ISSN (Print) - 0012-9976 | ISSN (Online) - 2349-8846

ନିରାଶା ବିରୋଧରେ

ନିର୍ବାଚନି ବିପର୍ଯ୍ୟୟକୁ ନେଇ ପ୍ରତିକ୍ରିୟା ରଖିବା ବେଳେ କ’ଣ କଲେ ବିରୋଧୀ ଦଳମାନେ ଗୋଡ଼ ଖସୁଥିବା ପଥ ଠାରୁ ଦୂରେଇ ରହିବେ?   

 

The translations of EPW Editorials have been made possible by a generous grant from the H T Parekh Foundation, Mumbai. The translations of English-language Editorials into other languages spoken in India is an attempt to engage with a wider, more diverse audience. In case of any discrepancy in the translation, the English-language original will prevail.

 

ଭାରତୀୟ ଜନତା ଦଳ (ଭାଜପା) ଓ ଜାତୀୟ ଗଣତାନ୍ତ୍ରିକ ସାମ୍ମୁଖ୍ୟ (ଏନ୍ଡ଼ିଏ) ସଂଖ୍ୟା ଓ ସୀମା ଦୃଷ୍ଟିରୁ ଏକ ଜବରଦସ୍ତ ନିର୍ବାଚନୀ ବିଜୟ ହାସଲ କରିଛି । କିନ୍ତୁ ଏଭଳି ସ୍ଥିତିକୁ ନେଇ ଜଣେ କୌଣସି ଚରମ ପ୍ରତିକ୍ରିୟା ଦେବାରୁ ନିବୃତ ରହିବା ଉଚିତ ଯେହେତୁ ଅନେକ ଗୁରୁତ୍ୱପୂର୍ଣ୍ଣ ବିଶ୍ଳେଷଣ ପାଇଁ ପ୍ରତିବନ୍ଧକଟିଏ ସୃଷ୍ଟି ହେବ । ଏମିତିରେ ବି ତରବରିଆ ଭାବେ ଏଭଳି ସବୁ ବିଶ୍ଳେଷଣ କରାଯିବା କଥା ନୁହେଁ । ସମସ୍ତଙ୍କୁ ନେଇ ଚାଲିଥିବା ଏକ ଗଣତାନ୍ତ୍ରିକ ଢାଂଚାର ସମସ୍ତ ଅଂଶୀଦାରମାନେ ଯେପରି ନିର୍ବାଚନ ଫଳାଫଳ ଉପରେ ଚିନ୍ତା କରିବା ପାଇଁ ଟିକିଏ ବିରତି ପାଆନ୍ତି ତା’ହେଲେ ହିଁ ଏଭଳି ଏକ ବିଶ୍ଳେଷଣ ବାସ୍ତବରେ ସମ୍ଭବ ହୋଇପାରିବ । କିନ୍ତୁ ଆମେ ଦୁଇପ୍ରକାର ସ୍ଥିତି ଦେଖୁଛୁ । ଗୋଟିଏ ହେଉଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଭାଜପାର ସମର୍ଥକମାନଙ୍କ ଦ୍ୱାରା ପ୍ରବଳ ଉନ୍ମାଦନାର ସହ ବିଜୟ ଉତ୍ସବ ପାଳନ ଏବଂ ଅନ୍ୟପଟେ ବିରୋଧୀଦଳ ଭିତରେ ଚିନ୍ତା କଲାଭଳି ନିରାଶା । ଯଦି ଗୋଟିଏ ବିଜୟକୁ ପ୍ରଯୋଜିତ କରିବା ପାଇଁ ଏନ୍ଡିଏ ପାଖରେ ଥିବା ସମ୍ବଳର ସୁବିଧାକୁ ବିଚାରକୁ ନିଆଯାଏ, ତେବେ ଏହା ଉଚିତ ହେବ ଯେ ବିରୋଧୀମାନଙ୍କ ଭିତରେ ନିରାଶା ବଢ଼ିବା ପାଇଁ କେଉଁସବୁ କାରଣ ଗୁଡ଼ିକ ଦାୟି ତାହା ଉପରେ ଯଦି ଆମ ନିଜର ଧ୍ୟାନ କେନ୍ଦ୍ରିତ ରହେ । ନିର୍ବାଚନ ପରବର୍ତ୍ତୀ ପର୍ଯ୍ୟାୟରେ ବିରୋଧୀମାନଙ୍କ ଉପରେ ଆମର ଧ୍ୟାନ କେନ୍ଦ୍ରିତ ରହିବାର ଏକ ନିର୍ଦ୍ଦିଷ୍ଟ ଆବଶ୍ୟକତା ରହିଛି ଏଇଥିପାଇଁ ଯେ ଗଣତନ୍ତ୍ରର ଜୀବନ ପାଇଁ ଭଲ ସ୍ଥିତିରେ ଥିବା ବିରୋଧୀଦଳ ଅତିବ ଗୁରୁତ୍ୱପୂର୍ଣ୍ଣ ।

