ISSN (Print) - 0012-9976 | ISSN (Online) - 2349-8846

ପ୍ରଜନନ ହାରର ହ୍ରାସ ଏବଂ ଜନସଂଖ୍ୟାରେ ଗୁଣାତ୍ମକ ପରିବର୍ତ୍ତନର ଲାଭ ।

ଜନସଂଖ୍ୟା ପରିବର୍ତ୍ତନ ଜନିତ ଲାଭ ଉଠାଇବା ପାଇଁ ବର୍ତ୍ତମାନ ସମୟରେ ସମ୍ମିଳିତ ନୀତିର ଆବଶ୍ୟକତା ରହିଛି

 

The translations of EPW Editorials have been made possible by a generous grant from the H T Parekh Foundation, Mumbai. The translations of English-language Editorials into other languages spoken in India is an attempt to engage with a wider, more diverse audience. In case of any discrepancy in the translation, the English-language original will prevail.

 

ଜନସଂଖ୍ୟା ପରିବର୍ତ୍ତନର ଦୁଇଟି ବିଭାଗ ରହୁଛି । ଗୋଟିଏ ହେଉଛି ପ୍ରଜନନ ହାର ଏବଂ ଅନ୍ୟଟି ମୃତ୍ୟୁ ହାରରେ ପରିବର୍ତ୍ତନ । କିନ୍ତୁ ପ୍ରଜନନ ହାରଟି ହିଁ ଯେକୌଣସି ଜନସଂଖ୍ୟାରେ ଘଟୁଥିବା ପରିବର୍ତ୍ତନରୁ ଲାଭ ନେବା ଦିଗଟିକୁ ନିର୍ଣ୍ଣାୟକ ଭାବେ ନିରୂପିତ କରିଥାଏ । ଯେମିତି ସାମଗ୍ରିକ ପ୍ରଜନନ ହାରଟି (ଟିଏଫ୍ଆର୍) ସ୍ଥିର ଭାବେ ହ୍ରାସ ହୋଇ ଚାଲିଛି ଯାହା ସୂଚାଇ ଦେଇଥାଏ ଯେ, ଜଣେ ନାରୀର ସମଗ୍ର ପ୍ରଜନନ କ୍ଷମତା ଥିବା ସମୟରେ ହାରାହାରି କେତେ ସଂଖ୍ୟାରେ ଶିଶୁ ଜନ୍ମ ନିଅନ୍ତି, ତାହା ନିକଟ ଅତୀତର ଦଶନ୍ଧି ଗୁଡ଼ିକରେ କିଭଳି ଭାରତରେ ଜନସଂଖ୍ୟା ବୃଦ୍ଧି ହାରଟି ହ୍ରାସ ପାଇଚାଲିଛି ତା’ର କାରଣଟିକୁ ଉପସ୍ଥାପିତ କରୁଛି । ଏହାଫଳରେ ମଧ୍ୟ କାର୍ଯ୍ୟକ୍ଷମ ବୟସର ଲୋକମାନଙ୍କର ଭାଗ ବଢ଼ି ବଢ଼ି ଚାଲିଛି । ଉଚ୍ଚ ପ୍ରଜନନ ହାର ଥିବା ରାଜ୍ୟଗୁଡ଼ିକରେ ମଧ୍ୟ ସାମଗ୍ରିକ ପ୍ରଜନନ ହାରର ତୀବ୍ର ହ୍ରାସ ଘଟିଛି ଯେତେବେଳେ କି ଆମେ ଦେଖୁଛେ ଯେ, ୨୦୧୭ ମସିହାରେ ୨୨ଟି ବୃହତ ରାଜ୍ୟମାନଙ୍କରେ ପ୍ରତ୍ୟେକ ନାରୀ ପିଛା ଏହି ହାରଟି ଖସି ଆସି ୨.୨ରେ ପହଞ୍ôଚଛି । କିନ୍ତୁ ଜନସଂଖ୍ୟାର ଆବଶ୍ୟକୀୟ ସଂଖ୍ୟା ପୂରଣ ପାଇଁ ଅବା ଫଳପ୍ରଦ ସଂଖ୍ୟା ପୂରଣ ପାଇଁ ଯେଉଁ ୨.୧ହାର ନିରୂପିତ କରାଯାଇଛି, ଲିଙ୍ଗ ହାରର ବିଷମତା ଯୋଗୁଁ ତାହା ଅଧିକ ରହୁଛି । ପୁନଶ୍ଚ ଉତ୍ପାଦନ ହାର, ମୃତ୍ୟୁ ହାର ଏବଂ ବୟସର ଢାଞ୍ଚା କ୍ଷେତ୍ରରେ ଉଭୟ ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳରେ ବିଭିନ୍ନ ରାଜ୍ୟମାନଙ୍କରେ ବ୍ୟାପକ ବିବିଧତା ଦେଖିବାକୁ ମିଳୁଛି । ଯେଉଁ କାରଣଗୁଡ଼ିକ ଯୋଗୁଁ ସାମଗ୍ରିକ ପ୍ରଜନନ ହାରଟି ହ୍ରାସ ଘଟୁଛି, ସେ ଭିତରେ ଅଛି ଗମନାଗମନର ବୃଦ୍ଧି, ବିଳମ୍ବିତ ବିବାହ, ଉଚ୍ଚଶିକ୍ଷା ପାଇଁ ଅଧିକ ସୁଯୋଗ ଏବଂ ନାରୀମାନଙ୍କର ବୃହତ୍ତର ଅର୍ଥନୈତିକ ସ୍ୱାଧୀନତା ।

