ISSN (Print) - 0012-9976 | ISSN (Online) - 2349-8846

ରାଜନୀତି ସମ୍ପର୍କରେ ଚିନ୍ତା କଲାବେଳେ ଯାହା ସବୁ ସମସ୍ୟା ଦେଖାଯାଏ ।

.

The translations of EPW Editorials have been made possible by a generous grant from the H T Parekh Foundation, Mumbai. The translations of English-language Editorials into other languages spoken in India is an attempt to engage with a wider, more diverse audience. In case of any discrepancy in the translation, the English-language original will prevail.

 

ଦେଖାଯାଉଛି ଯେ ଭାଜପା ନେତୃତ୍ୱରେ ଚାଲିଥିବା ସରକାର, ଯିଏକି କେନ୍ଦ୍ରର କ୍ଷମତାର ଆସନରେ ସୁବିଧାଜନକ ସ୍ଥିତିରେ ବସିଛନ୍ତି, ଦେଶର ସାଧାରଣ ଜୀବନକୁ ଓ ରାଜନୀତି କ୍ଷେତ୍ରକୁ ପ୍ରଭାବିତ କରୁଥିବା ସ୍ପର୍ଶକାତର ପ୍ରସଙ୍ଗଗୁଡ଼ିକ ଉପରେ ଅତି ତରତର ହୋଇ ନିଷ୍ପତ୍ତି ସବୁ ନେଇ ଚାଲିଛନ୍ତି । ଅଧିକ ଗୁରୁତ୍ୱପୂର୍ଣ୍ଣ କଥାଟି ହେଉଛି ଯେ, ଏଭଳି ନିଷ୍ପତ୍ତି ନେବା କେନ୍ଦ୍ର ସରକାରଙ୍କ ପାଇଁ ସହଜ ହେଇଯାଉଛି ଯେହେତୁ ତାଙ୍କ ସାମ୍ନାରେ କୌଣସି ବୃହତ ଅବା ବଦ୍ଧ ପରିକର ବିରୋଧୀଦଳ ନାହାନ୍ତି । ନିର୍ବାଚନ ରାଜନୀତିକୁ ନେଇ ଗଣମାଧ୍ୟମରେ ଯେଉଁ ବ୍ୟାଖ୍ୟା କରାଯାଉଛି ତାହାର ଗୋଟିଏ ସୀମା ରହିଛି । ଯେହେତୁ ଏମାନେ ନିଜସ୍ୱ ଧାରାରେ ବିଷୟ ନିର୍ବାଚନ କରିବା ଏବଂ ଉପର ଠାଉରିଆ ଭାବେ ନିର୍ବାଚନ ପରବର୍ତ୍ତୀ ଘଟଣାଗୁଡ଼ିକୁ ସମୀକ୍ଷା କରିବାରେ ସୀମିତ ରହୁଛନ୍ତି । ସେମାନଙ୍କର ସୀମାଗୁଡ଼ିକ ମଧ୍ୟ ଏହି କଥାଟିରେ ରହିଛି ଯେ, ସେମାନଙ୍କର ସମୀକ୍ଷାଗୁଡ଼ିକ କ୍ଷଣିକ କିନ୍ତୁ  ପରିବର୍ତ୍ତନକାମୀ ନୁହେଁ : ତକ୍ରାଳୀକ ସ୍ତରରୁ ଭାବାତିତ ସ୍ତରକୁ ଯିବାପାଇଁ ସେମାନେ ବିଫଳ ହେଉଛନ୍ତି । ତେବେ ସମସାମୟିକ ଭାରତର ରାଜନୀତି ଉପରେ ଚିନ୍ତା କଲାବେଳେ ଯାହା ଦେଖାଯାଉଛି ତାହା ଅପେକ୍ଷା ଅଧିକ ଗଭୀର ସମସ୍ୟା ରହିଛି ।

