ISSN (Print) - 0012-9976 | ISSN (Online) - 2349-8846

ସରକାରୀ ଅନୁଷ୍ଠାନମାନଙ୍କର ସମ୍ମାନ

.

The translations of EPW Editorials have been made possible by a generous grant from the H T Parekh Foundation, Mumbai. The translations of English-language Editorials into other languages spoken in India is an attempt to engage with a wider, more diverse audience. In case of any discrepancy in the translation, the English-language original will prevail.

 

ରାଜନୈତିକ କ୍ଷେତ୍ରରେ ଅପମାନ ଶବ୍ଦର ପ୍ରୟୋଗ ଯଦିଓ ଅବୁଝା ନୁହେଁ କିନ୍ତୁ ଏକ କୌତୁକିଆ ବିଷୟବସ୍ତୁ ନିଶ୍ଚୟ । କୌତୁକିଆ ଏହି ଦୃଷ୍ଟିରୁ ଯେ, ଏହାର ପ୍ରୟୋଗ ସରକାରୀ ଅନୁଷ୍ଠାନ କ୍ଷେତ୍ରରେ କରାଯାଏ ଓ ଏହି ଅନୁଷ୍ଠାନଗୁଡ଼ିକର ସର୍ବୋଚ୍ଚ ପଦବୀରେ ଅଧିଷ୍ଠିତ ବ୍ୟକ୍ତିମାନଙ୍କୁ ମନ ଭିତରେ ରଖି ଏକପ୍ରକାର ଇଙ୍ଗିତ କରାଯାଇଥାଏ । ଏଭଳି ଏକ ଶବ୍ଦର ପ୍ରୟୋଗ ଭାରତର ପ୍ରଧାନମନ୍ତ୍ରୀଙ୍କ ଭାଷାରେ ଦେଖିବାକୁ ମିଳେ, ଯିଏକି ଝାଡ଼ଖଣ୍ଡର ‘ନିରୀହ’ ସରକାରଙ୍କୁ ଅପମାନ ସହ ଯୋଡ଼ି କୁହାଯାଉଥିବା କଥାକୁ ନୈତିକ ଦୃଷ୍ଟିରୁ ଏକ କଷ୍ଟଦାୟକ ଭାବନା ବୋଲି କହିଥିଲେ । ଏମିତି କହିବାଟା ଅନୁସନ୍ଧାନ ପାଇଁ କୌତୁକିଆ ଖୋରାକ ଯୋଗାଇପାରେ । ସରକାରୀ ଅନୁଷ୍ଠାନଗୁଡ଼ିକୁ କ’ଣ ଅପମାନିତ କରାଯାଇପାରିବ ଏବଂ ଯଦି କରାଯାଏ କେମିତି ଏଭଳି ଏକ ଅପମାନକୁ ନୈତିକତା ଦୃଷ୍ଟିରୁ ବୈଧ ବୋଲି କୁହାଯାଇପାରିବ?

