ISSN (Print) - 0012-9976 | ISSN (Online) - 2349-8846

କେଉଁମାନେ ଭାରତୀୟ ଗଣତନ୍ତ୍ରର ମୁକ୍ତ ବା ବାସ୍ତବ ଉପଭୋକ୍ତା?

ଏନଡିଏ ସରକାର ଆଲୋଚନାର ରାଜନୀତିରେ ବିଶ୍ୱାସ କରୁ ନ ଥିବା ହେତୁ ଏହା ଗଣତାନ୍ତ୍ରୀକ ନିୟମକୁ ଭଙ୍ଗ କରିବାରେ ଲାଗୁଛି ।

 

The translations of EPW Editorials have been made possible by a generous grant from the H T Parekh Foundation, Mumbai. The translations of English-language Editorials into other languages spoken in India is an attempt to engage with a wider, more diverse audience. In case of any discrepancy in the translation, the English-language original will prevail.

 

ଦେଶର ଦୁର୍ବଳ ଶ୍ରେଣୀର ଲୋକମାନେ ଯେଉଁମାନେ କି ଏକ ସୁରକ୍ଷିତ ଓ ମର୍ଯ୍ୟାଦାସମ୍ପନ୍ନ ଜୀବନ ବିତାଇବାକୁ ଚାହାନ୍ତି ସେହିମାନେ ହିଁ  ଗଣତାନ୍ତ୍ରିିକ ନିୟମକାନୁନ ଓ ଗଣତନ୍ତ୍ରର ବିଷୟଗୁଡିକୁ ବଂଚାଇ ରଖିବାକୁ ବିଭିନ୍ନ ସମୟରେ ପ୍ରତିବାଦମାନ କରିଥାଆନ୍ତି । ଏହି ପ୍ରତିବାଦ ସେମାନଙ୍କ ଅନ୍ତରରେ ଥାଏ କାରଣ ସେମାନେ ଦାରିଦ୍ର‌୍ୟ,ବେକାରୀ, ଗ୍ରାମୀଣ ଦୁରବସ୍ଥା, ଉଦବେଗ,ଭୟ ଓ ନୈରାଶ୍ୟ ପୀଡିତ ଲୋକ ଓ ସେଥିରୁ ବଂଚିବାକୁ ଚାହୁଂ ଥାଆନ୍ତି । ଏହି ପ୍ରତିବାଦର ବିଷୟବସ୍ତୁ ପରସ୍ୱର ମଧ୍ୟରେ ଯୁକ୍ତି ତର୍କ, ଆଲୋଚନା ଜରିଆରେ ସବୁ ସମସ୍ୟାର ସମାଧାନ କରିବା ଉପରେ ପର୍ଯ୍ୟବେସିତ ହୋଇଥାଏ । ସାଧାରଣ ଲୋକଙ୍କର ଏହି ଆଲୋଚନା ର ବିଷୟବସ୍ତୁ କେଉଁଠାରେ ଲିଖିତ ହୋଇ ନଥାଏ, ଏହା ସେମାନଙ୍କର ଆବଶ୍ୟକତା ଯାହା କି ଏକ ଅନ୍ତର୍ନିହିତ ସତ୍ୟ ଉପରେ ପର୍ଯ୍ୟବେସିତ ହୋଇ ସେମାନଙ୍କ ମଧ୍ୟରୁ ସ୍ୱତଃପ୍ରବୃତ୍ତ ଭାବରେ ବାହାରି ଆସିଥାଏ ।  ଆବଶ୍ୟକତାଟି ହେଉଛି ଯେତେ ଭୟଙ୍କର ହେଉ ପଛେ କିଛି କାମ ମିଳୁ । ବାଲ୍ମିକୀ (ଦଳିତ) ସମ୍ପ୍ରଦାୟର ଅଧିକାଂଶ ସଦସ୍ୟ ମଇଳା ସଫା କରିବା ପାଇଁ ମ୍ୟାନହୋଲ ମାନଙ୍କରେ ପ୍ରବେଶ କରିଥାଆନ୍ତି । ସେଇଟା ସେମାନଙ୍କର ଅସହାୟତା । ଏହି ଅସହାୟତାକୁ ବୁଝିବାକୁ ପଡିବ । ପ୍ରଥମ କଥାଟି ହେଉଛି କରିବାକୁ ସେମାନଙ୍କୁ ଆଉ କିଛି ଭଲ କାମ ମିଳୁନାହିଁ । ଦ୍ୱିତୀୟରେ ସେମାନଙ୍କର ଭୟଟି ହେଉଛି ଯେ ସେମାନେ ଶେଷକୁ  ଏହି ମଇଳା ପରିସ୍କାର କାମଟି ମଧ୍ୟ ହରାଇ ପାରନ୍ତି । ଏହା ସହିତ ଦାଦନ ଶ୍ରମିକଙ୍କ ସମସ୍ୟାଟି କିଛି କମ ଅସୁବିଧା ସୃଷ୍ଟି କରୁନାହିଁ ।