ସବୁଠାରୁ ଚିନ୍ତାଜନକ ନିର୍ବାଚନ ପରବର୍ତ୍ତୀ ଦୃଶ୍ୟପଟଟି ଯାହା ଦେଖାଯାଉଛି ତାହା ହେଲା ଯେ ଚିନ୍ତାର ପ୍ରତିଫଳନ ପରିବର୍ତ୍ତେ ହିସାବି ଭାବନା ତା’ର ପତିଆରା ଜାହିର କରୁଛି । କୌତୁହଳର କଥା ଯାହା ହେଉଛି ତାହା ହେଲା ଏଭଳି ହିସାବି ଚିନ୍ତାଟି ଯେମିତି ଶାସକ ଦଳର ରାଜନୀତିରେ ଦେଖାଯାଉଛି ସେହିଭଳି ବିରୋଧୀଦଳଙ୍କ କ୍ଷେତ୍ରରେ ମଧ୍ୟ ଦେଖାଯାଉଛି । ଏଥିରେ କୌଣସି ସନ୍ଦେହ ନାହିଁ ଯେ ଗତ କିଛିବର୍ଷ ଧରି ଶାସକ ଦଳ ବହୁତ ହିସାବ କରି ନିଷ୍ପତ୍ତିଗୁଡ଼ିକ ନେଇଚାଲିଛି । ଏଭଳି ହିସାବି ଚିନ୍ତାଗୁଡ଼ିକରେ ଶାସକଦଳର ସଦସ୍ୟମାନେ ‘ସାଧାରଣ ମଣିଷ’କୁ ପ୍ରଥମେ ଏକ କଞ୍ଚା ମାଲ୍ ହିସାବରେ ନିର୍ବାଚନ ପ୍ରକ୍ରିୟାରେ ଲୁଣ୍ଠିତ ହେବାପାଇଁ ପ୍ରୟୋଗ କରୁଛନ୍ତି ଏବଂ ପରେ ସେମାନଙ୍କୁ ରାଜନୈତିକ ଏବଂ ସାମାଜିକ ଭ୍ରାନ୍ତିଗୁଡ଼ିକ ଭିତରେ ଛନ୍ଦିଦେବା ପାଇଁ ପ୍ରଚେଷ୍ଟା କରୁଛନ୍ତି । ଯେଉଁମାନେ ଶାସନରେ ସଦାକାଳ ରହିବା ପାଇଁ ନ୍ୟସ୍ତ ସ୍ୱାର୍ଥ ରଖୁଛନ୍ତି ସେମାନେ ସାଧାରଣତଃ ରାଜନୀତି ସମ୍ପର୍କରେ କରୁଥିବା ଚିନ୍ତା ଓ ତା’ର ପ୍ରତିଫଳନ ପରିବର୍ତ୍ତେ ହିସାବି ପଦକ୍ଷେପଗୁଡ଼ିକ ନେଇଥାନ୍ତି ।

