ISSN (Print) - 0012-9976 | ISSN (Online) - 2349-8846

୫ଜି କାହାଣୀର ଅନ୍ୱେଷଣ

ହୁଏଇ କମ୍ପାନୀ ଉପରେ ଆମେରିକାର ପ୍ରତିବନ୍ଧ ଗୋଟିଏ ବଜାର ପ୍ରତିଯୋଗିତାର ରଣକୌଶଳ ନା ଡିଜିଟାଲ କ୍ଷେତ୍ରକୁ ନିୟନ୍ତ୍ରଣ କରିବା ପାଇଁ ରାଷ୍ଟ୍ରର ଉଦ୍ୟମ?    

 

The translations of EPW Editorials have been made possible by a generous grant from the H T Parekh Foundation, Mumbai. The translations of English-language Editorials into other languages spoken in India is an attempt to engage with a wider, more diverse audience. In case of any discrepancy in the translation, the English-language original will prevail.

 

୪୦ବର୍ଷର ଅର୍ଥନୈତିକ ସଂଘତି ପରେ ଯୁକ୍ତରାଷ୍ଟ୍ର ଆମେରିକା ଏବଂ ଚାଇନା ସେମାନଙ୍କର ବର୍ତ୍ତମାନର ରାଜନୈତିକ ନେତୃତ୍ୱର ଛତ୍ର ତଳେ ଗୋଟିଏ ଅର୍ଥନୈତିକ ଦ୍ୱନ୍ଦ୍ୱର ସୀମାରେ ପହଂଚିଛନ୍ତି ଯେଉଁଠି ଉଭୟ ଦେଶ କୌଣସି ପ୍ରକାର ସହନଶୀଳତା ଦେଖାଇବା ପାଇଁ ପ୍ରତିବଦ୍ଧ ନଥିଲା ଭଳି ଜଣାପଡ଼ୁଛି । ପ୍ରକୃତରେ ଉଭୟ ଦେଶର ରାଜନୈତିକ ନେତାମାନେ ଯେଉଁ ବାଣିଜ୍ୟର ବୁଝାମଣା ଥିଲା ତାକୁ ଭାଙ୍ଗିବା ପାଇଁ ଯୁକ୍ତି ବାଢ଼ୁଛନ୍ତି ବିଶେଷକରି ଯାହା ଦ୍ରବ୍ୟ, ପୁଞ୍ଜି, ଲୋକ ଓ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ରହିଆସିଥିଲା । ଦ୍ରବ୍ୟଗୁଡ଼ିକୁ ବିଯୁକ୍ତ କରିବାର ପ୍ରକ୍ରିୟାଟି ବିଶ୍ୱ ଯୋଗାଣ କ୍ଷେତ୍ରର ଶୃଙ୍ଖଳାରୁ ଆସୁଛି ଯାହା ନିର୍ଦ୍ଦିଷ୍ଟ ଭାବେ ସମ୍ବେଦନଶୀଳ ପ୍ରଯୁକ୍ତିବିଦ୍ୟାର ବିକାଶ ସହିତ ଜଡ଼ିତ। ଦରିଆ ପାରିର ପୁଞ୍ଜି ପ୍ରଭାବକୁ ଏକାଠି କରିବାର କାମଟି ବିପଦଗ୍ରସ୍ତ ହୋଇଛି ଯେତେବେଳେ ଆମେରିକା ଅର୍ଥନୀତିର ବୃହତ କ୍ଷେତ୍ରଗୁଡ଼ିକରେ ଚିନ୍ର ପୁଞ୍ଜି ବିନିଯୋଗ ଉପରେ କଟକଣା ଜାରି କରାଯାଉଛି । ଯେତେବେଳେ ଚୀନ୍ର ଯୁବକ ଏବଂ ଛାତ୍ରମାନଙ୍କୁ ଇଞ୍ଜିନିରିୟରିଂ ଏବଂ ବିଜ୍ଞାନ ଶିକ୍ଷା କ୍ଷେତ୍ରରେ ପ୍ରବେଶ କରିବା ପାଇଁ ପ୍ରତିବନ୍ଧକ ଜାରି ହୋଇଛି ସେତେବେଳେ ଲୋକଙ୍କ ଭିତରେ ସଂଘତି ମଧ୍ୟ ବିପନ୍ନ ହୋଇଛି । ଏଭଳି ଧାରା ଆଗକୁ ଆସୁଥିବା ବେଳେ ବିଶ୍ୱର ଉଦ୍ଭାବନି ପରିବେଶ ବ୍ୟବସ୍ଥାଗୁଡ଼ିକର ସଂଘତି ବିପଦ ଭିତରକୁ ଆସିଯାଉଛି, ଯେତେବେଳେ ଉଭୟେ ଆମେରିକା ଏବଂ ଚିନ୍ ପରସ୍ପରକୁ ବାଦ୍ ଦେବା କଥାଟି ଉପରେ ଅଡ଼ିବସୁଛନ୍ତି । ନିକଟରେ ଚିନ୍ର ଟେଲିକମ୍ କ୍ଷେତ୍ରର ବୃହତ କମ୍ପାନୀ ହୁଆଇ ଉପରେ ଆମେରିକା ଏବଂ ଏହାର ମିତ୍ରରାଷ୍ଟ୍ରମାନେ ବିଶେଷକରି ସେହି ପୁରୁଣା ପାଞ୍ଚଟି ମିତ୍ର ଯେଉଁ ପ୍ରତିବନ୍ଧକ ବା ନିଷେଧାଜ୍ଞା ଜାରି କଲେ ତାହା ସୂଚାଇ ଦେଉଛି ଯେ, ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଏକ ବିଘଟନ ପ୍ରକ୍ରିୟା ଆରମ୍ଭ ହୋଇଛି ।

୧୯୮୭ ମସିହାରେ ଗୋଟିଏ ହଂକଂରୁ ଆସୁଥିବା ଟେଲିଫୋନ୍ ସୁଇଚିଂ ଗିଅରର କେବଳ ମାତ୍ର ବିକ୍ରେତା ହିସାବରେ ନିଜର କାମ ଆରମ୍ଭ କରିଥିବା ହୁଆଇ କମ୍ପାନୀ ଏବେ ନବେ ଦଶକର ଶେଷଭାଗ ଠାରୁ ମୋବାଇଲ ଫୋନଗୁଡ଼ିକ ପାଇଁ ଉଦ୍ଦିଷ୍ଟ ଉଚ୍ଚକ୍ଷମତା ସମ୍ପନ୍ନ ନେଟ୍ୱାର୍କ ନିର୍ମାଣ କ୍ଷେତ୍ରରେ ଆବଶ୍ୟକ ହେଉଥିବା ସରଞ୍ଜାମ ଯୋଗାଇବାକୁ ନେଇ ନୋକିଆ ଏବଂ ଏରିକସନ୍ ସହ ବିଶ୍ୱର ଅଗ୍ରଣୀ ଯୋଗାଣ କମ୍ପାନୀ ହିସାବରେ ପ୍ରତିଷ୍ଠିତ । କିନ୍ତୁ ଯାହା ଅଧିକ ଗୁରୁତ୍ୱପୂର୍ଣ୍ଣ ତାହା ହେଉଛି ଯେ ଏହି କମ୍ପାନୀଟି ଅଧିକ କ୍ରିୟାଶୀଳ ହୋଇ ‘ପଞ୍ଚମ ପିଢ଼ି’ର (୫ଜି)ନେଟ୍ୱାର୍କ ନିମାଣ ପାଇଁ ବୈଷୟିକ ମାନ୍ୟତା ନିର୍ଦ୍ଧାରଣ କରିପାରିଛନ୍ତି ଯାହା ୨୦୨୫ ସୁଦ୍ଧା ଚାଇନା କେବଳ ଏହି ୫ଜି ସଂଯୋଗୀକରଣର ଶତକଡ଼ା ୩୩% ଭାଗ ବିଶ୍ୱସାରା ନିଜେ ସଂସ୍ଥାପିତ କରିବ । ଅନ୍ୟପଟେ ଦେଖିଲେ ଆମେରିକା ଏବଂ ପଶ୍ଚିମ ୟୁରୋପର ଅଂଶ ଭାଗକୁ ଯଦି ଏକାଠି ଦେଖାଯାଏ ତା’ହେଲେ ସେମାନେ ଶତକଡ଼ା ୨୫ଭାଗ କ୍ଷେତ୍ରରେ ୫ଜିର ବିନିଯୋଗ କରିପାରିବେ । ଏହାର ଅର୍ଥ କ’ଣ? ଚାଇନା ଏବଂ ହୁଆଇ ପ୍ରଯୁକ୍ତିବିଦ୍ୟା କମ୍ପାନୀ ୨୦୧୮ରେ ଚାଇନା ଆମ୍ବେଦନ କରିଥିବା ୫୩,୩୪୫ଟି ପ୍ରଯୁକ୍ତିବିଦ୍ୟାର ପାଟେଣ୍ଟ ଭିତରୁ ୧୦%ପ୍ରତିଶତ ଏହି କମ୍ପାନୀ ଠାରୁ ହିଁ ଆସିଥିବା ବେଳେ, ସେମାନେ ବିଶ୍ୱସାରା ନିଜ ଜାତୀୟ ଭିତ୍ତିଭୂମିର ଭବିଷ୍ୟତ ପାଇଁ ଗୁରୁତ୍ୱପୂର୍ଣ୍ଣ ମନେକରି ସରକାରମାନେ ଯେଉଁ ପ୍ରଯୁକ୍ତିବିଦ୍ୟା ଖୋଜୁଛନ୍ତି ତାହାର କେନ୍ଦ୍ରରେ ରହିବେ । ଡେଲଏଟ୍ କମ୍ପାନୀ ଅନୁସାରେ ୨୦୧୫ ଓ ୨୦୧୮ ମଧ୍ୟରେ ଚାଇନା କେବଳ ଆମେରିକାର ମୋବାଇଲ କ୍ଷେତ୍ରଟିକୁ ବାରଗୁଣା ଅତିକ୍ରମ କରିଛି ତାହା ନୁହେଁ, ୫ଜି ଭିତ୍ତିଭୂମି ଉନ୍ନୟନ କ୍ଷେତ୍ରରେ ମଧ୍ୟ ଆମେରିକାକୁ ପଛରେ ପକାଇ ୨୪ବିଲିୟନ ଡଲାର ଖର୍ଚ୍ଚ କରିସାରିଛି ।

