ISSN (Print) - 0012-9976 | ISSN (Online) - 2349-8846

ସଂହତିକୁ ନେଇ ଏକପାଖିଆ ଦୃଷ୍ଟି

.

The translations of EPW Editorials have been made possible by a generous grant from the H T Parekh Foundation, Mumbai. The translations of English-language Editorials into other languages spoken in India is an attempt to engage with a wider, more diverse audience. In case of any discrepancy in the translation, the English-language original will prevail.

 

କେନ୍ଦ୍ରସରକାରଙ୍କର ନୀତିଗୁଡ଼ିକରୁ ବର୍ତ୍ତମାନ ସୁଦ୍ଧା ଏହା ସ୍ୱଚ୍ଛ ଭାବେ ସ୍ପଷ୍ଟ ଯେ ନିଜର କ୍ଷମତା ପ୍ରୟୋଗ କରିବା ପାଇଁ ରାଜନୈତିକ ବୈଦ୍ଧତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ସରକାର ଭାରତକୁ ନେଇ “ଭାଇବ୍ରାଣ୍ଟ”, “ଷ୍ଟ୍ରଙ୍ଗ” ଓ “ଇଣ୍ଟିଗ୍ରେଟେଡ଼୍” ଭଳି ଭାଷାର ପ୍ରୟୋଗ କରୁଛନ୍ତି ।

କିନ୍ତୁ ସବୁଠୁ କୌତୁହଳକାରୀ କଥା ହେଉଛି ଯେ, ଭାରତ ସରକାରଙ୍କର ମୁଖ୍ୟ ମୁଖପାତ୍ର ନିଜର ନିକଟ ଅତୀତରେ କରିଥିବା ଉଚ୍ଚାରଣଗୁଡ଼ିକରେ ଅଧିକ ନିରାପଦ ଶବ୍ଦର ପ୍ରୟୋଗ କରିଛନ୍ତି, ଯଥା – ‘ଗୋଟିଏ ଦେଶ, ଗୋଟିଏ ସମ୍ବିଧାନ’। ସରକାର ଅନ୍ୟପ୍ରକାରେ ଏହି କଥା ସମସ୍ତଙ୍କୁ କହିଲାଭଳି ଲାଗୁଛି ଯେ ସେ ଭିତରେ ସେ ନିଜେ ବି ଅଛନ୍ତି । ସମସ୍ତେ ସମ୍ବିଧାନର ନୀତିଗୁଡ଼ିକ ଦ୍ୱାରା ଗୋଟିଏ ସୂତ୍ରରେ ବନ୍ଧା । ଏଥିରୁ ଆଉଗୋଟିଏ କଥା ଜଣାପଡ଼ୁଛି ଯେ, ସରକାର ଏବଂ ଶାସକଶ୍ରେଣୀର ନୈତିକ ପ୍ରଗତି ଯେଉଁ କଥାଗୁଡ଼ିକ ପ୍ରତି ଏମାନଙ୍କର ନିଷ୍ଠା ରହିବା କଥା ତାହା ଉପରେ ନିର୍ଭରଶୀଳ ଯଥା, ସ୍ୱାଧୀନତା, ସମାନତା ଓ ମାନବିକ ସମ୍ମାନ ଭଳି ସାର୍ବଜନୀନ ନୈତିକ ମୂଲ୍ୟବୋଧ ଯାହାକି ସମ୍ବିଧାନର ଭିତ୍ତି ହିସାବରେ ମାନ୍ୟତା ପାଇଆସିଛି ।

