ISSN (Print) - 0012-9976 | ISSN (Online) - 2349-8846

ବର୍ତମାନଟି ସୁଖା, ଭବିଷ୍ୟତ ବି ସୁଖା?

ଖରାପରୁ ଖରାପ ହୋଇ ଚାଲିଥିବା ଜଳସଙ୍କଟ ଯେତେବେଳେ ସାମ୍ନାରେ, ଜଳର ପରିଚାଳନା ପାଇଁ ରାଷ୍ଟ୍ର ଚିନ୍ତାଶୀଳ ପଦକ୍ଷେପ ନେବାର ଆବଶ୍ୟକତା ଅଛି । 

 

The translations of EPW Editorials have been made possible by a generous grant from the H T Parekh Foundation, Mumbai. The translations of English-language Editorials into other languages spoken in India is an attempt to engage with a wider, more diverse audience. In case of any discrepancy in the translation, the English-language original will prevail.

 

ଟିକେ ବିଳମ୍ବରେ ହେଲେ ବି ବର୍ଷା ଆସିଯାଇଛି । ଭାରତର ଅଧିକାଂଶ ଭାଗ ଗ୍ରୀଷ୍ମ ପ୍ରବାହରୁ ଟିକିଏ ଶାନ୍ତି ପାଇବା ପାଇଁ ଅବସରଟି ମିଳିଛି । ଏହି ଗ୍ରୀଷ୍ମପ୍ରବାହ ଯୋଗୁଁ ଶହ ଶହ ଲୋକେ ମୃତ୍ୟୁବରଣ କରିଥିଲେ ଏବଂ ଏଥିସହିତ ଲାଗିରହିଥିଲା ଉକ୍ରଟ ଜଳ ଅଭାବ ଯାହା ଦୁର୍ବଳ ସ୍ଥିତିଟିକୁ ଏବଂ ସଙ୍କଟଜନକ ଅବସ୍ଥାଟିକୁ ଅଧିକ ଜଟିଳ କରିଦେଇଥିଲା । ଚେନ୍ନାଇ ଓ ରାଂଚି ଭଳି ସହରରେ ଜଳସଙ୍କଟ ଯୋଗୁଁ ହିଂସାତ୍ମକ ସଂଘର୍ଷ, ଦୁଃସ୍ଥ ସ୍ଥିତି ଏବଂ ଲୋକଙ୍କ ବ୍ୟଗ୍ରତା ବଢ଼ିଯାଇଥିଲା । ହ୍ରଦ ଓ ଜଳଭଣ୍ଡାରଗୁଡ଼ିକ ଶୁଖିଯିବା ଯୋଗୁଁ ନିଜର ଦୈନନ୍ଦିନ ବ୍ୟବହାର ପାଇଁ ଆବଶ୍ୟକ ହେଉଥିବା ପାଣିର ଯୋଗାଡ଼ କଲାବେଳେ ଲୋକଙ୍କ ଭିତରେ ଏଥିପାଇଁ ସଂଘର୍ଷ ଉପୁଜିଥିଲା । କିନ୍ତୁ ଜଳ ଅଭାବ ଜନିତ ସ୍ଥିତିଟି କେବଳ ଏହି ସହରଗୁଡ଼ିକ ପାଇଁ ସତ୍ୟ ତାହା ନୁହେଁ, ଦେଶର ଏକ ବିରାଟ ଭାଗ ମରୁଡ଼ି ଜନିତ ପରିସ୍ଥିତି ଦେଇ ଷଢ଼ୁଛନ୍ତି ଏହିକଥା ମଧ୍ୟ ସତ୍ୟ।