ଯୁକ୍ତି କରାଯାଇପାରେ ଯେ, ସରକାରୀ ଅନୁଷ୍ଠାନମାନଙ୍କ ଭିତରେ କୌଣସି ଅନ୍ତର୍ନିହିତ ନୈତିକ ସମ୍ବେଦନଶୀଳତାର ଉପାଦାନ ନଥାଏ ଯାହାକି ଅପମାନର ଭାବନା ସୃଷ୍ଟି କରିପାରିବ । ଏହା ଏଇଥିପାଇଁ କି ଯେ, ସେଗୁଡ଼ିକ ସବୁ କେବଳ ଶାରୀରିକ ଢାଞ୍ଚାଗୁଡ଼ିକ । ସେହିଭଳି ଏହା ନିହାତି ଉଦ୍ଭଟ ଯେ ଆନୁଷ୍ଠାନିକ ବିଧିଗୁଡ଼ିକ ମାନବିକ ଅପମାନ ଯୋଗୁଁ କ୍ଷତିଗ୍ରସ୍ତ ହୋଇଥାଏ ଯଦିଓ ଏହିଭଳି ଅନୁଷ୍ଠାନଗୁଡ଼ିକ ମଣିଷମାନଙ୍କ ଦ୍ୱାରା ଅବାଟରେ ବ୍ୟବହୃତ ହୋଇଥାଏ । ଏହି କଥାକୁ ଜଣେ ଅସ୍ୱୀକାର କରିପାରିବ ନାହିଁ ଯେ ଏଭଳି ବିଧି / ପ୍ରକ୍ରିୟାଗୁଡ଼ିକ ଅପମାନଜନକ ସାବ୍ୟସ୍ତ ହୋଇପାରେ ଯାହା ଏମାନଙ୍କୁ ପରିଚାଳନା କରୁଥିବା ଲୋକମାନଙ୍କ ଉପରେ ମୁଖ୍ୟତଃ ନିର୍ଭର କରିଥାଏ । ସୁତରାଂ ସେମାନଙ୍କର ସର୍ବସାଧାରଣ ଚରିତ୍ର ଯୋଗୁଁ ଏକପ୍ରକାର ଅସ୍ପଷ୍ଟ ଭାବମୂର୍ତ୍ତି ଧାରଣ କରିଥାନ୍ତି ଯେହେତୁ ସେମାନେ କୌଣସି ନିର୍ଦ୍ଦିଷ୍ଟ ବ୍ୟକ୍ତିର ହୋଇ ନଥାନ୍ତି । ଏହି ଦୁଇଟି ଦିଗ ନିଶ୍ଚିତ ଭାବେ କୌଣସି ଅନୁଷ୍ଠାନ ପ୍ରତି ଅପମାନର ଭାବନା ଯୋଡ଼ିବା ପାଇଁ ନିବୃତ୍ତ କରିଥାଏ । ଯଦି ଏହା ହିଁ ହେଉଛି କଥାଟି ଯେ ଜଣେ କୌଣସି ସରକାରୀ ଅନୁଷ୍ଠାନକୁ ଅପମାନିତ କରିପାରିବ ନାହିଁ ତେବେ ଜଣେ କିପରି ବୁଝିପାରିବ ଯେତେବେଳେ କୁହାଯାଉଛି ଯେ, ‘ସରକାରଙ୍କୁ ଅପମାନିତ କରାଯାଇଛି’?

ଅପମାନିତ କରାଯାଇଛି ବୋଲି ଦାବିଟି ଦାନା ଧରିବ କେବଳ ଯଦି ସରକାରୀ ଅନୁଷ୍ଠାନଗୁଡ଼ିକର ବ୍ୟକ୍ତିକରଣ କରାଯାଏ ଯାହା କେବଳ ଗଣତାନ୍ତ୍ରିକ ମୂଲ୍ୟବୋଧ ଏବଂ ଜନରାଜ୍ୟର ଚରୀତ୍ରର ଲୁଣ୍ଠନ ଦ୍ୱାରା ହିଁ ହୋଇପାରିବ, ଅବା ଏହି ଅନୁଷ୍ଠାନଗୁଡ଼ିକର କ୍ଷମତାଟିକୁ ଜାବୁଡ଼ି ଧରିଥିବା ଗୋଟିଏ ଲୋକ ବା କିଛି ଲୋକଙ୍କର ଯଦି  ସମ୍ପୃକ୍ତ ଅନୁଷ୍ଠାନ ସହ ନିବିଡ଼ ସମ୍ପର୍କ ରହିଥାଏ ତେବେ ମଧ୍ୟ ଅପମାନ ଶବ୍ଦଟିକୁ ବୁଝିହେବ । ଗୋଟିଏ ବ୍ୟକ୍ତିର ଅପମାନକୁ ନେଇ ଥିବା ନକାରାତ୍ମକ ଭାବନା ଅବା ସମ୍ମାନକୁ ନେଇ ଥିବା ସକାରାତ୍ମକ ଭାବନା ହିଁ ଅନୁଷ୍ଠାନ ଭିତରେ ରୂପ ନେଇଥାଏ । ଏଭଳି ଏକ ପରିସ୍ଥିତିରେ ହିଁ ଅପମାନର ଭାଗଟି ଅନୁଷ୍ଠାନ ପାଖରେ ପହଞ୍ôଚଥାଏ । ଅନୁଷ୍ଠାନ ହେଉଛି ଏଇ ସରକାରୀ ବ୍ୟକ୍ତିତ୍ୱମାନଙ୍କର ଏକ ସ୍ୱରୂପ ଯେଉଁମାନେ ସେ ସବୁକୁ ନେଇ ନୈତିକ ଦାବୀ କରିଥାନ୍ତି ।