ଶାସନ କ୍ଷମତାରେ ଯେଉଁ ଦଳ ଥାଉନା କାହିଁକି, ନାଗରିକମାନଙ୍କୁ ସ୍ୱାଧୀନତା ଦେବାପାଇଁ  ସମାଜରୁ ଗରିବୀ, ଦୁରାବସ୍ଥା, ଉଦବେଗ, ନୈରାଶ୍ୟ ଆଦିକୁ ସମ୍ପୂର୍ଣ୍ଣ ନହେଲେ ବି ଯଥା ସମ୍ଭବ ଦୁର କରିବା ପାଇଁ ଉଦ୍ୟମ କରାଯିବାର ଆବଶ୍ୟକତା ରହିଛି । ଯେଉଁ ସରକାର ନାଗରିକ ମାନଙ୍କୁ ସ୍ୱାଧୀନତା ଦେବାକୁ ପ୍ରତିବଦ୍ଧ ସେ କେବେହେଲେ ନାଗରିକମାନଙ୍କ ସହିତ ସରକାରର ଦିଶା ଓ କାର୍ଯ୍ୟ କରିବାର ଶୈଳୀକୁ ନେଇ ଯୁକ୍ତିତର୍କ ଓ ଆଲୋଚନା କରିବାରୁ ବିରତ ରହିବାକୁ ଚାହିଁବେ ନାହିଁ । ଗଣତାନ୍ତ୍ରିକ ଉପାୟରେ କ୍ଷମତାକୁ ଆସିଥିବା ସରକାର ନିଶ୍ଚିତ ଭାବରେ ବିିତର୍କ ଓ ଆଲୋଚନାର ମାଧ୍ୟମକୁ ଅଧିକ ସମୀଚୀନ ମନେ କରିବ । ଭୋଟରମାନଙ୍କୁ ଭୋଟ ପାଇଁ ଅନୁରୋଧ କଲାବେଳେ ଓ ସେମାନଙ୍କଠାରୁ ସମର୍ଥନ ପାଇବା ପାଇଁ ଆଲୋଚନା ଓ ବିତର୍କ  ଅଧିକ ସହାୟକ ହୋଇ ପାରିବ । ଏବେର ଶାସକ ଦଳ ନିର୍ବାଚନ ସମୟରେ ସୈନ୍ୟବାହିନୀର କାର୍ଯ୍ୟକଳାପର ସହାୟତା ନେବା ଅଥବା ବହୁ କ୍ଷେତ୍ରରେ ବିଫଳ ହୋଇଥିଲେ ମଧ୍ୟ ଅତୀତରେ ଦେଇଥିବା ପ୍ରତିଶୃତି ପୂରଣ କରାଯାଇଛି ବୋଲି ନିଜ ସଫଳତାକୁ ଜବରଦସ୍ତ ଜାହୀର କରିବାର ଅର୍ଥ  ହେଉଛି ସରକାର ଆଜି ଯେଉଁଠାରେ ପହଂଚିଛନ୍ତି ତାହା କେବଳ ଆଲୋଚନା ଓ ତର୍କ ବିତର୍କକୁ ଆଡେଇବା ଫଳରେ ସମ୍ଭବ ହୋଇଛି । ଏଠାରେ ଆମେ ଯେଉଁ ପ୍ରମୁଖ ପ୍ରଶ୍ନଟି ପଚାରିବା ଉଚିତ୍ ତାହା ହେଉଛି, ଗତ ପାଂଚ ବର୍ଷ ଭିତରେ ଏନଡିଏ ନେତୃତ୍ୱାଧୀନ  କେନ୍ଦ୍ର ସରକାର ଗୋଟିଏ ଗଣତାନ୍ତ୍ରିକ ବ୍ୟବସ୍ଥାରେ ଯେଉଁଠି ଆଲୋଚନା ପର୍ଯ୍ୟାଲୋଚନାକୁ ହିଁ ପ୍ରମୁଖ ସ୍ଥାନ ଦିଆଯାଇଥାଏ ସେଠାରେ କେତେଥର ଏପରି ତର୍କ ବିତର୍କକୁ ଅଣଦେଖା କରିଛନ୍ତି । ତାହାହେଲେ ସରକାର ହିଁ ଗଣତନ୍ତ୍ରର ପ୍ରକୃତ ଉପଭୋକ୍ତା ବା ଫ୍ରୀ ରାଇଡର ବୋଲି କୁହାଯିବ ।

ଆଲୋଚନାତ୍ମକ ଢାଂଚାଟି ମତଦାତାଙ୍କ ସହିତ ପାରସ୍ପରିକ ମତ ବିନିମୟର ଅପେକ୍ଷା ରଖେ ଓ ଏହା ହେଉଛି ଏକ ଅତି ଜରୁରୀ ଗଣତାନ୍ତ୍ରିକ ପ୍ରଥା । କିନ୍ତୁ ରେଡିଓରେ ସଂପ୍ରସାରିତ ପ୍ରଧାନମନ୍ତ୍ରୀଙ୍କର ବହୁପ୍ରଚାରିତ ମନ କି ବାତ୍ କାର୍ଯ୍ୟକ୍ରମ ଏହି ଗଣତାନ୍ତ୍ରିକ ଆଦର୍ଶକୁ ପାଳନ କରିପାରୁନାହିଁ । ଏହା ମାଧ୍ୟମରେ ପାରସ୍ପରିକ ଭାବ ବିନମୟର ସୁଯୋଗ ନଥାଏ ବରଂ ଏହାକୁ ଏଇଆ ଚିନ୍ତାକରି ହୁଏତ କରାଯାଇଥାଏ ଯେ ପ୍ରଧାନମନ୍ତ୍ରୀ ନିୟୁତ ନିୟୁତ ଲୋକଙ୍କର ମନକଥା ଜାଣନ୍ତି । ଏପରି କରି ପ୍ରଧାନମନ୍ତ୍ରୀ  ଗଣମାଧ୍ୟମ ସହିତ ଆଲୋଚନା କରିବାରୁ ବିରତ ରହି ପାରନ୍ତି ଯିଏ କି ପ୍ରଧାନମନ୍ତ୍ରୀଙ୍କ ସହିତ ଆଲୋଚନା କରିବାକୁ ଇଚ୍ଛୁକ ଥାଏ । ମନ କି ବାତ୍ କାର୍ଯ୍ୟକ୍ରମରେ ଯେତେବେଳେ ଏପରି ବୋଧ ହୋଇଥାଏ ଯେ ପ୍ରଧାନମନ୍ତ୍ରୀ ଲୋକଙ୍କ ସହିତ ଆଲୋଚନା କରୁଛନ୍ତି ପ୍ରକୃତରେ କିନ୍ତୁ ପ୍ରଧାନମନ୍ତ୍ରୀ ଏକ ସୁଉଚ୍ଚ ମଂଚରେ ବସି ତଳେ ଥିବା ଲୋକଙ୍କୁ ତାଙ୍କ ବାଣୀ ଶୁଣାଇ ଥାଆନ୍ତି ଯେଉଁଥିରେ ଅପ୍ରତିସାମ୍ୟତା ଖୁନ୍ଦି ହୋଇ ରହିଥିବା ସ୍ପଷ୍ଟ ହୋଇ ଯାଇଥାଏ । ପ୍ରଧାନମନ୍ତ୍ରୀଙ୍କ ମୁଁ ବି ଚୌକିଦାର ପ୍ରଚାର ଅଭିଯାନରେ ମଧ୍ୟ ସେହିକଥା ଦେଖିବାକୁ ଓ ଶୁଣିବାକୁ ମିଳିଥାଏ ।