ମୌସୁମୀ ଆସିବାରେ ବିଳମ୍ବ ହେବା ଅବା କମ୍ ବୃଷ୍ଟିପାତ ହେବା ଏହାର ଏକମାତ୍ର କାରଣ ନୁହେଁ । ମରୁଡ଼ିର ପ୍ରଭାବକୁ ଗଭୀର ଭାବେ ଅନୁଭବ କରାଯାଇଛି ଏଇଥିପାଇଁ ବି ଯେ ଅଧିକ ଗଭୀରତାକୁ ଯାଇ ଖୋଳିବା ପରେ ବି ପାଣିର ଆଧାରଟି ଶୁଖି ଶୁଖି ଯାଉଛି । ମହାରାଷ୍ଟ୍ରର ନାସିକ ଜିଲ୍ଲାର ବର୍ଦେ – ଚି – ୱାଦି ଅଞ୍ଚଳରେ ବସବାସ କରୁଥିବା ମହିଳାମାନେ ନିଜ ଜୀବନକୁ ବିପନ୍ନ କରି ୬୦ଫୁଟ୍ ଗଭୀର କୂଅ ଭିତରକୁ ପାଣି ଆଣିବା ପାଇଁ ଓହ୍ଲାଇ ଥାନ୍ତି । ଭାରତ ହେଉଛି ଏଭଳି ଏକ ଦେଶ ଯେଉଁଠି ଯେଉଁ ହାରରେ ଭୂତଳ ଜଳକୁ ଲୁଣ୍ଠନ କରାଯାଇଛି ତାହାର ସମତୁଲ ଉଦାହରଣ ବିଶ୍ୱରେ ଆଉ ଗୋଟିଏ ଦେଶରେ ଦେଖିବାକୁ ମିଳେନାହିଁ । ଏଠି ଭୂତଳ ଜଳକୁ ସର୍ବସାଧାରଣଙ୍କ ସମ୍ପତ୍ତି ହିସାବରେ ବିବେଚନା କରାଯାଏ ନାହିଁ । ଦେଶର ଅଧିକାଂଶ ଭାଗ ନିଜ ପାଖରେ ଥିବା ଅବଲମ୍ବନଗୁଡ଼ିକର ସୀମା ଅତିକ୍ରମ କରି ଜୀବନ ବିତାଉଛନ୍ତି ବିଶେଷକରି ଜଳର ବ୍ୟବହାର ଦୃଷ୍ଟିରୁ, ଏବଂ ଏହି କଥା ଖଡ଼ଗପୁର ଆଇ.ଆଇ.ଟି ତରଫରୁ ପୂର୍ବଭାରତରେ କରାଯାଇଥିବା ଏକ ଅଧ୍ୟୟନରୁ ଜଣାପଡ଼ିଛି । ପୂର୍ବଭାରତ ଜଳ ବହୁଳତା ପାଇଁ ପରିଚିତ, ଯେଉଁଠି ଏବେ ଭୂତଳ ଜଳର ମରୁଡ଼ି ଭବିଷ୍ୟତର ଇତିହାସ ମଣ୍ଡନ କଲାଭଳି ସ୍ଥିତି ଦେଖାଯାଉଛି । ତେଣୁକରି ଜଳ ଅଭାବ ନିଶ୍ଚିତ ଭାବେ ଗୋଟିଏ ଏକୁଟିଆ ସମସ୍ୟା ବା ଉଦାହରଣ ହିସାବରେ ବିଚାର କରାଯାଇ ପାରିବ ନାହିଁ । ଏହା ହେଉଛି ଏକ ପ୍ରକ୍ରିୟା ଯେଉଁଥିରେ ଜଳକଷ୍ଟଟି ବଢ଼ି ବଢ଼ି ଚାଲିଛି, ଯେହେତୁ ତାକୁ ରୋକିବା ପାଇଁ କୌଣସି ପଦକ୍ଷେପ ନିଆଯାଉ ନାହିଁ ।