ଯୁକ୍ତି କରାଯାଇପାରେ ଯେ ବିଭିନ୍ନ ପ୍ରକାରେ ନିରାଶାର ମୁହୂର୍ତ୍ତଗୁଡ଼ିକ ପରିପ୍ରକାଶିତ ହୋଇଛି । ବିରୋଧୀଦଳ ଭିତରେ ନିଜକୁ ନିଜେ ସମାଲୋଚନା କରିବା ଯେଉଁ ପରମ୍ପରା ଆମେ ଦେଖିବାକୁ ପାଉଛେ ତାହା ସେମାନଙ୍କର ହତାଶାକୁ ଇଙ୍ଗିତ କରୁଛି । ପୁଣି ସେଠି ପରାମର୍ଶ ଦିଆଯାଉଛି ଓ ପରସ୍ପର ଉପରେ ଦୋଷାରୋପ ମଧ୍ୟ କରାଯାଉଛି । ଏହିକଥା ସତ ଯେ ବିରୋଧୀ ଦଳଗୁଡ଼ିକ ଭିତରେ ନିର୍ଦ୍ଦିଷ୍ଟ ଭାବେ କଂଗ୍ରେସ ଦଳ ଭାଜପାର ଦୃଢ଼ ସ୍ଥିତି ଥିବା ଅଞ୍ଚଳଗୁଡ଼ିକରେ କୌଣସି ପ୍ରଭାବ ପକାଇବାରେ ବିଫଳ ହୋଇଛି । ୨୦୧୪ରେ ଭାଜପା ସହିତ ସିଧାସଳଖ ପ୍ରତିଦ୍ୱନ୍ଦ୍ୱିତାରେ ଯେତେ ପରିମାଣର ଆସନ ସେମାନେ ହରାଇଥିଲେ ଏବେ ତାହା ବଢ଼ିଯାଇଛି । ଏହି ଦଳର ତିନୋଟି ମଧ୍ୟଭାରତର ରାଜ୍ୟଗୁଡ଼ିକରେ ଏହାପୂର୍ବରୁ ଯେଉଁ ନିର୍ବାଚନୀ ଉପଲବ୍ôଧ ମିଳିଥିଲା ତାହାର ପୁନରାବୃତ୍ତି ନକରାଇପାରିବା ନିଶ୍ଚିତଭାବେ ଏକ ଗଭୀର ଉଦବେଗର କାରଣ ଯେହେତୁ କର୍ଣ୍ଣାଟକ, ମହାରାଷ୍ଟ୍ର ଏବଂ ଆମେଥିରେ ଦଳ ନିଜର ପୁରୁଣା ଭଲ ସ୍ଥିତିଟିକୁ ଦୋହରାଇ ପାରି ନଥିଲା । ଏଭଳି ଖରାପ ପ୍ରଦର୍ଶନ ଗଣତନ୍ତ୍ର ପାଇଁ ଏକ ଉଦବେଗର କାରଣ ନିର୍ଦ୍ଦିଷ୍ଟଭାବେ ଯେତେବେଳେ ଏହିସବୁ ରାଜ୍ୟଗୁଡ଼ିକରେ ଅଣକଂଗ୍ରେସ ବିରୋଧୀଦଳମାନଙ୍କର ବିକଳ୍ପ ଦେଖିବାକୁ ମିଳେନାହିଁ । ଏହା ମଧ୍ୟ ସମ୍ଭବ ଯେ ଆମେ ବିରୋଧୀଦଳମାନଙ୍କ ଭିତରେ ଏକତା ନାହିଁ ବୋଲି କଥାଟିକୁ କେବଳ ସମାଲୋଚନା କରିବା ଏବଂ ସେଥିରେ କଂଗ୍ରେସକୁ ଦାୟୀ କରାଇବା, କିନ୍ତୁ ଉତ୍ତରପ୍ରଦେଶ ଏବଂ ବିହାରରେ ସାମାଜିକ ଗଠବନ୍ଧନ ନିର୍ମାଣ କରିବା କାମର ନିର୍ବାଚନୀ ଫଳାଫଳରେ କୌଣସି ପ୍ରଭାବ ପଡ଼ିନଥିଲା ।

