ISSN (Print) - 0012-9976 | ISSN (Online) - 2349-8846

ଯେତେବେଳେ ରାଷ୍ଟ୍ର ହିଂସ୍ର ପାଲଟିଯାଏ

ଉତ୍ତର ପ୍ରଦେଶରେ ପୁଲିସ ଏନକାଉଣ୍ଟରରେ ହେଉଥିବା ମୃତ୍ୟୁକୁ ନେଇ ବହୁ ପ୍ରଶ୍ନ ଉଠିବାରେ ଲାଗିଛି

The translations of EPW Editorials have been made possible by a generous grant from the H T Parekh Foundation, Mumbai. The translations of English-language Editorials into other languages spoken in India is an attempt to engage with a wider, more diverse audience. In case of any discrepancy in the translation, the English-language original will prevail.

 

ଅପରାଧ ଉନୁ୍ମଳନ କରିବାପାଇଁ ଅପରାଧୀକୁ  ଉନ୍ମୁଳନ କରିଦିଅ ।   ଉତ୍ତର ପ୍ରଦେଶରେ  ପୁଞ୍ଜିନିବେଶ ପାଇଁ ଅଧିକରୁ ଅଧିକ ଉଦ୍ୟାଗପତିଙ୍କୁ ଆକୃଷ୍ଟ କରିବା ଉଦ୍ଦେଶ୍ୟରେ  ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବେ ଏହି ନୀତି ଉପରେ ବେଶ ଗମ୍ଭୀରତାର ସହ କାର୍ଯ୍ୟ କରୁଥିବାର ଦେଖିବାକୁ ମିଳୁଛି । ସମ୍ପ୍ରତି ଆୟୋଜିତ ହୋଇଥିବା ୧୦ ଦିବସୀୟ ୟୁପି ଇନଭେଷ୍ଟମେଣ୍ଟ ସମ୍ମିଟ୍ ଯାହାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଦଘାଟନ କରିଥିଲେ ଏବଂ ଯେଉଁଥିରେ ୧୮ ଜଣ କେନ୍ଦ୍ରମନ୍ତ୍ରୀ  ଓ ବହୁ ଉଦ୍ୟୋଗପତି ଯୋଗଦେଇଥିଲେ, ତାରି ଭିତରେ ପୋଲିସ ଏନକାଉଣ୍ଟରରେ  ଚାରିଜଣଙ୍କର ମୃତ୍ୟ ଘଟିଥିଲା । ମାର୍ଚ୍ଚ ୨୦୧୭ରେ ବିଜେପିର ଯେଗୀ ଆଦିତ୍ୟନାଥ ମୁଖ୍ୟ୍ୟମନ୍ତ୍ରୀ ହେବା ପରଠାରୁ  ନେଇ ଜାନୁଆରୀ ୨୦୧୮ ମଧ୍ୟରେ ଉତ୍ତରପ୍ରଦେଶରେ ୯୨୧ ଟି ପୋଲିସ ଏନକାଉଁଟର  ଘଟଣା ଘଟି ୩୩ ଜଣଙ୍କର ପ୍ରାଣହାନୀ ଘଟିଛି ।  ଏତେ ଗୁଡିଏ ସଂଖ୍ୟାରେ ଲୋକଙ୍କର ମୃତ୍ୟୁ ଘଟିବା ଘଟଣାକୁ ଦେଖି ରାଷ୍ଟ୍ରୀୟ ମାନବାଧିକାର ଆୟୋଗ ନଭେମ୍ବର ମାସରେ ଉତ୍ତର ପ୍ରଦେଶ ସରକାରଙ୍କୁ ଏକ ନୋଟିସ ପଠାଇଥିଲେ । କିନ୍ତୁ ରାଜ୍ୟ ସରକାର ତାର ଉତ୍ତର ଦେବାକୁ ଇଚ୍ଛା କରି ନଥିଲା ।

