ISSN (Print) - 0012-9976 | ISSN (Online) - 2349-8846

ଜୀବନ ଓ ମୃତ୍ୟୁର ସେତୂ

ମୁମ୍ବାଇର ସେତୂ ଭୁଷୁଡିବା ଘଟଣା ଦେଶର ସହରାଂଚଳ ବିକାଶ ଯୋଜନାରେ ଥିବା ସାଂଘାତିକ ଦୁର୍ବଳତାକୁ ହିଁ ପ୍ରକାଶ କରୁଛି ।

 

The translations of EPW Editorials have been made possible by a generous grant from the H T Parekh Foundation, Mumbai. The translations of English-language Editorials into other languages spoken in India is an attempt to engage with a wider, more diverse audience. In case of any discrepancy in the translation, the English-language original will prevail.

 

ଗୋଟିଏ ସେତୂର କାମ ହେଉଛି ଦୁଇଟି ବିଚ୍ଛିନ୍ନ ପ୍ରାନ୍ତକୁ ଯୋଡିବା ।  ତାହା ନଦୀ ହେଉ, ସଡକ ହେଉ, ବା ଗୋଟିଏ ଗନ୍ତବ୍ୟ ପଥରେ ଥିବା  ଅନ୍ୟ ଯେତେ ବାଧା ବନ୍ଧନ ହେଉ ତାକୁ ଯୋଡି ଲୋକଙ୍କର ଗମନାମଗନକୁ ସୁଗମ କରିବା ହେଉଛି ସେତୂର କାର୍ଯ୍ୟ ।  ମୁମ୍ବାଇର ପୋଲଗୁଡିକ ଘଟଣାରେ ସେତୂର ଏହି ସଂଜ୍ଞା ଓଲଟା ହୋଇଥାଏ । ୨୦୧୯ ମାର୍ଚ୍ଚର୍ ୧୫ ତାରିଖ ଦିନ ଛତ୍ରପତି ଶିବାଜୀ ମହାରାଜ ଟର୍ମିନସ(ସିଏସଏମଟି) ରେଳଷ୍ଟେସନରେ ରେଳ ଓଭରବ୍ରିଜ ଭୁଷୁଡି ପଡିବା ଫଳରେ ୬ ଜଣ ଲୋକଙ୍କର ମୃତ୍ୟୁ ଘଟିବା ସହିତ ୩୨ ଜଣ ଲୋକ ଗଭୀର ଭାବରେ ଆହତ ହେଲେ । ଗଣମାଧ୍ୟମର ଶୀରୋନାମାରେ ସେତୂ ସହିତ ଏବେ ଦୁଖଦ ଏବଂ ମୃତ୍ୟୁ ଶବ୍ଦ ଦୁଇଟି ଯୋଡି ହୋଇ ଗଲାଣି । ସହରାଂଚଳରେ ଥିବା ପୋଲ ଓ ଫ୍ଲାଇଓଭରଗୁଡିକ ଏବେ କେବଳ ସହରାଂଚଳ ଯୋଜନା ଓ ପ୍ରଶାସନ ବିଷୟକ ହୋଇ ନ ରହି ଏହା ରାଜନୈତିକ ଲୋକମାନଙ୍କର ଲକ୍ଷ୍ୟ ଓ ଯୋଜନାରେ ସାଧାରଣ ନାଗରିକମାନଙ୍କର ସାମିଲ ହେବା ବିଷୟ ସହିତ ଯୋଡି ହେବାର ଆବଶ୍ୟକତା ସହ ଯୋଡି ହେଲାଣି ।

