ISSN (Print) - 0012-9976 | ISSN (Online) - 2349-8846

ଭାଗ୍ୟଟି ନିର୍ଦ୍ଧାରିତ, ଇଚ୍ଛାଟି ମୁକ୍ତ

ଅତ୍ୟାବଶ୍ୟକ ଦ୍ରବ୍ୟ ନିୟମକୁ ସ୍ଥଗିତ ରଖିବା, କରିବା ଅପେକ୍ଷା କହିବା ସହଜ

 

The translations of EPW Editorials have been made possible by a generous grant from the H T Parekh Foundation, Mumbai. The translations of English-language Editorials into other languages spoken in India is an attempt to engage with a wider, more diverse audience. In case of any discrepancy in the translation, the English-language original will prevail.

 

ନୀତି ଆୟୋଗର ୫ମ କାର୍ଯ୍ୟକାରୀ ପରିଷଦର ବୈଠକ ଜୁନ୍ ୧୫, ୨୦୧୯ଦିନ ଅନୁଷ୍ଠିତ ହୋଇଥିଲା । ଏଥିରେ ରାଜ୍ୟ ସରକାରମାନଙ୍କୁ ଡାକରା ଦିଆଗଲା ଯେ ସେମାନେ ଭାରତର କୃଷିକ୍ଷେତ୍ରରେ ସଂସ୍କାର ଆଣିବା ପାଇଁ ପଦକ୍ଷେପ ନେବେ । ଯେଉଁ ଦୁଇଟି ଗୁରୁତ୍ୱପୂର୍ଣ୍ଣ ନିୟମର ସଂଶୋଧନ କଥା ଉଠିଥିଲା ସେ ଭିତରେ ଅଛି ୧୯୫୫ ମସିହାର ଅତ୍ୟାବଶ୍ୟକ ଦ୍ରବ୍ୟ ଆଇନ୍ (ECA)ଏବଂ ଆଦର୍ଶ କୃଷି ଉତ୍ପାଦକ ବଜାର କମିଟି ଆଇନ (APMG Act)। ସମଗ୍ର ଦେଶରେ ସମ୍ପ୍ରତି ଦେଖାଦେଇଥିବା କୃଷିର ଦୂରବସ୍ଥାକୁ ଦେଖିଲେ ଏଭଳି ପଦକ୍ଷେପ କୃଷକକୁ ନିଶ୍ୱାସ ନେବାପାଇଁ ସୁଯୋଗ ଦେବ ଏଭଳି ଆଶା କରାଯାଉଛି, ଯେହେତୁ କୃଷିକ୍ଷେତ୍ରରେ ଆୟ କମି କମି ଚାଲିଛି । ବଳକା ଉତ୍ପାଦନକୁ ପରିଚାଳନା କରିବା ଯେତେବେଳେ କୃଷିକ୍ଷେତ୍ରରେ ଏକ ବଡ଼ ସଙ୍କଟ ରୂପେ ଉଭା ହୋଇଛି, ଅତ୍ୟାବଶ୍ୟକ ଜିନିଷ ଆଇନରେ ସଂସ୍କାର ଆଣିବା ଏକ ଉଲ୍ଲେଖନୀୟ କଥା । ଦେଶରେ ବିବିଧ ବଜାରଗୁଡ଼ିକୁ ଏକାଠି କରିବାରେ ଯେହେତୁ ଏହି ଆଇନ ପ୍ରତିବନ୍ଧକ ସାଜିଛି, ଯାହାକି ଆଚଳିକ ଭିତ୍ତିରେ ପ୍ରତିଯୋଗିତା ମୂଳକ ସନ୍ତୁଳନ ଆଣିବାରେ ସଫଳ ହୋଇପାରୁନାହିଁ, ତେଣୁକରି ଏହି ଆଇନଟିକୁ କୋହଳ କରିଦେଲେ ଚାହିଦା ଏବଂ ତଦନୁଯାୟୀ ଯୋଗାଣ ବଜାର ଦରକୁ ହିସାବକୁ ନେଇ ଗୋଟିଏ ବଜାରରୁ ଆଉ ଗୋଟିଏ ବଜାରକୁ ପଠାଯାଇପାରିବ । ଅନ୍ୟ ପ୍ରକାରେ କହିବାକୁ ଗଲେ ଚାଷୀ ନିଜର ଦ୍ରବ୍ୟ ପାଇଁ ଉପଯୁକ୍ତ ଦର ପାଇବ ଏବଂ ଖାଉଟି ମଧ୍ୟ ଦରରେ ଆଶ୍ୱସ୍ତି ପାଇବ ଯଦି ସେ ଚାହୁଁଥିବା ଜିନିଷ ବଜାରରେ ଉପଯୁକ୍ତ ପରିମାଣରେ ମିଳେ ।