ଏହାର ପୂର୍ବ ପିଢ଼ିର ପ୍ରଯୁକ୍ତିବିଦ୍ୟା ଭିତ୍ତିକ ଦକ୍ଷତା ତୁଳନାରେ ୫ଜି ଅଧିକ ଦକ୍ଷ ଏବଂ ଅତି ବଡ଼ ପରିମାଣର ତଥ୍ୟକୁ ଅଧିକ ସଂଖ୍ୟାରେ ବିଭିନ୍ନ ଯୋଗାଯୋଗର ମାଧ୍ୟମକୁ ଏହା ପ୍ରଦାନ କରିପାରିବ । କିନ୍ତୁ, ନିର୍ମାଣ ପ୍ରକ୍ରିୟାରେ ଥିବା ପ୍ରଯୁକ୍ତିବିଦ୍ୟାଟିକୁ ସଂରକ୍ଷିତ କରି ରଖିବା ଏକ ଖର୍ଚ୍ଚାନ୍ତ ପ୍ରସ୍ତାବ । ଉଦାହରଣସ୍ୱରୂପ ହିବରନିଆ ଏକ୍ସପ୍ରେସର କଥାଟିକୁ ନିଆଯାଉ । ଆଟ୍ଲାଣ୍ଟିକ ମହାସାଗର ଅତିକ୍ରମ କରି ଲଣ୍ଡନ ଏବଂ ନ୍ୟୁୟର୍କ ସହିତ ଯୋଗାଯୋଗ ପାଇଁ ଯେଉଁ ତିନିହଜାର ମାଇଲର ସୁଦୀର୍ଘ ଫାଇବର-ଓପଟିକ୍ ସଂଯୋଗ କଥା କୁହାଯାଉଛି, ଯାହା ହୁଆଇ କମ୍ପାନୀ, ହାଇବରନିଆ ଆଟ୍ଲାଣ୍ଟିକ କମ୍ପାନୀର ସହଯୋଗରେ ୨୦୧୧ ମସିହାରେ ଆରମ୍ଭ କରିଥିଲା । ୫ମିଲିସେକେଣ୍ଡର ନିର୍ମାଣାଧିନ କାମଟିକୁ ସଂରକ୍ଷିତ ରଖିବାକୁ ହେଲେ ଯେଉଁ ଖର୍ଚ୍ଚ ଦରକାର ପଡ଼େ ତାହାର ଆନୁମାନିକ ମୂଲ୍ୟ ହେଉଛି ୪୦୦ନିୟୁତ ଡଲାର ବା ଯାହା ପ୍ରତି ମିଲିସେକେଣ୍ଡ ପିଛା ୮୦ନିୟୁତ ଡଲାର ବୋଲି ମୋଟାମୋଟି ଭାବେ ନିଆଯିବ । ପୁରୁଣା ପିଢ଼ିର ଟେଲି ଯୋଗାଯୋଗ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଯେମିତି ଦେଖାଯାଉଥିଲା ୫ଜି କ୍ଷେତ୍ରରେ ମଧ୍ୟ ପ୍ରାଥମିକ ପର୍ଯ୍ୟାୟରେ ଖର୍ଚ୍ଚଟି ଅଧିକ ପୁଞ୍ଜି ବିନିଯୋଗର ଆବଶ୍ୟକତା କରିବ । ଏହି ସମୟରେ ଯେତେବେଳେ ଏ କଥାକୁ ମାନି ନିଆଯାଇଛି ଯେ, ସାଇବର କ୍ଷେତ୍ରର ସାମଗ୍ରି ଏବଂ ସେବାର ବିବିଧତାକୁ ବଢ଼ାଇ ୫ଜି ରାଜସ୍ୱ ବୃଦ୍ଧି କରିବାର ରାସ୍ତାଗୁଡ଼ିକୁ ଉନ୍ମୁକ୍ତ କରିବ, ତେବେ ଏ ମାଧ୍ୟମଟିର କ’ଣ ମୂଲ୍ୟ ରହିବ ତାହା ଅନିଶ୍ଚିତତା ଭିତରେ ଅଛି ।