ତେଣୁ ଏବେ ଯାହା ଆମ ମୁଣ୍ଡକୁ ଜୁଟୁଛି ତାହା ହେଉଛି ଏକ ବିପୀରତାଭିମୁଖୀ କଥା । ଛତ୍ରପତି ଶିବାଜୀ ଟର୍ମିନସରେ ଯେଉଁ ଫୁଟ ଓଭରବ୍ରିଜ ତିଆରି ହୋଇଥିଲା ତାହା ଯାତ୍ରୀମାନେ  ରେଳଧାରଣା ପାରି ହେବା ବେଳେ ଯେଉଁ ଦୁର୍ଘଟଣାର ସମ୍ମୁଖୀନ ହେଉଥିଲେ ସେଥିରୁ ସେମାନଙ୍କୁ ବଂଚାଇବା ପାଇଁ ହୋଇଥିଲା । ଅଥଚ ଏହି ସୁରକ୍ଷା ବ୍ୟବସ୍ଥାଟି ଶେଷରେ ଗୁଡିଏ ଲୋକଙ୍କର ଜୀବନ ନେଇଗଲା । ତେବେ ଏହି ପୋଲ ଭୁଷୁଡି ପଡିବା ପରେ ଗଣମାଧ୍ୟମରେ ଯେଉଁ ବିସ୍ତୃତ ତଥ୍ୟ ପ୍ରକାଶିତ ହେଲା ତାହା ଭାରତୀୟମାନଙ୍କୁ ସେପରି ଝଟକା ଦେଉନାହିଁ । ଏହି ଦୁର୍ଘଟଣା ଘଟିଯିବା ପରେ ବ୍ରିହନ ମୁମ୍ବାଇ ମୁନିସିପାଲ କରପୋରେସନ ବା ବ୍ରୁହତ ମୁମ୍ବାଇ ନଗରନିଗମ ପକ୍ଷରୁ ଏକ ଘରୋଇ ସଂସ୍ଥାକୁ ଏହାର ଯେଉଁ ତଦନ୍ତ ଭାର ଦିଆ ଯାଇଥିଲା ତାହା କିଛି ମାସ ତଳେ ଏଥିରେ ପ୍ରଶାସନର କିଛି ଦୋଷ ନାହିଁ ବୋଲି କହି ପ୍ରଶାସନକକୁ ପୁରାପୁରି ଦୋଷମୁକ୍ତ କରି ଦେଲା । ଏକ ଘରୋଇ ଇଂଜିନିୟରିଙ୍ଗ ସଂସ୍ଥା ଯିଏ କି ନିୟମିତ ବ୍ୟବଧାନରେ ଏହାର ଯାଂଚ କରିବା କଥା ତାର ନିର୍ଦ୍ଦେଶକକୁ କିଛି ମାସ ତଳେ ଗିରଫ କରାଯାଇଛି । କିନ୍ତୁ ସବୁଠାରୁ ହାସ୍ୟାସ୍ପଦ କଥା ହେଉଛି ପୋଲିସ ଏବେ ଯାଂଚ କରୁଛି ଯେ ଏହି ଘଟଣାରେ ବିଏମସି ବା ରେଳ ବିଭାଗର କୌଣସି କର୍ମଚାରୀ ସାମିଲ ଅଛନ୍ତି କି ନାହିଁ । ଏକଥା ବିଶ୍ୱାସ କରି ହେଉନାହିଁ ଯେ ମଣିଷ ଜୀବନର ସୁରକ୍ଷାକୁ ନେଇ ଥିବା ବିଷୟଟିକୁ ଏତେ ଖାମଖିଆଲୀ ଭାବେ କୌଣସି ଚେକ ଆଣ୍ଡ ବାଲାନ୍ସ ନ ରଖିô ଜଣେ ଇଂଜିନିୟରଙ୍କ ଉପରେ ଭରସା କରି ଛାଡି ଦିଆଯାଇପାରେ । ଏହା ସହିତ ଯଦି ଏକ ଉତ୍ତରଦାୟୀ ବ୍ୟବସ୍ଥା ସଂପୃକ୍ତ ଥାଆନ୍ତା ତେବେ କ’ଣ କେହି ଏଭଳି ଖାମଖିଆଲୀ ଭାବରେ ରିପୋର୍ଟ ଫାଇଲ କରିବାର ସାହସ କରି ପାରିଥାଆନ୍ତା ?