ପୁଣି, ଭାଜପାର ଉପଲବ୍ôଧକୁ ନେଇ ଦକ୍ଷିଣଭାରତ-ଉତ୍ତରଭାରତ ବିଭାଜନ କଥାଟିରେ ଯେଉଁ କିଛି ସନ୍ତୋଷ ମିଳୁଛି ତାହା ନିଜକୁ ନିଜେ ଠକିବା ଭଳି ଏକ ଉଦ୍ୟମ ମାତ୍ର । ଏହା କେବଳ କର୍ଣ୍ଣାଟକରେ ଭାଜପାର ବ୍ୟାପକ ବିଜୟ ଏବଂ ପଶ୍ଚିମବଙ୍ଗ ଏବଂ ତେଲେଙ୍ଗାନାରେ ଏହି ଦଳ ଯେଉଁଭଳି ପ୍ରବେଶ କରିପାରିଛି ସେତିକିରେ ସୀମିତ ନୁହେଁ । ଏଇଥିପାଇଁ ମଧ୍ୟ ଯେ ସ୍ୱେଚ୍ଛାଚାରୀ ବହୁମତବାଦକୁ ଅଙ୍କୁଶ ଲଗାଇବାରେ ଆଞ୍ଚଳିକତାବାଦ ଏକ ବିକଳ୍ପ ରୂପେ ନିଜକୁ ସାବ୍ୟସ୍ତ କରିବାର ସୀମିତତା ଦେଖାଦେଇଛି । ଆଉ ଯେଉଁ କଥାଟିକୁ ଆମେ ନିଜକୁ କିଛି ସନ୍ତୋଷ ଦେବାଠାରୁ ଦୂରରେ ରଖିପାରିଥାନ୍ତେ ତାହା ହେଉଛି ଅଣ ଏନ୍ଡ଼ିଏ ଦଳମାନଙ୍କ ଦ୍ୱାରା କେମିତି ଅଧିକ ସଂଖ୍ୟାରେ ଭୋଟ ସଂଗ୍ରହ କରାଯାଇଛି କଥାଟିର ଚର୍ଚ୍ଚା । ଗତ ପାଞ୍ଚବର୍ଷ ଧରି ଶତକଡ଼ା ୩୧% ବନାମ ଶତକଡ଼ା ୬୯% କଥା ଉପରେ ଚର୍ଚ୍ଚା ଆମେ ବାରମ୍ବାର ଶୁଣିଆସିଛୁ । ବାସ୍ତବତାକୁ ସ୍ୱୀକାର କରିବାରେ ପଛଘୁଞ୍ଚା ଦେବା ବ୍ୟତୀତ ଏହିଭଳି ବହୁଳ ଆଲୋଚନାଗୁଡ଼ିକ ଭାଜପାର ରାଜନୈତିକ ବ୍ୟାଖ୍ୟାଗୁଡ଼ିକ କେମିତି ଜନଗଣଙ୍କଠାରୁ ବୈଧତା ପାଇ ଚାଲିଛନ୍ତି ତାକୁ ଅଣଦେଖ କରୁଛି । ଏପରି କରିବାଦ୍ୱାରା ରାଜନୀତିଟିକୁ ଏକ ଗଣତନ୍ତ୍ରର ଖେଳ ହିସାବରେ ଚିତ୍ରିତ କରାଯାଉଛି ଯାହାଫଳରେ ବିକଳ୍ପ ବ୍ୟାଖ୍ୟା ନିର୍ମାଣ କରିବା କ୍ଷେତ୍ରରେ ଅନ୍ତରାୟ ସୃଷ୍ଟି ହୋଇଛି ।