ପ୍ରକୃତରେ, ଗତ ଦଶନ୍ଧିରେ ୪ଜି ସଂସ୍ଥାପନ ବେଳେ ଯେଉଁ ଦୀର୍ଘସମୟ ଲାଗିଥିଲା ସେଥିରୁ କିଛି ଶିକ୍ଷା ମିଳିବା କଥା ଯାହା ବୁଝାଇ ଦେଇଥାଏ ଯେ, ନେଟ୍ୱାର୍କ ପାଇଁ ସଂସ୍ଥାମାନେ ଯେଉଁ ପୁଞ୍ଜି ବିନିଯୋଗ କରନ୍ତି, ବିଶେଷକରି ଆମେରିକାରେ ଯେଉଁମାନେ ୪ଜି ଭିତ୍ତିଭୂମିର ବିକାଶ କ୍ଷେତ୍ରରେ କାମ କରୁଥିବା ସଂସ୍ଥାମାନଙ୍କ ଭିତରେ ପ୍ରଥମରେ ରହିଥିଲେ, ଏହାର ସ୍ୱଳ୍ପ ବ୍ୟୟି ସ୍ୱଭାବକୁ ନେଇ ବେଶ୍ ପରିଚିତ । ଏଥିରେ ସମ୍ପୃକ୍ତ ସଂସ୍ଥାମାନଙ୍କର ରାଜସ୍ୱ ପାଇବାର ଆଶା ବଢ଼ାଇବା ପରିବର୍ତ୍ତେ ଦୀର୍ଘକାଳିନ ସମୟ ନେଉଥିବା ବୈଷୟିକ ଉପକରଣଗୁଡ଼ିକ କିପରି ସେମାନଙ୍କୁ ଏଭଳି ଏକ ଅବସ୍ଥାର ମୁକାବିଲା କରିବା ପାଇଁ କ୍ଷମତା ଯୋଗାଇବେ; ଯାହା ଏହି ପ୍ରଯୁକ୍ତିବିଦ୍ୟାର ପ୍ରୟୋଗ ପାଇଁ ହେଉଥିବା ଭିଷଣ ଭିଡ଼ ଯୋଗୁଁ ଯେଉଁ ବଢ଼ିଚାଲିଥିବା ପୁଞ୍ଜିର ଆବଶ୍ୟକତା ଅଛି ତାକୁ ମୁକାବିଲା କରିପାରୁଥିବ, ଏବଂ ଯାହା ଦରକୁ ନେଇ ଚାଲିଥିବା ତୀବ୍ର ପ୍ରତିଯୋଗିତା ଯୋଗୁଁ ହାରାହାରି ରାଜସ୍ୱ ହାନିର ଅବସ୍ଥା ଉପୁଜାଉଥିବ ।