କିନ୍ତୁ ରାଜନୀତିକୁ ନେଇ ବିରୋଧୀଙ୍କ କଳ୍ପନା ମଧ୍ୟ ହିସାବି ମାନସିକତାରୁ ମୁକ୍ତ ନୁହେଁ । କଂଗ୍ରେସ ଦଳର ଚିନ୍ତାକୁ  ମଧ୍ୟ ହିସାବି ବୋଲି କୁହାଯାଇପାରିବ ବିଶେଷକରି ଯେଉଁଭଳି ଭାବେ ସେମାନେ ନିଜ ଦଳର ସଭାପତି କିଏ ହେବ ଏଭଳି ଏକ ଏକୁଟିଆ ପ୍ରସଙ୍ଗ ଉପରେ ନିଜ ସମଗ୍ର ଚିନ୍ତାର ବିରାଟ ଭାଗ ଖର୍ଚ୍ଚ କରିଚାଲିଛନ୍ତି । ଏପରି ସମୟରେ ସେମାନେ ଏହା କରୁଛନ୍ତି ଯେତେବେଳେ କି ସାଧାରଣ ମଣିଷ ପାଇଁ ଏମାନଙ୍କର ଗୁରୁତ୍ୱପୂର୍ଣ୍ଣ ପକ୍ଷ କ’ଣ ରହିବ ସେ ସମ୍ପର୍କରେ ଚିନ୍ତା କରିବା ଜରୁରୀ ଜଣାପଡ଼ୁଛି । କଂଗ୍ରେସ ଦଳଟି ଯେଉଁଭଳି ‘ବିଳମ୍ବିତ ଖୟାଲ’ ଆପଣେଇଛି ଅନେକ ଲୋକ ଚିନ୍ତା ପ୍ରକଟ କରୁଛନ୍ତି ଯେ, ସେମାନେ ନିଜର ଆଭ୍ୟନ୍ତରୀଣ ବିଷୟଗୁଡ଼ିକ ଉପରେ ଅଧିକ ସମୟ ନଷ୍ଟ କରୁଛନ୍ତି । ବିଳମ୍ବିତ ଖୟାଲ ବା ନିଷ୍ପତ୍ତିରେ ନେବାରେ ବିଳମ୍ବ କରିବାର ଗୋଟିଏ ଭଲ ଦିଗଟି ରହିପାରେ । ଯେହେତୁ ଏହା ଅନେକ ତତ୍ତ୍ୱ ଉପରେ ଆଧାରିତ ଥାଏ ଏବଂ କେବଳ ଯାହା ସୁବିଧାଜନକ ସେ କଥା ଉପରେ ନୁହେଁ । ଏହା ମଧ୍ୟ ଆଶା କରାଯାଏ ଯେ ବିରୋଧୀ ଆସନରେ ବସିଥିବା ଦଳଟିଏ ଆଭ୍ୟନ୍ତରୀଣ ପ୍ରସଙ୍ଗ ଉପରେ ବିମର୍ଷ କରିବା ପାଇଁ ସମୟ ନେବାକଥା ଯାହା ଶାସକ ଦଳ କ୍ଷେତ୍ରରେ ଦେଖାଯାଇ ନଥାଏ । ଗଣତନ୍ତ୍ର ପାଇଁ ମଧ୍ୟ ଏହା ଭଲ । କିନ୍ତୁ ଅଧିକ ବିଳମ୍ବ କରିବାଟା ଉଭୟ କଥାରେ ଏବଂ ଅଭ୍ୟାସରେ ରାଜନୈତିକ ବିଘଟନକୁ ମଧ୍ୟ ଆମନ୍ତ୍ରଣ କରିପାରେ । ଏହାଫଳରେ ଯେଉଁମାନେ ଗଣତନ୍ତ୍ର ଚାହୁଁଥାନ୍ତି ସେମାନେ ଶାସନରେ ଦୀର୍ଘସମୟ ରହିବା ପାଇଁ ଆଶା ବାନ୍ଧିଥିବା ରାଜନୈତିକ ନେତାମାନଙ୍କ ଦ୍ୱାରା ହ୍ୱାଟସ୍ଅପ୍ ଭଳି ପ୍ରଚାର ଯନ୍ତ୍ରର ଶିକାର ହେବାକୁ ପଡ଼େ । ଯେଉଁ ମୌଳିକ ପ୍ରଶ୍ନଟି ଆମେ ଉତ୍ଥାପନ କରିବା କଥା ତାହା ହେଉଛି ଯେ : ଆମେ ରାଜନୈତିକ ଦଳ ବା ନେତାମାନଙ୍କୁ ଚାହିଁବା କାହିଁକି?