କିନ୍ତୁ ସଂସ୍କାରର ଗତିପଥକୁ ନେଇ ନା ନୀତି ଆୟୋଗ ନା ସରକାର କିଛି ସ୍ପଷ୍ଟ କରିନଥିବା ଯୋଗୁଁ ସାଧାରଣ ଲୋକଙ୍କ ମନରେ ସଂଶୟ ଲାଗିରହିଛି । ସରକାର ଯଦି ଅତ୍ୟାବଶ୍ୟକୀୟ ଦ୍ରବ୍ୟଗୁଡ଼ିକ ଉପରେ ପ୍ରତ୍ୟକ୍ଷ ନିୟନ୍ତ୍ରଣ ନ ରଖନ୍ତି ତେବେ ଅହେତୁକ ଦରବୃଦ୍ଧିରୁ ଖାଉଟିକୁ ସୁରକ୍ଷା ମିଳିପାରିବ କି? ସ୍ମରଣ କରାଯାଇପାରେ ଯେ ଋଉଇ ଥିବା ସତ୍ତେ୍ୱ ଦରଦାମ ଅସ୍ଥିରତାକୁ ନେଇ ନିୟନ୍ତ୍ରଣ କରିବାରେ ସରକାର ସଫଳ ହୋଇନାହାନ୍ତି । ଐତିହାସିକ ଦୃଷ୍ଟିକୋଣରୁ ଦେଖିଲେ ଅତ୍ୟାବଶ୍ୟକୀୟ ଖାଦ୍ୟଦ୍ରବ୍ୟର ଖୁଚୁରା ଦର ବହୁଗୁଣ ବଢ଼ିଯାଇଥିଲା ଯେତେବେଳେ ସରକାର ଖାଦ୍ୟଦ୍ରବ୍ୟ ମହଜୁଦ ରଖିବାର ସୀମା ଘୋଷଣା କଲେ । ଉଦାହରଣ ସ୍ୱରୂପ ୨୦୦୩ ମସିହାରେ ସରକାର ଯେତେବେଳେ ଚିନିକୁ ବଜାରକୁ ଛାଡ଼ିବା କଥା କୋଟାକୁ ନେଇ ଘୋଷଣା କଲେ ଚିନିର ଦର ଟନ୍ ପିଛା ୨୫୦/-ଟଙ୍କା ବୃଦ୍ଧି ହୋଇଗଲା ଏବଂ ଜାନୁଆରୀରୁ ଜୁନ୍ ୨୦୧୪ ଭିତରେ ମହଜୁଦ ରଖିବାର ଯେଉଁ ସୀମା ନିର୍ଦ୍ଧାରଣ କରାଗଲା ଡାଲିର ଖୁଚୁରା ଦର ବଢ଼ିଗଲା ଯେମିତିକି ହରଡ଼ କିଲୋ ପିଛା ୧୪/-ଟଙ୍କା, ମୁଗ କିଲୋ ପିଛା ୮ଟଙ୍କା ଏବଂ ମସୁର ଡାଲି କିଲୋ ପିଛା ୯ଟଙ୍କା ବଢ଼ିଗଲା । ସେମିତି ଚାଉଳର ମଧ୍ୟ ଖୁଚୁରା ମୂଲ୍ୟ କିଲୋ ପିଛା ୧ରୁ ୨ଟଙ୍କା ବୃଦ୍ଧି ପାଇଲା । ଏଭଳି ସବୁ ପ୍ରମାଣଗୁଡ଼ିକୁ ପରଖିଲେ ଖାଦ୍ୟଦ୍ରବ୍ୟର ଜରୁରୀ ମହଜୁଦ୍ ରଖି କାରବାର କରିବା ଦରଦାମ ନିୟନ୍ତ୍ରଣ ପାଇଁ ଭଲ ଏକ ଅସ୍ତ୍ରର ସମ୍ଭାବନା ରଖିବା ଦୃଷ୍ଟିରୁ ଅତ୍ୟାବଶ୍ୟକୀୟ ଦ୍ରବ୍ୟ ନିୟମକୁ ସ୍ଥଗିତ ରଖିବା ବା ନିୟନ୍ତ୍ରଣ ମୁକ୍ତ କରିବାର କାର୍ଯ୍ୟକାରୀତାକୁ ନେଇ ସଂଶୟ ଲାଗି ରହିଛି ।