ଏଭଳି ପରିପ୍ରେକ୍ଷୀରେ ନେଟୱାର୍କ ସଂଯୋଗ କରିବା କାମଟି ୫ଜିର ଦ୍ରୁତତମ ସଂସ୍ଥାପନ ପାଇଁ ଖର୍ଚ୍ଚ କମାଇବା କ୍ଷେତ୍ରରେ ଏକ ରଣକୌଶଳ ହିସାବରେ ନିଆଯାଇପାରିବ । କିନ୍ତୁ ଆମେରିକା ଏବଂ ଏହାର ମିତ୍ରରାଷ୍ଟ୍ରମାନେ ଏଭଳି ଏକ ଆୟୋଜନର ସମ୍ପର୍କରେ ସଂଶୟ ଦେଖାଇ ଆସିଛନ୍ତି । ଏହା କ’ଣ ଏଇଥିପାଇଁ କି ଯେ ଏସିଆ ମହାଦେଶର ଅର୍ଥନୀତିଗୁଡ଼ିକ ରାଜସ୍ୱ ଆୟ କ୍ଷେତ୍ରରେ ଯେଉଁ ପତନ ପ୍ରକ୍ରିୟା ଚାଲିଛି ତାହାକୁ ପ୍ରାକୃତିକ ଭାବେ ମୁକାବିଲା କରିପାରିଥାନ୍ତି ଯାହା ସେମାନେ ଦ୍ରୁତତା ଏବଂ ନେଟ୍ୱର୍କ କ୍ଷମତାକୁ ଦରକୁ ନେଇ ଚାଲିଥିବା ପ୍ରତିଯୋଗିତାର ଆଧାର କରିପାରିଥିବା ଯୋଗୁଁ ସମ୍ଭବ ହୋଇପାରିଛି? ତଥ୍ୟଗୁଡ଼ିକର ନୂତନ ବ୍ୟବହାର ଏବଂ ନୂତନ ମୂଲ୍ୟ ସୃଷ୍ଟି କରିବା କଥାଟି ଅର୍ଥନୈତିକ ନେତୃତ୍ୱ ଉପରେ ନିର୍ଭର କରେ ବୋଲି ଯେଉଁ ବ୍ୟାପକ ଧାରଣା ରହିଆସିଛି; ଯାହାକି କି ଆମେ ଚାଇନାର ୫ଜି ନେଟ୍ୱାର୍କ ପହଞ୍ଚର ହାର ଦେଖିଲେ ଚକିତ ହୁଅନ୍ତି, ଯଥା ପ୍ରତି ୧୦ବର୍ଗମାଇଲରେ ୫ ରୁ ୩ ସାଇଟ୍ ବା ପ୍ରତି ୧୦ହଜାର ଜନସଂଖ୍ୟାରେ ୧୪.୧ସାଇଟ୍ ଏବଂ ତାକୁ ଯଦି ଆମେରିକା ସହିତ ତୁଳନା କରାଯାଏ ତେବେ ତାହା ସେଠି ପ୍ରତି ୧୦ବର୍ଗ ମାଇଲରେ ବା ପ୍ରତି ୧୦ହଜାର ଜନସଂଖ୍ୟାରେ ୪.୭ଟି ସାଇଟ୍ରେ ଦେଖିବାକୁ ମିଳିଥାଏ - ତାହା ନିଶ୍ଚିତଭାବେ ପ୍ରତିଯୋଗିମାନଙ୍କ ପାଇଁ ଏକ ଚିନ୍ତା କଲାଭଳି ବିଷୟ ।

