ISSN (Print) - 0012-9976 | ISSN (Online) - 2349-8846

ଶିକ୍ଷା ଏବଂ ଜନହୀତର ବିଚାର

.

The translations of EPW Editorials have been made possible by a generous grant from the H T Parekh Foundation, Mumbai. The translations of English-language Editorials into other languages spoken in India is an attempt to engage with a wider, more diverse audience. In case of any discrepancy in the translation, the English-language original will prevail.

 

ଭଲର ବିଚାର ଓ ଶିକ୍ଷା ଭିତରେ ନିବିଡ଼ ସମ୍ପର୍କ ରହିଛି । ଭଲ ଏବଂ ଶିକ୍ଷା ଭିତରେ ଥିବା ଏହି ସମ୍ବନ୍ଧଟି ନୈତିକ ବୁଝାମଣାର ଏକ ଉଚ୍ଚତର ସୋପାନରେ ପ୍ରତିଷ୍ଠିତ । ନୈତିକ ଦୃଷ୍ଟିରୁ ଯାହା ଭଲ ତାହାର ମୂଳତଃ ଦୁଇଟି ମୌଳିକ ଦିଗ ଅଛି, ଜନହୀତ ଏବଂ ବ୍ୟକ୍ତିଗତ ହୀତ । ଜନହୀତଟି ଆଦର୍ଶ ଯେତେବେଳେ କି ବ୍ୟକ୍ତିଗତ ହୀତଟି ଅବସ୍ଥିତି ଭିତ୍ତିକ । ଜନହୀତ ଭିତରେ ରହିଛି ଶାନ୍ତି ପାଇଁ ସଦ୍ଭାବ ପାଇଁ ଏବଂ ମଣିଷ ପ୍ରତି ସମ୍ମାନ ପାଇଁ ଏକ ସାର୍ବଜନୀନ ଆବେଦନ । ଜନହୀତରେ ସେହି ମାନବୀୟ ମୂଲ୍ୟବୋଧ ଅଛି ଯେଉଁଗୁଡ଼ିକ ଜାତି, ଲିଙ୍ଗ, ବର୍ଣ୍ଣ, ଧର୍ମ ଇତ୍ୟାଦି ନିର୍ଦ୍ଦିଷ୍ଟ ମୂଲ୍ୟଗୁଡ଼ିକର ବହୁତ ଊଦ୍ଧ୍ୱର୍ରେ । ଏହିସବୁ ମୂଲ୍ୟବୋଧ ଗୁଡ଼ିକ ଆମ ସମ୍ବିଧାନର ଅବିଚ୍ଛେଦ୍ୟ ଅଙ୍ଗ ଏବଂ ତାହା ୨୦୧୯ ପାଇଁ ପ୍ରସ୍ତୁତ ଜାତୀୟ ଶିକ୍ଷାନୀତିର ଚିଠାରେ ସ୍ଥାନିତ ହୋଇଥିବା ମୂଲ୍ୟବୋଧ ଭିତରେ ଉଲ୍ଲେଖ କରାଯାଇଛି । କିନ୍ତୁ ଏହା ସତ୍ୟ ଯେ ଶିକ୍ଷା ମାଧ୍ୟମରେ ହିଁ ଏହିସବୁ ମୂଲ୍ୟବୋଧର ପ୍ରସାର କରାଯିବା ଉଚିତ । ଶିକ୍ଷା ଏକ ଜ୍ଞାନ ଆହରଣ ପ୍ରକ୍ରିୟା ଭିତରେ ଏହିସବୁ ମୂଲ୍ୟବୋଧଗୁଡ଼ିକୁ ଶିକ୍ଷାର୍ଥୀ ଭିତରେ ଅବତରଣ କରାଇଥାଏ । ଶିକ୍ଷକର ଗୁଣବତ୍ତା କେବଳ ସେମାନଙ୍କୁ ଜାତି, ଲିଙ୍ଗ, ବର୍ଣ୍ଣ, ଧର୍ମ ଭଳି ମୂଲ୍ୟବୋଧରୁ ମୁକ୍ତ କରିବା ପାଇଁ ସେମାନଙ୍କ ନିଜର ବୁଝାମଣାର କ୍ଷମତାକୁ ମୂଲ୍ୟାୟନ କରିବାରେ ସୀମିତ ନରଖି ବରଂ ସେମାନେ ନିଜ ଛାତ୍ରମାନଙ୍କୁ ମଧ୍ୟ ଏଭଳି ପରିତ୍ୟକ୍ତ ମୂଲ୍ୟବୋଧରୁ ମୁକ୍ତ କରିବାକୁ ପଡ଼ିବ ଯାହାକି ଗୋଟିଏ ଜନହୀତକୁ ଆଗକୁ ନେବାରେ ଅନ୍ତରାୟ ସୃଷ୍ଟି କରେ । ଶିକ୍ଷା ଗୋଟିଏ ସୁଯୋଗ ଦିଏ ଜନହୀତକୁ ନେଇ ଯେଉଁ ସାର୍ବଜନୀନ ଅବଧାରଣାଟିଏ ଅଛି ତାକୁ ସ୍ୱୀକୃତି ଦେବାପାଇଁ, ଯାହା କି ପୁରୁଣାକାଳିଆ ମୂଲ୍ୟବୋଧଗୁଡ଼କୁ ପରିତ୍ୟାଗ କରି କରାଯାଇପାରିବ । ମାନସିକ ପ୍ରତିଫଳନ କରିବା ଜରୁରୀ ଯେହେତୁ କଥାଗୁଡ଼ିକୁ ବୁଝିବା ପାଇଁ ଅନ୍ୟମାନଙ୍କ ଉପରେ ନିଜର ନିର୍ଭରଶୀଳତାକୁ ତାହା ହ୍ରାସ କରିଥାଏ । ସେହି ଅନ୍ୟମାନଙ୍କ ଭିତରେ ଅଛନ୍ତି ଆମ ଘୋଷିତ ରାଜନେତା, ରକ୍ଷଣଶୀଳ ପିତା-ମାତା ଏବଂ ଧର୍ମାନ୍ଧ ଆଦର୍ଶବାଦୀମାନେ । ଯେଉଁମାନେ ଉପରଠାଉରିଆ ପରାମର୍ଶ ଅବା ଯନ୍ତ୍ର ଚାଳିତ ଆଦର୍ଶବାଦର ଆବେଦନ ରଖିଥାନ୍ତି । ଜଣେ ବାଖ୍ୟା କରିପାରିବ ଯେ ଯେଉଁ ଛାତ୍ରମାନେ ବୁଝିପାରିବାର କ୍ଷମତା ଆହରଣ କରିସାରିଛନ୍ତି ସେମାନେ ସ୍ୱାଧୀନ ଭାବେ ଚିନ୍ତା କରିପାରୁଛନ୍ତି । ନିମ୍ନ ସ୍ତରରେ କିନ୍ତୁ ମୌଳିକ ଆୟୁଧଗୁଡ଼ିକର ପ୍ରଚଳନ କରିବା ଜରୁରୀ ଯାହାକି ଜନହୀତର ମୂଲ୍ୟବୋଧଗୁଡ଼ିକୁ ବିତରଣ କରିପାରିବ । ସାମାଜିକ ଏବଂ ସାଂସ୍କୃତିକ ଭାବେ ଶ୍ରେଣୀ ଗୃହଗୁଡ଼ିକ ଏକ ସୁନ୍ଦର ସ୍ଥାନଟିଏ ସୃଷ୍ଟି କରିଥାନ୍ତି ଯଦ୍ୱାରାକି ଜନହୀତ ସମ୍ପର୍କିତ ମାନବିକ ମୂଲ୍ୟବୋଧଗୁଡ଼ିକୁ ମନରେ ଅବତରଣ କରାଇବାରେ ସହାୟ ହୋଇଥାଏ ।

