ISSN (Print) - 0012-9976 | ISSN (Online) - 2349-8846

ବ୍ରିକ୍ସରୁ ମାଟି ଖସିଚାଲିଛି

ବ୍ରିକ୍ସ ଅସ୍ପଷ୍ଟ ଭୂ-ଅର୍ଥନୈତିକ ବିଚାରଟିକୁ ଘୋଡ଼ାଇ ରଖିବା ପାଇଁ କେବଳ ମାତ୍ର ଅତି ପ୍ରଚାରିତ ଅନ୍ୟନାମ କି?

 

The translations of EPW Editorials have been made possible by a generous grant from the H T Parekh Foundation, Mumbai. The translations of English-language Editorials into other languages spoken in India is an attempt to engage with a wider, more diverse audience. In case of any discrepancy in the translation, the English-language original will prevail.

 

ଆଗାମୀ ଏକାଦଶ ବ୍ରିକ୍ସ (ବ୍ରାଜିଲ, ରଷିଆ, ଇଣ୍ଡିଆ, ଚୀନ୍ ଏବଂ ଦକ୍ଷିଣଆଫ୍ରିକା) ଶିଖର ସମ୍ମିଳନୀ ଯାହା ନଭେମ୍ବର ୨୦୧୯ରେ ଅନୁଷ୍ଠିତ ହେବାକୁ ଅଛି, ସେଥିପାଇଁ ୨୮ ଜୁଲାଇ ୨୦୧୯ଦି ନ ରିଓ-ଡି-ଜାନେରୋ ଠାରେ କାର୍ଯ୍ୟସୂଚୀ ନିର୍ଦ୍ଧାରଣ କରିବା ପାଇଁ ଏକ ମନ୍ତ୍ରୀସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ଭେନେଜୁଏଲା ସଙ୍କଟର ସମାଧାନ କ୍ଷେତ୍ରରେ ସଦସ୍ୟ ଦେଶମାନଙ୍କ ଭିତରେ ମତପାର୍ଥକ୍ୟ ଦେଖାଦେଇଥିଲା । ଏହି ମତପାର୍ଥକ୍ୟ, ପରିବର୍ଦ୍ଧିତ ହୋଇ ଚାଲିଥିବା ବିଶ୍ୱସ୍ତରର ସହଯୋଗର ପଥଗୁଡ଼ିକୁ ସଙ୍କୁଚିତ କରିବା ପାଇଁ ଚାଲିଥିବା ପ୍ରୟାସର ଏକ ପରିପ୍ରକାଶ । କିନ୍ତୁ ସଦସ୍ୟମାନଙ୍କ ଭିତରେ ବିଭିନ୍ନ ପ୍ରସଙ୍ଗରେ ଯଥା ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ଡିଜିଟାଲ ଅର୍ଥନୀତି, ଆତଙ୍କବାଦର ମୁକାବିଲା ଏବଂ ଅର୍ଥର ଅନୈତିକ ଖେଳଗୁଡ଼ିକୁ ବନ୍ଦ କରିବା କ୍ଷେତ୍ରରେ ସହଯୋଗ ଆଣିବା ପାଇଁ ଯେଉଁ ବାର୍ତ୍ତାଳାପର ଆବଶ୍ୟକତା ଥାଏ, ସେଥିପାଇଁ ଜରୁରୀ ହେଉଥିବା ସହମତି ଉପରେ ଏହାର କୌଣସି ପ୍ରଭାବ ପଡ଼ି ନଥିଲା । କିନ୍ତୁ ଦେଖିବା ପାଇଁ ବାକି ରହିଲା ଯେ, ବ୍ରିକ୍ସକୁ ନେଇ ଯେଉଁ ଆଶା ରହିଆସିଛି ଯେ, ସେମାନେ ପରିପକ୍ୱ ଶକ୍ତି ହିସାବରେ ନିଜ ଅନୁଷ୍ଠାନଗୁଡ଼ିକ ମାଧ୍ୟମରେ ପ୍ରତିଷ୍ଠିତ ହେବେ ତାକୁ ଏହି ସହମତି କିଭଳି ସହଯୋଗ କରୁଛି ।

