ISSN (Print) - 0012-9976 | ISSN (Online) - 2349-8846

ଶୁଦ୍ଧ ରାଜନୀତିକୁ ମାପିବା

.

The translations of EPW Editorials have been made possible by a generous grant from the H T Parekh Foundation, Mumbai. The translations of English-language Editorials into other languages spoken in India is an attempt to engage with a wider, more diverse audience. In case of any discrepancy in the translation, the English-language original will prevail.

 

ଏକଦା କଠିନ ପରିଶ୍ରମ କରୁଥିବା ଜନଗଣ ଯେଉଁ ଗୋଟିଏ ପରେ ଗୋଟିଏ ସଂଘର୍ଷ କରିବା ପାଇଁ ବାଧ୍ୟ ହେଉଥିଲେ ଯାହାକି ଢାଞ୍ଚାଗତ ରାଜନୀତିର ଏକ ଚରିତ୍ର ଥିଲା ତାହା ଏବେ ବହୁ ପରିମାଣରେ ହ୍ରାସ ପାଇଛି ଅବା ସମ୍ପୂର୍ଣ୍ଣ ଭାବେ ନିର୍ବାଚନୀ ରାଜନୀତି ଦ୍ୱାରା ବିସ୍ଥାପିତ ହୋଇଛି ।

ଏହି କଥା ଯୁକ୍ତି ଦେଇ କୁହାଯାଇପାରେ ଯେ, ନିର୍ବାଚନୀ ରାଜନୀତି ଏକ ନୂଆ ମୋଡ଼ ନେଉଛି ଯେଉଁଠି ପ୍ରତିଟି ମଣିଷ ଦୁର୍ବଳ ଶ୍ରେଣୀମାନଙ୍କରେ ନେତାଙ୍କ ସମେତ ଚେଷ୍ଟା କରୁଛନ୍ତି କ୍ଷମତାରେ ଥିବା ଶାସକଙ୍କର ଏକ ଅଙ୍ଗ ହୋଇ ରହିବେ ଯାହାକୁ ଅଧିକାଂଶ ଲୋକ ଏକ ସମ୍ଭାବନା ହିସାବରେ ଦେଖୁଛନ୍ତି, ଯେତେବେଳେ ସେମାନେ ଆଦର୍ଶର ରାସ୍ତାରେ ଛିଡ଼ାହେବାକୁ ଏହା ସହ ତୁଳନା କରୁଛନ୍ତି ।

ତେଣୁକରି ଯେଉଁ ବାସ୍ତବତା ରାଜନୀତିକ ମନୋଭାବର ସଂଜ୍ଞା ନିରୂପଣ କରୁଛି ତାହା ସମ୍ଭାବନାର ରାଜନୀତିକୁ ନେଇ ଥିବା ଭାଷାରେ ନିଜକୁ ପରିପ୍ରକାଶ କରୁଛି । ଏଭଳି ଏକ ମୋଡ଼ ନେବାଟା ଆମକୁ ଏଭଳି ଏକ ରାଜନୀତିର ତର୍ଜମା କରିବା ପାଇଁ ବାଧ୍ୟ କରିବା ଉଚିତ ଏବଂ ରାଜନୀତିର ଏକ ବିକଳ୍ପ ଅବଧାରଣା ସମ୍ପର୍କରେ ଆଲୋଚନା ପାଇଁ ଆମକୁ ପ୍ରୋତ୍ସାହିତ କରିବା ଉଚିତ । ଏହିଭଳି ରାଜନୀତିକୁ ସର୍ବନିମ୍ନ ନୈତିକ ଯୋଗ୍ୟତା ଭିତ୍ତିରେ ଆଧାରିତ ଜୀବନର ଅବସ୍ଥାଗୁଡ଼ିକୁ କେତେ ହାସଲ କରାଯାଇପାରିଛି ସେ ସବୁକୁ ପରଖି ତାହାର ବ୍ୟାଖ୍ୟାନ କରାଯିବା ଦରକାର । ଏଭଳି ଏକ ଯୋଗ୍ୟତାର ଆଧାର ସାର୍ବଜନୀନ ଭାବେ ବୈଧ ଯେହେତୁ ଏହା ମଣିଷକୁ ଜଣେ ଚିନ୍ତାଶୀଳ ବ୍ୟକ୍ତି ହିସାବରେ ସମ୍ମାନ ଦିଏ ଏବଂ ସମ୍ମାନର ସହ ଜୀବନ ବିତାଇବା ପାଇଁ ପରାମର୍ଶ ଦିଏ ଯେଉଁଥିରେ ଜଣେ ଲୋକ ଅନ୍ତତଃ ବଞ୍ôଚ ରହିବାର ପ୍ରତିଶ୍ରୁତି ବହନ କରିଥାଏ । ମୌଳିକ ପ୍ରଶ୍ନଟି ହେଉଛି ଯେ ନିର୍ବାଚନ ରାଜନୀତିରେ ଜଣେ ଆଦର୍ଶବାଦୀ ସମାଜର ଆବଶ୍ୟକତାକୁ ବୁଝିପାରିବ କି, ଯାହା ସର୍ବନିମ୍ନ ନୈତିକ ଜୀବନ ଉପରେ ଆଧାରିତ ଥିବ?