ନମୂନା ପଞ୍ଜୀକରଣ ବ୍ୟବସ୍ଥା (ଏସ୍ଆରଏସ୍)ର ତଥ୍ୟରୁ ଜଣାପଡ଼ୁଛି ଯେ, ଉଭୟ ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳରେ ପ୍ରଜନନ ହାରର ହ୍ରାସକୁ ନେଇ ଅନେକ ପରସ୍ପର ବିରୋଧୀ କଥା ରହିଛି । ଯଦିଓ ସବୁ ବୟସ ସୀମାର ନାରୀମାନଙ୍କ କ୍ଷେତ୍ରରେ ପ୍ରଜନନ ହାରର ହ୍ରାସ ଘଟିଛି ଭାରତର ସହରାଞ୍ଚଳରେ କିଛି କାଳ ଧରି ବୟସ୍କମାନଙ୍କ ଭିତରେ ପ୍ରଜନନ ହାରର ବୃଦ୍ଧି ଘଟିଛି । ଯେତେବେଳେ କି ଗ୍ରାମାଞ୍ଚଳରେ ବୟସ୍କ ମହିଳାମାନଙ୍କ ମଧ୍ୟରେ ବିଶେଷ କରି ୩୫ରୁ ଅଧିକ ବର୍ଷର ମା’ମାନଙ୍କ କ୍ଷେତ୍ରରେ ଉତ୍ପାଦନ ହାରର ହ୍ରାସ ଘଟିଛି । କିନ୍ତୁ ମହିଳାମାନଙ୍କର ପ୍ରଜନନ ହାରଟି ସାମଗ୍ରିକ ଭାବେ କମି କମି ଚାଲିଛି । ଦେଖାଗଲା ଯେ, ନାରୀମାନଙ୍କ କ୍ଷେତ୍ରରେ ପ୍ରଜନନ ହାର କମିବା ପଛରେ ଶିକ୍ଷାର ମଧ୍ୟ ଗୋଟିଏ ଭୂମିକା ରହିଛି । ଏମିତିରେ ସାଧାରଣ ଭାବେ ଶିକ୍ଷିତ ମହିଳାମାନଙ୍କ କ୍ଷେତ୍ରରେ ପ୍ରଜନନ ହାର କମ୍ ରହିଥାଏ । ସହରାଞ୍ଚଳରେ ୩୦ବର୍ଷରୁ ଊଦ୍ଧ୍ୱର୍ ଶିକ୍ଷିତ ମହିଳାମାନଙ୍କ କ୍ଷେତ୍ରରେ କମ୍ ଶିକ୍ଷିତ ମହିଳାମାନଙ୍କ ତୁଳନାରେ ଅଧିକ ପ୍ରଜନନ ହାର ଦେଖିବାକୁ ମିଳୁଛିି । ଏହା ଏଇଥିପାଇଁ ହେଉଛି ଯେ, ଭଲଭାବେ ଶିକ୍ଷିତ ମହିଳାମାନେ ନିଜ ବାହାଘର ଏବଂ ଶିଶୁଜନ୍ମ କାମଟିକୁ ବିଳମ୍ବ କରାଇପାରନ୍ତି ଯେତେବେଳେ କି ଉତ୍ତମ ସ୍ୱାସ୍ଥ୍ୟ ସେବାର ସୁବିଧା ଉପଲବ୍ଧ ହେଉଥିବା ଯୋଗୁଁ ସେମାନେ ବିଳମ୍ବରେ ଶିଶୁ ଜନ୍ମ ଦେବାପାଇଁ ଇଚ୍ଛୁକ ହୋଇଥାନ୍ତି । କିନ୍ତୁ ସହରାଞ୍ଚଳରେ ଆଶା ଠାରୁ ଅଧିକା ହାରରେ ପ୍ରଜନନ ହାର କମି କମି ଯାଉଛି । ୨୦୧୭ ମସିହା ବେଳକୁ ସହରାଞ୍ଚଳର ପ୍ରଜନନ ହାର ୧.୭କୁ ଖସି ଆସିଥିଲା ଯାହାକି ଜନସଂଖ୍ୟା ପୂରଣ କରିବା ପାଇଁ ଯେଉଁ ହାରଟି ନିରୂପିତ ହୋଇଛି ତାହାଠାରୁ କମ୍ । ଉତ୍ତରପ୍ରଦେଶ, ବିହାର, ରାଜସ୍ଥାନ ବ୍ୟତୀତ ଭାରତର ସମସ୍ତ ରାଜ୍ୟର ସହରାଞ୍ଚଳରେ ପ୍ରଜନନ ହାର ହୁଏତ ଜନସଂଖ୍ୟା ପୂରଣ ହାର ସ୍ଥରରେ ରହିଛି ଅବା ତା’ଠାରୁ କମ୍ ରହିଛି । ସେମିତି ଦଶଟି ରାଜ୍ୟରେ ସାମଗ୍ରିକ ପ୍ରଜନନ ହାର ଗ୍ରାମାଞ୍ଚଳଗୁଡ଼ିକରେ ୨ରୁ କମ୍ ରହିଛି ।

ଜନସଂଖ୍ୟାର ଦିଗଗୁଡ଼ିକୁ ଦେଖିଲେ ଜଣାପଡ଼ୁଛି ଯେ ଭାରତର ଜନସଂଖ୍ୟାରେ ଯେଉଁ ପରିବର୍ତ୍ତନ ହୋଇଛି ତାହା ଏକାଭଳି ନୁହେଁ । ଯଦିଓ ଜନସଂଖ୍ୟାର ଅଭିବୃଦ୍ଧି  ହ୍ରାସ ହେବା ଆଡ଼କୁ ହିଁ ଯାଉଛି, କିନ୍ତୁ କାର୍ଯ୍ୟକ୍ଷମ ବୟସରେ ଥିବା ଜନସଂଖ୍ୟାର ବୃଦ୍ଧି ଯୋଗୁଁ ଭାରତରେ ତଦ୍ଜନିତ ଲାଭ ଆଶା କରାଯାଉଛି । ଅନ୍ୟ ଅର୍ଥରେ କୁହାଯାଇପାରେ ଯେ, କାର୍ଯ୍ୟକ୍ଷମ ବୟସର ଲୋକଙ୍କ ସଂଖ୍ୟା ସାଧାରଣ ଜନସଂଖ୍ୟା ତୁଳନାରେ ବଢ଼ିଛି । ଏହା ସ୍ୱାଭାବିକ ଯେ, ଜନସଂଖ୍ୟା ଜନିତ ଲାଭଟି ୪୦ରୁ ୫୦ବର୍ଷ ଯାଏଁ ରହିବ ଏବଂ ଦେଶ ତାକୁ ଯଦି ଫଳପ୍ରଦ ଭାବେ ବ୍ୟବହାର କରିପାରିଲା ତା’ହେଲେ ଲାଭବାନ ମଧ୍ୟ ହେବ । ଅନ୍ୟଥା ଜନସଂଖ୍ୟା ବୃଦ୍ଧିର ଲାଭଟି ଏକ ଜନସଂଖ୍ୟା ଜନିତ ବୋଝ ହିସାବରେ ରୂପାନ୍ତରିତ ହେବ । ଯେହେତୁ ଭାରତର ବିଭିନ୍ନ ଅଞ୍ଚଳ ଏବଂ ରାଜ୍ୟଗୁଡ଼ିକରେ ଜନସଂଖ୍ୟାର ଧାରାଟି ସ୍ପଷ୍ଟଭାବେ ବିବିଧ ରହିଛି ସେଥିପାଇଁ ବୟସର ଢାଞ୍ଚାଟି ବିଭିନ୍ନ ରାଜ୍ୟ ଏବଂ ଅଞ୍ଚଳଗୁଡ଼ିକରେ ଏବଂ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ରହୁଥିବା ଯୋଗୁଁ ଜନସଂଖ୍ୟା ଜନିତ ଲାଭ ଉପଲବ୍ଧ ହେବାର ସମ୍ଭାବନା ରହିଛି । ସଂଯୁକ୍ତ ରାଷ୍ଟ୍ରର ଜନସଂଖ୍ୟା ପାଣ୍ଠି ମୁତାବକ ଦକ୍ଷିଣ ଏବଂ ପଶ୍ଚିମ ଅଞ୍ଚଳଗୁଡ଼ିକରେ ଏ ଜନସଂଖ୍ୟା ଜନିତ ଲାଭଟି ପାଖାପାଖି ପାଞ୍ଚବର୍ଷ ଯାଏଁ ରହିବ ଯାହା ପରେ ବୟସ୍କଙ୍କ ସଂଖ୍ୟା ବୃଦ୍ଧିରେ ପରିଣତ ହେବ । କିନ୍ତୁ କେତେକ ରାଜ୍ୟରେ ଏହି ସୁବିଧାଟି ୧୦ରୁ ୧୫ବର୍ଷ ରହିବ । ଉତ୍ତର ଭାରତର ଉଚ୍ଚ ପ୍ରଜନନ ହାର ଥିବା ରାଜ୍ୟଗୁଡ଼ିକରେ ଏଭଳି ଉପଲବ୍ôଧ ମିଳିବା ପାଇଁ କ୍ଷେତ୍ର ଉନ୍ମୁକ୍ତ ହୋଇନାହିଁ । ତେଣୁ ଭାରତର ବିଭିନ୍ନ ରାଜ୍ୟରେ ଜନସଂଖ୍ୟା ପରିବର୍ତ୍ତନ ଜନିତ ସ୍ଥିତିର ବିବିଧତା ଜାରି ରହିଥିବା ଯୋଗୁଁ ଏଥିରୁ ମିଳିବାକୁ ଥିବା ଲାଭଟି ଉପଲବ୍ଧ ହେବାର ସମୟକାଳ ନିଶ୍ଚୟ ଅଧିକ ରହିବ ।

