ISSN (Print) - 0012-9976 | ISSN (Online) - 2349-8846

ଜିରୋ ବଜେଟ୍ ବା ବ୍ୟୟବିହୀନ କୃଷିର ମରୀଚିକା

ନିଜର କୁଶାସନକୁ ଲୁଚାଇବା ପାଇଁ ବ୍ୟୟବିହୀନ କୃଷିକ୍ଷମତାଶାଳୀ ରାଷ୍ଟ୍ର ନାୟକଙ୍କର ଏକ ଉଦ୍ୟମ  

 

The translations of EPW Editorials have been made possible by a generous grant from the H T Parekh Foundation, Mumbai. The translations of English-language Editorials into other languages spoken in India is an attempt to engage with a wider, more diverse audience. In case of any discrepancy in the translation, the English-language original will prevail.

 

ମରାଠୀ କୃଷିବିତ୍ ସୁବାଷ ପାଲେକରଙ୍କୁ ପଦ୍ମଶ୍ରୀ ପ୍ରଦାନ କରିବା ଦ୍ୱାରା ୨୦୧୬ ମସିହାରେ ବ୍ୟୟବିହୀନ ପ୍ରାକୃତିକ କୃଷି ସର୍ବସାଧାରଣଙ୍କର ଦୃଷ୍ଟିଗୋଚର ହୋଇଥିଲା । ଦେଶରେ ଯେଉଁ କୃଷି ବ୍ୟବସ୍ଥା ଚାଲିଛି, ତାହା ବ୍ୟବସାୟିକ । ଅନେକ କୃଷିଜନିତ ଖର୍ଚ୍ଚର ଅବସ୍ଥା ସୃଷ୍ଟି ହୋଇଛି । ସେଥିପାଇଁ ଯେଉଁଠି ପ୍ରାକୃତିକ କୃଷିର ସଫଳତା ଏକ ଉପଲବ୍ôଧ ହିସାବରେ ଆସୁଛି ତାହା ଏକ ବୃହତ ସମ୍ଭାବନା ସୃଷ୍ଟି କରୁଛି । ପ୍ରଥମେ କ୍ରୟ କରାଯାଉଥିବା/ ବ୍ୟବସାୟିକ ବିହନ, ସାର ଓ ରାସାୟନିକ ଜିନିଷଗୁଡ଼ିକର ବ୍ୟବହାରକୁ ସମ୍ପୂର୍ଣ୍ଣଭାବେ ବନ୍ଦ କରିଦେବା ଦ୍ୱାରା ଉତ୍ପାଦନର ମୂଲ୍ୟଟି ତତ୍କ୍ଷଣାତ୍ କମେଇ ଦିଆଯାଇପାରିବ । ଦ୍ୱିତୀୟରେ ଓ ମୂଳତଃ ପ୍ରଥମ କାରଣର ପରିଣାମ ହିସାବରେ ଏହା କୃଷକମାନଙ୍କର ଋଣ ଉପରେ ନିର୍ଭରଶୀଳତାଟିକୁ ହ୍ରାସ କରାଇ ସେମାନଙ୍କୁ ଋଣଯନ୍ତାରେ ପଡ଼ିବା ସ୍ଥିତିରୁ ମୁକ୍ତ ରଖିପାରିବ । ଯଦି ବ୍ୟୟବିହୀନ କୃଷି ମାଧ୍ୟମରେ ଦେଶବ୍ୟାପୀ ଦେଖାଯାଉଥିବା କୃଷିକ୍ଷେତ୍ରର ଦୁଃସ୍ଥ ସଂସ୍କୃତିକୁ ମୁକାବିଲା କରିବା ପାଇଁ ବର୍ତ୍ତମାନର ଭାରତୀୟ ଜନତାଦଳର ବ୍ୟୟବିହୀନ କୃଷିକୁ ଆପଣେଇବା ପଛର ପ୍ରମୁଖ କାରଣ ହୋଇଥାଏ, ଯାହା ୨୦୧୮-୧୯ର ଅର୍ଥନୈତିକ ସର୍ବେକ୍ଷଣ ଅବା ୨୦୧୯ର ବଜେଟରେ ଦେଖିବାକୁ ମିଳିଥିଲା, ତେବେ ସରକାରଙ୍କର ଉଦ୍ଦେଶ୍ୟକୁ ନେଇ ଆମେ ସନ୍ଦେହ ପ୍ରକାଶ କରୁଥିବା ଯୋଗୁଁ ଆମକୁ କ୍ଷମା କରାଯାଇପାରେ । କିନ୍ତୁ କେତୋଟି ନଗ୍ନ ବାସ୍ତବତାକୁ ଏଡ଼ାଇ ଦେଇ କ’ଣ ଆଗକୁ ପାଦ ନେଇହେବ?