ଚାଲନ୍ତୁ ବାସ୍ତବବାଦୀ ଉପାଦାନଗୁଡ଼ିକର ବିଭିନ୍ନ ଦିଗଗୁଡ଼ିକ ଉନ୍ମୁକ୍ତ କରିବା ଏବଂ ସେ ଭିତରେ ଥିବା ସର୍ବନିମ୍ନ ନୈତିକ ଜୀବନ ହାସଲ କରିବା କ୍ଷେତ୍ରରେ ଅସୁବିଧାଗୁଡ଼ିକୁ ପଦାକୁ ଆଣିବା । ଗୋଟିଏ ବାସ୍ତବବାଦୀ ରାଜନୀତିରେ ସମାଲୋଚନାର ଶକ୍ତି ରହିବ ଯଦି ଏହା ଏକ ଶୁଦ୍ଧ ବା ଆଦର୍ଶ ରାଜନୀତିର ବିକଳ୍ପ ଅବଧାରଣାରେ ଅସମ୍ବନ୍ଧିତ ରହେ । ଅନ୍ୟପ୍ରକାରେ କହିଲେ ଏକ ଶୁଦ୍ଧ ଅବା ଆଦର୍ଶ ବିକଳ୍ପ ରାଜନୀତିର ଅବଧାରଣା ଗୋଟିଏ ପ୍ରକ୍ରିୟା ଭିତରେ ଆସିବା କଥା ଯାହାର ନୈତିକ ଏବଂ ବୌଦ୍ଧିକ ଦୀପ୍ତି ଥିବ ଏବଂ ଯାହା ହିସାବି ତଥା ଗୋଳମାଳିଆ ରାଜନୀତି ଉପରେ ଆଧାରିତ ରଣକୌଶଳଗୁଡ଼ିକୁ ଅତିକ୍ରମ କରିବା ପାଇଁ ଚାହୁଁଥିବ । ଶୁଦ୍ଧ ରାଜନୀତିର ଧାରଣା ସୁତରାଂ ବାସ୍ତବବାଦୀ ରାଜନୀତିର ବିଭିନ୍ନ ଦିଗର ଏକ ସମୀକ୍ଷା ମାତ୍ର ।

ରଣକୌଶଳ ଦୃଷ୍ଟିରୁ ରାଜନୀତିରେ ଯାହା ମୂଳ କଥା ତାହା ହେଉଛି ଯେ ଗୋଟିଏ ପଟେ ସାମାଜିକ, ସାଂସ୍କୃତିକ ଏବଂ ବସ୍ତୁଗତ ସମ୍ପତ୍ତି ସୃଷ୍ଟି କରିବା ପାଇଁ ନିର୍ଦ୍ଦିଷ୍ଟ ଚିନ୍ତା ଏବଂ ଅନ୍ୟପଟେ ସମ୍ପୂର୍ଣ୍ଣ ଭାବେ ବୋଝଗୁଡ଼ିକୁ ହଟେଇଦେବା ବା ନେଇଚାଲିବାପାଇଁ ଆଗ୍ରହ । ଶାସକ ଦଳ ପୃଷ୍ଠପୋଷକତାର ବଣ୍ଟନ ପାଇଁ ଉଦ୍ଦିଷ୍ଟ ଢାଞ୍ଚା ଭିତରେ ନିଜକୁ ଏକ ସୁଦୃଢ଼ ସ୍ଥାନରେ ରଖିଥିବା ଦୃଷ୍ଟିରୁ ଉଦାର ହେବାପାଇଁ ଅଭିପ୍ରାୟ ରଖିପାରିବ ବିଶେଷକରି ସେଇ ନେତାମାନଙ୍କୁ ନିଜ ଭିତରକୁ ଆଣିବା ପାଇଁ ଯେଉଁମାନେ ବାସ୍ତବ ରାଜନୈତିକ ଗଣିତରେ ଗୋଟିଏ ଗୋଟିଏ ବୋଝ କିନ୍ତୁ ସାମାଜିକ ଦୃଷ୍ଟିକୋଣରୁ ସମସ୍ତଙ୍କୁ ନେଇ କାମ କରୁଥିବାର ଭାବମୂର୍ତ୍ତିଟିଏ ନିର୍ମାଣ କରିବା ଦୃଷ୍ଟିରୁ ଗୋଟିଏ ଶକ୍ତିଶାଳୀ ଶାସକ ଦଳ ପାଇଁ ଆବଶ୍ୟକ । ଅନ୍ୟପ୍ରକାରେ କହିବାକୁ ଗଲେ ଏଭଳି କ୍ଷମତା ଖୋଜୁଥିବା ବ୍ୟକ୍ତି ଦରିଦ୍ର ଲୋକମାନଙ୍କର ଦଳଗୁଡ଼ିକୁ ସ୍ଥାୟୀ ବୋଝ ହିସାବରେ ଦେଖିବେ ।

