ISSN (Print) - 0012-9976 | ISSN (Online) - 2349-8846

ଟିଭି ନ୍ୟୁଜ୍ ଚ୍ୟାନେଲଗୁଡିକର ନିଜସ୍ୱ ସ୍ୱରୂପ କ’ଣ ?

ଭାରତର କେତେକ ଟେଲିଭିଜନ ନ୍ୟୁଜ ଚ୍ୟାନେଲ୍ ଦର୍ଶକମାନଙ୍କୁ ଯୁଦ୍ଧଖୋର ଜାତୀୟତାବାଦ ଆଡକୁ ବାଧ୍ୟକରି ଠେଲିବାରେ ଲାଗିଛନ୍ତି ।

 

The translations of EPW Editorials have been made possible by a generous grant from the H T Parekh Foundation, Mumbai. The translations of English-language Editorials into other languages spoken in India is an attempt to engage with a wider, more diverse audience. In case of any discrepancy in the translation, the English-language original will prevail.

 

ସମ୍ପ୍ରତି ଭାରତ ପାକିସ୍ଥାନ ସୀମାରେ ପ୍ରକାଶ ପାଇଥିବା ଉତ୍ତେଜନା ପରିପ୍ରେକ୍ଷୀରେ ପୁଲୱାମା ଘଟଣାକୁ ନେଇ ଦେଶର ଉଭୟ ଛାପା ଓ ବୈଦ୍ୟୁତିକ ଗଣମାଧ୍ୟମରେ ଯେପରି ଏକ ଦଳ ପକ୍ଷପାତୀ ସମ୍ବାଦ ସବୁ ପରିବେଶିତ ହେଲା ତା’କୁ ଦେଖିଥିବା ଅନେକ ଦର୍ଶକ ମତ ଦେଇଥିଲେ ଯେ ସେମାନେ ଏହି ସବୁ ଟିଭି ନ୍ୟୁଜ ଚ୍ୟାନେଲକୁ ଦେଖିବା ବନ୍ଦ କରି ଦେଇଛନ୍ତି । ଦର୍ଶକଙ୍କର ଏହି ପ୍ରତିକ୍ରିୟା ସ୍ପଷ୍ଟ ପ୍ରମାଣ କରୁଛି ଯେ ଯେଉଁମାନେ ଏ ବିଷୟକୁ ନେଇ ପ୍ରସାରିତ ସମ୍ବାଦଗୁଡିକୁ  ଟିଭି ନ୍ୟୁଜ ଚ୍ୟାନେଲ ମାନଙ୍କରେ ଦେଖି ସେମାନଙ୍କର ଯୁକ୍ତିଯୁକ୍ତ ମତ ପ୍ରକାଶ କରି ପାରି ଥାଆନ୍ତେ ସେମାନଙ୍କୁ ଏହି ଚ୍ୟାନେଲଗୁଡିକ  ଯେପରି ଭୟଭୀତ ଓ ଆତଂକିତ କରି ଦେଇଛନ୍ତି । ସବୁଠାରୁ ଚିନ୍ତାଜନକ କଥା ଥିଲା ଏହି ଚ୍ୟାନେଲ ଗୁଡିକ ଲୋକଙ୍କୁ ଭୟଭୀତ କରି ଚୁପ କରାଇଦେବା ପାଇଁ ଯେଉଁ  ପ୍ରକାରର ଶବ୍ଦସବୁକୁ ବ୍ୟବହାର କଲେ । ଟିଭି ନ୍ୟୁଜ ଚ୍ୟାନେଲଗୁଡିକରେ  ଏହି ସବୁ ଶବ୍ଦ ବା ରୁଢିପ୍ରୟୋଗ(ହ୍ୟାସଟ୍ୟାଗର ବ୍ୟବହାର) ସମୟରେ ସମ୍ପାଦକୀୟ ନୈତିକତା କେଉଁଠାରେ ହଜିଗଲା?  ଜଣେ ହୁଏତ ଯୁକ୍ତି ଦେଇ ପାରନ୍ତି ଯେ ହାସଟ୍ୟାଗ ଟିଭିର ଦର୍ଶକମାନଙ୍କୁ ଟିଭି ନ୍ୟୁଜ ଚ୍ୟାନେଲର େଓବ୍ ରେ ଥିବା ଉପିସ୍ଥିତି ବିଷୟରେ ସଚେତନ କରାଇଥାଏ । ଏହି ଯୁକ୍ତିଟି ସେତିକିବେଳେ ଗ୍ରହଣୀୟ ହେବ ଯେତେବେଳେ ହାସଟ୍ୟାଗକୁ ଏକ ବିଶେଷ ଭୂମିକାରେ ଦେଖିବାକୁ ମିଳିବ । କିନ୍ତୁ ଟିଭି ଚ୍ୟାନେଲଗୁଡିକ ଲାଗେ ଯେପରି ଏକ ତ୍ରିକୋଣୀୟ ଭୂମିକାରେ ରହି ଥାଆନ୍ତି  । ଏହି ତ୍ରିକୋଣୀୟ ଭୂମିକା ହେଉଛି ପ୍ରଥମତଃ ରୁଢି ବା ହ୍ୟାସଟାଗଗୁଡିକୁ ଏକ ରାଜନୈତିକ ଅର୍ଥ ଦେବା, ଦର୍ଶକଙ୍କ ନଜରକୁ ବହୁ ପୂର୍ବରୁ ସମାଜରେ ରହିଥିବା ବିଚ୍ଛିନ୍ନତାବାଦୀ ବ୍ୟବସ୍ଥା ଆଡକୁ  ଟାଣିବା, ତୃତୀୟଟି ହେଉଛି ଦର୍ଶକମାନଙ୍କୁ କଡା ବିରୋଧୀ ଆଲୋଚନା ମାନଙ୍କରେ ଭାଗନେବା ଆଡକୁ ଟାଣିବା ।