କିନ୍ତୁ ଗୋଟିଏ ସୁଚିନ୍ତିତ ଗଣତନ୍ତ୍ରରେ ବିରୋଧୀ ଦଳକୁ ଆଲୋଚନା ଓ ବିତର୍କରେ ଭାଗ ନେବାକୁ ନିମନ୍ତ୍ରଣ କରିବା  ହେଉଛି ଶାସକ ଦଳର କର୍ତ୍ତବ୍ୟ । କିନ୍ତୁ ଗତ ପାଂଚବର୍ଷ ମଧ୍ୟରେ ଯାହା ଦେଖାଯାଇଛି କେନ୍ଦ୍ର ସରକାର ସାମାଜିକ ଗଣମାଧ୍ୟମରେ ବିପକ୍ଷକୁ ଆକ୍ଷେପ/ ତାଚ୍ଛଲ୍ୟ (ଟ୍ରୋଲିଙ୍ଗ) କରି, ନୈତିକତା ଦୃଷ୍ଟିରୁ ଅପମାନଜନକ ଶବ୍ଦ ବ୍ୟବହାର କରି ଯୁକ୍ତିତର୍କର ସମସ୍ତ ରାସ୍ତାକୁ ଧ୍ୱଂସ କରି ଦେଇଛନ୍ତି । ଶାସକ ଦଳର କେତେଜଣ ସମର୍ଥକ ନୈତିକତା ଦୃଷ୍ଟିରୁ ଅପମାନସୂଚନ ଶବ୍ଦ ବ୍ୟବହାର କରି ସାରିବା ପରେ ଏପରି କହୁଥିବାର ଶୁଣାଯାଇଛି ଯେ “ମତେ ଭୁଲ ଭାବେ ବ୍ୟାଖ୍ୟା କରାଯାଇଛି,” “ଲୋକେ ମୋତେ ଭୁଲ ବୁଝିଛନ୍ତି,’ ଇତ୍ୟାଦି । ଏପରି ବକ୍ତବ୍ୟ ମୂଲ୍ୟବୋଧ ଦୃଷ୍ଟିରୁ ଗର୍ହିତ ହୋଇଥାଏ କିନ୍ତୁ ଏଥିପାଇଁ କାହାରିକୁ ଆଇନତଃ ଦଣ୍ଡିତ କରାଯାଇ ପାରିବ ନାହିଁ । ଏଭଳି ଭୁଲ ଆହୁରି ଅନେକ ଲୋକଙ୍କର ନୈତିକ ମୂଲ୍ୟବୋଧକୁ ଦୁର୍ବଳ କରିଦିଏ, ଏବଂ ଏହା ସେମାନଙ୍କୁ ଏଭଳି ଶବ୍ଦର ବ୍ୟବହାରକୁ ଦୋହରାଇବାକୁ ପ୍ରେରିତ କରିଥାଏ । ସରକାରର ବିତର୍କ ପ୍ରତି ଥିବା ଭୟ ଏକଥାରୁ ମଧ୍ୟ ଜଣା ପଡିଯାଏ ଯେତେବେଳେ କି ସାଧାରଣ ସୂଚନା ଖଣ୍ଡ (ପବ୍ଲିକ ଡୋମେନ)ରୁ ତଥ୍ୟ ସବୁ କୁଆଡେ ଉଭେଇ ଯାଆନ୍ତି ।