ଏକ ନିୟନ୍ତ୍ରଣକାରୀ ଆଲେଖ୍ୟ ହିସାବରେ ସମ୍ବିଧାନର ଗୁରୁତ୍ୱକୁ ଉତ୍ଥାପନ କରି ଯେତେସବୁ ପ୍ରତିବନ୍ଧକ ରହିଛି ତାକୁ ହଟାଇବା ପାଇଁ ଉଦ୍ୟମ ହେଉଛି ଯେମିତିକି ପରସ୍ପର ପ୍ରତି ସନ୍ଦେହ, ଘୃଣା ଏବଂ ବିମୁଖତା, ଯାହା ସାମ୍ବିଧାନିକ ମୂଲ୍ୟବୋଧକୁ ଆଧାର କରି ଏକ ଜାତୀୟ ସଂହତି ନିର୍ମାଣ କରିବା କ୍ଷେତ୍ରରେ ଅନ୍ତରାୟ ସୃଷ୍ଟି କରିଆସିଛି । କ୍ଷମତାରେ ଥିବା ଯେକୌଣସି ସରକାରଙ୍କର ସୀମାଟି ସେମାନଙ୍କର ସଂହତି ଭଳି ଏକ ଜଟିଳ ବିଷୟବସ୍ତୁର ଗଭୀରତା ଭିତରକୁ ପ୍ରବେଶ କରିବା ପାଇଁ ଥିବା ଅକ୍ଷମତା ଏବଂ ଅନିଚ୍ଛା ଉପରେ ଆଧାରିତ । ସାମାଜିକ ବାସ୍ତବତାର ଗଭୀରତା ଭିତରକୁ ପ୍ରବେଶ କରିବା ପାଇଁ ଅନିଚ୍ଛା ବାନଛନୀୟ ଯେହେତୁ ସେଥିରେ ଏକ ନୈତିକ ବିପଦ ଥାଏ । ନିଜକୁ ଲଜ୍ଜିତ ହେଲାଭଳି ଅନେକ ସତ୍ୟ ସେଠି ସାମ୍ନାକୁ ଆସିପାରେ ଯେମିତିକି, ଆମ ଲୋକସଂଖ୍ୟାର ଏକ ବିରାଟ ଭାଗ ଯେଉଁଭଳି ସାମାଜିକ ଏବଂ ଆବେଗାତ୍ମକ ଭାବେ ବାଦ୍ ପଡ଼ିଆସିଛନ୍ତି । ଏହା ମଧ୍ୟ ଅନ୍ୟପଟେ ଆମେ ଯେଉଁଭଳି ଏକପାଖିଆ ଭାବେ ସଂହତି କଥା କହୁଛେ ତାହାର ସୀମିତତାକୁ ଉନ୍ମୋଚନ କରିପାରେ । ବିଡ଼ମ୍ବନାର କଥା ଯେ ସଂହତି ପାଇଁ ଡାକରାଟି ସମ୍ପୂର୍ଣ୍ଣ ହୋଇପାରିବ କେବଳ ଏହିସବୁ ସାମାଜିକ ଗୋଷ୍ଠୀଗୁଡ଼ିକ ଯେଉଁମାନେ କି ବିଭିନ୍ନ କାରଣ ଯୋଗୁଁ ବିକାଶ ପ୍ରକ୍ରିୟାରୁ ଏବଂ ଆମର ମାନବିକ ଧ୍ୟାନ ଆକର୍ଷଣରୁ ବଞ୍ଚିତ ହୋଇ ଆସିଛନ୍ତି ସେମାନଙ୍କର ସାମାଜିକ ସଂହତି ନ କରାଇ ।