                ୨୦୧୬ ମସିହାରେ ତାଙ୍କୁ ସମ୍ମାନିତ କରିବାବେଳକୁ ପାଲେକରଙ୍କର ବ୍ୟୟବିହୀନ କୃଷି ୧୦ବର୍ଷର ପୁରୁଣା ଅନୁଭୂତିଟିଏ ହୋଇସାରିଥିଲା । ତଥାପି ପୁରସ୍କାର ସମୟରେ ପ୍ରକାଶ ପାଉଥିବା କେତୋଟି ଗଣମାଧ୍ୟମର ବିବରଣୀ ତଥା ଅନୁଧ୍ୟାନମୂଳକ କାହାଣୀ ଏବଂ ତାଙ୍କର ନିଜ ପ୍ରକାଶିତ ଏକ ପୁସ୍ତକ ବ୍ୟତିରେକ ସେଭଳି ଅନ୍ୟ କୌଣସି ସ୍ୱାଧୀନ ତଥା ଗଭୀର ଅର୍ଥନୈତିକ ସମୀକ୍ଷା ଏହି ପଦ୍ଧତିକୁ ନେଇ କରାଯିବାର କଥା ସର୍ବସାଧାରଣଙ୍କର ଗୋଚରରେ ନାହିଁ । ୨୦୧୬ ମସିହାରେ ଲା ଭିଆ କମ୍ପେସିନା (ଏଲ୍ଭିସି) ନାମକ ୮୧ଟି ଦେଶର ୧୮୨ଟି କୃଷକ ସଙ୍ଗଠନମାନଙ୍କୁ ନେଇ ଗଠିତ ଏକ ସଂସ୍ଥା ମାଧ୍ୟମରେ ଯେଉଁ ଅଧ୍ୟୟନ କରାଯାଇଥିଲା, ସେଥିରେ ଏହି କଥା ଉଲ୍ଲେଖ କରାଯାଇଥିଲା ଯେ, କର୍ଣ୍ଣାଟକରେ ପାଲେକରଙ୍କ ସହ ଯୋଡ଼ି ହୋଇଥିବା ଅଧିକାଂଶ କୃଷକ ‘ମଧ୍ୟମବର୍ଗ’ର କୃଷକଶ୍ରେଣୀରୁ ଆସିଥିଲେ ଯାହାକି ଏହି ପଦ୍ଧତିର ପହଂଚଞ୍ଚଏବଂ ନିରନ୍ତରତାକୁ ନେଇ ଦ୍ୱନ୍ଦ୍ୱ ସୃଷ୍ଟି କରୁଛି । ସେହି ରିପୋର୍ଟରେ ହିଁ ଉଲ୍ଲେଖ କରାଯାଇଛି ଯେ ବ୍ୟୟବିହୀନ କୃଷିର ଦ୍ରବ୍ୟଗୁଡ଼ିକୁ ନେଇ ବଜାରରେ ବେପାର କରିବାର ସୀମିତତା ରହିଛି । ନିକଟରେ ପ୍ରକାଶିତ କେତେକ ଗଣମାଧ୍ୟମର ରିପୋର୍ଟରୁ ଜଣାପଡ଼ିଛି ଯେ, ବ୍ୟୟବିହୀନ କୃଷି ପଦ୍ଧତିରେ ଚାଷ କରୁଥିବା କୃଷକମାନେ ଲାଭ ହେଉ ନଥିବା ଦର୍ଶାଇ ପୁଣିଥରେ ଅଧିକ ଖର୍ଚ୍ଚ ହେଉଥିବା ପାରମ୍ପରିକ ରାସାୟନିକ କୃଷିକୁ ଫେରୁଛନ୍ତି ।