ଜନସଂଖ୍ୟା ଜନିତ ଲାଭ ଯୋଗୁଁ ନିର୍ଭରଶୀଳତା ହାରରେ ଯେଉଁ ଉନ୍ନତି ଘଟିଥାଏ ତାକୁ ଦେଖି ଏଭଳି ଏକ ଅନୁମାନ କରାଯାଇଥାଏ ଯେ, କାର୍ଯ୍ୟକ୍ଷମ ବୟସର ଲୋକଙ୍କର ସଂଖ୍ୟା ବୃଦ୍ଧି ଯୋଗୁଁ ଅର୍ଥନୈତିକ ଅଭିବୃଦ୍ଧିର ହାର ତ୍ୱରାନ୍ୱିତ ହେବ । କିନ୍ତୁ ନୀତି ନିର୍ଦ୍ଧାରକମାନେ କ’ଣ ସେଭଳି କିଛି ସମ୍ମିଳିତ ଉଦ୍ୟମ କରୁଛନ୍ତି କି ଯଦ୍ୱାରା ସେମାନେ ମାନବିକ ପୁଞ୍ଜି ନିର୍ମାଣ କରି ଜନସଂଖ୍ୟା ସ୍ଥିତି ଜନିତ ଲାଭକୁ ବ୍ୟବହାର କରିପାରିବେ? ଜନସଂଖ୍ୟା ସ୍ଥିତି ଜନିତ ଲାଭଗୁଡ଼ିକୁ ଉପଲବ୍ଧ କରାଯାଇପାରିବ ଯଦି ନିଜର ଶ୍ରମିକଶ୍ରେଣୀ ପାଇଁ ମୌଳିକ ଭିତ୍ତିଭୂମି, ସ୍ୱାସ୍ଥ୍ୟ, ଶିକ୍ଷାର ଉପଲବ୍ôଧ ଏବଂ ଦକ୍ଷତା ବିକାଶ କ୍ଷେତ୍ରରେ ଯଥେଷ୍ଟ ପୁଞ୍ଜି ବିନିଯୋଗ କରିହେବ । ଏଥିସହିତ କ୍ରମବର୍ଦ୍ଧିଷ୍ଣୁ ଶ୍ରମଶକ୍ତିକୁ କାମ ଯୋଗାଇବା ପାଇଁ ଉପଯୁକ୍ତ ସଂଖ୍ୟାର ନିଯୁକ୍ତି ସୃଷ୍ଟି କରିବାକୁ ପଡ଼ିବ । ଏଇଥିପାଇଁ କରିବାକୁ ହେବ ଯେ, ଉପଲବ୍ଧ ହେଉଥିବା ଶ୍ରମିକମାନେ ଆପଣାଛାଏଁ ନିଜକୁ ନିଯୁକ୍ତି ଦେଇ ଉଚ୍ଚ ଅଭିବୃଦ୍ଧି ସୃଷ୍ଟି କରିପାରିବେ ନାହିଁ । ସେଥିପାଇଁ ଜନସଂଖ୍ୟା ସ୍ଥିତିର ଲାଭ ନେବାପାଇଁ ଏହା ଜରୁରୀ ଯେ, କାର୍ଯ୍ୟକ୍ଷମ ବୟସର ଲୋକମାନଙ୍କୁ ଭଲଭାବେ ନିଯୁକ୍ତି