି ମାନଙ୍କରେ ଏକ ‘ଦନ୍ତହୀନ’ ସଂସ୍ଥା ବୋଲି ତୁହାକୁ ତୁହା ସମାଲୋଚନା କରାଯାଇ ଆସୁଛି ଯଦିଓ କେତେକ ମାମଲାରେ ଏହାର ଭୂମିକାକୁ ମଧ୍ୟ ପସନ୍ଦ ଏବଂ ପ୍ରଶଂସା କରାଯାଇଛି । ସେ ଭିତରେ ଏଭଳି କିଛି ଉଦାହାରଣ ଅଛି ଯେତେବେଳେ ନବେ ଦଶକରେ ପଞ୍ଜାବରେ ଉଗ୍ରବାଦୀ କାର୍ଯ୍ୟକଳାପ ବଢ଼ି ଚାଲିଥିବା ଘଟଣା ଦେଖା ଯାଇଥିଲା, ସେତେବେଳେ ପ୍ରେସକାଉନସିଲ ଗଣମାଧ୍ୟମକୁ ଅନାବିଳ ସହଯୋଗ କରି ଆସିଥିଲା । ଅଯୋଧ୍ୟା ମନ୍ଦିର ଆନ୍ଦୋଳନରେ ମଧ୍ୟ ଗୋଟିଏ ସମୁଦାୟ ସପକ୍ଷରେ ଖବରକାଗଜଗୁଡ଼ିକ ଖବର ପ୍ରସାରଣ କରିବା ଦ୍ୱାରା ସମ୍ପ୍ରଦାୟୀକ ବିଭାଜନ ବଢ଼ୁଥିବା ଯୋଗୁଁ ଏହି ସଂସ୍ଥା ସେମାନଙ୍କୁ ତାଗିଦ୍ କରିଥିଲେ ।

କଶ୍ମୀରରେ ଗଣମାଧ୍ୟମର ସ୍ୱାଧୀନତା ଉପରେ ଲାଗିଥିବା କଟକଣାକୁ ନେଇ ଉଚ୍ଚତମ ନ୍ୟାୟଳୟରେ କାଶ୍ମୀରି ସାମ୍ବାଦିକଙ୍କ ଦ୍ୱାରା କରାଯାଇଥିବା ଆବେଦନଟିରେ ହସ୍ତକ୍ଷେପ କରିବା ପାଇଁ ପ୍ରେସ୍କାଉନସିଲର ଅଧ୍ୟକ୍ଷ ଏହାର ଯଥାର୍ଥତାକୁ ବଖାଣି କହିଛନ୍ତି ଯେ, ସେ ଜାତୀୟ ସ୍ୱାର୍ଥ ଏବଂ ସଂହତି ଦୃଷ୍ଟିରୁ ଏଭଳି କରିଛନ୍ତି । କାଶ୍ମୀର ଟାଇମସର କାର୍ଯ୍ୟନିର୍ବାହୀ ସମ୍ପାଦନ ଉଚ୍ଚନ୍ୟାୟାଳରେ ଆବେଦନ କରିଥିଲେ ଯେ, ଅଗଷ୍ଟ ୦୫ ଠାରୁ କାଶ୍ମୀରରେ ଯୋଗାଯୋଗ ଓ ସାମ୍ବାଦିକମାନଙ୍କର ଚଳପ୍ରଚଳ ଉପରେ ଯେଉଁ କଟକଣା ଜାରୀ କରାଯାଇଛି ତାକୁ ପ୍ରତ୍ୟାହାର କରାଯାଉ । ଏହି କଟକଣା ଗୁଡ଼ିକୁ ଯୋଗୁଁ ଲୋକେ ଅନ୍ଧକାର ଭିତରେ ରହୁଛନ୍ତି ଏବଂ ଗଣମାଧ୍ୟମକୁ ଅକ୍ଷମ କରିଦିଆଯାଇଛି । କେବଳ ସେତିକି ନୁହେଁ ଏହି କଟକଣା ଯୋଗୁଁ ନିଜ ଜୀବନକୁ ପ୍ରଭାବିତ କଲା ଭଳି ନିଷ୍ପତ୍ତିଗୁଡ଼ିକୁ ଜାଣିବା ପାଇଁ ଲୋକଙ୍କର ଯେଉଁ ଅଧିକାର ଅଛି ତାହାର ଅବଜ୍ଞା କରାଯାଇଛି ଏବଂ ଏଇଠି ହିଁ ସମସ୍ୟାର ମୂଳ କଥାଟି ରହିଛି । ଜାତୀୟ ସ୍ୱାର୍ଥ କ’ଣ, ଲୋକମାନଙ୍କୁ ସୂଚନା ଦେଇ କୌଣସି ନିର୍ଦ୍ଦିଷ୍ଟ ପ୍ରସଙ୍ଗରେ ନିଜର ମନ ଏବଂ ମତ ପ୍ରସ୍ତୁତ କରିବା ପାଇଁ ସାହାଯ୍ୟ କରିବାର ଯେଉଁ ଆବଶ୍ୟକତା ଅଛି, ତାହା ଉପରେ ଆଧାରିତ ନୁହେଁ କି? ଭୋଟଦାତାମାନେ କିଭଳି ତାହା ହେଲେ ନିଷ୍ପତ୍ତି ନେବେ ବୋଲି ଆମେ ମାନିନେଉଛେ? ବର୍ତ୍ତମାନ ସୁଦ୍ଧା ଏହା ସ୍ପଷ୍ଟ ଯେ, ଲୋକଙ୍କ ସ୍ତରରେ କାଶ୍ମୀର ଉପତ୍ୟକାରେ ଯାହା ସବୁ ଘଟି•ଲିଛି ତାହାର ସୂଚନା ଆମକୁ ଭାରତୀୟ ଗଣମାଧ୍ୟମ ଦ୍ୱାରା ମିଳୁନାହିଁ ।