ଏଠାରେ ଜଣେ ପ୍ରଶ୍ନ କରିବା ସ୍ୱାଭାବିକ ଯେ ସେମାନେ କାହିଁକି ଏପରି ନୈତିକତା ଦୃଷ୍ଟିରୁ ଅପମାନବୋଧକ ଶବ୍ଦର ବ୍ୟବହାର କରିଥାଆନ୍ତି? ଏହାର ଉତ୍ତର ହେଉଛି ସେହି ଭୟ ଯାହାକି ନେତାମାନଙ୍କୁ ଜାବୁଡିକି ଧରିଥାଏ । ସେମାନେ ତର୍କ-ବତର୍କର ରାଜନୀତି ନକରି ପ୍ରତିକାତ୍ମକ ରାଜନୀତି କରିଥାଆନ୍ତି ବା ଯୁକ୍ତିସଂଗତ ରାଜନୀତି ସମ୍ମୁଖରେ ପ୍ରତିକାତ୍ମକ ରାଜନୀତିକୁ ରଖିଦେଇ ଥାଆନ୍ତି । ଉଦାହରଣ ସ୍ୱରୂପ ଏନଡିଏ ସରକାର ପକ୍ଷରୁ ବାର ବାର ଉଠାଯାଉଥିବା ପ୍ରତିକାତ୍ମକ ଦେଶପ୍ରେମ ଦେଶର ପ୍ରକୃତ ଦେଶଭକ୍ତି ଓ ଦେଶପ୍ରେମର ମୂଳତତ୍ତ୍ୱକୁ କେଉଁଠି ଲୁଚାଇ ଦେଉଛି । ଗୋଟିଏ ଦେଶ ବା ଜାତି ଓ ଏହାର ନାଗରିକ ମଧ୍ୟରେ ଥିବା ସହଜାତ ସମ୍ପର୍କକୁ ଏହା ଜଡ କରିଦିଏ । ଗୋଟିଏ ଜାତି ବା ଦେଶର ଶକ୍ତି ହେଉଛନ୍ତି ଏହାର ଜନତା । ଗୋଟିଏ ସମ୍ବେଦନଶୀଳ ରାଷ୍ଟ୍ର ହେଉଛି ସେହି ଯିଏ ଏହାର ନାଗରିକମାନଙ୍କୁ  ଉତ୍ତମ ସ୍ୱାସ୍ଥ୍ୟ, ଶିକ୍ଷା, କର୍ମନିଯୁକ୍ତି ଏବଂ ବାସଗୃହ ପାଇବା ପାଇଁ ସତତ ଉଦ୍ୟମ କରିଥାଏ । ଏହା ନକରି ପାରିବାର ଯେତେଗେୁଡିଏ କାରଣ ଦିଆଯିବ ତାହା ଗୋଟିଏ ଦେଶ ବା ଜାତିକୁ ଏହାର କର୍ତ୍ତବ୍ୟରୁ ମୁକୁଳାଇ ଦେଇ ପାରିବ ନାହିଁ । ସେ ଯାହାହେଉ ଏଭଳି ଏକ ପାର୍ଟି, କୌଣସି ଗଣତାନ୍ତ୍ରିକ ବିଷୟର ବିକାଶ ଉପରେ ଜୋର ନଦେଇ କେବଳ ନିର୍ବାଚନ ସର୍ବସ୍ୱ ଗଣତନ୍ତ୍ରକୁ ପୁଣିଥରେ କ୍ଷମତାକୁ ଆସିବାକୁ ବ୍ୟବହାର କରିବ ।

 

Comments

(-) Hide

EPW looks forward to your comments. Please note that comments are moderated as per our comments policy. They may take some time to appear. A comment, if suitable, may be selected for publication in the Letters pages of EPW.

Back to Top