ଏନଡିଏର କୃଷିଜାତ ଦ୍ରବ୍ୟ ମୂଲ୍ୟାୟନ ରାଜନୀତି
ସରକାରଙ୍କ କୃଷିଜାତ ଦ୍ରବ୍ୟ ମୂଲ୍ୟାୟନ ନୀତିରେ କୃଷକଙ୍କ ମତର ସ୍ଥାନ କାହିଁ ?
The translations of EPW Editorials have been made possible by a generous grant from the H T Parekh Foundation, Mumbai. The translations of English-language Editorials into other languages spoken in India is an attempt to engage with a wider, more diverse audience. In case of any discrepancy in the translation, the English-language original will prevail.
ସମ୍ପ୍ରତି ୨୦୧୧-୧୨ର ଜିଡିପି ସିରିଜର ହିସାବ ଆଧାରରେ ସେଣ୍ଟ୍ରାଲ ଷ୍ଟାଟିଷ୍ଟିକ୍ସ ଅଫିସ୍ ର ତାଜା କୃଷି ବିକାଶ ପକ୍ଷରୁ ପ୍ରସ୍ତୁତ ରିପୋର୍ଟରେ ଖୁଲାସା କରଯାଇଛି ଯେ ୨୦୧୮ର ଅକ୍ଟୋବର-ଡିସେମ୍ବର ତ୍ରୈମାସିକରେ କୃଷିର ସାଧାରଣ ଗ୍ରସ ଭ୍ୟାଲୁ ଆଡେଡ(ଜିଭିଏ) ପରିମାଣ ୨.୪ %କୁ କମି ଯାଇଥିଲା । ଏହା ଥିଲା ୧୪ ବର୍ଷର ସବନିମ୍ନ ସଂଖ୍ୟା । ଏହି ସମୟ ଭିତରେ ହୋଇଥିବା କୃଷି ଉତ୍ପାଦନ ଗତବର୍ଷ ଅର୍ଥାତ୍ ୨୦୧୭ ମସିହାର ଅକ୍ଟୋବର ରୁ ଡିସେମ୍ବର ତିନିମାସ ମଧ୍ୟରେ ହୋଇଥିବା କୃଷି ଉତ୍ପାଦନ ଅପେକ୍ଷା ୩% ଅଧିକ ହୋଇଥିଲା ବେଳେ ସମ୍ପ୍ରତି କୃଷିଜାତ ଦ୍ରବ୍ୟର ଦର ନିର୍ଦ୍ଧାରଣକୁ ନେଇ ଯାହା ପଦକ୍ଷେପ ନିଆଯାଉଛି ସେଥିରୁ ସ୍ପଷ୍ଟ ହେଉଛି ଯେ କୃଷିଜାତ ଦ୍ରବ୍ୟର ମୂଲ୍ୟ କମିଛି । ଯାହାକି ଏନଡିଏ ସରକାରର କୃଷିଜାତ ଦ୍ରବ୍ୟର ମୂଲ୍ୟ ନିର୍ଦ୍ଧାରଣ ନୀତି ବିଶେଷକରି କୃଷି ଜାତ ଦ୍ରବ୍ୟର ସର୍ବନିମ୍ନ ମୂଲ୍ୟ ସୂଚୀ ନିର୍ଦ୍ଧାରଣ ବା ଏମଏସପି ଉପରେ ପ୍ରଶ୍ନଚିହ୍ନ ଲଗାଇ ଦେଇଛି । ବିଭିନ୍ନ ରିପୋର୍ଟରୁ ଜଣା ପଡୁଛି ଯେ ଅଧିକାଂଶ ସ୍ଥାନରେ କୃଷିଜାତ ଦ୍ରବ୍ୟଗୁଡିକ ଘୋଷିତ ମୂଲ୍ୟଠାରୁ ୨୦ ରୁ ୩୦ ପ୍ରତିଶତ କମ ଦରରେ ବିକ୍ରୀ ହେଉଛି । ତଥ୍ୟ ପ୍ରମାଣରୁ ଏକଥା ମଧ୍ୟ ସ୍ପଷ୍ଟ ହୋଇଛି ଯେ ସରକାରଙ୍କ ପକ୍ଷରୁ ବିଭିନ୍ନ ଶସ୍ୟ, ତୈଳବୀଜ ଆଦି ନିମ୍ନତମ ସମର୍ଥନ ମୂଲ୍ୟରେ କିଣାଯିବା କଥା କୁହାଯାଉଥିବା ସତ୍ତେ୍ୱ ଏଥିରେ ଦେଶର କେବଳ ଏକ ପଂଚମାଂଶ କୃଷକ ହିଁ ପ୍ରକୃତରେ ଲାଭବାନ ହୋଇ ପାରୁଛନ୍ତି ।
ଏହି ସରକାରଙ୍କ ପକ୍ଷରୁ ହୁଏତ ଯୁକ୍ତି ଦିଆଯାଇପାରେ ଯେ ବିକାଶଶୀଳ ଦେଶଗୁଡିକରେ କୃଷିଜାତ ଦ୍ରବ୍ୟର ଦର ନିର୍ଦ୍ଧାରଣ କରିବା ପ୍ରକ୍ରିୟା ସବୁବେଳେ ଦ୍ୱନ୍ଦରେ ରହି ଆସିଛି । କୃଷିଜାତ ଦ୍ରବ୍ୟର ଦାମ ବୃଦ୍ଧି ହେଲେ ତାହା ହୁଏତ ଉତ୍ପାଦନକାରୀମାନଙ୍କୁ ସୁହାଇ ପାରେ କିନ୍ତୁ ଏହା ଉପଭୋକ୍ତା ବିଶେଷକରି ଗରିବଲୋକମାନଙ୍କୁ ସମସ୍ୟାରେ ପକାଇଥାଏ । ଅନ୍ୟ ପକ୍ଷରେ କୃଷି ଜାତ ଦ୍ରବ୍ୟର ଦାମ କମିଯିବା କାରଣରୁ ଅଭାବୀ ବିକ୍ରୀ ଯୋଗୁ କୃଷକ କ୍ଷତିରେ ପଡିଥାଏ ଓ ଏହି କାରଣରୁ ସ୍ଥିତି କଠିନ ରୂପ ଧାରଣ କରିବା ଯୋଗୁଁ ଅନେକ କୃଷକ ମଧ୍ୟ ଆତ୍ମହତ୍ୟା କରିଥାଆନ୍ତି । ତେଣୁ ସରକାରକୁ ଉପଭୋକ୍ତାମାନଙ୍କ ସାମର୍ଥ୍ୟ ଓ ଆୟର ସ୍ଥିରତା ମଧ୍ୟରେ ସନ୍ତୁଳନ ରକ୍ଷା କରିବାର ଆବଶ୍ୟକତା ପଡିଥାଏ ଯାହାକି ନିଶ୍ଚିତ ଭାବରେ ସହଜ କଥାଟିଏ ହୋଇ ନଥାଏ । ସମ୍ପ୍ରତି କେନ୍ଦ୍ର ସରକାରଙ୍କ ପକ୍ଷରୁ କୃଷି କ୍ଷେତ୍ର ପାଇଁ ଯେତେ ପ୍ରକାରର ସ୍କିମ ଘୋଷଣା କରାଗଲାଣି ସେଥିରେ କେହି ସନ୍ଦେହ କରିବା ଉଚିତ୍ ନୁହେଁ ଯେ ସରକାର କୃଷକ ଓ ଉପଭୋକ୍ତା ମଧ୍ୟରେ ଏକ ସନ୍ତୁଳନ ରକ୍ଷା ରଖିବାର ଉଦ୍ୟମ ଜାରୀ ରଖିଛନ୍ତି । କିନ୍ତୁ ଯେଉଁ ପ୍ରମାଣ ମିଳୁଛି ସେଥିରୁ ଏହା ପଛରେ ଥିବା ରାଜନୈତିକ ଇଚ୍ଛା ଶକ୍ତିକୁ ନେଇ ସନ୍ଦେହ ସୃଷ୍ଟି ହେବା ସ୍ୱାଭାବିକ । ଏହାର ଗୋଟିଏ ଉଦାହରଣ ହେଉଛି ପ୍ରଧାନମନ୍ତ୍ରୀ ଅନ୍ନଦାତା ସଂରକ୍ଷଣ ଅଭିଯାନ(ଆଶା) । ଏହା ମାଧ୍ୟମରେ ଦେଶର କୃଷକମାନଙ୍କୁ ସେମାନଙ୍କ କୃଷିଜାତ ଦ୍ରବ୍ୟର ଦାମ ବୃଦ୍ଧି କରି କୃଷକଙ୍କର ରୋଜଗାର ବୃଦ୍ଧି ପାଇଁ ସହାୟତା ଦିଆଯିବାର ବ୍ୟବସ୍ଥା କରାଯାଇଛି । କିନ୍ତୁ ଏହାକୁ କୌଣସି ରାଜ୍ୟ ପକ୍ଷରୁ ଲାଗୁ କରାଯାଇ ନାହିଁ ଏପରି କି ବିଜେପି ଶାସିତ ମଧ୍ୟପ୍ରଦେଶ ରାଜ୍ୟ ମଧ୍ୟ ଏହାକୁ ଲାଗୁ କରି ନାହାନ୍ତି । ଏହା ସହିତ ଏହି ଯୋଜନା ପାଇଁ ବଜେଟରେ ଯେପରି ନଗଣ୍ୟ ବ୍ୟବସ୍ଥା କରାଯାଇଛି ସେଥିରୁ ଗୋଟିଏ କଥା ସ୍ପଷ୍ଟ ହୋଇ ଯାଇଛି ଯେ ବିଜେପି ନେତୃତ୍ୱାଧୀନ ସରକାର ଏହାକୁ କେବଳ ଏକ ରାଜନୈତିକ ସ୍ଲୋଗାନ ବ୍ୟତୀତ ଆଉ କିଛି ଭାବୁନାହିଁ ।
୭୦ % ଭାରତୀୟ କୃଷକ ଯେଉଁମାନେ କୃଷି ବଜାରରୁ ରୋଜଗାର କରି ବଂଚି ଥାଆନ୍ତି ସେମାନେ ଏବେ ଏହି ଦୁର୍ବଳ ବ୍ୟବସ୍ଥା ଯୋଗୁ ସମସ୍ୟାରେ ଅଛନ୍ତି । ଯେତେବେଳେ ଅଭାବୀ ବିକ୍ରୀ ଭାରତୀୟ କୃଷକମାନଙ୍କର ଏକ ପୁରୁଣା ସମସ୍ୟା ହୋଇ ରହିଛି, ସେତିକିବେଳେ ଏକଥା ମଧ୍ୟ ଦେଖିବାକୁ ମିଳୁଛି ଯେ କୃଷକମାନେ ସେମାନଙ୍କ ଉତ୍ପାଦନଗୁଡିକୁ ସଠିକ ମୂଲ୍ୟ ନ ମିଳିବା କାରଣରୁ ନଷ୍ଟ କରି ଦେଉଛନ୍ତି ବା ରାସ୍ତାରେ ଫିଙ୍ଗି ଦେଉଛନ୍ତି । ଯେତେବେଳେ କୃଷିଜାତ ଦ୍ରବ୍ୟର ନିଅଣ୍ଟ ସମୟରେ ଖୁଦରା ମୂଲ୍ୟ ବଢିଯାଏ ସେତେବେଳେ କୃଷିଜାତ ଦ୍ରବ୍ୟର ଘୋଷିତ ସରକାରୀ ମୂଲ୍ୟ ତା ସହିତ ତୁଳନୀୟ ହୋଇପାରେ ନାହିଁ । ଏହା ଗୋଟିଏ କଥା କହୁଛି ଯେ କୃଷି ବଜାରରେ ସଂସ୍କାର ପାଇଁ ଏ ପର୍ଯ୍ୟନ୍ତ କୌଣସି ସମ୍ମିଳିତ ନୀତି ନାହିଁ । ଭାରତରେ ଥିବା ପାରମ୍ପରିକ ମଣ୍ଡି ବ୍ୟବସ୍ଥା, ଯାହାକି ଏଗ୍ରିକଲଚରାଲ ପ୍ରଡ୍ୟୁସ ମାର୍କେଟ କମିଟି(ଏପିଏମସି) ଆଇନ ଦ୍ୱାରା ନିୟନ୍ତ୍ରିତ ତାହା ଅର୍ଥିୟା ବା ମଧ୍ୟସ୍ଥ ମାନଙ୍କ କମିଶନ ବା ମୁନାଫା ଲୋଭ ଦ୍ୱାରା ପରିଚାଳିତ ଯେଉଁ ବ୍ୟବସ୍ଥା କୃଷକଙ୍କୁ ସେମାନଙ୍କ ଉତ୍ପାଦନର ପ୍ରକୃତ ଦାମ ମିଳିବାକୁ ଦିଏ ନାହିଁ । ଏପିଏମସି ସଂସ୍ଥା ଏହି ମଧ୍ୟସ୍ଥିମାନଙ୍କର କମିଶନ କେତେ ହେବ ତାହା ସ୍ଥିର କରିଥାଏ ଯାହାକି ଭିନ୍ନ ଭିନ୍ନ ରାଜ୍ୟରେ ଭିନ୍ନ ଭିନ୍ନ ହୋଇଥାଏ ତାହା ପଞ୍ଜାବରେ ୪% ହୋଇଥିବା ବେଳେ ଦିଲ୍ଲୀରେ ୬% ହୋଇଥାଏ । କିନ୍ତୁ ଦେଖାଯାଏ ଯେ କୃଷିଜାତ ଦ୍ରବ୍ୟର ନିଲାମୀ କରଗଲା ବେଳେ ଏହି କମିଶନ ରେ ମଧ୍ୟ ବୃଦ୍ଧି ଘଟିିଥାଏ । ଉତ୍ତର ଭାରତର କେତେକ ଅଞ୍ଚଳରେ ଏହି ଦର ୧୨ % ପର୍ଯ୍ୟନ୍ତ ପହଞ୍ôଚ ଯାଇଥାଏ । ତେଣୁ କୃଷିଜାତ ଦ୍ରବ୍ୟର ମୂଲ୍ୟ ମିଳିବାରେ ଥିବା ଏହି ସବୁ ଦୁର୍ବଳତା ରହୁଥିବା କାରଣରୁ ସରକାରୀ ମୂଲ୍ୟ ନିର୍ଦ୍ଧାରଣ ବ୍ୟବସ୍ଥା କୃଷକଙ୍କୁ କୌଣସି ସୁଫଳ ଦେଇ ପାରୁନାହିଁ । ବିପରୀତ ଭାବରେ ଏନଡିଏ ସରକାରର ମଡେଲ ଏଗ୍ରିକଲଚର ପ୍ରଡ୍ୟୁସ୍ ଆଣ୍ଡ ଲାଇଭଷ୍ଟକ ମାର୍କେଟିଙ୍ଗ (ପ୍ରମୋଶନ ଆଣ୍ଡ ଫାସିଲିଟେସନ) ଆକ୍ଟ ୨୦୧୭ ଏପଏମସି ହାଟରେ ଏହି ଶୋଷଣକାରୀ ମଧ୍ୟସ୍ଥିମାନଙ୍କୁ ବଜାରର ମୁଖ୍ୟ ପ୍ରତିନିଧି ଭାବରେ କାରବାର କରିବାର ସୁଯୋଗ ଦେଇ ଚାଲିଛି ।
୨୦୧୮ରେ ଅର୍ଗାନାଇଜେସନ ଫର ଇକୋନୋମିକ କେଅପରେସନ ଆଣ୍ଡ ଡେଭେଲପମେଣ୍ଟ(ଓଇସିଡି) ଏବଂ ଇଣ୍ଡିଆନ କାଉନସିଲ ଫର ରିସର୍ଚ୍ଚ ଅନ ଇଣ୍ଟରନ୍ୟାସନାଲ ଇକନମିକ ରିଲେସନ୍ସ(ଆଇସିଆରଆଇଇଆର) ପକ୍ଷରୁ ଦିଆଯାଇଥିବା ମିଳିତ ରିପୋର୍ଟରେ କୁହା ଯାଇଥିଲା ଯେ ଘରୋଇ ବଜାରର ନିୟନ୍ତ୍ରଣ ଓ ନିୟନ୍ତ୍ରିତ କୃଷି ବାଣିଜ୍ୟ ଖାଉଟି ମୂଲ୍ୟ ନିର୍ଦ୍ଧର୍ାରଣ ପାଇଁ କରାଯାଉଥିବା ନୀତିର ନିର୍ଦ୍ଧାରକମାନଙ୍କର ଅନ୍ତର୍ନିହିତ ପକ୍ଷପାତୀ ନୀତି ଯୋଗୁ ଗତ ଦୁଇ ଦଶନ୍ଧୀ ଧରି ଭାରତୀୟ କୃଷକମାନଙ୍କ ଉପରେ ଅଧିକରୁ ଅଧିକ କରର ବୋଝ ଲଦାହେବାରେ ଲାଗିଛି । ଯଦିଓ କୁହାଯାଉଛି ଯେ ସେମାନଙ୍କର କାର୍ଯ୍ୟ ହେଉଛି କୃଷକମାନଙ୍କର ସ୍ୱାର୍ଥରକ୍ଷା କରିବା । ୨୦୦୦-୦୧ ରୁ ୨୦୧୬-୧୭ ମଧ୍ୟରେ ଭାରତ ପାଇଁ କରାଯାଇଥିବା ଉତ୍ପାଦକ ସମର୍ଥନ ହିସାବ ବା ପ୍ରଡ୍ୟୁସର ସପୋର୍ଟ ଏଷ୍ଟିମେଟ(ପିଏସଇ) ଅନୁଯାୟୀ ଯାହାକି ଓଇସିଡିର ଷ୍ଟାଣ୍ଡାର୍ଡ ଓ ପିଏସଇର ମେଥୋଡୋଲୋଜିରେ ହୋଇଥିବା କଥା କହାଯାଉଛି, କୃଷି କ୍ଷେତ୍ରର ଆୟ ବାର୍ଷିକ ୧୪ % ଥିଲା । ଯେଉଁଥିରୁ ଗୋଟିଏ କଥା ସ୍ପଷ୍ଟ ହୋଇଥିଲା ଯେ ଭାରତୀୟ କୃଷକ ତାର କୃଷିଜାତ ଦ୍ରବ୍ୟ ପାଇଁ ବିଶ୍ୱ ବଜାର ଦରରୁ ୧୪ % କମ ମୂଲ୍ୟ ପାଉଥିଲା । ବାସ୍ତବ କଥାଟି ହେଉଛି ୨୦୧୪-୧୫ ଓ ୨୦୧୬-୧୭ ମଧ୍ୟରେ ଭାରତର ୭୦ % ପ୍ରମୁଖ କୃଷିଜାତ ଦ୍ରବ୍ୟ ଏଭଳି କମ ମୂଲ୍ୟ ପାଇଛନ୍ତି । ତେଣୁ ଦେଖିବାକୁ ଗଲେ ଏଭଳି ନୀତିଗତ ସମସ୍ୟା ଯୋଗୁ ସରକାରଙ୍କର କୌଣସି ସମର୍ଥନ ମୂଲ୍ୟ କୃଷକଙ୍କୁ ଘୋଷିତ ନିମ୍ନତମ ସମର୍ଥନ ମୂଲ୍ୟ ଦେବାରେ ମଧ୍ୟ ସଫଳ ହୋଇ ପାରୁନାହିଁ । ବରଂ ଏହାକୁ ଏହି ଭାଷାରେ କୁହାଯାଇ ପାରିବ ଯେ କେବଳ କୃଷକମାନଙ୍କର ଭୋଟ ମୂଲ୍ୟକୁ ଚାହିଁ ସେମାନଙ୍କ ଅସନ୍ତୋଷ ଓ କୋଳାହଳକୁ ଦୂର କରିବା ପାଇଁ ଫୋପଡା ଯାଉଥିବା ଏହା କିଛି ଖାଦ୍ୟ ମାତ୍ର ।
ଏନଡିଏ ସରକାରର କୃଷକ ଅପେକ୍ଷା ଉପଭୋକ୍ତା ସମର୍ଥନ ନୀତିର ଆଉ ଏକ ବଡ କାରଣ ହେଉଛି ୨୦୧୪ ନିର୍ବାଚନରେ ଯେଉଁ ମଧ୍ୟବିତ୍ତ ଶ୍ରେଣୀର ହାୱାରେ ଏନଡିଏ ସରକାର ଶାସନକୁ ଆସିଲା ସେହି ମଧ୍ୟବିତ୍ତ ଶ୍ରେଣୀର ପାଖାପାଖି ଶ୍ରେଣୀଟି ହେଉଛି ଏହି ଉପଭୋକ୍ତା ଶ୍ରେଣୀ । ତେଣୁ ଖାଉଟୀ ମୂଲ୍ୟସୂଚୀକୁ ନିୟନ୍ତ୍ରଣରେ ରଖିବା ଚଳିତ ସରକାର ପାଇଁ ରାଜନୀତିକ ଦୃଷ୍ଟିରୁ ଏକ ବାଧ୍ୟବାଧକତା ଥିଲା । ଶାସକ ଦଳର ସହରୀ ମତଦାତାମାନଙ୍କର ଜନମତକୁ ଦିଶା ପ୍ରଦାନ କରୁଥିବା ଏହି ଚରିତ୍ରକୁ ଆବଶ୍ୟକ ସ୍ଥଳେ ଏନଡିଏ ସରକାରର ସାଧାରଣ ଜନତା ପକ୍ଷବାଦୀ ଚରିତ୍ର ଭାବରେ ଚିତ୍ରଣ କରାଯାଇ ପାରିବ ଯାହାକି ରାଜନୀତିର ମୁଖ୍ୟ ଧାରାରୁ ଗ୍ରାମାଂଚଳର ସ୍ୱରକୁ ଅଲଗା କରି ଦେଇ ପାରିବ ।