କିନ୍ତୁ ଏଭଳି ବିତରଣ କରିବାର ବାଟଟି ନିରାପଦ ମନେହୁଏ ନାହିଁ, ଏଇଥିପାଇଁ କି ଯେ ଉଚ୍ଚଶିକ୍ଷା ସମ୍ପର୍କିତ ଅନୁଷ୍ଠାନଗୁଡ଼ିକ ଏବଂ ସରକାରୀ ସ୍କୁଲଗୁଡ଼ିକ ବିବିଧ ସମସ୍ୟା ଦେଇ ଗତି କରୁଛନ୍ତି । ସବୁଠୁ ଅଧିକ ଗୁରୁତ୍ୱପୂର୍ଣ୍ଣ ସମସ୍ୟାଟି ହେଉଛି ଯେ, ଏହି ଅନୁଷ୍ଠାନଗୁଡ଼ିକ ଅର୍ଥପୂର୍ଣ୍ଣ ଭାବେ ବଞ୍ôଚ ରହିବାରେ ଯେଉଁମାନଙ୍କର ଭୂମିକା ରହିବା କଥା ସେମାନେ ଏହି ଅନୁଷ୍ଠାନଗୁଡ଼ିକୁ ବଞ୍ଚାଇ ରଖିବାରେ ଆଗ୍ରହୀ ନୁହନ୍ତି । ଏହି କଥାଟି ସେହି ବାପା-ମା’ଙ୍କ କ୍ଷେତ୍ରରେ ଦେଖାଯାଉଛି ଯେଉଁମାନଙ୍କ ପାଖରେ ସମ୍ବଳ କିଛି ନାହିଁ ବା କମ୍ ସମ୍ବଳ ଅଛି କିନ୍ତୁ ସେମାନେ ସରକାରୀ ଶିକ୍ଷା ବ୍ୟବସ୍ଥା ବାହାରକୁ ଅଧିକ ମାତ୍ରାରେ ଚାଲିଯାଇ ଘରୋଇ ବିଦ୍ୟାଳୟ ତଥା କୋଚିଂ କେନ୍ଦ୍ରମାନଙ୍କରେ ନିଜ ପିଲାଙ୍କୁ ପହଞ୍ଚାଉଛନ୍ତି । କେବଳ ବାପା-ମା’ମାନଙ୍କୁ ଦାୟୀ କରାଯାଇପାରିବ ନାହିଁ । ବାପା-ମା’ଙ୍କର ଗୋଟିଏ ବର୍ଗ ଯେଉଁମାନେ ମୁଖ୍ୟତଃ ଅବହେଳିତ ପୃଷ୍ଠଭୂମିରୁ ଆସିଛନ୍ତି, ସ୍ଥାନୀୟ ସରକାରୀ କାର୍ଯ୍ୟକର୍ତ୍ତାମାନଙ୍କ ନିକଟରେ ନିବେଦନ କରିଥାନ୍ତି ଯେ ଯେମିତି ସେମାନେ ନିୟମିତ ଭାବେ ଗୁଣାତ୍ମକ ଶିକ୍ଷକ ଯୋଗାଇବେ ଏବଂ ଗୋଟିଏ ‘ଗୁଣାତ୍ମକ ମଧ୍ୟାହ୍ନ ଭୋଜନ’ ନୁହେଁ । ଏଭଳି ଏକ ସ୍ଥିତି ଆମକୁ ନିମ୍ନ ପ୍ରଶ୍ନଟି ପଚାରିବା ପାଇଁ ବାଧ୍ୟ କରୁଛି: କିପରି ଘରୋଇ ଶିକ୍ଷାନୁଷ୍ଠାନମାନେ ଜନହିତର ପ୍ରସାର ସମ୍ପର୍କିତ ପ୍ରଶ୍ନଟିକୁ ବିଚାର କରନ୍ତି? ଯେଉଁମାନେ ଏହି ପ୍ରକ୍ରିୟା ସହିତ ଜଡ଼ିତ ସେମାନେ କେବଳ ଯାହାସବୁ ଦକ୍ଷତା, ଜ୍ଞାନ, ଘରୋଇ ଶିକ୍ଷାନୁଷ୍ଠାନମାନଙ୍କରେ ପଢ଼ୁଥିବା ଅବହେଳିତ ପିଲାମାନଙ୍କ ଉପରେ ଛିଟିକା ଭଳି ପଡ଼ିଥାଏ ସେଥିରେ କେବଳ ସନ୍ତୁଷ୍ଟ ହେବା ଉଚିତ ନୁହେଁ । ସେ ଦୃଷ୍ଟିରୁ ୨୦୧୯ର ଜାତୀୟ ଶିକ୍ଷାନୀତି ଚିଠାରେ ଯେଉଁ ଅବସ୍ଥାଗତ ସମାନତା କଥା ଦର୍ଶାଯାଇଛି ଯାହା ଶିକ୍ଷକ ଓ ଛାତ୍ରମାନଙ୍କ ଉପରେ ମୂଲ୍ୟବୋଧଗୁଡ଼ିକୁ କିଛିଟା ଫୋପାଡ଼ି ଦେବ, ତାକୁ ଆମେ କିଭଳି ଦେଖିବା?