ଜନସାଧାରଣଙ୍କର ଚରିତ୍ରକୁ ନେଇ ନିର୍ଣ୍ଣାୟକ ରାୟ ଦେବା କଥାଟିରୁ ବିରୋଧୀ ଦଳମାନେ ନିବୃତ ରହିବା ଜରୁରୀ । ଏହାଦ୍ୱାରା ଭାଜପା ପାଇଁ ମିଳୁଥିବା ଆସ୍ତିସୂଚକ ଭୋଟର ବ୍ୟାପକତାକୁ ଅଣଦେଖା କରାଯିବ । ଏହି କଥାଟିର ପ୍ରମାଣ ଆମେ ଅନେକ ରାଜ୍ୟରେ ପାଉଛୁ ଯେଉଁଠି ଭାଜପା ପାଖାପାଖି ଶତକଡ଼ା ୫୦% ଭୋଟ ପାଇଛି ଏବଂ ମଧ୍ୟଭାରତର ରାଜ୍ୟଗୁଡ଼ିକରେ ବିପୁଳ ସଂଖ୍ୟାରେ ମଧ୍ୟ ଏମାନଙ୍କର ବିଜୟ ଘଟିଛି । ଏମିତିରେ ଦେଖିବାକୁ ଗଲେ କଥାଟି ଇଙ୍ଗିତ କରୁଛି ଯେ ସଂଘ ପରିବାରର ରାଜନୈତିକ ଆଦର୍ଶବାଦର ସମର୍ଥନ ନଥାଇ ଓ ନିର୍ବାଚନୀ ମାଧ୍ୟମଟିକୁ ଏକମାତ୍ର ବାଟ ନ ଭାବି ଭାଜପା ନିଜକୁ ଶାସକଦଳ ହିସାବରେ ପ୍ରତିଷ୍ଠିତ କରିବାର ଉଦ୍ଦେଶ୍ୟଟିକୁ ସଫଳ କରାଇ ପାରିଛି । ତେବେ ଏହି କଥାଟିକୁ ସ୍ୱୀକାର କଲାବେଳେ ଲୋକମାନେ ସଂଘ ପରିବାରର ପ୍ରକଳ୍ପଟିରେ ଛନ୍ଦି ହୋଇଗଲେ ବୋଲି ସେମାନଙ୍କୁ ତୁରନ୍ତ ଦାୟି କରିବା ଉଚିତ ହେବନାହିଁ । ଏଭଳି ଦୋଷାରୋପ କରିବାର ପ୍ରକ୍ରିୟାଟି ଗୋଟିଏ ରାଜନୈତିକ କାର୍ଯ୍ୟକଳାପଟିରୁ ନିଜକୁ ନିବୃତ କରିବାରେ ସହାୟ ହେବ ଯାହାକି ଗୋଟିଏ ଶକ୍ତିହୀନ ସତ୍ୟକୁ ଗୌରବାନ୍ୱିତ କରାଯିବା ଦ୍ୱାରା ଯେଉଁଭଳି ବିପଦ ଗଣତନ୍ତ୍ର ପାଇଁ ଆସିଥାଏ ସେଭଳି ପରିସ୍ଥିତି ସୃଷ୍ଟି କରିବ, ଯାହାଫଳରେ ସତ୍ୟ ପଛରେ ଥିବା ଲୋକଶକ୍ତିଟିକୁ ସଙ୍ଗଠିତ କରିବା କ୍ଷେତ୍ରରେ ବିରୋଧୀ ଦଳମାନେ ବରଂ କ୍ଷତି ପହଞ୍ଚାଇବେ । ଜଣେ ନିଶ୍ଚିତଭବେ ଏହିଭଳି କଥାଟିର ଅବହେଳା କରିବା ଉଚିତ ନୁହେଁ ଯେ ରାଜନୀତିରେ ଜନସାଧାରଣ ଆଗରୁ ନିର୍ଦ୍ଧାରିତ ରାସ୍ତା ତିଆରି କରିନଥାନ୍ତି, ବରଂ ତାଙ୍କୁ ସେଥିପାଇଁ ପ୍ରସ୍ତୁତ କରାଇବାକୁ ପଡ଼େ : ପ୍ରକୃତପକ୍ଷେ ରାଜନୀତିର ସେଇଆ ହିଁ ହେଉଛି କାମ । ଯେହେତୁ ନୂଆ ଲୋକମାନଙ୍କୁ ନିର୍ବାଚିତ କରିବାର ଏକ ବାସ୍ତବ ପସନ୍ଦ କେବେ ନଥାଏ ବିରୋଧୀ ଦଳମାନେ ଏହି ଜନସାଧାରଣ ଅବା ବିରୋଧ କରୁଥିବା ଜନଗଣଙ୍କୁ ଏହି ଲୋକମାନଙ୍କ ଭିତରୁ ହିଁ ପ୍ରସ୍ତୁତ କରାଇବାକୁ ପଡ଼ିବ । ଯେଉଁମାନଙ୍କ ଭିତରେ ହୁଏତ ଏକ ବିରାଟ ବର୍ଗ ଭାଜପା ବା ଏନ୍ଡିଏକୁ ଭୋଟ ଦେଇ ପାରିଥାନ୍ତି ।