ଏସବୁ କହିଲା ପରେ ବି ଗୋଟିଏ ପ୍ରତିନିଧିମୂଳକ ଗଣତନ୍ତ୍ରରେ ରାଜନୈତିକ ଉଦ୍ୟମଗୁଡ଼ିକ ସବୁ ଲୋକଙ୍କ ଉପରେ ନୁହେଁ କିଛି ଲୋକଙ୍କ ଉପରେ ନ୍ୟସ୍ତ ଥାଏ । ଏକ କାର୍ଯ୍ୟକାରୀ ବା ସାମୟିକ ଅର୍ଥରେ କହିବାକୁ ଗଲେ, ପ୍ରତିଟି ମଣିଷ କେବେ ଶାସନ କରିପାରିବ ନାହିଁ । କିନ୍ତୁ ପ୍ରତ୍ୟେକ ମଣିଷର କର୍ତ୍ତବ୍ୟ ନିଶ୍ଚୟ ରହିବ ଗୋଟିଏ ଗଣତନ୍ତ୍ରରେ ଶାସକଙ୍କୁ କହିବା ପାଇଁ ଯେ, ରାଜନୈତିକ କ୍ଷମତା ଏକ ଉତ୍ତରାଧିକାରୀ ସୂତ୍ରରେ ଆସେନାହିଁ ବରଂ ଏହା ନିଶ୍ଚିତଭାବେ ଗୋଟିଏ ରାଜନୈତିକ ଦଳ ବା ନେତାମାନଙ୍କ ଗୋଷ୍ଠୀଗୁଡ଼ିକର ସୁଦ୍ଧ ରାଜନୈତିକ କାର୍ଯ୍ୟକଳାପରୁ ଆସିଥାଏ । କିନ୍ତୁ ଏଭଳି ନେତାଗୁଡ଼ିକ ଲୋକମାନଙ୍କର ଦାବିଟିକୁ ବଦଳାଇ ‘ସାଧାରଣ ଲୋକଙ୍କୁ’ ଏକଚାଟିଆ ଶାସନ ଭିତରକୁ ନେଇଆସିଥାନ୍ତି । ସେ ସବୁ ପରିସ୍ଥିତିରେ ଦୀର୍ଘଦିନ ଧରି ରାଜନୈତିକ କ୍ଷମତା ଉପରେ ନିୟନ୍ତ୍ରଣ ରଖିବା ପାଇଁ ଉଚ୍ଚ ଅଭିଳାଷ ବଢ଼ିଥାଏ ଯେତେବେଳେ ସାଧାରଣ ଲୋକମାନେ ଶାସକ ଦଳକୁ କଠିନ ପ୍ରତିକ୍ରିୟା ଦେବା ପରିବର୍ତ୍ତେ ସେମାନେ ଯାହା କରୁଛନ୍ତି ତାହା ସହ ସ୍ୱର ମିଳାଇ ଦିଅନ୍ତି । ଏଠି ପ୍ରଶ୍ନ ଆସିପାରେ ଯେ କଠିନ ପ୍ରତିକ୍ରିୟା ଦେବାପାଇଁ ଲୋକଙ୍କର ସେଭଳି ଦକ୍ଷତା କ’ଣ ଅଛି ।