ଏବେ ଉତ୍ତର ପ୍ରଦେଶରେ ଯାହା ଘଟୁଛି ତାହା ଦେଶରେ ଆଗରୁ କେବେ ଘଟି ନ ଥିଲା ବୋଲି ମଧ୍ୟ ନୁହେଁ । ମହାରାଷ୍ଟ୍ର ହେଉଛି ଏହି ଏନକାଉଁଟର ହତ୍ୟା ଘଟଣାରେ ଏକ ଅଗ୍ରଣୀ ରାଜ୍ୟ । ବର୍ଷ ୧୯୮୨ ରୁ ୨୦୦୩ ମଧ୍ୟରେ ଅପରାଧୀ ଗ୍ୟାଙ୍ଗକୁ ସଫା କରିବା ନାଆାଁରେ ୧୨୦୦  ଆରୋପିତ ଅପରାଧିଙ୍କୁ ହତ୍ୟା କରି ଦିଆଯାଇଥିଲା । ଯେଉଁ ପୁଲିସ ଅଧିକାରୀ ସବୁଠାରୁ ଅଧିକ ଲୋକଙ୍କୁ ହତ୍ୟା କରିଥିଲେ ତାଙ୍କୁ ମୁକାବିଲା ବିଶେଷଜ୍ଞ ବା ଏନକାଉଣ୍ଟର ସ୍ପେଶାଲିଷ୍ଟ କହି ମହାନ କରି ଦିଆଯାଉଥିଲା । ତାଙ୍କ ଉପରେ ସିନେମା ମଧ୍ୟ ନିର୍ମାଣ କରାଯାଇଥିଲା ।  ଯେତେବେଳେ ମାନବାଧିକାର ଗୋଷ୍ଠୀମାନେ ଏହି ଏନକାଉଁଟର ଘଟଣାମାନଙ୍କ ଉପରେ ପ୍ରଶ୍ନ ଉଠାଇଲେ  ଓ କହିଲେ ଯେ ଅପରାଧୀ ବୋଲି ସନ୍ଦେହ କରାଯାଉଥିବା ଅପରାଧୀଙ୍କର ମଧ୍ୟ ଉଚିତ୍ ନ୍ୟାୟ ପାଇବାର ଅଧିକାର ଅଛି ଏବଂ  ସେମାନଙ୍କୁ ଏଭଳି ଆଖିବୁଜି ହତ୍ୟା କରାଯାଇ ପାରିବ ନାହିଁ ସେତେବେଳେ କେତେକ ପୁଲିସ ଅଧିକାରୀଙ୍କୁ ଏଥିପାଇଁ  ଉତ୍ତର ଦେବାକୁ ହୋଇଥିଲା ।  କେତେକ ଅଧିକାରୀଙ୍କୁ ଦଣ୍ଡିତ କରାଯାଇଥିଲା, କିନ୍ତୁ ବହୁ ଅଧିକାରୀ ଖସି ଯାଇଥିଲେ । ପ୍ରଦୀପ ଶର୍ମା ବୋଲି ଜଣେ ଅଧିକାରୀ ଏହି କାରଣରୁ ୨୦୦୯ରେ ଚାକିରୀରୁ ନିଲମ୍ବିତ ହୋଇଥିଲେ ମଧ୍ୟ ୨୦୧୩ରେ ନିର୍ଦ୍ଦୋଷରେ ଖଲାସ ହୋଇଗଲେ । ସେତେବେଳେ ସେ କହିଥିଲେ ଅପରାଧୀ ମାନେ ହେଉଛନ୍ତି ଅଳିହା ଆଉ ମୁଁ ହେଉଛି ସେମାନଙ୍କୁ ସଫା କରି ଦେଉଥିବା ଲୋକ । ଶର୍ମା ନିଜେ ୧୦୪ଟି ଏନକାଣ୍ଟର ହତ୍ୟାକାଣ୍ଡ ପାଇଁ ଦାୟୀ । 