ଯେଉଁ ସାମାଜିକ ସମ୍ପର୍କଗୁଡ଼ିକରେ ଦୂରତା ଉପରୁ ତଳ ହୋଇ ଅବା ବିସ୍ତାରିତ ହୋଇ ରହିଛି ଏବଂ ଯାହାକି ଗଭୀର ଭାବେ ବିଭାଜିତ ସେ ସବୁକୁ କେମିତି ଆମେ କମେଇପାରିବା ତା’ ଉପରେ ଚିନ୍ତା କରିବାର ଆବଶ୍ୟକତା ଅଛି । ପିଲାମାନଙ୍କୁ ସମ୍ଭ୍ରାନ୍ତଙ୍କ ବିଦ୍ୟାଳୟରେ ବା ଘରୋଇ ବିଶ୍ୱବିଦ୍ୟାଳୟ ବା ମହାବିଦ୍ୟାଳୟମାନଙ୍କରେ ଉତ୍ତମ ଉଦ୍ଦେଶ୍ୟ ଓ ଭାବନା ରଖି ଭର୍ତ୍ତି କରିବା ପାଇଁ ଜାତୀୟ ଚିଠା ଶିକ୍ଷାନୀତି ୨୦୧୯ରେ ଯେଉଁ ପରାମର୍ଶ ଦିଆଯାଇଛି ତାହା ଆମ ବ୍ୟବସ୍ଥା ଭିତରେ ଥିବା ଢାଞ୍ଚାଗତ ସମସ୍ୟାଗୁଡ଼ିକୁ ଅଣଦେଖା କରୁଛି । ଏଭଳି ଭାବିବାର ଅନ୍ୟ ଏକ କାରଣ ହେଉଛି ଯେ, ଆମ ନୀତି ନିର୍ଦ୍ଧାରକମାନେ ଜାତି ଓ ଲିଙ୍ଗଭିତ୍ତିକ ସାମାଜିକ ଦୂରତାର ଅବସାନ ଘଟିସାରିଛି ବୋଲି ଧରିନେଇଛନ୍ତି । ଏମିତିକି ଏହି ଚିଠା ଶିକ୍ଷାନୀତି ୨୦୧୯ରେ ଯେଉଁ ଢାଞ୍ଚାଗତ ସଂଘତିର କଥା ପ୍ରସ୍ତାବ ଦିଆଯାଇଛି ତାହା ଉପରଠାଉରିଆ ବୋଲି ପ୍ରମାଣିତ ହେବ ଯଦି ବ୍ୟବସ୍ଥା ଭିତରେ ଥିବା ଗଭୀର ଅଶାନ୍ତିକୁ ଅଣଦେଖା କରାଯିବ । ଜନହିତ କହିଲେ ଅବହେଳିତ ସାମାଜିକ ପୃଷ୍ଠଭୂମିର ପିଲାମାନଙ୍କୁ ଆଣି ଶିକ୍ଷାବ୍ୟବସ୍ଥା ଭିତରେ ମିଶେଇ ଦେବା କଥାଟିକୁ ବୁଝାଏ ନାହିଁ ବରଂ ତାହା ନିର୍ଭରକରେ ଢାଞ୍ଚାଗତ ବିଷମତାରୁ ଅବସାନ କରାଇବା କଥାଟି ଉପରେ ।