ବିଶ୍ୱର ସବୁଠାରୁ ପ୍ରମୁଖ ଉଦୀୟମାନ ଅର୍ଥନୀତି ହିସାବରେ ସେମାନଙ୍କୁ ବାନ୍ଧି ରଖିବା ପାଇଁ ଯେଉଁ ବିଚାରଟି ରହିଛି (ପରେ ପରେ ଯାହା ଏକ ଉଚ୍ଚାରଣରେ ସୀମିତ ରହିଛି) ତା’ ବାହାରକୁ ଯାଇ ଦେଖିଲେ ଜଣାପଡ଼େ ଯେ, ଏହି ଦେଶମାନଙ୍କୁ ନେଇ ଗଠିତ ଏଭଳି ଏକ ସଂଘର ବ୍ୟବହାରିକ ଦକ୍ଷତା ସବୁବେଳେ ଅନିଶ୍ଚିତତା ଭିତରେ ରହୁଛି ଯେହେତୁ ସେମାନେ ଭିନ୍ନ ଭିନ୍ନ ରାଜନୈତିକ ଏବଂ ଆର୍ଥିକ ବାସ୍ତବତା ଦେଇ ଗତି କରୁଛନ୍ତି । ଏହି ଅନିଶ୍ଚିତତାକୁ ବଳିଷ୍ଠ କରୁଛି ବର୍ତ୍ତମାନ ରାଷ୍ଟ୍ରପତି ଜେଆର୍ ବଲସୋନାରୋଙ୍କ ନେତୃତ୍ୱରେ ଚାଲିଥିବା ବ୍ରାଜିଲ ସରକାର ଯେଭଳି ନିଜର ବୈଦେଶିକ ନୀତି ନିର୍ଦ୍ଧାରଣରେ ପ୍ରାଥମିକତା ବଦଳାଇ ଚାଲିଛନ୍ତି । ପ୍ରାୟ ଦେଢ଼ ଦଶନ୍ଧି ଧରି ବ୍ରାଜିଲର ବିଦେଶ ନୀତି ଏଭଳି ଏକ ବିଚାର ଉପରେ ପ୍ରତିଷ୍ଠିତ ହୋଇଛି ଯାହା ବିବିଧ ବିଶ୍ୱର ଗ୍ରହଣୀୟତାକୁ ସ୍ୱୀକାର କରିଆସିଛି । ବୈଶୋନାରୋଙ୍କ ପୂର୍ବ ରାଷ୍ଟ୍ରପତିମାନେ ବିବିଧତାକୁ ଦକ୍ଷିଣ-ଦକ୍ଷିଣ ସହଯୋଗର ଏକ ଭିତ୍ତି ହିସାବରେ ଦେଖି ବିବିଧ ବିଶ୍ୱରେ ‘ସନ୍ତୁଳନ ସୃଷ୍ଟିକାରି ଶକ୍ତି’ ହିସାବରେ ନିଜକୁ ଉପସ୍ଥାପିତ କରୁଥିଲେ । କିନ୍ତୁ ଏବକାର ରାଷ୍ଟ୍ରପତି କୂଟନୀତିରେ ବିବିଧତାବାଦକୁ ସ୍ପଷ୍ଟ ଭାବେ ପରିତ୍ୟାଗ କରି ପଶ୍ଚିମ ଦେଶମାନଙ୍କ ସହ ବିଶେଷକରି ଯୁକ୍ତରାଷ୍ଟ୍ର ଆମେରିକା ସହ ବୃହତ୍ତର ସମ୍ପର୍କ ପ୍ରତିଷ୍ଠା କରିବା ପାଇଁ ଆଗ୍ରହ ପ୍ରକାଶ କଲେ । ଏହିଭଳି ଏକ କୂଟନୈତିକ ଲକ୍ଷ୍ୟ ସହ କୌଣସି ବିଶ୍ୱସ୍ତରୀୟ ଆଙ୍କାକ୍ଷା ନଥାଏ ବା ସୀମିତ ଆଙ୍କାକ୍ଷା ଥାଏ ଯାହା କେତୋଟି କଥାରେ ପ୍ରଦର୍ଶିତ ହୋଇଛି । ଦେଶାନ୍ତରକୁ ନେଇ ବିଶ୍ୱସ୍ତରୀୟ ଚୁକ୍ତିରେ ସ୍ୱାକ୍ଷର କରିବା, କାମରୁ ନିବୃତ ରହିବା ଅବା ଅନେକ ଦଶନ୍ଧି ଧରି ନିଜର ବାଣିଜ୍ୟ ସାଥି ହୋଇ ରହିଆସିିଥିବା ଚୀନ୍ ସହ କୂଟନୈତିକ ସମ୍ପର୍କକୁ ହଠାତ୍ ଦ୍ୱନ୍ଦ୍ୱାତ୍ମକ କରାଇଦେବା ଅବା ଭେନେଜୁଏଲାର ରାଷ୍ଟ୍ରପତି ନିକୋଲାସ୍ ମାଦୁରାଙ୍କୁ କ୍ଷମତାଚ୍ୟୁତ କରାଇବା ପାଇଁ ଆମେରିକାର ରାଜନୈତିକ ତଥା ସାମରିକ ହସ୍ତକ୍ଷେପ ଉପରେ ଆତ୍ମଘୋଷିତ ନିର୍ଭରଶୀଳତା ଜାହିର କରିବା ଇତ୍ୟାଦି ସବୁରୁ ଜଣାପଡ଼ିଯାଉଛି ଯେ, ବ୍ରିକ୍ସ ରାଷ୍ଟ୍ରମାନଙ୍କ ସହ ବ୍ରାଜିଲର ସମ୍ପର୍କଟି ଦୁର୍ବଳ ।