ବାଦ୍ ପଡ଼ିବାର ଏହି ଆଭ୍ୟନ୍ତରୀଣ ଦିଗଗୁଡ଼ିକ ଆମ ସଂହତିର ଅସନ୍ତୁଳିତ ଧାରଣାଟିକୁ ପ୍ରଶ୍ନ କରେ । ଏହା ଏଇଥିପାଇଁ ଅସନ୍ତୁଳିତ ଯେ, ସଂହତିର କାରଣଟି କେବଳ ବାହ୍ୟ ପରିସ୍ଥିତିଗୁଡ଼ିକରୁ ଦେଖିବାକୁ ମିଳେ । ସଂହତି ପାଇଁ ଯେଉଁ ଆବେଗଟି ରହୁଛି ତାହା ଆମର ଆଭ୍ୟନ୍ତରୀଣ ସାମାଜିକ ବ୍ୟବସ୍ଥାକୁ ନେଇ କୌଣସି ବଳିଷ୍ଠ ବିଚାର ଉପରେ ଆଧାରିତ ନୁହେଁ। ସଂହତିର ବ୍ୟାଖ୍ୟାୟନଟି ‘ଗୋଟିଏ ଦେଶ, ଗୋଟିଏ ସମ୍ବିଧାନ’ ଉପରେ ଆଧାରିତ ହେବା ଉଚିତ । କାହିଁକି ନା ଏଭଳି ଏକ ପରିଭାଷା ଆମ ସମ୍ବିଧାନର ବିଭିନ୍ନ ଧାରାରୁ ନିଜର ଗୁଣାତ୍ମକ ମୂଲ୍ୟ ଅର୍ଜନ କରିଥାଏ । ଏହିସବୁ ବ୍ୟବସ୍ଥାଗୁଡ଼ିକ ଏକ ସ୍ୱରରେ ଆମ ସମାଜର ଯେଉଁ ଉଚ୍ଚନିଚର ଢାଞ୍ଚା ରହିଆସିଛି ତାହାର ହନନ ସଂହତି ପାଇଁ ଏକ ଅନିବାର୍ଯ୍ୟ ପୂର୍ବ ଆବଶ୍ୟକତା ରୂପେ ଉପସ୍ଥାପିତ କରିଥାଏ । ସେଇଥିପାଇଁ ଏହିକଥା କହିବା ଜରୁରୀ ଯେ ଆମେ ଉଭୟ କଥା ପ୍ରତି ସମାନ ଧ୍ୟାନ ଦେବା ଯଥା – ସମ୍ବିଧାନର ଦାର୍ଶନିକ ଭିତ୍ତି ପ୍ରତି ଆମର ଆସ୍ଥା ଏବଂ ଏହି ନୀତିଗୁଡ଼ିକ ସାମାଜିକ ବାସ୍ତବତାଗୁଡ଼ିକୁ ଦୂରେଇବା ପାଇଁ କିଭଳି କାମ କରିପାରିବ, ଉଦାହରଣସ୍ୱରୂପ ଆମ ଭିତରେ ଥିବା ଅସ୍ପୃଶ୍ୟତା ଭଳି ଏକ ଅମାନବୀୟ ଅଭ୍ୟାସ ।

ଆମ ସମ୍ବିଧାନର ଗୁଣାତ୍ମକ ଦିଗଗୁଡ଼ିକୁ ଉପଲବ୍ଧ କରିବା ପାଇଁ ଏହାର ନାଗରିକମାନଙ୍କର ସାମାଜିକ କଳ୍ପନାଗୁଡ଼ିକୁ ପ୍ରଗତିଶୀଳ ଢାଞ୍ଚାରେ ରୂପ ଦେବାକୁ ପଡ଼ିବ ଯାହାଫଳରେ ନାଗରିକମାନେ ନିଜର ନୈତିକ ନିଷ୍ଠାପରତା ମାଧ୍ୟମରେ ନିଜର ନୈତିକ ଶକ୍ତିର ବିକାଶ କରାଇପାରିବେ ଯାହାଫଳରେ ଅନ୍ତତଃ ପରସ୍ପର ପ୍ରତି ଘୃଣା ସୃଷ୍ଟି କରିବା ଅବା ତଥାକଥିତ ‘ଗୁରୁତ୍ୱହୀନ’ ଇତରମାନଙ୍କ ପ୍ରତି ହିଂସା ସୃଷ୍ଟି କରିବା ପାଇଁ ଆଗ୍ରହି ହେବେନାହିଁ । ସର୍ବନିମ୍ନ ଆମେ ଏତିକି ଆମ ନାଗରିକମାନଙ୍କ ଠାରୁ ଆଶା କରିପାରିବା । କହିବାକୁ ଗଲେ ଆମେ ଅନ୍ୟପ୍ରକାରେ ଆଶା କରିବା ଯେ ଆମ ନାଗରିକମାନେ ନୈତିକ ନେତୃତ୍ୱ ନେଇ ନିଜର ସାମାଜିକ ସମ୍ପର୍କଗୁଡ଼ିକୁ ଆଦାନପ୍ରଦାନର ଆବଶ୍ୟକତାକୁ ସ୍ୱୀକାର କରି ଏଭଳି ଏକ ଭିତ୍ତିଭୂମି ଉପରେ ପର୍ଯ୍ୟବେସିତ କରିବେ ଯାହାଫଳରେ ଜଣେ ଗୋଟିଏ ସରଳ ଏବଂ ଭାବାବେଗ ପୂର୍ଣ୍ଣ ମଣିଷ ହିସାବରେ ଅନ୍ୟର ମୂଲ୍ୟଟିକୁ ଚିହ୍ନିପାରିବ । ପୁଣି ଭିନ୍ନ ପ୍ରକାରେ କହିବାକୁ ଗଲେ ଜଣେ ଆଶା କରିବ ଯେ ଗୋଟିଏ ଲୋକ ସଦାସର୍ବଦା ନୈତିକ ସତର୍କତା ଅବଲମ୍ବନ କରୁଥିବ ଯେମିତିକି ନିଜର ସାମାଜିକ ସମ୍ପର୍କଗୁଡ଼ିକ ପରସ୍ପରକୁ ଘୃଣା କରିବା ବା ପରସ୍ପର ପ୍ରତି ଶତ୍ରୁତା ସୃଷ୍ଟି କରିବା ଆଡ଼କୁ ଯାଉ ନଥିବ ।