                ଯେତେବେଳେ କି କ୍ଷୁଦ୍ର ଚାଷୀମାନଙ୍କ ପାଇଁ ବ୍ୟୟବିହୀନ କୃଷିର ପ୍ରାସଙ୍ଗିକତା ଅନ୍ଧାର ଭିତରେ ରହିଛି, ସେତେବେଳେ ୨୦୨୦ ସୁଦ୍ଧା ଚାଷୀମାନଙ୍କର ଆୟକୁ ଦୁଇଗୁଣା କରିବା ପାଇଁ କେନ୍ଦ୍ର ସରକାରଙ୍କର ବ୍ୟୟବିହୀନ କୃଷିର ପ୍ରୟୋଗ ପାଇଁ କରୁଥିବା ଚିନ୍ତାର କାରଣଗୁଡ଼ିକୁ କିଭଳି ବୁଝାଯାଇ ପାରିବ? ଉପରେ କୁହାଯାଇଥିବା ଏଲ୍.ଭି.ସିର ଅଧ୍ୟୟନରୁ ଯାହା ଜଣାଯାଏ ଯେ, ଯଦି ବ୍ୟୟବିହୀନ କୃଷିର ପ୍ରମୁଖ ଉପଭୋକ୍ତାମାନେ ‘ମଧ୍ୟମବର୍ଗ’ର କୃଷକ ହୁଅନ୍ତି ତେବେ ସରକାରଙ୍କର ଉଦ୍ୟମଟି ପଛରେ ରାଜନୈତିକ ବୁଦ୍ଧିମତା ରହିଛି ବୋଲି କେହି ଯଦି ସନ୍ଦେହ କରେ, ତେବେ ତାହା ଅଯୌକ୍ତିକ ହେବନାହିଁ । ଇତିହାସକୁ ଦେଖିଲେ ଜଣାଯାଏ ‘ମଧ୍ୟମବର୍ଗ’ର କୃଷକମାନେ ଗୋଟିଏ ରାଜନୈତିକ ଚାପ ସୃଷ୍ଟିକାରୀ ଗୋଷ୍ଠୀ ହିସାବରେ ଆମ ଦେଶର ରାଜନୈତିକ ଦଳମାନଙ୍କର ନିର୍ବାଚନୀ ଭାଗ୍ୟ ନିର୍ଣ୍ଣୟ କରିବା ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇ ଆସିଛନ୍ତି । ଏଭଳି ଦୃଷ୍ଟାନ୍ତ ଉତ୍ତରଭାରତର ହିନ୍ଦୀ ଭାଷାଭାଷୀ ଅଞ୍ଚଳଗୁଡ଼ିକରେ ନିର୍ଦ୍ଦିଷ୍ଟ ଭାବେ ଦେଖିବାକୁ ମିଳିଥାଏ । ସେହି ଏକା ସମୟରେ କ୍ଷୁଦ୍ର / ନାମକୁ ମାତ୍ର ଚାଷୀ ଏବଂ କୃଷି ଶ୍ରମିକମାନଙ୍କୁ ଏଭଳି ଚାପ ସୃଷ୍ଟିକାରୀ ରାଜନୀତିରୁ ବାଦ୍ ଦେଇ ଅନେକ ପ୍ରତିବନ୍ଧକ ସୃଷ୍ଟି କରାଯାଇଛି ଯେମିତି ଆମ ଦେଶରେ କୃଷକ ଆନ୍ଦୋଳନ କୌଣସି ଉଗ୍ର ରୂପ ନେଇପାରିବ ନାହିଁ । ଏଭଳି ଅବସ୍ଥାଗୁଡ଼ିକ ଭିତରେ ସରକାରୀ ନୀତିଗୁଡ଼ିକ ମୁଖ୍ୟତଃ ଆମ କୃଷିଭିତ୍ତିକ ସମାଜଟିକୁ ‘ବଦଳାଇବା’ ପାଇଁ ନୁହେଁ ବରଂ ‘ଶାନ୍ତ’ କରାଇବା ପାଇଁ କାମ କରିଆସିଛି । ଯଦି ସ୍ମରଣ କରାଯାଇପାରେ ତେବେ ଜଣାଯିବ ଯେ, ବ୍ୟୟବିହୀନ କୃଷି ଏବଂ ଏହାର ପ୍ରବକ୍ତା ଯେତେବେଳେ ୨୦୧୬ ମସିହାରେ ପ୍ରଥମେ ସ୍ୱୀକୃତି ପାଇଲେ ସେତେବେଳେ ଦେଶବ୍ୟାପୀ ଗୋଟିଏ ଅଧ୍ୟାଦେଶର ପୁନଃ ପ୍ରଣୟନ ବିରୋଧରେ ରାଜନୈତିକ ଆନ୍ଦୋଳନ ଚାଲିଥିଲା । ଏହି ଅଧ୍ୟାଦେଶଟି ୨୦୧୩ର ଲାରା ଆଇନ ବା ଭୂମି ଅଧିଗ୍ରହଣ ସମ୍ପର୍କିତ ନିୟମରେ ଥିବା ବାଧ୍ୟତାମୂଳକ ‘ସହମତି’ ବ୍ୟବସ୍ଥାଟିକୁ ଓ ସାମାଜିକ ପ୍ରଭାବ ଆକଳନ ବ୍ୟବସ୍ଥାଟିକୁ ମଧ୍ୟ ଆଇନରୁ ହଟାଇଦେବା ପାଇଁ ୨୦୧୫ ଡିସେମ୍ବର ମାସରେ ଜାରି କରାଯାଇଥିଲା । ଜମିର ‘ମାଲିକାନା’ ପ୍ରସଙ୍ଗଟି ଅନିଶ୍ଚିତତା ଭିତରେ ଝୁଲି ରହିଥିବାରୁ କୃଷକମାନଙ୍କର କୃଷି ପଦ୍ଧତିର ପରିବର୍ତ୍ତନକୁ ନେଇ କୌଣସି ବି ସୁପାରିଶ କାମ ବା କରିବ କେମିତି? ଏହା ନୁହେଁ ଯେ, ବ୍ୟୟବିହୀନ କୃଷି ଦ୍ୱାରା କୃଷକମାନେ ଉତ୍ପାଦନ ପାଇଁ କୌଣସି ଖର୍ଚ୍ଚ କରିବେ ନାହିଁ । ବରଂ ଏହାର ଅନ୍ୟ ଅର୍ଥ ହେଉଛି ଯେ, ମିଶ୍ରିତ ଶସ୍ୟ ଉତ୍ପାଦନ ଦ୍ୱାରା କୃଷି ପାଇଁ କରାଯାଉଥିବା ମୂଲ୍ୟର ଭରଣା କରାଯାଇପାରିବ ଯେଉଁଥିପାଇଁ କି ଏହାକୁ ବ୍ୟୟବିହୀନ କୃଷି କାର୍ଯ୍ୟ ରୂପରେ ବିଚାର କରାଯାଇଛି । ମିଶ୍ରିତ ଚାଷ ପାଇଁ ଗୋଟିଏ କୃଷି ପଦ୍ଧତିକୁ ଆଗକୁ ନେବା, ଯାହାବି କେବଳ ଏକକ ଚାଷର ସଂସ୍କୃତିକୁ ବ୍ୟବସ୍ଥିତ କରିବା ପାଇଁ ବର୍ତ୍ତମାନ ଚାଲିଥିବା ପ୍ରୋତ୍ସାହନ ଢାଞ୍ଚାଟିକୁ ପରିବର୍ତ୍ତନ ନକରି (ଯେମିତିକି ସର୍ବନିମ୍ନ ସହାୟକ ମୂଲ୍ୟ) ତେବେ ତାହା ଆତ୍ମଘୋଷିତ ‘କୃଷକ ବନ୍ଧୁ’ ସରକାରଙ୍କର ରାଜନୈତିକ ଇଚ୍ଛା ଶକ୍ତି ସମ୍ପର୍କରେ ବହୁତ କିଛି କହୁଛି ।