ଆଦର୍ଶଗତ ଭାବେ ଏଭଳି ଦଳଗୁଡ଼ିକରେ ଯୋଗ ଦେବାକୁ ହେଲେ ଜଣେ ମୁକ୍ତିର ବୁଝାମଣା ନିଜ ଭିତରେ ଆଣିବାକୁ ପଡ଼ିବ । ଏହିଭଳି ଏକ ବୁଝାମଣା ସେହି ପ୍ରତିଷ୍ଠିତ ଅଣଦଳିତ ନେତାମାନଙ୍କ ଭିତରେ ଦେଖାଯାଇଥିଲା ଯେଉଁମାନେ ୧୯୩୬ ମସିହାରେ ବି.ଆର୍.ଆମ୍ବେଦକରଙ୍କର ଇଣ୍ଡିପେଣ୍ଡେଣ୍ଟ୍ ଲେବର ପାର୍ଟିରେ ଯୋଗ ଦେଇଥିଲେ । ଅବଶ୍ୟ ଜଣେ ଏଭଳି ବୈଧ ପ୍ରଶ୍ନ ବି ଉଠାଇପାରେ ଯେ, ଆଜିର ଦିନରେ ଦଳିତ ଦଳମାନଙ୍କ ପାଖରେ ସେହି ଇଣ୍ଡିପେଣ୍ଡେଣ୍ଟ୍ ଲେବର ପାର୍ଟିର ସାର କଥାଟି ଅଛି କି?’

ଶକ୍ତିଶାଳୀ ଶାସକଦଳମାନେ ଏଭଳି ଆଭ୍ୟନ୍ତରୀଣ ଦେଶାନ୍ତରରେ କିଛି ସକାରାତ୍ମକ ଦିଗ ପାଇଥାନ୍ତି । ଏହି ଦଳମାନଙ୍କ ପାଇଁ ଏହା ସେତିକି ସକାରାତ୍ମକ ଯେହେତୁ ଏଥିରେ ଏକ ସୁଯୋଗ ରହିଥାଏ ଯେ ଯେଉଁମାନେ ଅନ୍ୟ ଦଳମାନଙ୍କ ଦ୍ୱାରା ଅବହେଳିତ ଦାବି କରୁଛନ୍ତି ସେମାନଙ୍କୁ ନିଜ ଢାଞ୍ଚା ଭିତରେ ସ୍ଥାନ ଦିଆଯାଇପାରିବ । ଏହା ମଧ୍ୟ ନିଜକୁ ଏକ ଅନ୍ତର୍ଭୁକ୍ତି ଦଳ ହିସାବରେ ସାବ୍ୟସ୍ତ କରିବା ପାଇଁ ସହାୟ ହୋଇଥାଏ । ଜଣେ କ’ଣ ତାହା ହେଲେ ଏହି ସିଦ୍ଧାନ୍ତରେ ପହଞ୍ôଚ ପାରିବ କି ଯେ, ଏହି ଦଳ ଏକ ଶୁଦ୍ଧ ରାଜନୀତିର ଅଭ୍ୟାସ କରୁଛି? ଏଭଳି କ୍ଷେତ୍ରରେ ସକାରାତ୍ମକ ରହିବା ଶୁଦ୍ଧ ରାଜନୀତିର ସଂଜ୍ଞା ନିରୂପଣ ପାଇଁ ଯଥେଷ୍ଟ ଅବସ୍ଥା ସୃଷ୍ଟି କରିପାରୁଛି?

