ISSN (Print) - 0012-9976 | ISSN (Online) - 2349-8846

ଆସ୍ଥାର ଯେତେ ପଥ

.

The translations of EPW Editorials have been made possible by a generous grant from the H T Parekh Foundation, Mumbai. The translations of English-language Editorials into other languages spoken in India is an attempt to engage with a wider, more diverse audience. In case of any discrepancy in the translation, the English-language original will prevail.

 

ଏକ ସୀମିତ ନିର୍ବାଚନ ପୃଷ୍ଠଭୂମିରେ ସାମ୍ମୁଖ୍ୟ ରାଜନୀତି ଅନ୍ୟମାନଙ୍କ ଭିତରେ ମୁଖ୍ୟତଃ ଦୁଇଟି ସ୍ପଷ୍ଟ ପ୍ରାରମ୍ଭିକ ସ୍ଥିତି ଉପରେ ଆଧାରିତ । ପ୍ରଥମ ସ୍ପଷ୍ଟ ସ୍ଥିତିଟି ଗୁରୁତ୍ତ୍ୱ ପାଇଥାଏ, ଯେତେବେଳେ ନିର୍ବାଚନ ରାଜୀନତିରେ ଏକକ ରାଜନୈତିକ ଦଳର ପତିଆରା ପ୍ରତିଷ୍ଠିତ ହୁଏ, ଯାହା ଏବେ ଦ୍ୱିତୀୟ ଥର ପାଇଁ ବିପୁଳ ବିଜୟ ହାସଲ କରିଆସିଥିବା ଭାରତୀୟ ଜନତା ପାର୍ଟି ସାବ୍ୟସ୍ତ କଲା । ଏଭଳି ପତିଆରା ପ୍ରତିଷ୍ଠା କରିବାର ସମ୍ଭାବନା ଏବେ ସତ ପ୍ରମାଣିତ ହୋଇଛି ଯେତେବେଳେ ଆଞ୍ଚଳିକ ସ୍ତରରେ ସମ୍ପ୍ରସାରଣ ନହୋଇ କେବଳ ସଂଖ୍ୟାର ବିଜୟକୁ ହିସାବକୁ ନିଆଯାଏ । ଉତ୍ତର ଭାରତରେ ଭାଜପା ପ୍ରତି ସମର୍ଥନ ଏବଂ ଉତ୍ତରପୂର୍ବ ରାଜ୍ୟମାନଙ୍କରେ ଏହି ଦଳର ଚେର ମାଡ଼ିବା ଯୋଗୁଁ ଏଭଳି ଏକ ସ୍ଥିତି ଉପୁଜିଛି । ଦ୍ୱିତୀୟ ସ୍ପଷ୍ଟ ସ୍ଥିତିଟି ହେଲା ଯେ ଗଠବନ୍ଧନ ବା ସାମ୍ମୁଖ୍ୟ ରାଜନୀତିର ଆବଶ୍ୟକତା ଆସିଯାଉଛି ଯେତେବେଳେ ଛୋଟ ଛୋଟ ରାଜନୈତିକ ଦଳମାନେ କେବଳ ନିଜର ସାମର୍ଥ୍ୟ ଉପରେ ଆସ୍ଥା ରଖି ନିର୍ବାଚନରେ ସଂଖ୍ୟା ଗରିଷ୍ଠତା ହାସଲ କରିବାର ସମ୍ଭାବନା ରହେନାହିଁ । ଯେହେତୁ ନିର୍ବାଚନରେ ଶକ୍ତି ଦୃଷ୍ଟିରୁ ବିରୋଧୀଦଳ ଦୁର୍ବଳ ହୋଇଯାଉଛି ଏବଂ ନିଜର ଆଗ୍ରହ ବା ସାମାଜିକ ସ୍ଥିତି ଦୃଷ୍ଟିରୁ ବିଭାଜିତ ରହୁଛି, ପରସ୍ପରକୁ ଭରସା ଦେଇପାରୁଥିବା ଦଳ ଓ ସେମାନଙ୍କ ସମର୍ଥକଙ୍କ ସ୍ତରରେ ସଂଘତି ରଖି ସାମ୍ମୁଖ୍ୟ ପ୍ରତିଷ୍ଠା କରିବାର ଆବଶ୍ୟକତା ରହିଛି । ଦଳଗୁଡ଼ିକର ନିର୍ଦ୍ଦିଷ୍ଟ ରାଜନୈତିକ ଉଦ୍ଦେଶ୍ୟ ପାଇଁ ନହେଲେ ମଧ୍ୟ ଦୁର୍ବଳ ସ୍ଥିତିରେ ଥିବା ଦଳମାନଙ୍କ ପାଇଁ ପରସ୍ପର ପ୍ରତି ଆସ୍ଥା ରଖିବା ନିତ୍ୟାନ୍ତ ଗୁରୁତ୍ୱପୂର୍ଣ୍ଣ । ଦୁର୍ବଳ ସ୍ଥିତିରେ ଥିବା ଗୋଷ୍ଠୀଗୁଡ଼ିକ ବିରୋଧୀ ଦଳ ପ୍ରତି ଢ଼ଳିବା ଅବା ଜାତୀୟ ଗଣତାନ୍ତ୍ରିକ ସାମ୍ମୁଖ୍ୟ ପ୍ରତି ସେମାନଙ୍କର ସଂଶୟ ଥିବା କଥାଟିକୁ ଶାସକ ଦଳର ବରିଷ୍ଠ ନେତାମାନେ ପରୋକ୍ଷ ଭାବେ ସ୍ୱୀକାର କରନ୍ତି । ଏହି ଦୁର୍ବଳ ସ୍ଥିତିର ଭୋଟରମାନେ ଆସ୍ଥା ଉପରେ ଆଧାରିତ ସାମ୍ମୁଖ୍ୟକୁ ନେଇ ଏକ ବିକଳ୍ପ ଏବଂ ସେହି ସାମ୍ମୁଖ୍ୟର କ୍ଷମତା ଦଖଲ କରିବାର ସମ୍ଭାବନାକୁ ପାଥେୟ କରି ସେହି ସାମ୍ମୁଖ୍ୟ ବା ସାମ୍ମୁଖ୍ୟର ଅଂଶୀଦାର ରାଜନୈତିକ ଦଳମାନଙ୍କ ଉପରେ ଆସ୍ଥା ପ୍ରକଟ କରିଥାନ୍ତି ।