ଏହି ନ୍ୟୁଜ୍ ସୋ ଗୁଡିକର ଘୋଷକ ବା ଆଙ୍କରମାନେ ଏ ବିଷୟରେ ଉଠୁଥିବା ସେହି ଉଦାରବାଦୀ ସ୍ୱରଗୁଡିକୁ ଦବାଇ ଦେବାକୁ ଚେଷ୍ଟା କରୂଥାଆନ୍ତି ଯେଉଁଗୁଡିକ କହିବାକୁ ଉଦ୍ୟମ କରୁଥାଆନ୍ତି ଯେ ଜାତୀୟତାବାଦର ଯେଉଁ ଧାରଣାକୁ ସରକାର ଏହି ଆଙ୍କର ମାନଙ୍କ ତଣ୍ଟିରେ ଗଳାଇ ଦେଇଛନ୍ତି ତାହା ଠିକ ନୁହେଁ । ଏହି ଘୋଷକମାନଙ୍କର ମୂଳ ଲକ୍ଷ୍ୟଟି ହେଉଛି  ଦୁଇ ଦେଶ ମଧ୍ୟରେ ଚାଲିଥିବା ବିବାଦକୁ ଅତି ବିଚକ୍ଷଣ ଭାବରେ ଯୋରଦାର ଢଙ୍ଗରେ ପ୍ରକାଶକରିି ଦର୍ଶକମାନଙ୍କର ଧ୍ୟାନକୁ ଏଭଳି ଗୋଟିଏ ଆଡକୁ ଟାଣିନେବା ଯାହା ଫଳରେ ଦର୍ଶକମାନେ ଆଉ ଦେଶର ବା ନିଜର ଅନ୍ୟ ସମସ୍ୟା କଥା ଚିନ୍ତା କରି ପାରିବେନି । ସେମାନେ ଦେଶରେ ଆଉ କିଛି ସମସ୍ୟା ନଥିବା ପରି ସ୍ଥିତି ସୃଷ୍ଟି କରିବା ପାଇଁ ସୀମାରେ ଚାଲିଥିବା ସମସ୍ୟାକୁ ଗଳାଫଟାଇ ଘୋଷଣା କରିବାରେ ଲାଗି ପଡିଥିଲେ । ଏହି ଘୋଷକ ମାନେ କେବଳ ଗୋଟିଏ କଥା ଦର୍ଶକମାନଙ୍କ ମୁଣ୍ଡରେ ଭର୍ତ୍ତି କରାଇବାର ଉଦ୍ୟମ କରୁଥିଲେ ଯେ ଦେଶର ସୁରକ୍ଷାପାଇଁ ଆତଙ୍କବାଦୀଙ୍କ ବିରୁଦ୍ଧରେ ଯୁଦ୍ଧ କରିବାଟା ହେଉଛି ଏକମାତ୍ର ରାସ୍ତା । ଯାହା ନ କଲେ ଦେଶର ସୁରକ୍ଷା ଅସମ୍ଭବ  । ଦେଶର ସୁରକ୍ଷା ପାଇଁ ଏହାହିଁ ଏକମାତ୍ର ପନ୍ଥା । ତେଣୁ ବାହ୍ୟ ଶତୃଙ୍କଠାରୁ ରକ୍ଷା ପାଇବାଟା ହେଉଛି ସମାଜର ପ୍ରାଥମିକତା । ଟିଭି ଘୋଷକମାନଙ୍କର ଏହି ଚିକ୍ରାର କାରଣରୁ ଯେଉଁମାନେ ନିଜକୁ ଅସୁରକ୍ଷିତ ମନେକରି ଅଧିକ ଚାପରେ ରହିଥିଲେ ସେମାନେ ହେଉଛନ୍ତି ସମାଜର ଗରିବ, ବେକାର, ନିରାଶ୍ରୟ ଏବଂ କୃଷକ । କିନ୍ତୁ ଯେଉଁମାନେ ଧନୀ ଓ ବିଭିନ୍ନ୍ ବିଶେଷାଧିକାର ପ୍ରାପ୍ତ ଶ୍ରେଣୀର ଲୋକ ସେମାନେ କୌଣସି ଚାପରେ ନଥିଲେ । ସେମାନେ ବେଶ୍ ସୁଖି ଓ ସୁରକ୍ଷିତ ଅନୁଭବ କରୁଥିଲେ ।