ଚାଲନ୍ତୁ ବିଚାରକୁ ନେବା ସକାରାତ୍ମକ ରାଜନୀତିକୁ ନେଇ ଯେଉଁ କେତୋଟି ସମସାମୟିକ ଦାବୀ ଉପସ୍ଥାପନ ହେଉଛି । ରାଜନୈତିକ ପର୍ଯ୍ୟବେକ୍ଷକମାନେ ଭାରତୀୟ ଜନତା ପାର୍ଟିର ସଂରକ୍ଷିତ ନିର୍ବାଚନମଣ୍ଡଳୀ ଗୁଡ଼ିକରେ ଉଲ୍ଲେଖନୀୟ ସଫଳତାକୁ ନେଇ ବ୍ୟାଖ୍ୟାୟନ କରୁଛନ୍ତି ଯେ, ଏହା ସମ୍ଭବତଃ ଜାତିଭିତ୍ତିକ ରାଜନୀତିର ‘ଅନ୍ତ’ ଆଣିଛି । ଏଭଳି ଅନୁଧ୍ୟାନ ନିର୍ବାଚନୀ ରାଜନୀତିର ଏକ ସକାରାତ୍ମକ ଦିଗକୁ ଇଙ୍ଗିତ କରୁଛି । କିନ୍ତୁ ଏହା ନ୍ୟାୟକୁ ଏକ ସଙ୍କୁଚିତ ଧାରଣା ନେଇ ଦେଖୁଛି । ଭାଜପା ଯଦି ଏସ୍.ସି. ଏବଂ ଏସ୍.ଟି. ପ୍ରାର୍ଥୀମାନଙ୍କୁ ସାଧାରଣ ନିର୍ବାଚନ ମଣ୍ଡଳୀରୁ ଜିତିବାର ଅବସର ଦେଇପାରିଥାନ୍ତେ ଏକ ସାର୍ବଜନୀନ ଯୋଗ୍ୟତାର ମାପକାଠି ପ୍ରୟୋଗ କରି ତେବେ ସାମାଜିକ ନ୍ୟାୟର ଏକ ବିସ୍ତୀର୍ଣ୍ଣ ଚିନ୍ତା ପ୍ରତି ସେମାନେ ଅଧିକ ଗୁରୁତ୍ୱ ଦେଉଛନ୍ତି ଜଣାପଡ଼ିଥାନ୍ତା । ଏହା ଜାତି ଚେତନାକୁ ନ୍ୟୁନ କରିବାରେ ଏକ ବାସ୍ତବ ପଦକ୍ଷେପ ହିସାବରେ ବିଚାର କରାଯାଇପାରିଥାନ୍ତା ବିଶେଷକରି ଯେଉଁ ଜାତି ଚେତନାଟି ଆମ ସମାଜରେ ବଳିଷ୍ଠ ଭାବେ ଚେର ମାଡ଼ିବସିଛି । ସଂଖ୍ୟାଲଘୁ ଏବଂ ନାରୀମାନଙ୍କ ପ୍ରତିନିଧିତ୍ୱକୁ ନେଇ ଏଭଳି ଏକ ଆଶା କରିବା ବି ଯୁକ୍ତିଯୁକ୍ତ ।