ଲିଙ୍ଗ, ଜାତି ଏବଂ ଆଞ୍ଚଳିକତାକୁ ନେଇ ଯେଉଁ ବିଷମତା ଲାଗିରହିଛି ଜଳ ସଙ୍କଟ ତାକୁ ଗୁରୁତ୍ୱର ସହ ପୁନର୍ବାର ଉପସ୍ଥାପନ କରୁଛି । ଯେତେବେଳେ ପାଣି ଯୋଗାଡ଼ କରିବାର ଦାୟିତ୍ୱ ନାରୀମାନଙ୍କୁ ଭାରାକ୍ରାନ୍ତ କରିଦେଉଛି, ସଙ୍କଟ ସମୟରେ ଏଭଳି କିଛି ଅଭ୍ୟାସକୁ ସେମାନେ ଆପଣେଇ ନେଉଛନ୍ତି ଯାହାର ସୂଚନା ଆମକୁ ମହାରାଷ୍ଟ୍ରର ଥାନେ ଜିଲ୍ଲାର ଡେଙ୍ଗନ୍ମଲ୍ ଗ୍ରାମରୁ ମିଳୁଛିି । ଏଠି ପୁରୁଷମାନେ ‘ଜଳ ସ୍ତ୍ରୀ’ ବା ‘ପାଣିବାଲି ବାଇ’ ଆଣିବା ପାଇଁ ଦ୍ୱିତୀୟଥର ଅବା ତୃତୀୟଥର ପାଇଁ ବିବାହ କରୁଛନ୍ତି । ସେମାନଙ୍କର କାମ ଦିନସାରା ଜଳ ସଂଗ୍ରହ କରିବା । ଘଟଣାକ୍ରମେ ଏହି ଗାଁ’ଗୁଡ଼ିକ ନଦୀ ଓ ନଦୀବନ୍ଧଗୁଡ଼ିକର ନିକଟରେ ଅବସ୍ଥିତ । କିନ୍ତୁ ଏହି ନଦୀ ବା ଜଳଭଣ୍ଡାରର ପାଣି ବମ୍ବେ ସହରକୁ ଯାଇଥାଏ । ଏଠି ନାରୀମାନଙ୍କୁ ଲମ୍ବା ଦୂରତା ଅତିକ୍ରମ କରି ପାଣିର ଆଧାର ପାଖରେ ପହଞ୍ôଚବାକୁ ହୁଏ, ଯଦିଓ ପାଣିର ବ୍ୟବହାର ବେଳକୁ ଘରେ ସେମାନଙ୍କର ଭାଗ ପଡ଼ିବ କି ନାହିଁ ତାହା ଅନିଶ୍ଚିତ ।

ଜଳର ଉପଲବ୍ôଧ କମି କମି ଯାଉଥିବା ବେଳେ ଏବଂ ପାଣିର ମୂଲ୍ୟ ଓ ଉପଭୋକ୍ତା କିଏ ହେବେ ବଜାର ନିର୍ଦ୍ଧାରଣ କରୁଥିବା ବେଳେ ପାଣି ପାଇବାର ବାଟଗୁଡ଼ିକୁ ନିୟନ୍ତ୍ରଣ କରିବା କ୍ଷେତ୍ରରେ ଥିଲାବାଲା ଗୋଷ୍ଠୀ ସବୁବେଳେ ଉପାୟ ପାଇଯାଇଥାନ୍ତି । ଜଳର ବଣ୍ଟନ ପାଇଁ ଅନେକ ଆଗରୁ ବିଷମତା ଲାଗିରହିଛି, ଯାହା ସହିତ ଅଛି ଜଳକୁ ସୁଚିନ୍ତିତ ଭାବେ ନିଜ ଭିତରେ ବାଣ୍ଟିବା କ୍ଷେତ୍ରରେ ବିଫଳତା । ଦିଲ୍ଲୀ ଏବଂ ମୁମ୍ବାଇ ଭଳି ବଡ଼ ବଡ଼ ସହରରେ ଦେଖାଯାଉଛି ଯେ ପାଣି ପାଇବାଟା ନିଜର ଆୟ ଏବଂ ସାମାଜିକ ପ୍ରତିପତ୍ତି ଉପରେ ନିର୍ଭର କରେ । ଚେନ୍ନାଇ ଭଳି ସଙ୍କଟଜନକ ସ୍ଥିତିରେ ଦେଖାଯାଏ ଯେ ଆପାର୍ଟମେଣ୍ଟରେ ରହୁଥିବା ଲୋକମାନେ ଦିନକୁ ତିନି ବା ଚାରୋଟି ପାଣି ଟ୍ୟାଙ୍କର ପାଇଁ ଅର୍ଥ ଖର୍ଚ୍ଚ କରିପାରୁଥିବା ବେଳେ ନିମ୍ନ ଆୟ ବର୍ଗକାରୀ ଲୋକମାନେ ଆଦୌ କିଛି କରିପାରୁ ନାହାନ୍ତି । ଗ୍ରାମାଞ୍ଚଳର ପରିବାରମାନଙ୍କରେ କେବଳ ମାତ୍ର ଶତକଡ଼ା ୧୮% ଲୋକଙ୍କର ପାଇପ୍ ପାଣି ବ୍ୟବହାର ପାଇଁ ସୁବିଧା ଅଛି । କ୍ଷୁଦ୍ର ଚାଷୀମାନଙ୍କର ଅବସ୍ଥା ଅଧିକ ଶୋଚନୀୟ ଏବଂ ସେମାନେ ନିଜ ଜୀବନ ହାରନ୍ତି ଅବା ମରୁଡ଼ି ଜନିତ ଅବସ୍ଥାରୁ ନିସ୍ତାର ପାଇବା ପାଇଁ ଦେଶାନ୍ତରରେ ଯାଆନ୍ତି । ମହାରାଷ୍ଟ୍ରର ମରାଠାବାଡ଼ା, ଉତ୍ତରପ୍ରଦେଶ ଓ ମଧ୍ୟପ୍ରଦେଶର ବୁନ୍ଦେଲଖଣ୍ଡ ଏବଂ ଉତ୍ତରାଖଣ୍ଡର ପାହାଡ଼ିଆ ଅଞ୍ଚଳରେ ଅଧିକାଂଶ ଶୁଖା ଗାଁ’ ଜନଶୂନ୍ୟ ହୋଇଯାଇଛି ।