ଏହି ଟିଭି ଘୋଷକମାନେ  ସାଧାରଣ ଲୋକମାନଙ୍କ ମଧ୍ୟରେ ଅଧିକ ଆଶା ଓ ଉତ୍ତେଜନା ଭର୍ତ୍ତି କରିଥାଆନ୍ତି । ଟିଭି ଘୋଷକମାନଙ୍କ କଥା ଶୁଣି ଶୁଣି ସାଧାରଣ ଲୋକମାନେ ଆଶା କରି ବସନ୍ତି ଯେ ଭାରତୀୟ ସେନା ଶତୃୃପକ୍ଷର ପ୍ରଭୁତ କ୍ଷତି କରି ପାରିବେ  ଓ ସେମାନେ ଏହା ଶୁଣିବାକୁ ଉତ୍ସୁକ ଥାଆନ୍ତି ଯେ ସେନା ପକ୍ଷରୁ କେତେ ଜଣ ଶତୃଙ୍କୁ ହତ୍ୟା କରାଗଲା । ଯେମିତିକି ଭାରତୀୟ ବାୟୁ ସେନା ପକ୍ଷରୁ ଶହ ଶହ ଲୋକଙ୍କୁ ହତ୍ୟା କରାଯାଇଥିବାର ଦାବୀ କରାଯାଇଥିବା କଥା ଘୋଷଣା କରାଯାଇଥିଲା । ସେହିପରି ଟିଭି ଆଲୋଚନାରେ ଯେଉଁମାନେ ସବୁ ଭାଗ ନେଇଥିଲେ ସେମାନଙ୍କର ମୂଳକଥାଟି ହେଲା ବାହ୍ୟ ଶତୃକୁ ଅଧିକରୁ ଅଧିକ ଭୟଙ୍କର ବୋଲି ଦେଖାଇ ଦେଶ ଭିତରେ ଥିବା ଉଦାରବାଦୀ ଆଲୋଚକମାନଙ୍କର ସ୍ୱରକୁ  ଯେତେ ଯୋରରେ ସମ୍ଭବ ଦବାଇବା ପାଇଁ ଉଦ୍ୟମ କରିବା ।

ଆକ୍ରମଣର ବର୍ଣ୍ଣନା ସାଧାରଣ ଲୋକଙ୍କର ଆକ୍ରମଣ, ପ୍ରତିଶୋଧ ପ୍ରବଣତାକୁ  ଅଧିକରୁ ଅଧିକ ପ୍ରୋତ୍ସାହିତ କରେ ଏବଂ ଏହି ପ୍ରବଣତା ସାଧାରଣ ଲୋକ ଏପରିକି ଗରୀବଙ୍କ ଜୀବନର ମଧ୍ୟ ଏକମାତ୍ର କାର୍ଯ୍ୟକ୍ରମ ହୋଇ ରହିଯାଏ । ଟିଭି ଚ୍ୟାନେଲ ଓ ଗୋଟିଏ ଶ୍ରେଣୀର ସଂଗଠନ ଯୋଗୁଁ ସରକାରର ପ୍ରଚାରପ୍ରସାର ଯୋଗୁଁ ପ୍ରତିଶୋଧ ପରାୟଣତା ଏକ ପରମ ଓ ସର୍ବୋଚ୍ଚ ଜାତୀୟତାବାଦୀ କାର୍ଯ୍ୟ ହୋଇଯାଏ ।