ବ୍ୟୟବିହୀନ କୃଷି ମାଧ୍ୟମରେ ‘ମୂଳକୁ ଫେରିବା ପାଇଁ’ ରାଷ୍ଟ୍ରନାୟକଙ୍କର ଯେଉଁ ଚିନ୍ତା ତାହା ଏଭଳି ଏକ ସମୟରେ ଆସୁଛି ଯେଉଁ ସମୟରେ ସରକାର ଜନଗଣଙ୍କ ଭିତରେ ରାଷ୍ଟ୍ରବାଦୀ ଭାବାବେଗ ସୃଷ୍ଟି କରିବା ପାଇଁ ଚିନ୍ତା କରିବା ପାଇଁ ଅଧିକ ଆଗ୍ରହ ଦେଖାଉଛନ୍ତି । ଅନ୍ୟପଟେ ଦେଶରେ ଗୋଟେ ଭଲ କରି ବ୍ୟବସାୟ ସବୁ ଦିଗରୁ ବିକଶିତ କରିବା ପାଇଁ ସରକାରଙ୍କର ଯେଉଁ ଉତ୍ତରଦାୟିତ୍ୱ ରହୁଛି ତାକୁ ଲୋକେ ଯେଭଳି ଗୋଟିଏ କୃଷିନୀତି ଆଣିବା ପାଇଁ କଠିନ ପ୍ରଶ୍ନ ନକରନ୍ତି ସେଥିରୁ ସେମାନଙ୍କର ଧ୍ୟାନ ହଟାଇବା ପାଇଁ ପ୍ରୟାସ ମଧ୍ୟ କରୁଛନ୍ତି ।