ୟୁପି ପୋଲିସ ଏହି ଯେଉଁ ଏନକାଉଁଟର ହତ୍ୟା ସବୁ କରି ଚାଲିିଛି ତା ପଛରେ ତାଙ୍କୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଜରିଆରେ ଜନତାର ସମର୍ଥନ ମିଳୁଛି । ଯୋଗୀ ଆଦିତ୍ୟନାଥ ସାଧାରଣ ସଭାରେ ଘୋଷଣା କରିଛନ୍ତି ଯେ ଉତ୍ତରପ୍ରଦେଶ ପୋଲିସ ଏବେ ବୁଲେଟର ଜବାବ ବୁଲେଟରେ ଦେବ । ପୂର୍ବ ସରକାରଙ୍କ ଭଳି ନକରି ମୁଁ ପୋଲିସକୁ ପୁରା କ୍ଷମତା ଦେଇଛି ଯେ ସେମାନେ ଅପରାଧୀମାନଙ୍କୁ ସାବାଡ କରିବା ପାଇଁ ଯାହା  ଠିକ ଓ ସମ୍ଭବ ମନେ କରୁଛନ୍ତି ତାହା କରନ୍ତୁ । ରାଜ୍ୟର ସଂଖ୍ୟାଲଘୁ ଓ ଦୁର୍ବଳ ଶ୍ରେଣୀର ଲୋକମାନଙ୍କ ପ୍ରତି ଆଦୌ  ସମ୍ବେଦନଶୀଳ ନଥିବା ପୁଲିସ ଅଧିକାରୀମାନଙ୍କୁ ଏପରି କାର୍ଯ୍ୟ ସମ୍ପାଦନ ପାଇଁ ପୂର୍ଣ୍ଣ ସ୍ୱାଧୀନତା ଦେବା ଅନେକଙ୍କୁ ଚିନ୍ତାରେ ପକାଇ ଦେଇଛି । ଯେତେବେଳେ ପୁଲିସ ଜଣେ ଲୋକକୁ ହତ୍ୟା କରିଦେବ ତା ପରେ ସେ ଅପରାଧୀ କି ନାହିଁ ତାର ବିଚାର କରାଯିବ କେମିତି? ଜଣକୁ ହତ୍ୟା କରିଦେବାର ଅର୍ଥ ହେଉଛି ଜଣେ ବ୍ୟକ୍ତିକୁ ବିଚାର ପୂର୍ବରୁ ମୃତ୍ୟୁଦଣ୍ଡ ଶୁଣାଇ ଆଇନ ବ୍ୟବସ୍ଥାକୁ ଥଟ୍ଟା କରିବା । ଲୋକଟି ଅପରାଧ କରିଛି କି ନାହିଁ ନ ଜାଣି ତାକୁ ହତ୍ୟା କରିଦେବା ନାଗରିକ ଅଧିକାରର ନଗ୍ନ ଉଲ୍ଲଂଘନ । ଏକ ଭଦ୍ର ସମାଜରେ ଏପରି କରାଯିବାକୁ କେବେବି ଗ୍ରହଣୀୟ ବୋଲି ମାନି ନେଇ ହେବ ନାହିଁ ।

ୟୁପି ସରକାର ଅପରାଧ ଉନ୍ମୁଳନ ନାଁଆରେ କରୁଥିବା ରଣନୀତି ସହିତ ମହାରାଷ୍ଟ୍ର ଅନୁଭୂତିରୁ କିଛି ଫର୍ଦ୍ଦ ଆଣି ଯୋଡିଛନ୍ତି । ଡିସେମ୍ବର ୨୦୧୭ରେ କୌଣସି  ବିତର୍କ ନକରାଯାଇ ଉତ୍ତର ପ୍ରଦେଶ ବିଧାନସଭା ଉତ୍ତର ପ୍ରଦେଶ କଣ୍ଟ୍ରୋଲ ଅଫ ଅର୍ଗାନାଇଜ୍ଡ କ୍ରାଇମ ଆକ୍ଟ (ୟୁପିସିଓସିଏ)କୁ ପାସ କରି ଦେଲେ ।  ଏହା ପୂର୍ବରୁ ଏହି ପରି ଏକ ସମାନ ଆଇନ ସମାନ ନାଁଆରେ (ଏମସିଓସିଏ) ମହାରାଷ୍ଟ୍ରରେ ୧୯୯୯ ମସିହାରେ ପାରିତ ହୋଇ ସାରିଥିଲା । ଉତ୍ତର ପ୍ରଦେଶରେ  ମଧ୍ୟ ବହୁଜନ ସମାଜ ପାର୍ଟିର ମାୟାବତୀ ମୁଖ୍ୟମନ୍ତ୍ରୀ ଥିବା ବେଳେ ୨୦୦୮ରେ ଏହିପରି ଏକ ଆଇନ ପାସ ହେବାର ଥିଲା  କିନ୍ତୁ ତଦାନୀନ୍ତନ ରାଷ୍ଟ୍ରପତି ପ୍ରତିଭା ପାଟିଲ ଏଥିôରେ ହସ୍ତାକ୍ଷର କରିବାକୁ ଅମଙ୍ଗ ହେବାରୁ ତାହା ଆଇନରେ ପରିଣତ ହୋଇ ପାରି ନ ଥିଲା । କିନ୍ତୁ ଏବେ ଆଶା କରାଯାଉଛି ଯେ ବର୍ତ୍ତମାନ ଯିଏ ରାଷ୍ଟ୍ରପତି ଅଛନ୍ତି, ତାଙ୍କ ପାଖକୁ ଏହି ବିଧେୟକ ପହଞ୍ôଚଲେ ସେ ନିଶ୍ଚିତ ଭାବରେ ଏଥିରେ ଦସ୍ତଖତ କରିଦେବେ ।