ଅଧିକ ସଂଖ୍ୟାରେ ଏସ୍.ସି., ଏସ୍.ଟି. ପ୍ରାର୍ଥୀମାନଙ୍କୁ ସଂରକ୍ଷିତ ନିର୍ବାଚନମଣ୍ଡଳୀ ଗୁଡ଼ିକରୁ ଜିତାଇ ଆଣିବା ନିଶ୍ଚିତ ଭାବରେ ସେହି ଲୋକମାନଙ୍କର ଆତ୍ମସମ୍ମାନ ତୁଳନାତ୍ମକ ଭାବେ ବୃଦ୍ଧି କରେ ଯେଉଁମାନେ ନିଜକୁ ନିଜ ବର୍ଗର ଲୋକମାନଙ୍କଠାରୁ ଊଦ୍ଧ୍ୱର୍ରେ ରଖିଥାନ୍ତି । କିନ୍ତୁ ଯେଉଁ ପ୍ରଶ୍ନଟି ଆଦର୍ଶ ବା ଶୁଦ୍ଧ ରାଜନୀତିକୁ ନେଇ ରହିଛି ତାହା ହେଲା, ‘ନିର୍ବାଚନୀ ରାଜନୀତି ଯଦିଓ ଏହି ବିଧାୟକମାନଙ୍କର ଆତ୍ମସମ୍ମାନ ବୃଦ୍ଧି କରେ ତାହା କ’ଣ ସେମାନଙ୍କୁ ଆତ୍ମସମ୍ମାନର ସହ ଏବଂ ନିଜ ମଥାକୁ ଉଚ୍ଚ ରଖି ଛିଡ଼ା ହେବାପାଇଁ ସାହାଯ୍ୟ କରିଥାଏ?

ଏଭଳି ଏକ ଅବସ୍ଥା କେବଳ ଏସ୍.ସି., ଏସ୍.ଟି. ସଦସ୍ୟମାନଙ୍କୁ ହତୋତ୍ସାହିତ କରି ନଥାଏ, ବରଂ ସଂସଦର ଅନ୍ୟ ସଦସ୍ୟମାନେ ମଧ୍ୟ ନିଜର ସମାନ ମୂଲ୍ୟକୁ ସ୍ୱାଧୀନ ଭାବେ ଜାହିର କରିବା କ୍ଷେତ୍ରରେ ହତୋତ୍ସାହିତ ହୋଇଥାନ୍ତି ବିଶେଷକରି ବିଭିନ୍ନ ସରକାରୀ ଅନୁଷ୍ଠାନ ଏବଂ ସରକାରୀ କ୍ଷେତ୍ରରେ । ଯୁକ୍ତିଯୁକ୍ତ କଥା ଯେ, ପତିଆରା ସମ୍ପନ୍ନ ନେତାମାନଙ୍କର ‘ଗୋଷ୍ଠୀ ଶକ୍ତି’ ଯାହାର ଉପଭୋକ୍ତା ସେମାନେ ରହିଆସିଛନ୍ତି ତାହା ସେମାନଙ୍କୁ ନିଜର ମୂଲ୍ୟକୁ ଜାହିର କରିବାରୁ ନିବୃତ ରଖିଥାଏ । ଗୋଟିଏ ଦଳର ଢାଞ୍ଚାରେ ଯେଉଁ ଉପରୁ ତଳ ପାହାଚ ରହିଥାଏ ସେଥିରେ ସ୍ୱୀକୃତିର ବିଷମତାପୂର୍ଣ୍ଣ ବଣ୍ଟନ ସୂଚୀତ କରାଏ ଯେ ଜଣେ ଉପରେ ଥିବା ନେତାଙ୍କର ସମ୍ମାନର ଭାଗ କେତେ ଅଧିକ ଥାଏ । ଶୁଦ୍ଧ ରାଜନୀତିରେ ଯେଉଁଠି ପ୍ରତିଟି ମଣିଷର ସମାନ ନୈତିକ ମୂଲ୍ୟ ଥାଏ ତାହାରି ଉପରେ ଆଧାରିତ ଥାଏ ପରସ୍ପର ପ୍ରତି ସମ୍ମାନ ପ୍ରଦାନ କରିବା, ସେଭଳି ଏକ ବ୍ୟବସ୍ଥାକୁ ଏହା ନ୍ୟୁନ କରିଦିଏ । ସବୁଠୁ ଅଧିକ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ନିର୍ବାଚନୀ ରାଜନୀତିରେ ଥିବା ବିଷମତାପୂର୍ଣ୍ଣ ସମ୍ପର୍କ ସର୍ବନିମ୍ନ ନୈତିକତା ଆଧାରିତ ଶୁଦ୍ଧ ରାଜନୀତି ଠାରୁ ଏହି ପ୍ରତିନିଧିମାନଙ୍କୁ ବାହାରକୁ ନେବାରେ ନିଶ୍ଚିତ ଭାବେ ଏକ ଭୂମିକା ନିଭାଇ ଥାଏ ।

Comments

(-) Hide

EPW looks forward to your comments. Please note that comments are moderated as per our comments policy. They may take some time to appear. A comment, if suitable, may be selected for publication in the Letters pages of EPW.

Back to Top