ଭାଜପାର ରାଜନୈତିକ ପ୍ରକଳ୍ପ ଓ କାର୍ଯ୍ୟସୂଚୀର ସାମାଜିକ ଚରିତ୍ରକୁ ବିଚାରକୁ ନେଲେ ଯେଉଁ ସାଧାରଣ ଇଚ୍ଛାଟି ନିର୍ମାଣ କରିବା ପାଇଁ ଏମାନେ ପ୍ରୟାସ କରୁଛନ୍ତି ତାହା ଭାରତୀୟ ସମାଜରେ ବ୍ୟବସ୍ଥିତ ରୂପରେ ନହେଲେ ବି କୌଣସି ନା କୌଣସି ଢାଞ୍ଚାରେ ରହିଆସିଛି । ଏହି ସ୍ଥିତିଟି ଭାଜପାର ଲାଭ ପାଇଁ ସହାୟକ ହେଉଛି ଯେହେତୁ ପୂର୍ବରୁ ପ୍ରସ୍ତୁତ ଏକ ଉର୍ବର କ୍ଷେତ୍ର ସେମାନଙ୍କୁ ମିଳିଯାଉଛି । ଅନ୍ୟପଟେ ଦେଖିବାକୁ ଗଲେ ବିରୋଧୀ ଦଳମାନଙ୍କର ସ୍ୱାଭାବିକ ମୂଲ୍ୟଭିତ୍ତିକ କାର୍ଯ୍ୟସୂଚୀ ପାଇଁ ଯେଉଁ ବୈଧତା ନିର୍ମାଣର ଆବଶ୍ୟକତା ରହିଛି (ସ୍ୱଚ୍ଛତା ଏବଂ ସଦ୍ଭାବନାର ବିଚାର) ତାହା ସମ୍ଭବ ହୋଇପାରିବ ଯଦି ରାଜନୈତିକ ମାଟିଟିକୁ ଚାଷ କରାଯାଏ । ନିଜ ଆଡ଼ୁ ଆତ୍ମ ଘୋଷିତ ସମୀକ୍ଷା କରିବା, ନିଜକୁ ଭ୍ରମ ଭିତରେ ରଖିବା ଅବା ଆତ୍ମସମାଲୋଚନା କରିବା ଭିତରୁ ବାହାରକୁ ଯିବା ଦ୍ୱାରା ହିଁ ବିରୋଧୀମାନେ ନିଜର କାର୍ଯ୍ୟଗୁଡ଼ିକୁ ପୁନଃ ନିର୍ଦ୍ଧାରିତ କରିପାରିବେ । 

Comments

(-) Hide

EPW looks forward to your comments. Please note that comments are moderated as per our comments policy. They may take some time to appear. A comment, if suitable, may be selected for publication in the Letters pages of EPW.

Back to Top