ଯେତେବେଳେ ‘ଅନୁଷ୍ଠାନକୁ ଅପମାନିତ କରାଯାଉଛି’ ବୋଲି ଦାବୀ କରାଯାଉଛି ତେବେ ସେହି ଦାବୀଟି ଅସମାପ୍ତ, ଅବା ଯଥେଷ୍ଟ ନୁହେଁ । ଉପଯୁକ୍ତ କାରଣ ଉପରେ ଆଧାରିତ ହେଲେ ହିଁ ଆମେ ଦାବୀଟିକୁ ସମ୍ପୂର୍ଣ୍ଣ ବା ବୈଧ କହିପାରିବା । ଅନ୍ୟପ୍ରକାରେ କହିବାକୁ ଗଲେ ଭଲ ଶାସନ ପାଇଁ ଅପେକ୍ଷାକୃତ ଖ୍ୟାତି ଥିବା ଗୋଟିଏ ସରକାରକୁ ଅପମାନିତ କରିବା ଏକ ଅନୁଚିତ ନୈତିକ ଅଭିଯୋଗ ଭାବରେ ନିଆଯାଏ । ଏଭଳି ଅନୁଚିତ ଅଭିଯୋଗ ସରକାରଙ୍କ ଭଲ କାମ ପ୍ରତି ସମ୍ମାନ ନାହିଁକୁ ଦର୍ଶାଇଥାଏ । ଏଭଳି ଅନୁଚିତ୍ ଅପମାନ ଲୋକଙ୍କ ପାଇଁ ଭଲ କାମ କରୁଥିôବା ସରକାରଙ୍କ ପ୍ରତି କିଛି ସମ୍ମାନ ନାହିଁ କଥାଟିକୁ ସୂଚିତ କରାଏ ।

ତେଣୁକରି ଅପମାନିତ କରାଯାଉଛି ଦାବୀଟି ଏକ ମନମୁଖୀ ଦାବୀ ନୁହେଁ । ତା’ ପଛରେ ନିହାତି ଯୁକ୍ତିଯୁକ୍ତ କାରଣ ଥିବା ଦରକାର । ସରକାର ଯେଉଁ, କାରଣର ଆଧାର ନ୍ୟାୟର ବର୍ଦ୍ଧିତ ନୀତି ଭିତରୁ ଶକ୍ତି ଆହରଣ କରୁଥିବ । ଯଦି ଦାବୀଟି ପଛରେ ଭଲ କାରଣ ନଥାଏ ତେବେ ଏଭଳି ଏକ ଅଭିଯୋଗକୁ ଅବାନ୍ତର ବୋଲି ବିବେଚିତ ହୁଏ । ସେଥିରେ କୌଣସି ନ୍ୟାୟର ନୀତି ନଥାଏ ଏବଂ କେବଳ କାହା ପ୍ରତି ଭୁଲ୍ ବିଶ୍ୱାସ ଥିବା ଭିତରେ ଭଲ କାରଣଗୁଡ଼ିକ ଆସିଥାଏ । ଚର୍ଚ୍ଚା କରାଯାଉଥିବା ମାମଲାଟି ଝାଡ଼ଖଣ୍ଡ ସରକାରଙ୍କ କାର୍ଯ୍ୟକଳାପକୁ ନେଇ ପର୍ଯ୍ୟବେଶିତ । ଗୋଟିଏ ରାଜ୍ୟ ନିଜର ଟିକସ ଖିଲାପକାରୀଙ୍କୁ ଦଣ୍ଡବିଧାନ କରିବା ଓ ଭିଡ଼ ହିଂସା କରୁଥିବା ଲୋକମାନଙ୍କୁ ଦଣ୍ଡବିଧାନ କରିବା ପାଇଁ ଥିବା ଅବସ୍ଥାଗୁଡ଼ିକ ଭିତରେ ତିଷ୍ଠି ରହେ । ଭିଡ଼ ହିଂସାକୁ ରୋକିବା ପାଇଁ ସରକାରୀ ସଂସ୍ଥାମାନଙ୍କର ତୁରନ୍ତ କାର୍ଯ୍ୟାନୁଷ୍ଠାନ ହିଁ ସେମାନଙ୍କ ପ୍ରତି ଜନସମ୍ମାନକୁ ବଢ଼େଇଥାଏ । ଏକ ଉଦାରପୂର୍ଣ୍ଣ ଢାଞ୍ଚାରେ ଏଭଳି ଅବସ୍ଥାଗୁଡ଼ିକ ରାଜ୍ୟ ପାଇଁ ଜରୁରୀ ଯଦ୍ୱାରା କି ଲୋକଙ୍କର ଆସ୍ଥା ଜିତି ହେବ । ସରକାରଙ୍କ ପାଇଁ ପ୍ରଚଳିତ ଅବସ୍ଥା ଯଥା ଆର୍ଥିକ ଦଣ୍ଡ ଦେବା ଅବା ଦଣ୍ଡବିଧାନ କରିବା ମଧ୍ୟ ନୈତିକ ଅବସ୍ଥିତି ସୃଷ୍ଟି କରେ ଯାହା ଅପମାନିତ ହୋଇଥବବାର କାରଣଗୁଡ଼ିକୁ ସମାପ୍ତ କରିଦେଇପାରେ । ଆମକୁ ସ୍ୱୀକାର କରିବାକୁ ହେବ ଯେ ଏସବୁ ଅବସ୍ଥା ପ୍ରାୟତଃ ଅଧିକାଂଶ ରାଜ୍ୟ ସରକାରଙ୍କ ପାଖରେ ଦେଖାଯାଇ ନଥାଏ ସେ ଭିତରେ ଝାଡ଼ଖଣ୍ଡର ସରକାର ମଧ୍ୟ ସମ୍ପୃକ୍ତ । ଯଦି ଅପମାନିତ କରାଯାଇଥିବା କଥାଟିକୁ ପ୍ରମାଣିତ କରିବା ପାଇଁ ଭିଡ଼ ହିଂସା ବିରୁଦ୍ଧରେ ସମୟୋପଯୋଗୀ ଏବଂ ଅନବରତ କାର୍ଯ୍ୟାନୁଷ୍ଠାନର କୌଣସି ନିଦର୍ଶନ ନଥାଏ ତେବେ ସରକାରଙ୍କ କାର୍ଯ୍ୟକାରୀତାକୁ ଉପଯୁକ୍ତ ଭାବେ ସମୀକ୍ଷା କରିବା ପାଇଁ ତାହା ପ୍ରତିବନ୍ଧକ ସୃଷ୍ଟି କରିପାରେ । ନିଷ୍ପତ୍ତି ନେବା ସ୍ତରରେ ଯେଉଁମାନେ ଅଛନ୍ତି ପଛକୁ ଫେରିଯାଇ ଉପଯୁକ୍ତ ସମୀକ୍ଷା ପାଇଁ ସେମାନେ ବାହାରିବା ଦରକାର ।