ଢାଞ୍ଚାଗତ ବିଷମତା ଆମ ବିଦ୍ୟାଳୟମାନଙ୍କରୁ ଯେଉଁଭଳି ଅବହେଳିତ ପିଲାମାନେ ବହୁସଂଖ୍ୟାରେ ରହିଯାନ୍ତି ସେଭଳି ଏକ ପ୍ରସଙ୍ଗରେ ପରିପ୍ରକାଶ ହୋଇଥାଏ । ଏହି କଥାଟି କଲେଜ ଯାଏଁ ପହଞ୍ôଚ ପାରିଥିବା ପିଲାମାନଙ୍କର ଅଧାରୁ ପାଠ ବନ୍ଦ କରିବା କ୍ଷେତ୍ରରେ ମଧ୍ୟ ଦେଖାଯାଏ । ଚିଠାଟିରେ ଭିତ୍ତିଭୂମିର ସମ୍ପ୍ରସାରଣ ଦ୍ୱାରା ଅଧିକ ପିଲା ଶିକ୍ଷା ବ୍ୟବସ୍ଥାକୁ ଆସିପାରିବେ ବୋଲି ଯାହା ପରାମର୍ଶ ଦିଆଯାଇଛି ତାହା ଗୁରୁତ୍ୱପୂର୍ଣ୍ଣ । କିନ୍ତୁ ଯାହା ଅଧିକ ଗୁରୁତ୍ୱପୂର୍ଣ୍ଣ ତାହା ହେଉଛି ଯେ, ଆମ ସାମାଜିକ ଦୃଷ୍ଟିକୋଣର ବିସ୍ତାର ଯାହାକି ନୂତନ ଶିକ୍ଷାନୀତିରେ ଯେଉଁ ଉତ୍ତମ ସମାଜର ପରିକଳ୍ପନା କରାଯାଇଛି ତାକୁ ହାସଲ କରିବା ପାଇଁ ଜରୁରୀ । ଏହି ଚିଠାଟିରେ ନୈତିକତାର ଉଲ୍ଲେଖ କରାଯାଇଛି ଯାହାକି ପୁନଶ୍ଚ ଶିକ୍ଷା ବ୍ୟବସ୍ଥା ଭିତରେ ଥିବା ଲୋକମାନଙ୍କୁ ଦିଗ ଦେଖାଇବ ଘୋଷିତ ମୂଲ୍ୟବୋଧ ଗୁଡ଼ିକର ରୂପାୟନ ପାଇଁ । କିନ୍ତୁ ଏଭଳି କରିବା କଷ୍ଟକର ହୋଇପାରେ ଯେହେତୁ ବ୍ୟକ୍ତିଗତ ଆଗ୍ରହ ଦ୍ୱାରା ପରିଚାଳିତ ଶିକ୍ଷା ଏବଂ ବାସ୍ତବିକ ନୈତିକତାର ନିଷ୍ଠା ଯାହାକି ମୂଲ୍ୟବୋଧ ଭିତ୍ତିକ ଏକ ଜୀବନକୁ ଗ୍ରହଣ କରିବା ପାଇଁ ପ୍ରଭାବିତ କରିଥାଏ, ଏ ଦୁଇଟି ଭିତରେ ଦ୍ୱନ୍ଦ୍ୱ ଯଦି ଲାଗିରହେ । ଚିଠା ନୀତିରେ ଉଲ୍ଲେଖ ଥିବା ଅନ୍ୟମାନଙ୍କ ସହ ନୈତିକ ସମ୍ପର୍କ ଏବଂ ନିଜ ସହ ଥିବା ବ୍ୟକ୍ତିଗତ ସମ୍ପର୍କ ଭିତରେ ଯେଉଁ ବ୍ୟବଧାନଟି ଅଛି ତାକୁ ଦୂର କରିବା ପାଇଁ ଆମେ କିଭଳି ପ୍ରାଥମିକତା ଦେଉଛେ ତାହା ହିଁ ସବୁଠୁ ବଡ଼ ଉଦ୍ବେଗର ବିଷୟବସ୍ତୁ ହୋଇ ରହିବ ନିଶ୍ଚୟ ।

Comments

(-) Hide

EPW looks forward to your comments. Please note that comments are moderated as per our comments policy. They may take some time to appear. A comment, if suitable, may be selected for publication in the Letters pages of EPW.

Back to Top