କିନ୍ତୁ ଏଇଟା ମଧ୍ୟ ଏକ କୌତୁହଳ କଥା ଯେ ସରକାରଙ୍କର ସପକ୍ଷବାଦୀ କହୁଥିବା କେତେକ ନାଗରିକଙ୍କର ଆଚରଣ ଏବଂ ମନୋଭାବ କେବଳ ସଂହତିର ଏକପାଖିଆ ଦିଗଟିକୁ ସୂଚିତ କରୁଛି । ପ୍ରକୃତ ପକ୍ଷେ ସେମାନଙ୍କ ଭିତରୁ କିଛି ସେହିଭଳି ସାମାଜିକ ଅବସ୍ଥା ତିଆରି କରିବା ଏବଂ ତାକୁ ଜାରି ରଖିବାରେ ପ୍ରତ୍ୟକ୍ଷ ଭାବେ ଦାୟୀ ଯାହାକି ସରକାରଙ୍କର ସଂହତିକୁ ନେଇ ଏକପାଖିଆ ଦୃଷ୍ଟି ପ୍ରତି ଆସ୍ଥା ରଖିବା ପାଇଁ ଉଦ୍ଦିଷ୍ଟ । ସେମାନେ ସମାଜଟିକୁ ‘ଆମେ ଓ ସେମାନେ’ ମାଧ୍ୟମରେ ବିଭାଜିତ କରୁଛନ୍ତି ଯାହାକି ସାମାଜିକ ବାସନ୍ଦ ଏବଂ ଗୋହତ୍ୟା ଓ ଜାତି ଜାତି ଭିତରେ ବିବାଦକୁ ନେଇ ଯେଉଁ ଭିଡ଼ ହିଂସା ହେଉଛି ତା’ ମାଧ୍ୟମରେ ସାମ୍ନାକୁ ଆସୁଛି । ଯେଉଁମାନେ ଏଭଳି ଅପରାଧୀମାନଙ୍କ ପକ୍ଷରେ ରହୁଛନ୍ତି ସେମାନେ ମଧ୍ୟ ଅନ୍ୟାୟକୁ ପରୋକ୍ଷଭାବେ ସହଯୋଗ କରୁଛନ୍ତି ଗୋଟିଏ ଗୋଟିଏ ନିଷ୍କ୍ରିୟ ଦେଖଣାହାରୀ ହୋଇ ଯେତେବେଳେ କି ହିଂସା, ଘୃଣା, ଅବିଶ୍ୱାସର ଗୋଟିଏ ପରେ ଗୋଟିଏ ଘଟଣା ଆଖି ସାମ୍ନାରେ ଘଟିଚାଲିଛି ।

ଯାହା ଅଧିକ ଚିନ୍ତିତ କରାଉଛି ତାହା ହେଉଛି ଯେ ଘୃଣା ସୃଷ୍ଟି କରିବାଟା ସାମାଜିକ ଅନ୍ତଦ୍ୱନ୍ଦ୍ୱର୍ ବା ନିଯୁକ୍ତି ପାଇଁ ପ୍ରତିଯୋଗିତା ଭିତରେ ପରସ୍ପରକୁ ଛନ୍ଦିଦେବାର ପରିଣାମ ସ୍ୱରୂପ ହେଉନାହିଁ, ଯେହେତୁ ସେଭଳି କୌଣସି ପରିସ୍ଥିତି ବର୍ତ୍ତମାନର ରାଜନୈତିକ ଶାସନରେ ଆମେ ଦେଖିବାକୁ ପାଉନାହୁଁ । ସଂଖ୍ୟାଲଘୁ ସମ୍ପ୍ରଦାୟର ଲୋକମାନେ ଉଦାହରଣସ୍ୱରୂପ ସଂଖ୍ୟାଗରିଷ୍ଠ ସମୁଦାୟର ସଦସ୍ୟମାନଙ୍କ ସହିତ କୌଣସି ପ୍ରତିଯୋଗିତାରେ ଛନ୍ଦିହୋଇ ରହିନାହାନ୍ତି ଏବଂ ତଥାପି ସେମାନଙ୍କ ଭିତରେ ତିକ୍ତ ସମ୍ପର୍କ ଲାଗିରହିଛି । ଏହିଭଳି ତିକ୍ତ ସମ୍ପର୍କ ରହିବାର କାରଣ ଯାହା ଦୃଶ୍ୟମାନ ଏବଂ ଆଉ କିଛି ସୁପ୍ତ ହୋଇ ରହିଛି, ଯାହା ଏବେ ଆମେ ‘ଶକ୍ତିଶାଳୀ ଭାରତ’ର ଅସ୍ପଷ୍ଟ କଳ୍ପନା ଭିତରେ ଦେଖିବାକୁ ପାଉଛୁ । ଯେଉଁ ଚତୁର କାରଣଟି ବ୍ୟକ୍ତିଗତ ସ୍ୱାର୍ଥ ଏବଂ ଜାତୀୟ ସ୍ୱାର୍ଥ ଭିତରେ ଏକ ସମନ୍ୱୟ ପ୍ରତିଷ୍ଠା କରିଥାଏ ତାହା ଏକ ଭାବାତିତ କାରଣପାଇଁ ରାସ୍ତା ଖୋଲଇଦିଏ ଯାହାଫଳରେ ସେହି ଦୃଷ୍ଟିଟି ସମ୍ପୁର୍ଣ୍ଣ ହେଲାଭଳି ଜଣାପଡ଼େ । ବାସ୍ତବରେ ‘ସମ୍ପୃକ୍ତ ନାଗରିକମାନେ’ ଏକ ଶକ୍ତିଶାଳୀ ଭାରତ ନିର୍ମାଣ କରିବା ଭଳି ସ୍ୱଳ୍ପକାଳୀନ ପ୍ରତିକାତ୍ମକ ମହୋତ୍ସବ ପାଳନ କରିବାପାଇଁ ଚିନ୍ତା କରନ୍ତି, ଯାହାଫଳରେ ସେମାନେ ଦୀର୍ଘକାଳୀନ ସ୍ୱାର୍ଥକଥା ଭୁଲିଯାଆନ୍ତି ଯେଉଁଥିରେ ଏକ ଦୀପ୍ତିମନ୍ତ ଭାରତରେ ସମସ୍ତଙ୍କୁ ସମ୍ମାନର ସହ ସମ୍ପୃକ୍ତ କରିବାର ଅବସର ସୃଷ୍ଟିହେବ ଏବଂ ଏଭଳି ଏକ ଭାରତ ଆତ୍ମ ପ୍ରତିଫଳନ ଭିତ୍ତିକ ଭାବାବେଗ ଉପରେ ଆଧାରିତ ହୋଇଥିବ: ସୁତରାଂ ସେଠି ସୁନ୍ଦର ମଣିଷ ବାସ କରୁଥିବେ ।

Comments

(-) Hide

EPW looks forward to your comments. Please note that comments are moderated as per our comments policy. They may take some time to appear. A comment, if suitable, may be selected for publication in the Letters pages of EPW.

Back to Top