ଭାରତର ସହରଗୁଡ଼ିକ ଉଚ୍ଚ ଦରରେ ଦୂର ଦୂରରୁ ଅଣାଯାଉଥିବା ପାଣି ଯୋଗୁଁ ତିଷ୍ଠି ରହିଛନ୍ତି । ଯେଉଁଥିରେ ପାଣି ଆସିବା ବେଳେ ଅନେକ ପରିମାଣରେ ପାଣି ନଷ୍ଟ ବି ହୋଇଥାଏ । ସେମାନେ ପୋଖରୀ ଭଳି ଜଳ ଭିତ୍ତିଭୂମିଗୁଡ଼ିକର ପରିଚାଳନାରେ ଅଣଦେଖ କରିଆସିଛନ୍ତି । କେବଳ ଚେନ୍ନାଇ ସହରରେ ୩୫୦ଟି ହ୍ରଦ ହଜିଯାଇଛି । ସହର ଯେତେବେଳେ ସମ୍ପ୍ରସାରଣ ହୁଏ ଜଳ ଭିତ୍ତିଭୂମିଗୁଡ଼ିକର ସ୍ଥିତିକୁ ହିସାବରେ ନିଆଯାଇନଥାଏ ଏବଂ ବର୍ଷାଜଳ ଅମଳ କରିବା, ବ୍ୟବହାର କରିବା, ପୁନଃ ବ୍ୟବହାର କରିବା ଓ ନଷ୍ଟ ହେଉଥିବା ଜଳଗୁଡ଼ିକୁ ବିଶୁଦ୍ଧ କରି ବ୍ୟବହାର କରିବା ଇତ୍ୟାଦି କଥା ପ୍ରତି ଧ୍ୟାନ ଦିଆଯାଇ ନଥାଏ । କ୍ରମବର୍ଦ୍ଧିଷ୍ଣୁ କୋଠାବାଡ଼ି ନିର୍ମାଣ ଗୋଷ୍ଠୀ ଯୋଗୁଁ (ରିଅଲ୍ ଇଷ୍ଟେଟ୍) ପାଣି ଟ୍ୟାଙ୍କର ସଙ୍ଗୋଷ୍ଠୀଗୁଡ଼ିକ ବଢ଼ି ବଢ଼ି ଚାଲିଛି ଏବଂ ସବୁଜ ବଳୟ ତଥା ବନ୍ୟାଞ୍ଚଳଗୁଡ଼ିକୁ ଦଖଲ କରି ଅଧିକ ଜଳ ଲୁଣ୍ଠନ କରାଯାଉଛି । ଜଳର ଭିତ୍ତିଭୂମିଗୁଡ଼ିକୁ ସମତଳ କରିଦେବା ପରେ ‘ଜମି’ଟିକୁ ଜବରଦଖଲ କରାଯାଉଛି ଯାହାଫଳରେ ଜଳସଂଗ୍ରହ ତଥା ଜଳଧାରଣା କମି କମି ଯାଉଛି ଏବଂ ବର୍ଷା ହେଲେ ବନ୍ୟା ଜନିତ ପରିସ୍ଥିତି ଉପୁଜିବାର ଆଶଙ୍କା ରହୁଛି ।