୨୦୦୮-୦୯ ମସିହାର ବିଶ୍ୱ ଅଥନୈତିକ ସଙ୍କଟ ସମୟରୁ ଯୁକ୍ତରାଷ୍ଟ୍ରଆମେରିକା ଗୋଟିଏ ଦୃଷ୍ଟିକୋଣକୁ ବଢ଼ତଃ ଦେଇଆସିଛି ଯେ ବ୍ରିକ୍ସର ଅର୍ଥନୈତିକ ଦୃଷ୍ଟିରୁ ଆବଶ୍ୟକତା ଆଉ କିଛି ନାହିଁ । ମୁଖ୍ୟତଃ ସମୂହ ଘରୋଇ ଉତ୍ପାଦନ କ୍ଷେତ୍ରରେ ସଦସ୍ୟ ଦେଶମାନଙ୍କର ଅଭିବୃଦ୍ଧି ହାର ଯେଉଁଭଳି କମି କମି ଚାଲିଛି ଏବଂ ବିଶେଷକରି ଚୀନ୍ର ଅଭିବୃଦ୍ଧି ହାର ଯାହା ଶତକଡ଼ା ୧୦ ଉପରେ ରହୁଥିଲା ତାହା ଯେଭଳି ଶତକଡ଼ା ୭କୁ ଖସିଆସିଛି, ଏଭଳି ଏକ ସ୍ଥିତିକୁ ହିଁ  ଭିତ୍ତିକରି ଆମେରିକାର ଦୃଷ୍ଟିକୋଣଟି ଆଧାରିତ ହେଇଛି । ଗୋଲଡ଼ମେନ୍ ସାକସ୍ ତରଫରୁ କରାଯାଇଥିବା ପୂର୍ବାନୁମାନ ସହ ଏହି ଅଭିବୃଦ୍ଧିର ଆକଳନଗୁଡ଼ିକ ତାଳ ରଖିପାରି ନାହିଁ । ଏହି ଗୋଲଡ଼ମେନ୍ ସାକସ୍ଙ୍କ ଯୋଗୁଁ ହିଁ ବିକ୍ସର କ୍ଷୁଦ୍ର ନାମଟି ନିରୁପିତ ହୋଇଥିଲା ଏଭଳି ଆଶା କରାଯାଇ ଯେ, ୨୦୦୦ ମସିହା ଠାରୁ ପରବର୍ତ୍ତୀ ସମୟଗୁଡ଼ିକରେ ବ୍ରିକ୍ସ ବିଶ୍ୱ ଅର୍ଥନୈତିକ ଅଭିବୃଦ୍ଧି ପାଇଁ ଏକ ଇଞ୍ଜିନ ଭଳି କାମ କରିବ । ୨୦୧୫ରେ ଗୋଲଡ଼ମେନ୍ ସାକସ୍ ନିଜର ବ୍ରିକ୍ସ ପାଣ୍ଠିଟିକୁ ଏକ ଉଦୟମାନ ବଜାରର ପାଣ୍ଠି ହିସାବରେ ପରିଣତ କଲେ ଏମିତି ଏକ ଯୁକ୍ତିକୁ ଆଧାର କରି ଯେ, ଏହି ବ୍ରିକ୍ସ ପାଣ୍ଠି ୨୦୧୦ ମସିହାର ଶୀର୍ଷ ସମୟରୁ ହିଁ ଶତକଡ଼ା ୮୮ଭାଗ ପାଣ୍ଠି ହରାଇ ସାରିଥିଲା । ସେପ୍ଟେମ୍ବର ୨୦୧୫ରେ ଯୁକ୍ତରାଷ୍ଟ୍ର ଆମେରିକାର ସିକ୍ୟୁରିଟିଇଜ୍ ଓ ଏକ୍ସଚେଞ୍ଜ କମିଶନ ପାଖରେ ନିଜର ବିବରଣୀ ଦାଖଲ କଲାବେଳେ ଏହି ପୁଞ୍ଜିନିବେଶକାରୀ ସଂସ୍ଥାଟି ଉଲ୍ଲେଖ କରିଥିଲେ ଯେ, ତାଙ୍କ ପାଖରେ ନିଜକୁ ବଞ୍ଚାଇ ରଖିବା ପାଇଁ ରହିଥିବା ପାଣ୍ଠିଟିକୁ ସେ ପୁନଃ ସଙ୍ଗଠିତ କରିବେ ଏବଂ ‘ଏକ ଅଧିକ ବିବିଧ ବିଶ୍ୱ ଏବଂ ଉଦୟମାନ ବଜାରଗୁଡ଼ିକ’ ଭିତରେ ତାକୁ ବିନିଯୋଗ କରିବେ । ଏଭଳି ଏକ ସଂଶୟକୁ ପଛରେ ପକାଇ ୨୦୧୪ ମସିହାରେ ଆରମ୍ଭ ହୋଇଥିଲା ନ୍ୟୁ ଡେଭେଲପମେଣ୍ଟ୍ ବ୍ୟାଙ୍କ (ଏନ୍.ଡି.ବି) । ପାରମ୍ପରିକ ବିଶ୍ୱ ଶାସନ ଢାଞ୍ଚାରେ ବ୍ରିକ୍ସ ଦେଶମାନଙ୍କର ଅତି କମ୍ ପ୍ରତିନିଧିତ୍ୱକୁ ହିସାବରେ ରଖି ଏହି ଏନ୍.ଡି.ବି.ର ପ୍ରତିଷ୍ଠା କରାଯାଇଥିଲା ।