ନେଟୱର୍କ ସଂସ୍ଥାପନ ପ୍ରକ୍ରିୟାରେ ଅନ୍ତର୍ନିହିତ ଦ୍ୱନ୍ଦ ଜୀବନ୍ତ ରହିବା ଦ୍ୱାରା, ଆମେରିକା ଏବଂ ଏହାର ମିତ୍ରରାଷ୍ଟ୍ର ମାନେ ଡିଜିଟାଲ କ୍ଷେତ୍ରରେ ରାଷ୍ଟ୍ରୀୟ ହସ୍ତକ୍ଷେପ କରିବା ପାଇଁ ଏକପ୍ରକାର ପ୍ରସ୍ତୁତ ହେଉଛନ୍ତି ବୋଲି ଅନୁମାନ କରାଯାଏ । ଅନ୍ୟ ପଟେ ରିହାତି ମାଧ୍ୟମରେ ନିଜର ହସ୍ତକ୍ଷେପକୁ ସୁରକ୍ଷିତ ରଖିବା ଦ୍ୱାରା ବିଶ୍ୱ ବଜାରରେ ଦର କ୍ଷେତ୍ରରେ ଫାଇଦାଟି ମିଳିପାରିବ । କିନ୍ତୁ ଅଧିକ ଚିନ୍ତା କଲାଭଳି କଥା ହେଉଛି ଯେ ରାଷ୍ଟ୍ରର ଡିଜିଟାଲ ଭିତ୍ତିଭୂମି ଉପରେ ନିୟନ୍ତ୍ରଣଟି ଯଦି ଆନୁଷ୍ଠାନିକ ସ୍ୱୀକୃତି ପାଇଯାଏ ତେବେ ରାଷ୍ଟ୍ର ଗୋଇନ୍ଦା ଗିରି କରିବାର କ୍ଷମତାଟି ପାଇଯିବ । ସମ୍ପ୍ରତି ଚାଲିଥିବା ରାଜନୈତିକ ବ୍ୟବସ୍ଥାଗୁଡ଼ିକରେ ଯେଉଁ ବିଚାରଗତ ସଙ୍କଟ ଦେଖାଦେଉଛି ତାକୁ ନିୟନ୍ତ୍ରଣ କରିବା ଅଧିକ ଅସ୍ପଷ୍ଟ ଭାବେ ଚାଲିବ । ଚାଇନା ଯେତେବେଳେ ସାଇବର ସାର୍ବଭୌମତ୍ୱ ପାଇଁ ଯୁକ୍ତି ବାଢ଼ୁଛି ଏବଂ ଖୋଲାଖୋଲି ଦରିଆ ପାରିର ତଥ୍ୟ ପ୍ରବାହକୁ ନିୟନ୍ତ୍ରଣ କରିବାର ଅଧିକାରକୁ ଜାହିର କରୁଛି ଏବଂ ଆମେରିକା ଓ ୟୁରୋପିୟ ସଂଘର ଦେଶମାନେ ସେହି କଥାଟିକୁ ଲୁଚାଚୋରାରେ ଜାହିର କରୁଛନ୍ତି, ସେମାନଙ୍କ ଭିତରେ ଅସଲ ରାଜନୀତିର ସମ୍ବନ୍ଧଟି ତା’ହେଲେ କ’ଣ; ଦୀର୍ଘକାଳିନ ଶତ୍ରୁ ନା ପରସ୍ପରର କୌଶଳଗତ ପ୍ରତିଯୋଗୀ?

 

Back to Top