ଏଠି ଉଲ୍ଲେଖ କରାଯାଇପାରେ ଯେ, ୧୮୫୭ର ସ୍ୱାଧୀନତା ସଂଗ୍ରାମ ପୂର୍ବରୁ ଆରମ୍ଭ କରି ଭାରତର ଗଣମାଧ୍ୟମର ଏକ ଦୀର୍ଘ ଏବଂ ଗୌରବମୟ ଇତିହାସ ରହିଆସିଛି । ଏହାର ଯାତ୍ରା ପଛରେ ବିଶେଷ କରି ଊନବିଂଶ ଶତାବ୍ଦୀର ଶେଷ ଠାରୁ ଆରମ୍ଭ କରି ସ୍ୱାଧୀନତା ଆନ୍ଦୋଳନ ଗର୍ବ ଭିତର ଦେଇ ଗତି କରିବା ଭିତରେ, ଅନେକ ସାହାସୀକ, ବିପଦକୁ ବରି ନେଲା ଭଳି ଓ ନିଃସ୍ୱାର୍ଥପର କାର୍ଯ୍ୟକଳାପ ଭରି ରହିଛି । ସାମ୍ବାଦିକଙ୍କ ଭିତରୁ ଅନେକ ଯେଉଁମାନେ ସମାଜ ସଂସ୍କାରକ ଓ ସ୍ୱାଧିନତା ସଂଗ୍ରାମୀ ଥିଲେ ନିଜ ପାଖରେ ଯେଉଁ କିଞ୍ôଚତ ସମ୍ବଳ ଥିଲା ତାକୁ ଆଧାର କରି ଇଂରାଜୀ ସମେତ ବିଭିନ୍ନ ଭାଷାରେ ପ୍ରକାଶନମାନ ଉପସ୍ଥାପନ କରିଥିଲେ । ବ୍ରିଟିଶ ସରକାରଙ୍କ ଦ୍ୱାରା ନିଷ୍ଠୁର ଦଣ୍ଡମୂଳକ କାର୍ଯ୍ୟକଳାପର ଆଶଙ୍କା ଥିଲେ ବି ଏବଂ ବାସ୍ତବରେ ସେଭଳି ଦଣ୍ଡ ଭୋଗୁଥିଲେ ବି ତାକୁ ସେମାନେ ଭୃକ୍ଷେପ କରି ନ ଥିଲେ ।

ଖୁସିର କଥା ଯେ, ବିଭିନ୍ନ ସାମ୍ବାଦିକମାନେ ବ୍ୟକ୍ତିଗତ ଭାବେ ଏବଂ କିଛି ଗଣମାଧ୍ୟମ ସଂଗଠନମାନେ ପ୍ରେସ୍ କାଉନସିଲ ଅଧ୍ୟକ୍ଷଙ୍କ ଏତାଦୃଶ୍ୟ କାର୍ଯ୍ୟକୁ ନେଇ ସର୍ବସାଧାରଣରେ ନିନ୍ଦା କରିଛନ୍ତି । ଏହି କଥା ମଧ୍ୟ ଗଣମାଧ୍ୟମରେ ଆସିଛି ଯେ, ପ୍ରେସ୍ କାଉନସିଲରେ ଥିବା ନିର୍ଦ୍ଦିଷ୍ଟ ସଦସ୍ୟମାନଙ୍କୁ ପଚରା ନଯାଇ ଅଦାଲତରେ ଆବେଦନ କରାଯାଇଛି । ଗଣମାଧ୍ୟମ ଏହି କଥା ମଧ୍ୟ ଦାବୀ କରିବା କଥା ଯେ ଏମାନେ କେବଳ ସାମ୍ବାଦିକ ସମୁଦାୟ ଆଗରେ ନୁହଁ ବରଂ ଜନସାଧାରଣଙ୍କ ଆଗରେ ନିଜର ସ୍ପଷ୍ଟିକରଣ ଯେମିତି ନିଶ୍ଚିତ ଭାବରେ ରଖିବ।

ଯେଉଁ ଗଣମାଧ୍ୟମ ମୁକ୍ତ ତାହା ଦୁଇଟି ଗୁରୁତ୍ୱପୂର୍ଣ୍ଣ କାମ କରିଥାଏ । ଶାସନ ପ୍ରସଙ୍ଗରେ ନିଷ୍ପତ୍ତି ନେବା ପାଇଁ ଏହା ଲୋକଙ୍କୁ ଅବଗତ କରାଇଥାଏ ଏବଂ ଯେଉଁମାନଙ୍କର କିଛି ଅଭିଯୋଗ ଅଛି ବା ପରାମର୍ଶ ଅଛି ବିଶେଷ କରି ଯେଉଁମାନଙ୍କ ସ୍ୱର କ୍ଷୀଣ ଅବା ଯାହାକୁ କେହି ଶୁଣନ୍ତି ନାହିଁ, ଗଣମାଧ୍ୟମ ସେମାନଙ୍କୁ ମଞ୍ଚ ଯୋଗାଇଥାଏ । ନିଶ୍ଚିତ ଭାବେ ଜାତୀୟ ସଂହତିର ହିତରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ଉପାଦାନ ।

 

 

Comments

(-) Hide

EPW looks forward to your comments. Please note that comments are moderated as per our comments policy. They may take some time to appear. A comment, if suitable, may be selected for publication in the Letters pages of EPW.

Back to Top