ଏହି ସବୁ ଟିଭି ଚ୍ୟାନେଲର ପ୍ରବେଶ  ବାସ୍ତବ କ୍ଷେତ୍ରରେ ଦେଶର ଗଭୀର  ଆଭ୍ୟନ୍ତରୀଣ ସାମାଜିକ ଜୀବନରେ ରହିଛି । ଏହା ହେବାର କାରଣ ହେଉଛି ଶାନ୍ତି ସମୟରେ ନାଗରିକମାନେ ସେମାନଙ୍କ କ୍ରୋଧ ପ୍ରକାଶ କରିବାପାଇଁ ଏକ ଆଭ୍ୟନ୍ତରୀଣ ମାଧ୍ୟମକୁ  ଖୋଜୁଥାଆନ୍ତି । ସୀମାରେ ହେଉ ବା ପଡୋଶୀ କୌଣସି ଜଣେ ଶତୃ ବିରୁଦ୍ଧରେ କୁହାଯିବା ଏକ ପ୍ରାକୃତିକ ଆବଶ୍ୟକତା ହୋଇପଡେ । ଟିଭି ଚ୍ୟାନେଲଗୁଡିକର ଏପରି ଯୁଦ୍ଧଖୋର ମନୋଭାବରୁ ଗୋଟିଏ ପ୍ରଶ୍ନ ଉଠେ ଯେ ସେମାନେ ନିଜେ ଏବିଷୟରେ କ’ଣ ଉପଲବ୍ôଧ କରନ୍ତି?  ଗୋଟିଏ ଦୃଷ୍ଟିରୁ ଦେଖିଲେ, ଏହି ସବୁ ଚ୍ୟାନେଲମାନେ ଉପଲବ୍ôଧ କରି ବସନ୍ତି ଯେ ସେମାନେ କୌଣସି ବିକୃତିକରଣ ନରଖି ଖବର ପ୍ରସାରଣ କରୁଛନ୍ତି ଓ ସେମାନେ  ଯେଉଁ ସବୁ ଖବର ପ୍ରସାରିତ କରୁଛନ୍ତି ସେସବୁ ସେମାନଙ୍କ ନିଉଜରୁମରେ ତିଆରି କରାଯାଉଥିବା ଖବର ନୁହେଁ ।

କିନ୍ତୁ,କେତେକ ଟିଭି ଚ୍ୟାନେଲର ଅଧିକାରିକ ପ୍ରଦର୍ଶନ ପ୍ରମାଣିତ କରୁଛି ଯେ ସେମାନଙ୍କର ଆତ୍ମ-ପ୍ରବଣତା ଓ ଆତ୍ମ-ଅଭିବ୍ୟକ୍ତି ମଧ୍ୟରେ କେତେକ ନୈତିକ ଅସଙ୍ଗତି ରହି ଯାଉଛି । ଯଦି ଗୋଟିଏ ଟିଭି ଚ୍ୟାନେଲର ଆତ୍ମ-ପ୍ରବଣତା ଏହାର ପ୍ରଦର୍ଶନରେ  ଦେଶରେ ଶାନ୍ତି ଓ ସଂହତି ବଜାୟ ରଖିବା ପାଇଁ କାର୍ଯ୍ୟ କରିବା ହୁଏ ତାହାହେଲେ ଏହା କେବେହେଲେ ସମାଜ ପାଇଁ ଚିନ୍ତା କରୁଥିବା ସ୍ୱରମାନଙ୍କୁ ଦବାଇ ଦେବା ପାଇଁ  ଉଦ୍ୟମ କରିବ ନାହିଁ କି ହିଂସା ଓ ଘୃଣାର ପ୍ରଚାରପ୍ରସାର କରିବାପାଇଁ ଉଦ୍ୟମ କରିବ ନାହିଁ । ହୋଇପାରେ ଭବିଷ୍ୟତରେ ମଧ୍ୟ ଏହି ଟିଭି ଚ୍ୟାନେଲର ଘୋଷକମାନେ ଚିନ୍ତକମାନଙ୍କର ସ୍ୱରକୁ ଅବମାନନା କରି ପାରନ୍ତି, କିନ୍ତୁ ଚ୍ୟାନେଲଗୁଡିକ ସେମାନଙ୍କ ଘୋଷକଙ୍କର ପ୍ରଦର୍ଶନ ପ୍ରତି ମଧ୍ୟ ନଜର ଦେବା ଦରକାର କାରଣ ଦର୍ଶକମାନେ ଏହି ଟିଭି ଚ୍ୟାନେଲଗୁଡିକର ସ୍ୱ-ପ୍ରବଣତା ଓ ସ୍ୱ-ପ୍ରଦର୍ଶନ  ମଧ୍ୟରେ ଥିବା ସଂହତିକୁ ନେଇ ନିଶ୍ଚିତ ଆଲୋଚନା କରିବେ । ତେଣୁ ସେମାନେ ଜାତୀୟତାବାଦର ମାନପ୍ରବର୍ତ୍ତକ ଆଧେୟ ବା ଅନ୍ତନିର୍ହିତ ଗୁଣ  ପ୍ରତି ମଧ୍ୟ ଟିକେ ନଜର ଦେବା ଆବଶ୍ୟକ ଯାହା ନିସନ୍ଦେହରେ ଘୃଣାରୁ ମୁକ୍ତି ଓ ସାମାଜିକ ସୁରକ୍ଷା ବୃଦ୍ଧି, ସମାଜରେ ସଂହତି ସହିତ ରାଷ୍ଟ୍ରର ସାର୍ବଭୋ÷ମତ୍ୱକୁ  ବଜାୟ ରଖିବାକୁ ହିଁ ବୁଝାଇଥାଏ । ଟିଭିର କାମ ହେବା ଉଚିତ୍ ଯେ ଯେଉଁ ଖରାପ ଶକ୍ତିମାନେ ସମାଜର ମାନବିକ ମୂଲ୍ୟବୋଧଗୁଡିକୁ ନଷ୍ଟ କରୁଛନ୍ତି ସେମାନଙ୍କ ପ୍ରତି ସତର୍କ ରହିବା ।