ଋଉଇ ର ସଂଶୋଧନ ଏକ ସଂକ୍ରାମକ ପ୍ରସଙ୍ଗ ବିଶେଷକରି ସେସବୁ ଶସ୍ୟ କ୍ଷେତ୍ରରେ ଯେଉଁଠି ଏକ ନିର୍ଦ୍ଧାରିତ ଦର ସ୍ଥିର କରିବା ପାଇଁ ଭଲଭାବେ ପ୍ରତିଷ୍ଠିତ ରାଜନୈତିକ ଅଭ୍ୟାସଟିଏ ରହିଛି । ଥରେ ଯଦି ସରକାର ଏକ ନିଶ୍ଚିତ ଦର ପାଇଁ ପ୍ରତିଶ୍ରୁତି ବଦ୍ଧ ହେବା ପରେ ତା’ର ଆନୁସଙ୍ଗିକ ଅତ୍ୟାବଶ୍ୟକୀୟ ଦିଗଟି ହେଉଛି ଯାହା ଉତ୍ପାଦନ ହେବ ସରକାର ସବୁ ନେବା ପାଇଁ ନିଶ୍ଚିତ କରାଇବେ । ଆଖୁ ଚାଷର ଉଦାହରଣ ନିଆଯାଉ । ଚିନିକଳଗୁଡ଼ିକର ରାଜନୈତିକ ପତିଆରା ଏତେ ବେଶୀ ଯେ ଆଖୁର ବଜାର ଓ ସଂଗ୍ରହକୁ ନେଇ କୋହଳ ନୀତି ପ୍ରଣୟନକୁ ସେମାନେ ବିରୋଧ କରିବେ ଯଦ୍ୱାରା କି ସେମାନେ ଚିନିର ଖୁଚୁରା ଦରବୃଦ୍ଧି କରିପାରୁଥିବେ ଏବଂ କେତେ ଆଖୁ ଚାଷୀଠୁ ଉଠାଇବେ ନିଜ ନିୟନ୍ତ୍ରଣରେ ରଖିପାରିବେ ବଜାରରେ ଚାହିଦା ନାହିଁ ଆଳ ଦେଖାଇ । କେନ୍ଦ୍ର ସରକାରର ନିର୍ଦ୍ଧାରିତ ବୈଧାନିକ ସର୍ବନିମ୍ନ ଦର ହେଉ ବା ରାଜ୍ୟ ସରକାରଙ୍କ ଦ୍ୱାରା ନିର୍ଦ୍ଧାରିତ ଦର ହେଉ ଉତ୍ପାଦକ ଚାଷୀକୁ ତାହା ଦେବାପାଇଁ ସେମାନେ ଉପରୋକ୍ତ ଆଳ ଦେଖାଇ ମନା କରିବେ । ଯଦି ବି ସରକାର ଜନଗଣଙ୍କ ଖର୍ଚ୍ଚରେ ସର୍ବନିମ୍ନ ସୁରକ୍ଷା ପାଇଁ ମହଜୁଦ ଦ୍ରବ୍ୟକୁ ନେଇ ମିଲ୍ଗୁଡ଼ିକ ଠାରୁ ଅତିରିକ୍ତ ଶୁଳ୍କ ଆଦାୟ କରନ୍ତି ତେବେ ତାହାର ବୋଝ ଖାଉଟି ଉପରେ ହିଁ ପଡ଼ିବ । ଚିନି ଶିଳ୍ପର ଖରାପ ଆଚରଣଗୁଡ଼ିକ ଉପରେ ସରକାର ନିୟନ୍ତ୍ରଣ ରଖିପାରିବେ ନାହିଁ ଯେତେବେଳେ କି ସରକାରଙ୍କ ରାଜନୈତିକ ଭାଗ୍ୟ ଚିନି ଶିଳ୍ପ ଉପରେ ନିର୍ଭର କରିଆସିଛି । ଏଭଳି ସବୁ ଉଦାହରଣ ଆମ ପାଖରେ ଥିବାବେଳେ ‘ସମବାୟ ଭିତ୍ତିକ ସଂଘବାଦ’ କୃଷିକ୍ଷେତ୍ରରେ ସଂସ୍କାର ପ୍ରସଙ୍ଗରେ ବାସ୍ତବ ନୁହେଁ କେବଳ ଏକ ଭାବନା ହିସାବରେ ରହିବ । ଆଦର୍ଶ ଇଚଗଋ ନିୟମର କାର୍ଯ୍ୟକାରିତାକୁ ନେଇ ଥିବା ଅନୁଭୂତିଟିକୁ ଆମେ କେମିତି ଭୁଲିପାରିବା, ଯେଉଁଠି ଏହି ନିୟମଟିର ଗତିରୋଧ କରାଯାଇଥିଲା ତାହାର ରୂପାୟନ ପାଇଁ ରାଜ୍ୟମାନେ ଯେତେବେଳେ ମନ୍ଥର ନୀତି ଅବଲମ୍ବନ କଲେ ଏବଂ ରାଜ୍ୟକୁ ରାଜ୍ୟ ରୂପରେଖ ଦେବାପାଇଁ ତାକୁ ବଦଳାଇ ଚାଲିଲେ?