ଯେଉଁ ଦୂଷିତ ପାଣି ସହରଗୁଡ଼ିକ ଏବଂ ଶିଳ୍ପସଂସ୍ଥାମାନେ ବାହାରକୁ ଛାଡ଼ୁଛନ୍ତି ସେ ସମ୍ପର୍କରେ କେହି ଚିନ୍ତିତ ନୁହନ୍ତି । ଏଭଳି ଗୋଟିଏ ମନୋଭାବ ଯୋଗୁଁ ଦେଶର ପ୍ରାୟ ଶତକଡ଼ା ୭୦% ପାଣି ପ୍ରଦୂଷିତ ଯାହାଫଳରେ ବର୍ଷକୁ ଆନୁମାନିକ ୨ଲକ୍ଷ ଲୋକ ମୃତ୍ୟୁବରଣ କରୁଛନ୍ତି । ଏହି ତଥ୍ୟଟି ନୀତି ଆୟୋଗର ରିପୋର୍ଟରେ ଉଲ୍ଲେଖ ଅଛି । ସହରଗୁଡ଼ିକ ନିକଟରେ ଥିବା ଚାଷଜମିଗୁଡ଼ିକରେ ସହରରୁ ନିର୍ଗତ ଦୂଷିତ ପାଣିକୁ ବିନିଯୋଗ କରାଯାଇଥାଏ । ଏହି ପାଣିରେ ଭାରି ଧାତୁ ଏବଂ ବିଷାକ୍ତ ରାସାୟନିକ ଥିବା ଯୋଗୁଁ ଜନସ୍ୱାସ୍ଥ୍ୟ ପ୍ରତି ବିପଦ ସୃଷ୍ଟି ହୋଇଥାଏ ।