ଦିଆଯାଇପାରିବ ଏବଂ ଯେଉଁମାନେ ଶ୍ରମ ଦେଇଆସିଛନ୍ତି ସେମାନଙ୍କର ଶିକ୍ଷା ଓ ଦକ୍ଷତା ବିକାଶ ମଧ୍ୟ ହୋଇପାରିବ ଯାହାଫଳରେ କାର୍ଯ୍ୟକ୍ଷେତ୍ରରେ ସେମାନେ ଅଧିକ ଉତ୍ପାଦନଶୀଳ ହୋଇପାରିବେ । କିନ୍ତୁ ଆମେ ଦେଖିବାକୁ ପାଉଛୁ ଯେ, ବେରୋଜଗାରିର ହାରଟି ଯେତେବେଳେ ଗତ ୪୫ବର୍ଷ ଭିତରେ ସବୁଠାରୁ ଅଧିକ ବୃଦ୍ଧି ପାଇ ୬.୧ରେ ପହଞ୍ôଚଛି ଏହା ସ୍ପଷ୍ଟ ଭାବେ ସୂଚାଉଛି ଯେ, ଯଥେଷ୍ଟ ସଂଖ୍ୟାରେ ନିଯୁକ୍ତି ମିଳିପାରୁ ନାହିଁ ଏବଂ ଶ୍ରମଶକ୍ତିର ଦୁଃସ୍ଥ ନିଯୁକ୍ତି ପାଇବା ସ୍ଥିତି ସେମାନଙ୍କର ସ୍ୱାସ୍ଥ୍ୟ, ଶିକ୍ଷା, ଏବଂ ବୃତ୍ତିଗତ ତାଲିମରେ ଥିବା ତ୍ରୁଟିଗୁଡ଼ିକୁ ପ୍ରତି ଇଙ୍ଗିତ କରୁଛି । ଆମେ ଜନସଂଖ୍ୟା ସ୍ଥିତି ଜନିତ ଲାଭଟିକୁ କାର୍ଯ୍ୟକାରୀ କରିବା କ୍ଷେତ୍ରରେ ଯଥେଷ୍ଟ ପଦକ୍ଷେପ ନେଉନାହାନ୍ତି ସେଭଳି ଏକ କଥାକୁ ଏହି ସ୍ଥିତିଟି ବୈଧତା ଯୋଗାଉଛି ।

Comments

(-) Hide

EPW looks forward to your comments. Please note that comments are moderated as per our comments policy. They may take some time to appear. A comment, if suitable, may be selected for publication in the Letters pages of EPW.

Back to Top