ୟୁପିସିଓସିଏ ହେଉ ବା ଏମଓସିଓସିଏ ହେଉ ଏହି କଳା ଆଇନର ମୂଳ ସମସ୍ୟା ହେଉଛି ଯେ ଏହାକୁ ବହୁଳ ଭାବେ ଅପବ୍ୟବହାର କରାଯିବାର ସୁଯୋଗ ରହିଛି । ବହୁ ବରିଷ୍ଠ ପୁଲିସ ଅଧିକାରୀ ବାରମ୍ବାର କହି ଆସିଛନ୍ତି ଯେ ଏହା କହିବା ଆଦୌ ଠିକ ନୁହେଁ ଯେ ପୁଲିସ ନିକଟରେ ଅପରାଧ ଓ ଅପରାଧୀଙ୍କୁ ସାବାଡ କରିବା ପାଇଁ ଆଇନ୍ ନାହିଁ । ଏଥିପାଇଁ ଦେଶରେ ଏହେ ବହୁ କଡା ଆଇନ ସବୁ ଅଛି । ଯେମିତିକି ଅନଲଫୁଲ ଆକ୍ଟିଭିଟିଜ (ପ୍ରିଭେନସନ) ଆକ୍ଟ (ୟୁଏପିଏ)୧୯୬୭ । କିନ୍ତୁ ଏବେ ଯେଉଁ ଆଇନ ଅଛି ତାକୁ ବ୍ୟବହାର ନକରାଯାଇ ରାଜ୍ୟମାନେ ଅପରାଧ ବା ଆତଙ୍କର ଉନ୍ମୁଳନ ପାଇଁ ପୁଲିସକୁ ଅଧିକ କ୍ଷମତା ଦେବା ନାମରେ ପ୍ରତିଥର ନୂଆ ନୂଆ ଆଇନ ଆଣିବାକୁ ଉଦ୍ୟମ କରୁଛନ୍ତି । ଆହୁରି ମଧ୍ୟ ଅଧିକାଂଶ କ୍ଷେତ୍ରରେ ଏହି ନୂଆ ଆଇନ୍ ଏଭଳି ଲୋକମାନଙ୍କୁ ଗିରଫ କରୁଛି ଯେଉଁମାନଙ୍କ ପାଖରେ ନିଜକୁ କୋର୍ଟକଚେରୀରେ ନିର୍ଦ୍ଦୋଷ ପ୍ରମାଣ କରିବାର ସାମର୍ଥ୍ୟ ନଥାଏ ।