ସେଭଳି ରାଜ୍ୟ ସରକାରମାନେ କେନ୍ଦ୍ର ସରକାରଙ୍କ ସଂଶୋଧନଗୁଡ଼ିକୁ ଗ୍ରହଣ କରିବେ କି ନାହିଁ ବା କିଭଳି ଗ୍ରହଣ କରିବେ ତାହା କେନ୍ଦ୍ରର ରାଜନୈତିକ ମୁନାଫା ନେବାର ସ୍ଥିତି ଉପରେ ନିର୍ଭର କରିବ ।

ଏଭଳି ଏକ ପୃଷ୍ଠଭୂମିରେ ଅଧିକ ଚିନ୍ତାଜନକ କଥାଟି ରହିଛି ଆଇନକୁ ବଦଳାଇବା ପାଇଁ ସରକାରୀ ଆଭିମୁଖ୍ୟରେ ବିଶେଷକରି ଯେତେବେଳେ ଖାଦ୍ୟଦ୍ରବ୍ୟର ମହଜୁଦ ରଖିବା ସୀମା ଉପରେ କଟକଣା ରଖିବା କଥା ଉଠୁଛି । କୃଷି ଦ୍ରବ୍ୟର ବଜାର କ୍ଷେତ୍ରରେ କର୍ପୋରେଟ ପୁଞ୍ଜି ନିବେଶକୁ ଏହା ପ୍ରୋତ୍ସାହିତ କରିବାର ଆଶା କରାଯାଉଛି । ବଜାରକୁ ନେଇ ଥିବା ଅବାସ୍ତବ ଭାବନାର କେତୋଟି ଉକ୍ରୃଷ୍ଟ ସିଦ୍ଧାନ୍ତ ଉପରେ ଏଭଳି ଏକ ବ୍ୟାଖ୍ୟା ଆଧାରିତ । ପ୍ରଥମ ସିଦ୍ଧାନ୍ତଟି ହେଉଛି ଯେ ଘରୋଇ କ୍ଷେତ୍ରଟି କୃଷି କ୍ଷେତ୍ରରେ ପରିବର୍ତ୍ତନ ଆଣିବା ପାଇଁ ଏକ ରୂପରେଖ ପରିବର୍ତ୍ତନକାରୀ ଉନ୍ମେଷକର ଭୂମିକା ନେଇପାରିବ ଏବଂ ସେଥିପାଇଁ ଗ୍ରାମ୍ୟ ବିକାଶର ରଣକୌଶଳ ନିର୍ଦ୍ଧାରଣରେ ସେମାନଙ୍କୁ ସାମିଲ କରିବାକୁ ପଡ଼ିବ । ଦ୍ୱିତୀୟଟି ହେଉଛି ବଜାରର ଦକ୍ଷତା ବଢ଼ିବ ଯେତେବେଳେ ଘରୋଇ ପୁଞ୍ଜିନିବେଶକାରୀ ଏଥିରେ ସାମିଲ ହେବେ । ଯଦିଓ ଏହି କଥାଟି ‘ସର୍ବନିମ୍ନ ସରକାର, ସର୍ବାଧିକ ଶାସନ’ ନାମରେ ୨୦୧୪ ନିର୍ବାଚନ ପ୍ରଚାର ଅଭିଯାନରେ ନରେନ୍ଦ୍ର ମୋଦୀ କହିଥିବା କଥା ସହ ମେଳ ଖାଉଛି, କିନ୍ତୁ ସୁଶାସନର ମାନଚିତ୍ରଟି ପ୍ରସ୍ତୁତ ହୋଇନଥିବା ବେଳେ ଏଭଳି ଏକଦ ପଦକ୍ଷେପ ସାଧାରଣତଃ କୃଷକଙ୍କ ପାଇଁ ଏବଂ ବିଶେଷକରି କ୍ଷୁଦ୍ର ଚାଷୀଙ୍କ ପାଇଁ କେମିତି କାମ କରିବ ସ୍ପଷ୍ଟ ହୋଇପାରୁ ନାହିଁ । ବଜାର କ୍ଷମତାକୁ ନେଇ ଯେଉଁ ଆଚରଣ ରହିଆସିଛି ତା’ର ମୁଖ୍ୟ ନିର୍ଦ୍ଧାରକ ଭିତରେ ଅଛି ଦ୍ରବ୍ୟ ମହଜୁଦ୍ ରଖିବା, ମୁଲଚାଲର ସୁବିଧା, କଠିନ ନିଷ୍ପତ୍ତି ନେବାର ଦକ୍ଷତା ଏବଂ ସୂଚନାର ନିୟନ୍ତ୍ରଣ ଯାହାକୁ ଆମେ ଅଣଦେଖା କରିପାରିବା ନାହିଁ । ବଜାରରେ ଥିବା ରୋମାଚଞ୍ଚ ଉପରେ ଯେଉଁ ସାହିତ୍ୟ ସବୁ ରହିଛି ତାକୁ ପରଖିଲେ ଜଣାଯାଏ ଯେ ବଜାରରେ କାରବାର କ୍ଷେତ୍ରରେ ବଜାରର ଶକ୍ତି ଆଗରେ ସରକାରଙ୍କୁ ‘ଆତ୍ମରକ୍ଷା ଭିତିରେ ଆବୋରି ନେବାର’ ପଦକ୍ଷେପ ଆଡ଼କୁ ଯିବାପାଇଁ ବାଧ୍ୟ କରେ । ତେଣୁ ଋଉଇକୁ ନିୟନ୍ତ୍ରଣମୁକ୍ତ କରିବା ବା ତାକୁ ସ୍ଥଗିତ ରଖିବା କାମଟି କେବଳ ସରକାର ଓ ଘରୋଇକ୍ଷେତ୍ର ଭିତରେ ପାଉଣା ଦେଣନେଣ କାରବାରକୁ ବଦଳାଇ ଦେଇପାରେ କିନ୍ତୁ ହ୍ରାସ କରିବ ନାହିଁ । ଏଭଳି ଏକ ପୃଷ୍ଠଭୂମିରେ ନୂଆ ସରକାରଙ୍କର କୃଷିରେ ଅନ୍ତର୍ଭୁକ୍ତ କରିବା ପାଇଁ ସଂସ୍କାର ଆଣିବା କ୍ଷେତ୍ରରେ ଥିବା ରାଜନୈତିକ ଇଚ୍ଛାଟିକୁ ସମୟର କଷଟି ପଥରେ ପରିକ୍ଷିତ ହୋଇପାରିବ ଯଦି ସରକାର ଏହି ସଂସ୍କାରଗୁଡ଼ିକ ଭବିଷ୍ୟତରେ କାମ କରିବା ପାଇଁ ଏକ ଦକ୍ଷ ପରିବେଶ ସୃଷ୍ଟି କରିପାରିବେ ।

Comments

(-) Hide

EPW looks forward to your comments. Please note that comments are moderated as per our comments policy. They may take some time to appear. A comment, if suitable, may be selected for publication in the Letters pages of EPW.

Back to Top