ଏଠାରେ ଭାରତର ସହରାଂଚଳ ଯୋଜନାକୁ ନେଇ ଏକ ବିବ୍ରତକାରୀ  କଥା ମଧ୍ୟ ରହିଛି । ଏହା ବାସ୍ତବରେ ନାଗରିକ ଓ ଯାତ୍ରୀମାନଙ୍କର ଯାହା ଆବଶ୍ୟକତା ତାହା ଉପରେ ପର୍ଯ୍ୟବେସିତ ନା ରାଜନୈତିକ ଆବଶ୍ୟକତା ଓ ଠିକାଦାରର ଲୋଭ ଉପରେ ପର୍ଯ୍ୟବେସିତ ? ମୁମ୍ବାଇର ଅନେକ ସ୍କାଇୱାକ୍ ଏବଂ ମୋନୋରେଲ ପରି ଯାତ୍ରୀମାନଙ୍କର ଆବଶ୍ୟକତା ପ୍ରତି ନଜର ନ ରଖାଯାଇ ଭିତ୍ତି ସଂରଚନା ନିର୍ମାଣ ନାମରେ କାର୍ଯ୍ୟ ସବୁ କରାଯିବା ହେଉଛି ଏକ ସାଧାରଣ କଥା । ଗଣମାଧ୍ୟମରେ ଏକଥା ବାରମ୍ବାର ପ୍ରକାଶିତ ହୋଇଛି ଯେ କିପରି କଳାତାଲିକାଭୁକ୍ତ ଠିକାଦାରମାନଙ୍କୁ ପୁଣିଥରେ ଏହି କାର୍ଯ୍ୟ ପ୍ରଦାନ କରାଯାଉଛି । ଏହା ଲଜ୍ଜାକର କଥା ଯେ ଦେଶର ବିଚକ୍ଷଣ ପ୍ରତିଭାଧାରୀ ଇଂଜିନିୟରମାନେ ମଧ୍ୟ ରାଜନେତାଙ୍କ କଥାରେ ଭଳି ଯାଉଛନ୍ତି ଯେଉଁମାନଙ୍କର ଜନତାର ସ୍ୱାର୍ଥ ବ୍ୟତୀତ ଅନ୍ୟ ବହୁକଥାରେ ମନ ରହିଥାଏ । ଏହି ଇଂଜିନୟରମାନଙ୍କର  ଇଂଜିନିୟରିଙ୍ଗ ଏବଂ ସ୍ଥାପତ୍ୟ କଳା ନ୍ୟସ୍ତସ୍ୱାର୍ଥ ଲୋକଙ୍କ ପାଇଁ ବ୍ୟବହୃତ ନହୋଇ ସାଧାରଣ ଲୋକଙ୍କର ସୁବିଧା ପାଇଁ ବ୍ୟବହୃତ ବିଭିନ୍ନ ନିର୍ମାଣ କାର୍ଯ୍ୟ ପାଇଁ ଉପଯୋଗ ହେବା ଉଚିତ୍ । ସହରାଂଚଳ ନୀତି ହେଉଛି ଯାହାର ଭଲ କାର୍ଯ୍ୟ କରିବାର ଅନୁଭୂତି ଅଛି ଓ ଯିଏ ଭଲ କାମ ଦେଇ ପାରିବେ ତା’କୁ କାମ ନ ଦିଆଯାଇ  ସର୍ବନିମ୍ନ ନିଲାମୀ ଡାକିିଥିବା ଲୋକଙ୍କୁ କାମ ଦେବା । ଏହି ପ୍ରକ୍ରିୟା ପ୍ରାୟ ସବୁ ବଡ ବଡ ସରକାରୀ ପରିଯୋଜନା କ୍ଷେତ୍ରରେ ଦେଖିବାକୁ ମିଳୁଛି ।