ଯଦି ଜଣେ ଯୁକ୍ତି କରେ ଯେ, ଅତି କମ୍ ପ୍ରତିନିଧିତ୍ୱକୁ ନେଇ ଏହା ଏକ ପ୍ରତିବାଦ ମାତ୍ର ଏବଂ ଏହା କୌଣସି ଆଦର୍ଶ ରାଜନୈତିକ ଢାଞ୍ଚା ବା ସଂସ୍କୃତିକୁ ନେଇ ମିଳିତ ବୁଝାମଣା ଉପରେ ଆଧାରିତ ନୁହେଁ, ତାହା ଗୋଟିଏ ଗୋଷ୍ଠୀ ହିସାବରେ ବ୍ରିକ୍ସର ଉଦ୍ଦେଶ୍ୟକୁ ହନନ କରୁଛି ଏବଂ ଜଣେ କେବେବି ଅନ୍ୟ ଏକ ତଥ୍ୟକୁ ଅଣଦେଖା କରିପାରିବ ନାହିଁ ଯେ, ଏଭଳି ଏକ ଉଦ୍ଦେଶ୍ୟର ଦୀର୍ଘସ୍ଥାୟୀତ୍ୱ, ପ୍ରତିବାଦର ‘ଭାବନା’ ଯେତେଦିନ ଯାଏଁ ସକ୍ରିୟ ଥିବ ସେତେଦିନ ଯାଏଁ ତିଷ୍ଠି ରହିବ । ଏଭଳି ଏକ ଦୃଷ୍ଟିରୁ ଯଦି ଦେଖାଯାଏ ତା’ହେଲେ ବ୍ରାଜିଲ, ଯୁକ୍ତରାଷ୍ଟ୍ର ଆମେରିକା ସହ ମିତ୍ରତା ବ୍ରିକ୍ସର ନିରନ୍ତରତା ପ୍ରତି ଆଶଙ୍କା ସୃଷ୍ଟି କରୁଛି ନିଶ୍ଚୟ, ଯେତେବେଳେ କି ଭୁ-ରାଜନୀତିରେ ସଂଯୁକ୍ତ ରାଷ୍ଟ୍ରର ପ୍ରମୁଖ ଭୂମିକା ପାଇଁ ଋଷ୍ ନିଜର ପ୍ରତିବଦ୍ଧତା ପ୍ରଦର୍ଶିତ କରିଆସିଛି । ଉଭୟ କ୍ଷେତ୍ରରେ ସନ୍ତୁଷ୍ଟ କରିବା ପାଇଁ ଏକ ଚାପ ସୃଷ୍ଟି କରିବା ଉଦ୍ଦେଶ୍ୟରେ ନୀତି ନିର୍ଦ୍ଧାରଣ କରାଯାଇପାରିବ ଯଦ୍ୱାରା କି ବ୍ରିକ୍ସର ସ୍ୱାୟତ୍ତତା ନଷ୍ଟ ହେବ ଏବଂ ଅବା ଏହାର ଅନୁଷ୍ଠାନ ଏନ୍.ଡି.ବି.ର ସ୍ୱାୟତ୍ତତା ବିପନ୍ନ ହେବ । ଅର୍ଥନୈତିକ ନୀତିଗୁଡ଼ିକରେ ସଂସ୍କାର ଆଣିବା କ୍ଷେତ୍ରରେ ଯାହା ଆବଶ୍ୟକ ହୁଏ ତାହା ବଳପୂର୍ବକ କୌଣସି କଥା ଲଦିଦେବା ଅବା ସମ୍ମିଶ୍ରଣ କରାଇବା ଦ୍ୱାରା ନୁହେଁ ବରଂ ପରସ୍ପର ଭିତରେ ନିର୍ଭରଶୀଳତା ସୃଷ୍ଟି କରି ସମସ୍ୟାଗୁଡ଼ିକର ସମାଧାନର ପଥ ବାହାର କରିବା ଦ୍ୱାରା ସମ୍ଭବ ହୋଇପାରିବ ।