ବିଶ୍ୱର ପତନ ଦିବସ ସମ୍ପର୍କରେ ପୂର୍ବାନୁମାନ କରୁଥିବା ଲୋକମାନେ ଏବଂ ନୀତିଆୟୋଗ ଭଳି ଅଧିକାଂଶ ଲୋକ ଆମର ଜଳସଙ୍କଟ ସହିିତ କେପ୍-ଟାଉନ୍ର ‘ଶୂନ୍ୟ ଦିବସ’ ସହ ତୁଳନା କରିବା ପାଇଁ ଉତ୍ସାହିତ ହୋଇଛନ୍ତି । କିନ୍ତୁ ଏପରି ତୁଳନା କରିବା ବି ଆତଙ୍କ ଜନିତ ପରିସ୍ଥିତି ସୃଷ୍ଟି କରିଥାଏ ଓ ସେଭଳି ‘ସମାଧାନ’ ପାଇଁ ବାଧ୍ୟ କରେ ଯାହା ପରିସ୍ଥିତିକୁ ଅଧିକ ଜଟିଳ କରିବ । ବର୍ତ୍ତମାନର ଜଳପ୍ରକଳ୍ପଗୁଡ଼ିକ ଅତି ଦୁଃସ୍ଥ ଅବସ୍ଥାରେ ଅଛି ବୋଲି ପ୍ରମାଣ ଥିବା ସତ୍ତେ୍ୱ ନଦୀସଂଯୋଗ କାର୍ଯ୍ୟକ୍ରମକୁ ଲଦି ଦିଆ ଯାଉଛି, ଯାହାଫଳରେ ଅଧିକ ବିପର୍ଯ୍ୟୟ ଓ ଅଧିକ ସଂଘର୍ଷ ବଢ଼ିବାର ସମ୍ଭାବନା ରହିଛି । ବଢ଼ି ଚାଲିଥିବା ଜଳ ସଙ୍କଟ ଦୃଷ୍ଟିରୁ ଏବଂ ତା’ ସହିତ ଯୋଡ଼ିହୋଇ ରହିଥିବା ଖାଦ୍ୟ ଓ ଶସ୍ୟ ଜନିତ ଅସୁରକ୍ଷିତ ଅବସ୍ଥା ଯୋଗୁଁ ଜଳର ପରିଚାଳନା ଯେମିତି ଦକ୍ଷତାର ସହିତ କରାଯାଇପାରିବ ସେ ସମ୍ପର୍କରେ ବୁଦ୍ଧିମାନ ପଦକ୍ଷେପ ନେବାର ଆବଶ୍ୟକତା ରହିଛି । ଏହା ଏଭଳି ଏକ ଅବସ୍ଥା ଯେଉଁଥିରେ ଆମେ ଏହାର ଭବିଷ୍ୟତର ଘଟଣାକ୍ରମକୁ ବଦଳାଇ ଦେଇପାରିବା । କିନ୍ତୁ ଏପରି କରିବାକୁ ହେଲେ ଆମକୁ କମ୍ ଜଳ ବିନିଯୋଗ ହେଉଥିବା ଶସ୍ୟ ଏବଂ ଜୀବନଶୈଳୀକୁ ଆପଣେଇବାକୁ ପଡ଼ିବ, ତା’ ସହିତ ଜଳ ସଂରକ୍ଷଣ ଓ ଜଳର ବ୍ୟବହାରକୁ ନିୟନ୍ତ୍ରଣ କରିବାକୁ ପଡ଼ିବ । ଏଥିସହିତ ସାମାଜିକ ବିଷମତା ଯୋଗୁଁ ଜଳ ପାଖରେ ପହଞ୍ôଚପାରି ନଥିବା ଅବସ୍ଥାକୁ ସୁଧାରିବା ଓ ପ୍ରକୃତରେ କେତେ ପାଣି ଖର୍ଚ୍ଚ କରାଯାଉଛି ସେ ସମ୍ପର୍କରେ ଠିକ୍ ତଥ୍ୟ ରଖିବା ଇତ୍ୟାଦି ସବୁ ପାଇଁ ନୀତି ନିର୍ଦ୍ଧାରଣ କରିବାକୁ ପଡ଼ିବ । କେବଳ ଯାନ୍ତ୍ରିକ ଏବଂ ବୈଷୟିକ ସମାଧାନର ରାସ୍ତା ଦେଖିବା ପରିବର୍ତ୍ତେ ଆମକୁ ଏହି କଥାଟି ଧ୍ୟାନ ଏବଂ ଚିନ୍ତାର ସହିତ ଗ୍ରହଣ କରିବାକୁ ପଡ଼ିବ ଯେ ଜଳଭଣ୍ଡାରଗୁଡ଼ିକ ସେମାନଙ୍କର ନିଜର ପ୍ରାକୃତିକ ଓ ସ୍ୱାସ୍ଥ୍ୟକର ସ୍ଥିତିରେ ରହିବା ଦରକାର ଯଦ୍ୱାରା କି ସେଗୁଡ଼ିକ ନିଜକୁ ନିଜେ ସଂରକ୍ଷିତ ରଖିବାରେ ସକ୍ଷମ ହେବେ ଏବଂ ଜଳବାୟୁ ପରିବର୍ତ୍ତନ ଜନିତ ସଙ୍କଟକୁ ସାମ୍ନା କରିବା ପାଇଁ ସେମାନଙ୍କର କ୍ଷମତା ସୁଦୃଢ଼ ରହିବ ।

Comments

(-) Hide

EPW looks forward to your comments. Please note that comments are moderated as per our comments policy. They may take some time to appear. A comment, if suitable, may be selected for publication in the Letters pages of EPW.

Back to Top