ତେବେ ଏପରି ଦଳମାନଙ୍କ ଉପରେ ଆସ୍ଥା ପ୍ରକଟ କରୁଥିବା ଲୋକମାନଙ୍କ ପାଇଁ ସେମାନେ ନିଜେ ଓ ସେମାନଙ୍କ ଆସ୍ଥା ଭାଜନ ହେଉଥିବା ଦଳମାନେ ଭୋଟଦାନରେ ନିଜର ନିଷ୍ପତ୍ତିଟିକୁ କାର୍ଯ୍ୟକାରୀ କରି ଓ ସାମୂହିକ ଉଦ୍ଦେଶ୍ୟର ସ୍ୱଚ୍ଛତା ଆଣି ଏଭଳି ଆସ୍ଥାକୁ ବୈଧ ପ୍ରମାଣିତ କରିପାରିବେ କି? ଏସବୁ ଦଳମାନେ ଦୁର୍ବଳ ଭୋଟଦାତାମାନଙ୍କର ଆସ୍ଥାଟିକୁ ସମ୍ମାନ ଦେବାପାଇଁ ନିଷ୍ଠାପର ଉଦ୍ୟମ କରିପାରିବେ କି? କିନ୍ତୁ ଯେଉଁଭଳି ଭାବେ ନିର୍ବାଚନ ପରବର୍ତ୍ତୀ ପର୍ଯର୍୍ୟାୟରେ ସାମ୍ମୁଖ୍ୟର ସ୍ଥିତି ଉନ୍ମୋଚନ ହେଉଛି ସେଥିରୁ ଜଣାପଡ଼ୁଛି ଯେ ଆସ୍ଥାର ପଥ ସବୁ ସନ୍ଦେହ, ବିଫଳତା, ସଂଶୟବାଦ, ଅନିଶ୍ଚିତତା ଏବଂ ଆଶଙ୍କା ଇତ୍ୟାଦି ଦ୍ୱାରା ପ୍ରଭାବିତ ଯାହା ଆସ୍ଥା-ହୀନତାର ସବୁଠାରୁ ବଡ଼ ପ୍ରଦର୍ଶନ । ସାମ୍ମୁଖ୍ୟ ନିର୍ମାଣରେ ବିଫଳ ହେବା ଦର୍ଶାଉଛି ଯେ ଏହି ଦଳମାନଙ୍କ ଉପରେ ଯେଉଁ ଆସ୍ଥା ଭୋଟରମାନେ ରଖିଥିଲେ ତାହା ନିର୍ବାଚନୀ ବିଫଳତାର ବିପଦ ସହିତ ଯୋଡ଼ିହୋଇ ରହିଥିଲା । ଏହି କଥାଟି ସାମ୍ମୁଖ୍ୟ ରାଜନୀତି ଉପରେ କମ୍ ଭରସା ଅବା ଆଦୌ ଭରସା ନଥିବା କଥାଟିକୁ ଉନ୍ମୁକ୍ତ କରିଛି । ଯେତେବେଳେ ଆସ୍ଥା ଆଧାରିତ ଏକ ସାମ୍ମୁଖ୍ୟର ସମ୍ଭାବନା ସନ୍ତୁଳନ ହରାଇବ, ସେତେବେଳେ ସରକାର ଗଢ଼ିବାର ଆବଶ୍ୟକତାଟି ଏକ ଫମ୍ପା ଆର୍ତ୍ତନାଦ ବା ମୂଲ୍ୟହୀନ ଚିକ୍ରାର ରୂପେ ସାବ୍ୟସ୍ତ ହୋଇଯାଏ । ଏହି ସମ୍ଭାବନା ଏବଂ ଆବଶ୍ୟକତା ଭିତରେ ଥିବା ଅସନ୍ତୁଳନ ଯେତେବେଳେ ଆସେ ତାହାର ପ୍ରତିଫଳନ ସରକାର ଗଢ଼ିବା ବା ସାମ୍ମୁଖ୍ୟ ଗଢ଼ିବା କ୍ଷେତ୍ରରେ ଅକ୍ଷମ ହେବା କଥାଟିରେ ପ୍ରତିଫଳିତ ହୋଇଥାଏ । ଏହାକୁ ଆମେ ଭୋଟରମାନଙ୍କର ଆସ୍ଥା ଭଙ୍ଗ କରାଯାଉଛି ବୋଲି କହିପାରିବା । ଦଳମାନଙ୍କ ଦ୍ୱାରା ଏଭଳି ଆସ୍ଥାର ଧାରାବାହିକ ଉଲ୍ଲଂଘନ ଏବଂ କିଛି ଭୋଟଦାତା ଗୋଷ୍ଠୀମାନଙ୍କ ଦ୍ୱାରା ଭୋଟ ପ୍ରଦାନ ବେଳେ ଏପଟ ସେପଟ କାରସାଦି କରିବା, ଦୁର୍ବଳ ସ୍ଥିତିରେ ଥିବା ଭୋଟରମାନଙ୍କ ଉପରେ ଏକ ନୈତିକ ବୋଝ ଢାଳି ଦେଇଥାଏ । ଏମିତିରେ ଆସ୍ଥାର ନୈତିକ ଶକ୍ତିଟି ନିଜର ଗୁରୁତ୍ୱ ହରାଇବା ଏବଂ ତା ସହିତ ଏହିସବୁ ଦଳମାନଙ୍କ ପଛରେ ନିଜର ଭାଗ୍ୟକୁ ବାଜି ରଖିବା ପାଇଁ ଭୋଟଦାତାମାନେ ମଧ୍ୟ ପଛଘୁଞ୍ଚା ଦେବେ ।