ସହରୀ ଯୋଜନା ଉପରେ କାର୍ଯ୍ୟରତ ଥିବା ଲୋକମାନେ ବାରମ୍ବାର ଚେତାଇ ଦେଇଛନ୍ତି ଯେ ଏହା ଅଧିକ ପରିମାଣରେ ସ୍ୱୟଂଚାଳିତ ଯାନବାହନ କେନ୍ଦ୍ରୀତ, ସାଧାରଣ ପରିବହନ ବିରୋଧୀ ପରି ବ୍ୟବସ୍ଥାଟିଏ ହୋଇ କେବଳ ଘରୋଇ ଠିକାଦାରଙ୍କ ସ୍ୱାର୍ଥକୁ ଜଗିବା ଭଳି କାର୍ଯ୍ୟ ହେଉଛି । ବାସ୍ତବରେ ଦେଖିବାକୁ ଗଲେ, ଦେଶରେ ସହରାଂଚଳର ବିକାଶ ଯେଭଳି ଭାବରେ କ୍ଷୀପ୍ରଗତିରେ ହେବାରେ ଲାଗିଛି ସେହିଭଳି ବିଶୃଙ୍ଖଳିତ ଭାବରେ ମଧ୍ୟ ହେଉଛି । ସହରାଞ୍ଚଳରେ ଭିତ୍ତି ସଂରଚନାତ୍ମକ କାର୍ଯ୍ୟଗୁଡିକ ମଧ୍ୟ ଏକ ଲକ୍ଷ୍ୟକୁ ଧରି ଜନତାର ଆବଶ୍ୟକତାକୁ ଦେଖି କରାନଯାଇ ଖଣ୍ଡେ ଖଣ୍ଡେ କରି ଅନିୟମିତ ଭାବରେ କରାଯାଉଛି ।  କହିବା ବାହୁଲ୍ୟ ଯେ ଏଭଳି ସ୍ଥିତିରେ ଦୁର୍ନୀତି ଓ ଉତ୍ତରଦାୟିତ୍ୱ ହୀନତା ହିଁ ଦେଖିବାକୁ ମିଳିଥାଏ । ମୁମ୍ବାଇର ମେଟ୍ରୋସିଷ୍ଟମ ଓ ବେଳାଭୂମୀ ସଡକ ମାର୍ଗ କ୍ଷେତ୍ରରେ ସହରାଂଚଳ ଓ ପରିବେଶବିଦ୍ମାନଙ୍କ ପକ୍ଷରୁ ବାରମ୍ବାର ବିରାଧ କରାଯିବା ସତ୍ତେ୍ୱ ଯାହା ସବୁ ଘଟୁଛି ତାହା ପ୍ରାୟତଃ ସାରା ଦେଶରେ ଦେଖିବାକୁ ମିଳୁଛି ।

୨୦୧୮ ମସିହା ଜୁଲାଇ ୩ ତାରିଖରେ ମୁମ୍ବାଇର ଅନେ୍ଧରୀ ଷ୍ଟେସନରେ ଗୋଟିଏ ପୋଲ ଭୁଷୁଡି ପଡିବା ଫଳରେ ଦୁଇଜଣ ଲୋକଙ୍କର ମୃତ୍ୟୁ ଘଟିଥିଲା । ପରେ ପରେ ଜଣେ ଆଉ ଜଣଙ୍କ ଉପରେ ଦୋଷ ଲଦି ଚାଲିଲେ ଓ ୨୦୧୪ ରୁ ୨୦୧୭ ମଧ୍ୟରେ ଯେତେବେଳେ ରେଳବାଇ ପକ୍ଷରୁ ଏହାର ତଦନ୍ତ ହେଲା ସେତେବେଳେ ଏହାକୁ ନେଇ କୌଣସି ନଥିପତ୍ର ମିଳିଲା ନାହିଁ । ତା ପୂର୍ବରୁ ୨୦୧୭ରେ ଏଲଫିନଷ୍ଟୋନ ଷ୍ଟେସନରେ ଘଟିଥିବା ଏକ ଦଳାଚକଟା ଘଟଣାରେ ୨୩ ଜଣଙ୍କର ଜୀବନ ଯାଇଥିଲା ଓ ଏଥିରେ ବହୁଲୋକ ଆହତ ହୋଇଥିଲେ । ଏଥିରୁ ଗୋଟିଏ ଅନୁଭୂତି ଆସିଲା ଯେ ସ୍ଥାନୀୟ କାର୍ଯ୍ୟକର୍ତ୍ତା ଏହି ଷ୍ଟେସନ ଆଖପାଖର ଜମିକୁ ରେଳଯାତ୍ରୀଙ୍କର ବର୍ଦ୍ଧିତ  ସଂଖ୍ୟାକୁ ଲକ୍ଷ୍ୟ ରଖି ସଠିକ୍ ଭାବରେ ବ୍ୟବହାର କରାଯାଉ ନଥିବାରୁ ଏପରି ଭୟଙ୍କର ଘଟଣା ସବୁ ଘଟୁଛି ।    