ଯୁକ୍ତି କରାଯାଇପାରେ ଯେ, ଧିରସ୍ଥିର ଭାବେ ଚିନ୍ତା କରି ହିଁ ଗଭୀର ଭାବେ ଚିନ୍ତା କରିବା କାମଟିକୁ ଦକ୍ଷତାର ସହିତ ଅଭ୍ୟାସ କରିହେବ । ତାକୁ ଯଦି ଅନ୍ୟ ପ୍ରକାରେ ଆମେ କହିବା, ଯଦି କେବଳ ଦ୍ରୁତ ଗତି (ବ୍ରେକିଂ ନ୍ୟୁଜ୍) ଓ ଉତ୍ତେଜନା ସୃଷ୍ଟି କରିବା ସ୍ତରକୁ ଖବର ଖସିଆସେ ଓ ‘ସାଧାରଣ ମଣିଷ’ଟିକୁ ଭଲଭାବେ ଚିନ୍ତା କରିବା ପାଇଁ ସୁଯୋଗ ମିଳି ନଥାଏ ସେତେବେଳେ ରାଜନୀତି ସମ୍ପର୍କରେ ଗଭୀର ଭାବେ ଚିନ୍ତା କରିବା ସମ୍ଭବ ହୋଇ ନଥାଏ । ବିଭିନ୍ନ ସାମାଜିକ ଗଣମାଧ୍ୟମରେ ଦ୍ରୁତଗତିରେ ପ୍ରବାହିତ ହେଉଥିବା ଖବରଗୁଡ଼ିକ ଭିତରେ ଯେତେବେଳେ ଜଣେ ନିଜକୁ ହଜାଇଦିଏ ତାହା ଇତରମାନଙ୍କ ଉପରେ ରାଜନୈତିକ ନିୟନ୍ତ୍ରଣ ଜାହିର କରିବା ପାଇଁ ସହଜ ହୋଇଯାଏ । ସହଜ ଏଇଥିପାଇଁ ହୁଏନାହିଁ ଯେ, କୌଣସି ଗୋଟିଏ ଭଲ କାମ କରି ସେଥିରୁ ନୈତିକ ଶକ୍ତି ଆହରଣ କରାଯାଇଛି, ବରଂ ପ୍ରଶ୍ନ କରାଯାଉ ନଥିବା ଗୋଟିଏ ରାଜନୈତିକ ବିଚାରକୁ ବଳପୂର୍ବକ ପ୍ରୟୋଗ କରିବା ଦ୍ୱାରା ତାହା ସହଜ ହୋଇଛି । ଏହି କଥା ମଧ୍ୟ ସତ୍ୟ ଯେ ହ୍ୱାଟସ୍ଅପ୍ ଭଳି ମାଧ୍ୟମଗୁଡ଼ିକ ଗୋଟିଏ ଲୋକକୁ ସୂଚନା ଏବଂ ହୁଏତ ଜ୍ଞାନର ସମୁଦ୍ର ଭିତରକୁ ନେଇଯାଇପାରେ । କିନ୍ତୁ ଏଭଳି ଏକ ମାଧ୍ୟମ ଆପଣାଛାଏଁ ଗୋଟିଏ ଲୋକକୁ ସମୁଦ୍ରର ଗଭୀରତା ଭିତରକୁ ନେବ ବୋଲି ଆଶା କରାଯାଏ ନାହିଁ । ଅନେକ ସମସ୍ୟା ସହିତ ବାନ୍ଧିହୋଇ ସହଜ ସମାଧାନ ଖୋଜୁଥିବା ଗୋଟିଏ ଲୋକ ଗଭୀରତାକୁ ଯିବ କି ନାହିଁ ତାହା ତା’ପାଇଁ ଏକ ନୈତିକ ବାଧ୍ୟବାଧକତା କୁହାଯାଇପାରେ । ଏହିସବୁ ମାଧ୍ୟମଗୁଡ଼ିକ ଦୁଇପଟୁ ଧାରୁଆ ଯେହେତୁ ସେମାନେ ଆମକୁ ଗୋଟିଏ ପଟେ ସକ୍ଷମ କରାନ୍ତି ଏବଂ ଅନ୍ୟପଟେ ଆମ ଉପରେ ପ୍ରତିବନ୍ଧକ ମଧ୍ୟ ଛିଡ଼ା କରାଇଥାନ୍ତି । ଏମାନେ ଉଭୟ କାମଗୁଡ଼ିକର ଜାଲିଆତି କରନ୍ତି ବା ତାକୁ ବୈଧ କରିବାର ଢେଉ ସୃଷ୍ଟି କରିଥାନ୍ତି (ଯେମିତି ନିର୍ବାଚନ ସମୟରେ ଦେଖାଯାଏ) ଏବଂ ଫଳପ୍ରଦ ଭାବେ ପ୍ରଶ୍ନଗୁଡ଼ିକର ଗଭୀରତା ଭିତରକୁ ଯାଇ ଚିନ୍ତା କରିବା ପାଇଁ ଥିବା କ୍ଷେତ୍ରଟି ଉପରେ ଲଗାମ ଲଗାଇଦେଇଥାନ୍ତି । ବିଡ଼ମ୍ବନାର କଥା ଯେ, ‘ହ୍ୱାଟସ୍ଅପ ଢେଉ’ ସାମୟିକ ଭାବେ ହେଲେ ବି ରାଜନୀତିର ଦିଗ ନିର୍ଦ୍ଧାରଣ କରିଥାଏ, କିନ୍ତୁ ଯେତେଦିନ ଯାଏଁ ଜନଗଣଙ୍କ ଭିତରେ ଚିନ୍ତା କରିବାର କ୍ଷମତା ରହିଥିବ ଜ୍ଞାନର ସାଗର ଉପରେ ଏହି ଢେଉଗୁଡ଼ିକର କୌଣସି ପତିଆରା ରହିବ ନାହିଁ ।

                                                                                                               

Tags: 

Comments

(-) Hide

EPW looks forward to your comments. Please note that comments are moderated as per our comments policy. They may take some time to appear. A comment, if suitable, may be selected for publication in the Letters pages of EPW.

Back to Top