ସେହିଭଳି ଦେଖିବାକୁ ଗଲେ ଏକ ସଂଖ୍ୟାଗରିଷ୍ଠ ଦଳକୁ ସମର୍ଥନ କରୁଥିବା ଭୋଟଦାତା ଏବଂ ଯେଉଁମାନେ ନିଜ ଦଳର ଉପଲବ୍ôଧ ଯାହା ଥାଉନା କାହିଁକି ସେ ଦଳ ସହିତ ରହି ଆସିଛନ୍ତି ସେମାନଙ୍କୁ ସେହିଦଳ ଉପରେ ଭରସା ରଖିବାକୁ ପଡ଼ିବ । ଏହିସବୁ ମାମଲାରେ ଆସ୍ଥାର ଉଗ୍ର ବିକଳ୍ପ ହେଉଛି ବିଶ୍ୱାସ, ଯାହାକି ତିଆରି କରିବାର ଆବଶ୍ୟକତା ନଥାଏ ଏମିତିରେ ଦେଇ ଦିଆଯାଇଥାଏ । ଗୋଟିଏ ସଂଖ୍ୟାଗରିଷ୍ଠ ଦଳକୁ ସେମାନେ ସମର୍ଥନ କରିବା ଯୁକ୍ତି ଉପରେ କମ୍, ବିଶ୍ୱାସ ଉପରେ ଅଧିକ ଆଧାରିତ । ଏହି ଯୁକ୍ତିଗୁଡ଼ିକ ନିର୍ଦ୍ଦିଷ୍ଟ ଭାବେ ଆତ୍ମଜ୍ଞାନ ଭିତ୍ତିକ । କିନ୍ତୁ ଭୋଟରମାନଙ୍କ ପାଖରେ ଏଭଳି ଯୁକ୍ତି ଥାଏ ତଥାପି ସେମାନେ ବିଶ୍ୱାସର ପ୍ରୟୋଗ କରିଥାନ୍ତି ଓ କିଛି କାମ କରିନଥିବା ଗୋଟେ ଦଳକୁ ଭୋଟ ଦେବାବେଳେ ଯୁକ୍ତିଯୁକ୍ତତାକୁ ଦେଖି ନଥାନ୍ତି । ଏଭଳି କଥାଟି ଗତ ନିର୍ବାଚନରେ ସ୍ପଷ୍ଟ ହୋଇଯାଇଥିଲା ଯେତେବେଳେ କୃଷିଜୀବୀ ଏବଂ ବେକାର ଯୁବକମାନେ ଶାସକ ଦଳକୁ ଭୋଟ ଦେଇଥିଲେ । ଏହି ଭୋଟଦାତାମାନଙ୍କର ଯୁକ୍ତିଶୀଳ ପ୍ରତିକ୍ରିୟା ଏଭଳି ହେବା ଉଚିତ ଥିଲା ଯେ ସେମାନେ ଯେଉଁ ଦଳଟି ନିଜର ପ୍ରତିଶ୍ରୁତି ରଖିବାରେ ବିଫଳ ହୋଇଛି ଯାହାର ନୀତି ଅନେକଙ୍କ ପାଇଁ ଆର୍ଥିକ ଦୂରାବସ୍ଥା ନେଇଆସିଛି ଅନ୍ତତଃ ତାକୁ ଭୋଟ ଦେବାରୁ ସେମାନେ ନିବୃତ୍ତ ରହିବେ । ଏଭଳି ଏକ ପ୍ରତିକ୍ରିୟା ତାଙ୍କର ନିଜର ସ୍ଥିତି ପ୍ରତି ସମର୍ଥନ ଜଣାଇଥାନ୍ତା ଏବଂ ସେମାନେ ନିଜର ଆସ୍ଥା ପ୍ରତି ନିଜେ ଭରସା ରଖୁଛନ୍ତି ସେକଥା ସୂଚାଇଥାନ୍ତା । ପୂର୍ଣ୍ଣବିଶ୍ୱାସ ରଖି ଗୋଟିଏ ଦଳକୁ ଭୋଟ ଦେଉଥିବା ଲୋକମାନଙ୍କ ପାଇଁ ଆସ୍ଥାର ବୋଝ ନେବା ଆବଶ୍ୟକ ହୁଏନାହିଁ ଯେହେତୁ ସେମାନଙ୍କୁ ଗୋଟିଏ ଦଳ ବାଛିବା ଭଳି