ପୋଲ ଭୁଷୁଡିବା ଘଟଣାରେ ଆଉ ଦୁଇଟି କଥା ନଜରକୁ ଆସିଛି । ମୁମ୍ବାଇରେ ପୋଲ ଭୁଷୁଡିବା ପରେ ପରେ ଶିବ ସେନା ପକ୍ଷରୁ ପୋଲ ଭୁଷୁଡିବା ପାଇଁ ବର୍ଦ୍ଧିତ ଜନସଂଖ୍ୟାକୁ ଦାୟୀ କରାଯାଇଥିଲା ଯାହାର ଅର୍ଥ ହେଉଛି ଗୋଟିଏ ଯେ ଯେପରି ହେଉ ସରକାରଙ୍କ ମୁଣ୍ଡରୁ ଦୋଷ ଖସାଇ ଦିଆଯିବା ଆବଶ୍ୟକ । ସମସ୍ତେ ଜାଣିଛନ୍ତି ଯେ ମୁମ୍ବାଇ ଗତ ଦଶନ୍ଧୀ ଦଶନ୍ଧୀ ଧରି ବହୁ ଲୋକଙ୍କୁ ଆକର୍ଷିତ କରି ଆସିଛି ଓ ଆଗକୁ ମଧ୍ୟ କରିବ ।  କାରଣ ଏଠାରେ ଲୋକଙ୍କୁ ନିଯୁକ୍ତି ମିଳୁଛି । ଏହି ନଗରୀର ସାମ୍ପ୍ରତିକ ବିକାଶ ଯୋଜନା  ୮ ନିୟୁତ ନୂତନ ନିଯୁକ୍ତି ମିଳିବାର ଆଶା ଆଣି ଦେଇଛି । ଯଦି ସେଇଆ ହୁଏ ତେବେ ଯେଉଁ ପରିମାଣରେ ଯାତ୍ରୀସଂଖ୍ୟା ବୃଦ୍ଧି ପାଇବ ତାହା ପ୍ରତି ମଧ୍ୟ ଧ୍ୟାନ ରଖାଯିବା ଆବଶ୍ୟକ । ଦ୍ୱିତୀୟଟି ହେଉଛି ଗତ ଦୁଇବର୍ଷରେ ଏଭଳି ଦୁଖଦ ଦୁର୍ଘଟଣା ତିନିଥର ଘଟି ସାରିଥିଲେ ମଧ୍ୟ ଏହାକୁ ନେଇ ଜନସାଧାରଣଙ୍କ ପକ୍ଷରୁ  ଯେପରି ପ୍ରତିବାଦର ସ୍ୱର ଶୁଣାଯିବା କଥା ତାହା ଶୁଣାଯାଇ ନାହିଁ । ଯାହାକୁ ଦେଖି ବୋଧହେଉଛି ଯେ ଲୋକମାନେ ବୋଧେ ଏପରି ସାମୁହିକ ମୃତ୍ୟୁ ଓ ଆହତ ହେବା  ଘଟଣା କୁ ବିକାଶର ଏକ ଅଂଶ ଭାବେ ଗ୍ରହଣ କରି ନେଇଛନ୍ତି । ସରକାର ମଧ୍ୟ ଏହାକୁ ଛୋଟକଥା ମନେକରି ଏହା ବିରୁଦ୍ଧରେ ହେଉଥିବା ପ୍ରତିବାଦକୁ ଅଣଦେଖା କରି ଯେତେସବୁ ବିବାଦପୂର୍ଣ୍ଣ ଭିତ୍ତି ସଂରଚନା ମୂଳକ ଯୋଜନା ଅଛି ତାକୁ ଆଗେଇ ନେବାରେ ଲାଗିଛନ୍ତି ।

କିନ୍ତୁ ଏବେ ସମୟ ଆସିଛି ଯେ ବଡ ବଡ ନିର୍ମାଣ କାର୍ଯ୍ୟଗୁଡିକୁ ଠିକାଦାର ଓ ବ୍ୟକ୍ତିବିଶେଷଙ୍କୁ ଅନୁଗ୍ରହ ଦେଖାଇବା ରୂପେ ଦେଖା ନଯାଇ ଜନସାଧାରଣଙ୍କର ଆବଶ୍ୟକତା ପୂରଣ ପାଇଁ ଥିବା କାର୍ଯ୍ୟ ହିସାବରେ ଦେଖାଯିବାର ଆବଶ୍ୟକତା ରହିଛି । ଏଥିପାଇଁ, ଏହା ଅନିବାର୍ଯ ହୋଇ ପଡିଛି ଯେ ଲୋକେ ଏହାକୁ ନେଇ ପ୍ରଶ୍ନ ପଚାରିବା ଆବଶ୍ୟକ ଓ ଏହାର ଉତ୍ତର ମଧ୍ୟ ମାଗିବା ଆବଶ୍ୟକ ।

Comments

(-) Hide

EPW looks forward to your comments. Please note that comments are moderated as per our comments policy. They may take some time to appear. A comment, if suitable, may be selected for publication in the Letters pages of EPW.

Back to Top