ସମ୍ପ୍ରତି ଉତ୍ତର ପ୍ରଦେଶରେ ଘଟିଥିବା ଏନକାଉଁଟର ହତ୍ୟାକାଣ୍ଡରେ ଯେଉଁ ଲୋକମାନଙ୍କୁ ହତ୍ୟା କରାଯାଇଛି ସେମାନଙ୍କୁ ହତ୍ୟା କରାଯିବାକୁ ନେଇ ଗଣମାଧ୍ୟମରେ ଅନେକ ଗମ୍ଭୀର ପ୍ରଶ୍ନ ସବୁ ଉଠାଯାଇଛି ।  ଯେଉଁମାନଙ୍କୁ ହତ୍ୟା କରାଯାଇଛି ସେମାନଙ୍କ ପରିବାରର ସଦସ୍ୟମାନେ କହିଛନ୍ତି ଯେ ପୁଲିସ ପକ୍ଷରୁ ସେମାନଙ୍କ ସମ୍ପର୍କୀୟ ମାନଙ୍କୁ ଘରୁ ଉଠାଇ ନିଆଯାଇ ପରେ କୁହାଯାଇଛି ଯେ ପୋଲିସ ଏନକାଉଣ୍ଟରରେ ତାର ମୃତ୍ୟୁ ହୋଇ ଯାଇଛି ।  କିନ୍ତୁ ରାଜ୍ୟ ସରକାର କେବେ ଏଥିପ୍ରତି କର୍ଣ୍ଣପାତ କରି ନାହାନ୍ତି ।  ବରଂ ରାଜ୍ୟ ସରକାର ଗର୍ବର ସହିତ ଘୋଷଣା କରିଛନ୍ତି ଯେ ଏହା ହେଉଛି ଅପରାଧ ଦୂନିଆ ଉପରେ ସେମାନଙ୍କର ବିଜୟ । କିନ୍ତୁ ଉତ୍ତର ପ୍ରଦେଶର ଅଧିକାଂଶ ଅପରାଧୀ ରାଜନୀତିରେ ଅଛନ୍ତି ଓ ସେଇଠି ବସି ଜନତାକୁ ଡଙ୍କ ମାରିବାରେ ଲାଗିଛନ୍ତି ।

ଏବେ ଆବଶ୍ୟକ ହେଉଛି ଯେ ଏନଏଚଆରସି  ଉତ୍ତର ପ୍ରଦେଶ ସରକାରକୁ ଏନକାଉଣ୍ଟର ହତ୍ୟାକୁ ନେଇ ଯେଉଁ ସବୁ ପ୍ରଶ୍ନ କରିଛି ସେଥିରେ ସେ  ଶେଷ ପର୍ଯ୍ୟନ୍ତ ଯିବାପାଇଁ  ଉଦ୍ୟମ କରିବା ଉଚିତ୍ ।  ଏନକାଉଣ୍ଟରକୁ ନେଇ  ପୋଲିସ ଯେଉଁ କହୁଛି ଯେ ଅପରାଧୀ ତାଙ୍କୁ ମାରି ଦେବାକୁ ୁଦ୍ୟମ କରିବାରୁ ସେମାନେ ଆତ୍ମରକ୍ଷାପାଇଁ ଗୁଳି ଚାଳାଇଥିଲେ ଯେଉଁଥିରେ ଅପରାଧୀର ମୃତ୍ୟୁ ଘଟିଲା ସେକଥାଟିକୁ ପୋଲିସ ବିଶ୍ୱସନୀୟ ଭାବରେ ପ୍ରମାଣ କରିବା ଦରକାର । କିନ୍ତୁ କଥାଟି ସେଇଆ ନୁହେଁ ।  ମୃତ ଲୋକମାନଙ୍କର ପୋଷ୍ଟମର୍ଟମ ରିପୋର୍ଟ କହୁଛି ଯେ ସେମାନଙ୍କୁ ସବୁ ଅତି ପାଖରୁ ଗୁଳି କରାଯାଇଛି ତେଣୁ ଏକଥା ବିଶ୍ୱାସ କରିବାର ପର୍ଯ୍ୟାପ୍ତ କରାଣ ରହିଛି ଯେ ଆଇନର ଶାସନକୁ ଅତିମାତ୍ରାରେ ଉଲ୍ଲଂଘନ କରାଯାଇଛିି । ଆଉ ଏହାକୁ ସେହିମାନେ କରିଛନ୍ତି ଯେଉଁମାନେ ଆଇନର ଶାସନ ପ୍ରତିଷ୍ଠା କରିବା ପାଇଁ ଅଛନ୍ତି । ଯେତେବେଳେ ରାଷ୍ଟ୍ର୍ ଅପରାଧ ଉନ୍ମୁଳନ ନାମରେ ହିଂସ୍ର ହୋଇଯାଏ, ସେତେବେଳେ ନିର୍ଦ୍ଦୋଷ ଲୋକଙ୍କର ହିଁ ଜୀବନଗୁଡିକ ଯାଇଥାଏ ।

Comments

(-) Hide

EPW looks forward to your comments. Please note that comments are moderated as per our comments policy. They may take some time to appear. A comment, if suitable, may be selected for publication in the Letters pages of EPW.

Back to Top