ବର୍ତ୍ତମାନ ଏହା ସ୍ୱଷ୍ଟ ହେଉଛି ଯେ ଏହି ଟିଭି ଚ୍ୟାନେଲ ଗୁଡିକର ସ୍ୱପ୍ରବଣତା ଓ ସ୍ୱପ୍ରଦର୍ଶନ ମଧ୍ୟରେ ଥିବା ବିସଙ୍ଗତି ଗୁଡିକ ଧରା ପଡି ଯାଇ ସାରିଲାଣି । ଏହି ଅସଙ୍ଗତି ଦୁଇଟି କାରଣ ପାଇଁ ଘଟୁଛି, ପ୍ରଥମଟି ହେଲା ସେମାଙ୍କର ଟିଆରପି ଓ ବିଜ୍ଞାପନ ବଢିବାର ଲୋଭ ।  ଦ୍ୱିତୀୟରେ କିଛି ଘୋଷକଙ୍କର ଅତ୍ୟଧିକ ଆତ୍ମବିଶ୍ୱାସ ଯାହା ଫଳରେ କେତେଜଣ ଘୋଷକ ସେମାନଙ୍କୁ ଏହି ପ୍ରଶ୍ନଟି ପଚାରିବାର ନୈତିକ କ୍ଷମତା ହରାଇ ବସୁଛନ୍ତି ଯେ ସେମାନେ କରୁଛନ୍ତି କ’ଣ? ନିଜକୁ ନିଜେ ଏଭଳି ପ୍ରଶ୍ନ ପଚାରିବା ପାଇଁ ସେମାନଙ୍କୁ ନିଜକୁ ଏକ ଭିନ୍ନ ଓ ସରକାରଙ୍କ ସହିତ ସମ୍ପର୍କ ରଖୁ ନ ଥିବା ଲୋକ ହିସାବରେ କଥାଟିକୁ ଦେଖିବାକୁ ପଡିବ । ଅଥଚ ଦେଖାଯାଉଛି ଯେ କିଛି ଟିଭି ଚ୍ୟାନେଲ ଓ ସରକାରଙ୍କ ମଧ୍ୟରେ ଏକ ପାରସ୍ପରିକ ସମ୍ପର୍କ ରହିଛି ଯାହାକୁ ଏକ ବିଶେଷ ସୁବିଧା ଭାବରେ ବର୍ଣ୍ଣନା କରାଯାଉଛି ।

Comments

(-) Hide

EPW looks forward to your comments. Please note that comments are moderated as per our comments policy. They may take some time to appear. A comment, if suitable, may be selected for publication in the Letters pages of EPW.

Back to Top