ବ୍ୟୟବିହୀନ କୃଷି ମାଧ୍ୟମରେ ମୂଳକୁ ଫେରିଯିବା ପାଇଁ ରାଷ୍ଟ୍ରନାୟକଙ୍କର ଶକ୍ତିଶାଳୀ ବିଚାର ସେତେବେଳେ ଆସୁଛି ଯେତେବେଳେ କି ଏକ ବଳିଷ୍ଠ କୃଷି ବ୍ୟବସ୍ଥା ସାମ୍ରଗିକ ବିକାଶକୁ ନେଇ ଥିବା କଠିନ ପ୍ରଶ୍ନଗୁଡ଼ିକରୁ ଜନଗଣଙ୍କର ଧ୍ୟାନକୁ ହଟାଇ ଅଧିକ ଜାତୀୟତାବାଦ ସୃଷ୍ଟି କରିବା ଭଳି ଭାବାବେଗକୁ ବଢ଼ାଇବା ପାଇଁ ସରକାର ଅଧିକ ଆଗ୍ରହ ଦେଖାଉଛନ୍ତି । ନିର୍ମାଣ କରିବା ପାଇଁ ସରକାରଙ୍କର ସାମ୍ନାରେ କୁଶାସନର ଅଧିକ ବିଶ୍ୱରୂପ ପ୍ରସଙ୍ଗଗୁଡ଼ିକ ସମାଧି ନେଇଯାଉଥିବା କଥା ତୀକ୍ଷ୍ଣ ଅନୁଧ୍ୟାନକାରୀମାନେ ଅନୁଭବ କରିପାରିବେ । ଉଦାହରଣ ସ୍ୱରୂପ ଯଦି ‘ମୂଳକୁ ଫେରିଯିବା’ କଥାଟିର ଅର୍ଥ ହେବ ଯେ କମ୍ ବ୍ୟୟରେ କୃଷିକୁ ଆଗେଇ ନେବା, ତେବେ ତାହା ହେଲେ କାହିଁକି ବ୍ୟୟବିହୀନ କୃଷିର ଜଣେ ପ୍ରମୁଖ ନାୟକ ଆନ୍ଧ୍ରପ୍ରଦେଶ ଜଳବାୟୁକୁ ମୁକାବିଲା କଲାଭଳି ବ୍ୟୟବିହୀନ ପ୍ରାକୃତିକ କୃଷିର କାର୍ଯ୍ୟକ୍ରମ ପାଇଁ ୧୭,୦୦୦କୋଟି ଟଙ୍କାର ଗୋଟିଏ ପାଣ୍ଠି ସଙ୍ଗଠିତ କରିବାକୁ ପଡ଼ୁଛି? ବିଶ୍ୱସ୍ତରର ଅର୍ଥ ଲଗାଣକାରୀ କମ୍ପାନୀ ଏବଂ କୃଷି ବ୍ୟବସାୟ କରୁଥିବା କମ୍ପାନୀ ଓ ଜଳବାୟୁ ବଣ୍ଡ୍ ମାଧ୍ୟମରେ ଯେଉଁ ବିରାଟ ଧରଣର ପୁଞ୍ଜି ଆସୁଛି ତାହା ନୀତି ଓ ଆଚରଣ ଭିତରେ ଥିବା ସ୍ପଷ୍ଟ ଅନ୍ତଦ୍ୱର୍ନ୍ଦ୍ୱ ପ୍ରତି ଆମର ଧ୍ୟାନ ଆକର୍ଷଣ କରୁଛି । ବ୍ୟୟବିହୀନ କୃଷି ଏଭଳି ଏକ ଆଶଙ୍କା ସୃଷ୍ଟି କରୁଛି ଯେ ଯେମିତି ନବ୍ୟଉଦାରବାଦ ରାଷ୍ଟ୍ର ହାତରେ ଏକ ନୂତନ ଉପାୟ ମିଳିଯାଇଛି, ଯାହାର ବ୍ୟବହାର କରି ଦୁଇଟି ଉଦ୍ଦେଶ୍ୟ ସାଧନ କରାଯାଇପାରିବ । ଗୋଟିଏ ପଟେ କର୍ପୋରେଟ ଉପଭୋକ୍ତାମାନଙ୍କୁ ଅଧିକ ପ୍ରୋତ୍ସାହନ ଦିଆଯାଇପାରିବ ଏବଂ ଅନ୍ୟପଟେ ମିତବ୍ୟୟତା ପାଳନ କରିବା ନାଁ’ରେ ପ୍ରାଥମିକତା ପାଇବା ପାଇଁ ଯୋଗ୍ୟ କ୍ଷେତ୍ରଗୁଡ଼ିକର ଖର୍ଚ୍ଚ କାଟ କରାଯାଇପାରିବ ।

               

Comments

(-) Hide

EPW looks forward to your comments. Please note that comments are moderated as per our comments policy. They may take some time to appear. A comment, if suitable, may be selected for publication in the Letters pages of EPW.

Back to Top