ଠିକ୍ ସେତିକିବେଳେ ବ୍ରିକ୍ସଦେଶମାନଙ୍କ ନିଜ ଭିତରେ ଥିବା ଅର୍ଥନୈତିକ ବିବିଧତାର ପ୍ରଭାବଗୁଡ଼ିକୁ ଅଣଦେଖା କରାଯାଇପାରିବ ନାହିଁ, ଯେତେବେଳେ ଆମେ ଏହାକୁ ଗୋଟିଏ ଗୋଷ୍ଠୀ ହିସାବରେ ପ୍ରାସଙ୍ଗିକତା ରଖିବା ପାଇଁ ଚର୍ଚ୍ଚା କରୁଛେ । ବାସ୍ତବରେ ଏହି ଗୋଷ୍ଠୀ ଭିତରେ ଥିବା ଅର୍ଥନୈତିକ ବିଷମତା ଯୋଗୁଁ ବ୍ରିକ୍ସ ଅନୁଷ୍ଠାନଗୁଡ଼ିକରେ ସେମାନଙ୍କର ନିଜର ପ୍ରତିନିଧିତ୍ୱକୁ ନେଇ ସଦସ୍ୟମାନେ ପରସ୍ପର ପ୍ରତି ବିରୋଧ ଆଭିମୁଖ୍ୟ ନେବାପାଇଁ ଯଥେଷ୍ଟ ଅବସର ମିଳିଥାଏ । ଉଦାହରଣ ସ୍ୱରୂପ ନିଜର ବଳକା ଅର୍ଥ ଯୋଗୁଁ ଚୀନ୍ ଏନ୍.ଡି.ବି.ର ଯେଉଁ ପ୍ରସ୍ତାବିତ ଜରୁରୀକାଳୀନ ସଂରକ୍ଷିତ ପାଣ୍ଠି ଶହେ ବିଲିୟନ ଆମେରିକୀୟ ଡଲାରରେ ନିରୁପିତ କରାଯାଇଛି ତାହାର ପାଞ୍ଚଭାଗରୁ ଦୁଇ ଭାଗ କେବଳ ନିଜେ ଦେବାପାଇଁ ପ୍ରତିଶ୍ରୁତି ଦେଇଛି । ଏଭଳି କରିବା ଦ୍ୱାରା ଭବିଷ୍ୟତରେ ବ୍ୟାଙ୍କର ପରିଚାଳନା କ୍ଷେତ୍ରରେ ଚୀନ୍ ନିଜର ପତିଆରା ଦେଖାଇ ପାରେ ଏବଂ ନିଜର ମୁଦ୍ରା ୟୁଆନ୍ର ପ୍ରଭୁତ୍ୱ ସାବ୍ୟସ୍ତ କଲାଭଳି ବାଣିଜ୍ୟ ବ୍ରିକ୍ସ ଦେଶମାନଙ୍କ ଭିତରେ ପ୍ରଚଳନ କରିବା ପାଇଁ ଏକ ସୁଯୋଗ ହିସାବରେ ବ୍ୟବହାର କରିପାରେ । ଚୀନ୍ର ଏଭଳି ଆଭିମୁଖ୍ୟ ବିକାଶମୁଖି ବିଶ୍ୱର ଅନ୍ୟ ଦେଶମାନଙ୍କ ପାଇଁ ନିଜ ବାଣିଜ୍ୟକୁ ସମ୍ପ୍ରସାରିତ କରିବାରେ ବ୍ୟବହାର ମଧ୍ୟ କରାଯାଇପାରେ ।

ଏଭଳି ଅନ୍ତର୍ନିହିତ ଅସ୍ପଷ୍ଟତା ବ୍ରିକ୍ସ ଭିତରେ ଥିବାବେଳେ, ବିବିଧତାବାଦକୁ ନେଇ ଥିବା ପାରମ୍ପରିକ ଉଚ୍ଚାରଣଗୁଡ଼ିକର ସୀମିତତାକୁ ଅତିକ୍ରମ କରିବା ପାଇଁ ବ୍ରିକ୍ସ ପ୍ରକୃତରେ କିଛି ଉପଯୋଗୀ ନହୋଇ କେବଳ ମାତ୍ର ଏକ ଉଚ୍ଚାରଣ ବା ଏକ ସଂକ୍ଷିପ୍ତ ନାମ ହୋଇ ରହିଯାଉ ନାହିଁ କି?

Comments

(-) Hide

EPW looks forward to your comments. Please note that comments are moderated as per our comments policy. They may take some time to appear. A comment, if suitable, may be selected for publication in the Letters pages of EPW.

Back to Top