ବିପଦପୂର୍ଣ୍ଣ କାମଟିଏ କରିବାକୁ ପଡ଼ିନଥାଏ । ଆସ୍ଥା ଗୋଟିଏ ଭୋଟଦାତାକୁ ସ୍ୱାୟତ୍ତତା ଦେଇଥାଏ ଯାହାଫଳରେ ଜଣେ ନେତା ବା ଦଳଗୁଡ଼ିକ ଉପରେ ନିର୍ବାଚନର ସଫଳତା ଦୃଷ୍ଟିରୁ ସାମ୍ମୁଖ୍ୟ ନିର୍ମାଣ କରିବାର ଆବଶ୍ୟକତା ଅବା ଏକ ଦାୟିତ୍ୱପୂର୍ଣ୍ଣ ସରକାର ଗଠନ ପାଇଁ ପଦକ୍ଷେପ ନେବା ଦୃଷ୍ଟିରୁ ଆସ୍ଥା ପ୍ରକଟ କରିହେବ । ଯଦିଓ ଅସୁବିଧା ଜନକ ପଦକ୍ଷେପ ନେବାଟା ସ୍ୱାୟତ୍ତତା ଓ ସଂସ୍ଥା ପ୍ରତି ଇଙ୍ଗିତ କରେ କିନ୍ତୁ ତାହା ଏକଥାକୁ ବୁଝାଏ ନାହିଁ ଯେ ସମାନ ସୁଯୋଗ ତଥା ଧ୍ୟାନ ଦେବାର ରାଜନୀତିକୁ ଏକ କଷ୍ଟକର ନିଷ୍ପତ୍ତି ନେଇ ପାରୁଥିବା ଆନୁମାନିକ ପୁଞ୍ଜିର ଖେଳରେ ରୂପାନ୍ତରିତ କରାଯାଇପାରିବ ନାହିଁ । ବିରୋଧୀ ଦଳମାନଙ୍କର ଏହା ଏକ ଦାୟିତ୍ୱ ଯେ ସେମାନେ ଯେମିତି ବିପନ୍ନ ସ୍ଥିତିରେ ଥିବା ଭୋଟଦାତାମାନଙ୍କୁ ବିପଦପୂର୍ଣ୍ଣ ନିଷ୍ପତ୍ତି ନେବାପାଇଁ ସବୁବେଳେ ବାଧ୍ୟ କରନ୍ତି ନାହିଁ । ମୂଳ ପ୍ରଶ୍ନଟି ହେଉଛି ବିରୋଧୀ ଦଳମାନେ ବିପନ୍ନ ଶ୍ରେଣୀର ଭୋଟଦାତାମାନଙ୍କର ଆସ୍ଥା ଭିତରେ ଅନ୍ତର୍ନିହିତ ଥିବା ପରିବର୍ତ୍ତନକାରୀ ଡାକରାକୁ ଗୁରୁତର ସହିତ ନେଇପାରିବେ କି? ଶାସକ ଦଳ ଏହିସବୁ ଗୋଷ୍ଠୀମାନଙ୍କର ଦୁର୍ବଳ ସ୍ଥିତି ସୃଷ୍ଟି କରୁଥିବା ଅବସ୍ଥାଗୁଡ଼ିକର ଅବସାନ ପାଇଁ ଦୃଷ୍ଟାନ୍ତମୂଳକ ପଦକ୍ଷେପ ନେବାର ପ୍ରମାଣ ଦେଇପାରିବେ କି?

Comments

(-) Hide

EPW looks forward to your comments. Please note that comments are moderated as per our comments policy. They may take some time to appear. A comment, if suitable, may be selected for publication in the Letters pages of EPW.

Back to Top