 ଗୋଟିଏ ଶାସକ ଦଳ ନିୟମିତ ଭାବେ ଆତ୍ମସମୀକ୍ଷା କରିବା ଅବା ନିଜର ମୂଲ୍ୟାୟନ କରିବାପାଇଁ ପଛକୁ ଫେରିବା ଜରୁରୀ । ଏହାର ଉଦ୍ଦେଶ୍ୟ ନୁହେଁ ଯେ ସାମ୍ବିଧାନିକ ମୂଲ୍ୟବୋଧ ଠାରୁ ହଟିଯିବା, ଯେଉଁ ମୂଲ୍ୟବୋଧ ଗୁଡ଼ିକରେ ଦେଶର ନାଗରିକମାନଙ୍କର ସୁରକ୍ଷାର ପ୍ରାବଧାନ ଅଛି ଓ ଯେଉଁଥିରେ ଜନମଙ୍ଗଳ କଥାଟି ନିଶ୍ଚିତ କରାଯାଇଛି, ବରଂ ଏପରି କରିବା ଦ୍ୱାରା ସରକାରକୁ ସୁଯୋଗ ମିଳିବ ଏବଂ ନିଜର କାର୍ଯ୍ୟକାରିତାରେ ଉନ୍ନତି ଆଣିପାରିବେ ଓ ସୁଶାସନ ପ୍ରତିଷ୍ଠା କରିପାରିବେ । ପ୍ରାକୃତିକ ଭାବେ ଏଭଳି ଏକ ପଦକ୍ଷେପର ବିରୋଧୀମାନେ ସରକାରଙ୍କୁ ସମାଲୋଚନା କରିବା ପାଇଁ ଯେଉଁ କାରଣଗୁଡ଼ିକ ପାଇଥାନ୍ତି ସେସବୁ କାରଣ ଗୁଡ଼ିକର ଅନ୍ତଃ ଅଣାଯାଇପାରିବ । ପଛକୁ ଫେରିଯାଇ ନିଜର କାର୍ଯ୍ୟକାରିତା ଉପରେ ପ୍ରତିଫଳନ କରିବା ଦ୍ୱାରା ଉପଯୁକ୍ତ ଓ ବୈଧ ସମାଲୋଚନା ଗୁଡ଼ିକୁ ଅପମାନରେ ରୂପାନ୍ତରିତ କରିବା ପାଇଁ ହେଉଥିବା ପ୍ରଚେଷ୍ଟାଗୁଡ଼ିକୁ ସମାପ୍ତ କରିହେବ ।

Comments

(-) Hide

EPW looks forward to your comments. Please note that comments are moderated as per our comments policy. They may take some time to appear. A comment, if suitable, may be selected for publication in the Letters pages of EPW.

Back to Top